ନନ୍ଦିଘୋଷ ବ୍ୟୁରୋ: ବାପା ଆଗରେ ଜଳଭଣ୍ଡାରକୁ ଡେଇଁପଡ଼ିଲା ପୁଅ । ପଛରେ ଆସି ମଧ୍ୟ ପୁଅକୁ ଅଟକାଇପାରିଲେନାହିଁ ବାପା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସୁନାବେଡ଼ା ଜାତୀୟ ରାଜପଥ ଟିମ୍ଭର ବ୍ରିଜ ନିକଟରେ । ଜଳ ଭଣ୍ଡାରକୁ ଡେଇଁ ନିଖୋଜ ଯୁବକ କୋରାପୁଟ ଜାନିଗୁଡ଼ାର ମଦନ ଜାନି । ନିଖୋଜ ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛି ସିମିଳିଗୁଡ଼ା ଅଗ୍ନିଶମ ବାହିନୀ । ଘଟଣାସ୍ଥଳରେ ସୁନାବେଡ଼ା ପୋଲିସ ଉପସ୍ଥିତ । ମଦନ ହାଲରେ ସିକ୍ୟୁରିଟି ଭାବେ କାର୍ଯ୍ୟ କରନ୍ତି । ସେ ସ୍କୁଟି ଯୋଗେ ଚିକାପାରରୁ ଫେରୁଥିଲେ । ପୁଅ ପଛେ ପଛେ ବାପା ଏକ ବାଇକ ଯୋଗ ପୁଅକୁ ବଞ୍ଚେଇବାକୁ ଯାଉଥିଲେ । ବାପା ପୁଅକୁ ଅଟକେଇବା ପୂର୍ବରୁ ପୁଅ ମଦନ ବ୍ରିଜ ତଳକୁ ଡେଇଁ ପଡ଼ିଥିଲେ । ଯୁବକ ଜଣକ ଜଳଭଣ୍ଡାରକୁ ଡେଇଁବାର୍ କାରଣ ଅସ୍ପଷ୍ଟ ।
ଏକା ସାଙ୍ଗରେ ଅନେକ ଶତ୍ରୁଙ୍କୁ ଧୂଳି ଚଟେଇବେ ଶାହରୁଖ ଖାନ !
ମୁମ୍ୱାଇ: ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘କିଙ୍ଗ୍’ ଆସିବାକୁ ଯାଉଛି । ଏହା ଆକ୍ସନ ଏବଂ ଏଣ୍ଟରଣ୍ଟେନମେଣ୍ଟ ଫିଲ୍ମ ହେବାକୁ ଯାଉଛି। ସିଦ୍ଧାର୍ଥ ଆନନ୍ଦ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଏହି ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଦାବି କରାଯାଇଛି ଯେ, ଏହି ଫିଲ୍ମଟି ବଡ଼ ବଡ଼ ଫିଲ୍ମକୁ ପଛରେ ପକାଇଦେବ । କାରଣ ଏଥିରେ ଶାହରୁଖ ଖାନଙ୍କ ସହିତ ତାଙ୍କ ଝିଅ ସୁହାନା ଖାନ ମଧ୍ୟ ‘କିଙ୍ଗ’ରେ ନଜର ଆସିବେ। ଏଥିରେ ପ୍ରଥମ ଥର ପାଇଁ ପ୍ରଶଂସକମାନେ ବାପା-ଝିଅଙ୍କ ଯୋଡ଼ିକୁ ଏକାଠି ଦେଖିବାକୁ ପାଇବେ। ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ମାତାମାନେ ଫିଲ୍ମ ପାଇଁ ଅଭିନେତ୍ରୀ ଖୋଜୁଛନ୍ତି।
‘କିଙ୍ଗ୍’ ଫିଲ୍ମରେ ଶାହରୁଖଙ୍କୁ କେବଳ ଗୋଟିଏ ନୁହେଁ ବରଂ ଅନେକ ଶତ୍ରୁଙ୍କ ସହିତ ଲଢ଼ିବାକୁ ପଡିବ। ଏଥିରେ ମୁଖ୍ୟ ଖଳନାୟକ ରହିଛନ୍ତି । ଫାଇଟ୍ ସିକ୍ୱେନ୍ସ ଯୋଗୁଁ ଫିଲ୍ମର କାହାଣୀ ବହୁତ ଆକର୍ଷଣୀୟ ହେବାକୁ ଯାଉଛି। ଫିଲ୍ମରେ ନାୟକ ଏବଂ ଖଳନାୟକଙ୍କ ପରିବର୍ତ୍ତେ, ଶାହରୁଖ ଅନେକ ଖଳନାୟକଙ୍କ ସହିତ ଲଢ଼ୁଥିବା ଦେଖିବାକୁ ମିଳିବ ।
ନିର୍ମାତାମାନେ ବଡ଼ ପରଦାରେ କିଛି ନୂଆ କରି ଦେଖାଇବାକୁ ଚେଷ୍ଟା କରୁଛନ୍ତି । ଫିଲ୍ମ ପାଇଁ ନିର୍ମାତାମାନେ ଅଭିନେତ୍ରୀ ଖୋଜିବାରେ ଲାଗିପଡିଛନ୍ତି ।ଫିଲ୍ମର ମୁଖ୍ୟ ଭୂମିକା ପାଇଁ ସୁହାନା ଖାନ ଏବଂ ଅଭୟ ବର୍ମାଙ୍କୁ ପୂର୍ବରୁ ଚୂଡ଼ାନ୍ତ କରାଯାଇଛି। କିଙ୍ଗ ଏକ ବଡ଼ ସ୍ତରର ଆକ୍ସନ ଫିଲ୍ମ ହେବାକୁ ଯାଉଛି। ରିପୋର୍ଟ ଅନୁସାରେ, ଫିଲ୍ମର ଅନେକ ପ୍ରମୁଖ ଷ୍ଟଣ୍ଟ ୟୁରୋପରେ ସୁଟିଂ କରାଯିବ। ସିଦ୍ଧାର୍ଥ ଆନନ୍ଦ ଏହି ଦୃଶ୍ୟଗୁଡ଼ିକୁ ବଡ଼ ଏବଂ ଆଶ୍ଚର୍ଯ୍ୟଜନକ ଭାବରେ ଡିଜାଇନ୍ କରିଛନ୍ତି।
ଏହି ଫିଲ୍ମରେ ଚମତ୍କାର ସିନେମାଟୋଗ୍ରାଫି, ଜୋରଦାର ଲଢ଼େଇ ସହ ନୃତ୍ୟ ନିର୍ଦ୍ଦେଶନା ଏବଂ ବଡ଼ ଧରଣର VFX ଦେଖିବାକୁ ମିଳିବ। କିଙ୍ଗର ପ୍ରି-ପ୍ରଡକ୍ସନ ପାଇଁ ଟିମ୍ ବହୁତ ସମୟ ନେଇଛି। ନିର୍ମାତାମାନେ ଏହି ଫିଲ୍ମକୁ ପ୍ରତ୍ୟେକ ଦୃଷ୍ଟିରୁ ଉନ୍ନତ କରିବାକୁ ଚେଷ୍ଟା କରୁଛନ୍ତି। ଏହି ଫିଲ୍ମଟି ୧୦୦୦ କୋଟିରୁ ଅଧିକ ଟଙ୍କା କଲେକ୍ସନ କରିବା ନେଇ କୁହାଯାଉଛି ।
କଟକ ଗାନ୍ଧୀପଲ୍ଲୀ କୁଷ୍ଠାଶ୍ରମ ସରକାରୀ କ୍ୱାର୍ଟର୍ସରେ ମହିଳାଙ୍କୁ ବିଭତ୍ସ ହତ୍ୟା
ନନ୍ଦିଘୋଷ ବ୍ୟୁରୋ: କଟକ ଗାନ୍ଧୀପଲ୍ଲୀ କୁଷ୍ଠାଶ୍ରମ ସରକାରୀ କ୍ୱାର୍ଟର୍ସରେ ରହୁଥିବା ଜଣେ ମହିଳାଙ୍କୁ ବୀଭତ୍ସ ହତ୍ୟା। ମୃତକ ହେଲେ ପ୍ରିୟତମା ଦଳାଇ। ପ୍ରିୟତମାଙ୍କୁ ହତ୍ୟା କଲା ପଡ଼ୋଶୀ ସନ୍ତୋଷ ସିହ୍ନା। ସନ୍ତୋଷକୁ ଅଟକାଇବାକୁ ଯାଇ ତାଙ୍କ ମା ବିଜୁଳିରାଣୀ ଆହତ ହୋଇ ଏସସିବିରେ ଚିକିତ୍ସିତ ହେଉଛନ୍ତି। ସନ୍ତୋଷ ସହିତ ତାଙ୍କ ପଡୋଶୀ ପ୍ରିୟତମାଙ୍କ ସ୍ବାମୀଙ୍କ ମଧ୍ଯରେ କଳହ ଘଟୁଥିଲା। ଏନେଇ ମାମଲା ଥାନାକୁ ମଧ୍ୟ ଯାଇଥିଲା। ସନ୍ତୋଷ ଆଉ ଝଗଡା କରିବେ ନାହିଁ ବୋଲି ଥାନାକୁ ଜଣାଇବା ପରେ ବିବାଦ ପ୍ରଶମିତ ହୋଇଥିଲା। କିନ୍ତୁ ସନ୍ତୋଷ ଏନେଇ ରାଗ ରଖିଥିଲେ ଆଜି ପୂର୍ବ ଯୋଜନା ମୁତାବକ ସେ ଏକ କଟୁରୀ ରେ ତାଙ୍କୁ ଆକ୍ରମଣ କରିଥିଲେ। ପ୍ରିୟତମାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିଲା। ଅଭିଯୁକ୍ତ ସନ୍ତୋଷ ସିହ୍ନାକୁ ଗିରଫ କରିଛି ପୋଲିସ।
୪ଟି ବିଶ୍ୱ ରେକର୍ଡ କରିବାକୁ ଯାଉଛି ମହାକୁମ୍ଭ ମେଳା
ନନ୍ଦିଘୋଷ ବ୍ୟୁରୋ : ଇତିହାସ ରଚିବାକୁ ଯାଉଛି ପ୍ରୟାଗରାଜ ମହାକୁମ୍ଭ ମେଳା । ଫେବୃଆରୀ ୧୭ ରେ ସରିବ ମହାକୁମ୍ଭ ମେଳା। ଏହି ମହାଆୟୋଜନ ୪ଟି ବିଶ୍ୱ ରେକର୍ଡ କରିବାକୁ ଯାଉଛି । ଯାହା ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ସମାଜ ସେବାର ବାର୍ତ୍ତା ପ୍ରସାର କରିବ। ମହାକୁମ୍ଭରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଟିମ୍ ଉପସ୍ଥିତ ରହି ମାନ୍ୟତା ପ୍ରଦାନ କରିବେ । ମେଳା ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ମହାକୁମ୍ଭର ପ୍ରଥମ ରେକର୍ଡ ଫେବୃଆରୀ ୧୪ ରୁ ଆରମ୍ଭ ହେବ । ଏହି ଦିନ, ସଙ୍ଗମ ଅଞ୍ଚଳରେ ୧୫ ହଜାର ସଫେଇ କର୍ମଚାରୀ ୧୦ କିଲୋମିଟର ଲମ୍ବା ଗଙ୍ଗା କୂଳକୁ ସଫା କରିବେ । ମହାକୁମ୍ଭ ୨୦୧୯ରେ ୧୦ ହଜାର ସଫେଇ କର୍ମଚାରୀ ଏକାଠି ସଫେଇ କରି ଏକ ରେକର୍ଡ ସ୍ଥାପନ କରିଥିଲେ, ଯାହାକୁ ଏବେ ୧୫ ହଜାର ସଫେଇ କର୍ମଚାରୀ ଏକାଠି ଭାଙ୍ଗିବେ ।
ଦ୍ୱିତୀୟ ରେକର୍ଡ ହେଇଛି ଫେବୃଆରୀ ୧୫ ତାରିଖରେ, ୩୦୦ ଜଣ ସଫେଇ କର୍ମଚାରୀ ଗଙ୍ଗା ଏବଂ ଯମୁନା ନଦୀ କୂଳରେ ସଫେଇ ଅଭିଯାନ କରିବେ । ଏଥିରେ ନଦୀ କୂଳ ଏବଂ ଜଳ ସ୍ରୋତ ସମ୍ପୂର୍ଣ୍ଣ ସଫା ରହିବ। ଏହି ଅଭିଯାନ ପରିଷ୍କାର ପରିଚ୍ଛନ୍ନତାର ଗୁରୁତ୍ୱକୁ ଦର୍ଶାଇବା ସହ ପରିବେଶ ବିଷୟରେ ସମସ୍ତଙ୍କୁ ସଚେତନ କରିବା ଦିଗରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବ
ତୃତୀୟ ରେକର୍ଡ ହେଉଛି ଫେବୃଆରୀ ୧୬ ତାରିଖରେ ତ୍ରିବେଣୀ ମାର୍ଗରେ ୧୦୦୦ ଇ-ରିକ୍ସାର ସବୁଠାରୁ ଲମ୍ବା ପରେଡ୍ ଆୟୋଜନ କରାଯିବ। ଏହି ରେକର୍ଡ ପରିବେଶ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ପ୍ରୟାସ ଦ୍ୱାରା ମହାକୁମ୍ଭକୁ ପ୍ରଦୂଷଣ ମୁକ୍ତ କରିବାର ଉଦ୍ଦେଶ୍ୟ ମଧ୍ୟ ହାସଲ ହେବ ।
ଚତୁର୍ଥ ରେକର୍ଡ ହେଉଛି ଫେବୃଆରୀ ୧୭ ତାରିଖରେ ମହାକୁମ୍ଭରେ ୧୦ ହଜାର ଲୋକଙ୍କ ହାତ ଛାପ ନିଆଯିବ। ଏହି ରେକର୍ଡ ପରିଷ୍କାର ପରିଚ୍ଛନ୍ନତା ଏବଂ ପରିବେଶ ସମ୍ପର୍କରେ ସଚେତନତା ପ୍ରସାର କରିବାର ଏକ ଅନନ୍ୟ ଉପାୟ ହେବ। ଏହି ରେକର୍ଡ କରିବା ପାଇଁ ପ୍ରଶାସନ ସମସ୍ତ ପ୍ରସ୍ତୁତି ସମାପ୍ତ କରିଛି।
ଏହି ଚାରୋଟି ରେକର୍ଡ ତିଆରି ସମୟରେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଟିମ୍ ଉପସ୍ଥିତ ରହିବେ। ସେମାନେ ଏହି ପ୍ରକ୍ରିୟାଗୁଡ଼ିକୁ ତଦାରଖ କରିବା ସହ ସଠିକ୍ ଭାବରେ ସମାପ୍ତ ହେବା ପରେ ରେକର୍ଡଗୁଡ଼ିକୁ ଚିହ୍ନଟ କରିବେ।
ପାକିସ୍ତାନରେ ପୁଣି ବୋମା ବିସ୍ଫୋରଣ, ୧୧ ମୃତ
ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନ ବଲୁଚିସ୍ତାନରେ ପୁଣି ବୋମା ବିସ୍ଫୋରଣ । କୋଇଲା ଖଣିକୁ କାମ କରିବାକୁ ଯାଉଥିବା ୧୧ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣ ହରନାଇ ଅଞ୍ଚଳରେ ହୋଇଛି । ବୋସ୍ଫୋରଣରେ ପ୍ରାଣ ହରାଇଥିବା ସମସ୍ତ ଶ୍ରମିକ ଅଟନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
ସୂଚନା ଅନୁଯାୟୀ, ଶ୍ରମିକମାନେ ପାକିସ୍ତାନର କ୍ୱେଟା ସହରର ହରନାଇରେ ବସ୍ ଯୋଗେ କୋଇଲା ଖଣିକୁ ଯାଉଥିଲେ। ଏହି ସମୟରେ, ରାସ୍ତା କଡ଼ରେ ଏକ ଆଇଇଡି ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି। ବିସ୍ଫୋରଣ କିଏ ଏବଂ କାହିଁକି କରିଛି ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।
୧୦୦ ଦିନ ଭିତରେ ପାକିସ୍ତାନରେ ଦ୍ବିତୀୟ ବୋମା ବିସ୍ଫୋରଣ । ନଭେମ୍ୱର ୯, ୨୦୨୪ ମସିହାରେ ପାକିସ୍ତାନ ବେଲୁଚିସ୍ତାନର କ୍ବେଟା ଷ୍ଟେସନ ବିସ୍ଫୋରଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣାରେ ୩୦ରୁ ଅଧିକ ଆହତ ହୋଇଥିଲେ । ବିସ୍ଫୋରଣ ପରେ ଷ୍ଟେସନରେ ଦୌଡଧାପଡ କରିଥିଲେ ଯାତ୍ରୀ ।
ପାକିସ୍ତାନରେ ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ ବୋମା ବିସ୍ଫୋରଣରେ IED ବ୍ୟବହାର କରାଯାଇଛି। ପାକିସ୍ତାନରେ IED ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ପ୍ରଶ୍ନ ଉଠିଛି।

