spot_img
Home Blog Page 1162

ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଗଲା କାର, ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ

କୋଣାର୍କ : ଭାରସ୍ୟାମ ହରାଇ ପୋଖରୀ ଭିତରକୁ ପଶିଗଲା କାର୍। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବର୍ତ୍ତିଗଲେ ଅନ୍ୟ ୨ ଯାତ୍ରୀ। କୋଣାର୍କ ନିମାପଡ଼ା ରାସ୍ତା ଜୁଣେଇ ଶଙ୍ଖଠାରେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। କୋଣାର୍କରୁ ନିମାପଡ଼ା ଅଭିମୁଖେ ଯାଉଥିବା ବେଳେ କାରଟି ଭାରସ୍ୟାମ ହରାଇ ପୋଖରୀ ଭିତରକୁ ଓଲଟି ପଡିଥିଲା।

ସ୍ଥାନୀୟ ଲୋକେ ଚମ୍ପାହାର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ହେଲେ କାର ଚାଳକ ନିମାପଡ଼ାର ସନ୍ଦୀପ ମହାପାତ୍ର ଓ ବାଲେଶ୍ୱର ଜଳେଶ୍ୱର ଅଞ୍ଚଳର ସନାତନ ସେନାପତି । ସମସ୍ତେ ବାଲେଶ୍ବର ଜଳେଶ୍ବର ଅଞ୍ଚଳରୁ ପୁରୀ କୋଣାର୍କ ବୁଲିବାକୁ ଆସିଥିଲେ। କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଗାଡ଼ିକୁ ଉଦ୍ଧାର କରିଛି।

ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନଙ୍କୁ ଛୁରାମାଡ

ମୁମ୍ୱାଇ : ବଲିଉଡ ଅଭିନେତା ସୈଫ ଅଲ୍ଲି ଖାନଙ୍କୁ ଛୁରାମାଡ । ରାତି ସାଢେ ୨ଟାରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଘରେ ଆକ୍ରମଣ । ଚୋରି ପାଇଁ ଆସି ଦୁର୍ବୃତ୍ତ ଛୁରାମାଡ କରିଥିବା ସୂଚନା ମିଳିଛି ।  ତାଙ୍କ ହାତ ଓ ପିଠିରେ ଆଘାତ ଲାଗିଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବାନ୍ଦ୍ରା ପୋଲିସର ତଦନ୍ତ ଜାରି । ସୈଫ ଏବେ ବିପଦ ମୁକ୍ତ ଥିବା ଡାକ୍ତରଙ୍କ ସୂଚନା ।

ଠକ ଯାେଡିଙ୍କର ଆଜି ହେବ ଜାମିନ ଶୁଣାଣି

ଭୁବନେଶ୍ୱର : ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି କେସରେ ଆଜି ହେବ ଜାମିନ ଶୁଣାଣି। ଗତ ୧୩ ତାରିଖ ଦିନ ଏହି କେସର ଜାମିନ ଶୁଣାଣି ଥିବାବେଳେ ପୋଲିସ କୋର୍ଟରେ କେସ ଡାଏରି ଦାଖଲ କରିନଥିଲା। ଯେଉଁଥିପାଇଁ ଘୁଞ୍ଚିଥିଲା ଜାମିନ ଶୁଣାଣି। ସେପଟେ ଖୁବଶୀଘ୍ର ଏହି 420 ବଣ୍ଟି ଔର ବବଲିଙ୍କର ବୟାନ ରେକର୍ଡ କରିବ ଆୟକର ବିଭାଗ। ଜାମିନ ନାମଞ୍ଜୁର ହେଲେ ଝାରପଡା ଜେଲରେ ହେବ ବୟାନ ରେକର୍ଡ। ଏ ନେଇ କୋର୍ଟ ନିକଟରେ ଆବେଦନ କରାଯାଇଛି।

କୋର୍ଟ ଅନୁମତି ଦେବା ପରେ ବିଭିନ୍ନ ପ୍ରସଙ୍ଗରେ ହେବ ବୟାନ ରେକର୍ଡ। ନିଜ ନିଜର ପକ୍ଷ ରଖିବାକୁ ସେମାନଙ୍କୁ ସୁଯୋଗ ଦେବ ଆୟକର ବିଭାଗ। ଏଥିପାଇଁ ଏକ ସ୍ପେଶାଲ ଟିମ ଗଠନ କରିଛି ଆୟକର ବିଭାଗ। କେସର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ କଟକ ଟିମ ଏହାର ତଦନ୍ତ ଭାର ନେବ। କାରଣ ଝାଡ଼ଖଣ୍ଡ ବୋକାରୋରେ ଠକେଇ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ଆଇଟି। ସେପଟେ ବ୍ରହ୍ମେଶ୍ୱର ପାଟଣାରେ ଏକ ଜମି ପୋଜେସନ କେସରେ ମଧ୍ୟ ହଂସିତା ଓରଫ ବିଷ୍ଣୁପ୍ରିୟା ଚାନ୍ଦଙ୍କ ସମ୍ପୃକ୍ତି ସାମ୍ନାକୁ ଆସିବା ପରେ ସ୍ପେଶାଲ କ୍ରାଇମ ୟୁନିଟ ମଧ୍ୟ ତଦନ୍ତକୁ ବ୍ୟାପକ କରିବା ସହ ଏକାଧିକ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରିଛି।

ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି

ନନ୍ଦିଘୋଷ ବ୍ୟୁରୋ: ପୁରୀ ଶ୍ରୀନଅରରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜଅଭିଷକ ନୀତି ଚାଲିଛି। ପରମ୍ପରା ଅନୁସାରେ ପୂଷ୍ୟା ନକ୍ଷେତ୍ର ତିଥିରେ ଗଜପତି ମହାରାଜ ସିଂହାସନ ଆରୋହଣ କରିବା ସହ ଅଭିଷେକ ନୀତି ଅନୁଷ୍ଠିତ ହେବ। ଗଜପତିଙ୍କ ପୂଷ୍ୟାଭିଷେକ ନୀତି ପାଇଁ ଶ୍ରୀନିଅରରେ ବିଶେଷ ନୀତି ଅନୁଷ୍ଠିତ ହେବ । ଅଭିଷକ ନୀତି ପୂର୍ବରୁ ଶ୍ରୀନଅରରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସୀ ପୂଜା ଏବଂ ରାମାଭିଷେକ ପଟିପୂଜା ଅନୁଷ୍ଠିତ ହୋଇଛି। ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ, ସୁଧାଂଶୁ ରାଜଗୁରୁ ଏହି କାର୍ଯ୍ୟ ସମ୍ପାଦନ କରିବେ। ପରେ ଗଜପତି ଏବଂ ମହାରାଣୀଙ୍କୁ ଅଭିମନ୍ତ୍ରିତ ଜଳରେ ଅଭିଷେକ କରାଯିବ । ବନ୍ଦାପନା କରାଯାଇ ଗଜପତିଙ୍କୁ ପଇତାଲାଗି ଏବଂ ମହାପ୍ରସାଦ ପ୍ରଦାନ କରାଯିବ। ସେହିପରି ଗଜପତି ତାଙ୍କର ପାରମ୍ପରିକ ବେଶରେ ଗାଦିକୁ ବିଜେ କରିବା ପରେ ଷୋଳ ଶାସନ ବ୍ରାହ୍ମଣ ଓ ପଣ୍ଡିତମାନେ ତାଙ୍କୁ ନଡ଼ିଆ ଏବଂ ପଇତା ପ୍ରଦାନ କରିବେ।

ବିଜୁଳି ସ୍ମାର୍ଟ ମିଟର ପ୍ରସଙ୍ଗରେ ଗର୍ଜିଲା ଆପ୍

ନନ୍ଦିଘୋଷ ବ୍ୟୁରୋ: ସ୍ମାର୍ଟ ମିଟର ଲଗାଇବା ଓ ୩ ଶହ ୟୁନିଟ ବିଜୁଳି ମାଗଣା ପ୍ରଦାନ ନେଇ ବିଜେପିକୁ ଜବାବ ମାଗିଛି ଆମ୍ ଆଦମୀ ପାର୍ଟି। ଦଳ ଅଭିଯୋଗ କରିଛି, ରାଜ୍ୟ ସରକାର ସ୍ମାର୍ଟ ମିଟର ଲଗେଇବା କଥା କହୁଛନ୍ତି। ଏଥିପାଇଁ ପ୍ରତି ମାସ ମିଟର ପିଛା ୫୭୬୦ ଟଙ୍କା ଦେବାକୁ ପଡ଼ିବ। ଜଣେ ଖାଉଟି ଯଦି କିଛି ଦିନ ତଳେ ୨୪୦୦ ଟଙ୍କା ଦେଇକି ମିଟର ଲଗେଇଥିବେ ସେମାନେ ପୁଣି କାହିଁକି ନୂଆ ମିଟର ଲଗେଇବେ। ସ୍ମାର୍ଟ୍ ମିଟର ପ୍ରିପେଡ ଭଳିଆ ଆଗେ ପଇସା ପକେଇବ ତାପରେ ବିଦ୍ୟୁତ ବ୍ୟବହାର କରିବେ। ଓଡ଼ିଶାର କେତେ ଲୋକଙ୍କ ପାଖରେ ସ୍ମାର୍ଟ ଫୋନ ଅଛି। ଏହି ବ୍ୟବସ୍ଥା ପାଇଁ ଆପ ମାଧ୍ୟମରେ ଜଣେ ଦେଖି ପାରିବେ ତାଙ୍କର କେତେ ବକେୟା ଟଙ୍କା ଅଛି। ସାଧାରଣ ଗରିବ ଖଟିଖିଆ ଲୋକଟେ ଏହି ବ୍ୟବସ୍ଥାରେ ହଇରାଣ ହେବ। ଯାହାର ଫୋନ ନାହିଁ ସେ ନେଟ କାଫେ ଉପରେ ନିର୍ଭର କରିବେ। ଏହି ସବୁ ବ୍ୟବସ୍ଥା କେବଳ ଲୋକଙ୍କୁ ଲୁଟ କରିବା ପାଇଁ। ରାଜ୍ଯ ସରକାର ଓ କମ୍ପାନୀ ର ମଧୁ ଚନ୍ଦ୍ରିକା ରେ ଓଡିଶା ବାସୀଙ୍କୁ ଲୁଟିବା ର ଯୋଜନା କରାଯାଇଛି । ଏହି ସ୍ମାର୍ଟ ମିଟର ବ୍ୟବସ୍ଥା ଦୁର୍ନୀତି ବ୍ୟତୀତ ଆଉ କିଛି ନୁହେଁ ବୋଲି ଅଭିଯୋଗ କରିଛି ଆପ୍ । ମାଗଣା ବିଜୁଳି ପ୍ରତିଶୃତିକୁ ନେଇ ମଧ୍ୟ ବର୍ଷିଛି ଦଳ।

ବିଏସକେୱାଇକୁ ବଦନାମ କରିବାକୁ ଚକ୍ରାନ୍ତ, ଆୟୁଷ୍ମାନ ଭାରତ ଲାଗୁ କରିବାକୁ ଯାଇ ଅପପ୍ରଚାର କରୁଛନ୍ତି ବିଜେପି ସରକାର

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ଯାଇ ବିଜେପି ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବିରୋଧରେ ଅପପ୍ରଚାରରେ ମାତିଛନ୍ତି । ସରକାର ବଦଳିବା ପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନାଁ ବଦଳିଯାଇଛି । ସମାନ୍ତରାଳ ଭାବେ ଆୟୁଷ୍ମାନ ଭାରତ ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ । ସ୍ବାସ୍ଥ୍ୟ ସେବାକୁ ଆହୁରି ଲୋକଭିମୁଖୀ କରାଯିବ ବୋଲି ଡବଲ ଇଂଜିନ ସରକାର ଦାବି କରୁଥିଲେ ବି ରାଜ୍ୟର ସବୁ ଶ୍ରେଣୀର ଲୋକ ଏବେ ବିଏସକେୱାଇକୁ ଝୁରି ହେଉଛନ୍ତି । ସମ୍ପୁର୍ଣ୍ଣ ଭାବେ ଆସ୍ୟୁରାନ୍ସ ଭିତ୍ତିକ ନବୀନ ପଟ୍ଟନାୟକଙ୍କ ଏହି ଫ୍ଲାଗସିପ୍ ଯୋଜନା ଲୋକଙ୍କ ପାଇଁ ବରଦାନ ସାଜିଥିଲା ।

ନବୀନ ପଟ୍ଟନାୟକ ଆରମ୍ଭ କରିଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣକୁ ଝୁରୁଛନ୍ତି ଓଡିଶାବାସୀ । ଆୟୁଷ୍ମାନ ଭାରତ ଲାଗୁ କରିବାକୁ ଯାଇଁ ବିଏସକେୱାଇକୁ ବଦନାମ କରାଯିବାକୁ ଚାଲିଛି ଚକ୍ରାନ୍ତ । ସାଧାରଣ ଲୋକଙ୍କ ମତ ବିଏସକେୱାଇର ସ୍ଥାନ ନେଇପାରିବନି ଆୟୁଷ୍ମାନ ଭାରତ । ସରକାର ବଦଳିବା ପରେ ବଦଳିଯାଇଛି ରାଜ୍ୟ ବିଜେପି ନେତାଙ୍କ ଆଭିମୁଖ୍ୟ । ସାଧାରଣ ଲୋକଙ୍କ କଲ୍ୟାଣ ଅପେକ୍ଷା କାଦୁଅଫିଙ୍ଗା ରାଜନୀତିରେ ମାତିଛନ୍ତି ନେତା ।

ଗରିବ ଗୁରୁବା ଲୋକଙ୍କୁ ସମ୍ପୁର୍ଣ୍ଣ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ନବୀନ ପଟ୍ଟନାୟକ ଆରମ୍ଭ କରିଥିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ବିଏସକେୱାଇ ଲୋକଙ୍କ ପାଇଁ ସାଜିଥିଲା ବରଦାନ । ରାଜ୍ୟର ପ୍ରାୟ ୯୭ ଲକ୍ଷ ପରିବାର ଏହି ସୁବିଧା ପାଉଥିବା ବେଳେ ରାଜ୍ୟ ସରକାର ସରକାରୀ ହସ୍ପିଟାଲରେ ସମ୍ପୁର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇଦେଉଥିଲେ । ଏହାଭିନ୍ନ ସରକାରୀ ସ୍ବୀକୃତିପ୍ରାପ୍ତ ରାଜ୍ୟ ଓ ରାଜ୍ୟ ବାହାରର ଘରୋଇ ହସ୍ପିଟାଲରେ ଚିକିତ୍ସା ବାବଦରେ ସରକାର ମାସକୁ ୧୬୫ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ । ୮୫୩୦ ସରକାରୀ ଓ ୯୭୯ ଘରୋଇ ହସ୍ପିଟାଲରେ ରାଜ୍ୟର ପ୍ରାୟ ୯୦ ପ୍ରତିଶତ ଲୋକ ସମ୍ପୁର୍ଣ୍ଣ ମାଗଣା ଚିକିତ୍ସା ପାଉଛନ୍ତି । ୨୦୧୯ ଫେବୃଆରୀ ୧ ତାରିଖରେ ଯୋଜନା ଆରମ୍ଭ ହୋଇଥିବା ବେଳେ ୨୦୨୪ ଜୁନ ସୁଦ୍ଧା ରାଜ୍ୟ ସରକାର ୬୫୮୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ଯୋଜନା ଲାଗୁ ହେବା ଦିନରୁ ଗାଁ ଗହଳିର ଗରିବ ଗୁରୁବାଙ୍କୁ ଚିକିତ୍ସା ପାଇଁ ଆଉ ଜମି କି ସୁନା ବନ୍ଧକ ରଖିବାକୁ ପଡୁନଥିଲା ।

ଆପୋଲୋ, ଟାଟା ମେମୋରିଆଲ ଭଳି ଦେଶର ପ୍ରତିଷ୍ଠିତ ଘରୋଇ ଡାକ୍ତରଖାନାରୁ ମଧ୍ୟ ଲୋକେ ମାଗଣା ଚିକିତ୍ସା ସୁବିଧା ପାଉଥିଲେ । ଗୋଟିଏ ବିଏସକେୱାଇ କାର୍ଡରେ ସବୁ ଚିକିତ୍ସା ହେଉଥିଲା ଆଉ ରୋଗୀଙ୍କୁ ବାରଦୁଆର ବୁଲିବାକୁ ପଡୁନଥିଲା । ବହୁ ଜଟିଳ ଓ ଦୁରାରୋଗରୁ ମଧ୍ୟ ଲୋକେ ସୁସ୍ଥ ହୋଇଛନ୍ତି । ଏହି ଯୋଜନାରେ ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ  ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳୁଥିଲା । ବିଏସକେୱାଇ ଆସ୍ୟୁରାନ୍ସ ଭିତ୍ତିକ ହୋଇଥିବା ବେଳେ ଆୟୁଷ୍ମାନ ଭାରତ ଇନସ୍ୟୁରାନ୍ସ ଭିତ୍ତିକ । ତେଣୁ ଏହି ଯୋଜନା କାର୍ଯ୍ୟକାରୀ ହେଲେ ଲୋକେ କି ସୁବିଧା ପାଇବେ ସେନେଇ ସନ୍ଦିହାନ ଅଛନ୍ତି । ଏଥିସହ ବିଏସକେୱାଇର ମୋଡାଲିଟି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ବିଜ୍ଞପ୍ତି ପ୍ରକାଶ ପାଉନଥିବାରୁ ଲୋକେ ଆହୁରି ଦ୍ବନ୍ଦ୍ବରେ ଅଛନ୍ତି ।

ସେହିଭଳି ରାଜ୍ୟର ଡବଲ ଇଂଜିନ ସରକାର ଆୟୁଷ୍ମାନ ଭାରତ ଲାଗୁ କରିବାକୁ ରାଜନୈତିକ ଉଦ୍ଦେଶ୍ୟରେ ବିଏସକେୱାଇ ବିରୋଧରେ ରାଜନୈତିକ ବୟାନବାଜି କରୁଛନ୍ତି । ସାଧାରଣ ଲୋକଙ୍କ ପାଇଁ ବରଦାନ ସାଜିଥିବା ଏହି ଯୋଜନାର ଏବେ ନାଁ ବଦଳାଯାଇଛି । ଆୟୁଷ୍ମାନ ଭାରତ ସହ ସମାନ୍ତରାଳ ଭାବେ ବିଏସକେୱାଇ କାର୍ଯ୍ୟକାରୀ କରିବାକୁ ଦାବି ହେଉଛି ।

ଆୟୁଷ୍ମାନ ଭାରତ ଲାଗୁ ହେଲେ କିଛି ଲୋକଙ୍କ କାର୍ଡ କଟିଯିବାର ଭୟ ରହିଛି । ତେଣୁ ସାଧାରଣରେ ଏହାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି । ହସ୍ପିଟାଲକୁ ଗଲେ ପୂରୁଣା କାର୍ଡ ଆଉ କାମ କରିବ କି ନାହିଁ ବୋଲି ମଧ୍ୟ ଲୋକଙ୍କ ମଧ୍ୟରେ ଆଶଙ୍କା ରହିଛି । ନିର୍ବାଚନ ପୂର୍ବରୁ ବିଜେପି ନେତାମାନେ ସରକାରକୁ ଆସିଲେ ବିଏସକେୱାଇ ବନ୍ଦ କରିବାକୁ ପ୍ରଚାର କରୁଥିଲେ । ଏବେ କିନ୍ତୁ ଯୋଜନାକୁ ବନ୍ଦ କରିବା ପରିବର୍ତ୍ତେ ନାଁ ବଦଳାଇ ନିଜେ ବାହାବା ନେବାକୁ ଉଦ୍ୟମ କରୁଛନ୍ତି ।

ଫିଲ୍ମରେ କାହିଁକି ସାର୍ଟ ଖୋଲନ୍ତି ସଲମାନ ? ରିତେଶଙ୍କ ପ୍ରଶ୍ନର ଏମିତି ମଜାଳିଆ ଉତ୍ତର ଦେଲେ ଭାଇଜାନ

ନନ୍ଦିଘୋଷ ବ୍ୟୁରୋ: ଯଦି ସଲମାନ ଖାନଙ୍କ ଫିଲ୍ମ ଦେଖୁଥିବେ ତାହେଲେ ଗୋଟେ ଜିନିଷ ଲକ୍ଷ୍ୟ କରିଥିବେ ନିଶ୍ଚୟ  । ପ୍ରାୟ ଫିଲ୍ମରେ ନିଜର ସାର୍ଟ ଖୋଲି ନିଜର ବଡି ଦେଖାଇବାର ଏକ ସିନ ଥିବ । ତେବେ ସଲମାନ କାହିଁକି ଏମିତି ସିନ୍ ରଖନ୍ତି । ଯାହାକୁ ନେଇ ରିତେଶ ଦେଶମୁଖ ଏନେଇ ସଲମାନଙ୍କୁ ଏକ ପ୍ରଶ୍ନ କରିଥିଲେ । ଆଉ ଏହି ପ୍ରଶ୍ନର ଉତ୍ତର ରଖିଥିଲେ ସଲମାନ । ବେଶ ମଜାଳିଆ ଢ଼ଙ୍ଗରେ ଉତ୍ତର ଦେଇଥିଲେ ସଲମାନ । ଆଇଫା ୨୦୨୪ ଆଓ୍ବାର୍ଡ କାର୍ଯ୍ୟକ୍ରମରେ ସଲମାନ ଯୋଗ ଦେଇଥିଲେ । ଏହି ଅବସରରେ ରିତେଶ ଦେଶମୁଖ ଏବଂ ମନୀଷ ପାଲ ଆଙ୍କରିଂ କରିଥିଲେ । ମନୀଷ ସଲମାନଙ୍କ ବାସ୍ତବରେ ସାର୍ଟ ଖୋଲିବା ପ୍ରଶ୍ନ କରିଥିଲେ । ଆଉ ସଲମାନ କହିଥିଲେ କି, ତୁମେ ଦାମୀ ଗାଡ଼ି ଆଣିଲେ ତାକୁ ଘୋଡ଼େଇ ରଖୁଛ କି ନାହିଁ ? ଉତ୍ତରରେ ମନୀଷ ହଁ କରିଥିଲେ ସଲମାନ କହିଥିଲେ କି, ତୁମେ କାହିଁକି ଏହାକୁ ଘୋଡ଼ାଇ ରଖୁଛ ଏହାର ଉତ୍ତରେ ସେ କହିଥିଲେ କି , ଆମେ ଏତେ ଟଙ୍କା ଦେଇ କିଣିଥିବାରୁ ଦାୟିତ୍ବରେ ରଖିଥାଉ ଆଉ ବାହାରକୁ ଯିବା ସମୟରେ କଫଡ଼ା ଉଠାଇ ଥାଉ । ଏହାପରେ ସଲମାନ ହସି କହିଥିଲେ କି, ମୁଁ ମଧ୍ୟ ମୋ ବଡ଼ିକୁ ଟଙ୍କା ଖର୍ଚ୍ଚ କରି ବନାଇଛି । ଆଉ ଦରକାର ସମୟରେ ଦେଖାଉଛି ।

ଚିତ୍ରକଳା ମାଧ୍ୟମରେ ମାଂଜାସୂତା ବ୍ୟବହାର ନ କରିବାକୁ ଆହ୍ଵାନ

ନନ୍ଦିଘୋଷ ବ୍ୟୁରୋ: ମକର ଗୁଡି ଉଡା ପରମ୍ପରା କଟକ ସହରର ବହୁ ପୁରାତନ ପରମ୍ପରା। ତେବେ କିଛି ବର୍ଷ ହେବ ଗୁଡି ଉଡା ରେ ମଞ୍ଜା ସୂତା ର ବ୍ୟବହାର ଘାତକ ସାଜିଲାଣି। ଏହାକୁ ରୋକିବା ପାଇଁ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି କିଛି ସଂଗଠନ ଓ ସ୍ବେଛାସେବୀ। ମକର ସଂକ୍ରାନ୍ତିରେ କୁନି କୁନି ପିଲାଙ୍କୁ ନେଇ ଗୁଡି ଉଡା ଉପରେ ଏକ ପେଣ୍ଟିଂ ଆୟୋଜନ କରି ସେମାନେ ନିରାପଦ ଗୁଡି ଉଡା ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସନ୍ଦେଶ ଦେଉଛନ୍ତି।

କଟକ ସହରର ଗୁଡି ଉଡା ପରମ୍ପରା ବେଶ ପୁରୁଣା। କାହିଁ କେଉଁ କାଳରୁ ସହରର ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଜାନୁୟାରୀ ମାସ ଯାକ ଗୁଡି ଉଡାରେ ମାତିଥାନ୍ତି। ତେବେ କିଛି ବର୍ଷ ହେବ ଗୁଡି ଉଡାରେ ଲାଇଲନ୍ ସୂତା ର ବ୍ୟବହାର ଘାତକ ସାବ୍ୟସ୍ତ ହେବା ସହ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏପରି ପରିସ୍ଥିତିରେ କଟକର କିଛି ସଂଗଠନ ଏବେ ଗୁଡି ଉଡା ନେଇ ସକରାତ୍ମକ ସଚେତନତା ସୃଷ୍ଚି ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଓଡିଶା ଚିତ୍ରକଳା ଏକାଡେମୀର ସଦସ୍ୟ ମାନେ କଟକ ବେଲଭ୍ୟୁଠାରେ ଗୁଡିରେ ଗୁଡି, ଯାଆତୁ ଉଡି ନାମରେ ଏକ ସୁନ୍ଦର ଗୁଡି ଉଡା ପେଣ୍ଟିଂ ପ୍ରଦର୍ଶନୀର ଆୟୋଜନ କରିଛନ୍ତି। ପିଲାମାନେ ଏଥିରେ ତୁଳି ଓ ରଙ୍ଗ ସାହାଯ୍ୟରେ ନିରାପଦ ଗୁଡି ଉଡା ନେଇ ଅନେକ ସୁନ୍ଦର ସୁନ୍ଦର ପେଣ୍ଟିଂ ସବୁ କରିଥିଲେ।

ସେହିପରି ସହରର ସୂତାହାଟ ତନ୍ତିସାହୀର ଯୁବକମାନେ ପୋଙ୍ଗଲ ଅବସରରେ ସାହି ର ରାସ୍ତା ଉପରେ ସୂତା ଟାଙ୍ଗି ସେଥିରେ ସୁନ୍ଦର ସୁନ୍ଦର ଗୁଡି ସବୁ ସଜାଉଛନ୍ତି। ପୁରା ସାହି ସାରା ଏପରି ଗୁଡି ସଜେଇ ସେମାନେ କଟକ ର ଗୁଡି ଉଡା ପରମ୍ପରାକୁ ବଞ୍ଚାଇ ରଖିବାକୁ ସୁନ୍ଦର ବାର୍ତ୍ତା ଦେଉଛନ୍ତି।

୨ ଅଙ୍ଗନାବାଡି କେନ୍ଦ୍ରର ନାହିଁ ନିଜସ୍ଵ କୋଠା, ହୋଇପାରୁନି ପିଲାଙ୍କ ପାଠପଢା

ନନ୍ଦିଘୋଷ ବ୍ୟୁରୋ: ଶିଶୁ ମାନଙ୍କର ବିକାଶ ପାଇଁ ଅଙ୍ଗନବାଡି କେନ୍ଦ୍ର ଖୋଲାଯାଇଛି । ସରକାର ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ବ୍ରାହ୍ମଣୀ ଗାଁରେ ଥିବା ୨ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ଵ କୋଠା ନାହିଁ । ଫଳରେ କୁନି କୁନି ପିଲାମାନଙ୍କ ପାଠପଢାରେ ବ୍ଯାଘାତ ସୃଷ୍ଟି ହେଉଛି। ୧୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଅଙ୍ଗନବାଡି କୋଠା ନିର୍ମାଣ ଚାଲିଥିଲେ ବି ତାହା ୨ ବର୍ଷ ହେଲା ଅଧପନ୍ତରିଆ ଭାବେ ପଡିରହିଛି ।

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଂଚାୟତର ବ୍ରାହ୍ମଣୀ ଗାଁ । ଗାଁରେ କୋମଳ ମତି ଶିଶୁ ମାନଙ୍କର ବିକାଶ ପାଇଁ ୨ଟି ଅଙ୍ଗନବାଡି କେନ୍ଦ୍ର ରହିଛି । ହେଲେ ପରିତାପର ବିଷୟ ୨ଟି  ଅଙ୍ଗନବାଡି କେନ୍ଦ୍ରର ନିଜସ୍ଵ କୋଠା ନାହିଁ । ସ୍ଥାନୀୟ ଲୋକେ ସ୍କୁଲକୁ ଅନୁରୋଧ କରିବାରୁ ଏକ ଛୋଟିଆ ଶ୍ରେଣୀ ଗୃହ ମିଳିଛି । ହେଲେ ସେ କୋଠରୀରେ ମାଆ ମାନଙ୍କ ଟୀକାକରଣ ହେଉଛି । ଫଳରେ କୁନି କୁନି ପିଲାମାନଙ୍କ ପାଠପଢାରେ ବ୍ଯାଘାତ ସୃଷ୍ଟି ହେଉଛି । ଏନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଧ୍ୟାନ ଦେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏପଟେ ୧୪ ଲକ୍ଷ ଟଙ୍କା ବ୍ଯୟ ଅଟକଳରେ ୨ଟି ଅଙ୍ଗନବାଡି କେନ୍ଦ୍ର କୋଠା ନିର୍ମାଣ ଚାଲିଛି । ଯାହାକି ଦୀର୍ଘ ୨ ବର୍ଷ ପରେ ମଧ୍ଯ ସଂପୂର୍ଣ୍ଣ ହୋଇପାରୁନାହିଁ । ଫଳରେ ଛୋଟ ପିଲାମାନେ ଅସୁରକ୍ଷିତ ଅବସ୍ଥାରେ ବସି ପାଠ ପଢୁଛନ୍ତି । ଏନେଇ ଗ୍ରାମବାସୀ ଅନେକ ଥର ବିଡିଓ , ବିଧାୟକଙ୍କୁ ଜଣାଇଥିଲେ ମଧ୍ଯ ସୁଫଳ ମିଳିପାରିନାହିଁ  । ଏଠି ପ୍ରଶ୍ନ ଉଠୁଛି ଅଙ୍ଗନୱାଡି କୋଠା ସମ୍ପୂର୍ଣ୍ଣ ନହେବାର କାରଣ କଣ ? ବିଭାଗୀୟ ଅଧିକାରୀଙ୍କ ନଜରରେ ଅଛି ନା ନାହିଁ । ସେପଟେ ଅର୍ଦ୍ଧନିର୍ମତ ଅଙ୍ଗନୱାଡି କେନ୍ଦ୍ରକୁ ଖୁବଶୀଘ୍ର ସମ୍ପୂର୍ଣ୍ଣ କରି ଦେବାକୁ ପ୍ରତିଶୃତି ଦେଇଛନ୍ତି ମୁରିବାହାଲ ସିଡିପିଓ । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ କେତେ ଶୀଘ୍ର ଏହି ଦାବି ପୂରଣ କରିବାକୁ ସମର୍ଥ ହେଉଛନ୍ତି ଏବଂ କୋମଳ ମତି ଶିଶୁ ମାନେ ଅଙ୍ଗନୱାଡି କେନ୍ଦ୍ରରେ ପାଠ ପଢୁଛନ୍ତି ।

ତୁଟିଲା ବିବାଦ, ସ୍ଵାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି

ନନ୍ଦିଘୋଷ ବ୍ୟୁରୋ: ତୁଟିଲା ବିବାଦ, ସ୍ଵାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି। ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା। ମହାପ୍ରଭୁଙ୍କ ନୀତିକାନ୍ତିରେ ସମସ୍ତେ ସହଯୋଗ କରିବେ। ନୀତିକାନ୍ତିର ମନିଟର କରାଯିବ, ବିବାଦର ତଦନ୍ତ କରାଯିବ। ୨୪ ଘଣ୍ଟା ମଧ୍ଯରେ ADM ତଦନ୍ତ କରି ରିପୋର୍ଟ ଦେବେ। ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ଯାନୁଷ୍ଠାନ ନିଆଯିବ। ସେହିପରି ଯେଉଁମାନେ ବିଶୃଙ୍ଖଳା କିରଥିଲେ ସେମାନଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନିଆଯିବ। ସେକ୍ସନ ୩୨ ଅନୁସାରେ ଟ୍ରଷ୍ଟ ବୋର୍ଡ ନେଇପାରିବ କାର୍ଯ୍ୟାନୁଷ୍ଠାନ। ସୋ କଜ୍ ନୋଟି ଜାରି କରାଯିବା ସହ ସେବା ପୂଜାରୁ ନିବୃତ୍ତ କରାଯିବ। ଦରକାର ପଡିଲେ ସେକ୍ସନ ୬୮ ନିୟମ ଅନୁସାରେ ସେବା ପୂଜା ପାଇଁ ଦିଆଯାଇଥିବା ଜମିକୁ ଫେରାଇ ଅଣାଯିବ। ଆଗକୁ ଏଭଳି ସମସ୍ୟା ଯେପରି ଆଉ ନଉପୁଯିବ, ସେଥିପାଇଁ ଲିଙ୍ଗରାଜଙ୍କ ନୀତିକାନ୍ତିକୁ ସଠିକ ଭାବେ ତର୍ଜମା କରିବା ପାଇଁ ମନ୍ଦିର ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି। ମନ୍ଦିରର ଯାହା ରେକର୍ଡ ଅଫ ରାଇଟ୍ସ ଅଛି, ସେହି ଆଧାରରେ ସମସ୍ତ ନୀତିକାନ୍ତି କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବୈଠକରେ ସମସ୍ତ ନିଯୋଗର କର୍ମକର୍ତ୍ତା ସାମିଲ ହୋଇଥିଲେ।