spot_img
Home Blog Page 1185

ଦିଲ୍ଲୀର ସବୁଠାରୁ ଧନୀ ବିଧାୟକ କିନ୍ତୁ ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ୍ , ଜାଣନ୍ତୁ କିଏ ?

ନନ୍ଦିଘୋଷ ବ୍ୟୁରୋ: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି  । ଯେଉଁଥିରେ ଆମ୍ ଆଦମୀ ପାର୍ଟିର ସରକାରଙ୍କୁ ବ୍ୟାପକ ପରାଜୟର ସାମ୍ନା କରିବାକୁ ପଡିଛି । ବହୁମତ ହାସିଲ୍ କରି ବିଜେପି ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିକୁ କ୍ଷମତାରୁ ବାହାର କରିଦେଇଛି । ତେବେ ଏହି ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ବାଲ୍ , ମନୀଷ ସିସୋଦିଆ, ଅବଧ ଓଝାଙ୍କ ସମେତ ଅନେକ ବଡ ବଡ ନେତା ନିର୍ବାଚନ ହାରିଯାଇଛନ୍ତି  । କିନ୍ତୁ ଆପଣ ଜାଣନ୍ତି କି ଦିଲ୍ଲୀର ସବୁଠାରୁ ଧନୀ ବିଧାୟକ କିଏ ?

ଦିଲ୍ଲୀର ସବୁଠାରୁ ଧନୀ ବିଧାୟକ କିଏ ?

ଦିଲ୍ଲୀ ବିଧାନସଭା ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ନାମାଙ୍କନ ସମୟରେ , ପ୍ରାର୍ଥୀମାନେ ତାଙ୍କ ସମ୍ପତ୍ତି ତାଲିକା ପ୍ରକାଶ କରିଥିଲେ  । ଯେଉଁଥିରୁ ଜଣାପଡିଛି ଯେ , ବିଜେପିର କର୍ଣ୍ଣେଲ୍ ସିଂହ ଦିଲ୍ଲୀର ସବୁଠାରୁ ଧନୀ ବିଧାୟକ  । ଆମେରିକାରେ ତାଙ୍କର ୪ଟି ଘର ରହିଛି  । ତାହା ଛଡା ତାଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କାର ସୁନାଗହଣା ମଧ୍ୟ ରହିଛି  । ତାଙ୍କର ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ୍ ଅଟେ  ।

ଏତିକି ଭୋଟରେ ଜିତିଛନ୍ତି କର୍ଣ୍ଣେଲ୍ ସିଂହ

ଆପର ସତ୍ୟେନ୍ଦ୍ର ଜୈନଙ୍କ ଠାରୁ ବିଜେପିର କର୍ଣ୍ଣେଲ୍ ସିଂହ ୧୮୮୬୩ ଭୋଟରେ ଜିତିଛନ୍ତି  । ସେ ଶାକୁର ବସ୍ତି ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢୁଥିଲେ  ।

ନିର୍ବାଚନୀ ଶପଥପତ୍ର ଅନୁଯାୟୀ ବିଜେପି ପ୍ରାର୍ଥୀ କର୍ଣ୍ଣେଲ୍ ସିଂହ ୨୫୯.୬୭ କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରିଛନ୍ତି  । ତାଙ୍କ ପାଖରେ ନଗଦ ୧.୩୨ ଲକ୍ଷ ଟଙ୍କା ଅଛି  । ବ୍ୟାଙ୍କ୍ ଆକାଉଣ୍ଟରେ ୨୭.୫୯ ଲକ୍ଷ ଟଙ୍କା ଜମା ରହିଛି  । ଏବଂ ୨୫ ଲକ୍ଷ ଟଙ୍କାର ଜୀବନ ବୀମା ରହିଛି ।  ସୁନା ଏବଂ ହୀରା ଅଳଙ୍କାରର ମୂଲ୍ୟ  ୩୮.୪୫ ଲକ୍ଷ ଟଙ୍କା ରହିଛି  । କର୍ଣ୍ଣେଲ୍ ସିଂହଙ୍କର ୨୫୮ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ମଧ୍ୟ ରହିଛି  । ହରିୟାଣାରେ ୬୦ କୋଟି ଟଙ୍କାର ଏକ ଫାର୍ମ ହାଉସ୍ ଅଛି  । ଏହା ଛଡା ସୋନିପତରେ ତାଙ୍କର ୫୫ଲକ୍ଷ ଟଙ୍କାର ଏକ ଦୋକାନ ଅଛି  । ଆମେରିକାର ଓ୍ବାଶିଂଟନ୍ ଏବଂ କାର୍ଲିଫର୍ଣ୍ଣିଆରୁ ହରିୟାଣାର ସୋନିପତ୍ ପର୍ଯ୍ୟନ୍ତ ତାଙ୍କର ୧୯୮ କୋଟି ଟଙ୍କାର ଘର ଅଛି  । ଯେଉଁଥିରୁ ଆମେରିକାରେ କେବଳ ୪ଟି ଘର ଅଛି  ।

 

ଏମଜିଏମ ଟି ୨୦ ଚାମ୍ପିୟନସିପ୍ ୨୦୨୫ ଅନୁଷ୍ଠିତ

0

ନନ୍ଦିଘୋଷ ବ୍ୟୁରୋ: କଟକ ଜିଲ୍ଲା ଆଠଗଡ କପୁରସିଂ ସ୍ଥିତ “ଏମ୍ ଜି ଏମ୍ ସ୍କୁଲ ଅଫ ସ୍ପୋର୍ଟସ ” ଠାରେ ଏମଜିଏମ ଟି ୨୦ ଚାମ୍ପିୟନସିପ୍ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଅନ୍ତର୍ଜାତୀୟ କ୍ରିକେଟର ରବି ଶାସ୍ତ୍ରୀ, ଭେଙ୍କଟରାଜୁ, ଦେବାଶିଷ ମହାନ୍ତିଙ୍କ ସହ ପଙ୍କଜ ଲୋଚନ ମହାନ୍ତି ପ୍ରମୁଖ ଯୋଗ ଦେଇ ଏହି ମ୍ୟାଚର ଶୁଭ ଉଦଘାଟନ କରିଥିଲେ । ଏମଜିଏମ ସ୍କୁଲରେ ପହଞ୍ଚି ସ୍କୁଲ ପରିସର ବୁଲି ଦେଖିବା ସହ ଖେଳାଳି ମାନଙ୍କ ପାଇଁ ହୋଇଥିବା ଭିତ୍ତିଭୂମିକୁ ପ୍ରଶଂସା କରିଥିଲେ । ଏହି ଠାରୁ ପ୍ରଶିକ୍ଷଣ ନେଇ ଆଗାମୀ ଦିନରେ ବହୁ ଖେଳାଳି ଅନ୍ତର୍ଜାତୀୟ ସ୍ତରକୁ ମନୋନୀତ ହୋଇପାରିବେ ବୋଲି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।

ମୋଦିଙ୍କୁ କହିଥିଲେ ଏମିତି, ପରାଜୟ ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି କେଜ୍ରିଓ୍ବାଲଙ୍କ ଭିଡିଓ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ଆପର ଶୋଚନୀୟ ପରାଜୟ ପରେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି । କେଜ୍ରିଓ୍ବାଲ ଏହି ଭିଡିଓରେ କହିଛନ୍ତି କି, ଆପକୁ ହରାଇବା ପାଇଁ ବିଜେପି ବହୁ ଯୋଜନା କରିଛି । କିନ୍ତୁ ଦିଲ୍ଲୀରେ ଏଇ ଜନ୍ମରେ ମୋଦି କେବେ ଆପକୁ ହରାଇ ପାରିବେ ନାହିଁ । ଜେଲରେ ଥାଇ ମଧ୍ୟ ଆପ ଜିତିବ । ଯାହାର ଭିଡିଓଟି ସୋସିଆଲ ମିଡିଆରେ ମିଡିଆରେ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ଏହାକୁ ସେୟାର କରୁଛନ୍ତି । ଏବଂ କିଛି ୟୁଜର୍ସ ଅଜବ ଅଜବ କମେଣ୍ଟମାନ ମଧ୍ୟ ଦେଉଥିବା ଦେଖିବାକୁ ମିଳୁଛି । ଜଣେ ୟୁଜର୍ସ ଲେଖିଛନ୍ତି କି, ରାବଣର ଗର୍ବ ମଧ୍ୟ ଭାଙ୍ଗି ଯାଇଥିଲା । ଆଉ ଆଜି କେଜ୍ରିଓ୍ବାଲଙ୍କ କ୍ଷେତ୍ରରେ ମଧ୍ୟ ତାହା ଦେଖିବାକୁ ମିଳିଛି । ତେବେ ଏହି ଭିଡିଓରେ କେଜ୍ରିଓ୍ବାଲ କହିଥିଲେ କି, ଯଦି ଆମେ ଦୁର୍ନିତୀ ଗ୍ରସ୍ତ ବୋଲି ଭାବୁଛନ୍ତି ତାହେଲେ ଆମକୁ ଭୋଟ ଦିଅନ୍ତୁ ନାହିଁ । ଏହାକୁ ନେଇ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରୁଛନ୍ତି ।

https://www.instagram.com/arvindkejriwal/?utm_source=ig_embed&ig_rid=ca7577c5-6d38-4f48-a045-af10ac4f3c5f

ଦିଲ୍ଲୀ ନିର୍ବାଚନରେ ପରାଜୟ ପରେ କଣ କହିଲେ ଅରବିନ୍ଦ କେଜ୍ରିଓ୍ବାଲ୍ ,ଜାଣନ୍ତୁ

ନନ୍ଦିଘୋଷ ବ୍ୟୁରୋ:  ଦିଲ୍ଲୀ ନିର୍ବାଚନରେ ଆପର ଶୋଚନୀୟ ପରାଜୟ ପରେ ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ୍ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ , ଆମେ ଲୋକଙ୍କ ନିଷ୍ପତ୍ତିକୁ ଗ୍ରହଣ କରୁଛୁ । ଏହି ବିଜୟ ପାଇଁ ବିଜେପିକୁ ଅଭିନନ୍ଦନ । ଆମେ ଲୋକଙ୍କ ସୁଖ ଦୁଖରେ ସାହାର୍ଯ୍ୟ କରିବୁ । କେଜ୍ରିଓ୍ବାଲ୍ ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ , ଦିଲ୍ଲୀ ନିର୍ବାଚନର ଫଳାଫଳ ଆସିଛି । ଲୋକଙ୍କ ନିଷ୍ପତ୍ତି ଯାହା ହେଉ, ଆମେ ତାକୁ ନମ୍ରତାର ସହ ଗ୍ରହଣ କରୁଛୁ । ଦିଲ୍ଲୀ ବାସୀଙ୍କ ନିଷ୍ପତ୍ତି ଆମର ଶିରୋଧାର୍ଯ୍ୟ  । ବିଜେପିକୁ ଜିତିବା ପାଇଁ ଅଭିନନ୍ଦନ । ମୁଁ ଆଶା କରୁଛି ଯେ, ଯେଉଁ ଆଶାର ସହ ଦିଲ୍ଲୀବାସୀ ବିଜେପିକୁ ଭୋଟ୍ ଦେଇଛନ୍ତି ସେମାନେ ସେହି ଆଶା ପୂରଣ କରିବେ  । ସେ କହିଥିଲେ ଯେ , ଗତ ଦଶବର୍ଷ ମଧ୍ୟରେ ଜନସାଧାରଣ ଆମକୁ ଦେଇଥିବା ସୁଯୋଗରେ ଆମେ ବହୁତ କାମ କରିଛୁ  । ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ ଏବଂ ପାଣି କ୍ଷେତ୍ରରେ ବହୁତ କାମ ହୋଇଛି। ଆମେ ବିଭିନ୍ନ ଉପାୟରେ ଲୋକମାନଙ୍କୁ ଆଶ୍ୱସ୍ତି ଦେବାକୁ ଚେଷ୍ଟା କରିଛୁ। ଦିଲ୍ଲୀର ଭିତ୍ତିଭୂମିକୁ ମଧ୍ୟ ସୁଦୃଢ କରିବାକୁ ଚେଷ୍ଟା କରିଛୁ  ।

କେଜ୍ରିଓ୍ବାଲ ଏହା ମଧ୍ୟ କହିଛନ୍ତି ଯେ ଆମେ ଲୋକଙ୍କ ସୁଖ ଦୁଖରେ କାମରେ ଆସିବୁ । କାରଣ ଆମେ ରାଜନୀତି କ୍ଷମତାରେ ରହିବୁ ବୋଲି କରିନଥିଲୁ । ଆମେ ରାଜନୀତିକୁ ଏକ ମାଧ୍ୟମ ବୋଲି ଭାବୁ ଯାହା ଦ୍ବାରା ଆମେ ଲୋକଙ୍କ ସେବା କରିପାରିବୁ । ଆମେ କେବଳ ଦୃଢ ବିରୋଧୀ ଦଳର ଭୂମିକା ଗ୍ରହଣ କରିବୁ ନାହିଁ ବରଂ ସମାଜସେବା ମଧ୍ୟ ଜାରି ରଖିବୁ  । ଆମେ ସୁଖ ଦୁଖରେ ଏହିପରି ଭାବେ ଲୋକଙ୍କୁ ସାହାର୍ଯ୍ୟ କରିବୁ । ସେ ଏହା ମଧ୍ୟ କହିଛନ୍ତି ଯେ, ମୁଁ ଆମ୍ ଆଦମୀ ପାର୍ଟିର ସବୁ କାର୍ଯ୍ୟକର୍ତ୍ତାଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି  । ଆମର କର୍ମୀମାନେ ବହୁତ କଠିନ ପରିଶ୍ରମ କରିଥିଲେ। ଏହି ସମୟ ମଧ୍ୟରେ ସେ ବହୁତ ସହ୍ୟ କରିଥିଲେ କିନ୍ତୁ ଏହି ନିର୍ବାଚନ ସମୟରେ ସେ ଚମତ୍କାର ଭାବରେ ନିର୍ବାଚନ ଲଢ଼ିଥିଲେ। ଏଥିପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ।

ହମ୍ ଆପକେ ହେ କୈନ୍ ଫିଲ୍ମରେ ମାଧୁରୀଙ୍କ ସ୍ଥାନରେ ନଜର ଆସିଥାନ୍ତେ କରିସ୍ମା, ନିର୍ଦ୍ଦେଶକ କହିଲେ..

ନନ୍ଦିଘୋଷ ବ୍ୟୁରୋ: ୯୦ ଦଶକର ହିଟ୍ ଫିଲ୍ମ ମଧ୍ୟରେ ହମ ଆପକେ ହେ କୈନ ଅନ୍ୟତମ । ଏହି ଫିଲ୍ମକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି । ଆଜି ମଧ୍ୟ ସଲମାନ ଏବଂ ମାଧୁରୀଙ୍କ ଅଭିନୀତ ଏହି ଫିଲ୍ମକୁ ଦର୍ଶକେ ମନେ ରଖିଛନ୍ତି । ଫିଲ୍ମର କାହାଣୀ ସାଙ୍ଗକୁ ଗୀତ ଗୁଡ଼ିକ ମଧ୍ୟ ବେଶ ହିଟ୍ ହୋଇଥିଲା । ଆଜି ମଧ୍ୟ ସେହି ଗୀତର ବେଶ ଆଦର ରହିଛି । ତେବେ ମାଧୁରୀଙ୍କ ସ୍ଥାନରେ ଏହି ଫିଲ୍ମରେ ପ୍ରଥମ ପସନ୍ଦ ରହିଥିଲେ କରିସ୍ମା । କିନ୍ତୁ ତାଙ୍କୁ କାହିଁକି ଫିଲ୍ମରେ ନିଆଗଲା ନାହିଁ ଏହାର କାରଣ କହିଛନ୍ତି ନିର୍ଦ୍ଦେଶକ ।

ନିର୍ଦ୍ଦେଶକ ସୁରଜ ଏକ ଟିଭି ଶୋରେ ଯୋଗଦେବା ଅବସରରେ କହିଛନ୍ତି କି, ଆମେ ଯେତେବେଳେ ମାଧୁରୀଙ୍କ ଫିଲ୍ମ ଦେଖିଥିଲୁ ତାଙ୍କୁ ନେବା ଲାଗି ଭାବିଥିଲୁ । କିନ୍ତୁ ପରେ ଏହି ଭୂମିକା ପାଇଁ ତାଙ୍କ ବୟସ ଖାପ ଖୁଆଇବ ନାହିଁ ବୋଲି ଭାବିଥିଲୁ । ଯେଉଁ କାରଣରୁ ତାଙ୍କ ସ୍ଥାନରେ ମାଧୁରୀଙ୍କୁ ନେଇଥିଲୁ । ଏବଂ ସଲମାନଙ୍କ ସହ ତାଙ୍କ ସ୍କ୍ରିନ୍ ସେୟାର କର୍ଶକେ ଭଲ ପାଇବା ଦେଲେ ।

ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ: ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କାଲିମେଳା ଏମଭି ୭୨ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ଦୁଇ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦୁହେଁ ହେଲେ ମନ୍ଦିରା ଶୋଡି ଏବଂ ଯୋତୀ ହାଲଦାର୍ । ଦୁହେଁ ଦୁଇଦିନ ଧରି ନିଖୋଜ ଥିଲେ । ଦୁହିଁଙ୍କ ନିଖୋଜ ଥିବା ନେଇ ଖବର ଏମଭି ୭୯ ଥାନାରେ ଏତଲା ଦେଇଥିଲେ ପରିବାରେ ଲୋକେ । ପରେ ଏମଭି ୭୯ ପୋଲିସ ଏମଭି ୭୨ ପ୍ରାଥମିକ ବିଦ୍ଯାଳୟକୁ ଯାଇ ତଦନ୍ତ ଜାରି ରଖିଥିଲେ । ଆଜି ଏମପିଭି ୪୧ ନାଳ ନିକଟରେ ଏକ ଗଛରେ ଦୁହିଁଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପୋଖରୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ନନ୍ଦିଘୋଷ ବ୍ୟୁରୋ: ପୋଖରୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଗୀତା ଭବନ ଚିର୍କା ଯିବା କେନାଲ ରାସ୍ତା ପାଖରେ ଥିବା ପୋଖରୀରୁ ମୃତଦେହ ଉଦ୍ଧାର ହୋଇଛି। ଯୁବକ ଜଣକ ଜୟପାଟଣା ବ୍ଲକ ପଡାର ସିତରାମ ନାଏକଙ୍କ ପୁଅ ପ୍ରମୋଦ ନାଏକ ବୋଲି ଜଣାପଡ଼ିଛି। ପରିବାର ପକ୍ଷରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ଅଭିଯୋଗ ହୋଇଛି। ପରିବାର ଲୋକଙ୍କ କହିବା ମୁତାବକ ଗତକାଲି ରାତିରେ କେହି ଜଣେ ଫୋନ କରି ଡାକିଥିଲୋ। କିନ୍ତୁ ସକାଳୁ ଏକ ନିଛାଟିଆ ପୋଖରୀରୁ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା। ପରିବାର ଲୋକଙ୍କ କହିବା ମୁତାବକ ପୂର୍ବରୁ ଧନୁଯାତ୍ରାରେ କିଛି ଲୋକଙ୍କ ସହ ଝଗଡା ହୋଇଥିଲା। ସେହି ଝଗଡାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ତୁରନ୍ତ ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏହି ମାମଲାରେ ଭାରତଠାରୁ ଆଗରେ ରହିଛି ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ଆଗକୁ ଆସୁଛି ଚାମ୍ପିୟନ୍ସ ଟ୍ରଫି । ଆଇସିସିର ଏହି ବଡ଼ ଟୁର୍ଣ୍ଣାମେଣ୍ଟରେ ଫେବୃଆରୀ ୨୩ରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ ମଧ୍ୟରେ କଡ଼ା ଟକ୍କର ହେବ । ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ ଦେଖିବାକୁ ଚାହିଁ ବସିଛନ୍ତି ଦର୍ଶକେ । ତେବେ ବିଶ୍ବକପରେ ପାକିସ୍ତାନଠାରୁ ଆଗରେ ରହିଥିବା ଭାରତ କିନ୍ତୁ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନଠାରୁ ପଛରେ ରହିଛି । ଉଭୟ ଦଳ ୫ଥର ମୁହାଁମୁହିଁ ହୋଇଥିବାବେଳେ ପାକିସ୍ତାନ ୩ଥର ବିଜୟ ହୋଇଥିବାବେଳେ ଭାରତ ୨ ଥର ଜିତିଛି । ଏଣୁ ଆଶା କରାଯାଉଛି କି ଏଥରକ ଭାରତ- ଏହି ରେକର୍ଡ ଭାଙ୍ଗିବ । ସେପଟେ ଦିନିକିଆରେ ମଧ୍ୟ ଭାରତ ଏବଂ ପାକିସ୍ତାନକୁ ଯଦି ହେଡ ଟୁ ହେଡ ଦେଖିବା ତାହେଲେ ବିଜୟ ହାର ମଧ୍ୟ ଆଗରେ ରହିଛି ।

ଏଯାବତ ଭାରତ-ପାକିସ୍ତାନ ମଧ୍ୟରେ ୧୩୫ଟି ଦିନିକିଆ ମ୍ୟାଚ ଖେଳାଯାଇଛି । ଯେଉଁଥିରେ ଭାରତ ୫୭ଟି ବିଜୟୀ ହୋଇଥିବାବେଳେ ପାକିସ୍ତାନ ୭୩ଟି ଜିତିଛି । ଏଣୁ ଭାରତଠାରୁ ଆଗରେ ରହିଥିବା ପାକିସ୍ତାନକୁ ଏତେ ସହଜରେ ନେବା ଭୁଲ ହେବ ବୋଲି କ୍ରିକେଟ ବିଶେଷଜ୍ଞମାନେ କହିଛନ୍ତି । ତେବେ କହି ରଖୁଛୁ କି, ଚଳିତ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନ ଆୟୋଜନ କରୁଥିବାବେଳେ ଯିବାକୁ ମନା କରିଥିଲା ଭାରତ । ଯେଉଁ କାରଣରୁ ଭାରତର ସମସ୍ତ ମ୍ୟାଚ ଦୁବାଇରେ ଖେଳାଯିବ । ହାଇବ୍ରିଡ ମଡେଲରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟକୁ ପାକିସ୍ତାନ କିଭଳି ଭାବେ ଆୟୋଜନ କରୁଛି ତାହା ଉପରେ ମଧ୍ୟ ରହିଛି ସମସ୍ତଙ୍କ ନଜର ।

ଦିଲ୍ଲୀରେ ଖେଳାଯିବ କି ସରପ୍ରାଇଜ୍ କାର୍ଡ ? ଏମାନେ ରହିଛନ୍ତି ମୁଖ୍ୟମନ୍ତ୍ରୀ ରେସରେ..

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବିଜୟ ବିଜୟ ଅଭିମୁଖେ ବିଜେପି । ଆପର ଶୋଚନୀୟ ପରାଜୟ ପରେ ଏବେ ସବୁଠି ଗୋଟିଏ ଚର୍ଚ୍ଚା । ଦିଲ୍ଲୀରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ଏହି ରେସରେ ବହୁ ନେତାଙ୍କ ନାମ ସାମିଲ ହୋଇଛି । ମୋହନ ଯାଦବ, ଭଜନଲାଲ ଶର୍ମା, ବିଜେନ୍ଦ୍ର ଗୁପ୍ତା ଏବଂ ମନୋଜ ତିଓ୍ବାରୀଙ୍କ ଭଳି ନେତା ଏବେ ରେସରେ ରହିଛନ୍ତି । ଯାହାକୁ ନେଇ ଚର୍ଚ୍ଚାର ଜୋର ଧରିଥିବାବେଳେ ମୋଦିଙ୍କ ନିଷ୍ପତ୍ତି ପରେ ଘୋଷଣା ହେବା ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି । ସେପଟେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପରାସ୍ତ କରିଥିବା ପରଭେସ ବର୍ମା ରେସରେ ଆଗରେ ରହିଛନ୍ତି । ତେବେ ଦିଲ୍ଲୀ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ବିଜେପି କାହା ନାମ ଘୋଷଣା କରିନଥିଲା । କିନ୍ତୁ ଏବେ ବଡ଼ ବିଜୟ ହାସଲ କରିଥିବାବେଳେ କଂଗ୍ରେସ କଡ଼ା ଟକ୍କର ଦେବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ଏଥିରେ ଜବନିକା ପଡ଼ିଛି ।

ପରଭେଶ ବର୍ମା କେଜ୍ରିଓ୍ବାଲଙ୍କୁ ପରାସ୍ତ କରିଥିବାବେଳେ ସେ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ଦିଲ୍ଲୀ ଆସନରୁ ଯେଉଁ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ପ୍ରାୟତଃ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ସେ ଶିଲା ଦିକ୍ଷିତ ହୁଅନ୍ତୁ କିମ୍ବା କେଜ୍ରିଓ୍ବାଲ । ଏଣୁ ପରଭେଶ ବର୍ମାଙ୍କ ଭାଗ୍ୟ ଚମକିବ ବୋଲି ଆଶା ରଖାଯାଇଛି । ପରଭେଶ ଜାଟ ସମ୍ପ୍ରଦାୟରୁ ଆସିଥିବାବେଳେ ସରପ୍ରାଇଜ କାର୍ଡ ଖେଳିପାରେ । ଯାହାର ପ୍ରଭାବ ହରିୟାଣାରେ ମଧ୍ୟ ପଡିବ ।

କେଜ୍ରିଓ୍ବାଲ ଧରାଶାୟୀ କରିଥିବା ପରବେଶ ବର୍ମା କିଏ ?

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ନିର୍ବାଚନରେ କେଜ୍ରିଓ୍ବାଲ ଧରାଶାୟୀ । ବିଧାନସଭା ନିର୍ବାଚନରେ ନୂଆଦିଲ୍ଲୀ ସିଟରୁ ପରବେଶ ବର୍ମାଙ୍କ ଠାରୁ ୩୧୮୨ ଭୋଟରେ ପରାଜୟ ସ୍ବୀକାର କରିଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଥର ଜିଆଣ୍ଟ କିଲର୍ ହେଉଛନ୍ତି ବିଜେପିର ପରବେଶ ବର୍ମା। ସେ କେଜରିୱାଲଙ୍କୁ ପରାସ୍ତ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କ ପୁଅ ପରବେଶ ବର୍ମା ବିଜେପି ଫାୟାରବ୍ରାଣ୍ଡ ୟଙ୍ଗ୍ ଜେନେରେସନ ନେତା ଭାବେ ଜଣାଶୁଣା। କେଜରିୱାଲଙ୍କୁ ସିଧା ଟକ୍କର ଦେବାକୁ ପରବେଜଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା ବିଜେପି। ତାହା ମାଷ୍ଟ୍ରରଷ୍ଟ୍ରୋକରେ ପ୍ରମାଣିତ ହୋଇଛି। ୩୧୮୨ ଭୋଟରେ ସେ କେଜ୍ରିଓ୍ବାଲଙ୍କୁ ହରାଇଛନ୍ତି ।

ପରବେଶ ବର୍ମା ଦିଲ୍ଲୀର ଏକ ପ୍ରମୁଖ ରାଜନୈତିକ ପରିବାରର ଅଟନ୍ତି । ସେ ପୂର୍ବତନ ବିଜେପି ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କ ପୁଅ। ତାଙ୍କ କାକା ଆଜାଦ ସିଂହ ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ମେୟର ଭାବରେ କାର୍ଯ୍ୟ କରିଛନ୍ତି । ଏହା ବ୍ୟତୀତ ସେ ୨୦୧୩ ବିଧାନସଭା ନିର୍ବାଚନରେ ​​ବିଜେପି ଟିକେଟରେ ମୁଣ୍ଡକା ନିର୍ବାଚନମଣ୍ଡଳୀରୁ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିସାରିଛନ୍ତି । ୧୯୭୭ ମସିହାରେ ଜନ୍ମଗ୍ରହଣ କରିଥିବା ପରବେଶ ବର୍ମା ଦିଲ୍ଲୀ ପବ୍ଲିକ୍ ସ୍କୁଲ, ଆରକେ ପୁରମରୁ ତାଙ୍କର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ ଏବଂ ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋଡିମଲ କଲେଜରୁ ସ୍ନାତକ ହାସଲ କରିଥିଲେ। ଏହା ପରେ ସେ ଫୋର୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟରୁ MBA କରିଥିଲେ ।

୨୦୧୩ରେ ରାଜନୀତିରେ ପାଦ ଥାପିଥିଲେ

୨୦୧୩ ମସିହାରେ ସେ ରାଜନୀତିରେ ପ୍ରବେଶ କରିଥିଲେ ।  ସେ ମେହରୌଲି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରି ଦିଲ୍ଲୀ ବିଧାନସଭାରେ ବିଜୟୀ ହୋଇଥିଲେ। ସାଂସଦ ଥିବା ସମୟରେ, ସେ ସାଂସଦଙ୍କ ଦରମା ଏବଂ ଭତ୍ତା ସମ୍ପର୍କିତ ଯୁଗ୍ମ କମିଟିର ସଦସ୍ୟ ଥିଲେ। ସେ ନଗର ଉନ୍ନୟନ ସ୍ଥାୟୀ କମିଟିରେ ମଧ୍ୟ କାର୍ଯ୍ୟ କରିଛନ୍ତି।

କେଜ୍ରିୱାଲଙ୍କୁ ହଟାଇବା ଅଭିଯାନ 

୨୦୨୫ ଦିଲ୍ଲୀ ନିର୍ବାଚନ ପୂର୍ବରୁ, ପରବେଶ ବର୍ମା “କେଜରିୱାଲ ହଟାଓ, ଦେଶ ବଚାଓ” ନାମକ ଏକ ଅଭିଯାନ ଆରମ୍ଭ କରିଥିଲେ, ଯେଉଁଥିରେ ବର୍ତ୍ତମାନର ଆପ ପ୍ରଶାସନ ଏହାର ପ୍ରାଥମିକ ପ୍ରତିଶ୍ରୁତି ପୂରଣ ନକରିବା ପାଇଁ ସମାଲୋଚନା କରାଯାଇଥିଲା। ତାଙ୍କ ପ୍ରଚାର ଅଭିଯାନରେ ସେ ଦିଲ୍ଲୀ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏହି ସମୟରେ, ସେ ପ୍ରଦୂଷଣ ସମ୍ବନ୍ଧୀୟ ଚିନ୍ତା, ମହିଳା ସୁରକ୍ଷା ଏବଂ ନାଗରିକ ଭିତ୍ତିଭୂମିର ବିକାଶ ଭଳି ପ୍ରସଙ୍ଗ ଉଠାଇଥିଲେ। ସେ ଯମୁନା ସଫା କରିବାର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ।

ସ୍ପଷ୍ଟ ବୟାନ ପାଇଁ ଜଣାଶୁଣା

ପରବେଶ ବର୍ମା ମଧ୍ୟ ନିଜର ବୟାନ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ୨୦୧୯ ମସିହାରେ ନାଗରିକତା ସଂଶୋଧନ ଆଇନ (CAA) ବିରୋଧରେ ହୋଇଥିବା ପ୍ରତିବାଦ ସମୟରେ ସେ ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ କଠୋର ମନ୍ତବ୍ୟ ଦେଇଥିଲେ। ସେ ୨୦୨୨ ମସିହାରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟବସାୟ ବର୍ଜନ କରିବାକୁ ଆହ୍ୱାନ ଦେଇଥିଲେ, ଯାହା ପରେ ଏକ ବିବାଦ ସୃଷ୍ଟି ହୋଇଥିଲା।  ୨୦୨୩ ମସିହାରେ ଛଟ ପୂଜା ପୂର୍ବରୁ, ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଏହି ଭିଡିଓରେ ସେ ଜଣେ ସରକାରୀ ଅଧିକାରୀଙ୍କ ସହ ଯୁକ୍ତିତର୍କ କରୁଥିଲେ।

ସାହିବ ସିଂହ ବର୍ମାଙ୍କ ଆଦର୍ଶ ଅନୁସରଣ କରି ସେ ରାଜନୀତିରେ ଆଗକୁ ବଢ଼ୁଛନ୍ତି । ତାଙ୍କର ରାଜନୈତିକ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛନ୍ତି । କେଜ୍ରିଓ୍ବାଲଙ୍କୁ ହରାଇବା ପରେ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।