spot_img
Home Blog Page 1196

ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ରାଜଧାନୀ ସଜେଇ ହେଉଥିବା ବେଳେ ମହାପୁରୁଷଙ୍କୁ ଅପମାନ

ଭୁବନେଶ୍ବର: ଆସନ୍ତା ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ବରରେ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀ । ଏଥିପାଇଁ ସଜେଇ ହୋଇଛି ଭୁବନେଶ୍ବର । ଗଳିକନ୍ଦିରୁ ରାଜରାସ୍ତା, ସବୁଠି ରଙ୍ଗ ବେରଙ୍ଗର ଚିତ୍ର ଅଙ୍କାଯିବା ସହ ଝୋଟି, ଚିତା ପକାଯାଉଛି । ସହର ସାରା ଚାରିଆଡେ ଏବେ ଚକାଚକ । ହେଲେ ରାଜ୍ୟ ସରକାର ମହାପୁରୁଷଙ୍କୁ ଅପମାନିତ କରୁଥିବା ଦେଖିବାକୁ ମିଳିଛି । ରାଜଭବନ କାନ୍ଥରେ ପୂର୍ବରୁ ହକି ସମୟରେ ଅଙ୍କା ଯାଇଥିବା ମହାପୁରୁଷଙ୍କ ଚିତ୍ରଙ୍କୁ ଅପମାନ କରାଯାଇଛି । ଖରା ବର୍ଷାରେ ଚିତ୍ରର ରଙ୍ଗ ଉଡି ଯାଇଥିବା ବେଳେ ଶିଉଳି ପଡିଯାଇଛି । ସୌନ୍ଦର୍ଯକରଣ ଦାୟିତ୍ବ ନେଇଥିବା ବିଏମସି ଚିତ୍ର ଛାଡି ବୋଡରେ ରଙ୍ଗ ମାରି ଛାଡ଼ି ଦେଇଛି ।

ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଫୁଟପାଥରୁ ସହରର ପ୍ରମୁଖ କାନ୍ଥର ସୌନ୍ଦର୍ଯ୍ୟକରଣ କରାଯିବା ସହ ରଙ୍ଗୀନ ଆଲୋକମାଳରେ ସଜା ଯାଉଛି । ହେଲେ ଏହାରି ଭିତରେ ଓଡିଆ ଅସ୍ମିତାକୁ ଅସମ୍ମାନ କରାଯାଉଥିବା ଦେଖିବାକୁ ମିଳିଛି । ରାଜଭବନ ପାଚେରୀରେ ଅଙ୍କା ଯାଇଥିବା ମହାପୁରୁଷଙ୍କ ଚିତ୍ରରେ ରଙ୍ଗ ମାରିବାକୁ ସରକାର ଭୁଲି ଯାଇଛନ୍ତି ।

ସହର ସାରା ଚାଲିଛି ୱାଲ ପେଣ୍ଟିଙ୍ଗ । ରାଜଭବନର ପାଚେରୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚିତ୍ରରେ ଶିଉଳି ଲାଗି ଯାଇଛି । ପୂର୍ବତନ ରାଷ୍ଟ୍ରପତି ଭେଙ୍କଟ ଗିରିଙ୍କ ନାଁ ଉପରେ ମଧ୍ୟ ଶିଉଳି ମାଡି ଯାଇଛି । କେବଳ ଏ ଦୁଇ ଜଣ ନୁହଁନ୍ତି, କାନ୍ଥରେ ଥିବା ଦେଶ ଓ ସମାଜ ଗଠନରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିବା ଏକାଧିକ ମହାପୁରୁଷଙ୍କ ଚିତ୍ରର ସମାନ ଅବସ୍ଥା । କେଉଁଠି ପ୍ଲାଷ୍ଟର ଖସି ଯାଇଛି ତ ଆଉ କେଉଁଠି ଗଛର ଲତା ମାଡିଯାଇଛି । ହକି ବିଶ୍ବକପ ସମୟରେ ଚିତ୍ର ଅଙ୍କା ଯାଇଥିଲା । ଖରା, ବର୍ଷରେ ଏ ସବୁ ଚିତ୍ରର ରଙ୍ଗ ଉଡ଼ି ଯାଇଛି । ସୌନ୍ଦର୍ଯ୍ୟକରଣ ଦାୟିତ୍ବ ନେଇଥିବା ବିଏମସି ସହର ସାରା ଚିତ୍ର କରୁଥିବା ବେଳେ ଏଡା ଉପରେ ନଜର ପକାଉନି । କେବେଳ ସେତିକି ନୁହେଁ ଗୋପବନ୍ଧୁ ଛକରେ ଥିବା କିଛି ସାହିତ୍ୟିକ ଓ ବିଦ୍ୱାନ ବ୍ୟକ୍ତିଙ୍କ ଚିତ୍ରରେ ଅନ୍ୟ ଚିତ୍ର ଅଙ୍କା ହୋଇଥିବା ଦେଖିବାକୁ ମିଳିଛି ।

୩ ଦିନିଆ ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ । ରାଜଭବନକୁ ଯିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ହେଲେ ଦେଖିଲା ବେଳେକୁ ସେଠି ଚିତ୍ର ଅଲଗା । ହଜାର ହଜାର ପ୍ରବାସୀ ଓଡିଶାକୁ ଆସିବେ । ଭୁବନେଶ୍ୱର ବୁଲିଳା ବେଳେ ସବୁ ଆଡେ ରଙ୍ଗ, ହେଲେ ରାଜଭବନ କାନ୍ଥ ପୂରା ବେରଙ୍ଗ । ଏହାକୁ ନେଇ ଭାଷାବିତ, ସମାଜସେବୀ ଓ ଛାତ୍ରଙ୍କ ମଧରେ ଅସନ୍ତୋଷ ଦେଖା ଦେଇଛି । ପ୍ରବାସୀ ଭାରତୀୟ ଦିବସକୁ ନେଇ ରାଜଧାନୀକୁ ସଜା ଯିବାକୁ ସମସ୍ତେ ସ୍ୱାଗତ କରିଛନ୍ତି । ହେଲେ ରାଜଭବନରେ କାନ୍ଥରେ ଥିବା ମହାପୁରୁଷଙ୍କ ଚିତ୍ରକୁ ଅପମାନିତ କରିବାର ଅଧିକାର କାହାର ନାହିଁ । ରାଜ୍ୟ ସରକାର ଓଡ଼ିଆ ଅସ୍ମିତା କଥା କହି ଚିତ୍କାର କରୁ ଥିବା ବେଳେ ଏଠି ମୁକ ଓ ଆଖିରେ କଳାପଟି ବାନ୍ଧିଛି କି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି । ଯେଉଁ ମହାପୁରୁଷଙ୍କ ଚିତ୍ର ହୋଇଛି ସେହି ଚିତ୍ର ଉପରେ ପୁଣି ଥରେ ରଙ୍ଗ ଦେଇ ଅଙ୍କା ଯାଉ ବୋଲି ଦାବି ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ମନୋଜ କୁମାର ସାହୁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ହେଲେ ମନୋଜ କୁମାର ସାହୁ । ୨୦୦୬ ବ୍ଯାଚର ଆଇଏଏସ୍ ଅଫିସର ହେଉଛନ୍ତି ମନୋଜ । ସେ ମୁଖ୍ଯମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିଲେ ।

ନିକଟରେ ମୁଖ୍ୟମନ୍ତ୍ରୀଙ୍କ ବ୍ଯକ୍ତିଗତ ସଚିବ ଥିବା ଅରିନ୍ଦମ ଡାକୁଆଙ୍କ ବଦଳି ହୋଇଥିଲା । ତାଙ୍କ ସ୍ଥାନରେ ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ବ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ଫେରିବା ପୂର୍ବରୁ ଡେପୁଟି ନିର୍ବାଚନ କମିଶନର ଥିଲେ ମନୋଜ ।

ଯାଜପୁର ଗୁଳିକାଣ୍ଡ ଘଟଣା: ମୃତାହତଙ୍କ ପରିବାରକୁ ଭେଟିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ

ଯାଜପୁର: ଯାଜପୁର ରୋଡ଼ ପାଣିକୋଇଲିରେ ଥିବା ସୁନା ଦୋକନାରେ ଲୁଟ ଉଦ୍ୟମ ବେଳେ ଗୁଳିକାଣ୍ଡ ଘଟଣା । ମୃତାହତଙ୍କ ପରିବାରକୁ ଭେଟିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ । ହସ୍ପିଟାଲକୁ ଯାଇ ମୃତ ବିଦ୍ୟୁତ କର୍ମଚାରୀଙ୍କ ପରିବାର ଓ ଆହତଙ୍କୁ ଭେଟିଛନ୍ତି ପ୍ରଣବ ।

ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ଜଣେ ଦୋକାନ କର୍ମଚାରୀ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ସ୍ଥାନୀୟ ଲୋକେ ଦୁଇ ଲୁଟେରାଙ୍କୁ କାବୁ କରି ନିର୍ଧୁମ ମାଡ଼ ମାରିଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ରହିଛି । ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ସୂଚନାଯୋଗ୍ୟ, ଆଜି ପାଣିକୋଇଲିରେ ଥିବା ପଣ୍ଡା ଅଳଙ୍କାର ଦୋକାନରୁ ଲୁଟ କରିବାକୁ ଏକ ବାଇକରେ ତିନି ଦୁର୍ବୃତ୍ତ ଆସି ଉଦ୍ୟମ କରିଥିଲେ । ଏହାସହ ସେମାନେ ଗୁଳି ମାଡ଼ ମଧ୍ୟ କରିଥିଲେ । ଘଟଣା ସ୍ଥଳରେ ଦୋକାନକୁ ବିଦ୍ୟୁତ କାମ କରିବାକ ବସିଥିବା ନୀଳମାଧବ ପଣ୍ଡା ନାମକ ଜଣେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା । ଦୋକାନର ଦୁଇ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସୁନୀଲ ରାୟ ନାମକ ଜଣେ କର୍ମଚାରୀଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ଏସସିବି ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଯାଜପୁର ସୁନା ଦୋକାନ ଲୁଟ ଉଦ୍ୟମ ଘଟଣା, ମୃତ୍ୟୁସଂଖ୍ୟା ଦୁଇକୁ ବୃଦ୍ଧି

ଯାଜପୁର: ଯାଜପୁର ରୋଡ ପାଣିକୋଇଲି ସୁନା ଦୋକାନରେ ଲୁଟ ଉଦ୍ୟମ ବେଳେ ଗୁଳିମାଡ଼ ଘଟଣା । ମୃତ୍ୟୁ ସଂଖ୍ୟା ଦୁଇକୁ ବୃଦ୍ଧି । ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକ ସ୍ଥାନାନ୍ତର ବେଳେ ସୁନୀଲ ରାୟ ନାମକ ସୁନା ଦୋକାନୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଲୁଟ କରିବାକୁ ଆସିଥିବା ୩ ଲୁଟେରାଙ୍କ ମଧ୍ୟରୁ ଜଣେ ଫେରାର ହୋଇଯାଇଥିବା ବେଳେ ଦୁଇ ଜଣଙ୍କୁ ଧରି ନିର୍ଧୁମ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକେ । ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗରୁତର ହୋଇଥିବାରୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ପାଣିକୋଇଲିରେ ଥିବା ପଣ୍ଡା ଅଳଙ୍କାର ଦୋକାନରେ ଆଜି ଡକାୟତି ଉଦ୍ୟମ ହୋଇଥିଲା । ୩ ଜଣ ଦୁର୍ବୃତ୍ତ ଗୋଟିଏ ବାଇକରେ ଆସି ଲୁଟ ଉଦ୍ୟମ କରିଥିଲେ । ଏହାସହ ଗୁଳିମାଡ଼ କରିଥିଲେ । ଫଳରେ ଦୋକାନକୁ ବିଦ୍ୟୁତ ମରାମତି କାମ କରିବାକୁ ଆସିଥିବା ନୀଳମାଧବ ପଣ୍ଡା ନାମକ ଜଣେ ବିଦ୍ୟୁତ କର୍ମଚାରୀଙ୍କ ସମେତ ଦୁଇଜଣ ଦୋକାନ କର୍ମଚାରୀ ଆହତ ହୋଇଥିଲେ । ଘଟଣା ସ୍ଥଳରେ ନୀଳମାଧବଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ଅବସ୍ଥାରେ ସୁନୀଲ ରାୟଙ୍କୁ କଟକ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ଅନ୍ୟପକ୍ଷେ ଗୁଳି ମାଡ କରି ଫେରାର ହେବାକୁ ଅଭିଯୁକ୍ତମାନେ ଚେଷ୍ଟା କରୁଥିବା ବେଳେ ଦୁଇ ଜଣଙ୍କୁ ମାଡି ବସିଥିଲେ ସ୍ଥାନୀୟ ଲୋକେ । ଏହାପରେ ଆରମ୍ଭ ହୋଇଯାଇଥିଲା ନିର୍ଧୁମ ମାଡ଼ । ଘଟଣା ସ୍ଥଳରେ ଶହ ଶହ ଲୋକ ରୁଣ୍ଡ ହୋଇଯାଇଥିବା ବେଳେ ଯିଏ ପାରିଲା ଅଭିଯୁକ୍ତଙ୍କୁ ମାଡ଼ ମାରିଥିଲା । ଫଳରେ ଜଣେ ଅଭିଯୁକ୍ତ ଗୁରୁତର ହୋଇଯାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ଅଭିଯୁକ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ତେବେ ମେଡିକାଲ ପରିସରରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ମେଡିକାଲରେ ପହଞ୍ଚି ହୋହାଲ୍ଲା କରିଛନ୍ତି ।

ଉଜୁଡ଼ା କ୍ଷେତ ଦେଖି ଜୀବନ ହାରିଲେ ଆଉ ଜଣେ ଚାଷୀ

ଆଳି: ଅଦିନିଆ ବର୍ଷା ଉଜାଡିଲା ଫସଲ । ସରକାର ତୁଟାଇଲେ ଭରଷା । ପରିବାର ପେଟକୁ ଦାନା ଦେବା ସହ ଋଣ ସୁଝିବାର ଚିନ୍ତା । ଆଗକୁ କ’ଣ କରିବେ କିଛି ଚିନ୍ତା କରିପାରିଲେନି । ଆଉ ମୃତ୍ୟୁକୁ ଆଦରି ନେଲେ ଆଉ ଜଣେ ଚାଷୀ । ଅଦିନିଆ ବର୍ଷାରେ ଫସଲ ଉଜୁଡି ଯିବା ଘଟଣାରେ ଓଡ଼ିଶାରେ ଆଉ ଜଣେ ଚାଷୀ ଜୀବନ ହାରିଛନ୍ତି ।

ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଆଲି କୋଳଢିଆ ଗାଁରେ । ଫସଲ ଉଜୁଡି ଯିବା ପରେ ଗାଁର ଚାଷୀ କୈଳାସ ଚନ୍ଦ୍ର ଧଳ ଗତ ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କୈଳାସ ୮ ଏକର ଜମିରେ ଧାନଚାଷ କରିଥିଲେ । ହେଲେ ଅମଳ ସମୟରେ ଅଦିନିଆ ବର୍ଷା ତାଙ୍କ ଚାଷକୁ ସମ୍ପୂର୍ଣ୍ଣ ଉଜାଡି ଦେଇଥିଲା ।

ସରକାର ଭାଗଚାଷୀଙ୍କ ପାଇଁ ଆଇନ ଆଣନ୍ତୁ: କଂଗ୍ରେସ

ଭୁବନେଶ୍ବର: ଭାଗଚାଷୀଙ୍କୁ ଅଦିନିଆ ବର୍ଷା କ୍ଷତିପୂରଣ ଦିଆଯିବାକୁ ଆଇନ ନଥିବା ସରକାର କହିଥିବା ବେଳେ ଏହାକୁ ନେଇ ବର୍ଷିଛନ୍ତି ବିରୋଧୀ । ସରକାରଙ୍କ ଏପରି ମନ୍ତବ୍ୟକୁ ବିରୋଧୀ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ଭାଗଚାଷୀଙ୍କ ପାଇଁ ଯଦି ଆଇନ ନାହିଁ ତେବେ ସରକାର ଆଇନ ଆଣନ୍ତୁ । ଭାଗଚାଷୀଙ୍କ କଥା ବୁଝିବା ସରକାରଙ୍କ ଦାୟିତ୍ବ କହିବା ସହ ଭାଗଚାଷୀଙ୍କୁ ସେମାନଙ୍କ ହକ ଦେବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ।

ସେ କହିଛନ୍ତି, ଅଦିନିଆ ବର୍ଷା ବିପର୍ଯ୍ୟୟ ସମସ୍ତଙ୍କ ପାଇଁ ଆସିଛି । ଭାଗଚାଷୀ, ନାମମାତ୍ର ଚାଷୀ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଇଛନ୍ତି । ସେମାନଙ୍କ କଥା ସରକାର ତୁରନ୍ତ ବୁଝିବା ଆବଶ୍ଯକ । ଗତକାଲି ଭାଗଚାଷୀଙ୍କୁ ଅଦିନିଆ ବର୍ଷାଜନିତ କ୍ଷତିପୂରଣ ଦିଆଯିବନି । ସେମାନଙ୍କ ପାଇଁ ଆଇନ ନାହିଁ ବୋଲି କହିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଯାହାକୁ ଆଜି କଡା ସମାଲୋଚନା କରିବା ସହିତ ଭାଗଚାଷୀଙ୍କ ପାଇଁ ଆଇନ ଆଣି ତୁରନ୍ତ ସହାୟତା ଯୋଗାଇ ଦେବାକୁ କାଡ଼ାମ ଦାବି କରିଛନ୍ତି ।

ସେହିପରି ଭାଗଚାଷୀମାନଙ୍କୁ ସରକାର ମାରି ଦେବାକୁ ଯୋଜନା କରୁଛନ୍ତି ବୋଲି ଆକ୍ଷେପ କରିଛନ୍ତି ଅନ୍ଯତମ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ବିପର୍ଯ୍ୟୟ ବେଳେ ସରକାର ତାଙ୍କ ହାତ ଛାଡ଼ି ଦେଇଛନ୍ତି । ସରକାର ତୁରନ୍ତ ଭାଗଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ବୋଲି ତାରା ଦାବି କରିଛନ୍ତି ।

ଏହି ପ୍ରସଙ୍ଗରେ ସରକାରଙ୍କୁ ବିଜେଡି ମଧ୍ଯ ଟାର୍ଗେଟ କରିଛି । ଦଳ ପକ୍ଷରୁ କୁହାଯାଇଛି, ଭାଗଚାଷୀଙ୍କୁ କ୍ଷତିପୂରଣ ଦେବାରୁ ବଞ୍ଚିତ କରିବା ଦୁର୍ଭାଗ୍ୟଜନକ । ସରକାର ପ୍ରତିଶ୍ରୁତି ଦେଲେ ସମସ୍ତଙ୍କୁ କ୍ଷତିପୂରଣ ଦେବେ, ଏବେ ବାହାନା କରିବା ଠିକ ନୁହେଁ । ଏହାକୁ ଦଳ ଦୃଢ଼ ଭାବେ ନିନ୍ଦା କରୁଛି । ସରକାର ଯେତେ ଶୀଘ୍ର ହେବ, ଭାଗଚାଷୀଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା କରନ୍ତୁ ବୋଲି ବିଜେଡି ବିଧାୟକ ମନୋହର ରନ୍ଧାରୀ ଦାବି କରିଛନ୍ତି ।

ସିପିଆଇଏମ ପକ୍ଷରୁ କୁହାଯାଇଛି, ଭାଗଚାଷୀ ହେଉଛନ୍ତି ପ୍ରକୃତ ଚାଷୀ । ଅଦିନିଆ ବର୍ଷାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଭାଗଚାଷୀ । କୃଷି, ରାଜସ୍ବ, ସମବାୟ ବିଭାଗ ମିଳିତ ଭାବେ ସର୍ଭେ କରି ଭାଗଚାଷୀଙ୍କୁ ଚିହ୍ନଟ କରନ୍ତୁ । ସରକାର ଭାଗଚାଷୀଙ୍କ କଥା ନବୁଝିଲେ ସମସ୍ତ ବାମଦଳ ଓ କୃଷକ ସଙ୍ଗଠନ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବୀନ ଦେଇଛି ସିପିଆଇଏମ ।

ମାଲକାନଗିରି : ଖବର ସଂଗ୍ରହ କରୁଥିବା ବ୍ୟକ୍ତି ଜଣକ ନିଜେ ଖବର ବନିଗଲେ । ସାମ୍ବାଦିକତା କରିବା ପଡିଲା ମହଙ୍ଗା । ପାଇଖାନା ଟାଙ୍କିରୁ ମିଳିଲା ସାମ୍ବାଦିକଙ୍କ ଶବ  । ଦୁର୍ନୀତିକୁ ସାମ୍ନାକୁ ଆଣିବା ପଡିଲା ମହଙ୍ଗା । ୨୮ ବର୍ଷର ସାମ୍ବାଦିକଙ୍କୁ ପ୍ରଥମେ ଅପହରଣ କରି ପରେ ନିର୍ମମ ଭାବରେ ହତ୍ୟା କରି ପାଇଖାନା ଟାଙ୍କି ଭିତରେ ଫୋପାଡ଼ି ଦେଲେ  । ଏମିତି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ।

ବିଜାପୁର ଜିଲ୍ଲାର ଯୁବ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ସୁରେଶ ଚନ୍ଦ୍ରକାର ନାମକ ଏକ ଠିକାଦାର ଘରେ ପୋଲିସର ଛଢାଉ ପରେ ପାଇଖାନା ଟାଙ୍କିରୁ ମୁକେଶଙ୍କର ମୃତଦେହ ମିଳିଥିଲା। ଜାନୁଆରୀ ୧ତାରିଖରେ  ହଠାତ୍  ନିଖୋଜ ହୋଇଯାଇଥିଲେ ମୁକେଶ। ପରିବାର ଲୋକଙ୍କ ଖୋଜାଖୋଜି ପରେ ମଧ୍ୟ ତାଙ୍କର ଖବର ପାଇ ପାରି ନଥିଲେ । ତାଙ୍କର ଫୋନ ସୁଇଚ୍ ଅଫ୍‌ ଥିବାରୁ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ଠିକାଦାରମାନେ ନକ୍ସଲଙ୍କ ସାହାର୍ଯ୍ୟରେ ଅପହରଣ କରିଥାଇପାରନ୍ତି ବୋଲି ମୁକେଶଙ୍କଭାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ବିଜାପୁର ଅଞ୍ଚଳରେ କୋଟି କୋଟି ଟଙ୍କାର ରାସ୍ତା ନିର୍ମାଣ କାମ ଚାଲିଛି। ଶହେ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ରାସ୍ତା କାମ ଅତ୍ୟନ୍ତ ନିମ୍ନମାନର ହୋଇଥିବା ନେଇ ମୁକେଶ ନିଜ ୟୁଟ୍ୟୁବ୍‌ ଚ୍ୟା‌ନେଲ୍‌ରେ ଖବର ପ୍ରସାରଣ କରିଥିଲେ। ଏହା ପରେ ପୂର୍ତ୍ତ ବିଭାଗ ମନ୍ତ୍ରୀ କମିଟି ଗଠନ କରି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ସମୟରେ ରାସ୍ତାର ଅବସ୍ଥା ଅତ୍ୟନ୍ତ ନିମ୍ନମାନର ଥିବା ଟିମ୍‌ ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲା। ଯାହାକୁ ନେଇ ଠିକାଦାର ରାଗିଯାଇଥିଲା ।

ଏହି ଘଟଣାରେ ସୁରେଶ ଚନ୍ଦ୍ରକରଙ୍କ ଭାଇ ଦୀନେଶ ଚନ୍ଦ୍ରକାର ଏବଂ ରିତେଶ ଚନ୍ଦ୍ରକାରଙ୍କ ସମେତ ଏପର୍ଯ୍ୟନ୍ତ ତିନି ଜଣଙ୍କୁ ଗିରଫ କରାଯାଇଛି। ସୁରେଶ ଏପର୍ଯ୍ୟନ୍ତୁ ଫେରାର ଥିବା ସୂଚନା ରହିଛି। କଣ୍ଟ୍ରାକ୍ଟର ସର୍କଲରେ ଅନେକ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି ବୋଲି ପୋଲିସ କହିଛି। ମୁକେଶଙ୍କ ମୃତ୍ୟୁ ସାମ୍ବାଦିକତା ଏକ ଅପୂରଣୀୟ କ୍ଷତି ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି।

 

ଗୁଳି ଫୁଟାଇ ସୁନା ଦୋକାନରୁ ଲୁଟ୍ ଉଦ୍ୟମ, ଜଣେ ମୃତ

ଯାଜପୁର: ଦିନ ଦ୍ବିପ୍ରହରରେ ସୁନା ଦୋକାନରୁ ଡକାୟତି ଉଦ୍ୟମ । ବନ୍ଧୁକ ଦେଖାଇ ଡକାୟତି କରିବାକୁ ଉଦ୍ୟମ । ଗୁଳି ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୋକାନର ଦୁଇଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ବିଦ୍ୟୁତ କାମ କରିବାକୁ ଆସିଥିବା ବେଳେ ତାଙ୍କୁ ଗୁଳି ମାଡ଼ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ନୀଳମାଧବ ପଣ୍ଡା । ଦୁଇ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଲୁଟେରାମାନଙ୍କୁ କାବୁ କରି ନିର୍ଧୁମ ଛେଚିବା ପରେ ପୋଲିସ ଜିମା ଦେଛନ୍ତି ଲୋକେ ।

ଅଭିଯୋଗ ଅନୁସାରେ ଯାଜପୁର ରୋଡ ପାଣିକୋଇଲିରେ ଥିବା ପଣ୍ଡା ଅଳଙ୍କାର ଦୋକାନରୁ ଡକାୟତି ଉଦ୍ୟମ ହୋଇଛି । ବାଇକରେ ଦୁଇ ଜଣ ଡକାୟତ ଆସି ବନ୍ଧୁକ ଦେଖାଇ ଡକାୟତି ଉଦ୍ୟମ କରିଥିଲେ । ଏପରିକି ସେମାନେ ଗୁଳି ମଧ୍ୟ ଫଉଟାଇଥିଲେ । ଏଥିରେ ଗୁଳି ନୀଳମାଧବଙ୍କ ଦେହରେ ବାଜିଥିଲା । ଏହାସହ ଦୋକାନର ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ନୀଳମାଧବଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣା ସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ଜଣ ଡକାୟତଙ୍କୁ ସ୍ଥାନୀୟ ଲୋକେ ଧରି ପକାଇଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଧରା ପଡ଼ିଥିବା ଦୁଇ ଡକାୟତଙ୍କୁ ନିର୍ଧୁମ ମାଡ଼ ମାରିଥିଲେ ସ୍ଥାନୀୟ ଲୋକେ । ଲୋକଙ୍କ ମାଡ଼ରେ ଅଭିଯୁକ୍ତଙ୍କ ମଧ୍ୟ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ପୋଲିସ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ତେବେ ମେଡିକାଲ ପରିସରରେ ମଧ୍ୟ ଉତ୍ତ୍ୟକ୍ତ ଲୋକଙ୍କ ହୋହାଲ୍ଲା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ପୋଲିସ ଉପସ୍ଥିତ ରଖି ଲୋକଙ୍କୁ ବୁଝାଶୁଝା କରୁଛି ।

ଏସବିଆଇର ଏହି ସ୍କିମ୍ ପ୍ରତି ଘରକୁ କରିଦେବ ଲକ୍ଷପତି: ବୟସ୍କ ଓ ଛୋଟପିଲାଙ୍କ ପାଇଁ ରହିଛି ଅନେକ କିଛି

ନନ୍ଦିଘୋଷ ବ୍ୟୁରୋ: ଭବିଷ୍ୟତର ଆର୍ଥିକ ଆବଶ୍ୟକତାକୁ ପୂରା କରିବା ପାଇଁ ଏସବିଆଇ ଏକ ଖାସ୍ ସ୍କିମ୍ ନେଇ ଆସିଛି । ଏହି ଜମା ଯୋଜନାର ନାମ ‘ହର ଘର ଲକ୍ଷପତି’ ରଖାଯାଇଛି । ନିମ୍ନ ମଧ୍ୟବିତ ଓ ତା’ଠାରୁ ଉପର ଆୟ ଶ୍ରେଣୀର ପରିବାରର ଭବିଷ୍ୟତର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏସବିଆଇ ଏହି RD ସ୍କିମ୍ ନେଇ ଆସିଛି । ଏହାଛଡ଼ା  ବୟସ୍କଙ୍କ ପାଇଁ ମଧ୍ୟ ଏସବିଆଇ ପ୍ୟାଟ୍ରନ ନାମକ ଏକ ନୂଆ ଯୋଜନା ଲଞ୍ଚ କରିଛି । ଗତ ୩ ତାରିଖ ଦିନ ଏକ ପ୍ରେସ ରିଲିଜ୍ ଜରିଆରେ ଏହି ଦୁଇ ସ୍କିମ ବାବଦରେ ସୂଚନା ଦିଆଯାଇଛି ।

ହର ଘର ଲକ୍ଷପତି ଯୋଜନାରେ ଗ୍ରାହକମାନେ ଏକ ଖାସ୍ ରାଶି ଜମା କଲେ ଧାର୍ଯ୍ୟ ସମୟରେ ଏକ ଲକ୍ଷ ବା ତା’ର ମଲ୍ଟିପୁଲରେ ଆମାଉଣ୍ଟ ଜମା କରିବା ପାଇଁ ଡିଜାଇନ କରାଯାଇଛି ।  ଛୋଟପିଲାଙ୍କୁ ଆରମ୍ଭରୁ ସଞ୍ଚୟ ଅଭ୍ୟାସ କରାଇବା ଓ ଫାଇନାନ୍ସିଆଲ ପ୍ଲାନିଂର ଟ୍ରେନିଂ ଦେବା ପାଇଁ ଏହି ସ୍କିମକୁ ପ୍ରସ୍ତୁତ କରାଯାଇଛି । ଏସବିଆଇ ପ୍ୟାଟ୍ରନ ସ୍କିମକୁ ଖାସ୍ ଭାବେ ବୟସ୍କଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଏହି ସ୍ଥାୟୀ ଜମା ଏସବିଆର ନୂଆ ଓ ପୁରୁଣା ଉଭୟ ପ୍ରକାରର ଗ୍ରାହକଙ୍କ ପାଇଁ ଅଟେ । ଇନୋଭେସନ ଜରିଆରେ ଡିପୋଜିଟ କ୍ଷେତ୍ରରେ ବଜାରରେ ନିଜର ଲିଡରଶିପକୁ କାଏମ୍ ରଖିବା ହେଉଛି ଏହି ସ୍କିମ ଲଞ୍ଚ କରିବାର ଉଦ୍ଦେଶ୍ୟ । ଲକ୍ଷ୍ୟ ଆଧାରିତ ଫାଇନାନ୍ସିଆଲ ପ୍ରଡକ୍ଟ ପ୍ରସ୍ତୁତ କରିବା ଓ ଗ୍ରାହକଙ୍କ ସ୍ବପ୍ନକୁ ବିସ୍ତାର କରିବା ଆମର ଉଦ୍ଦେଶ୍ୟ ବୋଲି ଏସବିଆଇ ଅଧ୍ୟକ୍ଷ ସିଏସ ଶେଟ୍ଟୀ କହିଛନ୍ତି ।

ଏସବିଆଇ ତରଫରୁ ବୟସ୍କଙ୍କ ପାଇଁ ଏସବିଆଇ ଓ୍ବି-କେୟର ସ୍କିମ ପୂର୍ବରୁ ଲଞ୍ଚ ହୋଇ ସାରିଛି । ୫ରୁ ୧୦ ବର୍ଷୀୟ ଅବଧି ପାଇଁ ଏହି ଜମା ଯୋଜନାରେ ୭.୫ ପ୍ରତିଶତର ସୁଧହାର ରହିଛି । ସେହିପରି ଏସବିଆଇର ୪୪୪ ଦିନିଆ ଏଫଡି ସ୍କିମରେ ୭.୭୫ ପ୍ରତିଶତ ସୁଧ ହାର ଅଫର କରାଯାଇଛି । ଆସନ୍ତା ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି ଯୋଜନା ଉପଲବ୍ଧ ରହିବ ।

ଦିନକୁ ଗୋଟିଏ ସିଗାରେଟ୍ ଟାଣିଲେ ଏତିକି ମିନିଟ୍ କମି ଯାଉଛି ବୟସ: ଟାଣିବା ଛାଡ଼ିଦେଲେ ବଢ଼ିପାରେ ଆୟୁଷ

ଲଣ୍ଡନ: ସିଗାରେଟ୍‌ ଟାଣିବା ଆମର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏହି କ୍ଷତିର ମାତ୍ରା ଏତେ ବେଶି ଯେ ଏହା ଆପଣଙ୍କର ଆୟୁଷକୁ ମଧ୍ୟ କମାଇ ଦେଇପାରେ । ଦିନକୁ କେବଳ ଗୋଟିଏ ସିଗାରେଟ ଟାଣିବା ଫଳରେ ତାହା ଆପଣଙ୍କର ବୟସକୁ କମାଇ ଦେଉଛି । ଏପରି ସ୍ଥିତିରେ ବର୍ଷକ ମଧ୍ୟରେ ଆପଣଙ୍କର ବୟସ କେତେ କମୁଛି, ତାହା ଜାଣିବା ନିହାତି ଆବଶ୍ୟକ । ସିଗାରେଟ୍‌ ଟାଣିବା ଫଳରେ ଏହା କେବଳ ଆପଣଙ୍କର ଶରୀରର ବିଭିନ୍ନ ଅଙ୍ଗ ଉପରେ ପ୍ରଭାବ ପକାଇ ନଥାଏ, ଆପଣଙ୍କର ହାରାହାରି ଆୟୁଷକୁ ମଧ୍ୟ କମ୍ କରିଦେଇଥାଏ ।

ନିକଟରେ ୟୁନିଭରସିଟି କଲେଜ୍ ଅଫ୍ ଲଣ୍ଡନ ତରଫରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁ ବ୍ୟକ୍ତି ଦିନକୁ ଗୋଟିଏ ସିଗାରେଟ୍ ଟାଣିଥାନ୍ତି, ତାଙ୍କର ଆୟୁଷ ସିଗାରେଟ ଟାଣୁନଥିବା ବ୍ୟକ୍ତିଙ୍କ ତୁଳନାରେ କମ୍ ହୋଇଥାଏ । ଦିନକୁ ଗୋଟିଏ ସିଗାରେଟ୍ ଟାଣିବା ଫଳରେ ଆପଣଙ୍କର ହାରାହାରି ଆୟୁଷ ୨୦ ମିନିଟ କମ୍ ହୋଇପାରେ । ଜର୍ଣ୍ଣାଲ ଅଫ୍ ଏଡିକ୍ସନରେ ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ, ଗୋଟିଏ ସିଗାରେଟ୍ ଟାଣିବା ଫଳରେ ପୁରୁଷଙ୍କ ଆୟୁଷ ୧୭ ମିନିଟ୍ ଓ ମହିଳାଙ୍କ ଆୟୁଷ ୨୨ ମିନିଟ୍ ପର୍ଯ୍ୟନ୍ତ କମ୍ ହୋଇଯାଇଥାଏ ।

ଉକ୍ତ ରିସର୍ଚ୍ଚରେ କୁହାଯାଇଛି, ଯଦି କୌଣସି ବ୍ୟକ୍ତି ଗୋଟିଏ ଦିନରେ ୧୦ଟି ସିଗାରେଟ ଟାଣନ୍ତି ଓ ସେ ଚଳିତ ଜାନୁଆରୀ ପହିଲାରେ ଧୂମ୍ରପାନ ଛାଡ଼ି ଦିଅନ୍ତି, ତେବେ ଜାନୁଆରୀ ୮ ପର୍ଯ୍ୟନ୍ତ ଜୀବନର ଗୋଟିଏ ଦିନ କ୍ଷତି କମ୍ ହୋଇପାରେ । ଫେବୃଆରୀ ୫ ପର୍ଯ୍ୟନ୍ତ ସେ ନିଜର ଲାଇଫ ଏକ୍ସପେକ୍ଟାନ୍ସିକୁ ଏକ ସପ୍ତାହ ଓ ଅଗଷ୍ଟ ୫ ପର୍ଯ୍ୟନ୍ତ ନିଜ ଜୀବନକୁ ୧ ମାସ ପର୍ଯ୍ୟନ୍ତ ବଢ଼ାଇ ପାରନ୍ତି । ଯଦି ପୂରା ଏକ ବର୍ଷ ଧୂମ୍ରପାନ କରିବେନି, ତେବେ ଏହାଦ୍ବାରା ଆପଣଙ୍କୁ ୫୦ ଦିନର କ୍ଷତି କମ୍ ହୋଇପାରେ ।  ଧୂମ୍ରପାନ କରି କିଛି ଲୋକ ନିଜ ଜୀବନର ୧୦ ବର୍ଷର ବହୁମୂଲ୍ୟ ସମୟକୁ ନଷ୍ଟ କରିଦେଇଥାନ୍ତି ।

ଧୂମ୍ରପାନ କରିବା ଫଳରେ ବୃଦ୍ଧାବସ୍ଥାର ବୟସ କମ୍ ହୋଇଥାଏ, ଏହା ନୁହେଁ । ଏହି ଖରାପ ଅଭ୍ୟାସ ଦ୍ବାରା ଆପଣଙ୍କର ଜୀବନର ସୁନ୍ଦର ମୁହୂର୍ତ୍ତ ବିଷମୟ ହୋଇଯାଇଥାଏ । ଏପରି ସ୍ଥିତିରେ ଆପଣଙ୍କ ବୟସ ୫୦-୬୦ ହୋଇଥିବା ସମୟରେ ଆପଣଙ୍କୁ ୭୦ ବର୍ଷ ବୟସର ଲୋକଙ୍କ ବୀମାରୀ ହୋଇଥାଏ । ଏହାର ଅର୍ଥ ହେଉଛି ଧୂମ୍ରପାନ କରୁଥିବା ୬୦ ବର୍ଷୀୟ ଲୋକଙ୍କ ହେଲଥ ପ୍ରୋଫାଇଲ ଧୂମ୍ରପାନ  କରୁନଥିବା ୭୦ ବର୍ଷୀୟ ବ୍ୟକ୍ତିଙ୍କ ପରି ହୋଇଯିବ । ଧୂମ୍ରପାନ କରିବା ଫଳରେ ହାର୍ଟ ସହ ଜଡ଼ିତ ବୀମାରୀ ଓ ଷ୍ଟ୍ରୋକ ପରି ଅନେକ ସ୍ବାସ୍ଥ୍ୟ ସ୍ଥିତିର କାରଣ ସାଜିଥାଏ । ସ୍ମୋକିଂ କରିବା ଫଳରେ ଏହି ସ୍ଥିତିର ଆଶଙ୍କା ପାଖାପାଖି ୫୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ି ଯାଇଥାଏ । ସ୍ମୋକିଂ ଦ୍ବାରା ଫୁସଫୁସ, ହୃଦୟ ଓ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ।