spot_img
Home Blog Page 1206

ଖାଇକୁ ଖସିଲା ତୀର୍ଥଯାତ୍ରୀ ବସ୍‌, ୫ ମୃତ

ନନ୍ଦିଘୋଷ ବ୍ୟୁରୋ: ଗୁଜରାଟର ଡାଙ୍ଗ ଜିଲ୍ଲାରେ ବଡ଼ ଦୁର୍ଘଟଣା । ଏକ ତୀର୍ଥଯାତ୍ରୀ ବସ୍‌ ଭାରସ୍ୟାମ ହରାଇ ଖାଇକୁ ଖସି ପଡିଥିଲା । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହାତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସାପୁତାରା ହିଲ୍‌ ଷ୍ଟେସନ ନିକଟରେ ନିୟନ୍ତ୍ରଣ ହରାଇ ଗଭୀର ଖାଲକୁ ଖସିଥିଲା ତୀର୍ଥଯାତ୍ରୀ ବସ୍‌ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ମଧ୍ୟପ୍ରଦେଶର ବିଭିନ୍ନ ଜିଲ୍ଲାର ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଏହି ତୀର୍ଥଯାତ୍ରୀମାନେ ମହାରାଷ୍ଟ୍ରରୁ ଗୁଜରାଟର ଦ୍ୱାରକା ଅଭିମୁଖେ ଯାଉଥିଲେ। ରବିବାର ଭୋର ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି। ୪୮ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବସ୍‌ଟି ମହାରାଷ୍ଟ୍ରର ତ୍ରିମ୍ବକେଶ୍ୱରରୁ ଗୁଜରାଟର ଦ୍ୱାରକା ଅଭିମୁଖେ ଯାଉଥିଲା।

ବିଦ୍ୟୁତ ଉତ୍ପାଦନ ଓ ଏହାର ସଂରକ୍ଷଣକୁ ନେଇ ସଂସଦରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରୋ: ଦେଶରେ ବିଦ୍ୟୁତ ଉତ୍ପାଦନ ଓ ଏହାର ସଂରକ୍ଷଣକୁ ନେଇ ସଂସଦରେ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ମାନସ ରଂଜନ ମଙ୍ଗରାଜ । ଏଥିସହିତ ଦେଶରେ ଅକ୍ଷୟ ଶକ୍ତିର ଉତ୍ପାଦନ କ୍ଷମତା ବୃଦ୍ଧି ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଆଜି ସଂସଦର ପ୍ରଶ୍ନକାଳ ପ୍ରଶ୍ନ କରିଛନ୍ତି ମାନସ ମଙ୍ଗରାଜ । ଏହାର ଉତ୍ତରରେ କେନ୍ଦ୍ର ଶକ୍ତିମନ୍ତ୍ରୀ ମନୋହର ଲାଲ ସୂଚନା ଦେଇଛନ୍ତି ଯେ, ସାରା ଦେଶରେ କୋଇଲା, ଲିଗନାଇଟ, ଗ୍ୟାସ, ଡିଜେଲ ଓ ହାଇଡ୍ରୋ ପାୱାରରୁ ମୋଟ ୪ଲକ୍ଷ ୬୨ ହଜାର ୬୫ ମେଗା ୱାଟ ବିଦ୍ୟୁତ ଉତ୍ପାଦନ ହେଉଛି । ସେହିଭଳି ଅକ୍ଷୟ ଶକ୍ତିରୁ ୨୦୩୦ ସୁଦ୍ଧା ୫୦୦ ଗିଗା ୱାଟ ବିଦ୍ୟୁତ ଉତ୍ପାଦନ କରିବାକୁ ଲକ୍ଷ୍ଯ ରଖାଯାଇଛି । ସେମଧ୍ୟରୁ ୨୦୨୪ ଡିସେମ୍ବର ୩୧ ତାରିଖ ସୁଦ୍ଧା ବିଭିନ୍ନ ସୂତ୍ରରୁ ୨୦୯.୪୪ ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ କରାଯାଉଛି । ଦେଶରେ ଅକ୍ଷୟ ଶକ୍ତି ଉତ୍ପାଦନ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ବିଦେଶୀ

ପୁଞ୍ଜିନିବେଶକୁ ମଧ୍ୟ ଅନୁମତି ଦିଆଯାଇଛି । ୨୦୨୫ ଜୁନ ୩୦ ସୁଦ୍ଧା କାର୍ଯ୍ୟକ୍ଷମ ପ୍ରକଳ୍ପ କ୍ଷେତ୍ରରେ ଆନ୍ତଃରାଜ୍ୟ ସୌର ଓ ପବନ ଶକ୍ତି କିଣା ବିକା ପାଇଁ ପରିବହନ ଦେୟ ଛାଡ କରାଯାଇଛି ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିସହିତ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନରେ ବିଭିନ୍ନ ରାଜ୍ୟରେ ଅଲଟ୍ରା ମେଗା ଅକ୍ଷୟ ଶକ୍ତି ପାର୍କ ପ୍ରତିଷ୍ଠା କରାଯିବ । ଗ୍ରୀନ ଏନର୍ଜି କରିଡର ଯୋଜନାରେ ଅକ୍ଷୟ ଶକ୍ତି ପାଇଁ ଟ୍ରାନ୍ସମିଶନ ଲାଇନ ଓ ନୂଆ ସବଷ୍ଟେସନ ପ୍ରତିଷ୍ଠା କରିବାକୁ ଆର୍ଥିକ ସହାୟତା ଦିଆଯିବ ବୋଲି ସେ କହିଛନ୍ତି । ତେବେ ୱିଣ୍ଡ ଟର୍ବାଇନ, ସୋଲାର ପ୍ୟାନେଲ ଓ ଅନ୍ୟାନ୍ଯ ଅକ୍ଷୟ ଶକ୍ତି ଯନ୍ତ୍ରପାତି ଉତ୍ପାଦନ ପାଇଁ ଦେଶର ନିଜସ୍ବ ନିବେଶକାରୀଙ୍କୁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇଦେବା ବାବଦରେ ସାଂସଦ ମାନସ ମଙ୍ଗରାଜ ଅତିରିକ୍ତ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ କେନ୍ଦ୍ର ଶକ୍ତିମନ୍ତ୍ରୀ କହିଥିଲେ, ପ୍ରକଳ୍ପୱାରୀ କେନ୍ଦ୍ର ସରକାର ଏନେଇ ନିଷ୍ପତ୍ତ ନେବେ । ଅକ୍ଷୟ ଶକ୍ତି ପାଇଁ ଷ୍ଟୋରେଜ କ୍ଷମତା ବୃଦ୍ଧି କରିବା ନେଇ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସାଂସଦ ମାନସ ମଙ୍ଗରାଜ ଦ୍ବିତୀୟ ଅତିରିକ୍ତ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ୮ଟି ପମ୍ପ ଷ୍ଟୋରେଜରେ ୪୭୪୫ ମେଗାୱାଟ ବିଦ୍ୟୁତ ଷ୍ଟୋର କରାଯାଉଛି । ୭୯୧୭ ମେଗାଓ୍ବାଟ ବିଦ୍ୟୁତ ସଂରକ୍ଷଣ ପାଇଁ ନୂଆ ଷ୍ଟୋରେଜ ନିର୍ମାଣ ପ୍ରକଳ୍ପ କାମ ଜାରି ରହିଛି । ଏଥିସହିତ ବ୍ୟାଟେରୀ ଷ୍ଟୋରେଜ କାମ ଚାଲୁ ରହିଥିବା କେନ୍ଦ୍ର ଶକ୍ତିମନ୍ତ୍ରୀ କହିଛନ୍ତି ।

ଭାରତ ଟପ୍ ଟେନ୍ ଶକ୍ତିଶାଳୀ ରାଷ୍ଟ୍ର ସୂଚୀରୁ ବାହର

ନନ୍ଦିଘୋଷ ବ୍ୟୁରୋ: ଭାରତକୁ ବଡ ଝଟକା, ଜାରି ହେଲା ଶକ୍ତିଶାଳୀ ରାଷ୍ଟ୍ରର ସୂଚି। ଶକ୍ତିଶାଳୀ ରାଷ୍ଟ୍ର ସୂଚୀରୁ ବାଦ୍ ପଡିଛି ଭାରତ । ଫୋର୍ବସ୍ ଭାରତ ଟପ୍ ଟେନ୍ ଶକ୍ତିଶାଳୀ ରାଷ୍ଟ୍ର ସୂଚୀରୁ ବାହର ହୋଇଛି ।

ଫୋର୍ବସ୍ ୨୦୨୫ରେ ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରିଛି । ଫୋର୍ବସ୍ ୧୦ ଟି ଦେଶକୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଭାରତ ବାଦ୍ ପଡିଛି । ଏହି ତାଲିକା ଅନେକ ଗୁରୁତ୍ୱପୂର୍ଣ୍ଣ ମାପଦଣ୍ଡ ଉପରେ ଆଧାରିତ। ଭାରତ ଏଥିରୁ ବାଦ୍ ପଡିବାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଇଛି । ଭାରତ ଏକ ବୃହତ ଜନସଂଖ୍ୟା, ଚତୁର୍ଥ ବୃହତ୍ତମ ସେନା ଏବଂ ପଞ୍ଚମ ବୃହତ୍ତମ ଅର୍ଥନୀତି ଥିବା ଦେଶ ହୋଇ କିପରି ଏହି ତାଲିକାରୁ ବାଦ୍ ପଡିଲା ବୋଲି ଅନେକ ମହଲରୁ ପ୍ରଶ୍ନ ଉଠିଛି ।

ଫୋର୍ବସ୍ କହିବା ଅନୁଯାୟୀ, ଏହି ସୂଚି ୟୁଏସ୍ ନ୍ୟୁଜ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି ଏବଂ ର଼୍ୟାଙ୍କିଙ୍ଗ୍ ପାଇଁ ପାଞ୍ଚଟି ମୁଖ୍ୟ ମାପଦଣ୍ଡକୁ ନଜରରେ ରଖାଯାଇ ତାଲିକା ପ୍ରସ୍ତୁତ କରାଯାଏ। ଯେପରିକି ଯେକୌଣସି ଦେଶର ନେତା, ଅର୍ଥନୈତିକ ପ୍ରଭାବ, ରାଜନୈତିକ ପ୍ରଭାବ, ଦୃଢ ଆନ୍ତର୍ଜାତୀୟ ଗଠବନ୍ଧନ ଏବଂ ଶକ୍ତିଶାଳୀ ସୈନ୍ୟ ଉପରେ ଆଧାର କରାଯାଇ ତାଲିକା ପ୍ରସ୍ତୁତ କରାଯାଏ।

୨୦୨୫ରେ ୧୦ଟି ଶକ୍ତିଶାଳୀ ରାଷ୍ଟ୍ର ହେଲେ ଆମେରିକା, ଚୀନ, ଋଷ, UK, ଜର୍ମାନୀ, ଦକ୍ଷିଣ କୋରିଆ, ଫ୍ରାନ୍ସ, ଜାପାନ, ସାଉଦି ଆରବ, ଇସ୍ରାଏଲ ।

ଭାରତର ବିଶାଳ ଜନସଂଖ୍ୟା, ସାମରିକ ଶକ୍ତି ଏବଂ ଅର୍ଥନୈତିକ ପ୍ରଗତିକୁ ବିଚାରକୁ ନେଲେ ଏହାକୁ ଏହି ତାଲିକାରୁ ବାଦ୍ ଦେବେ ଆଶ୍ଚର୍ଯ୍ୟଜନକ। ଭାରତର ଚତୁର୍ଥ ବୃହତ୍ତମ ସେନା ଏବଂ ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥା ସତ୍ତ୍ୱେ ଶକ୍ତିଶାଳୀ ରାଷ୍ଟ୍ର ହୋଇପାରିନାହିଁ । ଏହାକୁ ନେଇ ଅନେକ ବିଶେଷଜ୍ଞ ଏବଂ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନ ଉଠାଇଛି । ଫୋର୍ବସ୍ ସୂଚୀ ପଦ୍ଧତି ଭାରତର ପ୍ରଭାବକୁ ସଠିକ୍ ଆକଳନ କରିବାରେ ବିଫଳ ହୋଇଛି ବୋଲି ଏଭଳି ସମାଲୋଚନାର କରାଯାଉଛି ।

ମିଶନଶକ୍ତି ବିଭାଗ ପୁନଃଗଠନକୁ ବିରୋଧ କରି ସିଡିପିଓଙ୍କୁ ଦାବିପତ୍ର

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ସରକାରଙ୍କ ମିଶନଶକ୍ତି ବିଭାଗ ଗଠନ ନିଷ୍ପତ୍ତିକୁ ବିରୋଧ କରି କାମାକ୍ଷାନଗର ବ୍ଲକ ଓଡିଶା ଜୀବିକା ମିଶନ ମହିଳା ଗୋଷ୍ଠୀଙ୍କ ବିରୋଧ l ପୁନଃଗଠନ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ଉଦେଶ୍ୟରେ କାମାକ୍ଷାନଗର ସିଡିପିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଜୀବିକା ମିଶନ ମହିଳା l କାମାକ୍ଷାନଗର ବ୍ଲକ ଅଧୀନରେ ଥିବା ୨୨ଟି ପଞ୍ଚାୟତରେ ୩୫୮ଜଣ ମହିଳା ଜୀବିକା ମିଶନ ମାଧ୍ୟମରେ ଦୀର୍ଘ ବର୍ଷ ହେବ କାର୍ଯ୍ୟ କରିଆସୁଛନ୍ତି l  ଏହି ଜୀବିକା ମିଶନରେ କାର୍ଯ୍ୟ କରୁଥିବା GPLF ଓ BLF ସ୍ତରରେ ଇସି ମାନଙ୍କୁ ବନ୍ଦ କରିବା ପାଇଁ ସରକାର ନୋଟିସ୍ ଜାରି କରିଛନ୍ତି l ଫଳରେ ବ୍ଲକର ବିଭିନ୍ନ ପଞ୍ଚାୟତରେ ଜୀବିକା ମିଶନ ମାଧ୍ୟମରେ ଇସି ଭାବେ କାର୍ଯ୍ୟ କରୁଥିବା ମହିଳାମାନେ ନିଜ ଚାକିରୀକୁ ନେଇ ସନ୍ଦେହ ଘେରରେ ଥିବାବେଳେ ମାନସିକ ଭାବେ ଯନ୍ତ୍ରଣା ପାଉଛନ୍ତି l ଯାହାକୁ ନେଇ ଆଜି ବ୍ଲକର ଜୀବିକା ମିଶନ ଇସି ସଂଘ ତରଫରୁ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରାଯିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି l ତୁରନ୍ତ ସରକାର ଏହି ନିଷ୍ପତ୍ତିକୁ ବନ୍ଦ କରିବା ପାଇଁ ମହିଳାମାନେ ଦାବି କରିଛନ୍ତି l

 

ଓଡି଼ଆ ନୂଆବର୍ଷ ପୂର୍ବରୁ ସରିବ ବିଜେଡି ସାଂଗଠନିକ ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ: ଓଡି଼ଆ ନୂଆ ବର୍ଷ ପୂର୍ବରୁ ସରିବ ବିଜେଡି ସାଂଗଠନିକ ନିର୍ବାଚନ । ଆଜି ବସିଥିବା ସମନ୍ବୟ କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଦୀପ ଅମାତ । ତେବେ ଏହି ସପ୍ତାହରେ ଜିଲ୍ଲା ନିର୍ବାଚନ ଅଧିକାରୀ ନିଯୁକ୍ତ ହେବେ । ଏହା ପରେ ପରେ ବିଧାନସଭାମଣ୍ଡଳିୱାରୀ ନିର୍ବାଚନ ଅଧିକାରୀ ବା ଏଆରଓ ନିଯୁକ୍ତି ହେବେ ବୋଲି ଅମାତ ଗଣମାଧ୍ଯମକୁ କହିଛନ୍ତି । ଏହାପରେ କାର୍ଯ୍ୟକାରିଣୀ କମିଟି ସଦସ୍ଯ, ଷ୍ଟେଟ କାଉନସିଲ ସଦସ୍ଯ ନିର୍ବାଚିତ ହୋଇ ରାଜ୍ଯ ସଭାପତି ଚୟନ କରିବେ । ବରିଷ୍ଠ ଓ ଯୁବଙ୍କ ସମନ୍ୱୟରେ କାର୍ଯ୍ୟକ୍ରମ ହେବ । ଦଳରେ କୌଣସି ସମସ୍ୟା ନଥିଲା କି ନାହିଁ ବୋଲି ସେ କହିଛନ୍ତି । ସଂପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ଓଡିଆ ନବ ବର୍ଷ ପୂର୍ବରୁ ସରିବ । ଏଥିଲାଗି କମିଟି ଅଧ୍ଯକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମନ୍ବୟ କମିଟି ବୈଠକ ବସିଥିଲା । ଅନ୍ୟ କମିଟି ସଦସ୍ଯଙ୍କ ସହ ସମନ୍ୱୟ କମିଟିର ୨୩ ସଦସ୍ୟ ଉପସ୍ଥିତ ଥିଲେ । ବାକି ଅନ୍ଯମାନେ ଭର୍ଚୁଆଲରେ ଯୋଡି ହୋଇଥିଲେ ।ଦଳର ରାଜ୍ଯ ନିର୍ବାଚନ ଅଧିକାରୀ ବା ଏସଆରଓ ପ୍ରତାପ ଦେବ ମଧ୍ଯ ଉପସ୍ଥିତ ଥିଲେ । ସେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ଠିକ ଭାବେ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ମଣ୍ଡଳୀ ନେତା ଓ ଜିଲ୍ଲା ନେତାଙ୍କ ସହ ଆଲୋଚନା କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି କହିଛନ୍ତି ପ୍ରଦୀପ ଆମାତ ।

 

 

ଅଭିଷେକଙ୍କୁ ପ୍ରଶଂସାରେ ପୋତିଲେ ‘ଗୁରୁ’ ୟୁବରାଜ

ନନ୍ଦିଘୋଷ ବ୍ୟୁରୋ: ରବିବାର ମୁମ୍ବାଇର ଓ୍ବାଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଅନ୍ତିମ ଟି-୨୦ରେ ଭାରତ ବିଜୟର ହିରୋ ସାଜିଥିଲେ ଯୁବ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା । ୫୪ ବଲରେ ୧୩୫ ରନର ବିସ୍ଫୋରକ ବ୍ୟାଟିଂ କରିଥିଲେ । ଯାହାକୁ ନେଇ ଅଭିଷେକଙ୍କ ନିକଟକୁ ଛୁଟୁଛି ପ୍ରଂଶସାର ସୁଅ । ଯେଉଁଥିରେ ରହିଛନ୍ତି ତାଙ୍କ ଗୁରୁ କୁହାଯାଉଥିବା ପୂର୍ବତନ ଭାରତୀୟ ଅଲରାଉଣ୍ଡର ୟୁବରାଜ ସିଂ । ଶିଷ୍ୟଙ୍କ କମାଲ ବ୍ୟାଟିଂରେ ବେଶ ଖୁସି ରହିଛନ୍ତି ଗୁରୁ । ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇବା ସହ ପ୍ରଂଶସାରେ ପୋତି ପକାଇଛନ୍ତି ଯୁବରାଜ ।

ଯୁବରାଜ ସିଂ ନିଜର ସୋସିଆଲ ମିଡିଆ ସାଇଟରେ ଲେଖିଛନ୍ତି କି, ଅଭିଷେକ ଜଣେ ଭଲ ଖେଳାଳି । ଏହି ସମୟରେ ତୁମେ ଭଲ ଖେଳୁଛ । ମୁଁ ଯେଭଳି ଚାହୁଁଥିଲି ତୁମେ ସେଭଳି ଖେଳୁଛ । ମୁଁ ତୁମ ପାଇଁ ଗର୍ବିତ । କିନ୍ତୁ ଏହା ପୂର୍ବରୁ ଯୁବରାଜ ଅଭିଷେକଙ୍କୁ ଗାଳି କରୁଥିବା ପୋଷ୍ଟମାନ ଦେଖିବାକୁ ମିଳୁଥିଲା । ଭଲ ପ୍ରଦର୍ଶନ ପାଇଁ ସେ ତାଙ୍କ ଉଦ୍ଦେଶ୍ୟରେ ଏମିତି ପୋଷ୍ଟ କରୁଥିବା କୁହାଯାଉଛି ।

ସେପଟେ ଅଭିଷେକ ଶର୍ମା କହିଛନ୍ତି କି, ନିଶ୍ଚିତ ଭାବେ ସେ ଖୁସି ହେବେ । ସେ ସବୁବେଳେ ଚାହୁଁଥିଲେ କି, ମୁଁ ଟି-୨୦ରେ ୧୫ରୁ ୨୦ ଓଭର ପର୍ଯ୍ୟନ୍ତ ଖେଳେ । ଆଉ ଏହି ମ୍ୟାଚରେ ମୁଁ ମଧ୍ୟ ଆକ୍ରମଣାତ୍ମକ ଭାବେ ଖେଳିବା ସହ ଶେଷ ପର୍ଯ୍ୟନ୍ତ ଖେଳିଥିଲି । ତେବେ ରିବାର ମ୍ୟାଚରେ ଅଭିଷେକ ଶର୍ମାଙ୍କ ଦମଦାର ବ୍ୟାଟିଂ ଅନେକ ରେକର୍ଡ ଭାଙ୍ଗିଛି । ସେ ଟି-୨୦ରେ ଭାରତ ପାଇଁ ସର୍ବାଧିକ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ । ଏହାସହ ଛକା ମାରିବାର ରେକର୍ଡ ମଧ୍ୟ କରିଛନ୍ତି । ଗୋଟିଏ ପାଳିରେ ସେ ୧୩ ଛକା ମାରିଛନ୍ତି ।

ସ୍ୱାମୀଙ୍କ କିଡନୀ ୧୦ ଲକ୍ଷ ଟଙ୍କାରେ ବିକ୍ରି କରି ପ୍ରେମିକ ସହିତ ସ୍ତ୍ରୀ ଫେରାର୍

ନନ୍ଦିଘୋଷ ବ୍ୟୁରୋ: ସ୍ୱାମୀଙ୍କ କିଡନୀ ବିକ୍ରି କରି ପ୍ରେମିକ ସହ ସ୍ତ୍ରୀ ଫେରାର । ୧୦ ଲକ୍ଷ ଟଙ୍କା ସହ  ଅଳଙ୍କାର ନେଇ ସ୍ତ୍ରୀ ଫେରାର୍ । ଏଭଳି ଘଟଣା ଦେଖିବାକୁ ମିଳିଛି  ପଶ୍ଚିମ ବଙ୍ଗର ହାୱଡା ଜିଲ୍ଲା ସାଙ୍କ୍ରାଇଲ ବ୍ଲକର ଧୂଲାଗଡ଼ି ହଟ୍ଟାଲା ଅଞ୍ଚଳରେ ।

ସୂଚନା ଅନୁଯାୟୀ, ପିଣ୍ଟୁ ବେଜ୍ ନାମକ ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କର କିଡନୀ ବିକ୍ରି କରିବାକୁ ସ୍ତ୍ରୀ ବାଧ୍ୟ କରିଥିଲେ । ସ୍ୱାମୀଙ୍କ କିଡନୀ ବିକ୍ରି କରି ଯେଉଁ ୧୦ ଲକ୍ଷ ଟଙ୍କା ମିଳିଥିଲା ସେହି ଟଙ୍କାକୁ ନେଇ ସ୍ତ୍ରୀ ପ୍ରେମିକଙ୍କ ସହିତ ଚମ୍ପଟ ମାରିଥିଲେ। ପିଣ୍ଟୁଙ୍କ ପତ୍ନୀଙ୍କ ବିରୋଧରେ କୋଲକତା ହାଇକୋର୍ଟରେ ମାମଲା ଦାୟର ହୋଇଛି ।

ପିଣ୍ଟୁ କହିଛନ୍ତି, ତାଙ୍କ ସ୍ତ୍ରୀ ସୁପର୍ଣ୍ଣା ବାଏଜ୍ ତାଙ୍କୁ ବାରମ୍ବାର ଝିଅର ଭବିଷ୍ୟତ ଓ ବିବାହ ପାଇଁ ତାଙ୍କର ଗୋଟିଏ କିଡନୀ ବିକ୍ରି କରିବାକୁ ବାଧ୍ୟ କରିଥିଲେ । ପିଣ୍ଟୁ ନିଜ ସ୍ତ୍ରୀଙ୍କ ବୁଦ୍ଧିରେ କିଡନୀ ବିକ୍ରି କରି ୧୦ ଲକ୍ଷ ଟଙ୍କା ସ୍ତ୍ରୀ ହାତରେ ଦେଇଥିଲେ । ସୁପର୍ଣ୍ଣା ୧୦ ଲକ୍ଷ ଟଙ୍କା ସହିତ ସୁନା ଅଳଙ୍କାର ନେଇ ନିଜ ପ୍ରେମିକ ସହିତ ଫେରାର ହୋଇଯାଇଛି । ପିଣ୍ଟୁଙ୍କ ଅଭିଯୋଗ ଆଧାରରେ କୋଲକତା ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା । ପିଣ୍ଟୁ ପ୍ରଥମେ ତାଙ୍କ ପତ୍ନୀଙ୍କ ନିଖୋଜ ହେବାର ଏକ ମାମଲା ଡାଏରୀ ନିକଟସ୍ଥ ଥାନାରେ ଲେଖିଥିଲେ ଏବଂ ପରେ ସ୍ତ୍ରୀକୁ ଖୋଜିବା ପାଇଁ ହାଇକୋର୍ଟରେ ଏକ ହେବିୟସ୍ କର୍ପସ୍ ମାମଲା ଦାୟର କରିଥିଲେ । ସ୍ୱେଚ୍ଛାକୃତ ଭାବେ ସ୍ଵାମୀ ଘରୁ ବାହାରି ପ୍ରେମିକ ସହିତ ଆସିଥିବା ପିଣ୍ଟୁଙ୍କ ସ୍ତ୍ରୀ ପୂର୍ବରୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ରିପୋର୍ଟକୁ ଆଧାର କରି, କୋଲକତା ହାଇକୋର୍ଟ ବିଚାରପତି ଅରିଜିତ ବାନାର୍ଜୀ ଏବଂ ବିଚାରପତି ଅପୂର୍ବ ସିହ୍ନା ରାୟଙ୍କ ଏକ ଡିଭିଜନ ବେଞ୍ଚ ହବିୟସ୍ କର୍ପସ୍ ମାମଲାକୁ ଖାରଜ କରିଦେଇଥିଲେ । ଏହି ମାମଲାରେ ବନ୍ଦୀ ଆବେଦନ ଆଉ ପ୍ରଭାବଶାଳୀ ହେବନାହିଁ ।

ବିଧାୟକଙ୍କ ଏକମାତ୍ର ପୁତ୍ରର ଆତ୍ମହତ୍ୟା

ନନ୍ଦିଘୋଷ ବ୍ୟୁରୋ: ବିଧାୟକଙ୍କ ପୁଅ କଲେ ଆତ୍ମହତ୍ୟା । ଦୁଃଖରେ ଭାଙ୍ଗି ପଡ଼ିଲା ପରିବାର । ବିହାରର ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ଶକିଲ ଅହମ୍ମଦ ଖାନଙ୍କ ୧୮ ବର୍ଷୀୟ ପୁଅ ପାଟନାସ୍ଥିତ ସରକାରୀ ବାସଭବନରେ ଜୀବନ ହାରି ଦେଇଛନ୍ତି । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ସେପଟେ ଏହି ଘଟଣାକୁ ନେଇ ସଚିବାଳୟ ଡିସିପି କହିଛନ୍ତି କି, ଘଟଣାର ତଦନ୍ତ ଜାରି ରହିଛି । ବିହାରର ଜଣେ ଜଣାଶୁଣା ଟାଣୁଆ କଂଗ୍ରେସ ନେତା ଭାବେ ଶକିଲ ଜଣାଶୁଣା । ତେବେ ତାଙ୍କ ପୁଅର ଜୀବନ ହାରିବା କଥା ଶୁଣିବା ପରେ ଶୋକ ପ୍ରକାଶ କରିଛନ୍ତି ପପୁ ଯାଦବ । ଶୋକସନ୍ତପ୍ତ ପରିବାରକୁ ପପୁ ଯାଦବ ସମବେଦନା ଜଣାଇଛନ୍ତି । ତେବେ ବିଧାୟକଙ୍କ ପୁଅ କାହିଁକି ଏଭଳି ଏକ ଚରମ ପଦକ୍ଷେପ ନେଲେ ତାହା ଜଣା ପଡ଼ିନାହିଁ । ଘଟଣାକୁ ନେଇ କଂଗ୍ରେସର ବହୁ ବରିଷ୍ଠ ନେତାମାନେ ମଧ୍ୟ ଶୋକ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

ପାକିସ୍ତାନୀଙ୍କୁ ବାନ୍ଧି ନିଜ ଦେଶକୁ କ’ଣ ପାଇଁ ଫେରାଉଛି ସାଉଦି ଆରବ ?

ନନ୍ଦିଘୋଷ ବ୍ୟୁରୋ: ସାଉଦି ଆରବରେ ପାକିସ୍ତାନୀଙ୍କ ଲଜ୍ଜାଜନକ କାର୍ଯ୍ୟକଳାପ। ଉମରାହକୁ ଆସି ଭିକ ମାଗୁଛନ୍ତି ପାକିସ୍ତାନୀ। ପାକିସ୍ତାନ ଭିକାରୀ ସାଉଦି ଆରବରେ ବଢି ଚାଲିଛନ୍ତି। ଏନେଇ ସାଉଦି ସରକାର ପାକିସ୍ତାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ହଜ କିମ୍ବା ଉମରାହ ନାମରେ ସାଉଦି ଆରବକୁ ଯାଉଥିବା ପାକିସ୍ତାନୀଙ୍କ କାର୍ଯ୍ୟକଳାପ ଉପରେ ସାଉଦି ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଉମରାହରେ ଭିକ ମାଗୁଥିବା ପାକିସ୍ତାନୀଙ୍କୁ ଗିରଫ କରି ନିଜ ଦେଶକୁ ପଠାଇବା ଆରମ୍ଭ କରିଛି ସାଉଦି ଆରବ। ସାଉଦି ସରକାର ପାକିସ୍ତାନର ଶାହବାଜ ସରିଫ ସରକାରଙ୍କୁ ଚେତାବନୀ  ସତ୍ତ୍ୱେ ଏହାକୁ ନିୟନ୍ତ୍ରଣ କରାଯାଇପାରି ନାହିଁ । ଏହାଦ୍ୱାରା ଇସଲାମାବାଦ ଅପମାନିତ ହେଉଛି। ଏହାର ପ୍ରଭାବ ସିଧାସଳଖ ପାକିସ୍ତାନୀ ଉମରାହ ଏବଂ ହଜ୍‌ ଯାତ୍ରୀଙ୍କ ଉପରେ ପଡ଼ିଛି ।

ପାକିସ୍ତାନର ଫେଡେରାଲ ତଦନ୍ତକାରୀ ଏଜେନ୍ସି (FIA) କହିଛି ଯେ, ସାଉଦି ଆରବରୁ ୧୦ ଜଣ ସନ୍ଦିଗ୍ଧଙ୍କୁ ବିତାଡିତ କରାଯାଇଛି । ଏହିମାନେ ଉମରାହ ଭିସା ନେଇ ସାଉଦି ଆରବରେ ଭିକ ମାଗୁଥିଲେ ।

ନଭେମ୍ବର ୨୦୨୩ ରେ, ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ୍ ନାକଭି ସାଉଦି ଆରବକୁ କହିଥିଲେ ଯେ, ଭିକ ମାଗିବା ପାଇଁ ଉମରାହ କିମ୍ବା ହଜ ଭିସା ବ୍ୟବହାର କରୁଥିବା ପାକିସ୍ତାନୀମାନଙ୍କ ବିରୋଧରେ ଦେଶବ୍ୟାପୀ କଟକଣା ଜାରି କରାଯାଇଛି।

ଫେବୃଆରୀ ୨ରେ FIA ଏକ ବିବୃତ୍ତିରେ କହିଛି ଯେ, କରାଚି ବିମାନବନ୍ଦରରେ ଏକ ବଡ ଅପରେସନରେ ଉମରାହ ଅଭିମୁଖେ ଯାତ୍ରା କରୁଥିବା କିଛି ସନ୍ଦିଗ୍ଧଙ୍କୁ ଧରାହୋଇଛି ।  ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ଲୋକମାନେ ସାଉଦି ଆରବରେ କିଛି ମାସ ଭିକ ମାଗୁଥିଲେ । ଏମାନଙ୍କୁ ଗିରଫ କରାଯାଇ ପଚରାଉଚାରା ଜାରି ରହିଛି । ବିମାନ ବନ୍ଦର ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ଏଫଆଇଏ କହିଛି। ବିଦେଶ ଭ୍ରମଣ କରୁଥିବା ଯାତ୍ରୀମାନଙ୍କୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଛି ଏବଂ ଭିକ ମାଗୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି FIA କହିଛି।

ରେଲୱେ ଟ୍ରାକରେ କାର,ଡ୍ରାଇଭର ହାଲତ ଦେଖି ଲୋକ କାବା

ନନ୍ଦିଘୋଷ ବ୍ୟୁରୋ: ରେଲଓ୍ବେ ଟ୍ରାକରେ ଟ୍ରେନ ବଦଳରେ ଦେଖିବାକୁ ମିଳିଲା କାର । ବଡ଼ ଦୁର୍ଘଟଣା ପୂର୍ବରୁ ବର୍ତ୍ତି ଯାଇଛନ୍ତି । କର୍ଣ୍ଣାଟକରୁ ନଜରକୁ ଆସିଛି ଏଭଳି ଖବର । ଜଣେ ମଦ୍ୟପ ଡ୍ରାଇଭର କାରକୁ ଭାରସାମ୍ୟ ହରାଇ ଟ୍ରେନ୍ ଟ୍ରାକ ଉପରକୁ ନେଇ ଯାଇଛନ୍ତି । ଭାଗ୍ୟ ଭଲ ସେହି ସମୟରେ କୌଣସି ଟ୍ରେନ୍ ଆସି ନଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ରେଲଓ୍ବେ କର୍ମାଚାରୀମାନେ କାରକୁ ଉଦ୍ଧାର କରିଥିଲେ । ପ୍ରଥମେ ସେ ଟିକେଟ୍ କାଉଣ୍ଟର ପାଖକୁ ଆସିଥିଲେ । ପରେ ସିଧା ସଳଖ ପ୍ଲାଟଫର୍ମରେ ଗାଡ଼ିକୁ ଭାରସାମ୍ୟ ହରାଇ ଭର୍ତ୍ତି କରି ଦେଇଥିଲେ ।

ତେବେ ମଦ୍ୟପ ଡ୍ରାଇଭରଙ୍କ ନାମ ରାକେଶ ବୋଲି ଜଣା ପଡ଼ିଛି । ସେ ଏତେ ପରିମାଣରେ ମଦ୍ୟପାନ କରିଥିଲେ କି, ନିଜେ ନିଜକୁ ମଧ୍ୟ ନିୟନ୍ତ୍ରଣ କରିପାରୁନଥିବା ଦେଖିବାକୁ ମିଳିଥିଲା । ତେବେ ରେଲଓ୍ବେ କର୍ମଚାରୀମାନେ ମଧ୍ୟରାତ୍ରରେ ଜେସିବି ଡକାଇ ଗାଡ଼ିକୁ ଟ୍ରାକରୁ ବାହାର କରିଥିଲେ । ଏବେ ଡ୍ରାଇଭର ଏବଂ ଗାଡ଼ି ପୋଲିସ ହେପାଜତରେ ରହିଥିବା ସୂଚନା ମିଳିଛି ।