spot_img
Home Blog Page 1208

ଗାଁରେ ପଶିଲେ ୧୩ ଟିକିଆ ହାତୀ ପଲ

କଣ୍ଟାବାଞ୍ଜି: ମୁରିବାହଲ ରେଞ୍ଜ ବାରବନ୍ଧ ଗାଁରେ ହାତୀ ଉପଦ୍ରବ । ବିଳମ୍ବିତ ରାତିରେ ୧୩ ଟିକିଆ ହାତୀପଲ ବାରବନ୍ଧ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଗାଁର ଚାଷୀ ସୁମନ ନାଏକଙ୍କ ଘର ଭାଙ୍ଗିଛନ୍ତି । ଏହାସହ ପନିପରିବା ଓ ଧାନ ଚାଷକୁ ଦଳି ନଷ୍ଟ କରିଛନ୍ତି । ଚାଷ ଜମି ନଷ୍ଟ କରିବା ପରେ ପାଖରେ ଚାଷୀ ତିଆରି କରିଥିବା ଖଳାରେ ଅମଳ କରି ରଖା ଯାଇଥିବା ୨୨ ବସ୍ତା ଧାନକୁ ମଧ୍ୟ ଏହି ହାତୀପଲ ଖାଇ ଦେଇଛନ୍ତି ।

ଚାଷୀଙ୍କ ଜମିରେ ଲାଗିଥିବା ସୋଲାର ପ୍ଲେଟ୍ ଭାଙ୍ଗିଦେଇ ନଳକୂପକୁ ମଧ୍ୟ ଓପାଡ଼ି ଦେଇଛନ୍ତି । ଏହାକୁ ନେଇ ମୁରିବାହଲ ରେଞ୍ଜର ବନ କର୍ମଚାରୀ ହାତୀକୁ ଘଉଡ଼ାଇଥିଲେ । ହାତୀପଲଟି ଜଙ୍ଗଲରେ ରହିଛନ୍ତି । ତେବେ ରାତି ହେଲେ ସେମାନେ ପୁଣି ଗାଁକୁ ଆସିବାର ଭୟ ରହିଛି ।

ପଟ୍ଟାମୁଣ୍ଡାଇର ଶ୍ୟାମସୁନ୍ଦରପୁରରେ ଚାଷୀଙ୍କୁ ଭେଟିଲେ ନବୀନ

ନନ୍ଦଘୋଷ ବ୍ୟୁରୋ: ଆଜି ୪ ଜିଲ୍ଲା ଗସ୍ତରେ ଯାଇ ଚାଷୀଙ୍କୁ ଭେଟୁଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ, ଜଗତସିଂହପୁର ପରେ କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ଯାଇ ଚାଷୀଙ୍କୁ ଭେଟିଛନ୍ତି ।

ପଟ୍ଟାମୁଣ୍ଡାଇର ଶ୍ୟାମସୁନ୍ଦରପୁରରେ ପହଞ୍ଚିବା ପରେ ନବୀନଙ୍କୁ ଦେଖି କାନ୍ଦି ପକାଇ ଥିଲେ ଚାଷୀ । ନବୀନ ଗାଡିରୁ ଓହ୍ଲାଇ ଚାଷୀଙ୍କ ପାଖରେ ପହଞ୍ଚି ଥିଲେ । ଉଜୁଡା ଧାନ ଦେଖାଇ ଚାଷୀ ସାହାଯ୍ୟ କରିବାକୁ ନିବେଦନ କରିଥିଲେ । ନବୀନ ଚାଷୀଙ୍କ ସହ ଆଲୋଚନା କରିବା ସହ ମୁଁ ସାହାଯ୍ୟ କରିବି ବୋଲି କହିଥିଲେ ।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ପରେ ନବୀନଙ୍କ କଟକ ଜିଲ୍ଲା ଗସ୍ତ ରହିଛି । ସାଲେପୁରଠାରେ ନବୀନ ଚାଷୀଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିବେ ।

ନବୀନଙ୍କୁ ଗଜା ଧାନ ଦେଖାଇ କାନ୍ଦି ପକାଇଲେ ଚାଷୀ

ନନ୍ଦିଘୋଷ ବ୍ୟୁରୋ: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଗଜା ଧାନ ଦେଖାଇ କାନ୍ଦି ପକାଇଲେ ଚାଷୀ। ଅଦିନିଆ ବର୍ଷା କେମିତି ମେରୁଦଣ୍ଡ ଭାଙ୍ଗି ଦେଇଛି, ଫସଲ ଉଜାଡ଼ି ଦେଇଛି, ତାହା ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି ପୁରୀ ସତ୍ୟବାଦୀ ଅଞ୍ଚଳର ଚାଷୀ। ଅଦିନିଆ ବର୍ଷା ଉପକୂଳ ଜିଲ୍ଲାରେ ବ୍ଯାପକ କ୍ଷୟକ୍ଷତି କରିଛି। କିନ୍ତୁ ଏଯାଏ ସରକାରୀ ସାହାଯ୍ଯ ଚାଷୀଙ୍କ ପାଖରେ ପହଞ୍ଚି ନାହିଁ। ଏପରିକି କେତେକ ଅଞ୍ଚଳରେ ସରକାରୀ ଅଧିକାରୀଙ୍କ ପାଦ ବି ପଡି ନାହିଁ। ଏପରି ସ୍ଥିତିରେ ପ୍ରଭାବିତ ଅଞ୍ଚଳ ଗସ୍ତ କରି ଚାଷୀଙ୍କ ଦୁଃଖ ବୁଝୁଛନ୍ତି ନବୀନ ପଟ୍ଟନାୟକ। ସତ୍ଯବାଦୀ ରେ ଚାଷୀ କହିଛନ୍ତି, ବର୍ତ୍ତମାନର ସରକାର କାମକୁ ନୁହନ୍ତି। କେବଳ ନବୀନ ହିଁ ଭରସା। ଏହା କହି ସେମାନେ କାନ୍ଦି ପକାଇଥିଲେ। ନବୀନ ପ୍ରତିଶୃତି ଦେଇଛନ୍ତି, ଚାଷୀଙ୍କ ଦୁଃଖ ସରକାରଙ୍କ କାନରେ ପକାଇବେ। କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ନବୀନ ପଟ୍ଟନାୟକ।

ସାମ୍ନାକୁ ଆସିଲା ଓଡିଶା ଭିଜିଲାନ୍ସର ବାର୍ଷିକ ରିପୋର୍ଟ: ୨୦୨୪ ମସିହାରେ ମୋଟ ୨୦୦ ଅପରାଧିକ କେସ ରୁଜୁ

ନନ୍ଦିଘୋଷ ବ୍ୟୁରୋ: ସାମ୍ନାକୁ ଆସିଲା ଓଡିଶା ଭିଜିଲାନ୍ସର ବାର୍ଷିକ ରିପୋର୍ଟ । ୨୦୨୪ ମସିହାରେ ମୋଟ ୨୦୦ ଅପରାଧିକ କେସ ରୁଜୁ କରାଯାଇଛି। ୧୮୧ ଜଣ ସରକାରୀ ଅଧିକାରୀ ଓ ଅନ୍ୟ ଲୋକଙ୍କୁ ଗିରଫ କରାଯାଇଛି । ୫୦ ଜଣ କ୍ଳାସ ୧ ଅଫିସରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଯାହା ମଧ୍ୟରେ ୬ ଜଣ ଚିଫ ଇଞ୍ଜିନିୟର, ଅବକାରୀ ଜଏଣ୍ଟ କମିଶନର, ଫିସରି ଡେପୁଟି ଡ଼ାଇରେକ୍ଟର, ସିଟି ଜିଏସଟି ଆସିଷ୍ଟାଣ୍ଟ କମିଶନର, ଜେଲ ସୁପରିଟେଣ୍ଡେଣ୍ଟ, ସବ କଲେକ୍ଟର, ତହସିଲଦାର, ବିଡ଼ିଓଙ୍କ ବିରୋଧରେ କେସ ହୋଇଛି ।

ସେହିପରି ୧୯ ଜଣ ଇଞ୍ଜିନିୟର, ୨୨ ଜଣ ରେଭେନ୍ୟୁ କର୍ମଚାରୀ, ୯ ଜଣ ପୋଲିସ, ୫ ଜଣ ଡାକ୍ତର, ୩ ଜଣ ଫରେଷ୍ଟ ଅଧିକାରୀଙ୍କୁ ଗିରଫ କରାଯାଇଛି । ୬୦ ଟି ଡିଏ କେସ ହୋଇଛି । ସେହିପରି ୯୬ଟି କେସରେ ଟ୍ରାପ କରି ୧୧୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୯ ଲକ୍ଷ ୨୫ ହଜାର ନଗଦ ଟଙ୍କା ଜବତ କରାଯାଇଛି । ସେହିପରି ଟ୍ରାପ ଓ ଡିଏ କେସରେ ୪୮୩ ସ୍ଥାନରେ ରେଡ଼ ପଡିଛି । ଦୁର୍ନୀତିଗସ୍ତ ଅଧିକାରୀଙ୍କ ୭୯୨ ଟି ଆକାଉଣ୍ଟକୁ ଫ୍ରିଜ କରାଯାଇଛି । ୬୦ଟି ଡିଏ କେସରେ ୩୮ ଜଣ ଅଭିଯୁକ୍ତଙ୍କ ସହଯୋଗୀଙ୍କ ବିରୋଧରେ କେସ ହୋଇଛି । ୩୦୭ ଟି କେସରେ ତଦନ୍ତ ଶେଷ ହୋଇଛି । ୧୦୫ ଟି କେସରେ ଦଣ୍ଡବିଧାନ ଶେଷ କରିଛି ଭିଜିଲାନ୍ସ । ଡିଏ କେସରେ ଦଣ୍ଡବିଧାନ ହାର ୮୦ ପ୍ରତିଶତ ରହିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୨୫ ସରକାରୀ ଅଧିକାରୀଙ୍କୁ ସରକାରୀ ଚାକିରିରୁ ବହିଷ୍କୃତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା ସୂଚନା ଦେଇଛନ୍ତି।

ଉଜୁଡ଼ା କ୍ଷେତକୁ ଦେଖି ଆଉ ଜଣେ ଚାଷୀଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଉଜୁଡ଼ା କ୍ଷେତକୁ ଦେଖି ଆଉ ଜଣେ ଚାଷୀଙ୍କ ମୃତ୍ୟୁ । କଟକ ଜିଲ୍ଲା ନିଆଳିରେ କ୍ଷେତରେ ଟଳିପଡ଼ିଲେ ଚାଷୀ । ଉଜୁଡ଼ା ଫସଲ ଦେଖି କ୍ଷେତରେ ଟଳି ପଡ଼ିଲେ । କଟକ ଜିଲ୍ଲା ନିଆଳି ବ୍ଲକ ମହଙ୍ଗପଡ଼ାଗାଁରେ ଚାଷୀଙ୍କ ମୃତ୍ୟୁ । ଲଗାଣ ବର୍ଷାରେ ଧାନ ଫସଲ ସମ୍ପୂର୍ଣ ଉଜୁଡ଼ି ଯାଇଛି । ଧାନ ଫସଲ ନଷ୍ଟ ନେଇ ଚାଷୀ କୈଳାସ ପ୍ରଧାନ ଚିନ୍ତାରେ ଥିଲେ । ଆଜି ସକାଳେ କୈଳାସ କ୍ଷେତକୁ ଯାଇଥିବା ବେଳେ ଉଜୁଡ଼ା ଫସଲକୁ ଦେଖି ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ମୃତ ଚାଷୀଙ୍କ ପରିବାରକୁ ଭେଟିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ 

ନନ୍ଦିଘୋଷ ବ୍ୟୁରୋ: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ସାରଳା ଗାଁରେ ମୃତ ଚାଷୀଙ୍କ ପରିବାରକୁ ଭେଟିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  । ମୃତ ଚାଷୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ନବୀନ  । ଅତିଶୀଘ୍ର ମୃତ ଚାଷୀଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ଯୋଗାଇଦେବାକୁ ସରକାରଙ୍କ ନିକଟରେ  ଦାବି  ଜଣାଇଛନ୍ତି ନବୀନ । ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ ହେବାରୁ ବାଲିକୁଦା ବ୍ଲକ ତଣ୍ଡିକୁଳ ସାରଣା ଗାଁର କୃତ୍ତିବାସ ସ୍ଵାଇଁ  ଗତକାଲି ଆତ୍ମହତ୍ଯା କରିଥିବାର ଅଭିଯୋଗ ହୋଇଥିଲା।

ଆଇପିଏଲରେ କିଣିଲେନି ଦଳ ଏବେ ବିଜୟ ହଜାରେ ଟ୍ରଫିରେ ମାରିଲେ ହ୍ୟାଟ୍ରିକ୍ ଶତକ

ନନ୍ଦିଘୋଷ ବ୍ୟୁରୋ: ତିନି ବର୍ଷ ହେବ ଟିମ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ କରୁଛନ୍ତି ସଂଘର୍ଷ । ଆଉ ୨୦୨୫ ଆଇପିଏଲରେ ହୋଇଛନ୍ତି ଅନସୋଲ୍ଡ । କିନ୍ତୁ ଏବେ ବିଜୟ ହଜାରେ ଟ୍ରଫିରେ ଚମକୁଛି ବ୍ୟାଟ୍ । ଘାତକ ବୋଲରଙ୍କୁ ଘାଇଲା କରିଛନ୍ତି । ତେବେ ଏହି ଖେଳାଳି ଜଣକ ହେଉଛନ୍ତି ମୟଙ୍କ ଅଗ୍ରଓ୍ବାଲ । ହ୍ୟାଟ୍ରିକ୍ ଶତକ ମାରି ରେକର୍ଡ କରିଥିବାବେଳେ ତାଙ୍କୁ ଛୁଟିଛି ପ୍ରଂଶସାର ସୁଅ । କର୍ଣ୍ଣାଟକ ଦଳର ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ହାଇଦ୍ରାବାଦ ବିପକ୍ଷରେ ଏକ ଦମଦାର ଶତକ ହାସଲ କରିଛନ୍ତି । ସେ ୧୦୪ ବଲରୁ ୧୨୪ ରନ ସଂଗ୍ରହ କରିଛନ୍ତି । ଏଥିରେ ୧୫ ଚୌକା ଏବଂ ୨ ଛକା ରହିଛି । ଏହି ମ୍ୟାଚରେ କର୍ଣ୍ଣାଟକ ୫୦ ଓଭରରେ ୮ ଓ୍ବିକେଟ ହରାଇ ୩୨୦ ରନ ସଂଗ୍ରହ କରିବା ସହ ବିଜୟ ହାସଲ କରିଥିଲା । ଏହା ପୂର୍ବରୁ ମୟଙ୍କ ଅଗ୍ରଓ୍ବାଲ ପଞ୍ଜାବ ଏବଂ ଅରୁଣାଞ୍ଚଳ ପ୍ରଦେଶ ବିପକ୍ଷରେ ଶତକ ହାସଲ କରିଛନ୍ତି ।

କେରଳ ନର୍ସଙ୍କ ମୃତ୍ୟୁଦଣ୍ଡକୁ ୟେମନ ରାଷ୍ଟ୍ରପତିଙ୍କ ଅନୁମୋଦନ

ନନ୍ଦିଘୋଷ ବ୍ୟୁରୋ: ୟେମେନରେ ରହୁଥିବା ଜଣେ ଭାରତୀୟ ନର୍ସଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ୟେମେନର ରାଷ୍ଟ୍ରପତି ରଶାଦ ଅଲ-ଆଲିମି ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡକୁ ଅନୁମୋଦନ କରିଛନ୍ତି । ରାଷ୍ଟ୍ରପତିଙ୍କଠାରୁ କ୍ଷମା ପ୍ରାର୍ଥନା ମଧ୍ୟ ହୋଇପାରିବ ନାହିଁ । ୟେମେନ ନାଗରିକଙ୍କ ହତ୍ୟା ପାଇଁ ନିମିଶା ପ୍ରିୟାଙ୍କୁ ମୃତ୍ୟୁଦଣ୍ଡ ମିଳିଛି । ନିଜ କ୍ଲିନିକ ଖୋଲିବାକୁ ସ୍ୱପ୍ନ ଦେଖୁଥିବା ନିମିଶା ପ୍ରିୟାଙ୍କ ମୃତ୍ୟୁ ପାଖେଇ ଆସିଛି। ତାଙ୍କ ପରିବାର ନିରନ୍ତର ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି । ୟେମେନର ରାଷ୍ଟ୍ରପତି ରାଶାଦ ଅଲ-ଆଲିମି ମଧ୍ୟ ନର୍ସ ନିମିଶା ପ୍ରିୟାର ମୃତ୍ୟୁଦଣ୍ଡକୁ ଅନୁମୋଦନ କରିଛନ୍ତି । ଜଣେ ୟେମେନ ନାଗରିକଙ୍କ ହତ୍ୟା ପାଇଁ ନିମିଶା ପ୍ରିୟା ୨୦୧୭ ମସିହାରୁ ଜେଲ ଦଣ୍ଡ ଭୋଗୁଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏକ ମାସ ମଧ୍ୟରେ ତାଙ୍କ ମୃତ୍ୟୁ ଦଣ୍ଡ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରାନ୍ଧୀର ଜୈସୱାଲ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଆମେ ଜାଣୁ ଯେ ନର୍ସ ପ୍ରିୟାଙ୍କ ପରିବାର ଏକ ପ୍ରାସଙ୍ଗିକ ବିକଳ୍ପ ଖୋଜୁଛନ୍ତି। ଯଥା ସମ୍ଭବ ସରକାର ସେମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି। ୟେମେନ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ନିମିଶା ପ୍ରିୟାଙ୍କ ପରିବାର ପାଇଁ ଝଟକା ଦେଇଛି । ୩୬ ବର୍ଷୀୟ ଝିଅକୁ ମୃତ୍ୟୁ ଦଣ୍ଡରୁ ବଞ୍ଚାଇବା ପାଇଁ ପରିବାର ଲୋକ ଚେଷ୍ଟା କରୁଥିଲେ। ନର୍ସ ପ୍ରିୟାଙ୍କ ମାଆ ୫୭ ବର୍ଷୀୟ ପ୍ରେମ କୁମାରୀ ଚଳିତ ବର୍ଷ ଆରମ୍ଭରେ ୟେମେନର ରାଜଧାନୀ ସାନାରେ ପହଞ୍ଚିଥିଲେ। ସେବେଠାରୁ ଝିଅର ମୃତ୍ୟୁଦଣ୍ଡକୁ ରକ୍ଷା କରିବା ପାଇଁ ପୀଡ଼ିତାଙ୍କ ପରିବାର ସହିତ ଏବଂ ରକ୍ତ ଟଙ୍କା କ୍ଷମା ପାଇବା ଉପରେ ଆଲୋଚନା କରୁଥିଲେ  ।

ମଞ୍ଚରେ ଲାଗିଲା କ୍ୟାମେରା, ନିଶାଙ୍କ ଡ୍ୟାନ୍ସ ଉପରେ ନଜର ରଖିଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ଯାତ୍ରା ମଞ୍ଚରେ ଲାଗିଲା ପୋଲିସ କ୍ୟାମେରା। ଅପେରା ପେଣ୍ଡାଲରେ କ୍ୟାମେରାରେ ଆଇଟମ ଗାର୍ଲ ନିଶା ମହାରଣାଙ୍କ ଡ୍ୟାନ୍ସ ଉପରେ ନଜର ରଖିଲା ପୋଲିସ । ଗତ ରାତିରେ ମାଲକାନଗିରି ଡିଏନକେ ଖେଳ ପଡ଼ିଆ ଠାରେ ଚାଲିଥିବା ତାରିଣୀ ଗଣନାଟ୍ୟରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ପୂର୍ବରୁ କୋତାମେଟାରେ ଶ୍ରୀକ୍ଷେତ୍ର ଅପେରାରେ ଆଇଟମ ଗାର୍ଲ ସାହୁ ଭାଉଜଙ୍କ ଅଶ୍ଳୀଳ ଅଙ୍ଗ ପ୍ରଦର୍ଶନକୁ ନେଇ ବଦନାମ ହୋଇଛି ମାଲକାନଗିରି ପୋଲିସ । ଏହାର ପୁନରାବୃତ୍ତି ନଘଟିବା ଲାଗି ତାରିଣୀ ଗଣନାଟ୍ୟ ଉପରେ ନଜର ରଖିଥିଲା ପୋଲିସ । ଯାତ୍ରା କମିଟିଠାରୁ ଲିଖିତ ଗ୍ରହଣ କରି ନିଶା ମହାରଣାଙ୍କ ସୋ ଲାଗି ଅନୁମତି ଦେଇଥିଲା ମାଲକାନଗିରି ପୋଲିସ । ହେଲେ ଅପେରା ପେଣ୍ଡାଲରେ ନିଶା ମହାରଣା ଆସିବା ପରେ ଦର୍ଶକ ମାନଙ୍କ ମଧ୍ୟରେ ହୋ ହଲ୍ଲା ସୃଷ୍ଟି ହୋଇଥିଲା ।

ସତ୍ୟବାଦୀରେ ଚାଷୀଙ୍କ ସହ ଆଲୋଚନା କଲେ ନବୀନ

ନନ୍ଦିଘୋଷ ବ୍ୟୁରୋ: ପୁରୀ ଜିଲ୍ଲା ସତ୍ୟବାଦୀରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି ନବୀନ । ଚାଷୀଙ୍କ ପାଖକୁ ଯାଇ କଥା ହୋଇଛନ୍ତି । ଚାଷୀମାନେ ଆବେଗର ସହ ନିଜର ଦୁଃଖ ନବୀନଙ୍କୁ ଜଣାଇଥିବାବେଳେ ସାନ୍ତ୍ବନା ଦେଇଛନ୍ତି ବିରୋଧୀ ଦଳ ନେତା ।