spot_img
Home Blog Page 1218

ଆପ୍ ବିଧାୟକଙ୍କ ସନ୍ଦେହଜନକ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ପଞ୍ଜାବର ଲୁଧିଆନାରେ ଆପ୍ ବିଧାୟକଙ୍କ ସନ୍ଦେହଜନକ ମୃତ୍ୟୁ। ତାଙ୍କ ମୁଣ୍ଡରେ ଗୁଳି ବାଜିଥିବା ଜଣାପଡ଼ିଛି। ମୃତ ବିଧାୟକ ହେଲେ ଗୁରୁପ୍ରୀତ ଗୋଗି । ସେ ପଶ୍ଚିମ ଲୁଧିଆନାରୁ ବିଧାୟକ ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ତାଙ୍କୁ କେମିତି ଗୁଳି ବାଜିଲା, ତାହା ସ୍ପଷ୍ଟ ହୋଇନାହିଁ। ତାଙ୍କ ପତ୍ନୀ କହିଛନ୍ତି, ଗୁଳି ଫୁଟିବା ଶୁଣି ସେ ବେଡ୍ ରୁମକୁ ଯାଇଥିଲେ। ଏହା ପରେ ଗୋଗିଙ୍କୁ ହସପିଟାଲ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଥଣ୍ଡା, ଦୁଇଦିନ ଜାଡ଼ ସହ କଲବଲ କରିବ କୁହୁଡ଼ି

ନନ୍ଦିଘୋଷ ବ୍ୟୁରୋ: ଥରୁଛି ଆଭ୍ୟନ୍ତରୀଣ ଓଡ଼ିଶା ।  ଜାଡ ସହ ଦୁଇ ଦିନ ପର୍ଯ୍ୟନ୍ତ ଘନ କୁହୁଡି ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲିଠାରୁ ବଢିବ ତାପମାତ୍ରା । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଗଞ୍ଜାମ, ଗଜପତିରେ ତାପମାତ୍ରା ବଢିବ । ଏହାସହ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ତାପମାତ୍ରା ବୃଦ୍ଧି ହେବ । କୁହୁଡି ନେଇ ସୁନ୍ଦରଗଡ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ ଏବଂ କୋରାପୁଟକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସି ଆସିବ ଦୃଶ୍ୟମାନ ଦୂରତା । ସେଥିପାଇଁ ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳନା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

କଟକ ସୁଭଦ୍ରାପୁର ଅଞ୍ଚଳର ଅଜୟ ନାୟକଙ୍କ ଘର ଉପରକୁ ବୋମାମାଡ଼

ନନ୍ଦିଘୋଷ ବ୍ୟୁରୋ: କଟକ ସଦର ଥାନା ଅନ୍ତର୍ଗତ ସୁଭଦ୍ରାପୁର ଅଞ୍ଚଳର ଅଜୟ ନାୟକଙ୍କ ଘର ଉପରକୁ ବୋମାମାଡ଼ । ଗତକାଲି ବିଳମ୍ବିତ ରାତିରେ ହୋଇଛି ବୋମାମାଡ ।  ଅଜୟ ଓ ତାଙ୍କ ପରିବାର ଲୋକ ଘର ଭିତରେ ଥିଲା ବେଳେ ହଠାତ୍ କେହି ଦୁର୍ବୃତ୍ତ ଆସି ତାଙ୍କ ଘର ଭିତରକୁ ବୋମା ଫିଙ୍ଗି ଥିବା ଅଭିଯୋଗ । ଜୋରରେ ଶବ୍ଦ ହେବା ସହ ଚାରି ଆଡେ଼ ଧୂଆଁମୟ ହୋଇଯାଇଥିଲା । ଘଟଣାସ୍ଥଳରେ ସଦର ଥାନା ଆଇଆଇସି ଏବଂ ଜୋନ୍ 4 ଏସିପି ଅମିତାଭ ମହାପାତ୍ର ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାରେ କାହାର କିଛି କ୍ଷତି ହୋଇନାହିଁ ବୋଲି କହିଛନ୍ତି ଅଜୟ ନାୟକ ।

ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର ଆଜି ନବମ ଦିନ

ନନ୍ଦିଘୋଷ ବ୍ୟୁରୋ: ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର ଆଜି ନବମ ଦିନ । ଆଜି ମଥୁରାନଗରୀରେ ଅନୁଷ୍ଠିତ ହେବ ଆମ୍ରବନରେ ମୁନି-ଋଷିଙ୍କ ଉପରେ କଂସଙ୍କ ଅତ୍ୟାଚାର କାର୍ଯ୍ୟକ୍ରମ । ପରେ ରୁଦ୍ରଶୁକ ପ୍ରାପ୍ତି, ଶିବତାଣ୍ଡବ, କୃଷ୍ଣ-ବଳରାମଙ୍କ ମଥୁରାରେ ପ୍ରବେଶ କାର୍ଯ୍ୟକମ ଅନୁଷ୍ଠିତ ହେବ । ସେହିଭଳି ଗୋପପୁରରେ କୃଷ୍ଣ-ବଳରାମଙ୍କ ବିଦାୟ ଉତ୍ସବ କାର୍ଯ୍ୟକ୍ରମ । ପରେ କୃଷ-ବଳରାମଙ୍କୁ ଧରି ମଥୁରା ଅଭିମୁଖେ ଯାତ୍ରା କରିବେ ଅକୃର । ମଥୁରା ନଗରୀରେ ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ଯୁତ କରି ପୁଅ କଂସ ନିଜେ ରାଜ ସିଂହାସନ ଅକ୍ତିଆର କରିବା ପରେ ମଥୁରାରେ ଚଳାଇଛନ୍ତି ରାଜୁତି। ପ୍ରତିଦିନ ନଗର ଭ୍ରମଣରେ ବାହାରୁଛନ୍ତି ମହାରାଜ କଂସ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ନୃତ୍ୟ ଗୀତକୁ ଉପଭୋଗ କରଛନ୍ତି ମହାରାଜ କଂସଙ୍କ ସହ ମଥୁରାବାସୀ।

ସହଦେବଙ୍କ ପରିବାରକୁ ମିଳିଲା ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା

ଭୁବନେଶ୍ବର : ହତ୍ୟାକାଣ୍ଡର ଶିକାର ହୋଇଥିବା ସଫେଇ କର୍ମଚାରୀ ସ୍ୱର୍ଗତ ସହଦେବଙ୍କ ପରିବାରକୁ ମିଳିଲା ୫ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା । ଠିକା ସଫେଇ ସଂସ୍ଥା ପକ୍ଷରୁ ଏହି ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯାଇଛି ।  ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏବଂ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ଆଲୋଚନା ପରେ ସହାୟତା ପ୍ରଦାନ କରାଯାଇଛି । ଏହା ସହିତ ସ୍ୱର୍ଗତ ସହଦେବଙ୍କ ପତ୍ନୀଙ୍କୁ ସଂପୃକ୍ତ ଏଜେନ୍ସିରେ ସୁପଭାଇଜର ଭାବେ ନିଯୁକ୍ତି ଦେବା ପାଇଁ ସ୍ଥିର କରାଯାଇଛି । ପରିସ୍ଥିର ଗୁରୁତ୍ୱକୁ ଅନୁଭବ କରି ଏହି ନିଷ୍ପତ୍ତି ନିଆଯାଇଛି । ଆନ୍ଦୋଳନରତ କର୍ମଚାରୀଙ୍କ ପ୍ରତିନିଧିମାନଙ୍କ ସହ ଆଲୋଚନା ପରେ ମେୟର ରାଜ୍ୟ ସରକାରଙ୍କୁ ଏ ବାବଦରେ ଅବଗତ କରାଇଛନ୍ତି ।

ଭିଜିଲାନ୍ସ ଜାଲରେ ସୋରଣ ରାଜସ୍ୱ ସର୍କଲ ଏଆରଆଇ

ଟାଙ୍ଗୀ : ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲ ସୋରଣ ରାଜସ୍ୱ ସର୍କଲ ଏଆରଆଇ । ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ସୋରଣ ରାଜସ୍ୱ ସର୍କଲ ଏଆରଆଇ କୈଳାସ ବେହେରା ଅଟକ। ଜମି ପଟ୍ଟା ଯୋଗାଇ ଦେବା ପାଇଁ ଜଣେ ଭୂମିହୀନଙ୍କଠାରୁ କାର୍ଯ୍ୟାଳୟରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେବା ବେଳେ ଲାଞ୍ଚ ଟଙ୍କା ସହିତ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଖୋର୍ଦ୍ଧା ଭିଜେଲାନ୍ସ DSP ଚନ୍ଦ୍ରକଳା ଜେନାଙ୍କ ନେତୃତ୍ୱରେ ୮ ଜଣିଆ ଦଳ ଚଢ଼ାଉ କରି କାର୍ଯ୍ୟାଳୟରେ ଛାନବିନ କରୁଛନ୍ତି । ତାଙ୍କ ଶ୍ୱଶୁର ଘର ହାଟବରଡ଼ିରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ବହୁ ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର ଜବତ କରିଛି ଭିଜିଲାନ୍ସ ଟିମ୍ । ଏଆରଆଇ କୈଳାସ ବେହେରାଙ୍କୁ ଧରି ଚିଲିକା ତହସିଲ କାର୍ଯ୍ୟାଳୟକୁ ନେଇଛି ଭିଜିଲାନ୍ସ ଟିମ୍ ।

ପାଖେଇ ଆସୁଛି ଦିଲ୍ଲୀ ନିର୍ବାଚନ, ଭୋଟର ତାଲିକାକୁ ନେଇ ବଢୁଛି ବିବାଦ

ନୂଆଦିଲ୍ଲୀ : ଦିଲ୍ଲୀରେ ପାଖେଇ ଆସୁଛି ନିର୍ବାଚନ। ସେପଟେ ଭୋଟର ତାଲିକାକୁ ନେଇ ବଢୁଛି ବିବାଦ। ଭୋଟର ତାଲିକାରୁ ଜାଣିଶୁଣି ଭୋଟରଙ୍କୁ ବାଦ୍ ଦିଆଯାଉଛି ବୋଲି ଅଭିଯୋଗ କରିଛି କଂଗ୍ରେସ। ଯେଉଁମାନେ ବିଜେପି ବିରୋଧୀ ସେମାନଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ବିଶେଷ କରି ପୂର୍ବାଞ୍ଚଳରୁ ଆସି ଦିଲ୍ଲୀରେ ରହୁଥିବା ଭୋଟରଙ୍କୁ ବାଦ୍ ଦିଆଯାଉଛି ବୋଲି କଂଗ୍ରେସ ନେତା କହିଛନ୍ତି। ତେଣେ ଦିଲ୍ଲୀରେ ଭୋଟଦାନରେ ବିଳମ୍ବ, ଭୋଟର ତାଲିକାରେ ତ୍ରୁଟି ଆଦି ପ୍ରସଙ୍ଗରେ ଦିଲ୍ଲୀ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି କଂଗ୍ରେସ। ଦଳର ନେତା ତଥା ପ୍ରାର୍ଥୀ ସନ୍ଦୀପ ଦୀକ୍ଷିତ କହିଛନ୍ତି- ଦିଲ୍ଲୀରେ ଆପ୍ ପ୍ରତି ସମର୍ଥନ ହ୍ରାସ ପାଉଛି। ଭୋଟର ତାଲିକା ସଂଶୋଧନ ଜରିଆରେ ବିଜେପି ନିଜ ଫାଇଦା ଲାଗି ଚେଷ୍ଟା କରୁଛି। ସେହିପରି ଆପ ନେତା ବି ବିଜେପି ବିରୋଧରେ ଆଣିଛନ୍ତି ସମାନ ଅଭିଯୋଗ।

ରାତିରେ ୧୦୦୦ କମ୍ପାନୀରେ ଆବେଦନ,ସକାଳୁ ଫୋନ୍ କଲ ଉପରେ କଲ

ନୂଆଦିଲ୍ଲୀ :  ବର୍ତ୍ତମାନ AI ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବହୁତ ପ୍ରଚଳିତ  । ଜଣେ ମଣିଷ ଭଳି AI ମଧ୍ୟ କାମ କରିପାରୁଛି । AIକୁ ନେଇ ଅନେକ କଥା ପ୍ରତିଦିନ ଭାଇରାଲ ହେବାରେ ଲାଗିଛି । ଏମିତି କିଛି ଘଟଣା ଏବେ ସାମ୍ନାକୁ ଆସିଛି । ଯାହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସମସ୍ତେ ଜାଣିଛେ, ଚାକିରି ଖୋଜିବା ବହୁତ କଷ୍ଟ । କିନ୍ତୁ AI ମଧ୍ୟମରେ ଏହା ସହଜ ହୋଇପାରିଛି । ଆମେ ଜାଣିଛେ ଯେ, ଆଜିକା ସମୟରେ AI ଲୋକମାନଙ୍କ ପାଇଁ ଏପରି ଅନେକ ରାସ୍ତା ଖୋଲିଛି । ଯାହା ଆମ କଳ୍ପନା ବାହାରେ । ଏମିତି ଏକ କାହାଣୀ ବର୍ତ୍ତମାନ ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି AI ସାହାଯ୍ୟରେ ଏକା ସାଙ୍ଗରେ ୧୦୦୦ ଚାକିରି ପାଇଁ ଆବେଦନ କରିଥିଲେ  । ଦେଖୁ ଦେଖଉ ତାଙ୍କ ଭାଗ୍ୟ ବଦଳିଗଲା । ତାଙ୍କର ଏପରି କାମ ପାଇଁ ତାଙ୍କୁ ଏକ ସମୟରେ ୫୦ରୁ ଅଧିକ ଫୋନ କଲ ଆସିବାକୁ ଲାଗିଲା । କେଉଁ ଚାକିରି ପାଇଁ ଆବେଦନ କରିବେ ତାହା ସ୍ଥିର କରିବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇଗଲା  ।

ଜଣେ ବ୍ୟକ୍ତି ଏହି କାହାଣୀକୁ ରେଡ୍ଡିଟ୍ ର GET Employed ଫର୍ମରେ ସେୟାର କରିଛନ୍ତି । ଏଠାରେ ଜଣେ ୟୁଜର୍ସ କହିଥିଲେ,  ସେ ଏକ ବଟ୍ ତିଆରି କରିଛନ୍ତି । ଯାହା କେବଳ ତାଙ୍କ ପାଇଁ ହଜାରରୁ ଅଧିକ ଚାକିରି ପାଇଁ ଆବେଦନ କରିବା ପାଇଁ ଡିଜାଇନ୍ କରାଯାଇଥିଲା । ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ଶୋଇଥିବା ସମୟରେ ଏହି ସବୁ ଘଟଣା ଘଟିଥିଲା । ଏହାର କାର୍ଯ୍ୟ କେବଳ ଚାକିରି ଖୋଜିବା ନୁହେଁ । ବରଂ ପ୍ରାର୍ଥୀଙ୍କ ସୂଚନା ପଢିବା ପରେ ଏହା ସେମାନଙ୍କ ଚାକିରି ବର୍ଣ୍ଣନା ଅନୁଯାୟୀ ସିଭି ଏବଂ କଭର୍ ଲେଟର୍ ପ୍ରସ୍ତୁତ କରିଥାଏ । ଏହା ସହିତ, ଏହି ବଟ୍ ମଧ୍ୟ ଚାକିରି ପାଇଁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ପ୍ରସ୍ତୁତ କରେ ଏବଂ ସ୍ୱୟଂଚାଳିତ ଭାବରେ ଦାଖଲ କରେ  । ଏହି ବଟ୍ ଏପରି ଭାବରେ କାମ କଲା ଯେ, ଏହା ଏକ ମାସରେ ୫୦ରୁ ଅଧିକ ଅଫର୍ ଲେଟର ଆସିଲା । କୌତୁହଳର ବିଷୟ ହେଉଛି ଏହା ପ୍ରତ୍ୟେକ କାର୍ଯ୍ୟ ପାଇଁ ଏକ ଭିନ୍ନ ଏବଂ ସ୍ୱତନ୍ତ୍ର CV ପ୍ରସ୍ତୁତ କରେ  । ଯାହା ସହଜରେ ସ୍କ୍ରିନିଂ ସିଷ୍ଟମ ପାସ୍ କରେ ଏବଂ ପ୍ରତ୍ୟାଖ୍ୟାନର ସୁଯୋଗ ସଂପୂର୍ଣ୍ଣଭାବେ ଦୂର ହୋଇଯାଏ  । ବ୍ୟକ୍ତି ଜଣକ ଆହୁରି କହିଛନ୍ତି ଯେ, ଏହି ଉପାୟରେ, ବଟ କେବଳ ମୋର ପରିଶ୍ରମକୁ ବଞ୍ଚାଇ ନଥିଲା ବରଂ ଉତ୍ତମ ଫଳାଫଳ ମଧ୍ୟ ଦେଇଥିଲା  ।

ଆରମ୍ଭ ହେଲା ଅନ୍ଧାରୁଆ ମା‘ ଫୁଲବତୀ କ୍ଲବର ୩୦ତମ ବାର୍ଷିକ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ବର : ଅନ୍ଧାରୁଆ ମା‘ ଫୁଲବତୀ ଆଦିବାସୀ କ୍ଲବ୍ ପକ୍ଷରୁ ଆୟୋଜିତ ହେଉଥିବା ୩୦ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ପ୍ରତିଯୋଗୀତା ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହୋଇଛି। ତିନି ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଅନ୍ଧାରୁଆ ଶବର ସାହି ଫୁଟବଲ ପଡିଆରେ ଆୟୋଜିତ ହେଉଛି। ଟୁର୍ଣ୍ଣାମେଣ୍ଟକୁ ପୂର୍ବତନ ଜଟଣୀ ବିଧାୟକ ସୁର ରାଉତରାୟ ଉଦଘାଟନ କରିଥିଲେ। ଟୁର୍ଣ୍ଣମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ଦିନର ଲିଗ୍ ମ୍ୟାଚରେ ଦଳୁଆ, ପାଣିଓଳା, କୁଜିମହଲ, ଗୁପ୍ତପଡ଼ା, କଣ୍ଟାବାଡ଼, ଗାଡ଼କଣ, ଦାସପୁର, କରଡ଼ାପଲ୍ଲିର ଟିମ୍ ଅଂଶଗ୍ରହଣ କରିଥିଲେ। ଏହି ଦଳଙ୍କ ମଧ୍ୟରୁ ଦାସପୁର ଓ କୁଜିମହଲ ଫୁଟବଲ ଟିମ୍ ସେମିଫାଇନାଲକୁ ଉନ୍ନିତ ହୋଇଛନ୍ତି। ମ୍ୟାଚକୁ ରେଫରି ଆନନ୍ଦ ନାୟକ, ମନୋରଂଜନ ଖୁଣ୍ଟିଆ ଓ ଦାସରଥି ଖୁଣ୍ଟିଆ ପରିଚାଳନା କରିଥିଲେ।

ସ୍ପେଶାଲ ସ୍କ୍ବାଡ ନାମରେ ସହଦେବଙ୍କୁ କରାଯାଉଥିଲା ହଇରାଣ : ବିଜେଡି

ଭୁବନେଶ୍ବର : ରାଜ୍ୟରେ ଚାଲିଛି ଜଙ୍ଗଲରାଜ । ସହଦେବ ନାୟକଙ୍କୁ ଜେଲରେ ପୂରାଇବାକୁ ଚାଲିଥିଲା ଯୋଜନା । ପୂର୍ବରୁ ତାଙ୍କ ଘରେ ବ୍ରାଉନ ସୁଗାର ରଖି ଦିଆଯାଇଥିଲା ଧମକ । ସହଦେବ ନାୟକ ସାହସର ସହ ମୁକାବିଲା କରିଛନ୍ତି । ସ୍ପେଶାଲ ସ୍କ୍ବାଡ ନାମରେ ସହଦେବଙ୍କୁ କରାଯାଉଥିଲା ହଇରାଣ । ମୃତ୍ଯୁ ପୂର୍ବରୁ ସହଦେବଙ୍କୁ ରାସ୍ତାରୁ ହଟାଇ ଦିଆଯିବା ଲାଗି ମିଳିଥିଲା ଧମକ । ଡିସିପିଙ୍କୁ ବି ଏନେଇ ମିଳିଥିଲା ସୂଚନା । ତଥାପି ସହଦେବଙ୍କୁ ହତ୍ଯା କରାଗଲା । ପୋଲିସ କିଛି କରିପାରିଲାନି । ପୋଲିସ ୫ ଜଣଙ୍କୁ ଗିରଫ କରି ବାହାବା ନେବାକୁ ଚେଷ୍ଟା କରୁଛି ବୋଲି ବିଜେଡି ପୁଣି ପ୍ରେସମିଟ କରି ବର୍ଷିଛି । ହତ୍ଯା ପଛରେ ବହୁତ କିଛି ରହସ୍ଯ ଅଛି । ନଭେମ୍ବର ୩ ତାରିଖରେ ଭିଡିଓ ଦେଖାଇ ସହଦେବ ନିଜ ଜୀବନ ପ୍ରତି ବିପଦ ଥିବା କହିଥିଲେ । କିନ୍ତୁ ପୋଲିସ ତାଙ୍କୁ ସୁରକ୍ଷା ଦେଇପାରିଲାନାହିଁ । ହତ୍ଯା ପଛରେ କ’ଣ କାରଣ ରହିଛି ଭିଡିଓରୁ ସ୍ପଷ୍ଟ ହୋଇଛି । ସହଦେବ ନାୟକ ବ୍ରାଉନସୁଗାର ବେପାରକୁ ବିରୋଧ କରୁଥିଲେ । ଅନ୍ଯପଟେ ନଭେମ୍ବର ୧ କିମ୍ବା ୨ ରାତିରେ ସହଦେବଙ୍କ ଘରକୁ କିଏ ଯାଇଥିଲେ ବୋଲି ପ୍ରଶ୍ନ କରିଛି ବିଜେଡି । ପୋଲିସକୁ କହିବା ପରେ ବି ପୋଲିସ ତଦନ୍ତ ହେଲା ନାହିଁ । ବିଜେଡି ବଡ଼ ଅଭିଯୋଗ କରି କହିଛି, ସହଦେବ ନାୟକଙ୍କୁ ଜେଲରେ ପୂରାଇବାକୁ  ଯୋଜନା ଚାଲିଥିଲା । ପୂର୍ବରୁ ତାଙ୍କ ଘରେ ବ୍ରାଉନ ସୁଗାର ରଖି ଧମକ ଦିଆଯାଇଥିଲା । ସହଦେବ ନାୟକ ସାହସର ସହ ମୁକାବିଲା କରିଛନ୍ତି । ହତ୍ଯା ପଛରେ ପୋଲିସ ଓ ସ୍ପେଶାଲ ସ୍କ୍ବାଡର ଭୂମିକା ସନ୍ଦେହରେ ରହିଛି । ସହଦେବଙ୍କ ଘରେ ଥିବା ସିସିଟିଭି ଫୁଟେଜର ତଦନ୍ତ ହେବା ଦରକାର । ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ଯକତା ରହିଛି । ମୁଖ୍ଯମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ବରେ ଅଛନ୍ତି । ମୁଖ୍ଯମନ୍ତ୍ରୀଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠୁଛି । ହତ୍ଯାର ବିଚାର ବିଭାଗୀୟ ତଦନ୍ତ ହେବା ଦରକାର ।