ଭୁବନେଶ୍ୱର : ଜିନତକୁ ନେଇ ଚିନ୍ତାରେ ବନ ବିଭାଗ । ବାଘୁଣୀ ଜିନତ୍ ଏବେ ପଶ୍ଚିମବଙ୍ଗ ପୁରୁଳିଆରେ । ଘଞ୍ଚ ଜଙ୍ଗଲ ଭିତରେ ରହୁଥିବାରୁ ସମ୍ଭବ ହେଉନି ଟ୍ରାଙ୍କୁଲାଇଜେସନ୍ । ୩-୪ ଥର ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କରାଯାଇଛି । ତେବେ ସ୍ପଷ୍ଟ ଚିତ୍ର ମିଳିପାରୁ ନଥିବାରୁ ଇଞ୍ଜେକସନ୍ ଠିକ୍ ଜାଗାରେ ଲାଗିନି । ଜିନତ ଶିକାର କରୁଛି । ସୁସ୍ଥ ଅଛି । ସାଟେଲାଇଟ ରେଡିଓ କଲାର ଜରିଆରେ ତା ଉପରେ ତୀକ୍ଷଣ ନଜର ରଖାଯାଇଛି । ଜିନତକୁ ଟ୍ରାକ କରିବା ପାଇଁ ଲାଗିଛନ୍ତି ଦୁଇ ରାଜ୍ୟର ୩ଟି ଟିମ୍ । ଓଡ଼ିଶାର ଗୋଟିଏ ଟିମ୍, ସୁନ୍ଦରବନ ଟିମ୍ ସମେତ ପଶ୍ଚିମବଙ୍ଗର ଦୁଇଟି ଟିମ୍ ଜିନତ ପାଇଁ ଲାଗିଛନ୍ତି । ଯଦିଓ ଏବେ ଟ୍ରାଙ୍କୁଲାଇଜ ପାଇଁ ହାତୀର ସହାୟତା ନିଆଯାଇନି, ଆବଶ୍ୟକ ପଡ଼ିଲେ ସେ ବିକଳ୍ପ ବି ଆପଣାଯିବ । ଖୁବଶୀଘ୍ର ଶିମିଳିପାଳ ଅଭୟାରଣ୍ୟ ଫେରାଇ ଆଣିବାକୁ ସବୁ ପ୍ରକାର ଚେଷ୍ଟା କରାଯିବ ।
ବଢ଼ିଲା ପୂର୍ବତନ ଆଇଏଏସ ଟ୍ରେନି ଅଫିସର ପୂଜା ଖେଡକରଙ୍କ ଅଡୁଆ
ନୂଆଦିଲ୍ଲୀ : ବଢ଼ିଲା ପୂର୍ବତନ ଆଇଏଏସ ଟ୍ରେନି ଅଫିସର ପୂଜା ଖେଡକରଙ୍କ ଅଡୁଆ। ୟୁପିଏସସି ଠକେଇ ମାମଲାରେ ଆଗୁଆ ଜାମିନ ଆବେଦନ ଖାରଜ। ୟୁପିଏସସି ଠକେଇ ମାମଲାରେ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଜାଲିଆତି ମାମଲାରେ ଗତ କିଛି ମାସ ତଳେ ସାରା ଦେଶରେ ଚର୍ଚ୍ଚାର କାରଣ ପାଲଟିଥିଲେ ପୂଜା। ସେ ନିଜକୁ ଶାରୀରିକ ଓ ମାନସିକ ଅକ୍ଷମତା ଦର୍ଶାଇ ବିଭିନ୍ନ ସୁବିଧା ହାସଲ କରିଥିଲେ।
ସେ ନିଜର ନାମ, ଓବିସି ପ୍ରମାଣପତ୍ର ଆଦିର ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା। କୋର୍ଟ କହିଛନ୍ତି-ପୂଜାଙ୍କ ବିଭିନ୍ନ କାର୍ଯ୍ୟକଳାପ ଏକ ବିରାଟ ଷଡ଼ଯନ୍ତ୍ରର ଅଂଶବିଶେଷ ଥିଲା। ଏହା ସହ ସେ ନିଯୁକ୍ତି ଲାଗି ଅନୁପଯୁକ୍ତ ବୋଲି କହିଛନ୍ତି କୋର୍ଟ। ପୂଜାଙ୍କ ବିରୋଧରେ ରହିଥିବା ଅଭିଯୋଗ ଜାଲିଆତିର ଏକ ବିରଳ ଉଦାହରଣ ଏବଂ ଦେଶ ଲାଗି କ୍ଷତିକାରକ ବୋଲି କହିଛନ୍ତି କୋର୍ଟ। ଏହା ସହ ଆସନ୍ତା ମାସ ଯାଏଁ ଆଦେଶନାମାକୁ ସ୍ଥଗିତ ରଖିଛନ୍ତି କୋର୍ଟ । ଗତ ଅଗଷ୍ଟରେ ପୂଜାଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଥିଲା। ମାତ୍ର ବିଶେଷ ସମୀକ୍ଷା ପରେ ପୂଜାଙ୍କ ଆବେଦନ ଗ୍ରହଣୀୟ ନୁହେଁ ବୋଲି ଅନୁଭବ କରିଥିଲେ କୋର୍ଟ। ଅଦାଲତ ଆହୁରି କହିଛନ୍ତି ଯେ, ସମାଜର ଅବହେଳିତ ବର୍ଗ ଲାଗି ରହିଥିବା ସୁବିଧାକୁ ଅନ୍ୟାୟ ଭାବେ ହାସଲ କରିବାକୁ ପୂଜା ଉଦ୍ୟମ କରିଥିଲେ।
ଆସନ୍ତାକାଲି ଦେଶର ସବୁ ଜିଲ୍ଲାରେ ରାଲି କରିବ କଂଗ୍ରେସ
ଭୁବନେଶ୍ୱର: ଆମ୍ବେଦକରଙ୍କୁ ଅପମାନ ପ୍ରସଙ୍ଗ । ଏନେଇ ଆସନ୍ତାକାଲି ଦେଶସାରା ସବୁ ଜିଲ୍ଲାରେ ରାଲି କରିବ କଂଗ୍ରେସ । ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ଜିଲ୍ଲା ସ୍ତରରେ ବିକ୍ଷୋଭ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ କଂଗ୍ରେସ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଇସ୍ତଫା ନଦେବା ପର୍ଯ୍ୟନ୍ତ କଂଗ୍ରେସ ପ୍ରତିବାଦ କରିବ । ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କଲା କଂଗ୍ରେସ ।
କଂଗ୍ରେସ କହିଛି, ବିଜେପି ସମ୍ବିଧାନ ବିରୋଧୀ । ଆମ୍ବେଦକରଙ୍କୁ ଅସମ୍ମାନ ଗ୍ରହଣୀୟ ନୁହେଁ । ବାରମ୍ବାର ଦାବି ସତ୍ତ୍ବେ କେନ୍ଦ୍ର ଗୃହ ମନ୍ତ୍ରୀ ନିଜ ବୟାନ ନେଇ କ୍ଷମା ମାଗିଲେନି । ଇସ୍ତଫା ଦେବାକୁ ରାଜି କିନ୍ତୁ ଭୁଲ ମାଗିବେନି କହି ଜିଦରେ ଅଟଳ । ତେଣୁ ଆମ୍ବେଦକରଙ୍କୁ ଅପମାନ ବିରୁଦ୍ଧରେ ଆସନ୍ତାକାଲି ଦେଶର ସବୁ ଜିଲ୍ଲାରେ ରାଲି କରିବ କଂଗ୍ରେସ । ଆମ୍ବେଦକର ସବୁ ଆଦିବାସୀଙ୍କ ପାଇଁ ଭଗବାନ । ଆମ୍ବେଦକରଙ୍କ ଅପମାନ କରିଛନ୍ତି ବିଜେପି ନେତା । ପ୍ରଧାନମନ୍ତ୍ରୀ ବି ଏ ସଂପର୍କରେ ଚୁପ । ତେଣୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଇସ୍ତଫା ନଦେବା ପର୍ଯ୍ୟନ୍ତ କଂଗ୍ରେସ ପ୍ରତିବାଦ କରିବ । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛି କଂଗ୍ରେସ । ୨୪ ନଭେମ୍ବର ସମ୍ବିଧାନ ଦିବସ ପାଳନ ପରେ ଲୋକସଭା ଏବଂ ରାଜ୍ୟସଭାରେ ସମ୍ବିଧାନ ଉପରେ ଚର୍ଚ୍ଚା ପାଇଁ ଦାବି କରିଥିଲା କଂଗ୍ରେସ । ଚର୍ଚ୍ଚା ବେଳେ ପ୍ରିୟଙ୍କା ଗାନ୍ଧୀ ସମ୍ବିଧାନ ବାବଦରେ ଅନେକ କଥା ଉଲ୍ଲେଖ କରିଥିଲେ । କିନ୍ତୁ ବିଜେପି ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କୁ ଟାର୍ଗେଟ କଲା । ଯାହା କି ଦୁଃଖ ଦାୟକ ।
ସେହିପରି ଜାତି ଜନଗଣନା ପାଇଁ କଂଗ୍ରେସ ବାରମ୍ବାର ଦାବି କରି ଆସିଛି । କଂଗ୍ରେସ ସାଂସଦ ମାନଙ୍କୁ ବିଜେପି ସାଂସଦ ମାନେ ସଂସଦ ଭିତରକୁ ପ୍ରବେଶ କରିବାକୁ ଦେଲେ ନାହିଁ । ଏ ନେଇ ମକର ଦ୍ବାରରେ ଧସ୍ତାଧସ୍ତି କାଣ୍ଡ ଘଟିଗଲା । ରାହୁଲ ଗାନ୍ଧୀ କାହାକୁ ଧକ୍କା ମାରିନାହାନ୍ତି । ରାହୁଲଙ୍କ ବିରୋଧରେ ମାମଲା ହୋଇଛି । କିନ୍ତୁ ରାହୁଲ ଗାନ୍ଧୀ ମାମଲାକୁ ଭୟ କରନ୍ତି ନାହିଁ । ବିଜେପି ଦଳ ଦଳିତ, ଜନଜାତି, ପଛୁଆ ବର୍ଗ ବିରୋଧୀ ବୋଲି କହିଛି କଂଗ୍ରେସ ।
ନକଲି ଡାକ୍ତରର ଭୁଲ ଚିକିତ୍ସା ଯୋଗୁଁ ଚାଲିଗଲା ଜୀବନ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଅଭାବନୀୟ ଘଟଣା । ନକଲି ଡାକ୍ତରର ଭୁଲ ଚିକିତ୍ସା ଯୋଗୁଁ ଜଣଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ଲାଠୋର ଥାନା ଅଞ୍ଚଳର ଶ୍ରୀମତ କଟା । ସମ୍ପୃକ୍ତ ନକଲି ଡାକ୍ତର ତୁରକେଲା ଥାନା ବଡଡ଼କଲା ଗାଁରେ ଅସ୍ଥାୟୀ କ୍ଲିନିକ କରି ରୋଗୀଙ୍କ ଚିକିତ୍ସା କରୁଥିଲେ । ତୁରେକେଲା ପୋଲିସ ସଂପୃକ୍ତ ନକଲି ଡାକ୍ତର ଟିଟୁ ବିଶ୍ୱାସକୁ ଗିରଫ କରି ଅଧିକ ତଦନ୍ତ କରୁଛି । କ୍ଲିନିକରୁ ବିଭିନ୍ନ ପ୍ରକାରର ଔଷଧ ଓ ସାଲାଇନ ଜବତ କରାଯାଇଛି ।

