ନନ୍ଦିଘୋଷ ବ୍ୟୁରୋ: ଘରୋଇ କଳିର କରୁଣ ପରିଣତି । ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଗୁଲୁବା ପଞ୍ଚାୟତ କଲେମା ଗାଁରେ । ଗାଁର ଧର୍ମେନ୍ଦ୍ର ନାୟକ ସ୍ତ୍ରୀ ଲାଲିଙ୍କୁ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଡବା ଥାନା ଅଧିକାରୀ ଓ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଗାଁ ଠାରୁ ପ୍ରାୟ ଦେଢ଼ କିଲୋମଟର ପାହାଡ ତଳେ ଥିବା ଏକ ନାଳର ପଥର କୋରଡରୁ ମୃତଦେହ ଉଦ୍ଧାର କରିଛି ପୋଲିସ୍ । ତେବେ ହତ୍ୟାକାରୀ ସ୍ବାମୀ ଧର୍ମେନ୍ଦ୍ର ଫେରାର ହୋଇଯାଇଛି । ଗତ 13 ବର୍ଷ ତଳେ ଅଡବା ଥାନା କଲେମ । ଗାଁର ଧର୍ମେନ୍ଦ୍ର ମୋହନା ଥାନା ଆମ୍ବଗାଁର ଲlଲି ନାୟକଙ୍କୁ ବିବାହ କରିଥିଲେ । ତେବେ ବିବାହ ଠାରୁ ପାରିବାରିକ ଅଶାନ୍ତି ଲାଗି ରହିଥିଲା । ଗତ ଗୁରୁବାର ଦିନ ଠାରୁ ଲlଲି ନିଖୋଜ ଥିଲେ । ମୃତଦେହ ପାହାଡ ତଳେ ପଡିଥିବା ଦେଖି ପୋଲିସ୍ କୁ ଖବର ଦେଇଥିଲେ ପରିବାର ଲୋକେ ।
ବାଘ ଛାଲ ଡିଲ ବେଳେ ମାଡି ବସିଲା ବନ ବିଭାଗର ସ୍ୱତନ୍ତ୍ର ଟିମ
ନନ୍ଦିଘୋଷ ବ୍ୟୁରୋ: ଦେବଗଡ଼ ବନ ବିଭାଗକୁ ସଫଳତା । ବାଘ ଛାଲ ଡିଲ ବେଳେ ମାଡି ବସିଲା ବନ ବିଭାଗର ସ୍ୱତନ୍ତ୍ର ଟିମ । ବାରକୋଟ ଫରେଷ୍ଟ ରେଞ୍ଜ ଠିଆନାଳ ସେକ୍ସନ ଗୋଳାବନ୍ଧ ଗାଁ ନିକଟ ରାଜସ୍ଥାନୀ ଢ଼ାବାରେ ଚାଲିଥିଲା ଡିଲ୍ । ଗୋଟିଏ ବାଘ ଛାଲ, ଦୁଇଟି ବାଇକ ଓ ୫ଟି ମୋବାଇଲ ସମେତ ୭ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ରାଜସ୍ଥାନ ଯୋଧପୁର ଲାମ୍ବା ଗ୍ରାମର ଅଶୋକ ବିଷ୍ଣୋଇ, ରାଜସ୍ଥାନ କପର୍ଦା ଥାନାଞ୍ଚଳର ଅଜୟପାଲ ବିଷ୍ଣୋଇ, ବାରକୋଟ ଥାନା ଅନ୍ତର୍ଗତ ରାଜମୁଣ୍ଡା ଗ୍ରାମର ମାନସିଂ ବାରି, ବାରକୋଟ ଥାନାଞ୍ଚଳର ଝରବାହାଲର ରମେଶ ଚନ୍ଦ୍ର ନାଏକ, ଗୁରୁସଙ୍ଗ ଗ୍ରାମର ରାଜେନ୍ଦ୍ର ରଣ, ଠିଆନାଳ ଗ୍ରାମର କର୍ମୁ ନାଏକ ଓ ଅନଗୁଳ ଜିଲ୍ଲା ସାନବାଗଦରି ଗ୍ରାମର ବୀରବର ନାହାକ । ବନ୍ୟଜନ୍ତୁ ଅଙ୍ଗ ତସ୍କରୀ ମାମଲାରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।.
ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଣିଆପଲ୍ଲୀ ମୁଖ୍ୟରେ ସଡ଼କ ଦୁର୍ଘଟଣା । ରାସ୍ତାରେ ଯାଉଥିବାବେଳେ ଧକ୍କା ଦେଲା ବାଇକ । ଘଟଣାସ୍ଥଳରେ ଜଣେ ବ୍ଯକ୍ତିଙ୍କ ମୃତ୍ଯୁ । ମୃତକ ହେଲେ ଗୁଡିଆପଲ୍ଲୀର ମହେଶ୍ୱର ବେହେରା । ବାଇକ ଚାଳକ ସୋଡ଼କ ଅଞ୍ଚଳର ଶଙ୍କର ନାୟକ ଗୁରୁତର l ମହେଶ୍ୱର ବେହେରା ରାସ୍ତାରେ ଯାଉଥିବାବେଳେ ବୁଢ଼ାଆମ୍ବ ପଟୁ ଶଙ୍କର ବାଇକରେ ଆସି ଧକ୍କା ଦେଇଥିଲେ । ମୃତକ ଶଙ୍କରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଛି l ପୋଲିସ ବାଇକ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି l
ରାଜ୍ଯବାସୀଙ୍କୁ ବାଧିଲାଣି ଦରବୃଦ୍ଧି: ଆସନ୍ତାକାଲି ରାଜଧାନୀରେ ରଣହୁଙ୍କାର
ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଡବଲ ଇଂଜିନ ସରକାର ବିରୋଧରେ ରାଜଧାନୀରେ ଶୁଭିବ ରଣହୁଙ୍କାର। ଦରଦାମ ବୃଦ୍ଧି ଓ ଅନ୍ୟାନ୍ଯ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇବ ବିଜେଡି। ବିଜେପି ଦେଇଥିବା ମିଛ ପ୍ରତିଶୃତି ଓ ବିଫଳ ଅର୍ଥନୈତିକ ପରିଚାଳନାକୁ ଟାର୍ଗେଟ କରି ଲୋୟର ପିଏମଜିଠାରେ କରାଯିବ ଗଣବିକ୍ଷୋଭ । ପରେ ଏହି ଆନ୍ଦୋଳନକୁ ପଞ୍ଚାୟତ ସ୍ତରରେ କରିବ ଦଳ ।
ବିଜେପି କ୍ଷମତାକୁ ଆସିଲା । ତାସହ ଆସିଲା ମହଙ୍ଗା ମାଡ଼ର କଳଙ୍କିତ ଅଧ୍ୟାୟ । ଦୁଇ ମାସ ଭିତରେ ମୁଦ୍ରାସ୍ଫୀତିରେ ହେଲା ରେକର୍ଡ । ୬.୭୮ ପ୍ରତିଶତ ହାରରେ ମୁଦ୍ରାସ୍ଫୀତିରେ ତୃତୀୟ ସ୍ଥାନରେ ଓଡ଼ିଶା ରହିଛି । ପଦାରେ ପଡିଲା ଡବଲ ଇଂଜିନ ସରକାରଙ୍କ ଅର୍ଥନୈତିକ ପରିଚାଳନାର ଡିଣ୍ଡିମ। ଅତ୍ୟାବଶକୀୟ ସାମଗ୍ରୀର ଦାମ ଆକାଶଛୁଆଁ ହେଲାଣି । ପ୍ରତିବାଦରେ ଆସନ୍ତାକାଲି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଭୁବନେଶ୍ବର ଲୋୟର ପିଏମଜିଠାରେ ବିଶାଳ ଗଣବିକ୍ଷୋଭ କରିବ ବିଜୁ ଜନତା ଦଳ ।
ସାମିଲ ହେବେ ରାଜ୍ୟର ହଜାର ହଜାର ଲୋକ। ଆଗକୁ ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହି ଆନ୍ଦୋଳନକୁ ଆହୁରି ଶାଣିତ କରିବ ବିଜେଡି । ଦରଦାମ ବୃଦ୍ଧି ଯୋଗୁଁ ମହିଳା ସର୍ବାଧିକ କ୍ଷତି ସହୁଛନ୍ତି । ହାଣ୍ଡିଶାଳରେ ଚଡକ ପକାଇଛି ମହଙ୍ଗା ମାଡ଼ । ନିର୍ବାଚନ ସମୟରେ ବିଜେପି ଯେଉଁ ଉଜ୍ଜ୍ବଳା ଯୋଜନା କଲେ, ସେଥିରେ ସିଲିଣ୍ଡର ରିଫିଲିଂ ଖର୍ଚ୍ଚ ଅଧିକ ଥିବାରୁ, ମହିଳା ପୁଣି ଥରେ ଚୁଲି ମୁଣ୍ଡକୁ ଠେଲି ହୋଇଗଲେ । ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲ ଦର କମିଲେ ବି ତେଲ ଦର କମୁନାହିଁ। ୨୦୧୪ରୁ କ୍ରମାଗତ ଭାବେ ଦର ଏପରି ବଢି ଚାଲିଛି ଯେ ଲୋକେ ଗାଡ଼ି ଚଲାଇବାକୁ ଭୟ କଲେଣି । ସୁଭଦ୍ରା ଯୋଜନା ଭେଳିକି କରି ଟଙ୍କା ଦିଆଗଲା । ଅନ୍ୟପଟେ ସୁଭଦ୍ରା ନାଁରେ ଡବଲ ପାଇପ ଲଗାଇ ଶୋଷଣ କରାଯାଉଥିବା ବିଜେଡି ଅଭିଯୋଗ କରିଛି ।
ମହଙ୍ଗା ମାଡ଼ ବିରୋଧୀ ନାରା ଦେଇ ୨୦୧୪ରେ କେନ୍ଦ୍ରରେ କ୍ଷମତାକୁ ଆସିଥିଲା ବିଜେପି । ହେଲେ ୧୦ ବର୍ଷରୁ ଦରଦାମ ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବା ଅଭିଯୋଗ କରିଛି ବିଜେଡି । ଗତ ୬ ମାସରେ ଦେଶର ମୁଦ୍ରାସ୍ଫୀତି ୩୦ ପ୍ରତିଶତରୁ ଅଧିକ ରହିଛି । ଓଡ଼ିଶାରେ ଏହା ୭ ପ୍ରତିଶତ ରହିଛି । ଗାଁରେ ୮ ପ୍ରତିଶତରେ ପହଞ୍ଚିଛି । ହେଲେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନଥିବା କଟାକ୍ଷ କରିଛି ବିଜେଡି । ସେପଟେ ଦରବୃଦ୍ଧି ଠାରୁ ଅଧକ ବ୍ୟଥିତ କରିଛି ବିଜେପି ସରକାରର ମନ୍ତ୍ରୀମାନଙ୍କ ବେପରୁଆ ମନ୍ତବ୍ୟ ।
ଦରଦାମ ବୃଦ୍ଧି ଯୋଗୁଁ ଡବଲ ଇଂଜିନ ସରକାରଙ୍କ ଦୁର୍ବଳ ଅର୍ଥନୈତିକ ପରିଚାଳନାକୁ ବିଭିନ୍ନ ମହଲରେ ଦାୟୀ କରାଯାଉଛି । ଏହା ବିରୋଧରେ ଆନ୍ଦୋଳନ କେବଳ ବିଜେଡି ସ୍ତରରେ ସୀମିତ ହୋଇ ରହିନି, ସାରା ଦେଶର ଖାଉଟି ସ୍ବର ଉଠାଇଲେଣି ।
ମଣିପୁରରେ ସେନାର ମିଳିତ ଅପରେସନକୁ ବଡ଼ ସଫଳତା
ନନ୍ଦିଘୋଷ ବ୍ୟୁରୋ: ମଣିପୁରରେ ସେନାର ମିଳିତ ଅପରେସନକୁ ବଡ଼ ସଫଳତା। ପଶ୍ଚିମ ଇମ୍ଫାଲ ସମେତ ବିଭିନ୍ନ ଜିଲ୍ଲାରେ ରେଡ୍ କରି ବିପୁଳ ଗୋଳାବାରୁଦ ଜବତ। ୪୨ ବନ୍ଧୁକ, ଗ୍ରେନେଡ ସହ ଅସ୍ତ୍ରଶସ୍ତ୍ର ଜବତ କରିଛି ସେନାର ଟିମ। ଯୁଦ୍ଧ ଲାଗି ପ୍ରସ୍ତୁତ ରଖିଥିବା ଉଗ୍ରବାଦୀଙ୍କ ଅସ୍ତାଗାରକୁ ଠାବ କରିବା ସହ ନଷ୍ଟ କଲେ ଯବାନ। ମଣିପୁରର ପଶ୍ଚିମ ଇମ୍ଫାଲ ସହ ଚନ୍ଦେଲ, ଥୌବାଲ, କାଙ୍ଗପୋକପି, ଚୁରାଚାନ୍ଦପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଡ କରିଥିଲା ସେନାର ମିଳିତ ଟିମ। ଏଥିରେ ସେନାର ଯବାନଙ୍କ ସିଆରପିଏଫ, ମଣିପୁର ପୋଲିସ ଟିମ ସାମିଲ ଥିଲେ। କୋଞ୍ଚାକ ଅଂଛଳରୁ ଗୋଟିଏ କାରବାଇନ ମେସିନଗନ ସହ ଗୋଟିଏ ଥ୍ରୀନଟ ଥ୍ରୀ ରାଇଫଲ, ୨ଟି ପିସ୍ତଲ, ୩ଟି ସିଙ୍ଗଲ ବାରେଲ ରାଇଫଲ, ଗ୍ରେନେଡ ସହ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା। ଏହାସହ ଆଇଇଡି ମଧ୍ୟ ଜବତ କରିଛି ସେନାର ମିଳିତ ଟିମ।
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନେଇ ପୂର୍ବତନ ବିଜେପି ସାଂସଦ ରମେଶ ବିଧୁଡିଙ୍କ ଅଭଦ୍ର ଟିପ୍ପଣୀ ପ୍ରସଙ୍ଗ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ମହାସଚିବ ତଥା ସାଂସଦ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନେଇ ବିଜେପି ନେତା ରମେଶ ବିଧୁଡିଙ୍କ ଅଭଦ୍ର ଟିପ୍ପଣୀ। ସୋସିଆଲ ମିଡିଆରେ ଭାଇରାଲ ହେଇଛି ବିଜେପି ନେତା ରମେଶ ବିଧୁଡିଙ୍କ ବୟାନ। ଦିଲ୍ଲୀରେ ବିଜେପି ଆସିଲେ କାଲକାଜୀ ରାସ୍ତାକୁ ସୋନିଆ ଗାନ୍ଧୀଙ୍କ ଗାଲ ସଦୃଶ କରିଦେବେ ବୋଲି କହିଥିଲେ ରମେଶ ବିଧୁଡ଼ି। ଏହି ବୟାନ ପରେ ବିଜେପିର ପୂର୍ବତନ ସାଂସଦ ତଥା ନେତା ରମେଶ ବିଧୁଡିଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡିଛି। ବିଧୁଡିଙ୍କ ଏହି ବୟାନ ମହିଳା ବିରୋଧୀ ବୋଲି କହିଛନ୍ତି ଅନେକ ନେତା। କଂଗ୍ରେସର ନେତା ରମେଶ ବିଧୁଡ଼ିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଦିଲ୍ଲୀ କାଲକାଜୀ ବିଧାନସଭା ସିଟରୁ ବିଜେପି ଟିକେଟ ପାଇଛନ୍ତି ରମେଶ ବିଧୁଡି। ପ୍ରିୟଙ୍କା ଗାନ୍ଧିଙ୍କୁ ନେଇ ଦେଇଥିବା ବୟାନସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ମଥୁରାରେ ଶ୍ଯାମେଶ୍ବର ମହାଦେବଙ୍କୁ ଦର୍ଶନ କରିବେ ମହାରାଜା କଂସ
ନନ୍ଦିଘୋଷ ବ୍ୟୁରୋ: କଂସର ଅଟ୍ଟହାସ୍ଯରେ କମ୍ପୁଛି ମଥୁରା ନଗରୀ । ଆଜି ବରଗଡ଼ ଧନୁଯାତ୍ରାର ତୃତୀୟ ଦିନ । ମଥୁରାରେ ଶ୍ଯାମେଶ୍ବର ମହାଦେବଙ୍କୁ ଦର୍ଶନ କରିବେ ମଥୁରା ଅଧିପତି ମହାରାଜା କଂସ । ଏହାପରେ କାରାଗୃହରେ ପ୍ରବେଶ କରି ଶିଳାରେ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନକୁ ହତ୍ଯା କରିବାକୁ ଯିବାପରେ ଦେବୀବାଣୀ ହେବ । କୃଷ୍ଣ ଜନ୍ମପରେ ଉତ୍ସବମୁଖର ହୋଇଛି ଗୋପପୁର ସାଜିଥିବା ଅମ୍ବାପାଲୀ । ଗୋପରେ ତାଙ୍କ ଶତ୍ରୁ ବଢୁଥିବା ବିଜୁଳିକନ୍ଯାଙ୍କ ସୂଚନା ପରେ ରାଜ ଦରବାରରେ ନିଜ ପାତ୍ରମନ୍ତ୍ରୀଙ୍କ ସହ ମନ୍ତ୍ରଣା କରିବେ କଂସାସୁର। ନାରଦଙ୍କ ଉପଦେଶ ପରେ ପୁତନା ଓ ଷଢମଲ୍ଲକୁ ଆବାହନ କରି ଗୋପପୁର ପ୍ରେରଣ କରିବେ।
କଂସର ଅଟ୍ଟହାସ୍ଯରେ କମ୍ପୁଛି ମଥୁରା ନଗରୀ । ଉଗ୍ରସେନଙ୍କୁ ସିଂଘାସନରୁ ହଟାଇ ମଥୁରାର ରାଜା ହୋଇଛନ୍ତି ଯୁବରାଜ କଂସ । ବରଗଡ଼ରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚର ଦ୍ୱିତୀୟ ଦିବସରେ ନଗର ଭ୍ରମଣ କରିଛନ୍ତି ମହାରାଜ କଂସ । ନିୟମ ଖିଲାପକାରୀ ବ୍ୟକ୍ତିଙ୍କୁ ଦଣ୍ଡବିଧାନ କରିଛନ୍ତି । ମଥୁରାବାସୀଙ୍କ ମନୋରଞ୍ଜନ ପାଇଁ ମହାରାଜା କଂସ ରଙ୍ଗମହଲ ଉଦଘାଟନ କରିଛନ୍ତି । ଉଭୟ ରାଜଦରବାର ଓ ରଙ୍ଗମହଲରେ କଂସ ମହାରାଜଙ୍କ ମନୋରଞ୍ଜନ ପାଇଁ ବରଗଡ଼, ପୁରୀ, ଖୋର୍ଦ୍ଧା, ବଲାଙ୍ଗୀର, ସମ୍ବଲପୁର, ଗଞ୍ଜାମ ଏବଂ କୋଲକାତା କଳାକାର ନୃତ୍ୟ ପରିବେଷଣ କରିଥିଲେ । ମହାମନ୍ତ୍ରୀ ସାର୍ତ୍ତକୀଙ୍କୁ ରଙ୍ଗମହଲର ଦାୟିତ୍ୱ ଦେଇ ମହାରାଜ କଂସ ରାଜଦରବାରକୁ ଫେରି ଆସିଥିଲେ । ମାତା ଇନ୍ଦୁମତୀଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ଦୁର୍ମିଳା ରାକ୍ଷସକୁ ହତ୍ୟା କରିଛନ୍ତି । ନିଜ ସୁରକ୍ଷା ପାଇଁ ଚାଣ୍ଡୁର ମୁଷ୍ଟିକକୁ ଆବାହନ କରିଛନ୍ତି ମହାରାଜ କଂସ ।
ବରଗଡ଼ ଧନୁଯାତ୍ରାର ଦ୍ବିତୀୟ ଦିନରେ ଶୂନ୍ଯବାଣୀ ପରେ ଦେବକୀ ଓ ବସୁଦେବକୁ କାରାଗାରରେ ବନ୍ଦି କରି ରଖିଛନ୍ତି ମହାରାଜା କଂସ । ପିତା ଉଗ୍ରସେନକୁ ରାତ୍ରି ଜଗୁଆଳି ରୂପେ କାର୍ଯ୍ୟଭାର ଦେଇଛନ୍ତି । କଡ଼ା ସୁରକ୍ଷା ସତ୍ଵେ କାରାଗାରରେ ଜନ୍ମ ନେଇଛନ୍ତି ଶ୍ରୀକୃଷ୍ଣ । ଆଉ ବସୁଦେବ ତାଙ୍କୁ ଯମୁନା ରୂପକ ଜିରା ନଦୀ ପାର କରି ନନ୍ଦଙ୍କ ଘରେ ଛାଡ଼ି ବିଜୁଳିକନ୍ଯାକୁ ଆଣିଛନ୍ତି । ଶ୍ରୀକୃଷ୍ଣଙ୍କୁ ଧରି ବାସୁଦେବ ଗୋପପୁର ବିଜେ କରିବା ସମୟରେ ମହାରାଜ କଂସଙ୍କ କଟୁଆଳ ସାଜିଥିବା ଉଗ୍ରସେନ ବାସୁଦେବଙ୍କ ପଥ ଓଗାଳି ଥିଲେ । ଶ୍ରୀକୃଷ୍ଣଙ୍କ ଠାରେ ଭଗବାନ ବିଷ୍ଣୁଙ୍କ ରୂପ ଦେଖି ବାସୁଦେବଙ୍କ ପଥ ଛାଡ଼ିଦେଇଥିଲେ ।
ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଆଜିର ତୃତୀୟ ଦିନରେ ମହାରାଜ କଂସଙ୍କ ଶ୍ୟାମେଶ୍ୱର ମହାଦେବଙ୍କ ଦର୍ଶନ, ବିଜୁଳି କନ୍ୟାଙ୍କୁ ଶିଲାରେ ପ୍ରହାର, ଦୈବବାଣୀ, କଂସଙ୍କ ମନ୍ତ୍ରଣା, ନାରଦଙ୍କ ଉପଦେଶ, ଶ୍ରୀକୃଷ୍ଣଙ୍କୁ ହତ୍ୟା ପାଇଁ ପୁତନା ରାକ୍ଷସୀ ଓ ସଢ଼ମଲ୍ଲଙ୍କୁ ଗୋପପୁର ପ୍ରେରଣ, ନନ୍ଦୋତ୍ସବ, ନଗର ସଙ୍କୀର୍ତ୍ତନ ସହ କୃଷ୍ଣଙ୍କ ଗୋପପୁର ଭ୍ରମଣ ଦୃଶ୍ୟ ଅଭିନୀତ ହେବ ।
ପରୀକ୍ଷା ରଦ୍ଦ କରିବାକୁ ଦାବି, ସୁପ୍ରିମକୋର୍ଟରେ ପହଞ୍ଚିଲା ବିହାର BPSC ବିବାଦ
ନନ୍ଦିଘୋଷ ବ୍ୟୁରୋ: ବିହାର ପବ୍ଲିକ ସର୍ଭିସ କମିଶନ ପରୀକ୍ଷାରେ ବ୍ୟାପକ ଅନିୟମିତତା ମାମଲା ପହଞ୍ଚିଥିଲା ହାଇକୋର୍ଟରେ । ଏହି ପରିକ୍ଷାରେ ଅନିୟମିତତା ହୋଇଥିବାବେଳେ ପରୀକ୍ଷାକୁ ରଦ୍ଦ କରିବା ସହ ପୁଣିଥରେ କରାଇବାକୁ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଛି । ଏହାସହ ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜ ଘଟଣାରେ ଜିଲ୍ଲାପାଳ ଏବଂ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଶନିବାର ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ପିଟିସନରେ ପରୀକ୍ଷାରେ ବ୍ୟାପକ ରିଗିଂ ହୋଇଥିବା ଅଭିଯୋଗ ହୋଇଛି । ତେବେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ସିବିଆଇ ଦ୍ବାରା ଘଟଣାର ଯାଞ୍ଚ କରିବାକୁ ଦାବି କରାଯାଇଛି ।
ନିକିତାଙ୍କ ଜାମିନ୍ ପରେ ଏମିତି କହିଲେ ଅତୁଲଙ୍କ ବାପା
ନନ୍ଦିଘୋଷ ବ୍ୟୁରୋ: ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ପତ୍ନୀ ନିକିତା ଏବଂ ତାଙ୍କ ମାଙ୍କୁ ଜାମିନ ମିଳିବା ପରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ଅତୁଲଙ୍କ ପିତା । ସେ କହିଛନ୍ତି କି, ଛୁଆଙ୍କୁ ଅସ୍ତ୍ରଭାବେ ବ୍ୟବହାର କରି ବେଲ ନେଇଛନ୍ତି ନିକିତା । କୋର୍ଟକୁ ଭୁଲ ତଥ୍ୟ ଦେଇ ଜାମିନ ନେଇଛନ୍ତି । ଜାମିନ ନାମଞ୍ଜୁର ହେବା ପାଇଁ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି । ଏହାସହ ନିକିତାଙ୍କ ଜାମିନ ଆବେଦନକୁ ଖାରଜ କରିବାକୁ କୋର୍ଟରେ ଆବେଦନ କରିଛନ୍ତି ପଓ୍ବନ ମୋଦି ।
ଅତୁଲଙ୍କ ପିତା କହିଛନ୍ତି କି, ନିକିତା ତାଙ୍କ ପିଲାଙ୍କୁ ବୋଡିଂ ସ୍କୁଲକୁ ପଠାଇଛନ୍ତି । ସେଠାରେ ସେ ଦୁଇବର୍ଷ ରହିବେ । ମାତ୍ର ମିଛରେ ପିଲାଙ୍କ ଲାଳନ ପାଳନ ବାହାନା କରି ବେଶ ପାଇଁ ଆବେଦନ କରିଛନ୍ତି । ଏପରିକି ପିଲାଙ୍କ ବାହାନାରେ ଅତୁଲଙ୍କଠାରୁ ମଧ୍ୟ ବ୍ଲାକମେଲ କରି ଟଙ୍କା ନେଉଥିଲେ । ଏହାସହ ଅତୁଲଙ୍କ ପିତା କହିଛନ୍ତି କି, ପିଲାଙ୍କ ସୁରକ୍ଷା ଏବଂ ଜାମିନ ଖାରଜ କରିବା ପାଇଁ ଦରକାର ପଡ଼ିଲେ ସୁପ୍ରିମକୋର୍ଟକୁ ମଧ୍ୟ ଯିବେ । ଏହାସହ ପୁଅର ଭିଡିଓ ବାର୍ତ୍ତାର ବିଭିନ୍ନ ଉଦାହରଣ ଦେଇ ନିକିତାଙ୍କୁ ଦାୟୀ ମଧ୍ୟ କରିଛନ୍ତି ।
ଦଳରୁ ବାହାରିବେ କି ରୋହିତ-କୋହଲି ? କାହିଁକି ଏମିତି ଇଶାରା ଦେଲେ ଗମ୍ଭୀର
ନନ୍ଦିଘୋଷ ବ୍ୟୁରୋ: ସିଡନୀ ଟେଷ୍ଟରେ ପରାଜୟ ପରେ ଭାରତୀୟ ଦଳ ବର୍ଡର ଗାଭାସ୍କର ଟ୍ରଫିର ସିରିଜ ହାରିଛି । ଲଜ୍ଜାଜନକ ପରାଜୟ ଯେତିତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ରୋହିତ-କୋହଲିଙ୍କ ପ୍ରଦର୍ଶନ ଏହାଠାରୁ ଅଧିକ ଗଣମାଧ୍ୟମରେ ହେଡଲାଇନ ପାଲଟିଛି । ୩-୧ରେ ଅଷ୍ଟ୍ରେଲିଆ ସିରିଜ ଜିତିଥିବାବେଳେ ଓ୍ବାଲ୍ଟ ଟେଷ୍ଟ ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ନିଜର ସ୍ଥାନକୁ ପକ୍କା କରିଛି । ବିରାଟ ଏବଂ ରୋହିତ ସମ୍ପୂର୍ଣ୍ଣ ସିରିଜରେ ଫ୍ଲପ ହୋଇଥିଲେ । ତେବେ ଏହି ଦୁଇ ବରିଷ୍ଠ ଖେଳାଳିଙ୍କ ଅବସର ନେବା ସମୟ ଆସି ଯାଇଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ରୋହିତ ଏହାର ଜବାବ ଦେଇଛନ୍ତି । ସେ କହିଛନ୍ତି କି, ଏବେ ଫର୍ମ ନାହିଁ ମାତ୍ର ଖେଳ କେତେବେଳେ କଣ ହେବ ତାହା ଜଣାନଥାଏ । ସେପଟେ କିନ୍ତୁ ଗମ୍ଭୀରଙ୍କ ଇଶାରା କିଛି ନିଆରା ସୂଚନା ଦେଇଛି ।
What does the future look like for senior players in the team? Heach Coach @GautamGambhir responds! 🗣
🎥 Watch the full press conference on the #StarSports YouTube channel.#AUSvINDonStar #ToughestRivalry #BorderGavaskarTrophy #AUSvIND pic.twitter.com/28YxpdA928
— Star Sports (@StarSportsIndia) January 5, 2025
ଗମ୍ଭୀରଙ୍କୁ ପଚରା ଯାଇଥିଲା କି, ରୋହିତ ଏବଂ କୋହଲିଙ୍କ ଭବିଷ୍ୟତ କଣ ? ଏହାର ଉତ୍ତରରେ ଗମ୍ଭୀର କହିଥିଲେ କି, କାହାର ଭବିଷ୍ୟତ କହି ହେବ ନାହିଁ । କିନ୍ତୁ ଏବେ ଯୁବ ଖେଳାଳିମାନେ ଦଳରେ ସ୍ଥାନ ପାଇବା ପାଇଁ ଚାହିଁ ରହିଛନ୍ତି । ଅନେକ ଖେଳାଳି ଦଳରେ ସ୍ଥାନ ପାଇବା ପାଇଁ ଉତ୍ସାହର ସହ ଚାହିଁ ରହିଛନ୍ତି । ଟିମ ଇଣ୍ଡିଆର ଭଲ ପ୍ରଦର୍ଶନ ପାଇଁ ଚିନ୍ତା କରାଯାଉଛି । ଆଶା କରାଯାଉଛି କି, ଟିମ ଇଣ୍ଡିଆର ହିତ ପାଇଁ ସମସ୍ତେ ନିଜର ସହଯୋଗ କରିବା ଉଚିତ । ଅର୍ଥାତ ସିନିୟର ଖେଳାଳି ଅବସର ଘୋଷଣା କରନ୍ତୁ ବୋଲି ଏଭଳି କିଛି ଇଶାରା ଦେଇଛନ୍ତି ବୋଲି ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

