spot_img
Home Blog Page 1241

ସାଂସଦ ପ୍ରତାପ ଷଡ଼ଙ୍ଗୀ ଗଣନାଟ୍ୟର ସବୁଠୁ ବଡ ନାଟ୍ୟକାର : ଜୟଦେବ ଜେନା

ଭୁବନେଶ୍ୱର: ସଂସଦ ଘଟଣାକୁ ନେଇ ବିଜେପି ଉପରେ ବାର୍ଷିଲେ କଂଗ୍ରେସ ନେତା ଜୟଦେବ ଜେନା। ସେ କହିଛନ୍ତି, ବିଜେପି ବ୍ୟାକଫୁଟରେ ଅଛି । ହାଇଡ୍ରାମା କରୁଛି ବିଜେପି । ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡ ଫାଟିଛି, ରକ୍ତ ବାହାରୁଛି କେହି ଦେଖିଲେନି। ଇଣ୍ଡିଆ ମେଣ୍ଟର ସାଂସଦମାନଙ୍କୁ ସଂସଦ ଭିତରକୁ ନଛାଡିବା ପାଇଁ ଏ ଯୋଜନା । କାରଣ ଇଣ୍ଡିଆ ମେଣ୍ଟର ସାଂସଦମାନେ ସଂସଦରେ ଧାରଣାରେ ବସିବେ । ତେଣୁ ଏମିତି ନାଟକ କରୁଛନ୍ତି । ରାହୁଲ ଗାନ୍ଧୀଙ୍କୁ ବିଭିନ୍ନ ଆଇନ ଜାଲରେ ଛନ୍ଦିବା ପାଇଁ ଏପରି ନାଟକ ବୋଲି କହିଛନ୍ତି ଜୟଦେବ। ସାଂସଦ ପ୍ରତାପ ଷଡ଼ଙ୍ଗୀ ଗଣନାଟ୍ୟର ସବୁଠୁ ବଡ ନାଟ୍ୟକାର ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା। ଆମ୍ବେଦକରଙ୍କୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ମନ୍ତବ୍ୟ ସହ ଡବଲ ଇଞ୍ଜିନ ସରକାରଙ୍କ ମନ୍ତବ୍ୟକୁ ଦେବାକୁ କେବେ ଗ୍ରହଣ କରିବେ ନାହିଁ । ମଲ୍ଲିକା ଅର୍ଜୁନ ଖଡଗେକୁ ମଧ୍ୟ ବିଜେପି ସାଂସଦମାନେ ହଇରାଣ କରୁଛି । ବିଜେପି ହିଂସାକୁ ବିଶ୍ୱାସ କରେ । ସଂସଦରେ ଗୁଣ୍ଡାଗର୍ଦ୍ଦି କରୁଛି ବିଜେପି । ବିଜେପି ଶାସନରେ ଅଛି ବୋଲି ଯାହା ପାରୁଛି ତାହା କରୁଛି । ହିଂସାକାଣ୍ଡ କରି ଅଶାନ୍ତ ପରିସ୍ଥିତି ସୃଷ୍ଟି କରୁଛି । ସତ ସାମ୍ନାକୁ ଆସିବ । ଲୋକେ ବିଜେପିକୁ ଜାଣି ସାରିଲେଣି ବୋଲି କହିଛନ୍ତି ଜୟଦେବ ଜେନା ।

ଲୋକସଭା ଅନିର୍ଦ୍ଦିଷ୍ଟ କାଳ ଯାଏ ମୁଲତବି

ନୂଆଦିଲ୍ଲୀ: ଲୋକସଭା ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ଲାଗି ମୁଲତବି। ନଭେମ୍ବର ୨୫ ଅଧିବେଶନ ଆରମ୍ଭ ଦିନ ଠାରୁ ସମ୍ବିଧାନ, ଆଦାନୀ, ସମ୍ଭଲ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଗୃହରେ ଲାଗି ରହିଥିଲା ଅଚଳାବସ୍ଥା। ଆଦାନୀ ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା କରିବାକୁ ସରକାରଙ୍କ ଅଗ୍ରାହ୍ୟକୁ ନେଇ ଉଭୟ ଗୃହ ସୁରୁଖୁରୁରେ ଚାଲିପାରିନଥିଲା। ଗତକାଲି ସଂସଦ ଭବନ ଗେଟରେ ଠେଲାପେଲା ଘଟଣାକୁ ନେଇ ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟ ସାଂସଦଙ୍କ ମଧ୍ୟରେ ଚାଲିଥିଲା ବୟାନବାଜି।

ସେହିପରି ଆମ୍ବେଦକର ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତିକୁ ନେଇ ସଂସଦର ଉଭୟ ଗୃହରେ ସୃଷ୍ଟି ହୋଇଥିଲା ଝଡ। ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ନେଇ ଇଣ୍ଡି ମେଣ୍ଟର ବିରୋଧ ପ୍ରଦର୍ଶନ କରାଯାଇଛି। ଦିଲ୍ଲୀର ବିଜୟ ଚୌକରୁ ସଂସଦ ପର୍ଯ୍ୟନ୍ତ ବିରୋଧୀ ସାଂସଦ  ଶୋଭାଯାତ୍ରା କରିଛନ୍ତି। ଏଥିରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧି ମଧ୍ୟ ସାମିଲ ହୋଇଛନ୍ତି। ତେବେ ଏତଲା ହୋଇଥିବାରୁ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏହି ଶୋଭାଯାତ୍ରାରେ ସାମିଲ ହୋଇନାହାନ୍ତି।

ଗତକାଲି ସଂସଦ ପରିସରରେ ଶାସକ ଓ ବିରୋଧୀ ସାଂସଦ ମୁହାଁମୁହିଁ ଘଟଣାର ବିଜେପି ସଂସଦ ମାର୍ଗ ଥାନାରେ ରାହୁଲ ଗାନ୍ଧିଙ୍କ ବିରୋଧରେ ଏତଲା ରୁଜୁ କରିଥିଲା। ସେପଟେ ଶାସକ ବିଜେପି ସାଂସଦ ସଂସଦ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ କଂଗ୍ରେସ ବିରୋଧରେ ପ୍ରତିବାଦ କରିଛନ୍ତି।

ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟରେ ଲାଗି ରହିଛି କୋହଲା ପାଗ ସହ ବର୍ଷା

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ରାଜ୍ୟରେ ଲାଗି ରହିଛି କୋହଲା ପାଗ ସହ ବର୍ଷା। ଆଗାମୀ ୧୨ ଘଣ୍ଟାରେ ଅବପାତର ରୂପ ପରିଣତ ହେବାର ସମ୍ଭାବନା ରହିଥିବା ବେଳେ ପରବର୍ତ୍ତୀ ୨୪ ଘଣ୍ଟାରେ ଗୋଟିଏ ଅବପାତ ଭାବେ ଉତ୍ତର-ଉତ୍ତର ପୂର୍ବ ଆଡକୁ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ୨୦ ଏବଂ ୨୧ ରେ ମେଘୁଆ ପାଗ ସହ ବର୍ଷାର ପ୍ରଭାବ ରହିବ।

ଆଜି ଉପକୂଳ ଓଡିଶାରେ ମେଘୁଆ ପାଗ ସହ କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କଟକ, ଯାଜପୁର, କେଉଁଝର, ମୟୁରଭଞ୍ଜ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଅନୁଗୋଳ ଆଦି ଜିଲ୍ଲା ମାନଙ୍କରେ କିଛି କିଛି ସ୍ଥାନରେ ମଧ୍ୟମ ବର୍ଷା ଓ ଗୋଟିଏ କିମ୍ବା ଦୁଇଟି ଜାଗାରେ ମଧ୍ୟମରୁ ତୀବ୍ର ବୃଷ୍ଟିପାତ ସମ୍ଭାବନା ରହିଛି।

ଡିସେମ୍ବର ୨୧ କିମ୍ବା ୨୨ ହେବ ବର୍ଷର ସବୁଠାରୁ ଛୋଟ ଦିନ

ଭୁବନେଶ୍ୱର: ଡିସେମ୍ବର ୨୧ କିମ୍ବା ୨୨ ହେବ ବର୍ଷର ସବୁଠାରୁ ଛୋଟ ଦିନ । ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ଶୀତ ଋତୁ ଆରମ୍ଭ ହୋଇଥାଏ । ଏହା ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ । ଜ୍ୟୋତିର୍ବିଜ୍ଞାନୀଙ୍କ ମତରେ ବର୍ଷର ଏହି ଛୋଟ ଦିନରୁ ହିଁ ଶୀତଦିନ ଆରମ୍ଭ ହୋଇଥାଏ । ଧିରେ ଧିରେ ଦିନ ଗୁଡିକ ଅଧିକରୁ ଅଧିକ ବଡ଼ ହୋଇଥାଏ । ସେହି କ୍ରମରେ ମାର୍ଚ୍ଚ ୨୨ ବା ୨୩ ବେଳକୁ ଦିନ ରାତି ପାଖାପାଖି ସମାନ ରୁହେ ।

ଭୁବନେଶ୍ବର ପାଇଁ ଚଳିତ ବର୍ଷର ଡିସେମ୍ବର ୨୧ରେ ସବୁଠାରୁ ଛୋଟଦିନ ହେବ । ଦିନ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ ୨୪ ସେକେଣ୍ଡ ହେବ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ । ଭୁବନେଶ୍ବରରେ ଡିସେମ୍ବର ୧୫ରୁ ଡିସେମ୍ବର ୨୭ ପ୍ରାୟ ୧୨ ଦିନ ଧରି ଦିନ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ ହୁଏ । ଡିସେମ୍ବର ୨୧ରେ ସୁନ୍ଦରଗଡ଼ ଓ ମାଲକାନଗିରିରେ ଦିନର ଲମ୍ବା ୧୦ ଘଣ୍ଟା ୪୭ ମିନିଟ୍ ଓ ୧୧ ଘଣ୍ଟା ୧ ମିନିଟ ହେବ । ସେହି ତାରିଖରେ ଦିଲ୍ଲୀ ଓ କନ୍ୟାକୁମାରୀ ଠାରେ ଦିନର ଲମ୍ବା ଯଥାକ୍ରମେ ୧୦ ଘଣ୍ଟା ୧୯ ମିନିଟ୍ ଓ ୧୧ ଘଣ୍ଟା ୩୯ ମିନିଟ୍ ହେବ ।

ଜୁନ ୨୧ ବା ୨୨ ତାରିଖରେ ସବୁଠାରୁ ବଡ଼ ଦିନ ହୋଇଥାଏ । ମେରୁ ନିକଟବର୍ତ୍ତୀ ସ୍ଥାନ ଗୁଡିକରେ ବର୍ଷ ସାରା ଦିନର ଦୌର୍ଘ୍ୟରେ ବଡ଼ ପ୍ରାର୍ଥକ୍ୟ ଅନୁଭୂତ ହୁଏ । ସେଠାରେ ଶୀତଋତୁରେ ଦିନ ଗୁଡିକ ଅତ୍ୟନ୍ତ ଛୋଟ ହୁଏ ।

ଦିଲ୍ଲୀରୁ ଓଡ଼ିଶା ଗସ୍ତରେ ଆସିଛନ୍ତି ଗୃହମନ୍ତ୍ରାଳୟର ୪ଜଣିଆ ଟିମ୍

ନୂଆଦିଲ୍ଲୀ: ଦିଲ୍ଲୀରୁ ଓଡ଼ିଶା ଗସ୍ତରେ ଆସିଛନ୍ତି ଗୃହମନ୍ତ୍ରାଳୟର ୪ଜଣିଆ ଟିମ୍ । ପୁରୀ ଜିଲ୍ଲା କୋଣାର୍କରେ ପହଞ୍ଚି ଅନୁପ୍ରବେଶକାରୀଙ୍କୁ ରୋକିବାକୁ କେତେ ପ୍ରସ୍ତୁତ ସାମୁଦ୍ରିକ ଥାନା ସେନେଇ ତଦାରଖ କରିଛନ୍ତି। ଦିଲ୍ଲୀ ଗୃହମନ୍ତ୍ରାଳୟର ୪ଜଣିଆ ଟିମ ନୂଆଗଡ ସାମୁଦ୍ରିକ ଥାନା ଗସ୍ତରେ ଆସି ନୂଆଗଡ ଥାନାର ପାରିପାର୍ଶ୍ୱୀକ ସ୍ଥିତି ଅନୁଧ୍ୟାନ କରିଥିଲୋ। କର୍ମଚାରୀଙ୍କ ସଂଖ୍ୟା, ଆନୁସାଙ୍ଗିକ ବ୍ୟବସ୍ତା ଉପରେ ଅନୁଧ୍ୟାନ କରିବା ପରେ ପାଟ୍ରୋଲିଂ ବ୍ୟବହୃତ ବୋଟ ସ୍ଥିତି ମଧ୍ୟ ଅନୁଧ୍ୟାନ କରିଥିଲେ । ଅନୁଧ୍ୟାନ ପରେ ବିଭିନ୍ନ ସମସ୍ୟା ତଥା ଆବଶ୍ୟକ ଭିତ୍ତିଭୂମିର ଅଭାବ ସାଙ୍ଗକୁ ସ୍ୱଳ୍ପ ପାରିଶ୍ରମିକ ସେମାନଙ୍କ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ବାଧା ଦେଇଛି। ଅନୁପ୍ରବେଶକାରୀଙ୍କୁ ରୋକିବାକୁ ସାମୁଦ୍ରିକ ଥାନା ପୋଲିସ ପାଖରେ ଯଥେଷ୍ଟ ପରିମାଣର ଅସ୍ତ୍ରଶସ୍ତ୍ର କି କର୍ମଚାରୀ ନଥିବା ସେମାନଙ୍କ ଦୃଷ୍ଟି ଗୋଚର ହୋଇଥିଲା। ଏହା ସହିତ ଆତଙ୍କବାଦୀ ଓ ବାଂଲାଦେଶୀ ଅନୁପ୍ରବେଶକାରୀ ଜଳପଥ ଦେଇ ପଶି ଆସିଲେ ସେମାନଙ୍କୁ ସାମ୍ନା କରିବାକୁ ସେମାନଙ୍କ ପାଖରେ ସର୍ବନିମ୍ନ ବ୍ୟବସ୍ଥା ନଥିବା ଟିମ ଅନୁଧ୍ୟାନ କରିଛି।

ରାଉରକେଲାରେ ୧୫ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ତିନି ଗିରଫ

ରାଉରକେଲା: ରାଉରକେଲା ସହରରେ ପୁଣି ଲଜ୍ଜା। ଜଣେ ୧୫ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ୩ ଜଣ ଗଣଦୁଷ୍କର୍ମ କରିଥିବା ନେଇ ଉଦିତନଗର ଥାନାରେ ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ ପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଛି।

ସୁନ୍ଦରଗଡ଼ରେ ଗତ ୧୮ ତାରିଖ ରାତିରେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଉଦିତନଗର ଥାନାରେ ଅଭିଯୋଗ ହୋଇଥିଲା। ମା ସହିତ ଝଗଡା ହେଵାରୁ ନାବାଳିକା ଜଣକ ଘରୁ ରାଗି ରାଉରକେଲା ରେଲୱେ ଷ୍ଟେସନକୁ ପଳାଇ ଯାଇଥିଲେ। ଜଣେ ଅଭିଯୁକ୍ତ ନାବାଳିକାକୁ ଘରେ ଛାଡିଦେବାକୁ କହି ଗଣଦୁଷ୍କର୍ମ କରିଥିଲେ। ଅଭିଯୋଗ ପରେ ଉଦିତନଗର ପୋଲିସ ମାମଲା ରୁଜୁ କରି ତିନି ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଜଙ୍ଗଲରୁ ମିଳିଲା ଫେରାର ଜୁଆଡିର ମୃତଦେହ

ସୁନ୍ଦରଗଡ଼: ଜଙ୍ଗଲରୁ ମିଳିଲା ଫେରାର ଜୁଆଡିର ମୃତଦେହ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଗତକାଲି ରାତିରେ ସୁନ୍ଦରଗଡ଼ ତଳସରା ଥାନା ଅଞ୍ଚଳରେ ଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲା ତଳସରା ପୋଲିସ। ସେଠାରୁ ୬ ଟି କାର, ୨୦ ହଜାର ନଗଦ ଟଙ୍କା ସହ ମୋବାଇଲ ଜବତ ହୋଇଛି । ଚଢାଉରେ ଜଣେ ଜୁଆଡି ଧରାପଡିଥିବା ବେଳେ ଅନ୍ୟ ଜୁଆଡିମାନେ ଫେରାର ହୋଇ ଯାଇଥିଲେ । ତେବେ କିଛି ସମୟ ପରେ ନିକଟ ଜଙ୍ଗଲରେ ମହମ୍ମଦ ଫୈଜାଲ ନାମକ ଯୁବକର ମୃତଦେହ ଉଦ୍ଧାର କରାଯାଇଥିଲା । ଯୁବକ ଜଣକର ହୃଦଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତଦେହକୁ ସୁନ୍ଦରଗଡ଼ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ଅଣାଯାଇଥିବା ବେଳେ ସମ୍ପର୍କୀୟ ହତ୍ୟା ଅଭିଯୋଗ ଆଣିଛନ୍ତି ।

ଦିଲ୍ଲୀର ଏକ ସ୍କୁଲକୁ ପୁଣି ବୋମା ଧମକ

ନୂଆଦିଲ୍ଲୀ:  ଦିଲ୍ଲୀର ଏକ ସ୍କୁଲକୁ ପୁଣି ବୋମା ଧମକ। ଦ୍ଵାରକା ସ୍ଥିତ ଡିପିଏମ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ସ୍କୁଲକୁ ଇ-ମେଲ୍ ଯୋଗେ ଧମକ ଆସିଛି । ଏନେଇ ସ୍କୁଲ କର୍ତ୍ତୁପକ୍ଷ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଟିମ ଆସି ପହଞ୍ଚି ସ୍କୁଲରେ ଯାଞ୍ଚ କରିଛନ୍ତି । ସ୍କୁଲ ପରିସରରେ କୌଣସି କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳି ନଥିବା ସୂଚନା ମିଳିଛି। ବୋମା ଗୁଜବ ପରେ ସ୍କୁଲର ଆଜି ପାଠପଢାରେ ପରିବର୍ତ୍ତନ । ଅନଲାଇନ ମୋଡରେ କ୍ଲାସ କରିବାକୁ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ।

ସିଏନଜି ଟ୍ରକ ସହ ଏଲପିଜି ଟ୍ୟାଙ୍କର ଧକ୍କା, ୫ ଜୀବନ୍ତ ଦଗ୍ଧ

ଜୟପୁର: ରାଜସ୍ଥାନ ଜୟପୁରରେ ଭୟଙ୍କର ସଡକ ଦୁର୍ଘଟଣା। ଏକ ସିଏନଜି ଟ୍ରକ ସହ ଏଲପିଜି ଟ୍ଯାଙ୍କରର ଧକ୍କାରୁ ଲାଗିଲା ନିଆଁ। ଦୁଇ ଗାଡ଼ି ମଧ୍ୟରେ ଧକ୍କାରୁ ଭୟାନକ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୪୦ରୁ ଅଧିକ ଗାଡ଼ି ଜଳି ଯାଇଛି। ଏହି ଦୁର୍ଘଟଣାରେ ପ୍ରାୟ ୨୫ରୁ ଅଧିକ ଜଣ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୨୦ଟି ଅଗ୍ନିଶମବାହିନୀର ଗାଡ଼ି ମୁତୟନ ହୋଇଛନ୍ତି। ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନର ଟିମ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଛି।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୫ଟା ୩୦ରେ ଭାନ୍‌କ୍ରୋଟାରେ ଏକ ଏଲପିଜି ବୋଝେଇ ଟ୍ରକ୍‌ ଓ ଅନ୍ୟ ଏକ ସିଏନଜି ବୋଝେଇ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ସିଏନଜି ଟ୍ୟାଙ୍କରରେ ଜୋରଦାର ବ୍ଲାଷ୍ଟ ହେବା ସହ ଆଖପାଖରେ ଥିବା ଗାଡ଼ିଗୁଡ଼ିକ ହୁତୁହୁତୁ ହୋଇ ଜଳି ଉଠିଥିଲା।

ଆସାମ, ତ୍ରିପୁରା ଓ ମିଜୋରାମ ଉପରେ ମନ୍ତବ୍ୟ ଦେଇ ଟ୍ରୋଲ ହେଲେ ମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ନିଜେ ଦେଇଥିବା ବୟାନକୁ ନେଇ ଏବେ ସୋସିଆାଲ ମିଡ଼ିଆରେ ଟ୍ରୋଲ ହେଉଛନ୍ତି ବାଂଲାଦେଶ ୟୁନସ ମନ୍ତ୍ରୀ ମହଫୁଜ ଆଲାମ୍ । ମନ୍ତ୍ରୀ ଦେଇଥିବା ବୟାନକୁ କେନ୍ଦ୍ର କରି ଏବେ ବାଂଲାଦେଶରେ ଆାରମ୍ଭ ହୋଇଗଲାଣି ବିଦ୍ରୋହ । ମନ୍ତ୍ରୀ ଏକ ପୋଷ୍ଟ କରି କହିଛନ୍ତି ବାଂଲାଦେଶ, ବଙ୍ଗାଲ, ତ୍ରିପୁରା, ଆାସାମ ହଉଛି ବଂଲାଦେଶ ର ଏକ ଅଂଶ । ଯାହାକୁ ନେଇ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

ୟୁନୁସ ସରକାରରେ ପରାମର୍ଶଦାତା ଭାବରେ  କାର୍ଯ୍ୟ କରୁଥିବା ମହଫୁଜ ଆଲାମ ସୋସିଆଲ ମିଡିଆରେ ଏକ ମାନଚିତ୍ର ଉପସ୍ଥାପନ କରିଥିଲେ ଯେଉଁଥିରେ ବଙ୍ଗଳା, ଆସାମ ଏବଂ ତ୍ରିପୁରା ବାଂଲାଦେଶର ଏକ ଅଂଶ ଭାବରେ ଦର୍ଶାଯାଇଥିଲା। କେବଳ ଏତିକି ନୁହେଁ ବିଜୟ ଦିବସ ଅବସରରେ ପ୍ରସ୍ତୁତ ଏହି ପୋଷ୍ଟ ମାଧ୍ୟମରେ ଏହି ପରାମର୍ଶଦାତା ଭାରତର ଏହି ଅଂଶ ଦଖଲ କରିବାକୁ ଧମକ ଦେଇଛନ୍ତି।

ବାସ୍ତବରେ ଭାରତ ୧୬ ଡିସେମ୍ବରକୁ ବିଜୟ ଦିବସ ଭାବରେ ପାଳନ କରିଥାଏ କାରଣ ଏହି ଦିନ ଭାରତୀୟ ସେନା ପାକିସ୍ତାନକୁ ଦୁଇ ଭାଗରେ ବିଭକ୍ତ କରିଥିଲା ଏବଂ ବାଂଲାଦେଶ ଜନ୍ମ ହୋଇଥିଲା। ସୋମବାର (ଡିସେମ୍ବର ୧୬), ଫେସବୁକରେ ଏକ ପୋଷ୍ଟ ମାଧ୍ୟମରେ ସାଂସ୍କୃତିକ ପାର୍ଥକ୍ୟ ଆଧାରରେ ଉତ୍ତର-ପୂର୍ବ ଏବଂ ଉତ୍ତର ଭାରତର ଲୋକଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ପରେ ସେ ବାଂଲାଦେଶର ଏକ ଅଂଶ ଭାବରେ ପଶ୍ଚିମବଙ୍ଗ, ତ୍ରିପୁରା ଏବଂ ଆସାମକୁ ଦର୍ଶାଇ ଏକ ବିବାଦୀୟ ମାନଚିତ୍ର ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ ୧୯୭୫ ମସିହାରେ ବାଂଲାଦେଶର ପ୍ରତିଷ୍ଠାତା ନେତା ଶେଖ ମୁଜିବୁର ରହମାନ ଏବଂ ତାଙ୍କ ପରିବାରର ୧୮ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ୨୦୨୪ ମସିହାରେ ତାଙ୍କ ଝିଅ ଶେଖ ହସିନାଙ୍କୁ ଅଗଣତାନ୍ତ୍ରିକ ଉପାୟରେ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା। ଭାରତକୁ ବିଭାଜନ କରିବାକୁ ଚେଷ୍ଟା କରି ଆଲାମ କହିଛନ୍ତି, “ଏହି ଘଟଣାଗୁଡ଼ିକ ମଧ୍ୟରେ ୫୦ ବର୍ଷର ବ୍ୟବଧାନ ଅଛି, କିନ୍ତୁ କିଛି ପରିବର୍ତ୍ତନ ହୋଇନାହିଁ। ଆମେ କେବଳ ଆମ ଭୈାଗଳିକ ସିଷ୍ଟମରେ ଅଟକି ରହିଛୁ। କିନ୍ତୁ ବର୍ତ୍ତମାନ ଆମକୁ ଏକ ନୂତନ ଭୂଗୋଳ ଏବଂ ବ୍ୟବସ୍ଥା ଆବଶ୍ୟକ।” ଆଲାମଙ୍କ ଏଭଳି ମନ୍ତବ୍ୟ କୁ ନେଇ ଏବେ ରାଜନୈତିକ ମାହୋଲ ସରଗରମ ହୋଇଯାଇଛି ।