spot_img
Home Blog Page 1259

ଗାଡିରୁ ୧୦ ଲକ୍ଷ ଜବତ ଘଟଣା: ସିବିଆଇ କାର୍ଯ୍ୟାଳୟକୁ ଆସିଲା ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ଦସ୍ତାବିଜ୍

ଭୁବନେଶ୍ବର: ଦାମୀ ଗାଡିରୁ ୧୦ ଲକ୍ଷ ଟଙ୍କା ଜବତ ଘଟଣାରେ ଚାଲିଛି ତନାଘନା । ଭୁବନେଶ୍ବର ସିବିଆଇ କାର୍ଯ୍ୟାଳୟକୁ ଆସିଲା ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀର ଦସ୍ତାବିଜ । ଗୋଟିଏ ବ୍ୟାଗ ଭର୍ତ୍ତି ଦସ୍ତାବିଜ ଆଣିଛି ସିବିଆଇ । ବ୍ୟାଗରେ ରହିଛି ଆଇଟି ରିଟର୍ଣ୍ଣ ଦସ୍ତାବିଜ ସହ ଟେଣ୍ଡର କାଗଜପତ୍ର । ବାର୍ଷିକ ଅଡିଟ ଓ ଟିଡିଏସ ରିପୋର୍ଟର ବି ଚାଲିଛି ଯାଞ୍ଚ ।

ଅନ୍ୟପଟେ ନୋଟିସ ପରେ ସିବିଆଇ ନିକଟରେ ହାଜର ହୋଇଛନ୍ତି ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ୨ ଜଣ ଡ୍ରାଇଭର । ଡ୍ରାଇଭର ନୃସିଂହ ଶତପଥୀ ଏବଂ ତୁଷାର ସିବିଆଇରେ ହାଜର ହୋଇଛନ୍ତି । ଅନ୍ୟ ଜଣଙ୍କୁ ସମନ ହୋଇଥିଲେ ବି ସେ ହାଜର ହୋଇନାହାନ୍ତି ।

ସିବିଆଇର ଜେରା ପରେ ପ୍ରତିକ୍ରିୟା ରଖିଛନ୍ତି ବିଷ୍ଣୁପଦଙ୍କ ଡ୍ରାଇଭର ନୃସିଂହ । ତାଙ୍କ କହିବା କଥା, ସେ ଏସସି ଏସଟି ବିଭାଗର ଡ୍ରାଇଭର । ସିବିଆଇ ଯାହା ପଚାରିଲେ ତାହାର ଉତ୍ତର ଦେଇଛି । ବିଷ୍ଣୁପଦ ଘରୁ ବାହାରି କୁଆଡେ କୁଆଡେ ଯାଉଥିଲେ ତାହା ସିବିଆଇ ପଚାରିଥିଲା । ୭ ତାରିଖ ସନ୍ଧ୍ୟା ସମୟରେ ବିଷ୍ଣୁପଦ କେଉଁଠି ଥିଲେ ସେ ନେଇ ଜାଣିବାକୁ ଚାହିଁଛି ସିବିଆଇ । ତେବେ ସନ୍ଧ୍ୟା ୭ ଟାରେ ବିଷ୍ଣୁପଦଙ୍କୁ ଘରେ ଛାଡିଥିବା ସିବିଆଇକୁ କହିଛନ୍ତି ଡ୍ରାଇଭର ନୃସିଂହ । ହେଲେ ପରେ କୁଆଡେ ଯାଇଥିବେ ମୁଁ ଜାଣିନି । ସାରଙ୍କର ତିନି ଜଣ ଡ୍ରାଇଭର ଅଛନ୍ତି । ମୁଁ ଦିନ ଦୁଇଟା ପର୍ଯ୍ୟନ୍ତ ସାରଙ୍କୁ ନେବା ଆଣିବା କରେ । ପରେ ଡ୍ରାଇଭର ତୁଷାର ସାରଙ୍କୁ ନେବା ଆଣିବା କରେ । ଆଉ ଜଣେ ଡ୍ରାଇଭର ରାମ ମଧ୍ୟ ଅଛନ୍ତି । ହେଲେ ତାଙ୍କ ଆକାଉଣ୍ଟରେ କୌଣସି ଟଙ୍କା କାରବାର ହୋଇନାହିଁ ବୋଲି କହିଛନ୍ତି ଡ୍ରାଇଭର ନୃସିଂହ । ବିଷ୍ଣୁପଦଙ୍କ ଘରେ ସିସିଟିଭି ଲାଗିଛି କି ନାହିଁ ଡ୍ରାଇଭରଙ୍କ ଠାରୁ ତଥ୍ୟ ନେଇଛି ସିବିଆଇ ।

ଲୋକସଭାରେ ରାହୁଲଙ୍କ ଆକ୍ରମଣ, ଯୁବବର୍ଗର ଆଙ୍ଗୁଠି କାଟୁଛି ସରକାର

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଗୃହରେ ଦ୍ରୋଣାଚାର୍ଯ୍ୟ ଏବଂ ଏକଲବ୍ୟ ବିଷୟରେ ଉଲ୍ଲେଖ କରି ରାହୁଲ କହିଛନ୍ତି ଯେ, ଯେପରି ଏକଲବ୍ୟର ଆଙ୍ଗୁଠି କାଟି ଦିଆଯାଇଥିଲା, ସେହିଭଳି ମୋଦି ସରକାର ସମଗ୍ର ଦେଶର ଯୁବକମାନଙ୍କ ଆଙ୍ଗୁଠି କାଟି ଦେଉଛନ୍ତି । ଏହାପରେ ଆଦାନୀ ପ୍ରସଙ୍ଗ, ପେପର ଲିକ୍ ମାମଲା ଏବଂ ହାଥରସ୍ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ।

ଲୋକସଭାରେ ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ  ଲୋକସଭାରେ  ଆଲୋଚନା ବେଳେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ରାହୁଲ । ରାହୁଲ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ଏକଲବ୍ୟଙ୍କ ଆଙ୍ଗୁଠିକୁ ଯେପରି କଟାଯାଇଥିଲା, ବର୍ତ୍ତମାନ ମୋଦୀ ସରକାର ପଛୁଆ ବର୍ଗ ଲୋକ, ଦଳିତ ଏବଂ ଯୁବକଙ୍କ ଆଙ୍ଗୁଠିକୁ କାଟି ଦେଉଛନ୍ତି ।

ରାହୁଲ ଗାନ୍ଧୀ କହିଛନ୍ତି ଯେ ଅଗ୍ନିବୀର ଯୋଜନା କାର୍ଯ୍ୟକାରୀ ହୋଇଛି। ସମ୍ବିଧାନରେ ଏହି ବିଷୟରେ କୌଣସି ଉଲ୍ଲେଖ ନାହିଁ । ଏଥିରେ ମଧ୍ୟ ସରକାର ଯୁବକଙ୍କ ଆଙ୍ଗୁଠି କାଟିଛନ୍ତି। ଯେ ବର୍ତ୍ତମାନ ସରକାରୀ ଚାକିରିରେ ଲେଟରାଲ୍ ଏଣ୍ଟ୍ରି ବ୍ୟବହାର କରାଯାଉଛି। ସିଧାସଳଖ ଲାଟେରାଲ୍ ଏଣ୍ଟ୍ରି ମାଧ୍ୟମରେ ସରକାର ନୂତନ ନିଯୁକ୍ତି କରୁଛନ୍ତି। ଏହି କାରଣରୁ ଓବିସି ଯୁବକଙ୍କ ଆଙ୍ଗୁଠି ସିଧାସଳଖ କାଟି ଦିଆଯାଉଛି।

ଆହୁରୀ ମଧ୍ୟ କହିଛନ୍ତି, କେନ୍ଦ୍ର ସରକାରଙ୍କ ଆଦାନୀ ପ୍ରୀତି ଚାଲିଛି। ଆଦାନୀ ହାତରେ ଟେକି ଦିଆଯାଉଛି ବିମାନବନ୍ଦର ଠାରୁ ପ୍ରତିରକ୍ଷା କ୍ଷେତ୍ର। ଦେଶରେ ବାରମ୍ବାର ଘଟିଚାଲିଛି ପେପର ଲିକ୍ ଘଟଣା। ଏମଏସପି ଓ ଅନ୍ଯ ଅଧିକାର ଦାବି କରୁଥିବା ଚାଷୀଙ୍କୁ ଦମନ କରାଯାଉଛି। ସେମାନଙ୍କ ଉପରେ କରାଯାଉଛି ଲାଠିମାଡ। ଏହା ସହ ହାଥରସ ପ୍ରସଙ୍ଗରେ ୟୁପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ।

ରାହୁଲ ଗାନ୍ଧୀ ସଂସଦରେ ପେପକ ଲିକ୍ ମାମଲା ଉଠାଇଥିଲେ। ସେ କହିଛନ୍ତି ଯେ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ୭୦ ଟି ପେପର୍ ଲିକ୍ ହୋଇଛି। ଏହା ସିଧାସଳଖ ପ୍ରାର୍ଥୀଙ୍କ ଆଙ୍ଗୁଠି କାଟିବା ଭଳି ସ୍ଥିତି ହୋଇଛି ।

ଆହୁରୀ ମଧ୍ୟ ରାହୁଲ କହିଛନ୍ତି, ଏମଏସପି ଓ ଅନ୍ୟ ଅଧିକାର ଦାବି କରୁଥିବା ଚାଷୀଙ୍କୁ ଦମନ କରାଯାଉଛି। ସେମାନଙ୍କ ଉପରେ ଲାଠିମାଡ କରାଯାଉଛି । ଏହା ସହ ହାଥରସ ପ୍ରସଙ୍ଗରେ ୟୁପି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ। ସେ କହିଛନ୍ତି- ମନୁସ୍ମୃତି ଅନୁସାରେ ଚାଲିଛି ୟୁପି ଶାସନ। ସମ୍ବିଧାନ ଉପରେ ୨୪ ଘଣ୍ଟା ଆକ୍ରମଣ କରୁଛି ବିଜେପି। ସମ୍ଭଲ ସ୍ଥିତିକୁ ଅଧିକ ସ୍ପର୍ଶକାତର କରୁଛନ୍ତି ସରକାର।

ରାହୁଲ କହିଛନ୍ତି- ଅର୍ଥନୈତିକ ସମାନତା ନଥିଲେ ରାଜନୈତିକ ସମାନତା ଆସିବନାହିଁ। ଦେଶରେ ଆର୍ଥିକ ସମାନତା ହଜିଗଲାଣି।  ସମ୍ବିଧାନ ସମ୍ପର୍କରେ ବିନାୟକ ଦାମୋଦର ସଭରକରଙ୍କ ମନ୍ତବ୍ଯକୁ ତୀବ୍ର ସମାଲୋଚନା କରିଥିଲେ ରାହୁଲ। ସମ୍ବିଧାନ ବଦଳରେ ମନୁସ୍ମୃତି କାର୍ଯ୍ୟକାରୀ କରିବାକୁ ସଭରକର ଯାହା କହିଥିଲେ ସେନେଇ ବିଜେପିକୁ ଟାର୍ଗେଟ କରିଥିଲେ ରାହୁଲ।

 

 

ସାପ୍ତାହିକ ପ୍ରେମ ରାଶିଫଳ : ସିଂହ ଓ କୁମ୍ଭ ସହିତ ଏହି ରାଶିଙ୍କର ପ୍ରେମଗାଡ଼ି ଜୋରରେ ଗଡ଼ିବ

ଭୁବନେଶ୍ବର: ଆସୁଛି ନୂଆ ସପ୍ତାହ । ଡିସେମ୍ବର ୧୬ରୁ ୨୨ ତାରିଖର ସପ୍ତାହ ଆରମ୍ଭ ହେବ ସୂର୍ଯ୍ୟଦେବଙ୍କଠାରୁ । ସୂର୍ଯ୍ୟଦେବ ଧନୁ ରାଶିରେ ପ୍ରବେଶ କରି ଶୁଭ ଫଳ ପ୍ରଦାନ କରିବେ । ଫଳରେ କିଛି ରାଶିର ବ୍ୟକ୍ତିଙ୍କ ଲଭ ରିଲେସନ ଆହୁରି ଦୃଢ଼ ହେବ । ଦାମ୍ପତ୍ୟ ଜୀବନରେ ଖୁସି ଆସିବ ।ଏହି ସପ୍ତାହରେ ଧନୁ ସଂକ୍ରାନ୍ତି ପଡୁଥିବାରୁ ପ୍ରେମୀ ଯୁଗଳ ଧାର୍ମିକ କାର୍ଯ୍ୟରେ ମନନିବେଶ କରିବେ । ସେହିପରି ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହେବା ସହ ପରିବାରରେ ହସଖୁସିର ମାହୋଲ ରହିବ ।

ଆସନ୍ତୁ ଜାଣିବା ସୂର୍ଯ୍ୟଦେବ ଧନୁ ରାଶିରେ ପ୍ରବେଶ ସହ କେଉଁ ରାଶିର ବ୍ୟକ୍ତିଙ୍କ ପ୍ରେମ ଜୀବନର କି ପ୍ରଭାବ ପଡ଼ିବ ।

ମେଷ

ଏହି ରାଶିର ଲୋକଙ୍କ ପାଇଁ ସପ୍ତାହଟି ପ୍ରେମ ଦୃଷ୍ଟିରୁ ଉତ୍ଥାନ ପତନରେ ପରିପୂର୍ଣ୍ଣ ରହିବ । ସପ୍ତାହ ଆରମ୍ଭରୁ ଅସ୍ଥିରତା ଦେଖାଯିବ । ବାହାର ମହିଳାଙ୍କ ପାଇଁ ଆପଣଙ୍କ ପ୍ରେମ ସମ୍ବନ୍ଧ ଫାଟ ସୃଷ୍ଟି ହୋଇପାରେ । ସପ୍ତାହ ଶେଷ ବେଳକୁ ସ୍ଥିତିରେ ସାମାନ୍ୟ ସୁଧାର ଆସିବ । ଏହି ସପ୍ତାହରେ ପ୍ରେମ ସମ୍ବନ୍ଧୀୟ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାରୁ ଦୂରରେ ରୁହନ୍ତୁ ।

ବୃଷ

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ସପ୍ତାହଟି ପ୍ରେମ ମାମଲାରେ ବହୁତ ଭଲ ରହିବ । ଆପଣଙ୍କ ପ୍ରେମ ସମ୍ବନ୍ଧରେ ଆନନ୍ଦ, ଭଲ ପାଇବା ମିଳିବା ସହ ପରସ୍ପର ସହ ଆହୁରି ଅଧିକ ସହଜ ମନେ କରିବେ । ପୂରା ସପ୍ତାହ ଖୁସିରେ ଭରପୂର ରହିବ । ସପ୍ତାହ ଶେଷରେ କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି । ନିଜର ସାଥୀଙ୍କ ସହ ଭଲ ସମୟ ବିତେଇବେ ।

ମିଥୁନ

ଆପଣଙ୍କୁ ଏହି ସପ୍ତାହରେ ପ୍ରେମ ମାମଲାରେ ମିଶ୍ରିତ ଫଳ ମିଳିପାରେ । ପ୍ରେମ ସମ୍ପର୍କକୁ ନେଇ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ । ସପ୍ତାହ ଆରମ୍ଭରେ ମନ ଭିତରେ ଅସ୍ଥିରତା ବୃଦ୍ଧି ପାଇବା ସହ କିଛି ସମସ୍ୟା ଦେଖାଦେଇପାରେ । ଧୈର୍ଯ୍ୟ ରଖିବା ସହ ତରବର ଭାବେ କୌଣସି ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ ।

କର୍କଟ

ଏହି ରାଶିର ବ୍ୟକ୍ତିଙ୍କ ପ୍ରେମ ସମ୍ପର୍କକୁ ନେଇ ସପ୍ତାହଟି ବହୁତ ଭଲ ରହିବ । ଜଣେ ମହିଳା ସହଯୋଗରେ ଆପଣଙ୍କ ଜୀବନରେ ଖୁସି ଆସିପାରେ । ଜୀବନସାଥୀଙ୍କ ସହ ବାହାରକୁ ଯିବାର ଯୋଜନା କରିପାରନ୍ତି । ଆପଣଙ୍କ ପରିବାରରେ ସୁଖ, ସମୃଦ୍ଧି, ପ୍ରେମ ବୃଦ୍ଧି ପାଇବ ।

ସିଂହ

ଏହି ରାଶିର ବ୍ୟକ୍ତିଙ୍କ ସପ୍ତାହ ଆରମ୍ଭ ରୋମାଣ୍ଟିକ୍ ମୁଡ଼ରୁ ହେବ । ପ୍ରେମ ଜୀବନରେ ଶାନ୍ତି ରହିବ । ଆପଣଙ୍କ ସାଥୀ ସହ ଘନିଷ୍ଠତା ଆହୁରି ବଢ଼ିବ । ପରିବାରରେ ହସଖୁସିର ମାହୋଲ ରହିବ । ପ୍ରେମ ସମ୍ପର୍କ ଭଲ ରହିବା ସହ ଆପଣଙ୍କୁ ଶାନ୍ତି ପ୍ରାପ୍ତି ହେବ । ସପ୍ତାହ ଶେଷକୁ ପ୍ରେମ ଜୀବନକୁ ନେଇ କିଛି ନୂଆ କରିପାରନ୍ତି ଓ ଜୀବନସାଥୀଙ୍କ ସହ ଅଭୁଲା ମୁହୂର୍ତ୍ତ ବିତାଇବାର ସୁଯୋଗ ମିଳିପାରେ ।

କନ୍ୟା

ସେହିପରି କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ସପ୍ତାହଟି ରୋମାଣ୍ଟିକ ଭରା ରହିବ । ସପ୍ତାହ ଆରମ୍ଭରୁ ଆପଣଙ୍କ ପାର୍ଟନର ସହ ସମ୍ପର୍କ ଦୃଢ଼ ହେବ ଓ ଭଲ ପାଇବା ରହିବ । ଏକାନ୍ତରେ ସମୟ ବିତାଇବାକୁ ପସନ୍ଦ କରିବେ । କିଛଇ ଧାର୍ମୀକ କାମରେ ସାମିଲ ହୋଇପାରନ୍ତି । ସପ୍ତାହର ଶେଷ ବେଳକୁ ପାର୍ଟନର ସହ ଭଲ ସମୟ ବିତାଇବେ ଓ ପ୍ରେମ ଜୀବନରେ ଖୁସି ଆସିବ । ଦମ୍ପତିଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ।

ତୁଳା

ପ୍ରେମ ସମ୍ବନ୍ଧରେ ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସପ୍ତାହଟି ବହୁତ ଭଲ ରହିବ । ଏହି ସପ୍ତାହରେ ଆପଣ ଯାହାବି ନିଷ୍ପତ୍ତି ନେବେ, ଏଥିରେ ଆପଣଙ୍କୁ ଆପଣଙ୍କ ପାର୍ଟନରଙ୍କ ସହଯୋଗ ମିଳିବ । ବାହାର ଲୋକଙ୍କ ଦ୍ବାରା ଆପଣଙ୍କ ପ୍ରେମ ସମ୍ପର୍କରେ ସମସ୍ୟା ଛିଡ଼ା ହୋଇପାରେ । ତେଣୁ ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ । ସପ୍ତାହ ଶେଷ ବେଳକୁ କୌଣସି ବୟସ୍କ ବ୍ୟକ୍ତିଙ୍କ କାରଣରୁ ସମସ୍ୟା ବଢ଼ିପାରେ । ଧର୍ଯ୍ୟହରା ନହୋଇ ଆଗକୁ ବଢ଼ନ୍ତୁ, ଆପଣଙ୍କ ଜୀବନରେ ଖୁସି ଆସିବ ଓ ପାରସ୍ପରିକ ସମ୍ପର୍କ ମଜଭୁତ ହେବ ।

ବିଛା

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସପ୍ତାହଟି ବହୁତ ଭଲ ରହିବ । ସମ୍ପର୍କରେ ସୁଧାର ଆସିବ ଓ ଆପଣ ଖୁସି ଅନୁଭବ କରିବେ । ହେଲେ ସପ୍ତାହର ଶେଷ ଆଡକୁ ହଠାତ କୌଣସି ଖବର ଆପଣଙ୍କୁ ବିଚଳିତ କରିପାରେ । ଏହି ସପ୍ତାହରେ ପ୍ରେମ ସମ୍ପର୍କକୁ ନେଇ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ । ପ୍ରେମ ମାମଲାରେ ଖୁସି ଆସିବ ଓ ଆପଣଙ୍କ ଜୀବନରେ ଉନ୍ନତି ଆସିବାର ଯୋଗ ରହିଛି ।

ଧନୁ

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ସପ୍ତାହଟି ଚିନ୍ତା ଓ ସମସ୍ୟାପୂର୍ଣ୍ଣ ରହିପାରେ । କିଛଇ ନୂଆ ଆରମ୍ଭକୁ ନେଇ ଚିନ୍ତା ଲାଗି ରହିବ ଓ ଆପଣ ଏକୁଟିଆ ଅନୁଭବ କରିବେ । ହେଲେ ସପ୍ତାହର ଉତ୍ତରାର୍ଦ୍ଧରେ ସ୍ଥିତିରେ ସୁଧାର ଆସିବ । ସପ୍ତାହ ଶେଷ ଆଡକୁ ଆପଣଙ୍କ ଜୀବନରେ ଖୁସିର ବହୁ ଅବସର ଆସିବ । ପାରସ୍ପରିକ ସମ୍ପର୍କ ବଢ଼ିବ ଓ ଜୀବନ ସାଥୀଙ୍କ ସହ ଆଉଟିଂର ଯୋଜନା କରିପାରନ୍ତି ।

ମକର

ପ୍ରେମ ମାମଲାରେ ଏହି ସପ୍ତାହଟି ମକର ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ରହିବ । ଆପଣଙ୍କ ସମ୍ପର୍କ ସୁଦୃଢ଼ ହେବ ଓ ଖୁସି ମିଳିବ । କୌଣସି ବନ୍ଧଙ୍କ ସହଯୋଗରେ ଆପଣଙ୍କ ପ୍ରେମ ଜୀବନରେ ଚାରଚାନ୍ଦ ଲାଗିଯିବାର ଯୋଗ ରହିଛି । ହେଲେ ସପ୍ତାହ ଶେଷ ବେଳକୁ କିଛି ଖବର ଆପଣଙ୍କୁ ସମସ୍ୟାରେ ପକାଇପାରେ । ଭଲ ହେବ ପ୍ରେମ ସମ୍ପନ୍ଧିତ କୌଣସି ଘଟଣାରେ ତୃତୀୟ ବ୍ୟକ୍ତିଙ୍କୁ ସାମିଲ ନକରିବା । ଆପଣଙ୍କ ଜୀବନରେ ସୁଖ ସମ୍ପୃଦ୍ଧି ବଢ଼ିବ ଓ ଆପଣ ଏକାଧିକ ଯୋଜନା କରିପାରନ୍ତି ।

କୁମ୍ଭ

ସପ୍ତାହଟି ଆପଣଙ୍କ ଭଲରେ କଟିବ । ପ୍ରେମ ସମ୍ପର୍କକୁ ନେଇ ସପ୍ତାହଟି ବହୁତ ଭଲ ରହିବ । ଜୀବନ ସାଥୀ ସହ ବିଶ୍ବାସ ବୃଦ୍ଧି ପାଇବ । ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିବ । ଏହି ସମୟରେ ଆପଣଙ୍କ ଚିନ୍ତା କରିଥିବା କାମରେ ସଫଳତା ପାଇବାରଯୋଗ ରହିଛି ।

ମୀନ

ପ୍ରେମ ସମ୍ପର୍କ ଓ ପାରିବାରିକ ସମ୍ପର୍କକୁ ନେଇ ଏହି ସପ୍ତାହଟି ଆପଣଙ୍କ ପାଇଁ ଭଲ ରହିବ । ଏହି ସପ୍ତାହରେ ଆପଣ ନୂଆ ଯୋଜନା କରିପାରନ୍ତି । ସପ୍ତାହର ମଧ୍ୟାନ୍ତର ଆପଣଙ୍କ ପାଇଁ ବେଶ ଭଲ ରହିବ । ଜୀବନ ସାଥୀଙ୍କ ସହ ସମ୍ପର୍କ ନିବିଡ଼ ହେବ । ଦାମ୍ପତ୍ୟ ଜୀବନରେ ଖୁସି ଆସିବ ।

ପୋଲାଭରମ ନେଇ ନବୀନଙ୍କ କଡ଼ା ଆଭିମୁଖ୍ୟ,ଜାନୁଆରୀରୁ ଜୋରଦାର ହେବ ଆନ୍ଦୋଳନ

ଭୁବନେଶ୍ବର: ମୁଁ ବି ଲଢିବି, ତୁମେ ବି ଶେଷ ଯାଏଁ ଲଢ । ପୋଲାଭରମ ନେଇ ଦଳୀୟ ନେତା ଓ କର୍ମୀଙ୍କୁ ଏପରି ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ଆହୁରି ନିର୍ଦ୍ଦେଶ ଦେଇ କହିଛନ୍ତି, ଜାନୁଆରୀରୁ ପୋଲାଭରମ ବିରୋଧୀ ଆନ୍ଦୋଳନ ଜୋରଦାର ହେବ । ମାଲକାନଗିରି ମୋଟୁରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ନବୀନ । ଆଜି ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପୋଲାଭରମ ନେଇ ଦିଲ୍ଲୀ ଗସ୍ତର ରିପୋର୍ଟ ପ୍ରଦାନ କରିଛି । ଜୁଲାଇ ଓ ଅଗଷ୍ଟରେ ବିଜେଡି ଟିମ ପୋଲାଭରମ ଅଞ୍ଚଳ ପରିଦର୍ଶନ କରି ନବୀନ ପଟ୍ଟନାୟକଙ୍କୁ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେଇଥିଲା । ତାଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଇ ବିଜେଡିର ୭ ଜଣିଆ ଟିମ ଓ ୭ ସାଂସଦ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ, CWC, ଆଦିବାସୀ ବ୍ୟାପାର ବିଭାଗର ଆଦିବାସୀ କମିସନଙ୍କୁ ଭେଟିଥିଲା । ଆଜି ସେ ସମ୍ପର୍କରେ ନବୀନଙ୍କୁ ରିପୋର୍ଟ ଦେଇ ଅବଗତ କରିଛି ଟିମ । ଏହାପରେ ଜାନୁଆରୀରୁ ବିଜେଡି ତାର ଲଢେଇକୁ ଜୋରଦାର କରିବ ବୋଲି ନବୀନ କହିବା ସହ ଆନ୍ଦୋଳନ ସବୁ ବର୍ଗଙ୍କୁ ନେଇ ହେବ ବୋଲି କହିଛନ୍ତି । ଏହା ଓଡ଼ିଶାବାସୀ ଓ ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ ହେବ ବୋଲି କହିଛନ୍ତି ନବୀନ । ତେବେ ଦିଲ୍ଲୀ ଗସ୍ତବେଳେ ଜାତୀୟ ଗଣମାଧ୍ଯମରେ ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ ରଖିବାକୁ ଦାବି କରିଥିଲା ଦଳ ।

ପୋଲାଭରମ ପ୍ରସଙ୍ଗରେ ନବୀନଙ୍କୁ ଭେଟି ରିପୋର୍ଟ ଦେଲେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ଭୁବନେଶ୍ବର: ପୋଲାଭରମ ପ୍ରସଙ୍ଗରେ କେନ୍ଦ୍ର ଜଳ ଆୟୋଗ ଓ କେନ୍ଦ୍ର ସରକାରଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛି ବିଜେଡି ଟିମ୍। ଦିଲ୍ଲୀରେ ଓଡ଼ିଶାର ସ୍ବରକୁ ଶାଣିତ କରିଛି ବିଜେଡି। ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ ରଖିବାକୁ ଦାବି କରିଛି ଦଳ । କାରଣ ପ୍ରକଳ୍ପ ହେଲେ ମାଲକାନଗିରିର ଅନେକ ଗାଁ ଜଳମଗ୍ନ ହେବ। ମାନଚିତ୍ରରୁ ଲିଭିଯିବ ମାଲକାନଗିରିର ଅନେକ ଗାଁ । ଆଜି ଏହି ପ୍ରତିନିଧି ଦଳ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିଛନ୍ତି । ପୋଲାଭରମ ପ୍ରସଙ୍ଗକୁ ନେଇ ଆଗକୁ କଣ ରଣନୀତି ରହିବ, ସେ ନେଇ ପରାମର୍ଶ ଦେବେ ନବୀନ ।

ପାତାଲ ଲୋକ ନୂଆ ସିଜିନର ପୋଷ୍ଟର ରିଲିଜ୍,ପୁଣି ପରଦାରେ ନଜର ଆସିବେ ଇନିସପେକ୍ଟର ହାଥୀ ରାମ ଚୌଧୁରୀ

ନନ୍ଦିଘୋଷ ବ୍ୟୁରୋ: ବର୍ଷ ୨୦୨୦ । ଯେତେ ବେଳେ ସମସ୍ତେ ଆତ୍ମଘାତୀ ଭାଇରସ୍ କୋରୋନା ସହ ଲଢେଇ କରୁଥାନ୍ତି । ସାରା ଦେଶରେ ପୁରାପୁରି ଲକଡାଉନ୍ ଚାଲିଥାଏ ଏବଂ ସମସ୍ତେ ନିଜର କାମଧନ୍ଦା ଛାଡି ଘରେ ବନ୍ଦୀ ହୋଇ ରହିଥାନ୍ତି । ସେହି ସମୟରେ ସ୍ବଭାବତଃ ସିନେମା ହଲ୍ ମଧ୍ୟ ବନ୍ଦ ଥାଏ । ସେହି ସମୟରୁ ହିଁ ଆରମ୍ଭ ହେଲା ଓଟିଟି ପ୍ଲାଟଫର୍ମ । ପ୍ରାୟ ଅଧିକାଶଂ ଲୋକ ମଧ୍ୟ ଘରେ ନିଜର ସମୟ କାଟିବା ପାଇଁ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ଏବଂ ଓ୍ବେବସିରିଜ୍ ଦେଖିବା ଆରମ୍ଭ କଲେ । ଏହି ଅବଧି ମଧ୍ୟରେ ବିଭିନ୍ନ ଓଟିଟି ପ୍ଲାଟଫର୍ମରେ ଅନେକ ମନୋରଞ୍ଜନଧର୍ମୀ ଫିଲ୍ମ ସହ ସରିଜ୍ ରିଲିଜ୍ ହୋଇଥିଲା ।

ଆପଣମାନେ ଜାଣିଥିବେ ଜଣାଶୁଣା ଓଟିଟି ପ୍ଲାଟଫର୍ମ ଆମାଜନ୍ ପ୍ରାଇମରେ ରିଲିଜ୍ ହୋଇଥିବା କ୍ରାଇମ୍ ଥ୍ରିଲର୍ ଉପରେ ପର୍ଯ୍ୟବେଷିତ ବହୁଚର୍ଚ୍ଚିତ ଓ୍ବେବସିରିଜ୍ ପାତାଳଲୋକ ଲୋକଙ୍କୁ ବେଶ୍ ମନୋରଞ୍ଜନ ଯୋଗାଇଥିଲା । ବଲିଉଡ୍ ଅଭିନେତା ଜୟଦୀପ ଅହଲାବତଙ୍କ ଅଭିନୀତ ଓ୍ବେବସିରିଜ୍ ପାତାଲ ଲୋକ୍ ମେ ୨୦୨୦ରେ ରିଲିଜ୍ ହୋଇଥିଲା । ଏହି ଓ୍ବେବସିରିଜର ପ୍ରଥମ ସିଜିନ୍ ବହୁତ ଜବରଦସ୍ତ ଥିଲା । ତେବେ ଏବେ ଏହାର ଦ୍ବିତୀୟ ସିଜିନ୍ ରିଲିଜ୍ ହେବାକୁ ଯାଉଛି । ପାତାଲ ଲୋକର ସିଜିନ୍ -୧ରେ ବଲିଉଡ୍ ଅଭିନେତା ଯେମିତି କି, ଜୟଦୀପ ଅହଲାବତ, ଅଭିଷେକ ବାନାର୍ଜୀଙ୍କ ପରି ବହୁ କଳାକାର ସାମିଲ୍ ଥିଲେ । ଯାହାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ସିରିଜରେ ଦେଖାଯାଇଥିବା ଦୃଶ୍ୟ ଏବଂ ଚରିତ୍ର ଲୋକଙ୍କୁ ବାନ୍ଧିରଖିଥିଲା ।

ଏବେ ତାର ଦ୍ବିତୀୟ ସିଜିନ୍ ଆସିବାକୁ ଯାଉଛି ଯାହାର ପୋଷ୍ଟର ନିକଟରେ ରିଲିଜ୍ ମଧ୍ୟ ହୋଇଛି । ତେବେ ଏହି ପୋଷ୍ଟରରେ ମୁଖ୍ୟ ଅଭିନେତା ଜୟଦୀପ ଅହଲାବତଙ୍କୁ ଦେଖିବାକୁ ମିଳିଛି । ଏବଂ ତାଙ୍କ ଆଖି ସାମ୍ନାରେ ଏକ ଛୁରୀ ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ଯେଉଁଥିରୁ କି ବହୁତ ରକ୍ତ ପଡୁଥିବା ନଜର ଆସିଛି । ପୋଷ୍ଟରକୁ ଦେଖି ଦର୍ଶକ ଅନୁମାନ କରିଛନ୍ତି ଯେ ,ଏହି ଥର ସିରିଜଟି ଆହୁରି ଧମାକାଦାର୍ ହେବ । କିଛି ଲୋକ ଏହି ପୋଷ୍ଟରରେ କମେଣ୍ଟ ମଧ୍ୟ ଦେଇଛନ୍ତି ଯେ , ଯାହା ହେଉ , ଅପେକ୍ଷାର ଅନ୍ତ ଘଟିଲା । ଦର୍ଶକ ଏହି ସିରିଜ୍ ର ନୂଆ ସିଜିନ୍ ଦେଖିବା ପାଇଁ ପ୍ରାୟ ୫ବର୍ଷ କାଳ ଅପେକ୍ଷା କରିଥିଲେ । ଏବେ ବହୁତ ଶୀଘ୍ର ଦ୍ବିତୀୟ ସିଜିନ୍ ଦେଖିବାକୁ ମିଳିବ ।

ପାତାଲ ଲୋକର ସିଜିନ୍ – ୧ ବହୁତ ଜବରଦସ୍ତ ଥିଲା । ସିରିଜଟି ଦର୍ଶକଙ୍କ ପାଇଁ କାଫି ସସପେନ୍ସରେ ଭରପୂର ଥିଲା । ସିରିଜଟିରେ ଏମିତି ବହୁତ ମୂହୂର୍ତ୍ତ ଥିଲା ଯାହାକି ଦର୍ଶକଙ୍କର ହୋସ୍ ଉଡାଇଦେଇଥିଲା । ଜୟଦୀପ ଅହଲାବତଙ୍କ ବ୍ୟତୀତ ସିରିଜରେ ଅଭିଷେକ ବାନାର୍ଜୀଙ୍କ ହାଥୋଡେ ତ୍ୟାଗୀଙ୍କ ଚରିତ୍ର ସମସ୍ତଙ୍କୁ ବାନ୍ଧି ରଖିଥିଲା । ସିରିଜରେ ସେ ହାତୁଡିରେ ସମସ୍ତଙ୍କୁ ମାରୁଥିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଥିଲା ।

ରାଜଗାଦୀ ଛାଡିବା ପୂର୍ବରୁ ବାଇଡେନ୍ ୧୫୦୦ କଏଦୀଙ୍କୁ ଦେଲେ ରାଜକ୍ଷମା

ନନ୍ଦିଘୋଷ ବ୍ୟୁରୋ : ରାଜଗାଦୀ ଛାଡିବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବଡ଼ ପଦକ୍ଷେପ ନେଇଛନ୍ତି। ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ୧୫୦୦ ଜଣଙ୍କୁ ସେ କ୍ଷମା ପ୍ରଦାନ କରିଛନ୍ତି। ଆପରାଧିକ ମାମଲାରେ ୩୯ ଜଣଙ୍କୁ କ୍ଷମା ଦେଇଛନ୍ତି ରାଷ୍ଟ୍ରପତି। ମୁକ୍ତ କଏଦୀଙ୍କ ଭିତରେ ୪ ଭାରତୀୟ ରହିଛନ୍ତି। କିଛି ଦିନ ତଳେ ଜେଲଜ୍‌ରେ ଥିବା ନିଜ ପୁଅକୁ କ୍ଷମା କରିଥିଲେ ବାଇଡେନ।

ସୂଚନା ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକାସାଙ୍ଗରେ ଏତେ ଅପରାଧୀଙ୍କୁ କ୍ଷମା ପ୍ରଦାନ କରିଛନ୍ତି । ବାଇଡେନଙ୍କ ଏହି ନିଷ୍ପତ୍ତିରେ ଡୋନାଲ୍ଡ ଟ୍ରମ୍ପ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଜୋ ବାଇଡେନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ରାଷ୍ଟ୍ରପତି ଭାବରେ ତାଙ୍କୁ ଦୟା ଦେଖାଇବାର ସୁଯୋଗ ମିଳିଛି । ଯେଉଁମାନେ ସେମାନଙ୍କର ଭୁଲକୁ ବୁଝିପାରି ଏବଂ ଭବିଷ୍ୟତରେ ଏକ ସ୍ୱଚ୍ଛ ଜୀବନଯାପନ କରିବାକୁ ପ୍ରତିଜ୍ଞା ନେଇଛନ୍ତି ସେମାନଙ୍କୁ କ୍ଷମା କରିବା ଜରୁରୀ ଅଟେ । ଏହି ନିଷ୍ପତ୍ତି ସ୍ୱଚ୍ଛ ସମାଜ ଗଢିବାରେ ସହାୟକ ହେବ । ଯେଉଁ କଏଦୀଙ୍କୁ କ୍ଷମା ପ୍ରଦାନ କରାଯାଇଛି ସେମାନେ ଅଧିକାଂଶ ଡ୍ରଗ୍ସ କରାବାରରେ ଜଡିତ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଜୋ ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ ମଧ୍ୟ ଅପରାଧୀକ ମାମଲାରେ ଜଡିତ ଥିଲେ। ବେଆଇନ ଅସ୍ତ୍ରଶସ୍ତ୍ର ରଖିବା, ଟିକସ ଫାଙ୍କିବା ଏବଂ ଡ୍ରଗ୍ସ ଏହି ତିନୋଟି ମାମଲାରେ ଜଡିତ ଥିବାରୁ ତାଙ୍କୁ ଦଣ୍ଡିତ କରାଯାଇଥିଲା । ତେବେ ଜୋ ବାଇଡେନ ତାଙ୍କ ପୁଅକୁ ମଧ୍ୟ କ୍ଷମା କରିଛନ୍ତି ।

ପୁଣି ବିଗିଡିଲା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟ ଅବସ୍ଥା, ଆପୋଲୋ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପୁଣି ବିଗିଡିଲା ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟ ଅବସ୍ଥା। ତାଙ୍କୁ ଆଜି ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।
ଲାଲକୃଷ୍ଣ ଆଡଭାନୀଙ୍କୁ ୯୭ ବର୍ଷ ବୟସ। ତାଙ୍କୁ ଗତ ୪-୫ ମାସ ମଧ୍ୟରେ ୪ ଥର ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି। ଏହାପୂର୍ବରୁ ତାଙ୍କୁ ଅଗଷ୍ଟ ମାସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୩ ଜୁଲାଇରେ ମଧ୍ୟ ତାଙ୍କୁ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ୨୬ ଜୁନରେ ତାଙ୍କୁ ଏମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଲାଲକୃଷ୍ଣ ଆଡଭାନୀ କିଛି ଦିନଧରି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସହ ସଂଘର୍ଷ କରିଆସୁଥିଲେ। ଏଥିଲାଗି ସେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ। ଚଳିତବର୍ଷ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ମଧ୍ୟ ପ୍ରଦାନ କରାଯାଇଥିଲା। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହେତୁ ସେ ରାଷ୍ଟ୍ରପତି ଭବନରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନ ଥିଲେ। ତାଙ୍କୁ ତାଙ୍କ ବାସଭବନରେ ଭାରତ ରତ୍ନ ଦିଆଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩୦ ମାର୍ଚ୍ଚରେ ତାଙ୍କ ବାସଭବନକୁ ଯାଇ ତାଙ୍କୁ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ କରିଥିଲେ ।

ଲାଲକୃଷ୍ଣ ଆଡଭାନୀ ୮ ନଭେମ୍ବର ୧୯୨୭ରେ କରାଚିରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୪୨ରେ ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନରେ ଯୋଗ ଦେଇଥିଲେ। ସେ ୧୯୮୬ ରୁ ୧୯୯୦ ପର୍ଯ୍ୟନ୍ତ, ପୁଣି ୧୯୯୩ ରୁ ୧୯୯୮ ଏବଂ ୨୦୦୪ ରୁ ୨୦୦୫ ପର୍ଯ୍ୟନ୍ତ ଭାଜପାର ରାଷ୍ଟ୍ରୀୟ ସଭାପତି ଥିଲେ। ଏହା ବ୍ୟତୀତ ସେ ଦୀର୍ଘ ସମୟ ଧରି ଦଳର ସଭାପତି ରହିଆସିଛନ୍ତି। ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଗୃହମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ୨୦୧୫ ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ ଦେଶର ଗୃହମନ୍ତ୍ରୀ ମଧ୍ୟ ରହିଛନ୍ତି।

 

ନୂଆ ପ୍ୟାନ୍ କାର୍ଡ: କେମିତି ଘରେ ବସି ଆବେଦନ କରିବେ,କେତେ ଟଙ୍କା ଲାଗିବ ଚାର୍ଜ, ଜାଣନ୍ତୁ

0

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ୟାନ କାର୍ଡକୁ ସଭିଙ୍କ ପାଖରେ ଉପଲବ୍ଧ କରାଇବା ସହ ଏହାର ଦକ୍ଷତା ବଢାଇବା ପାଇଁ ପ୍ୟାନ୍ ୨.୦ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି ।  ନୂଆ ପ୍ୟାନ୍ କାର୍ଡରେ କ୍ୟୁଆର୍ କୋର୍ଡ ମଧ୍ୟ ରହିଛି । ଏହି କ୍ୟୁଆର୍ କୋର୍ଡ ସ୍କାନ କଲେ ସେହି ବ୍ୟକ୍ତିଙ୍କ ବିଷୟରେ ସବିଶେଷ ବିବରଣୀ ଜାଣିହେବ । ଏବଂ ଏହି କ୍ୟୁଆର୍ କୋର୍ଡ ସିଷ୍ଟମ ଆମର ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସହାୟକ ହେବ । ସରକାରୀ ଆକଳନ ଅନୁଯାୟୀ ପ୍ୟାନ୍ ୨.୦ ପ୍ରୋଜେକ୍ଟରେ ୧୪୩୫କୋଟି ଟଙ୍କା ଖର୍ଚ୍ଚ ହୋଇପାରେ  ।

ନୂଆ ପ୍ୟାନ୍ କାର୍ଡ ଲାଗୁ କରିବାର କାରଣ ଡିଜିଟାଲ୍ କ୍ଷେତ୍ରରେ ଭାରତକୁ ସଫଳ କରିବା ସହ ଆୟକର ବିଭାଗର ସୁପରିଚାଳନା ବ୍ୟବସ୍ଥିତ ଢଙ୍ଗରେ କରିବାର ମଧ୍ୟ ସାହାର୍ଯ୍ୟ କରିବ ।  ପ୍ୟାନ୍ ୨.୦ ଏକ ଇ-ଗଭର୍ଣ୍ଣାନ୍ସ ଯୋଜନା ଅଟେ ଯାହାର ଉଦ୍ଦେଶ୍ୟ ଟିକସଦାତାଙ୍କ ପାଇଁ ପଞ୍ଜୀକୃତ ଥିବା ସେବାକୁ ନୂଆ ରୂପ ଦେବା ।  ଏହା ସହିତ ପ୍ୟାନ୍ ( Permanent Account Number  ) ଏବଂ ଟ୍ୟାନ୍ (Tax Deduction and Collection Account Number)କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରି ସମସ୍ତଙ୍କର ଡାଟାକୁ ସୁରକ୍ଷିତ ରଖିବା  ।

ତେବେ ଏଠି ପ୍ରଶ୍ନ ଉଠୁଛି ସମସ୍ତଙ୍କ ପାଖରେ ଥିବା ପୁରୁଣା ପ୍ୟାନକାର୍ଡ ଏବେ କାମ କରିବ କି ନାହିଁ ? ତେବେ ପୁରୁଣା ପ୍ୟାନ୍ କାର୍ଡ ଉପରେ ନୂଆ ପ୍ୟାନକାର୍ଡର କିଛି ବି ପ୍ରଭାବ ପଡିବ ନାହିଁ । କିନ୍ତୁ ପୁରୁଣା ପ୍ୟାନ କାର୍ଡ ବ୍ୟବହାର କରୁଥିବା ଲୋକ ନୂଆ ପ୍ୟାନ କାର୍ଡ ମଧ୍ୟ ଆବେଦନ କରିପାରିବ । ଏହାକୁ ଅନଲାଇନରେ ହିଁ ଆବେଦନ କରିହେବ । ଆବେଦନ କରିବାର କିଛି ସମୟ ପରେ ଆପଣଙ୍କ ପଞ୍ଜୀକୃତ ଇମେଲରେ  ଏହି ପ୍ୟାନକାର୍ଡ ଆଇଡି ପଠାଯିବ । ତେବେ କେମିତି ମିଳିବ ଏହି ପ୍ୟାନ୍ କାର୍ଡ ? ଆପଣ ଯଦି  ଏହି କ୍ୟୁଆର୍ କୋର୍ଡ ପ୍ୟାନ୍ କାର୍ଡ ଆବେଦନ କରିବାକୁ ଚାହାଁନ୍ତି ତେବେ ଏହାକୁ ଆପଣ ଘରେ ବସି ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଏହାପରେ ଏହି ପ୍ୟାନକାର୍ଡଟି ଆପଣଙ୍କ ଇମେଲ୍ ଆଇଡିକୁ ପଠାଯିବ । ଆପଣ NSDL ଓ୍ବେବସାଇଟରୁ ଯାଇ ପ୍ୟାନକାର୍ଡକୁ ଡାଉନଲୋଡ କରିପାରିବେ । ତେବେ ନୂଆ ପ୍ୟାନ କାର୍ଡ ଆବେଦନ ପାଇଁ କେତେ ଟଙ୍କା ଲାଗିବ ? ପ୍ୟାନ୍ କାର୍ଡ ଫିଜିକାଲି ପାଇବା ପାଇଁ ମାତ୍ର ୫୦ଟଙ୍କା ଲାଗିବ  । NSDL ଦ୍ବାରା ଇ-ପ୍ୟାନ୍ କାର୍ଡ ପାଇଁ  www.onlineservices.nsdl.com/paam/requestAndDownloadEPAN.htmlକୁ ଯିବେ  । ଏହା ପରେ ପୁରୁଣା ପ୍ୟାନ୍ କାର୍ଡର ନମ୍ବର , ଆଧାରକାର୍ଡର ବିବରଣୀ ଏବଂ ଜନ୍ମତିଥି ଦେବେ  । ନିଜର ଠିକ୍ ବିବରଣୀ ଦେବା ପରେ ଏକ ଓଟିପି ଆସିବ  । ଏହା ପରେ ୩୦ ମିନିଟରେ ଆପଣଙ୍କ ଇମେଲ୍ ଆଇଡିକୁ ଇ-ପ୍ୟାନ୍ ଆସିଯିବ । ଇ- ପ୍ୟାନକୁ ମାସେ ମଧ୍ୟରେ ୩ ଥର ବ୍ୟବହାର କଲେ କିଛି ଚାର୍ଜ ଲାଗିବ ନାହିଁ  । କିନ୍ତୁ ୩ ଥରରୁ ଅଧିକ ବ୍ୟବହାର କଲେ ଜିଏସଟି ସହ ୮.୨୬ ଟଙ୍କା ଚାର୍ଜ ଲାଗିବ  । ଏବଂ ଯଦି ଆପଣଙ୍କୁ ଫିଜିକାଲ୍ ପ୍ୟାନ୍ ଆଇଡି ଦରକାର ତେବେ ଆପଣଙ୍କୁ ମୋଟ ୫୦ ଟଙ୍କା ଦେବାକୁ ପଡିବ  ।

ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ କରି ପ୍ରେମିକ ଗିରଫ

ବାଙ୍କୀ: ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ କରି ପୁରୁଣା ପ୍ରେମିକ ଗିରଫ। କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ, ବାଙ୍କୀ ଅଞ୍ଚଳର ଜଣେ ଯୁବତୀ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ ଓ ପରେ ଯୁବତୀ ଜଣକ ସେହି ଯୁବକଙ୍କୁ ଛାଡି ଅନ୍ୟ ଜଣେ ଯୁବକଙ୍କୁ ପ୍ରେମ କରିଥିଲେ । ତେବେ ଯୁବତୀ ଜଣକ ପ୍ରଥମ ପ୍ରେମିକକୁ ଛାଡି ଅନ୍ୟ ଏକ ଯୁବକଙ୍କୁ ପ୍ରେମ କରିବା ପରେ ପ୍ରଥମ ପ୍ରେମିକ ଉତ୍ୟକ୍ତ ହୋଇ ପ୍ରେମିକା ସହିତ ବିତାଇଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରଲ କରିଥିଲା । ଏନେଇ ପ୍ରେମିକା ଜଣକ ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରିବା ସହିତ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବା ଘଟଣାରେ ଅଭିଯୁକ୍ତ ପ୍ରଥମ ପ୍ରେମିକକୁ ଗିରଫ କରିଛି ।