spot_img
Home Blog Page 1265

ପୁଷ୍ପା ୨ ପାଇଁ ଭାରତରେ ରିଲିଜ ହୋଇପାରିଲାନି ଏହି ଫିଲ୍ମ

0

ନୂଆଦିଲ୍ଲୀ: ପୁଷ୍ପା ୨ ଦ ରୁଲ ରୋଜଗାର ମାମଲାରେ ଅନେକ ରେକର୍ଡ ଭାଙ୍ଗି ସାରିଲାଣି  । ଫିଲ୍ମର ରୋଜଗାର ସ୍ପିଡ୍‌ କମିବାର ନାଁ ନେଉନାହିଁ  । ଫିଲ୍ମ ରିଲିଜର ସପ୍ତମ ଦିନରେ ନିର୍ମାତାଙ୍କୁ ମାଲାମାଲ କରିଛି ପୁଷ୍ପା ୨ । କିଛି ଦିନ ପୂର୍ବରୁ କ୍ରିଷ୍ଟୋଫର ନୋଲାନଙ୍କ କଲ୍ଟ ଫିଲ୍ମ ଇଣ୍ଟରଷ୍ଟେଲରକୁ ପୁଣି ଥରେ ରିଲିଜ କରାଯାଇଛି  । କିନ୍ତୁ ଭାରତରେ ପିଲ୍ମଟି ଆଉଥରେ ରିଲିଜ ହୋଇପାରିନାହିଁ  ।

ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଦ ରୁଲ ରୋଜଗାର ମାମଲାରେ କେବଳ ଦେଶରେ ନୁହେଁ ଦୁନିଆରେ ଆତଙ୍କ ଖେଳାଇ ଦେଇଛି । ବିଦେଶରେ ଦର୍ଶକଙ୍କୁ ପସନ୍ଦ ଆସିଛି ଗଦ୍ଦର ୨ । ଏହି କାରଣରୁ ଫିଲ୍ମ ଇମ୍ଟରଷ୍ଟେଲରକୁ ପୁଣିଥରେ ଭାରତରେ ରିଲିଜ କରିବା କଷ୍ଟକର ହୋଇପଡିଛି  । ଫିଲ୍ମକୁ କବଳ ଆଇମାକ୍ସ ଫର୍ମାଟରେ ରିଲିଜ କରାଯାଇଛି  । ଖବର ଅନୁସାରେ ପୁଷ୍ପା ୨ ଉତ୍ତର ଆମେରିକାରେ ଇଣ୍ଟରଷ୍ଟଲରକୁ ବି ପଛରେ ପକାଇ ଦେଇଛି ।

ବକ୍ସ ଅଫିସରେ ପ୍ରକାଶିତ ଖବର ଅନୁସାରେ ପୁଷ୍ପା ୨ ସେଠାରେ ୧୨୪୫ଟି ହଲରେ ରିଲିଜ କରାଯାଇଛି  । ୪ ଦିନ ମଧ୍ୟରେ ଫିଲ୍ମ ୯.୩ ମିଲିଅନ ଡଲାର ରୋଜଗାର କରିଛି  । ଭାରତୀୟ ମୂଲ୍ୟ ଅନୁସାରେ ୭୮.୯ କୋଟି ଟଙ୍କା ଆୟ ହୋଇଛି  । ପୁଷ୍ପା ୨ କାରଣରୁ ଇଣ୍ଟରଷ୍ଟେଲରକୁ ଉତ୍ତର ଆମେରିକାରେ ସିମିତ ସ୍କ୍ରିନ ମିଳିଛି  । ଅନ୍ୟପଟେ ନୋଲେନଙ୍କ ଫିଲ୍ମକୁ ବି ବହୁତ କମ ସ୍କ୍ରିନ୍‌ ମିଳିଛି । ଭାରତରେ ପୁଷ୍ପା ୨ କ୍ରେଜକୁ ଦେଖି ଇଣ୍ଟରଷ୍ଟେଲରର ରିଲିଜକୁ ଅଟକାଇ ଦିଆଯାଇଛି  ।

 

ବୈତରଣୀ ନଦୀ ଗର୍ଭରୁ ମିଳିଲା ଭାସମାନ ପଥର

ଭଦ୍ରକ: ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ପଞ୍ଚାୟତ ମାଲନାପୁର ଦେଇ ପ୍ରଭାହିତ ବୈତରଣୀ ନଦୀ ଗର୍ଭରୁ ମିଳିଲା ଭାସମାନ ପଥର। ଯେଉଁ ପଥରଟି ପାଣିରେ ଭାସୁଛି। ଏହା ଅଲୌକିକ ଘଟଣା ଭାବି ପଥରଟିକୁ ଦେଖିବା ପାଇଁ ଲାଗିଛି ଲୋକଙ୍କ ଭିଡ। ବୈତରଣୀ ନଦୀରେ କିଛି ଯୁବକ ଗାଧୋଉଥିବା ସମୟରେ ବାଲିରେ ପୋତି ହୋଇଥିବା ଗୋଟେ ପଥର ହାତରେ ଲାଗିଥିଲା।

ଯୁବକ ମାନେ ସେହି ପଥରଟିକୁ ବାହାର କରି ପାଣିରେ ଫିଙ୍ଗିଦେଇଥିଲେ। ହେଲେ ସେହି ପଥରଟି ପାଣିରେ ଭାସି ଉଠିଥିଲା। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପଥରକୁ ପାଣିରୁ ଉଦ୍ଧାର କରି ଗ୍ରାମକୁ ନେଇଥିଲେ। ଅନେକ ଲୋକେ ଏହାକୁ ତ୍ରେତୟା ଯୁଗର ରାମ ସେତୁ ପଥର ବୋଲି କହୁଥିବା ବେଳେ ଆଉ କିଛି ଚତୁର୍ଦଶ ଶତାବ୍ଦୀରେ ଯଯାତି କେଶୋରି ମହାରାଜ ସିଦ୍ଧେଶ୍ୱର ମନ୍ଦିର ନିର୍ମାଣ କରିବା ସମୟରେ ବୈତରଣୀ ନଦୀ ଉପରେ ଯିବା ଆସିବା କରିବା ପାଇଁ ଏହି ପଥର ଆଣି ରଖିଥିଲେ। ସେଗୁଡିକ ପୋତି ହୋଇ ରହିଥିଲା।

ଏବେ ନଦୀରେ ବାଲି ଉଠୁଥିବାରୁ ନଦୀ ଗଭୀର ହେବା ପରେ ସେହି ପଥର ଉପରକୁ ବହାରି ପଡ଼ିଛି। ଏହି ଘଟଣା ପ୍ରଘଟ ହେବା ପରେ ଏହାକୁ ଦେଖିବା ପାଇଁ ବିଭିନ୍ନ ଅଞ୍ଚଳରୁ ଲୋକମାନେ ପହଞ୍ଚୁଛନ୍ତି। ପଥରଟିର ଓଜନ ୩ କିଲୋ ୮୦୦ ଗ୍ରାମ ଥିବା ବେଳେ ଯେତେଥର ପାଣିରେ ପକାଇଲେ ସେ ଭାସି ଉଠୁଛି। ସାଧାରଣତଃ ପଥର ପାଣିରେ ପଡିଲେ ବୁଡିଯାଏ। ହେଲେ ଏଇ ପଥର ସମ୍ପୂର୍ଣ୍ଣ ଭାସୁଛି। ଏହା ଦେଖିବାକୁ ଧଳା ରଙ୍ଗ ଓ ସହ ସହ ସଂଖ୍ୟାର ଛିଦ୍ର ରହିଛି। ପୁର୍ବରୁ ବୈତରଣୀ ନଦୀ ଗର୍ଭରୁ ଶିବ ଲିଙ୍ଗ ଓ ଅନେକ ବୌଦ୍ଧ ମୁର୍ତ୍ତି ଉଦ୍ଧାର କରାଯାଇଛି।

ତେଣୁ ଏହା ରାମ ସେତୁ ପଥର ବୋଲି ବିଶ୍ୱାସ କରାଯାଉଛି। ତେବେ ଏ ପଥର କେଉଁଠୁ ଓ କେମିତି ଆସିଲା ତାକୁ ନେଇ ଅନେକ ପ୍ରଶ୍ନ ଶୃଷ୍ଟି ହୋଇଛି। ପତ୍ନତତ୍ତ୍ବ ବିଭାଗ ପକ୍ଷରୁ ଯଦି ଏହି ଭାସମାନ ପଥରଟିକୁ ନେଇ ତଦନ୍ତ କରାଯାଆନ୍ତା ତେବେ ସଠିକ ଘଟଣା ଜଣାପଡନ୍ତା ।

ଓଡ଼ିଶା ଛଡିଶଗଡ଼ ସୀମାରେ ମାଓ-ସୁରକ୍ଷା ବାହିନୀ ଗୁଳିବିନିମୟ; ୭ ମାଓବାଦୀ ନିହତ

ଓଡ଼ିଶା ଛଡିଶଗଡ଼ ସୀମାରେ ମାଓ-ସୁରକ୍ଷାକର୍ମୀ ଗୁଳିବିନିମୟ । ଛତିଶଗଡ଼ ଦନ୍ତେୱାଡାର ନାରାୟଣପୁର ସୀମାରେ ଗୁଳିବିନିମୟ ହୋଇଛି । ଏଥିରେ ଅନେକ ହାର୍ଡକୋର ନକ୍ସଲ ନିହତ ହୋଇଥିବା ନେଇ ସୂଚନା ରହିଛି । ଗୁଳି ବିନିମୟରେ ୭ ଜଣ ନକ୍ସଲ ନିହତ ହୋଇଛନ୍ତି।

ଆଜି ସକାଳୁ ଜିଲ୍ଲାର ଦକ୍ଷିଣ ଅବୁଝମାଡ଼ ଜଙ୍ଗଲରେ ପୁଲିସ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ। ଏଥିରେ ସୁରକ୍ଷାବାହିନୀ ଗୁଳିରେ ୭ ଜଣ ନକ୍ସଲ ନିହତ ହୋଇଥିବା ବସ୍ତର ଆଇଜି ପି. ସୁନ୍ଦରାଜ ସୂଚନା ଦେଇଛନ୍ତି। ଅଞ୍ଚଳରେ ଏବେ ସର୍ଚ୍ଚ ଅପରେସନ ଜାରି ରହିଛି ।

 

ଆସନ୍ତା ମାସରୁ ଏଟିଏମରୁ ଉଠାଇ ପାରିବେ ପ୍ରୋଭିଡେଣ୍ଟ୍ ଫଣ୍ଡ୍

ନନ୍ଦିଘୋଷ ବ୍ୟୁରୋ: EPFO ସବସ୍କ୍ରାଇବର୍ସଙ୍କ ପାଇଁ ଖୁସି ଖବର । କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫ୍ଓ) ଦେଶର ୭ କୋଟି PF ଗ୍ରାହକଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛି । ଆସନ୍ତା ବର୍ଷ ୨୦୨୫ ମସିହାରେ PF ଆକାଉଣ୍ଟଧାରୀମାନେ ଏକ ବିଶେଷ ସୁବିଧା ପାଇ ପାରିବେ। ଯେଉଁଥିରେ ଉପଭୋକ୍ତାମାନେ ସେମାନଙ୍କ ଜମା ହୋଇଥିବା ଟଙ୍କା ବାହାର କରିପାରିବେ। ଏଟିଏମ୍ ମାଧ୍ୟମରେ PF ଆକାଉଣ୍ଟ୍ ଏଟିଏମ୍ ମେସିନ୍ ମାଧ୍ୟମରେ ଟଙ୍କା ବାହାର କରିପାରିବେ। ଏହି ପ୍ରତ୍ୟାହାର ଏକ ସ୍ୱତନ୍ତ୍ର କାର୍ଡ ମାଧ୍ୟମରେ କରାଯିବ, ଯାହା ଏକ ଡେବିଟ୍ କାର୍ଡ ପରି ହେବ । ରିପୋର୍ଟ ଅନୁଯାୟୀ, ଶ୍ରମ ମନ୍ତ୍ରଣାଳୟ ଏହା ଉପରେ କାର୍ଯ୍ୟ କରୁଛି ଏବଂ ଜାନୁଆରୀ ୨୦୨୫ ରୁ ଏହି ସେବା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

ଇପିଏଫଓ ଅନୁଯାୟୀ, ଆସନ୍ତା ବର୍ଷ ଆରମ୍ଭରେ ଗ୍ରାହକମାନେ ସେମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ୍ କିମ୍ବା PF ଆକାଉଣ୍ଟରୁ ସିଧାସଳଖ ଏଟିଏମରୁ ଟଙ୍କା ଉଠାଇ ପାରିବେ । କାରଣ ଶ୍ରମ ମନ୍ତ୍ରଣାଳୟ ଡେବିଟ୍ କାର୍ଡ ପରି କାର୍ଡ ପ୍ରଦାନ ଉପରେ କାର୍ଯ୍ୟ କରୁଛି।

ଯଦି ଆପଣ EPFO ​​ରୁ ଟଙ୍କା ପ୍ରତ୍ୟାହାରର ନିୟମକୁ ଦେଖନ୍ତି, ଆପଣ ଚାକିରିରେ ଥିବାବେଳେ ଆପଣଙ୍କୁ ଆଂଶିକ କିମ୍ବା ସଂପୂର୍ଣ୍ଣ ଭାବରେ PF ଫଣ୍ଡ୍ ପ୍ରତ୍ୟାହାର କରିବାକୁ ଅନୁମତି ନାହିଁ । ଯଦି ଆପଣ ଅତି କମରେ ଏକ ମାସ ପାଇଁ ବେକାର, ତେବେ ଆପଣ ଆପଣଙ୍କର PF ବାଲାନ୍ସର ୭୫% ପର୍ଯ୍ୟନ୍ତ ପ୍ରତ୍ୟାହାର କରିପାରିବେ । ଦୁଇ ମାସ ପରେ ବେରୋଜଗାରୀ ପୂର୍ଣ୍ଣ ରାଶି ପ୍ରତ୍ୟାହାର କରିପାରିବେ। ନୂତନ ସେବା ମାଧ୍ୟମରେ PF ଫଣ୍ଡରୁ ଟଙ୍କା ଉଠାଇବା ଅତି ସହଜ ହେବ । ଆଶା କରାଯାଏ ଯେ, ଜାନୁଆରୀ ୨୦୨୫ରୁ କର୍ମଚାରୀମାନେ ଏହି ସୁବିଧା ପାଇପାରିବେ।

ଆଜିଠୁ ଲାଞ୍ଚୁଆ ସରକାରୀ ବାବୁ ଓ ଠିକାଦାରଙ୍କୁ ୫ ଦିନିଆ ରିମାଣ୍ଡରେ ନେବ CBI

ଭୁବନେଶ୍ୱର: ଆଜି ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡର ପ୍ରଥମ ଦିନ । ଆଜିଠୁ ଲାଞ୍ଚୁଆ ସରକାରୀ ବାବୁ ଓ ଠିକାଦାରଙ୍କୁ ୫ ଦିନିଆ ରିମାଣ୍ଡରେ ନେବ ସିବିଆଇ । ୩ ଅଭିଯୁକ୍ତଙ୍କୁ ଘନ ଘନ ଜେରାକରି ନୂଆ ନୂଆ ତଥ୍ୟ ଉଗାରିବ ସିବିଆଇ । ଗତକାଲି ଖାରଜ ହୋଇଥିଲା ସ୍ପେଶାଲ କ୍ଳାସ କଣ୍ଟ୍ରାକ୍ଟରଙ୍କ ଜାମିନ । ଦେବଦତ୍ତ ମହାପାତ୍ରଙ୍କ ଜାମିନ ଖାରଜ କରିଥିଲେ ସ୍ପେଶାଲ ସିଜେଏମ ସିବିଆଇ କୋର୍ଟ ।

ସେପଟେ ଠିକାଦାର ଓ କଂଷ୍ଟ୍ରକସନ ସଂସ୍ଥାର ମଧୁଚନ୍ଦ୍ରିକା ଘଟଣାରେ ଆୟକର ବିଭାଗ ତଦନ୍ତ ଆରମ୍ଭ କରିଛି । ୧୦ ଲକ୍ଷ ଲାଞ୍ଚ ଘଟଣାରେ ୩ ଜଣଙ୍କୁ ଗିରଫ ପରେ ତଦନ୍ତ ଆରମ୍ଭ କରିଛି ଆୟକର ବିଭାଗ । ପୂର୍ବରୁ ଵାଲାଜି କମ୍ପ୍ଲେକ୍ସ ସ୍ଥିତ ସରକାରୀ ଅଧିକାରୀଙ୍କ ଘର, ଦେବଦତ୍ତ ମହାପାତ୍ରଙ୍କ ପାହାଳ ଉତକଳ ସିଗନେଚର ବିଲ୍ଡିଂରେ ଥିବା ADIPL ଅଫିସ ସିଲ କରିଥିଲା ସିବିଆଇ । ୩ ଅଭିଯୁକ୍ତ ଦେବଦତ୍ତ ମହାପାତ୍ର, ସନ୍ତୋଷ ମହାରଣା ଓ ଚଞ୍ଚଲ ମୁଖାର୍ଜୀଙ୍କ ଆୟ ବହିର୍ଭୁତ ସମ୍ପତ୍ତି ନେଇ ଅଧିକ ଖୋଲତାଡ଼ ହେଉଛି ।

ଉତ୍ତରପ୍ରଦେଶ ହଥରସରେ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିଲେ ରାହୁଲ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ହଥରସକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଗସ୍ତ। ଗତ ନଭେମ୍ବର ୨୪ ସମ୍ଭଲ ହିଂସା ଘଟଣାରେ ପ୍ରାଣ ହରାଇଥିବା ୫ ଜଣ ବ୍ୟକ୍ତିଙ୍କ ପରିବାର ନିକଟକୁ ଯାଇ ସମବେଦନା ଜଣାଇବାର ଦିନକ ପରେ ହଥରସ ଗସ୍ତ କରିଛନ୍ତି ରାହୁଲ। ସେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି। ରାହୁଲଙ୍କ ଗସ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ୨୦୨୦ର ବହୁଚର୍ଚ୍ଚିତ ହଥରସ ବୁଲଗଡି ଦୁଷ୍କର୍ମ ଓ ହତ୍ୟା ଘଟଣାର ପୀଡିତାଙ୍କ ପରିବାରକୁ ଭେଟିଛନ୍ତି ରାହୁଲ। ପୀଡିତାଙ୍କ କ୍ଷେତ୍ରରେ ଅନ୍ୟାୟ କରାଯାଇଥିଲା ବୋଲି ଅଭିଯୋଗ କରିଥିଲା କଂଗ୍ରେସ।

୨୦୨୦ ସେପ୍ଟେମ୍ବର ୧୪ରେ ଜଣେ ଦଳିତ ବାଳିକାଙ୍କୁ ୪ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିଲେ। ଘଟଣାର ୧୫ ଦିନ ପରେ ଅର୍ଥାତ ୨୯ ତାରିଖରେ ପୀଡିତା ଆଖିବୁଜିଥିଲେ। ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ମାମଲାରେ ଗତ ୨୦୨୩ ମାର୍ଚ୍ଚ ୨ରେ ଏକ ସ୍ପେସାଲ କୋର୍ଟ ଅନ୍ୟତମ ଅଭିଯୁକ୍ତ ସନ୍ଦୀପକୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ୫୦ ହଜାର ଟଙ୍କାର ଜରିମାନା ଧାର୍ଯ୍ୟ କରିଥିଲେ। ବଡ଼କଥା ହେଉଛି ଏହି ଚାଞ୍ଚଲ୍ୟକର ଘଟଣାରେ କୋର୍ଟ ୩ ଜଣଙ୍କୁ ଦୋଷମୁକ୍ତ କରିଥିଲେ। କୋର୍ଟଙ୍କ ଏହି ରାୟ ନେଇ ଅସନ୍ତୁଷ୍ଟ ହୋଇଥିଲେ ପରିବାର। ପୀଡିତାଙ୍କ ପରିବାରକୁ ରାଜ୍ୟ ସରକାର ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ବି ବର୍ତ୍ତମାନ ସୁଦ୍ଧା ପାଳନ ହୋଇନାହିଁ।

 

ମହାରାଷ୍ଟ୍ର ମହାୟୁତିରେ ଦ୍ବିତୀୟ ପର୍ଯ୍ୟାୟ ସସପେନ୍ସ; ମନ୍ତ୍ରିମଣ୍ଡଳ ନେଇ ଦିଲ୍ଲୀରେ ଅଙ୍କକଷା

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ମହାୟୁତିରେ ପ୍ରଥମ ପର୍ଯ୍ୟାୟ ସସପେନ୍ସ ଓଭର। ଏବେ ଦ୍ବିତୀୟ ପର୍ଯ୍ୟାୟ ସସପେନ୍ସ । ଅର୍ଥାତ ମନ୍ତ୍ରିମଣ୍ଡଳ ଗଠନ ନେଇ ସସପେନ୍ସ। ମନ୍ତ୍ରିମଣ୍ଡଳ ନେଇ ଦିଲ୍ଲୀରେ ଅଙ୍କକଷା ଚାଲିଛି। ଏନସିପି ନେତା ପ୍ରଫୁଲ୍ଲ ପଟେଲ ସହ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ କରିଛନ୍ତି ଆଲୋଚନା। ଏହି ଭେଟଘାଟରେ ଉପସ୍ଥିତ ନଥିଲେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଗତକାଲି ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସଡକ ପରିବହନ ମନ୍ତ୍ରୀ ନୀତୀନ ଗଡକରୀଙ୍କୁ ଭେଟିଥିଲେ ଫଡଣବିସ। ତେବେ ସେହି ଭେଟଘାଟରେ ଉପସ୍ଥିତ ନଥିଲେ ଏକନାଥ ସିନ୍ଦେ। ପ୍ରଥମ ପର୍ଯ୍ୟାୟରେ ସାଲିସ କରିବାକୁ ବାଧ୍ୟ ହୋଇଥିଲେ ସିନ୍ଦେ। ପାଇଥିଲେ ଉପମୁଖ୍ୟମନ୍ତ୍ରୀ ପଦ। ଅଜିତ ପାୱାର ବି ହୋଇଥିଲେ ଡେପୁଟୀ।

ହେଲେ ବର୍ତ୍ତମାନ ବିଜେପି, ଶିବସେନା ଓ ଏନସିପି ମଧ୍ୟରେ ମନ୍ତ୍ରୀ ପଦ ବଣ୍ଟନକୁ ନେଇ ବଢିଛି ସସପେନ୍ସ। ଦୁଇ ସହଯୋଗୀ ଦଳ ବିଜେପି ନିକଟରେ ମନ୍ତ୍ରୀ ପଦ ବାର୍ଗେନ କରିଥିଲେ। ଗୃହମନ୍ତ୍ରୀ ପଦ ଲାଗି ସିନ୍ଦେ ଆଶାୟୀ ଅଛନ୍ତି। ତେବେ ଏହି ପଦ ମିଳିବା ସମ୍ଭବ ହୋଇ ନପାରେ। କାରଣ ଫଡଣବିସ ମୁଖ୍ୟମନ୍ତ୍ରୀ ଥିବାବେଳେ ଗୃହମନ୍ତ୍ରୀ ପଦ ସେ ସମ୍ଭାଳିଥିଲେ। ଶିବସେନାକୁ ନଗର ଉନ୍ନୟନ, ପୂର୍ତ୍ତ ଓ ରାଜସ୍ୱ ବିଭାଗ ମିଳିବା ସମ୍ଭାବନା ରହିଛି। ଏନସିପି ଅର୍ଥ ବିଭାଗ ମାଗୁଥିବାବେଳେ ଏହା ବି ବିଜେପି ଲାଗି କଷ୍ଟକର ହୋଇପାରେ। ତେବେ ଅର୍ଥ ବିଭାଗ ଉପରେ ଶିବସେନାର ଆଖି ଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହେବା ଆଶଙ୍କା ରହିଛି। ଗତ ମାସରେ ହୋଇଥିବା ବୁଝାମଣା ଅନୁସାରେ ବିଜେପିକୁ ୨୨, ଶିବସେନାକୁ ୧୨ ଓ ଏନସିପିକୁ ୯ ମନ୍ତ୍ରୀ ପଦ ମିଳିପାରେ। ଆସନ୍ତା ୧୬ରୁ ୨୧ ଯାଏ ବସିବ ବିଧାନସଭାର ଶୀତକାଳୀନ ଅଧିବେଶନ। ତା ପୂର୍ବରୁ ମନ୍ତ୍ରୀ ପଦ ବଣ୍ଟନ ସରିବା ଆଶା କରାଯାଉଛି।

ସଂସଦ ଅଧିବେଶନକୁ ପୁଣି ବିରୋଧୀଙ୍କ ବୟକଟ

ନୂଆଦିଲ୍ଲୀ: ସଂସଦ ଅଧିବେଶନକୁ ପୁଣି ବୟକଟ୍। ଏନଡିଏ ସରକାରର ମନମାନି ବିରୋଧରେ ସଂସଦ ଭବନ ବାହାରେ ବିକ୍ଷୋଭ କରିଛନ୍ତି ବିରୋଧୀ ଦଳ ସାଂସଦ। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ଇଣ୍ଡିଆ ମେଣ୍ଟର ସାଂସଦମାନେ ସଂସଦ ଭବନ ବାହାରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି। ଦେଶକୁ ବିକିବାକୁ ଦିଆଯିବ ନାହିଁ ପ୍ଲାକାର୍ଡରେ ଦର୍ଶାଇଛନ୍ତି ସାଂସଦ।

ସଂସଦ ଅଧିବେଶନ ଆରମ୍ଭ ଦିନଠାରୁ ଆଦାନୀ, ଜର୍ଜ ସୋରସ, ଚାଷୀଙ୍କୁ ଏମଏସପି, ସମ୍ଭଲ ହିଂସା ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଚାଲିପାରୁନାହିଁ ଗୃହକାର୍ଯ୍ୟ। ବିରୋଧୀଙ୍କ ସ୍ବର ଚାପିଦେବା ଲାଗି ସରକାର ଉଦ୍ୟମ କରୁଛନ୍ତି ବୋଲି କରାଯାଇଛି ଅଭିଯୋଗ। ସେପଟେ ଇଣ୍ଡିମେଣ୍ଟର ସାଂସଦଙ୍କୁ ବି ଟକ୍କର ଦେଇଛନ୍ତି ଏନଡିଏ ସାଂସଦ। ସେମାନେ ବି ପୋଷ୍ଟର ଧରି କରିଛନ୍ତି ପ୍ରତିବାଦ ।

ରାଜଧାନୀରେ ଯୁବକଙ୍କ ଆତଙ୍କରାଜ; ବସ ଡ୍ରାଇଭରଙ୍କୁ ମାଡ ମାରିବା ସହ ଯାତ୍ରୀଙ୍କୁ ଓହ୍ଲାଇଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ । ବସ ଡ୍ରାଇଭରଙ୍କୁ ମାଡ ମାରିବା ସହ ଯାତ୍ରୀଙ୍କୁ ଓହ୍ଲାଇଦେଲେ ଦୁର୍ବୃତ୍ତ । ଘଟଣା ଘଟିଥିଲା ସତସଙ୍ଗ ବିହାର ସମ୍ମୁଖ ମୁଖ୍ୟ ରାସ୍ତାରେ। ଗାଡି ସାଇଡମରାକୁ ନେଇ ଅଧଘଣ୍ଟା ଧରି ରାସ୍ତା ଉପରେ ଆତଙ୍କ ରଚିଲେ ଯୁବକମାନେ। ବସକୁ ଅଟକାଇ ଡ୍ରାଇଭରଙ୍କୁ ମାଡ଼ ମାରିବା ସହ ବସ ଭଙ୍ଗାରୁଜା କରି ଯାତ୍ରୀଙ୍କୁ ଗାଡିରୁ ଓହ୍ଲାଇ ଦେଇଥିବା ଦେଖିବାକୁ ମିଳିଛି । ଖବର ପାଇ ସହିଦନଗର ଥାନା ପୋଲିସ ଆକ୍ରମଣ କରିଥିବା ୫ ଜଣକୁ ଅଟକ ରଖି ତଦନ୍ତ କରୁଛି।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।

ଇରାନରେ କଠୋର ହେଲା ହିଜାବ ନୀତି; ନିୟମକୁ ଉଲ୍ଲଂଘନ କଲେ ମୃତ୍ୟୁଦଣ୍ଡ କିମ୍ବା ୧୫ ବର୍ଷ ଯାଏ ଜେଲଦଣ୍ଡ

ନନ୍ଦିଘୋଷ ବ୍ୟୁରୋ : ଉପସାଗରୀୟ ଉତ୍ତେଜନା ମଧ୍ୟରେ ଇରାନର ସୁପ୍ରିମ ଲିଡର ଆୟତୋଲ୍ଲା ଖୋମେନୀଙ୍କ କଠୋର ହିଜାବ ନୀତି । ହିଜାବ ନିୟମକୁ ଅଧିକ କଡା କରିଛନ୍ତି ସୁପ୍ରିମ ଲିଡର। ଯେଉଁମାନେ ଏହି ନିୟମକୁ ଉଲ୍ଲଂଘନ କରିବେ ସେମାନଙ୍କୁ ମୃତ୍ୟୁଦଣ୍ଡ କିମ୍ବା ୧୫ ବର୍ଷ ଯାଏ ଜେଲଦଣ୍ଡ ବ୍ୟବସ୍ଥା କରାଯାଇଛି । ପବିତ୍ରତା ଓ ହିଜାବ ସଂସ୍କୃତିକୁ ଏଣିକି କଡା ଭାବେ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି । ନଗ୍ନତା ବା ଶାଳୀନତାବିହୀନ ପୋଷାକ ପିନ୍ଧିଲେ ଏହି ଦଣ୍ଡର ସାମ୍ନା କରିବାକୁ ପଡିବ ।

ଇରାନ ପ୍ରସ୍ତୁତ କରିଥିବା ନୂଆ ଆଇନର ଧାରା ୬୦ ଅନୁସାରେ, ଯେଉଁମାନେ ଆଇନର ଉଲ୍ଲଂଘନ କରିବେ, ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହିବେ ସେମାନଙ୍କୁ ଅର୍ଥଦଣ୍ଡ, ମାଡ଼, ପ୍ରାୟ ୧୫ବର୍ଷର ଜେଲଦଣ୍ଡ ଓ ମୃତ୍ୟୁଦଣ୍ଡ ଆଦି ଭୋଗିବାକୁ ପଡିବ। ଅର୍ଥଦଣ୍ଡର ପରିମାଣ ସର୍ବାଧିକ ୧୨,୫୦୦ ପାଉଣ୍ଡ ରହିଛି । ୧୯୭୯ରେ ଇସଲାମିକ ବିପ୍ଲବ ପରଠାରୁ ପ୍ରଚଳିତ ନିୟମ ଅନୁସାରେ ସର୍ବସାଧାରଣ ସ୍ଥାନରେ ମହିଳାମାନେ ନିଜ କେଶକୁ ଆବରଣ କରିବାର ଆବଶ୍ୟକତା ରହିଛି । ୨୦୨୨ ସେପ୍ଟେମ୍ବର ୧୬ରେ ପୋଲିସ ହେପାଜତରେ କୁର୍ଦ୍ଦ ମହିଳା ମାସା ଆମିନଙ୍କ ମୃତ୍ୟୁ ଘଟିବା ପରେ ଦେଶରେ ବ୍ୟାପକ ଆନ୍ଦୋଳନ ହୋଇଥିଲା। ଏହି ବିଶ୍ବଚର୍ଚ୍ଚିତ ଘଟଣାର ଦୁଇ ବର୍ଷ ପରେ ଇରାନ ସରକାର ହିଜାବ ନିୟମକୁ ଅଧିକ କଡା କରିଛନ୍ତି । ଡ୍ରେସ କୋଡକୁ ଅବମାନନା କରିବା ଅଭିଯୋଗରେ ମୋରାଲିଟି ପୋଲିସ ପକ୍ଷରୁ ତାଙ୍କୁ ତେହରାନରେ ଗିରଫ କରାଯାଇଥିଲା। ଆନ୍ଦୋଳନରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଥିଲା ।

ଅନ୍ୟପଟେ ଇରାନର ନୂଆ ଆଇନକୁ କଡା ସମାଲୋଚନା କରିଛି ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ । ଡ୍ରେସ କୋଡକୁ ଉଲ୍ଲଂଘନ କରୁଥିବା ମହିଳାଙ୍କୁ ଶାସ୍ତି ଦେବା ଲାଗି ବିଭିନ୍ନ ସ୍ଥାନରେ ହିଜାବ କ୍ଲିନିକ ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି ।