ନନ୍ଦିଘୋଷ ବ୍ୟୁରୋ: ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ଫିଲ୍ମର ରେକର୍ଡ ଭାଙ୍ଗିବାରେ ଲାଗିଛି ଫିଲ୍ମ ’ପୁଷ୍ପା-୨’ । ଆଲ୍ଲୁ ଅର୍ଜୁନଙ୍କ ଅଭିନୀତ ଏହି ଫିଲ୍ମ କେବଳ ଦର୍ଶକଙ୍କ ମହଲରେ ଆଦୃତ ନୁହେଁ ବରଂ ଭଲ ରୋଜଗାର ମଧ୍ୟ କରୁଛନ୍ତି । ରିଲିଜ ହେବାର ୬ଦିନ ହୋଇଥିବାବେଳେ ଭଲ ରୋଜଗାର କରୁଛି । ବିଶ୍ବବ୍ୟାପି କଲେକ୍ସନ ଏବେ ୬ ଦିନରେ ୯୫୦ କୋଟି ପାର କରି ସାରିଥିବା ସୂଚନା ରହିଛି । ତେବେ ଖୁବଶୀଘ୍ର ଏହା ଏକ ହଜାର କୋଟି ଟଙ୍କା ଆୟ କରିବାକୁ ଯାଉଛି । ଯାହାକି ରୋକର୍ଡ ବ୍ୟବସାୟ ହେବ । ତେବେ ଷଷ୍ଠ ଦିନରେ କେବଳ ଭାରତରେ ୫୨.୫୦ କୋଟି ଟଙ୍କାର ବ୍ୟବସାୟ କରିଛି ଏହି ଫିଲ୍ମ । ଯେଉଁଥିରେ ତେଲୁଗୁ ଭାଷାରେ ୧୧ କୋଟି, ହିନ୍ଦୀରେ ୩୮ କୋଟି, ତାମିଲରେ ୨.୬୦ କୋଟି ଏବଂ ମାଲାୟାଲମ-କନ୍ନଡରେ 0.4 ଏବଂ 0.5 କୋଟି ଟଙ୍କା ବ୍ୟବସାୟ କରାଯାଇଛି। ଯଦି ଏହି ସଂଗ୍ରହକୁ ପଞ୍ଚମ ଦିନ ସହିତ ତୁଳନା କରାଯାଏ, ତେବେ ଆୟ 18.70 ପ୍ରତିଶତ ହ୍ରାସ ପାଇଛି | କିନ୍ତୁ ଏଥିରେ ନିର୍ମାତାମାନଙ୍କ ପାଇଁ ମଧ୍ୟ ଏକ ଖୁସି ଖବର ଅଛି | ବାସ୍ତବରେ ଅଧିକାଂଶ ଅର୍ଥ ହିନ୍ଦୀରେ ଆୟ ହୋଇଛି |
ଆଜି ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ବ ନେବେ ସଞ୍ଜୟ ମାଲହୋତ୍ରା
ନନ୍ଦିଘୋଷ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ୨୬ତମ ଗଭର୍ଣ୍ଣର ଭାବେ ଆଜି ଦାୟିତ୍ବ ନେବେ ସଞ୍ଜୟ ମାଲହୋତ୍ରା । ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଠାରୁ ଦାୟିତ୍ବ ଗ୍ରହଣ କରିବେ ସଞ୍ଜୟ । ଗତ ୯ ତାରିଖରେ ଏହି ଗୁରୁତ୍ବପୂର୍ଣ୍ଣ ପଦବୀ ଲାଗି ରାଜସ୍ବ ସଚିବ ସଞ୍ଜୟ ମାଲହୋତ୍ରାଙ୍କ ନାଁ ଘୋଷଣା କରାଯାଇଥିଲା । କ୍ଯାବିନେଟର ନିଯୁକ୍ତି ସଂକ୍ରାନ୍ତ କମିଟି ସଞ୍ଜୟଙ୍କ ନାଁ ଘୋଷଣା କରିଥିଲେ । ସେ ଆସନ୍ତା ୩ ବର୍ଷ ଲାଗି ଦାୟିତ୍ବରେ ରହିବେ । ତାଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଥିଲେ କମିଟିର ସଚିବ ମନୀଷ ସକ୍ସେନା । ସଞ୍ଜୟ ହେଉଛନ୍ତି ୧୯୯୦ ବ୍ୟାଚର ରାଜସ୍ଥାନ କ୍ଯାଡର ଆଇଏଏସ । ସେ ଆଇଆଇଟି କାନପୁରରେ ଶିକ୍ଷାଲାଭ କରିଥିଲେ । ପୂର୍ବରୁ ସେ ରାଜସ୍ବ ସଚିବ ଓ ଅର୍ଥ ସେବା ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ । ୨୦୨୨ଅକ୍ଟୋବର ୯ରେ ତାଙ୍କୁ ରାଜସ୍ବ ବିଭାଗରେ ଅଫିସର ଅନ ସ୍ପେସାଲ ଡ୍ଯୁଟି ଦାୟିତ୍ବ ଦିଆଯାଇଥିଲା । ୨୦୨୨ ଡିସେମ୍ବର ୧ରେ ସେ ରାଜସ୍ବ ସଚିବ ଭାବେ କାର୍ଯ୍ୟାରମ୍ଭ କରିଥିଲେ । ଆସନ୍ତା ୨୦୨୮ ଫେବୃଆରୀ ୨୯ରେ ସେ ଅବସର ନେବେ । ସେ ଆରଇସି ଲିମିଟେଜର ଅଧ୍ଯକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ଗତ ୧୨ ଡିସେମ୍ବର ୨୦୧୮ରେ ୨୫ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଇଥିଲେ ଶକ୍ତିକାନ୍ତ । ଆରବିଆଇ ଇତିହାସରେ ସେ ସର୍ବାଧିକ୬ ବର୍ଷ ଗଭର୍ଣ୍ଣର ଦାୟିତ୍ବରେ ଥିଲେ ।
ଖୋଲା ଆକାଶ ତଳେ କଟିଲା ମିଶନ ଶକ୍ତି ମାଆଙ୍କ ରାତି
ନନ୍ଦିଘୋଷ ବ୍ୟୁରୋ: ରାଜରାସ୍ତାରେ ଶୋଇଲେ ଶତାଧିକ ମହିଳା । ଶୀତ କାକରରେ ଖୋଲା ଆକାଶ ତଳେ ବିତିଲା ରାତି। ୬ କମ୍ୟୁନିଟି ସପୋର୍ଟ ଷ୍ଟାଫର ଶହ ଶହ କର୍ମୀଙ୍କ ରାତି ଏମିତି ଖୋଲା ଆକାଶ ତଳେ କଟିଛି। ୯ ମାସ ଧରି ଦରମା ମିଳିନଥିବା ବେଳେ ସେମାନେ ୨ ଦିନ ହେଲାଣି ଆନ୍ଦୋଳନ କରୁଛନ୍ତି। କିନ୍ତୁ ନିଘୋଡ଼ ନିଦରେ ଶୋଇଛନ୍ତି ରାଜ୍ୟ ସରକାର। ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ବି କରି ନାହାନ୍ତି। ସରକାର ନ ଶୁଣିବା ଯାଏଁ ଏଠି ପଡି ରହିବେ ପଛେ, ହେଲେ ଆଦୌ ହଟିବେ ନାହିଁ ବୋଲି ସେମାନେ ଖୋଲାଖୋଲି ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ପୂର୍ବ ସରକାରରେ ଦୁଇ ଘଣ୍ଟା ଭିତରେ ମାମାନଙ୍କର ସମାଧାନ ହେଉଥିଲା । ହେଲେ ନୂଆ ସରକାର ସେମାନଙ୍କୁ ଆଣି ରାଜରାସ୍ତାରେ ଛିଡ଼ା କରିଛନ୍ତି ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି।
ଆଜି ବି ଗୃହରେ ଉଠିପାରେ ମିଶନ ଶକ୍ତି କର୍ମୀଙ୍କ ଦରମା ପ୍ରସଙ୍ଗ
ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ଆଜି ମଧ୍ୟ ଉଠିପାରେ ମିଶନ ଶକ୍ତି ଜିପିଏଲଏଫ୍ କର୍ମୀଙ୍କ ଦରମା ବନ୍ଦ ପ୍ରସଙ୍ଗ। ଦୁଇ ଦିନ ହେଲାଣି ଦିନ ରାତି ଭୋକ ଉପାସରେ ଧାରଣା ଦେଇଛନ୍ତି ମିଶନ ଶକ୍ତି କର୍ମୀ। ନିଜର ହକ୍ ପାଇଁ ଏତେ ଶୀତ କାକରରେ ସେମାନେ ରାଜରାସ୍ତା ଉପରେ ଖୋଲା ଛାତ ତଳେ ଶୋଇବାକୁ ବାଧ୍ଯ ହୋଇଛନ୍ତି। ଏମାନଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଛି ବିଜେଡି। ତେଣୁ ଆଜି ମଧ୍ୟ ଗୃହରେ ଏହି ପ୍ରସଙ୍ଗ ବିଜେଡି ଉଠାଇପାରେ। ଗତକାଲି ଏହାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ। ସେହିପରି ଇଷ୍ଟ କୋଷ୍ଟ ରେଳୱେରୁ ୱାଲଟିଅର ଡିଭିଜନ ଉଠିଯିବା ପ୍ରସଙ୍ଗ ମଧ୍ୟ ବିରୋଧୀ ଉଠାଇ ପାରନ୍ତି। ଏପରିକି ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିବ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି l ମୁଖ୍ୟ ବିରୋଧୀ ବିଜେଡି ମୁଲତବୀ ପ୍ରସ୍ତାବାର ସମ୍ଭାବନା ଅଛି, ଲାଗୁଛି ଆଜି ମଧ୍ୟ ଗୃହ ସରଗରମ ରହିବ। ପ୍ରଶ୍ନକାଳରେ ରହିଛି କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ବୟନ ଶିଳ୍ପ, MSME, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନୋତ୍ତର ।
ନୀତୀଶ କୁମାରଙ୍କ ମହିଳା ସମ୍ବାଦ ଯାତ୍ରାକୁ କଟାକ୍ଷ
ନନ୍ଦିଘୋଷ ବ୍ୟୁରୋ: ପୁଣି ମୁହାଁମୁହିଁ ହୋଇଛନ୍ତି ଲାଲୁ ଯାଦବ ଓ ନୀତୀଶ କୁମାର। ବିହାର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାକୁ ନେଇ ଉଠୁଛି ପଡୁଛି ବିହାର ରାଜନୀତି। ଆଗରୁ ବିହାର ବିଧାନସଭା ନିର୍ବାଚନ ଆସୁଥିବାରୁ ପ୍ରାକ୍ ପ୍ରସ୍ତୁତ ସ୍ବରୂପ ନୀତିଶ କୁମାର ଡିସେମ୍ଵର ୧୫ରୁ ମହିଳା ସମ୍ବାଦ ଯାତ୍ରାରେ ବାହାରିବେ। ଏହି କାର୍ଯ୍ୟକ୍ରମରେ ସେ ସମାବେଶ କରି ମହିଳାଙ୍କୁ ଭେଟିବେ। ନିର୍ବାଚନ ଆଗରୁ ମହିଳାଙ୍କ ସମର୍ଥନ ଯୋଗାଡ଼ କରିବେ। କିନ୍ତୁ କଟାକ୍ଷ କରି ଲାଲୁ କହିଛନ୍ତି, ମହିଳାଙ୍କ ଉପରେ ଖରାପ ନଜର ରଖି ଏହି କାର୍ଯ୍ୟକ୍ରମ କରିଛନ୍ତି ନୀତିଶ। ତାଙ୍କର ଏହି ମନ୍ତବ୍ୟ ବଡ଼ ଝଡ଼ ସୃଷ୍ଟି କରିଛି ବିହାର ରାଜନୀତିରେ। ଜେଡିୟୁ ଓ ବିଜେପି ଲାଲୁଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ଲାଲୁଙ୍କ ପ୍ରକୃତ ମାନସିକତା ଏବେ ପଦାକୁ ଆସିଛି ବୋଲି କହିଛନ୍ତି ବରିଷ୍ଠ ଜେଡିୟୁ ନେତା ରାଜୀବ ରଂଜନ। ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମଧ୍ୟ ଲାଲୁ ଯାଦବଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି।
କେବେ ଗଠନ ହେବ ଅଷ୍ଟମ ବେତନ କମିଶନ ?
ନନ୍ଦିଘୋଷ ବ୍ୟୁରୋ: କେବେ ଗଠନ ହେବ ଅଷ୍ଟମ ବେତନ କମିଶନ ? କେନ୍ଦ୍ର ସରକାରୀ କର୍ମଚାରୀ ସଂଘ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ବାରମ୍ବାର ଚିଠି ଲେଖିଲେ ବି ଉତ୍ତର ମିଳୁନି । ୨୦୨୬ ଜାନୁଆରୀ ପହିଲାରୁ ଅଷ୍ଟମ ବେତନ କମିଶନ ଲାଗୁ ହେବ । ହେଲେ ନିହଲ ବସିଛନ୍ତି କେନ୍ଦ୍ର ସରକାର । ସଂସଦରେ ବି ଉତ୍ତର ମିଳୁନି । ଯାହାକୁ ନେଇ ୨୦ ଲକ୍ଷ କର୍ମଚାରୀଙ୍କ ଭିତରେ ଅସନ୍ତୋଷ ଦାନା ବାନ୍ଧୁଛି । ଅଭିଯୋଗ ହୋଇଛି, ଖୋଦ ସପ୍ତମ ବେତନ କମିଶନଙ୍କ ସୁପାରିସକୁ ବି ଏଡାଇଯାଉଛନ୍ତି କେନ୍ଦ୍ର ସରକାର । ସେପଟେ କେନ୍ଦ୍ର ସରକାର ଦରମା ବୃଦ୍ଧି କଲା ପରେ ରାଜ୍ୟମାନେ ପଦକ୍ଷେପ ନେବେ । ରାଜ୍ୟ ସରକାରୀ କର୍ମଚାରୀ ବି କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ଗ୍ରହଣ କରିପାରୁନାହାନ୍ତି ।
ଫି ଦିନ ବଢୁଛି ବଜାର ଦର । ହେଲେ ଦରମା ବଢିବ ୧୦ ବର୍ଷରେ ଥରେ । ମହଙ୍ଗା ଭତ୍ତା ଟପିଲାଣି ୫୦ ପ୍ରତିଶତ । ଏଯାଏ ଗଠନ ହେଲାନି ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ । କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କୁ ଏକାଧିକ ଚିଠି ଲେଖିଲେ ବି ମିଳୁନି ଉତ୍ତର । କେନ୍ଦ୍ର ସରକାରଙ୍କ ବିରୋଧରେ ଏପରି ମାଳ ମାଳ ଅଭିଯୋଗ କଲେଣି ସରକାରୀ କର୍ମଚାରୀ । କେବେ ଗଠନ ହେବ ଅଷ୍ଟମ ବେତନ କମିଶନ ? ସଂସଦରେ ଏହାର ଉତ୍ତର ମିଳୁଛି ନା କର୍ମଚାରୀ ସଂଘ ଚିଠି ଲେଖିଲେ ମିଳୁଛି ଜବାବ । ଖୋଦ ସପ୍ତମ ବେତନ କମିଶନଙ୍କ ସୁପାରିସକୁ ଏଡ଼ାଇଯାଉଛନ୍ତି ଏବର କେନ୍ଦ୍ର ସରକାର ।
ଏବେ କେନ୍ଦ୍ର ସରକାରଙ୍କ କର୍ମଚାରୀ ପାଉଛନ୍ତି ୫୩ ପ୍ରତିଶତ ମହଙ୍ଗା ଭତ୍ତା । ସପ୍ତମ ବେତନ ଆୟୋଗ ନିୟମ କରିଥିଲେ, ଯେତେବେଳେ ସରକାରୀ କର୍ମଚାରୀଙ୍କ ଦରମା ୫୦ ପ୍ରତିଶତ ଟପିବ ସେତେବେଳେ ବେତନ କମିଶନ ଗଠନ ନହେବା ସ୍ଥଳେ ମହଙ୍ଗାଭତ୍ତା ୫୦ ପ୍ରତିଶତ କର୍ମଚାରୀଙ୍କ ମୂଳ ଦରମାରେ ମିଶାଯାଇ ମହଙ୍ଗା ଭତ୍ତା ପ୍ରଦାନ କରାଯିବ । ଯାହା ଏପର୍ଯ୍ୟନ୍ତ ହୋଇନି । କେନ୍ଦ୍ର ସରକାରଙ୍କ ଟିକସ ରାଜସ୍ବ ୨୦୧୫ରୁ ୨୦୨୩ ଭିତରେ ଦୁଇଗୁଣ ବଢିଲାଣି । ସେପଟେ ବଜାରରେ ଦର ବଢିଛି ୮୦ ପ୍ରତିଶତ । ପୂର୍ବତନ ସରକାରୀ କର୍ମଚାରୀ ଓ ବାମଦଳ ନେତାଙ୍କ ଅଭିଯୋଗ ଏବର କେନ୍ଦ୍ର ସରକାର ଲଗାତାର ଭାବେ ସରକାରୀ କର୍ମଚାରୀଙ୍କ ସ୍ବାର୍ଥକୁ ଅଣଦେଖା କରିଆସୁଛନ୍ତି ।
ଅଷ୍ଟମ ବେତନ କମିଶନ ଗଠନ ୬ ମାସ ତଳୁ ହେବା କଥା । ୨୦୨୬ ଜାନୁଆରୀ ପହିଲାରୁ ନୂଆ ବେତନ କମିଶନ ଲାଗୁ ହେବ । ବେତନ କମିଶନ ସରକାରଙ୍କୁ ସୁପାରିସ କରିବାର ୩ରୁ ୬ ମାସ ପରେ ବେତନ ବୃଦ୍ଧି ନେଇ ସରକାର ଘୋଷଣା କରନ୍ତି । ନିୟମ ଦୃଷ୍ଟିରୁ ସପ୍ତମ ବେତନ କମିଶନ ଅବଧି ପୂରିବାର ୨ ବର୍ଷ ପୂର୍ବରୁ ଅଷ୍ଟମ ବେତନ କମିଶନ ଗଠନ ହେବା କଥା । ଏହି ନିୟମ ୧୯୮୪ ମସିହା ଚତୁର୍ଥ ବେତନ କମିଶନ ଗଠନ ହେବା ପରଠୁ ଲାଗୁ ହୋଇଆସୁଛି । ସେପଟେ କେନ୍ଦ୍ର ସରକାରଙ୍କ ବେତନ କମିଶନଙ୍କୁ ଅନାଇ ବସିଛନ୍ତି ରାଜ୍ୟ ସରକାରୀ କର୍ମଚାରୀ । ବିଶେଷକରି ଓଡ଼ିଶାରେ ୪ ଲକ୍ଷ ସରକାରୀ କର୍ମଚାରୀ ଓ ୩ ଲକ୍ଷ ପେନ୍ସନ୍ ଭୋଗୀଙ୍କ ସ୍ବାର୍ଥକୁ ମଧ୍ୟ କେନ୍ଦ୍ର ସରକାର ଏକ ପ୍ରକାର ଅଟକାଇ ଦେଇଥିବା ଅଭିଯୋଗ ହୋଇଛି ।
ନୂଆ ବେତନ କମିଶନ ଗଠନକୁ ଆଉ ମାତ୍ର ବର୍ଷେ ସମୟ । କମିଶନ ଗଠନ ହେବ କି ନାହିଁ । ନା ବିନା ବେତନ କମିଶନରେ କେନ୍ଦ୍ର ସରକାର କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ନିଷ୍ପତ୍ତି ନେବେ । ଯଦି ନିୟମରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତାହେଲେ କେବେ କରିବେ ? ଏ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିବାକୁ କର୍ମଚାରୀ ମହଲରେ ଦାବି ଉଠିଛି ।
୪ ଥରର ବିଧାୟକଙ୍କ ଭାରତୀୟ ନାଗରିକତା ପ୍ରତ୍ୟାହାର କଲେ ହାଇକୋର୍ଟ,ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା
ନନ୍ଦିଘୋଷ ବ୍ୟୁରୋ: ୪ ଥରର ବିଧାୟକଙ୍କ ଭାରତୀୟ ନାଗରିକତା ପ୍ରତ୍ୟାହାର କଲେ ହାଇକୋର୍ଟ । ତେଲେଙ୍ଗାନାର ବିଆରଏସ ବିଧାୟକ ଚେନ୍ନାମନାଇ ରମେଶଙ୍କ ଭାରତୀୟ ନାଗରିକତା ପ୍ରତ୍ୟାହାର ହୋଇଛି । ୧୯୯୦ ମସିହାରେ ଜର୍ମାନୀରେ ବିବାହ କରିଥିଲେ । ସେଠାରେ ତାଙ୍କ ପରିବାର ଅଛି। ଜର୍ମାନୀ ନାଗରିକତା ନେଇଥିଲେ। କିନ୍ତୁ ଜର୍ମାନୀ ନାଗରିକତା ତ୍ୟାଗ ନକରି ଭାରତୀୟ ନାଗରିକତା ନେଇଥିଲେ। ୨୦୦୮ରେ ଭାରତୀୟ ନାଗରିକତା ନେଇଥିଲେ। ୨୦୦୯ରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ। ଭାରତୀୟ ନାଗରିକତା ନେବା ପରେ ବି ଜର୍ମାନୀ ପାସପୋର୍ଟ୍ ତ୍ୟାଗ କରିନଥିଲେ। ତେବେ ସେ ନାଗରିକତା ଲୁଚାଇବା ସହ ବିଭ୍ରାନ୍ତିକର ତଥ୍ୟ ଦେଇଥିବାରୁ ୩୦ ଲକ୍ଷ ଟଙ୍କାର ଜରିମାନା ହୋଇଛି । ଏହାସହ ତାଙ୍କୁ ଜର୍ମାନ ନାଗରିକ ଭାବେ ଘୋଷଣା କରାଯାଇଛି ।
ହଜିବାକୁ ବସିଲାଣି ଦାସକାଠିଆ, ସଂକିର୍ତ୍ତନ, ଗାହାଣି, ଦଣ୍ଡନାଚ, ପାଲା, ଖଞ୍ଜଣି ଗାୟକ, ବେହେଲା ବାଦକ ଏବଂ ବାଘ ନାଚ
ନନ୍ଦିଘୋଷ ବ୍ୟୁରୋ: ସମାଜରୁ ହଜିଗଲାଣି ଅନେକ ଲୋକକଳା । ଦାଶକାଠିଆ, ଗାହାଣି ଓ ସଂକିର୍ତ୍ତନ ପରି ଅନେକ କଳା ଏବେ ହଜି ଯିବାକୁ ବସିଛି । ଆଧୁନିକତାର ଛାପରେ କଳୁଷିତ ହେଉଛି ପୌରାଣିକ କାହାଣୀ । ଦିନକୁ ଦିନ କଳା ଓ କଳାକାରଙ୍କ ସଂଖ୍ୟା କମୁଥିବା ବେଳେ ବଞ୍ଚି ରହିଥିବା କଳାକୁ ଅଧୁନିକତାର ଛାପ ଗ୍ରାସ କଲାଣି । ସରକାର ବଦଳିବା ପରେ କଳାକାର ମାନଙ୍କୁ ମୁଳୁନି କାମ l ଯାହାକି ନିଜ ପେଟ ପାଟଣା ପାଇଁ ଦାଦନ ଖିବାକୁ ବାହାରିଲେଣି l ଲୋକକଳାର ଭିତ୍ତିଭୂମି ସଜାଡ଼ିବା ସହିତ ଏହାକୁ ବଞ୍ଚାଇ ରଖିବାକୁ ଅଣ୍ଟା ଭିଡ଼ିଛନ୍ତି ଗଞ୍ଜାମ ଧରାକୋଟ ବ୍ଲକର କଳାକାର ।
ସମାଜରୁ ଦାସକାଠିଆ, ସଙ୍କିର୍ତ୍ତନ, ଗାହାଣି, ଦଣ୍ଡନାଚ, ପାଲା, ଖଞ୍ଜଣି ଗାୟକ, ବେହେଲା ବାଦକ, ବାଘ ନାଚ, ଭଳି ଅନେକ ଲୋକ କଳା ହଜିଯିବାକୁ ବସିଛି । ପ୍ରୋତ୍ସାହନ ଅଭାବରୁ ଏହି କଳାକାରମାନେ କଳାକୁ ଛାଡ଼ି ଦାଦନ ଖଟିବାକୁ ବାହାରିଲେଣି । ଗଞ୍ଜାମ ଜିଲ୍ଲାରେ ପ୍ରଚଳିତ ୨୫ଟି ପ୍ରମୁଖ ଲୋକ କଳା ଜୀବିତ ରହିଛି । କଳାକାର ମାନଙ୍କୁ ଚିହ୍ନଟ କରି ପୂର୍ବ ନବୀନ ସରକାର କଳାକାର ଭତ୍ତା ପ୍ରଦାନ ଆରମ୍ଭ କରିଥିଲେ । ଏହି କଳାକାରଙ୍କୁ ସରକାରୀ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ପାଇଁ ସେମାନଙ୍କୁ ସାମିଲ କରାଯାଉଛି । ଏହାପରେ ମଧ୍ୟ ଅନେକ କଳାକାର ଲୋକ କଳା ଛାଡ଼ି ଏବେ ଦାଦନ ଖଟିବାକୁ ଚାଲି ଯାଉଛନ୍ତି । ଗାଁ ଗହଳିରେ ପୁର୍ବରୁ ଆଦୃତ କଳାକୁ ବଞ୍ଚାଇ ରଖିବାକୁ ପ୍ରୟାସ ସହିତ କଳାକାରଙ୍କୁ ଆଧୁନିକ ବାଦ୍ୟ ଯନ୍ତ୍ର ଯୋଗାଇ ଦେବାକୁ ସରକାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର କଳାକାର ।
ଆଧୁନିକତାର କଷାଘାତରେ ଅନେକ ଲୋକକଳା ସମାଜରୁ ହଜି ଗଲାଣି । ଅନେକ ଲୋକକଳା ଏବେ ଲୁଚି ଯିବାକୁ ବସିଲାଣି । ମହରଗ ଯୁଗରେ କଳା ପ୍ରଦର୍ଶନ କରି ପରିବାର ଚଳାଇବା ସମ୍ଭବ ହେଉନାହିଁ । ଦାସକାଠିଆ, ସଙ୍କିର୍ତ୍ତନ ଓ ଖଞ୍ଜଣି ଗାୟକ ସଂଖ୍ୟା ବହୁ ମାତ୍ରାରେ କମି ଗଲାଣି। ନୂଆପୀଢ଼ି ଲୋକକଳାକୁ ଆପଣାଇବାକୁ ବିମୁଖ ହେଉଛନ୍ତି । ଯେଉଁ କିଛି ଆଗ୍ରହୀ ଯୁବକ ରହିଛନ୍ତି କଳା ଶିକ୍ଷା ଦେବାକୁ ସୁବିଧା ସୁଯୋଗର ଅଭାବ ରହିଛି । ଲୋକକଳାକୁ ବଞ୍ଚିଇବାକୁ ବ୍ଲକ ସ୍ତରରେ କଳାକାର ପ୍ରଶିକ୍ଷଣ କେନ୍ଦ୍ର ଗଠନ କରିବାକୁ ଦାବି କରିଛନ୍ତି କଳାକାର ସଂଘ ।
ଢେଙ୍କାନାଳରେ ଭରି ରହିଛି ସ୍କେଟିଂ ପ୍ରତିଭା
ନନ୍ଦିଘୋଷ ବ୍ୟୁରୋ: ସୂର୍ଯ୍ୟୋଦୟ ଆରମ୍ଭରୁ ସହରର ରାଜ ରାସ୍ତାରେ ଚକ ଲଗା ଗୋଡରେ ଧାଉଁଛନ୍ତି କୁନି କୁନି ପିଲା। ମନରେ ଉତ୍ସାହ ସହ ଅଳ୍ପ ସମୟ ଭିତରେ ଦୂରତାକୁ ନିଜ ମୁଠାରେ କରିବା ପାଇଁ କରୁଛନ୍ତି ଉଦ୍ୟମ । ଶୀତୁଆ ସକାଳରେ ସ୍କେଟିଂ ଅଭ୍ୟାସରେ ମଜିଯାଇଛନ୍ତି କୁନିକୁନି ଛାତ୍ରଛାତ୍ରୀ। ବରଫାବୃତ୍ତ ଦେଶରେ ସ୍କେଟିଂକୁ ମାଧ୍ୟମ କରି ଲୋକେ ଯାତାୟାତ କରୁଥିଲ । ପରେ ସ୍କ୍କେଟିଂ ସପ୍ତଦଶ ଶତାବ୍ଦୀରେ ଆରମ୍ଭ ହୋଇ ଲୋକ ଲୋଚନକୁ ଆସିଥିଲା । ସମାୟାନୁକ୍ରମେ ଏଥିରେ ଅନେକ ପରିବର୍ତ୍ତନ ଆସିଛି । ଢେଙ୍କାନାଳ ଜିଲ୍ଲାରେ ସ୍କେଟିଂ ଖେଳ ଉପରେ ରାଜ୍ୟ ସରକାର ଦୃଷ୍ଟିଦେବା ଆବଶ୍ୟକତା ରହିଛି ।
ରାସ୍ତାରେ ଚକ ଲଗା ଗୋଡ଼ରେ ଧାଉଁଛନ୍ତି କୁନି କୁନି ପିଲା । ହାତରେ ସୁରକ୍ଷା କବଚ ସହ ମୁଣ୍ଡରେ ହେଲମେଟ ପିନ୍ଧି ସ୍କେଟିଂ କରୁଛନ୍ତି କୁନି କୁନି ପିଲା । ଢେଙ୍କାନାଳ ସହରରେ ସ୍କେଟିଂକୁ ନେଇ ଛୋଟ ପିଲା ଓ ଯୁବ ପୀଢିଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି । ସକାଳର ସୂର୍ଯ୍ୟୋଦୟ ସହିତ ରାଜରାସ୍ତାରେ ସ୍କେଟିଂ ପାଇଁ ପ୍ରସ୍ତୁତ ହୋଇଯାଆନ୍ତି ଛାତ୍ରଛାତ୍ରୀ । ଦୁଃଶାହାସିକ କ୍ରୀଡ଼ା କୌଶଳ ପ୍ରଦର୍ଶନରେ ଆଗ୍ରହୀ ଯୁବ ପୀଢ଼ିଙ୍କ ପାଇଁ ଏହା ଏବେ ପାଲଟିଛି ସଉକ । ପ୍ରତିଦିନ ଛାତ୍ରଛାତ୍ର ମାନେ ପଡ଼ିଆରେ ଅଭ୍ୟାସ ଜାରି ରଖି ଏହି କ୍ରୀଡ଼ାରେ ରାଜ୍ୟରେ ସୁନାମ ଅର୍ଜନ କରିଛନ୍ତି । ସଠିକ ଭିତ୍ତିଭୂମି ମିଳିଲେ ଜିଲ୍ଲା, ରାଜ୍ୟ ପାଇଁ ଏହି କୁନି କୁନି ପିଲା ଗୌରବ ଆଣିପାରିବେ ବୋଲି କହିଛନ୍ତି ଅଭିଭାବକ ।
ଢେଙ୍କାନାଳର କ୍ରୀଡ଼ା ଏକାଡେମୀ ଗୁରୁଦେବଜୀ ଗୁରୁକୁଳ ପକ୍ଷରୁ ୨୦୧୭ ମସିହାରୁ ଆରମ୍ଭ ହୋଇଛି ସ୍କେଟିଂ ପ୍ରଶିକ୍ଷଣ । ଅନୁଷ୍ଠାନର ମୁଖ୍ୟ ପ୍ରଶିକ୍ଷକ ମାଷ୍ଟର ସୋମ୍ୟବ୍ରତ ସାହୁ ତଥା ଢେଙ୍କାନାଳ ସ୍କେଟିଂ ଆସୋସିଏସନର ସମ୍ପାଦକ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ବର୍ତ୍ତମାନ ୩୦ଜଣ ସ୍କେଟର୍ସ ପ୍ରଶିକ୍ଷଣ ନେଉଛନ୍ତି । ୨୦୧୯ ମସିହାରେ ଅନୁଷ୍ଠାନ ପକ୍ଷରୁ ୨ ଜଣ ଖେଳାଳି ଛଡ଼ିଶଗଡ଼ରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିଲେ । ୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ଅନୁଷ୍ଠାନରେ ଛୋଟରୁ ବଡ଼ ପର୍ଯ୍ୟନ୍ତ ୪୦ରୁ ଅଧିକ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି ।
ପୂଜାରା କହିଲେ ଏହି ଖେଳାଳିଙ୍କୁ ତୃତୀୟ ଟେଷ୍ଟରେ ଦିଅନ୍ତି ସ୍ଥାନ
ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ । ସିରିଜ ଏବେ ୧-୧ରେ ରହିଛି । ତୃତୀୟ ମ୍ୟାଚ ଜିତିବା ଲାଗି ତୃତୀୟ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି କ୍ରୀଡ଼ାପ୍ରେମୀମାନେ ଆଶା ରଖିଛନ୍ତି । ସେପଟେ ଦ୍ବିତୀୟ ଟେଷ୍ଟରେ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ମଧ୍ୟରେ ପ୍ରଂଶସକମାନେ ବେଶ ଚିନ୍ତାରେ ରହିଛନ୍ତି । ଏଭଳି ଏକ ସମୟରେ ଏକ ଭିଡିଓରେ ପୂଜାରା ଏବଂ ଚାଓ୍ବାଲା ଏହାକୁ ନେଇ କହିଛନ୍ତି ତୃତୀୟ ଟେଷ୍ଟରେ କାହାକୁ ଦଳରେ ସାମିଲ କରାଯିବା ଉଚିତ୍ ।
ପୂଜାରା କହିଛନ୍ତି କି, ତୃତୀୟ ଟେଷ୍ଟରେ ଜଣେ ସ୍ପିନରଙ୍କ ବଦଳରେ ସ୍ପିନରଙ୍କୁ ଦଳରେ ସାମିଲ କରିବାକୁ କହିଥିବାବେଳେ ଓଲଟା କହିଛନ୍ତି ଚାଓ୍ବାଲା । ପୂଜାରା କହିଛନ୍ତି କି, ତୃତୀୟ ଟେଷ୍ଟରେ ଅଶ୍ବିନୀଙ୍କୁ ଦଳରୁ ବାଦ ଦିଆଯାଉ । ତାଙ୍କ ବଦଳରେ ଓ୍ବାଶିଂଟନ ସୁନ୍ଦରଙ୍କୁ ସ୍ଥାନ ଦେବାକୁ କହିଛନ୍ତି । ଯଦି ସୁନ୍ଦରଙ୍କ କଥା କହିବା ତାହେଲେ ସେ ପ୍ରଥମ ଟେଷ୍ଟରେ ୩୨ ରନ ସହ ୪ ଓ୍ବିକେଟ ମଧ୍ୟ ଅକ୍ତିଆର କରିଥିଲେ । ସେପଟେ ଚାଓ୍ବାଲା କହିଛନ୍ତି କି, ହର୍ଷିତ ରାଣାଙ୍କ ବଦଳରେ ଆକାଶ ଦୀପ ସ୍ଥାନ ଦିଆଯାଉ ।

