spot_img
Home Blog Page 1276

ଟ୍ରମ୍ପ୍ ନା ମସ୍କ, ଆମେରିକାରେ ଅସଲ କ୍ଷମତା କାହା ହାତରେ ?

ନନ୍ଦିଘୋଷ ବ୍ୟୁରୋ: ଏବେ ସାରା ବିଶ୍ବରେ ଚହଳ ପକେଇଛି ଟ୍ରମ୍ପ ଏବଂ ମସ୍କଙ୍କ ଦୋସ୍ତି । ଯେଉଁଠି ଦେଖିବ ସେଇଠି ଟ୍ରମ୍ପ ଏବଂ ମସ୍କଙ୍କ ବନ୍ଧୁତାର ଚର୍ଚ୍ଚା । ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାର ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ଏବଂ ବିଶ୍ବର ନମ୍ବର ଓ୍ବାନ ଧନୀ ଏଲନ ମସ୍କ ଯଦି ଏକାଠି ହେବେ ତାହେଲେ ଚର୍ଚ୍ଚା ହେବାତ ସ୍ବାଭାବିକ କଥା । ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏଲନ ମସ୍କଙ୍କର ଉତ୍ତମ ସମ୍ପର୍କକୁ ନେଇ ନିରନ୍ତର ଆଲୋଚନା ଚାଲିଛି । ତେବେ ଏହାରି ଭିତରେ ଏକ ବଡ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ରାଷ୍ଟ୍ରର ଅସଲ କ୍ଷମତା କାହା ହାତରେ ରହିବ ? କିଏ ସମ୍ଭାଳିବ ଆମେରିକା ଶାସନର ଡୋରୀ ?

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏଲନ ମସ୍କଙ୍କର ଉତ୍ତମ ସମ୍ପର୍କକୁ ନେଇ ନିରନ୍ତର ଆଲୋଚନା ଚାଲିଥିବା ବେଳେ ନିକଟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଏମିତି ଏକ ପ୍ରଶ୍ନ ବିଷୟରେ ପଚରାଯାଇଥିଲା। ଏଲନ ମସ୍କ ରାଷ୍ଟ୍ରପତି ହେବା ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ସେ ଏହାର ଉତ୍ତର ନାଁ ରେ ଦେଇ ସ୍ପଷ୍ଟ କରିଛନ୍ତି ଯେ, ମସ୍କ କେବେ ହେଲେ ବି ଆମେିକାର ରାଷ୍ଟ୍ରପତି ହୋଇପାରିବେ ନାହିଁ । ଟ୍ରମ୍ପଙ୍କ ପ୍ରଶାସନରେ ଏଲୋନ ମସ୍କ ଭୁମିକା ପ୍ରମୁଖ ପ୍ରଭାବ ପକାଇଥାଏ । କିନ୍ତୁ ମସ୍କ ରାଷ୍ଟ୍ରପତି ହେଇପାରିବେ ନାହିଁ  ।

ଆରିଜୋନାର ଫିନିକ୍ସରେ ଏକ ରିପବ୍ଲିକାନ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି ଯେ ମସ୍କ ରାଷ୍ଟ୍ରପତି ହେବେ ନାହିଁ, ଏହା ମୁଁ ଆପଣଙ୍କୁ ସ୍ପଷ୍ଟ କରୁଛି । ଟ୍ରମ୍ପ ତାଙ୍କ ଭାଷଣରେ କହିଛନ୍ତି ଯେ ଏଲୋନ ମସ୍କ ଏହି ଦେଶରେ ଜନ୍ମ ହୋଇନାହାଁନ୍ତି, ସେ ଦକ୍ଷିଣ ଆଫ୍ରିକାରେ ଜନ୍ମ ହୋଇଛନ୍ତି। ଆମେରିକାର ସମ୍ବିଧାନର ନିୟମ ଅନୁଯାୟୀ ରାଷ୍ଟ୍ରପତି ଜଣେ ଜନ୍ମିତ ଆମେରିକୀୟ ନାଗରିକ ହେବା ଆବଶ୍ୟକ। ସେଥିପାଇଁ ସେ କେବେ ହେଲେ ମଧ୍ୟ ଆମେରିକାର ରାଷ୍ଟ୍ରପତି ହେଇପାରିବେ ନାହିଁ ।

ଟ୍ରମ୍ପ ଏବଂ ମସ୍କଙ୍କ ବନ୍ଧୁତାକୁ ନେଇ ଡେମୋକ୍ରେଟିକ ପାର୍ଟି ସମାଲୋଚନା କରିଥିବା ବେଳେ, ସେ କହିଥିଲା ଯେ,  ଆମେରିକାର ଶାସନରେ ମସ୍କଙ୍କ ଭୂମିକା ଟ୍ରମ୍ପଙ୍କ ଠାରୁ ମଧ୍ୟ ଅଧିକ । ତେବେ ଏହାର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି ମୋତେ ସ୍ମାର୍ଟ ଲୋକ ପସନ୍ଦ । ମସ୍କ ବହୁତ ଭଲ କାମ କରିଛନ୍ତି । ତାଙ୍କ ଭଳି ଭରସାଯୋଗ୍ୟ ଏବଂ ସ୍ମାର୍ଟ ଲୋକ ଦରକାର । ଏବଂ ଲୋକଙ୍କୁ ଭ୍ରମିତ କରିବା ପାଇଁ ଡେମୋକ୍ରେଟିକ ପାର୍ଟିର ଏହା ଏକ ଯୋଜନା ଅଟେ । ପ୍ରକୃତରେ ସେ ଜନତାଙ୍କୁ ଉସକାଇବାକୁ ଚାହୁଁଥିଲେ କି ମସ୍କ ନୂଆ ସରକାରରେ ସର୍ବେସର୍ବା ହେବେ ବୋଲି ।

ମସ୍କଙ୍କୁ ନୂଆ ଦାୟିତ୍ବ

ସେପଟେ ମସ୍କ ସ୍ପଷ୍ଟ କରିଛନ୍ତି ଯେ, ପ୍ରଥମରୁ ହିଁ ତାଙ୍କ ସମର୍ଥନ ଟମ୍ପଙ୍କ ପ୍ରତି ଥିଲା । ଟ୍ରମ୍ପଙ୍କ କାର୍ଯ୍ୟାକାଳରେ ସେ ଆମେରିକାକୁ ପୁଣିଥରେ ବିକାଶର ପଥରେ ଅଗ୍ରସର କରେଇବେ । ଫୋର୍ବ୍ସ ମାଗାଜିନ ଅନୁଯାୟୀ ଏଲନ ମସ୍କ ଦକ୍ଷିଣ ଆଫ୍ରିକାରେ ଜନ୍ମ । ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି । ୨୦୨୪ରାଷ୍ଟ୍ରପତି ନିର୍ବାଚନରେ ସେ ଟ୍ରମ୍ପଙ୍କ ବଡ ସମର୍ଥକ ଥିଲେ । ସେ ସାର୍ବଜନୀନ ସ୍ତରରେ ଖୋଲାଖୋଲି ଭାବରେ ଟ୍ରମ୍ପଙ୍କ ପାଇଁ ପ୍ରଚାର କରିଥିଲେ । ମସ୍କଙ୍କ ପାଇଁ ନୂଆ ବିଭାଗ ସୃଷ୍ଟି କରିଛନ୍ତି ଟ୍ରମ୍ପ। ଏଲନ ମସ୍କ ହେବେ ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି-DOGEର ମୁଖ୍ୟ । ମାନେ ଆମେରିକାର କାର୍ଯ୍ୟଦକ୍ଷତା ବିକାଶ ବିଭାଗର ମୁଖ୍ୟ ହେବେ ମସ୍କ। ଏଲନ୍ ମସ୍କଙ୍କ ସହ ରିପବ୍ଲିକାନ୍ ସିନେଟର୍ ବିବେକ ରାମାସ୍ବାମୀ ମଧ୍ୟ ମିଳିତ ଭାବେ DOGE ପରିଚାଳନା କରିବେ। ଟ୍ରମ୍ପଙ୍କ କହିବା କଥା ଏହି ଦୁଇ ଆମେରିକୀୟ ହିଁ ବହୁ ଗୁରୁ ଦାୟିତ୍ବ ବହନ କରିବେ। ପ୍ରଶାସନରେ ସ୍ବଚ୍ଛତା, ଅତ୍ୟଧିକ ନିୟନ୍ତ୍ରଣ ହଟାଇବା, ଅଯଥା ଖର୍ଚ୍ଚ ରୋକିବା ଏବଂ ବିଭିନ୍ନ ସଂଘୀୟ ସଂସ୍ଥାର ପୁନର୍ଗଠନ କଥା ବୁଝିବେ ମସ୍କ ଏବଂ ବିବେକ ରାମାସ୍ବାମୀ ।

DOGE କଣ ?

ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ DOGE କଣ ? ଏବଂ ଟ୍ରମ୍ପଙ୍କ ସରକାରରେ ଏହି ନୂଆ ବିଭାଗଟି କେଉଁଠୁ ଆସିଲା ? ପ୍ରକୃତରେ ଡୋଜେକଏନ୍ ଏକ ପପୁଲାର କ୍ରିପ୍ଟୋକରେନ୍ସି ଅଟେ । ଏବଂ ଏହା  ୨୦୧୩ରେ ତିଆରି କରାଯାଇଥିଲା । Dogecoin କୁ Billy Markus ଏବଂ Jackson Palmer ୨୦୧୩ରେ ଲଞ୍ଚ କରିଥିଲେ । ଏଥିରେ SHIBA Inu dogର ଫଟୋ ଲାଗିଥିଲା । ଏହି Bitcoin ଅଲଗା କ୍ରିପ୍ଟୋକରେନ୍ସିର ମଜାକ ଉଡାଇବା ପାଇଁ Dogecoinକୁ ସୃଷ୍ଟି କରାଯାଇଥିଲା । କିନ୍ତୁ ୨୦୨୧ରେ କ୍ରିପ୍ଟୋକରେନ୍ସି ଚର୍ଚ୍ଚାରେ ଆସିଥିଲା । ଏହା ଚର୍ଚ୍ଚାକୁ ଆସିବାର କାରଣ ହିଁ ମସ୍କ ଥିଲେ । ମସ୍କ ଏହ କରେନ୍ସି ବାବଦରେ ଟ୍ବିଟ କରିବା ପରେ ଲୋକଲୋଚନକୁ ଆସିଥିଲା । ଡୋଜେକାଏନକୁ ଲୋକମାନେ Doge କହୁଥିଲେ ।

 

ରୁବେନଙ୍କୁ ବିଜେଡିର ଉତ୍ତର,‘ବିରୋଧିଙ୍କ ଗୁଲିଖଟିକୁ ନେଇ ଲେଖିଛନ୍ତି ଗପ’

ଭୁବନେଶ୍ୱର: ରୁବେନ ବାନାର୍ଜୀଙ୍କ ବହିକୁ ନେଇ ପ୍ରତିକ୍ରିୟା ରଖିଲା ବିଜେଡି । ୨୦୨୪ ନିର୍ବାଚନ କାଳରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ପାଇଁ ଉଦ୍ୟମ ହୋଇଥିଲା ବୋଲି ରୁବେନ ତାଙ୍କ ନୂଆ ବହି ‘Naveen Patnaik-The Authoritative’ରେ ଲେଖିଥିଲେ । ଏହାର ଉତ୍ତର ରଖିଛି ବିଜେଡି । ବିଜେଡିର ବରିଷ୍ଠ ନେତା ଅରୁଣ ସାହୁ ରୁବେନଙ୍କ ବହି କେବଳ ତାଙ୍କ କଳ୍ପନା ଓ କଳ୍ପନାପ୍ରସୂତ ଉପନ୍ୟାସ ବୋଲି କହିଛନ୍ତି ।
ସୋମବାର ଦିନ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ଅରୁଣ ସାହୁ କହିଛନ୍ତି ଯେ, ରୁବେନ ଗତ ଅନେକ ବର୍ଷ ଧରି ନବୀନ ପଟ୍ଟନାୟକଙ୍କୁ ଭେଟି ନାହାନ୍ତି । କି କେବେ ନବୀନଙ୍କ ସହିତ କଥା ହୋଇ ନାହାନ୍ତି । କଥା ନହୋଇ, ନଭେଟି ରୁବେନ କେବଳ ନିଜ କଳ୍ପନା ଆଧାରରେ ଗୋଟିଏ ଉପନ୍ୟାସ ଲେଖିଛନ୍ତି । ନବୀନ ବିରୋଧୀଙ୍କ ଦ୍ୱାରା ସେ ପ୍ରଭାବିତ ହୋଇ ଏହି ପୁସ୍ତକ ଲେଖିଛନ୍ତି । ବିଜେଡି ରୁବେନଙ୍କ ବହିକୁ ପ୍ରତ୍ୟାଖାନ କରୁଛି । ଓଡ଼ିଶାର ଲୋକ ବି ଏହି ବହିକୁ ପ୍ରତ୍ୟାଖାନ କରିବେ ବୋଲି ସେ କହିଛନ୍ତି ।
ରୁବେନ ଏହି ବହି ଲେଖି କୌଣସି ପ୍ରଶଂସାମୁଳକ କାର୍ଯ୍ୟ କରିନାହାନ୍ତି । ବଂର ସେ ଏକ ନିନ୍ଦନୀୟ କାର୍ଯ୍ୟ କରିଛନ୍ତି । ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ ନକରି କିମ୍ବା କଥା ନହୋଇ ତାଙ୍କ ବିରୋଧୀଙ୍କ ମତକୁ ନେଇ ସେ କେବଳ ବହି ଲେଖିଛନ୍ତି । ନିର୍ବାଚନ ବେଳେ ମଧ୍ୟ ରୁବେନ ଜଣେ ସାମ୍ବାଦିକ ଭଳି ନୁହେଁ ବିରୋଧୀ ଦଳ ନେତାଙ୍କ ଭଳି ବ୍ୟବହାର କରୁଥିଲେ । ଜଣଙ୍କ ସମ୍ପର୍କରେ ଲେଖିବା ବେଳେ ସୌଜନ୍ୟମୁଳକ ଭାବେ ତାଙ୍କ ସାକ୍ଷାତ ନେବାର ଥିଲା । କିନ୍ତୁ ସେ ସେମିତି କିଛି ନକରି କେବଳ ନିଜ ମତାମତ ବହିରେ ରଖିଛନ୍ତି । ଚା’ଖଟି, ଗୁଲିଖଟି କଥାକୁ ନେଇ ବହି ଲେଖିଛନ୍ତି ବୋଲି ଅରୁଣ ସାହୁ କହିଛନ୍ତି । ଏହା ସହିତ ସେ ରୁବେନ ବାନାର୍ଜୀଙ୍କୁ ଓଡ଼ିଶାବାସୀଙ୍କୁ ଏହି ବହି ପାଇଁ କ୍ଷମା ମାଗିବା ପାଇଁ କହିଛନ୍ତି ।
ରୁବେନଙ୍କୁ ସମାଲୋଚନା କରିବାକୁ ଯାଇ ଅରୁଣ କହିଛନ୍ତି ଯେ, ରୁବେନଙ୍କର ସତସାହସ ଥିଲେ ସେ ବିଜେପିର ୪ଶହ ପାର୍ ସ୍ଲୋଗାନ ଉପରେ ବହି ଲେଖନ୍ତୁ । ରୁବେନ ବିଜେପି ବିରୋଧରେ ପଦଟିଏ ଲେଖି ପାରିବେନାହିଁ  । ତେଣୁ ତାଙ୍କ ବହିକୁ କେହି ଗ୍ରହଣ କରିବେନାହିଁ । ରୁବେନଙ୍କୁ ଅଣ୍ଡିରି ପୁଅ ଉଦ୍ଧବ ବୋଲି କହିଛନ୍ତି ଅରୁଣ ସାହୁ ।

ଟ୍ରମ୍ପଙ୍କ ଟିମରେ ଆଉ ଜଣେ ଭାରତୀୟ ବଂଶୋଭବ, AI ଦାୟିତ୍ଵ ଗ୍ରହଣ କରିବେ ଶ୍ରୀରାମ କୃଷ୍ଣନ

ନନ୍ଦିଘୋଷ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟିମରେ ଆଉ ଜଣେ ଭାରତୀୟ ବଂଶୋଭବ। ହ୍ଵାଇଟ ହାଉସରେ ଏଆଇ ଦାୟିତ୍ଵ ଗ୍ରହଣ କରିବେ ଭାରତୀୟ ବଂଶୋଭବ ଶ୍ରୀରାମ କୃଷ୍ଣନ। ଏନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଘୋଷଣା କରିଛନ୍ତି। ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଉଦ୍ୟୋଗୀ ତଥା ଲେଖକ ଶ୍ରୀରାମ କୃଷ୍ଣଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ବନ୍ଧରେ ବଡ଼ ଦାୟିତ୍ଵ ଦିଆଯାଉଛି। ଏହା ବ୍ୟତୀତ ସେ ଆମେରିକାର ନେତୃତ୍ୱରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଶ୍ରୀରାମ କୃଷ୍ଣ ଏଆଇରେ ବରିଷ୍ଠ ହ୍ଵାଇଟ ହାଉସର ନୀତି ପରାମର୍ଶଦାତା ଭାବରେ କାର୍ଯ୍ୟ କରିବେ।

ୱିଣ୍ଡୋଜ୍ ଆଜୁରର ପ୍ରତିଷ୍ଠାତା ସଦସ୍ୟ ଭାବରେ ମାଇକ୍ରୋସଫ୍ଟରେ ଶ୍ରୀରାମ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ। ଶ୍ରୀରାମ କୃଷ୍ଣନନ୍ ମାଇକ୍ରୋସଫ୍ଟ, ଟ୍ୱିଟର, ୟାହୁ, ଫେସବୁକ୍ ଏବଂ ସ୍ନାପ୍ ଭଳି ଅନେକ ବଡ଼ ବଡ଼ କମ୍ପାନୀରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିସାରିଛନ୍ତି । ନୀତି ଗଠନ ଏବଂ କାର୍ଯ୍ୟକାରୀ କରିବାରେ AI ମଧ୍ୟ ସାହାଯ୍ୟ କରିବ ।

‘ଝାରଖଣ୍ଡରୁ ୧୦ ରୁ ୧୨ କିଲୋମିଟର ଦୂରରେ ଅଛି ବାଘୁଣୀ ଜିନ୍ନତ’

ନନ୍ଦିଘୋଷ ବ୍ୟୁରୋ: ମିଳିଲା ବାଘୁଣୀ ଜିନ୍ନତ ପତ୍ତା । ଝାରଖଣ୍ଡରୁ ୧୦ ରୁ ୧୨ କିଲୋମିଟର ଜିନ୍ନତ ଦୂରରେ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଜିନ୍ନତକୁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା। ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା। ପରେ ବାଘୁଣୀକୁ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା। ୧୦ ତାରିଖରେ ଜିନ୍ନତ ଶିମିଳିପାଳ ଛାଡି ଝାଡ଼ଖଣ୍ଡ ପଳାଇଥିଲା। ୧୯ ତାରିଖ ରାତିରେ ସେ ପଶ୍ଚିମବଙ୍ଗ ଓ ଓଡ଼ିଶା ସୀମାନ୍ତ ଅଞ୍ଚଳ ଝାର ଗ୍ରାମରେ ଦେଖା ଦେଇଥିଲା। ଝାର ଗାଁରେ ବନ ବିଭାଗ ପକ୍ଷରୁ ଜିନ୍ନତକୁ ଖୋଜାଖୋଜି କରିଥିଲେ ମଧ୍ୟ ଜିନ୍ନତ ସେଠାରୁ ଫେରି ପୁରୁଲିଆ ବେଲପାହାଡ଼ି ଜଙ୍ଗଲକୁ ପଳାଇଥିଲା। ଏହି ଦୁଇ ଜିଲ୍ଲା ସ୍ଥିତ ଜଙ୍ଗଲ ପାଖାପାଖି ଗାଁର ଲୋକେ ଜିନ୍ନତ ଥିବା ଖବର ପାଇ ଭୟଭୀତ ଓ ଆତଙ୍କିତ ହୋଇ ପଡିଛନ୍ତି। ବାଘୁଣୀ ଜିନ୍ନତ ଏବେ ମୟୂର ବର୍ଣ୍ଣା ଜଙ୍ଗଲ ଓ କାଙ୍କଡା ରୋଡ ଜଙ୍ଗଲ ମଧ୍ୟରେ ରହିଥିବା ସୂଚନା ମିଳିଛି। ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି।

ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍

କଟକ: ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ତଳଗଡ଼ ପିକଅପ ଭ୍ୟାଲି ଠାରେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍। ଆଜି ଭୋର ସମୟରେ ଘଟିଛି ଏହି ଘଟଣା । ପରିବା ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ଦେଖାଇ ଲୁଟ କରିଛନ୍ତି ଦୁର୍ବୁତ୍ତ।

ସୂଚନା ଅନୁଯାୟୀ, ସାନମୁଣ୍ଡଳୀ ଗ୍ରାମର ବସନ୍ତ ଲେଙ୍କା ନାମକ ଜଣେ ବ୍ୟବସାୟୀ କଟକ ଯାଉଥିବା ବେଳେ ତଳଗଡ଼ ଗ୍ରାମ ନିକଟସ୍ଥ ନରାଜ ପିକଅପ ଭ୍ୟାଲି ଠାରେ କିଛି ଦୁର୍ବୁତ୍ତ ବ୍ୟବସାୟୀଙ୍କ ଗାଡ଼ିକୁ ଅଟକାଇବା ସହିତ ଟଙ୍କା ମାଗିଥିଲେ । ବ୍ୟବସାୟୀ ଜଣକ ଟଙ୍କା ନଦେବାରୁ ତାଙ୍କୁ ବନ୍ଧୁକ ଦେଖାଇ ତାଙ୍କ ପାଖରେ ୫ ହଜାର ଟଙ୍କା ଛଡାଇ ନେଇ ଚମ୍ପଟ ମାରିଥିଲେ ଦୁର୍ବୁତ୍ତ। ଘଟଣାସ୍ଥଳରେ ବାରଙ୍ଗ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସେପଟେ ତିନି ଦିନରେ ତିନି ଜଣ ବ୍ୟବସାୟୀଙ୍କ ଠାରୁ ସମାନ ଢଙ୍ଗରେ ବନ୍ଧୁକ ଦେଖାଇ ଲୁଟ ହୋଇଥିବା ଜଣାପଡିଛି। ପୋଲିସକୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ। ରାତିରେ ପୋଲିସର ପାଟ୍ରୋଲିଂ ସତ୍ତ୍ୱେ କେମିତି ହେଉଛି ଲୁଟ ଏହାକୁ ନେଇ ପ୍ରଶ୍ନ ଉଠିଛି ।

ପଂଜାବ ପୋଲିସ ପୋଷ୍ଟ ଉପରେ ଗ୍ରେନେଡ୍ ଆକ୍ରମଣ କରିଥିବା ୩ ଆତଙ୍କବାଦୀ ନିହତ

ନନ୍ଦିଘୋଷ ବ୍ୟୁରୋ: ପୋଲିସ ଏନକାଉଣ୍ଟରରେ ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ଉତ୍ତରପ୍ରଦେଶ ପିଲଭିତରେ ପୋଲିସର ମିଳିତ ଏନକାଉଣ୍ଟରରେ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ୨ଟି AK-47 ସହ ଅନ୍ୟ ମାରଣାସ୍ତ୍ର ଜବତ ହୋଇଛି।

ସୂଚନା ଅନୁଯାୟୀ, ୟୁପି ଓ ପଞ୍ଜାବ ପୋଲିସର ମିଳିତ ଏନକାଉଣ୍ଟରରେ ବଡ଼ ସଫଳତା ମିଳିଛି। ୟୁପି ଓ ପଞ୍ଜାବ ପୁଲିସ ମିଳିତ ଭାବେ ଏହି ଏନ୍‌କାଉଣ୍ଟର କରିଛି। ପଞ୍ଜାବ ଗୁରୁଦାସପୁର ଥାନା ଉପରେ ଆକ୍ରମଣ କରିଥିଲେ ଏହି ୩ ଆତଙ୍କବାଦୀ। ଗ୍ରେନ୍‌ଡ୍‌ ମାଡ କରିବା ସହ ବୋମା ମଧ୍ୟ ଫିଙ୍ଗିଥିଲେ। ଏନ୍‌କାଉଣ୍ଟରେ ନିହତ ହୋଇଥିବା ତିନି ଆତଙ୍କବାଦୀ ହେଲେ ଗୁରବିନ୍ଦର ସିଂହ, ବୀରେନ୍ଦ୍ର ସିଂହ ଓ ଜସପ୍ରିତ ସିଂହ  ।

 

ବେଗୁନିଆପଡ଼ାରେ ମାତିଲେ ଲୁଟେରା, ଚିଙ୍ଗୁଡ଼ିଖୋଲ ମା’ କାଳୀ ମନ୍ଦିରରୁ ଚୋରି

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡ଼ିଖୋଲ ବହୁ ପୂରାତନ ମା’ କାଳୀଙ୍କ ମନ୍ଦିରରୁ ଚୋରି । ରବିବାର ରାତିରେ ଚୋରମାନେ ପଶି ଦାନ ହୁଣ୍ଡି ଭାଙ୍ଗି ଦାନ ଅର୍ଥକୁ ଲୁଟି ନେଇଛନ୍ତି। ତେବେ ଆଜି ସକାଳେ ମନ୍ଦିରର ପୂଜାରୀ ଏହା ଦେଖିବା ପରେ ପରିଚାଳନା କମିଟିକୁ ଘଟଣା ବାବଦରେ ଜଣାଇଥିଲେ । ଏହାପରେ ପରିଚାଳନା କମିଟି ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି ।

ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ କିଛି ଦିନ ହେବ ଦୈନିକ ବିଭିନ୍ନ ମନ୍ଦିରରୁ ଚୋରି ହେଉଛି । ପୋଲିସ ଚୋରଙ୍କୁ ଧରିବାରେ ବିଫଳ ହେଉଛି ।

ରାଜଧାନୀରେ ପ୍ରେମ ପାଇଁ ଯୁବତୀଙ୍କୁ ଅପହରଣ

ଭୁବନେଶ୍ୱର: ରାଜଧାନୀରେ ପ୍ରେମ ପାଇଁ ଫିଲ୍ମ ଷ୍ଟାଇଲରେ ଅପହରଣ । ଯୁବତୀଙ୍କୁ କାରରେ ଟେକି ନେଲେ ୪ ଜଣ ଯୁବକ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଅଘଟଣ ।

ସୂଚନା ଅନୁଯାୟୀ, ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ ରାତି ପ୍ରାୟ ୧ ଟା ୩୦ ବେଳେ ରୁମକୁ ଫେରିବା ବେଳେ ଲୁମ୍ବିନୀ ବିହାର ଅଞ୍ଚଳରେ ହଠାତ ତାଙ୍କ ନିକଟରେ ପହଞ୍ଚିଥିଲା ଏକ କାର । କାରରୁ ୪ ଯୁବକ ମାରଣାସ୍ତ୍ର ଧରି ଓହ୍ଲାଇବା ସହ ବାଇକରେ ଥିବା ଯୁବକଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଯୁବକଙ୍କୁ ସେହିଠାରେ ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ । ଯୁବତୀଙ୍କୁ ଘଟଣାସ୍ଥଳରୁ ନେଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ଖବର ପାଇ ମୈତ୍ରୀ ବିହାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ସେପଟେ ଯୁବକଙ୍କ ଏତଲା ଆଧାରରେ ଏକ ଅପହରଣ ମାମଲା ରୁଜୁ କରିଛି ପୋଲିସ।

ମାଳଦ୍ଵୀପରେ ଫସିଛନ୍ତି ୪୦ରୁ ଅଧିକ ଓଡ଼ିଆ ଯୁବକ, ଉଦ୍ଧାର ପାଇଁ ନିବେଦନ

ନନ୍ଦିଘୋଷ ବ୍ୟୁରୋ: ମାଳଦ୍ଵୀପରେ ଫସିଛନ୍ତି ୪୦ରୁ ଅଧିକ ଓଡ଼ିଆ ଯୁବକ । ୬ ମାସ ତଳେ ରୋଜଗାର ଆଶାରେ ମାଳଦ୍ଵୀପ ଯାଇଥିଲେ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରୁ ୧୫ ଜଣ ଯୁବକଙ୍କ ସମେତ ଓଡ଼ିଶାରୁ ୪୦ ଜଣ ଯୁବକ ମାଳଦ୍ୱୀପ ଯାଇଥିଲେ । ସେଠାରେ କାମ କରିବା ପରେ ଏକ ମାସ ଠିକରେ ଦରମା ଦେଇଥିଲା କମ୍ପାନୀ । ପରବର୍ତ୍ତୀ ମାସ ଠାରୁ କମ୍ପାନୀ ଠିକରେ ଦରମା ଦେଉନଥିବା ଅଭିଯୋଗ ହୋଇଛି । ଖାଇବା ପାଇଁ ଟଙ୍କା ମାଗୁଥିବା ବେଳେ ରହୁଥିବା ରୁମର ବିଦ୍ୟୁତ ବିଚ୍ଛିନ୍ନ କରି ଦେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ।

ସୂଚନା ଅନୁଯାୟୀ, ମାଳଦ୍ଵୀପରେ ଚାଲିଥିବା ଏୟାରପୋର୍ଟ କାମ ନେଇଥିବା ଗାନ ଇଗ୍ନେସ ନାମକ କମ୍ପାନୀକୁ ଓଡ଼ିଆ ଯୁବକ ସମେତ ଅନ୍ୟ ରାଜ୍ୟର ଅନେକ ଯୁବକ ଯାଇଥିବା ବେଳେ ସମସ୍ତେ ଫସି ରହିଛନ୍ତି । ଭିଡିଓ ବାର୍ତ୍ତା ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି ସମସ୍ତେ ।

ବ୍ରାଉନ ସୁଗାର ଧରିବାକୁ ଆସି ଅବକାରୀ ଟିମ୍ ହଟହଟ୍ଟା

ବାଲେଶ୍ଵର: ବାଲେଶ୍ଵର ଜଳେଶ୍ଵରରେ ବ୍ରାଉନ ସୁଗାର ଧରିବାକୁ ଆସି ଅବକାରୀ ଟିମ୍ ହଟହଟ୍ଟା। କମର୍ଦା ବଜାର ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବା ନେଇ ଅଭିଯୋଗ ପାଇ ଚଢାଉ କରିଥିଲା ଅବକାରୀ ଟିମ। ବ୍ରାଉନ ସୁଗର ଜବତ କରି ଜଣେ ମହିଳାଙ୍କୁ ଗିରଫ କରିଥିଲା ଅବକାରୀ ଟିମ୍ । ମହିଳାଙ୍କୁ ଗିରଫ କରି ନେଇ ଯାଉଥିବାବେଳେ ଅବକାରୀ ଟିମର ଗାଡି ଚାବି ଛଡାଇ ନେଇଥିଲେ ମହିଳାଙ୍କ ପରିବାର ଲୋକେ। ଜବତ ହୋଇଥିବା ସାମଗ୍ରୀ ବ୍ରାଉନ ସୁଗର ନୁହେଁ, ଏହା ମୁହଁରେ ଲଗାଯାଉଥିବା ମୁଲତାନୀ ମାଟି ବୋଲି କହିଛନ୍ତି।

ସେପଟେ ଅବକାରୀ ଟିମ ବ୍ରାଉନସୁଗର ଜବତ କରିଥିବା କହିଛି। ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି।