spot_img
Home Blog Page 1283

ନେପାଳରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ନେପାଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଛି। ଭୂକମ୍ପରେ ଘରଦ୍ବାର ଥରିଥିବା ସୂଚନା ମିଳିଛି। ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ ଲୋକେ। ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ।

ସୂଚନା ଅନୁଯାୟୀ, ଆଜି ଭୋର ୩ଟା ୫୯ ସମୟରେ ନେପାଳରେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜୁଲ୍ମା ଜିଲ୍ଲାର ୧୦ କିଲୋମିଟର ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ନ୍ୟାସନାଲ ସେଣ୍ଟର ଫର ସେସିମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ବର ପାଇଁ ଆଜି ସବୁଠାରୁ ଛୋଟଦିନ !

ଭୁବନେଶ୍ବର: ଭୁବନେଶ୍ବର ପାଇଁ ଆଜି ସବୁଠାରୁ ଛୋଟଦିନ ହେବ । ଦିନ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ ୨୪ ସେକେଣ୍ଡ ହେବ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ । ଭୁବନେଶ୍ବରରେ ଡିସେମ୍ବର ୧୫ରୁ ଡିସେମ୍ବର ୨୭ ପ୍ରାୟ ୧୨ ଦିନ ଧରି ଦିନ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ ହୁଏ । ଆଜି ସୁନ୍ଦରଗଡ଼ ଓ ମାଲକାନଗିରିରେ ଦିନର ଲମ୍ବା ୧୦ ଘଣ୍ଟା ୪୭ ମିନିଟ୍ ଓ ୧୧ ଘଣ୍ଟା ୧ ମିନିଟ ହେବ ।

ସେହିଭଳି ଦିଲ୍ଲୀ ଓ କନ୍ୟାକୁମାରୀ ଠାରେ ଦିନର ଲମ୍ବା ଯଥାକ୍ରମେ ୧୦ ଘଣ୍ଟା ୧୯ ମିନିଟ୍ ଓ ୧୧ ଘଣ୍ଟା ୩୯ ମିନିଟ୍ ହେବ । ଜୁନ ୨୧ ବା ୨୨ ତାରିଖରେ ସବୁଠାରୁ ବଡ଼ ଦିନ ହୋଇଥାଏ । ମେରୁ ନିକଟବର୍ତ୍ତୀ ସ୍ଥାନ ଗୁଡିକରେ ବର୍ଷ ସାରା ଦିନର ଦୌର୍ଘ୍ୟରେ ବଡ଼ ପ୍ରାର୍ଥକ୍ୟ ଅନୁଭୂତ ହୁଏ । ସେଠାରେ ଶୀତଋତୁରେ ଦିନ ଗୁଡିକ ଅତ୍ୟନ୍ତ ଛୋଟ ହୁଏ।

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଅବପାତରେ ପରିଣତ ସ୍ପଷ୍ଟ ଲଘୁଚାପ । ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ଗତିକରୁଛି ଅବପାତ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆନ୍ଧ୍ରପ୍ରଦେଶ ସମୁଦ୍ର ମଧ୍ୟରେ କେନ୍ଦ୍ରୀଭୂତ ରହିଛି । ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ଜଗତସିଂହପୁର, କେନ୍ଦ୍ରାପଡା, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଉପକୂଳ ଓଡିଶାରେ ମେଘୁଆ ପାଗ ସହ କିଛି ସ୍ଥାନରେ ହାଲୁକା ବର୍ଷା ଲାଗିରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କଟକ, ଯାଜପୁର, କେଉଁଝର, ମୟୁରଭଞ୍ଜ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଅନୁଗୋଳ ଜିଲ୍ଲାରେ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ଆଉ କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେଉଛି ।

ମଝି ଚିଲିକାରେ ଫସିଲା ଡଙ୍ଗା, ପର୍ଯ୍ୟଟକ ସହ ଡ଼ଙ୍ଗାକୁ ଚିଲିକା ମଝିରୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ଚିଲିକା: ଚିଲିକା ମଝିରେ ଫସିଲା ଡ଼ଙ୍ଗା। ୧୪ ଜଣ ପର୍ଯ୍ୟଟକ ସହ ଡ଼ଙ୍ଗାକୁ ଚିଲିକା ମଝିରୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ପର୍ଯ୍ୟଟକ ମାନେ ଉଦ୍ଧାର ପାଇଁ ୧୧୨ ର ସହାୟତା ଲୋଡିଥିଲେ । ବାଲୁଗାଁ ଅଗ୍ନିଶମ ବାହିନୀ ଚିଲିକା ମଝିରେ ପହଞ୍ଚି ଫସିଥିବା ଡ଼ଙ୍ଗା ସହ ପର୍ଯ୍ୟଟକଙ୍କୁ ନିରାପଦରେ ଉଦ୍ଧାର କରିଛନ୍ତି। ବର୍ତ୍ତମାନ ପର୍ଯ୍ୟଟନ ଋତ୍ୟୁ ଚାଲିଛି । ଆଜି ଭୁବନେଶ୍ୱରରୁ ୧୨ରୁ ୧୪ଜଣ ପର୍ଯ୍ୟଟକ ସାତପଡ଼ା ଡଲଫିନ ଦେଖିବାକୁ ଯାଇଥିଲେ । ୪ଟା ପରେ କୋହଲା ପାଗ ଏବଂ ଅନ୍ଧାର ଯୋଗୁ ଚିଲିକା ମଝିରେ ଡ଼ଙ୍ଗା ଫସି ଯାଇଥିଲା । ପର୍ଯ୍ୟଟକ ମାନେ ଉଦ୍ଧାର କରିବାକୁ ସହାୟତା ଲୋଡିଥିଲେ। ନନ୍ଦିଘୋଷ ଟିଭ ହାତରେ ଲାଗିଛି ଚିଲିକା ମଝିରେ ଉଦ୍ଧାର କରିବାର ଭିଡିଓ କିଳ୍ପିଂ। ବାଲୁଗାଁ ଅଗ୍ନିଶମ ବାହିନୀ ସେମାନଙ୍କୁ ଚିଲିକା ମଝିରୁ ନିରାପଦରେ ଏସ୍କର୍ଟ କରି କୂଳକୁ ଆଣିଛନ୍ତି।

କୋରାପୁଟ ଜିଲ୍ଲାରେ ପ୍ରହସନ ପାଲଟିଛି ଧାନମଣ୍ଡି, ମନ୍ତ୍ରୀଙ୍କ ଉଦଘାଟନର ୧୦ ଦିନ ହେଲା ଚାଷୀ ବିକ୍ରି କରିବାରେ ଅସମର୍ଥ

ନନ୍ଦିଘୋଷ ଟିଭି ବ୍ୟୁରୋ: ପ୍ରହସନ ପାଲଟିଛି କୋରାପୁଟ ଜିଲ୍ଲାରେ ଧାନ ମଣ୍ଡି । ଜିଲ୍ଲାରେ ଗତ ୧୧ ତାରିଖରେ ମଣ୍ଡି ଖୋଲି ଉଦଘାଟନ କରାଯାଇଥିଲା । ହେଲେ ଏହାରି ଭିତରେ ୧୦ ଦିନ ବିତିଯାଇଥିଲେ ସୁଦ୍ଧା ଆରମ୍ଭ ହୋଇପାରୁନି ଧାନ କିଣା । ଯୋଗାଣ ମନ୍ତ୍ରୀ କୋରାପୁଟ ଜିଲ୍ଲା ଗ୍ରସ୍ତ କରି ବିଭିନ୍ନ ମଣ୍ଡି ବୁଲି ଦେଖିବା ପରେ ମଣ୍ଡିରେ ଧାନ ବିକ୍ରି କରି ନପାରି ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ ।

କୋରାପୁଟ ଜିଲ୍ଲାରେ ପ୍ରହସନ ପାଲଟିଛି ଧାନମଣ୍ଡି । ୧୦ ଦିନ ପରେ ବି ହୋଇପାରୁନି ଧାନକିଣା । ଧୁଆଁବାଣ ପାଲଟିଛି ଯୋଗାଣ ମନ୍ତ୍ରୀଙ୍କ ପ୍ରତିଶ୍ରୁତି । ଚାଷୀଙ୍କ ମହଲରେ ତେଜୁଛି ଅସନ୍ତୋଷ । କୋରାପୁଟ ଜିଲ୍ଲାରେ ଡିଏଲପିସି ବୈଠକରେ ଗତ ୧୧ ତାରିଖରେ ଧାନ ମଣ୍ଡି ଆରମ୍ଭ ହେବ ବୋଲି ନିଷ୍ପତି ହୋଇଥିଲା । ଆଉ ଗତ ୧୧ ତାରିଖରେ ମଣ୍ଡିର ଶୁଭାରମ୍ଭ ବି କରାଗଲା । କିନ୍ତୁ ଦୀର୍ଘ ୧୦ ଦିନ ବିତି ଯାଇଥିଲେ ସୁଦ୍ଧା ମଣ୍ଡିରେ ଧାନ ବିକ୍ରି କରିପାରୁ ନାହାନ୍ତି ଚାଷୀ । ଧାନ ବିକ୍ରି ପାଇଁ ଟୋକେନ ବାହାରିକି ଏକ ସପ୍ତାହ ହେଲାଣି । ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲା ଯାଇନଥିବାରୁ ଧାନ ବିକ୍ରି କରିପାରୁ ନଥିବା ଚାଷୀ ଅଭିଯୋଗ କରିଛନ୍ତି । ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହ ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଲୟ ଘେରାଉ କରିଥିଲେ । ଏହାସତ୍ତ୍ବେବି କୌଣସି ସୁଫଳ ମିଳି ନଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଧାନକିଣା ନେଇ ଯୋଗାଣ ବିଭାଗ ପକ୍ଷରୁ ମଧ୍ଯ ସ୍ପଷ୍ଟ ଉତ୍ତର ମିଳିପାରୁ ନାହିଁ । ଖୁବଶୀଘ୍ର ଧାନକିଣା ଆରମ୍ଭ ହେବ ବୋଲି କହି କଥାକୁ ଟାଳି ଦେଉଛନ୍ତି । ସେପଟେ  ଗତ ୧୭ ତାରିଖରେ ଯୋଗାଣ ମନ୍ତ୍ରୀଙ୍କ କୋରାପୁଟ ଗ୍ରସ୍ତ ସମୟରେ ବିଭିନ୍ନ ମଣ୍ଡି ବୁଲି ସ୍ଥିତି ପରଖିଥିଲେ । ମନ୍ତ୍ରୀ ଶୁଭାରମ୍ଭ କରିଥିବା ମଣ୍ଡିରୁ ମାତ୍ର ୪ ଜଣ ଚାଷୀଙ୍କ ୩୫୫ କ୍ବିଣ୍ଟାଲ ଧାନ କିଣା ଯାଇଥିଲା । ଏହାପରେ ସବୁ ଠପ୍ । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଧୂଆଁବାଣ ପାଲଟିଥିବା ଚାଷୀ ଅଭିଯୋଗ କରିଛନ୍ତି ।

ଚଳିତବର୍ଷ ଜିଲ୍ଲାରେ ଧାନଚାଷ ଭଲ ହୋଇଥିବାରୁ ଦୁଇପଇସା ପାଇବା ଆଶା ରଖିଥିଲେ ଚାଷୀ । ହେଲେ ଲଘୁଚାପ ଜନିତ ଅଦିନିଆ ବର୍ଷା ଆରମ୍ଭ ହୋଇଯାଇଥିବାରୁ କିପରି ଫସଲକୁ ସୁରକ୍ଷା ଦେବେ ସେନେଇ ଚିନ୍ତାରେ ସମସ୍ତେ । ଯଦି ଧାନକିଣା ବିଳମ୍ବ ହୁଏ ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

୪ ଜିଲ୍ଲାକୁ ୟେଲୋ ଆଲର୍ଟ, ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ନନ୍ଦିଘୋଷ ବ୍ୟୁରୋ:  ଲଘୁଚାପ ପ୍ରଭାବରେ ଲାଗିରହିଛି ବର୍ଷା । କୋହଲା ପାଗ ସାଙ୍ଗକୁ ସାରା ରାଜ୍ଯରେ ଲାଗିରହିଛି ଝିପିଝିପି ବର୍ଷା । ଫଳରେ ଜନଜୀବନ ଅସ୍ତବ୍ଯସ୍ତ ହୋଇପଡିଛି । ଧାନ ଅମଳ ସମୟରେ ଅଦିନିଆ ବର୍ଷାକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି । ଭଦ୍ରକରେ ଅନେକ ସ୍ଥାନରେ କ୍ଷେତରେ ପାଣି ଜମିବାରୁ ଧାନ ଭିଜିବା ଆରମ୍ଭ କରିଦେଇଛି । ଆସିକାରେ ବର୍ଷା ଜାରି ରହିଥିବା ବେଳେ ହେକ୍ଟର ହେକ୍ଟର ବିଲରେ କଟା ହୋଇ ପଡିଥିବା ଧାନ ଏବେ ନଷ୍ଟ ହେବାକୁ ବସିଲାଣି । ସେହିପରି ଜଗତସିଂହପୁର ଜିଲ୍ଲାରେ ନିଜର କଷ୍ଟ ଉପାର୍ଜିତ ଧାନକୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛନ୍ତି ଚାଷୀ । ଧାନ କଞ୍ଚା ଥିଲେ ମଧ୍ଯ କାଟି ନେଇ ଖଳାକୁ ନେଇଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପୋଲସରା ଓ ରାଜନଗରରେ ମଧ୍ୟ ଚାଷୀ ମାନେ ଧାନକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।

ଭିଜିଲାନ୍ସ ଜାଲରେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର

ବୌଦ୍ଧ : ଭିଜିଲାନ୍ସ ଜାଲରେ ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର । ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ବୌଦ୍ଧ ଭିଜିଲାନ୍ସ ଟିମ । ବାଉଁସୁଣି ଥାନା ବୌଦ୍ୟନାଥପୁର ଗଜାନନ ତନ୍ତ ସମବାୟ ସମିତିର ୧୩ ଲକ୍ଷ ୩୧ ହାଜର ଟଙ୍କା ସୁପାରିସ୍ ନିମନ୍ତେ ସଂପାଦକ ପଞ୍ଚାନନ ମେହେରଙ୍କ ଠାରୁ ନେଉଥିଲେ ୧୦ହଜାର ଟଙ୍କା ଲାଞ୍ଚ । ଦୁଇ ଟେକ୍ସଟାଇଲ ଇନ୍ସପେକ୍ଟର ହେଲେ କୃଷ୍ଣଚନ୍ଦ୍ର ସାହୁ ଓ ଆଦିତ କୁମାର ଦାସ । ଦୁଇ ଜଣ ରହୁଥିବା ବୌଦ୍ଧ ସ୍ଥିତ ଭଡା ଘରେ ଜଗାନନ୍ଦ ବିହାର ଓ ରଥସାଇ ଭଡାଘରେ ଚଢ଼ାଉ ଜାରିରହିଛି ଭିଜିଲାନ୍ସ ଟିମ ।

ରାଜ୍ୟରେ ଉତ୍କଟ ଆଳୁ ସଙ୍କଟ, ପଶ୍ଚିମବଙ୍ଗ ଆଳୁ ଟ୍ରକ ପିଛା ନେଉଛି ମନଇଚ୍ଛା ଦର

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ପୁଣିଥରେ ଉତ୍କଟ ହେଲା ଆଳୁ ସଙ୍କଟ । ପଶ୍ଚିମବଙ୍ଗରୁ ଓଡିଶାକୁ ଚୋରା ବାଟରେ ଆସୁଥିବା ଆଳୁ ବି ଏବେ ବନ୍ଦ । ପଶ୍ଚିମବଙ୍ଗ ବ୍ୟବସାୟୀ ଆଳୁ ଟ୍ରକ ପିଛା ମନଇଚ୍ଛା ଦର ନେବାରୁ ଓଡ଼ିଶାର ବ୍ୟବସାୟୀ ପଶ୍ଚିମବଙ୍ଗରୁ ଆଳୁ ନ ଆଣିବାକୁ କଠୋର ନିଷ୍ପତ୍ତି ନେଇଛନ୍ତି । ପଶ୍ଚିମବଙ୍ଗ ପାଇଁ ଆଳୁ ଦର କୁଇଣ୍ଟାଲ ପିଛା ୨୮୦୦ ଟଙ୍କା ଫିକ୍ସ କରାଯାଇଛି । କିନ୍ତୁ ପଶ୍ଚିମବଙ୍ଗ ବ୍ୟବସାୟୀ ତିନି ହଜାର ଟଙ୍କା ରେଟ ରଖିଛନ୍ତି । ଯାହାକି ଓଡିଶା ବ୍ୟବସାୟୀ ମହାସଂଘ ଗ୍ରହଣ କରିନାହିଁ । ପଶ୍ଚିମବଙ୍ଗରୁ ଚୋରା ବାଟରେ ଆଳୁ ଯେଉଁମାନେ ଆଣୁଛନ୍ତି ଅନେକ ମିଛ କହୁଛନ୍ତି। ଯାହାଦ୍ୱାରା ଖାଉଟିଙ୍କ ଉପରେ ଆର୍ଥିକ ବୋଝ ପଡୁଛି। ଏହାକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଲେ ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା । ବର୍ତ୍ତମାନ ସରକାରଙ୍କ ପକ୍ଷରୁ କୌଣସି ସହଯୋଗ ଆଶା କରାଯାଉ ନାହିଁ ବୋଲି କହି ସରକାରଙ୍କ ଉପରେ ବର୍ଷିଛି ବ୍ୟବସାୟୀ ମହାସଂଘ। ଭୋଟ ସମୟ ଆସିଲେ ଗ୍ରାହକ ମାନେ ଏହାର ଉତ୍ତର ଦେବେ। ଆଳୁର ପାଇକାରୀ ଦର ୨୨୦୦ ରୁ ୨୮୦୦ ରହୁଛି।

ତେଣୁ ଆଳୁ ଦର ବଜାରରେ ୪୦ କିମ୍ବା ୫୦ ଟଙ୍କା ହେବା କଥା ନୁହେଁ । ବ୍ୟବସାୟୀଙ୍କ ମଧ୍ୟରେ ଗୋଟିଏ ଅସୁସ୍ଥ ପ୍ରତିଯୋଗିତା ଚାଲିଛି। ସରକାରଙ୍କ ପାଖରେ ଏହାକୁ ନିୟନ୍ତ୍ରଣ କରିବାକୁ ପଲିସି ନାହିଁ। ସରକାର ଆଳୁର ଗୋଟିଏ ଦର ଧାର୍ଯ୍ୟ କରନ୍ତୁ ବୋଲି ଦାବି କରିଛି ମହାସଂଘ। ସରକାରଙ୍କୁ ଏକଥା କିଏ ଶିଖାଇବ କି ବୋଲି ପ୍ରଶ୍ନ କଲା ବ୍ୟବସାୟୀ ମହାସଂଘ । ସେଥିପାଇଁ ହିଁ ପଶ୍ଚିମବଙ୍ଗରୁ ଆଳୁ ଆଣିବା ଉପରେ ସର୍ତ୍ତ ରଖାଗଲା ବୋଲି କୁହାଯାଇଛି । ଏହି ସମୟରେ ରାଜ୍ୟର ବ୍ୟବସାୟୀ ମାନେ ୟୁପି ସହ ଆଳୁକୁ ନେଇ କଲେ ଚୁକ୍ତି । ଆଳୁ ସପ୍ଲାଏ ଚେନକୁ ବ୍ୟାହତ କରାଯିବ ନାହିଁ ବୋଲି ୟୁପି ପ୍ରତିଶ୍ରୁତି ଦେଇଛି। ୟୁପିରୁ ଆଳୁ ଆସିଲେ ରାସ୍ତା ଖର୍ଚ୍ଚ ଅଧିକ ପଡୁଛି। ୧୦ ରୁ ୨୦ ଜଣ ବ୍ୟବସାୟୀ ମିଶି ଟ୍ରେନରେ ଆଳୁ ଆଣିବାକୁ ଯୋଜନା ରଖିଛନ୍ତି । ୮୪ ପ୍ରକାର ଆଳୁ ୟୁପିରେ ଉପଲବ୍ଧ । ଆସାମକୁ ଆଳୁ ଟ୍ରେନରେ ଯାଉଛି । କେନ୍ଦ୍ର ସରକାର ଓ ରେଳମନ୍ତ୍ରୀଙ୍କ ସହ ଆଲୋଚନା କରି ଏଭଳି ନିଷ୍ପତ୍ତି ନିଆଯାଇପାରେ । ୟୁପିର ବ୍ୟବସାୟୀ, ଚାଷୀ, ଶୀତଳ ଭଣ୍ଡାର ମାଲିକଙ୍କ ସମେତ ଉଦ୍ୟାନକୃଷି ବିଭାଗର ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ଗୋଟିଏ ବୁଝାମଣା ହୋଇଛି ୟୁପି ସହିତ । ଏଭଳି ନିଷ୍ପତ୍ତି ନେଇଥିବାରୁ ଖାଉଟିଙ୍କ ସହଯୋଗ ଲୋଡିଲା ବ୍ୟବସାୟୀ ମହାସଂଘ । ୟୁପି ଆଳୁ ଖରାପ ବୋଲି ଓଡ଼ିଶାରେ ମାନସିକତା ରହିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ କେହି ବି ଏହାକୁ ପସନ୍ଦ କରୁ ନ ଥିବା ସ୍ବୀକାର କରିଛି ମହାସଂଘ । ଆଉ ଟିକେ ଅଧିକ ଦର ଦେଲେ ୟୁପିରୁ ଆହୁରି ଭଲ ମାନର ଆଳୁ ଆସିପାରିବ । ଏ ଦିଗରେ ବି ଧ୍ୟାନ ଦିଆଯାଉଛି । ଲୋକଙ୍କ ଗ୍ରହଣୀୟତା ବଢିଲେ ଯାଇ ୟୁପି ଆଳୁ ଅଧିକ ମଗାଯାଇ ପାରିବ ବୋଲି କହିଛି ମହାସଂଘ ।

ପୁଣି ଛତିଶଗଡ଼ ସରକାରଙ୍କ ଚାଲାକି, ସମସ୍ତ ବ୍ୟାରେଜ୍ କରିଦେଇଛି ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ଛତିଶଗଡ଼ ସରକାରଙ୍କ ଚାଲାକି । ମହାନଦୀ ଜଳ ବିବାଦ ଟ୍ରିବୁନାଲର କଥା ନଶୁଣି ସମସ୍ତ ବ୍ୟାରେଜ୍ ବନ୍ଦ କରିଦେଇଛି ଛତିଶଗଡ଼ । ଫଳରେ ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା କେବଳ ୫୦୧ ଘନଫୁଟକୁ ଖସି ଆସିଛି । ସବୁ ରେକର୍ଡ ଭାଙ୍ଗିଛି ଏହି ଜଳ ପ୍ରବେଶ ମାତ୍ରା । ଯଦି ଡିସେମ୍ବର ମାସରେ ଏତିକି ପାଣି ଆସୁଛି ତାହେଲେ ଆଗକୁ ସ୍ଥିତି ଭୟଙ୍କର ହୋଇପାରେ ବୋଲି ସନ୍ଦେହ କରାଯାଇଛି । ଯେଉଁ ସମୟରେ ୧୦ ହଜାର ଘନଫୁଟ ପାଣି ଆସିବା କଥା ଆଜି କେବଳ ୫୦୧ ଘନଫୁଟ ପାଣି ଆସୁଛି ।

ଜେପିସିକୁ ମନୋନୀତ ହେଲେ ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ: ଜେପିସିକୁ ମନୋନୀତ ହେଲେ ରାଜ୍ୟସଭା ବିଜେଡି ସାଂସଦ ମାନସ ମଙ୍ଗରାଜ । ମାନସଙ୍କ ସହ ୧୨ ରାଜ୍ୟସଭା ସଦସ୍ୟ ଯୁଗ୍ମ ସଂସଦୀୟ କମିଟିକୁ ମନୋନୀତ ହୋଇଛନ୍ତି । ୧୨ ଜଣ ସାଂସଦ ହେଲେ ମାନସ ମଙ୍ଗରାଜ, ଘନଶ୍ଯାମ ତିୱାରୀ, ଭୁବନେଶ୍ଵର କଲିତା, ଡ. କେ ଲକ୍ଷ୍ମଣ, କବିତା ପଟିଦାର, ସଂଜୟ ଝା, ରଣଦୀପ ସିଂହ ସୂର୍ଯ୍ୟେୱାଲା, ମୁକୁଲ ୱାସନିକ, ସକେତ ଗୋଖଲେ, ପି. ୱିଲସନ, ସଂଜୟ ସିଂହ ଏବଂ ଭି. ବିଜୟସାଇ ରେଡ୍ଡୀ । ଏକ ଦେଶ ଏକ ନିର୍ବାଚନ ବିଲ ପାଇଁ ଗଠିତ ହୋଇଛି ୩୯ ଜଣିଆ ଜେପିସି ।