spot_img
Home Blog Page 1323

ଲୋକସେବା ଭବନ ପରିସରରେ କୁଢ଼କୁଢ଼ ପୁରୁଣା ଲୁହା ଆଲମୀରା ଓ ପରିତ୍ୟକ୍ତ ଫର୍ଣ୍ଣିଚର

ନନ୍ଦିଘୋଷ ବ୍ୟୁରୋ: ପୁରୁଣା ଆଲମୀରା, ପରିତ୍ୟକ୍ତ ଫର୍ଣ୍ଣିଚରର ଡମ୍ପିଂୟାର୍ଡ ପାଲଟିଛି ଲୋକସେବା ଭବନ । ନିଲାମ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲା ପରେ ବି କାର୍ଯ୍ୟକାରୀ ହେଲାନି । ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ ସାଧାରଣ ପ୍ରଶାସନ ବିଭାଗ ଗତ ୧୮ ତାରିଖ ସୁଦ୍ଧା ନିଲାମ କରିବାକୁ ଜାରି କରିଥିଲା ନିର୍ଦ୍ଦେଶନାମା । ହେଲେ କୌଣସି ବିଭାଗ ଏ ନିର୍ଦ୍ଦେଶକୁ ପାଳନ କରିନାହାନ୍ତି । ଓଡ଼ିଶା ସରକାରଙ୍କ ନୀତି ନିର୍ଦ୍ଧାରଣ ସ୍ଥାନ ଯଦି ଏପରି ପରିତ୍ୟକ୍ତ ସାମଗ୍ରୀରେ ପରିପୂର୍ଣ୍ଣ ହେବ ତାହେଲେ ଆଉ କେଉଁ ସରକାରୀ ଅଫିସର ଅବସ୍ଥା କଣ ଥିବା ତାକୁ ନେଇ ପରିବେଶବିତ ପ୍ରଶ୍ନ ଉଠାଇଛନ୍ତି ।

ଲୋକସେବା ଭବନ ନା ଡମ୍ପିଂୟାର୍ଡ । ପରିସରରେ କୁଢ଼କୁଢ଼ ପୁରୁଣା ଲୁହା ଆଲମୀରା ଓ ପରିତ୍ୟକ୍ତ ଫର୍ଣ୍ଣିଚର । ଖରାପାଣି ଖାଇ ସଢୁଛି । ଡେଙ୍ଗୁ ଓ ମ୍ୟାଲେରିଆ ମଶାଙ୍କ ହେଲାଣି ଏନ୍ତୁଡ଼ିଶାଳ । ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ଫୁ କରିଦେଇଛନ୍ତି ବିଭାଗୀୟ ଅଧିକାରୀ । ଦେଖନ୍ତୁ ଏ ଫଟୋ ଓ ଦୃଶ୍ୟକୁ ।.. .. ଗଦା ଗଦା ହୋଇ ପଡ଼ିରହିଛି ପୁରୁଣା ଆଲମୀରା । ଏବେ ଦେଖନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଆଦେଶରେ ସାଧାରଣ ପ୍ରଶାସନ ବିଭାଗ ଗତ ୬ ତାରିଖରେ ଜାରି କରିଥିବା ଏହି ନିର୍ଦ୍ଦେଶନାମା । କ୍ୟାମ୍ପସରେ ଯେତେ ପୁରୁଣା ଆଲମୀରା ଓ ପରିତ୍ୟକ୍ତ ଫର୍ଣ୍ଣିଚର ରହିଛି ତାକୁ ତତ୍କାଳ ୧୮ ତାରିଖ ସୁଦ୍ଧା ନିଲାମ କରି ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦେଶକୁ ମାନୁନାହାନ୍ତି ବିଭାଗୀୟ ଅଧିକାରୀ । ନିଲାମ ହୋଇନି କି ଲୋକସେବା ଭବନ ସଫା ହେଉନି । ଚାକିରି ଭୟରେ କ୍ୟାମେରା ଆଗରେ ମୁହଁ ନ ଖୋଲିଲେ ବି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ସରକାରୀ ବାବୁ କିପରି ବାଏଁ ବାଏଁ ଉଡାଇଦେଉଛନ୍ତି ତାକୁ ନେଇ ଆଖି ତରାଟି ଦେଇଛନ୍ତି । ଏ ନେଇ ପରିବେଶବିତ ବି ତାଜୁବ ।

ଲୋକସେବା ଭବନ ହେଉଛି ସରକାରଙ୍କ ନୀତି ନିର୍ଦ୍ଧାରଣ ସ୍ଥାନ । ଏଠି ଦୈନିକ ଶହ ଶହ ଲୋକ ଆସୁଛନ୍ତି । ଆସନ୍ତା ଜାନୁଆରୀରେ ଉତ୍କର୍ଷ ଓଡ଼ିଶା ପୁଞ୍ଜି ସମ୍ମିଳନୀ ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ନିକଟରେ ଏଥିପାଇଁ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଗସ୍ତରୁ ଆସିଛନ୍ତି । କନକ୍ଲେଭ୍ ସମୟରେ ଆସିଥିବା ବଡ଼ ବଡ଼ ପୁଞ୍ଜିନିବେଶକାରୀ ନିଶ୍ଚିତ ଭାବେ ଲୋକସେବା ଭବନ ବି ଗସ୍ତ କରିବେ। ଏପରି ପଡ଼ିରହିଥିବା ପରିତ୍ୟକ୍ତ ଫର୍ଣ୍ଣିଚର ଦେଖିଲେ ସେମାନଙ୍କ ମନରେ ସରକାରଙ୍କ ପ୍ରତି କଣ ଧାରଣା ହେବ ତାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ତ? ଖୋଦ ସାଧାରଣ ପ୍ରଶାସନ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଆଦେଶ ଯଦି ପାଳନ ହେଉନି ତାହେଲେ ଏଠି ମୁଖିଆ କିଏ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ନିୟମାନୁଯାୟୀ ପୁରୁଣା ଆଲମୀରା ଓ ଫର୍ଣ୍ଣିଚର ଯେଉଁ ବିଭାଗର ହୋଇଥିବ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସେହି ବିଭାଗର ସଚିବ ଧାର୍ଯ୍ୟ ତାରିଖ ସୁଦ୍ଧା ନିଲାମ କରିଦେବାର ଥିଲା । ଏପରି ନ କରି ସରକାରୀ ବାବୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅସମ୍ମାନ କରିଥିବା ଲୋକେ ଅଭିଯୋଗ କରିଛନ୍ତି ।

 

 

୪ ଲକ୍ଷରୁ ଅଧିକ ଭୋଟରେ ବାଜି ମାରିଲେ ପ୍ରିୟଙ୍କା

ନନ୍ଦିଘୋଷ ବ୍ୟୁରୋ: କେରଳ ୱାୟନାଡରେ  ୪ ଲକ୍ଷରୁ ଅଧିକ ଭୋଟରେ ବିଜୟୀ  । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି। ପ୍ରିୟଙ୍କା ପ୍ରଥମ ଥର ଲାଗି ନିର୍ବାଚନ ମଇଦାନରେ ପାଦ ଦେଇ ସଫଳତା ହାସଲ କରିଛନ୍ତି। ପ୍ରିୟଙ୍କାଙ୍କ ବିରୋଧରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ନବ୍ଯା ହରିଦାସ। ଇଣ୍ଡି ମେଣ୍ଟକୁ ଅଗ୍ରାହ୍ୟ କରି ପ୍ରିୟଙ୍କା  ଗାନ୍ଧିଙ୍କ ବିରୋଧରେ ସିପିଆଇ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଦଳର ସାଧାରଣ ସମ୍ପାଦକ ସଥ୍ୟନ ମୋକେରି ପରାସ୍ତ ହୋଇଛନ୍ତି । ୧୯୮୭ରୁ ୨୦୦୧ ଯାଏ ନାଦାପୁରମ ବିଧାନ ସଭା କ୍ଷେତ୍ରରୁ ତିନିଥର ବିଧାୟକ ଥିଲେ ମେକେରି । ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧି ସିପିଆଇର ଆନ୍ନି ରାଜାଙ୍କୁ ୩ ଲକ୍ଷ ୬୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।

 

ଚାରିଆଡେ ଫୁଲ ଗଛ ସହ ଲାଗିଛି ଦୋଳି, ପାର୍କର ଭ୍ରମ ସୃଷ୍ଟି କରୁଛି ଥାନା

ନନ୍ଦିଘୋଷ ବ୍ୟୁରୋ: ପାର୍କର ଭ୍ରମ ସୃଷ୍ଟି କରୁଛି ପାଟପୁର ଥାନା । ଗ୍ରାମାଞ୍ଚଳର ଥାନା ଏବେ ଦେଶରେ ଏକ ନମ୍ବର । ଦେଶର ସର୍ବ ଶ୍ରେଷ୍ଠ ଥାନାର ମାନ୍ୟତା ପାଇଛି ପାଟପୁର ଥାନା । ୨୦୨୪ ମସିହା ସବ ଶ୍ରେଷ୍ଠ ତିନୋଟି ଥାନା ମଧ୍ୟରେ ପାଟପୁର ଥାନା ସ୍ଥାନପାଇଛି । ସେପ୍ଟେମ୍ବର ୨୮ ତାରିଖରେ ସେଣ୍ଟ୍ରାଲ ଟିମ ଦେଶର ବିଭିନ୍ନ ଥାନାକୁ ଯାଇ ଅନୁଧ୍ୟାନ କରିଥିବା ବେଳେ ପାଟପୁର ଥାନାକୁ ଚୟନ କରାଯାଇଛି । ଆସନ୍ତା ୨୯ ତାରିଖ ରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଥାନା ଅଧିକାରୀଙ୍କୁ ପୁରସ୍କୃତ କରାଯିବ । ବିଭିନ୍ନ ମହଲରୁ ଶୁଭେର୍ଚ୍ଛାର ବାର୍ତା ଆସିଥିବା ବେଳେ ଅଞ୍ଚଳ ବାସୀ ଗର୍ବିତ ମନେ କରିଛନ୍ତି ।

ଚାରିଆଡେ ଫୁଲଗଛ । ମଝିରେ ଦୋଳି ସହ ଖୋଲା ଜିମ ସାମଗ୍ରୀ । ଯୁବ ପିଢ଼ିଙ୍କ ପାଇଁ ଭଲ୍ଲୀ ବଲ କୋର୍ଟ । ପିଲା ବି ଖେଳଖେଳିରେ ମସଗୁଲ । ପାର୍କର ଭ୍ରମ ସୃଷ୍ଟି କରୁଥିବା ଏ ଦୃଶ୍ୟ କିନ୍ତୁ ଗ୍ରାମାଞ୍ଚଳର ଏକ ଥାନା ପରିସରର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ରହିଥିବା ପାଟପୁର ଥାନାର ଏ ଦୃଶ୍ୟ । ଏହାର ଅଭ୍ୟର୍ଥନା ଗୃହ କୌଣସି ପାର୍କକୁ କମ ନୁହଁ। ଥଣ୍ଡା ଫିଲଟର ପାଣି ଓ ପୋଲିସ ଭାଇଙ୍କ ବ୍ୟବହାର ସାଙ୍ଗକୁ ଏଠି ଆଇନ କାନୁନ ବ୍ୟବସ୍ତା ନିଆରା। ତେଣୁ ଦେଶର ସମସ୍ତ ଥାନାକୁ ପଛରେ ପକାଇ ସର୍ଵ ଶ୍ରେଷ୍ଠ ଥାନାର ମାନ୍ୟତା ପାଇଁ ନଭେମ୍ବର ୨୯ ତାରିଖରେ ପୁରସ୍କୃତ ହେବାକୁ ଯାଉଛି ପାଟପୁର ଥାନା । ଏହାକୁ ନେଇ  ଅଞ୍ଚକ ବାସୀ ଗର୍ବିତ ହେବା ସହ ଖୁସି ବ୍ୟକ୍ତ କରିଛନ୍ତି ।

ଛତ୍ରପୁର ଆରକ୍ଷୀ ଅଧିକ୍ଷକ ଙ୍କ ଅଧିନରେ ଆସୁଥିବା ପାଟପୁର ଥାନାରେ ଭାଇଚାରା ରହିଛି । ୨୭ଟି ପଂଚାୟତ  ଏହି ଥାନା ଅଧିନରେ ଅସୁଥିବା ବେଳେ ନିଜର ସୁନାମ ବଜାୟ ରଖିଛି । ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନିସ୍ବାର୍ଥପର କାର୍ଯ୍ୟ ଏବଂ ଅପରାଧୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଆଇନଶୃଙ୍ଖଳାକୁ ଉଚିତ ମାର୍ଗ ଦେଖାଇଛି ।

 

ଆଦାନୀ କମ୍ପାନୀର ଅଜବନୀତି, ସୁନ୍ଦରଗଡରେ ଖୋଳିବ ଖଣି

ନନ୍ଦିଘୋଷ ବ୍ୟୁରୋ: ଆଦାନୀ କମ୍ପାନୀର ଅଜବନୀତି । ସୁନ୍ଦରଗଡ ଖାଇବ ଧୂଳି ଧୁଆଁ, ହେଲେ ବଲାଙ୍ଗୀର ଓ ବରଗଡରେରେ ଲଗାହେବ ଗଛ କରାଯିବ ବନୀକରଣ । ଏହିଭଳି କିଛି  ବିଚିତ୍ର କାର୍ଯ୍ୟ କରିବାକୁ ଯାଉଛି ଆଦାନୀ କମ୍ପାନୀ। ଆଉ ଏହାରି ଭିତରେ ଆଦାନୀ ଓ ଗନ୍ଧମାର୍ଦ୍ଦନ ସତ ସାମ୍ନାକୁ ଆସିଛି । ପୂର୍ବରୁ ଥିବା ଘଞ୍ଚ ଜଙ୍ଗଲକୁ ଦେଖାଇ ଜଙ୍ଗଲ ସୃଷ୍ଟି କିରିଥିବା କହିବାକୁ ଆଦାନୀ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଆଉ ହଜାର ହଜାର କୋଟିର ମୁନାଫା ସହ ଗନ୍ଧମାର୍ଦ୍ଧନ ପାହାଡରୁ ବକ୍ସସାଇଟ ଲୁଟ୍ କରିବାକୁ ମନ୍ଦ ଉଦ୍ଦେଶ୍ୟ ରଖି ବଲାଙ୍ଗିରର ବିଭିନ୍ନ ସ୍ଥାନରେ ଜମି କିଣିଛି ଆଦାନୀ କମ୍ପାନୀ ।

ସୁନ୍ଦରଗଡରେ ଆଦାନୀ କମ୍ପାନୀ ଖଣି ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଛି । ଆବେଦନ ଚୁଡାନ୍ତ ହେବା ପୂର୍ବରୁ, ଗନ୍ଧମାର୍ଦ୍ଧନ ପାହାଡରୁ ବକ୍ସସାଇଟ ଲୁଟ୍ ପାଇଁ ଜାଲ ବିଛାଇଲାଣି କମ୍ପାନୀ । ସୁନ୍ଦରଗଡରେ ଖଣି , ବଲାଙ୍ଗୀର ଓ ବରଗଡରେ ବନୀକରଣ । ଜିଲ୍ଲାର ବହୁ ପୁରୁଣା ଜଙ୍ଗଲକୁ ଦେଖାଇ ନୂଆ ଜଙ୍ଗଲ ସୃଷ୍ଟି ଭ୍ରମ ସୃଷ୍ଟି କରୁଛି କମ୍ପାନୀ । ଭଲ କରି ଦେଖନ୍ତୁ ବଲାଙ୍ଗୀର ଡିଏଫଓଙ୍କ ଏହି ଚିଠିକୁ । ଚିଠି ସଂଖ୍ୟା ୮୫୨୬ , ଅଦାନୀ କୋଇଲାଖଣିର କ୍ଲଷ୍ଟର ହେଡ୍ ଙ୍କୁ ପତ୍ର ଲେଖିଛନ୍ତି ବଲାଙ୍ଗୀର ଡିଏଫଓ । ଏଥିରେ ଅଦାନୀ ସୁନ୍ଦରଗଡ ବିଜାହାଏନ ରେ କରିବାକୁ ଯାଉଥିବା କୋଇଲା ଖଣିର ଜଙ୍ଗଲ କ୍ଷତି ଭରଣା ପାଇଁ ବାଲାଙ୍ଗୀର ଜିଲ୍ଲା ଖପ୍ରାଖୋଲରେ ବନୀକରଣ କରିବା ପାଇଁ ଦିଆଯାଇଥିବା ଅନୁମତି  । ଏହି ଚିଠି ହିଁ ଅଦାନୀ ଓ ଗନ୍ଧମାର୍ଦ୍ଦନର ସତକୁ ଖୋଲି ପଦାକୁ ଆଣିଛି ।

ଆଦାନୀର କମ୍ପାନୀ  ମେସର୍ସ ମହାନଦୀ ମାଇନ୍ସ ଏଣ୍ଡ ମିନେରାଲ୍ସ ପ୍ରାଇଭେଟ ଲିମିଟେଡ ବିଜାହାନରେ ୧୧୦୦ ହେକ୍ଟର ଜମିରେ ଖୋଲାମୁହଁ କୋଇଲା ଖଣି କରିବାର ଯୋଜନା ରଖିଛି  । ବାର୍ଷିକ ୫.୨୬ ମେଟ୍ରିକ ଟନ କୋଇଲା ଉତୋଳନ କରିବ କମ୍ପାନୀ । ଏହି ଖଣି ପାଇଁ ୧୦.୧୦.୨୦୨୨ ରେ କୋଇଲା ମନ୍ତ୍ରାଳୟ ଜମି  ଆବଂଟନ କରିଛି । ଏଥିରେ ୬୦୮.୬୪ ଜଙ୍ଗଲ ଜମି ରହିଛି ।  କେବଳ ଜଙ୍ଗଲ କିସମ ଜମି ନୁହଁ ବରଂ ଘଞ୍ଚ ଜଙ୍ଗଲ ବି ରହିଛି । ରିର୍ଜଭ ଫରେଷ୍ଟରେ ଘଞ୍ଚ ଜଙ୍ଗଲ ଯାହା ଛତିଶଗଡ ପର୍ଯ୍ୟନ୍ତ ଲମ୍ବିଛି । ଆଦାନୀର ଏହି ଖଣି ହେଲେ ସୁନ୍ଦରଗଡ ଜିଲ୍ଲାର ମାନଚିତ୍ର ରୁ ୬୦୮.୬୪ ରିର୍ଜଭ ଫରେଷ୍ଟ ହଟିଯିବ । ଏହା ପାଇଁ ହେମଗିରି ବ୍ଲକର ବିଜାହାଏନ , ଭୋଗ୍ରାକଚ୍ଛା ଏବଂ ଝାରପଲମ ଗାଁ ପ୍ରଭାବୀତ ହେବ । ତେବେ ଅଦାନୀ କମ୍ପାନୀ ପାଇଁ ବହୁଳ ମାତ୍ରାରେ ଜଙ୍ଗଲ ନଷ୍ଟ ହେଉଥିବାରୁ ୪୯୫.୫୪ ହେକ୍ଟର ଜମିରେ ଘଞ୍ଚ ଜଙ୍ଗଲ କରିବା ପାଇଁ ପରିବେଶ ମନ୍ତ୍ରାଳୟ  ନିର୍ଦ୍ଦେଶ ଦେଇଛି । ଆଉ ଏଥିପାଇଁ ବାଲାଙ୍ଗୀରରେ ଜମି କିଣି ଗ୍ରୀନ ଫିଲ୍ଡ ପ୍ରସ୍ତୁତ କରିବା ପାଇଁ ଆଦାନୀର କମ୍ପାନୀ ଆରମ୍ଭ କରିଛି ଉଦ୍ୟମ ।

ସୁନ୍ଦରଗଡରେ ଖଣି ଆଉ ବଲାଙ୍ଗୀରରେ ଜଙ୍ଗଲ ଘଟଣାକୁ ନେଇ ଖଣି ହେବାକୁ ଥିବା ୪ଟି ଗ୍ରାମବାସୀ ବିରୋଧ କରିଛନ୍ତି । ଅଦାନୀ ସୁନ୍ଦରଗଡରେ ଖଣି କରି କଣ ପାଇଁ ବଲାଙ୍ଗୀରରେ ଜଙ୍ଗଲ ତିଆରି କରିବାକୁ ଯୋଜନା କରିଛି ବୋଲି ପ୍ରଶ୍ନ ଉଠିଛି । ଖଣି ପାଇଁ ଅଦାନୀକୁ ୧୧୦୦ ହେକ୍ଟର ଜମି ଅଧିଗ୍ରହଣ କରିବାକୁ ପଡିବ । ୨୦୧୩ ଆରଆର ଆକ୍ଟ ଅନୁସାରେ ବିସ୍ଥାପିତଙ୍କୁ ଟଙ୍କା ଏବଂ ସୁବିଧା ଦେବା ପାଇଁ ପଡିବ । ଯାହା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରିବ ଅଦାନୀ । ଆଉ ପୁଣି ଜଙ୍ଗଲ ସୃଷ୍ଟି ପାଇଁ ୪୯୫.୫୪ ହେକ୍ଟର ସୁନ୍ଦରଗଡରେ ଜମି ଅଧିଗ୍ରହଣ କରିବାକୁ ପଡିବ । ଯାହାର ମୂଲ୍ୟ ହଜାର ହଜାର କୋଟିରୁ ଅଧିକ ହେବ । ଏହି କ୍ଷତିରୁ ବର୍ତ୍ତିବା ପାଇଁ ଶାଗମାଛ ଦରରେ ଗନ୍ଧମାର୍ଦ୍ଦନ ପାଦଦେଶରେ ଜମି କିଣିବାରେ ଲାଗିଛି ଅଦାନୀ । ସେପଟେ ଗନ୍ଧମାର୍ଦ୍ଦନର ପାଦଦେଶରେ କିଣୁଥିବା ଜମି ଗୁଡିକରେ ପୂର୍ବରୁ ଜଙ୍ଗଲ ରହିଛି । ଏଠାରେ ଆଉ ଗଛ ଲଗାଇବା ପାଇଁ କି ଜଙ୍ଗଲ ସୃଷ୍ଟି କରିବାର ଆବଶ୍ୟକତା କଂପାନୀକୁ ପଡିବ ନାହିଁ ।  ଯାହାଫଳରେ ଗଛ ଲଗାଇବା ପାଇଁ ଥିବା ହଜାର ହଜାର କୋଟିର ମୁନାଫା ଆଦାନୀ କମ୍ପାନୀ ହରିଲୁଟ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ସୁନ୍ଦରଗଡରେ ଖଣି ଖନନ ହବାକୁ ଥିବା ଅଞ୍ଚଳବାସୀ ଏହାକୁ ତୀବ୍ର ବିରୋଧ କରିଛନ୍ତି । ଭିବିଷ୍ୟତ ରେ ଆମେ ଧୁଳି ଧୂଆଁ ଖାଇବୁ , ଭିଟାମାଟି ଛାଡିବୁ, ଖଣିର କୋଇଲା ଗୁଣ୍ଡରେ ଜୀବନ ଜୀଇଁବୁ । ଆଉ ବଲାଙ୍ଗୀରରେ ଜଙ୍ଗଲ କାହିଁକି ? ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ ।

 

ଅପରୂପ ସୌନ୍ଦର୍ଯ୍ୟରେ ଭରପୁର ଦଣ୍ଡାଧର ଡ୍ୟାମ

ନନ୍ଦିଘୋଷ ବ୍ୟୁରୋ: ପ୍ରକୃତିର କୋଳରେ ଅପରୂପ ସୌନ୍ଦର୍ଯ୍ୟରରେ ସଜାଇ ହୋଇଛି ଦଣ୍ଡାଧର ଡ୍ୟାମ । ପ୍ରାକୃତିକ ଶୋଭାରାଜି ମଧ୍ୟରେ ପରିବେଷ୍ଟିତ ପାହାଡ଼ ଜଙ୍ଗଲ ଘେରା ମନୋରମ ପର୍ଯ୍ୟଟନ ସ୍ଥଳୀ ହେଉଛି ଦଣ୍ଡାଧର । ପିକନିକ ଋତୁ ଆସିଲେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଛୁଟି ଆସିଥାନ୍ତି ଦୂର ଦୁରାନ୍ତରୁ ବହୁ ପର୍ଯ୍ୟଟକ ।

ଦୁଇ ପଟେ ସବୁଜ ବନାନୀ । ମଝିରେ ଶୀତଳ ଜଳରାଶି । ଚାରିଆଡେ ନଦୀର କୁଳୁକୁଳୁ ନାଦ । ପକ୍ଷୀଙ୍କ କିଚିରିମିଚିରି ରାବରେ କୋଳାହାଳ ପରିବେଶ । ଅପରୁବ ପ୍ରାକୃତିକ ପରିବେଶରେ ଭରପୁର ଦଣ୍ଡାଧର ଡ୍ୟାମ। କଙ୍କଡାହାଡ଼ ବ୍ଲକ ସଦର ମହକୁମା ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଥିବା ଏହି ପ୍ରାକୃତିକ ସ୍ଥାନ ପର୍ଯ୍ୟଟକଙ୍କୁ କରିଥାଏ ବିମୋହିତ । ସେଥିପାଇଁ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇ ଆସିଲେ ଏଠାକୁ ଛୁଟିଥାଏ ପର୍ୟ୍ୟଟକଙ୍କ ସୁଅ । ବଣଭୋଜିର ମଜା ସାଙ୍ଗକୁ ବଣ, ଜଙ୍ଗଲ ଘେରା ପରିବେଶର ଅପରୁବ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଛୁଟି ଆସନ୍ତି ପ୍ରକୃତିପ୍ରେମୀ  ଓ ପର୍ଯ୍ୟଟକ ।

ସରକାର ସମୟରେ ୨୦୨୦ ମସିହାରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିଲା ଦଣ୍ଡାଧାର ପର୍ଯ୍ୟଟନ ସ୍ଥଳୀ  । ପର୍ୟ୍ୟଟକଙ୍କ ସୁବିଧା ନିମନ୍ତେ ସରକାରୀ ସହାୟତା ଓଡିଶା ପର୍ୟ୍ୟଟନ ନିଗମ ଆନୁକୂଲ୍ୟରେ ପିକନିକ ସ୍ଥାନରେ ପିଣ୍ଡି ନିର୍ମାଣ, ଶୌଚାଳୟ ନିର୍ମାଣ, ୮ଟି କଟେଜ, ଭୋଜନାଳୟ, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ,ଇତ୍ୟାଦି ନିର୍ମାଣ କରାଯାଇଛି । ହେଲେ ନିର୍ବାଚନ ପରେ ଏହି ବଣଭୋଜି ସ୍ଥଳକୁ ବ୍ଲକ କିମ୍ବା ପଞ୍ଚାୟତକୁ ହସ୍ତାନ୍ତର କରାଯାଇନାହିଁ । ଫଳରେ ଏହା ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ । ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରାଇବା ପାଇଁ ସ୍ଥାନୀୟ ସରପଞ୍ଚ ଓ ବାସିନ୍ଦା ସରକାରଙ୍କୁ ଦାବି ଜଣାଇଛନ୍ତି ।

 

ଇନଷ୍ଟାରେ ଫଲୋର୍ସ ୫୬ ଲକ୍ଷ, ଭୋଟ୍ ମିଳିଲା ୧୪୬..

ନନ୍ଦିଘୋଷ ବ୍ୟୁରୋ: ରାଜନୀତି ମଇଦାନରେ ଫେଲ୍ ମାରିଲେ ଅଭିନେତା । ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଯେଉଁ ଭଲ ପାଇବା ମିଳିଥିଲା ନିର୍ବାଚନୀ ମଇଦାନରେ କିନ୍ତୁ ଏହାର ପ୍ରଭାବ ଦେଖିବାକୁ ମିଳିନାହିଁ । ଶନିବାର ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଉଥିବାବେଳେ ଅଭିନେତା ଏଜାଜ ଖାନ ରାଜନୀତି ଗଣିତରେ ଫେଲ ମାରିଛନ୍ତି । ଶେଷ ଖବର ସୁଦ୍ଧା ୧୮ ରାଉଣ୍ଡରେ ସେ ମାତ୍ର ୧୪୬ ଖଣ୍ଡ ଭୋଟ୍ ପାଇଥିଲେ । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ଏଜାଜ୍ ଖାନଙ୍କର ଇନଷ୍ଟାଗ୍ରାମରେ ୫.୬ ମିଲିୟନ ଫଲୋୟର୍ସ ଥିବା ବେଳେ ଫେସବୁକରେ ଅଛନ୍ତି ୪.୧ ମିଲିୟନ ଫଲୋୟର୍ସ ।

ଭର୍ସୋଭା ଆସନରୁ ବିଗ୍ ବସର ଏକ୍ସ ପ୍ରତିଯୋଗୀ ଏଜାଜ ଖାନ ୧୮ ରାଉଣ୍ଡର ଗଣନା ପରେ ବି କେବଳ ୧୪୬ ଖଣ୍ଡ ଭୋଟ୍ ହାସଲ କରିପାରିଛନ୍ତି । ନୋଟାରୁ ବି ଏହି ସଂଖ୍ୟା ବହୁତ ପଛରେ ରହିଛି । ନୋଟାରେ ଏ ପର୍ଯ୍ୟନ୍ତ ୧୨୧୬ ଖଣ୍ଡ ଭୋଟ୍ ପଡ଼ିଛି । ନଭେମ୍ବର ୨୦ରେ ଏହି ଆସନରେ ୫୧.୨% ମତଦାନ ହୋଇଥିଲା ।

ତେବେ ଭୋଟ୍ ମାମଲାରେ ଏଜାଜ୍ ବହୁତ କଷ୍ଟରେ ମାତ୍ର ତିନି ଅଙ୍କ ଯାଏ ପହଞ୍ଚି ପାରିଛନ୍ତି । ଏହି ଆସନରେ ଶିବସେନା (ୟୁବିଟି) ପ୍ରାର୍ଥୀ ହାରୁନ ଖାନ ୬୧୯୫୮ ଭୋଟରେ ଆଗୁଆ ଥିବା ବେଳେ ବିଜେପିର ଭାରତୀ ଲଭେବର ୫୮୪୭୪ ଭୋଟ୍ ପାଇ ଦ୍ଵିତୀୟ ସ୍ଥାନରେ ଅଛନ୍ତି ।

 

ବାଂଲାଦେଶରୁ କଟକକୁ ନାବାଳିକା ଚାଲାଣ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରୁ କଟକକୁ ନାବାଳିକା ଚାଲାଣ ଅଭିଯୋଗ । ଚାକିରିର ଲୋଭ ଦେଖାଇ ଏଠାକୁ ଆଣିବା ପରେ ମସାଜ ପାର୍ଲର ଓ ବେଆଇନ କାରବାରରେ ଲଗାଯାଇଥିବାର ସଂପୃକ୍ତ ନାବାଳିକା ଜଣକ ଅଭିଯୋଗ କରିଛନ୍ତି। ସେହି ନାବାଳିକାକୁ ଲିଙ୍କ୍ ରୋଡ୍ ରୁ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରିଛି ପୋଲିସ।

ଗତ ଅକ୍ଟୋବରରେ ଚାକିରି ଖୋଜୁଥିବା ବେଳେ ଫେସବୁକରେ ଜଣକ ସହିତ ବନ୍ଧୁତା ହୋଇଥିଲା। ଚାକିରି ଦେବାକୁ କହି ପ୍ରଥମେ କୋଲକାତା, ସେଠାରୁ ଭୁବନେଶ୍ଵର ଓ ପରେ କଟକରେ ରଖାଯାଇଥିଲା। ସିଡବ୍ଲୁସି କହିଛି, ସେହି ନାବାଳିକା ଜଣକ ପ୍ରକୃତରେ ବାଂଲାଦେଶୀ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ତା ପାଖରେ କୌଣସି ପରିଚୟପତ୍ର ନାହିଁ । ସେ କେଉଁଠି ରହୁଥିଲା, କାହା ସହ ଆସିଥିଲା, ତାହା ବି କହିପାରୁନାହିଁ। ତାର ପରିଚୟ ସ୍ପଷ୍ଟ କରିବାକୁ ସରକାରୀ ସ୍ତରରେ ଚେଷ୍ଟା କରାଯାଉଛି। ବାଂଲାଦେଶ ଦୂତାବାସକୁ ଅବଗତ କରାଯାଇଛି।

ବଲାଙ୍ଗିର ଶିଶୁ ବିକ୍ରି ଘଟଣାରେ ୩ ଗିରଫ

ବଲାଙ୍ଗିର ଶିଶୁ ବିକ୍ରି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ANM ମମତା ଭୋଇ, ମଧ୍ୟସ୍ଥି ଆଲୋକ ଅଗ୍ରୱାଲ ଓ ଶିଶୁକୁ କିଣିଥିବା ରାଜକୁମାର ମିତ୍ତଲଙ୍କୁ ଗିରଫ କରାଯାଇଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ଆଶ୍ଚର୍ଯ୍ୟର କଥା ଉଲ୍ଲେଖନୀୟ ସେବା ପାଇଁ ANM ମମତା ୨୦୧୯ରେ ରାଷ୍ଟ୍ରପତିଙ୍କଠାରୁ ନାଇଟିଙ୍ଗଲ ପୁରସ୍କାର ପାଇଥିଲେ। ତଦନ୍ତରୁ ଜଣାପଡ଼ିଛି, ଗରିବ ହୋଇଥିବାରୁ ତାର ବାପା ମାଆ ରାଜକୁମାର ମିତ୍ତଲଙ୍କୁ ବିକ୍ରି କରିଦେଇଥିଲେ। ମାତ୍ର ୩ ଦିନର ଶିଶୁକୁ ବିକି ଦେଇଥିଲେ ମାଆ। ଆଗରୁ ତାଙ୍କର ୫ ପୁଅଝିଅ ଅଛନ୍ତି। ଆଉ ଏକ ଝିଅ ହେବା ପରେ ସେ ଲାଳନପାଳନକୁ ନେଇ ସେ ଚିନ୍ତିତ ହୋଇ ପଡ଼ିଥିଲେ। ଅଭିଯୋଗ ହୋଇ ANM ମମତା ଭୋଇ ସେହି ମହିଳାଙ୍କ ଅସହାୟତାର ଫାଇଦା ନେଇ ଶିଶୁକୁ ବିକ୍ରି କରିବାକୁ ଯୋଜନା କରିଥିଲେ। ଜଣେ ନିସନ୍ତାନ ଦମ୍ପତିକୁ ଠିକ୍ କରିବା ପାଇଁ ଲାଠୋରର ଔଷଧ ବ୍ୟବସାୟୀ ଆଲୋକ ଅଗ୍ରୱାଲକୁ ଯୋଗାଯୋଗ କରିଥିଲେ। ଆଲୋକ କଳାହାଣ୍ଡି ଜିଲ୍ଲା ମ.ରାମପୁରର ରାଜକୁମାର ମିତ୍ତଲକୁ ଯୋଗଯୋଗ କରିଥିଲେ I ଲକ୍ଷାଧିକ ଟଙ୍କାର ଡିଲ ହୋଇଥିଲା। ଘଟଣା ଜଣାପଡ଼ିବା ପରେ ଗତ ୧୩ ତାରିଖରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ତଦନ୍ତ ଆରମ୍ଭ କରିଥିଲା ।  .

୨୦ ବର୍ଷ ଅପେକ୍ଷାର ଘଟିଲା ଅନ୍ତ, ରେକର୍ଡ କଲେ ରାହୁଲ ଏବଂ ଜୟସ୍ବାଲ ଯୋଡ଼ି

ନନ୍ଦିଘୋଷ ବ୍ୟୁରୋ: ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ପାଳିରେ ଉଭୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ପରେ ଦ୍ବିତୀୟ ପାଳି ଆରମ୍ଭରୁ ଭାରତ ଭଲ ଆରମ୍ଭ କରିଛି । ୧୭୨ ରନର ଭାଗିଦାରୀ କରିଛନ୍ତି ଜୟସ୍ବାଲ ଏବଂ ରାହୁଲ । ରାହୁଲ ୬୨ ଏବଂ ଜୟସ୍ବାଲ ୯୦ ରନର ପାଳି ଖେଳି ଅପରାଜିତ ଅଛନ୍ତି । ସମସ୍ତଙ୍କ ନଜର ଓପନିଂ ଯୋଡ଼ି ଉପରେ ରହିଥିବାବେଳେ ଏହି ଯୋଡ଼ି ଧର୍ଯ୍ୟର ସହ ଖେଳିଥିଲେ । ଅର୍ଦ୍ଧଶତକୀୟ ପାଳି ପରେ ଆସନ୍ତାକାଲି ଶତକ କରିବେ ବୋଲି ମଧ୍ୟ ପ୍ରଂଶସକମାନେ ଆଶା ରଖିଛନ୍ତି । ତେବେ ଏହି ଯୋଡ଼ି ଅଷ୍ଟ୍ରେଲିଆ ମାଟିରେ ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି ।

ଓପନିଂ ଯୋଡି ଶତକୀୟ ପାଳି କରିବାର ରେକର୍ଡ କରିଛନ୍ତି । ଏହାପୂର୍ବରୁ ଅର୍ଥାତ ୨୦୦୪ ମସିହାରେ ବିରେନ୍ଦ୍ର ସେହଓ୍ବାଗ ଏବଂ ଆକାଶ ଚୋପ୍ରା ଯୋଡ଼ି ୧୪୧ ଏବଂ ୧୨୩ ରନର ପାଳି ଖେଳିଥିଲେ । ମେଲବର୍ଣ୍ଣ ଏବଂ ସିଡନୀ ଟେଷ୍ଟରେ ଏହି ରେକର୍ଡ କରିଥିଲେ । କିନ୍ତୁ ଏବେ ରାହୁଲ ଏବଂ ଜୟସ୍ବାଲ ଯୋଡ଼ି ବଡ଼ ରେକର୍ଡ କରିଛନ୍ତି । ତୃତୀୟ ସ୍କୋର ଭାବେ ରହିଛି ରୋହିତ ଏବଂ ଗିଲଙ୍କ ଭାଗିଦାରୀ ସ୍କୋର । ଗିଲ ଏବଂ ରୋହିତ ୭୧ ରନର ପାଳି ଖେଳିଥିଲେ ।

କହି ରଖୁଛୁ କି, ପ୍ରଥମ ଦିନରେ ଉଭୟ ଦଳ ଗୋଟିଏ ଦିନରେ ୧୭ ଓ୍ବିକେଟ ହରାଇଥିଲେ । ପେସର ବୋଲରଙ୍କୁ ଏହି ପିଚ୍ ସୁହାଇଥିଲା । ବ୍ୟାଟ୍ସମ୍ୟାନମାନେ ହାତ ବାନ୍ଧି ବସିଥିଲେ । କିନ୍ତୁ ଦ୍ବିତୀୟ ପାଳିରେ ଏବଂ ଦ୍ବିତୀୟ ଦିନରେ ବ୍ୟାଟ୍ସମ୍ୟାନ ଚମକିଥିଲେ । ଭାରତୀୟ ଓପନର ଜୟସ୍ବାଲ ଏବଂ ରାହୁଲ ଧର୍ଯ୍ୟର ସହ ବ୍ୟାଟିଂ କରି ଦଳକୁ ଏକ ସମ୍ମାନ ଜନକ ସ୍କୋର ଦେବାରେ ସକ୍ଷମ ହୋଇଛନ୍ତି । ଏବେ ଭାରତ ଦ୍ବିତୀୟ ଦିନ ଖେଳ ସୁଦ୍ଧା ୨୧୮ ରନର ଲିଡ୍ ଦେଇଛି ।

ଗଣ୍ଡଗୋଳ କରିବାକୁ ବିଧାୟକ ହିମାଂଶୁ ସାହୁ ଧର୍ମଶାଳାରୁ ଯାଜପୁର ଯାଇଥିଲେ : ପ୍ରମିଳା ମଲ୍ଲିକ

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ପ୍ରସଙ୍ଗରେ ବର୍ଷିଲେ ପ୍ରମିଳା ମଲ୍ଲିକ। ଗଣ୍ଡଗୋଳ କରିବାକୁ ବିଧାୟକ ହିମାଂଶୁ ସାହୁ ଧର୍ମଶାଳାରୁ ଯାଜପୁର ଯାଇଥିଲେ ବୋଲି କହିଛନ୍ତି। ପୋଲିସ ଏବେ ସରକାରୀ ଦଳର ବୋଲକରା ସାଜିଛି। ରାତିରେ ଜାଣିଶୁଣି ଗଣ୍ଡଗୋଳ କରିବାକୁ ଯାଇଥିଲେ ବିଧାୟକ। ୨୦୦ ଲୋକଙ୍କୁ ନେଇ ଗଣ୍ଡଗୋଳ କରିବାକୁ ଯାଇଥିଲେ ବିଧାୟକ। ବିଧାୟକ ଗାଡିରୁ ଓହ୍ଲାଇ ନାହାନ୍ତି ତେବେ ମାଡ ହେଲା କେମିତି ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା। ସେହିପରି ବିଧାୟକଙ୍କ ବେକରୁ ବାହାରି ନାହିଁ ଉତ୍ତରିୟ। ଖାଲି ସେତିକି ନୁହେଁ ରାତି ଅଧରେ କେଉଁ ଅଫିସକୁ ଯାଉଥିଲେ ବିଧାୟକ ? ଠେଙ୍ଗାବାଡିଧରି କାହିଁକି ଧର୍ମଶାଳାରୁ ଯାଜପୁର ଆସିଥିଲେ ଲୋକେ ? ଉଦ୍ଦେଶ୍ୟମୂଳକ ଭାବେ ବିଜେଡି କର୍ମୀ ଓ ନେତାଙ୍କୁ ଟାର୍ଗେଟ କରାଯାଉଛି । ପୂର୍ବରୁ ମଧ୍ଯ ତାଙ୍କ ଦଳର ମନ୍ତ୍ରୀ ଏଭଳି କହି ସାରିଛନ୍ତି କହିଛନ୍ତି ପ୍ରମିଳା।