spot_img
Home Blog Page 1354

ଆଜି ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ ବାବା ଆଖଣ୍ଡଳମଣି

ଭଦ୍ରକ: ପବିତ୍ର ପଞ୍ଚକବ୍ରତ ଓ ରାହାସପୂର୍ଣ୍ଣିମା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପୁରାତନ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଆଜି ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ ମଣିବାବା। ଏଥିପାଇଁ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଚାଲିଛି। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ଭୋର ୫ଟାରୁ ସାହଣମେଲା କରାଯାଇଛି। ଭକ୍ତମାନେ ବ୍ଯାରିକେଡରେ ଧାଡିରେ ଯାଇ ବାବାଙ୍କୁ ଦର୍ଶନ କରିବା ପାଇଁ ବ୍ୟବସ୍ଥା ହୋଇଛି।

ଏଥିସହ ରାତ୍ର ୩ଟାରୁ ଶିବଗଙ୍ଗା ପୁଷ୍କରିଣୀରେ ହଜାର ହଜାର ଭକ୍ତ ବୋଇତ ଭସାଇ ବୁଡ ପକାଇଥିଲେ। ଏପରିକି ଧର୍ମର ମାସ କାର୍ତ୍ତିକମାସରେ ମଣିବାବାଙ୍କ ପାଖରେ ଉପାସନା କରିବା ସହ ଘର୍ଷଣଲାଗି କଲେ ବହୁ ପୂଣ୍ଯ ମିଳିଥାଏ। ସେଥିପାଇଁ ପ୍ରତିଦିନ ରାଜ୍ଯ ଓ ରାଜ୍ଯ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ପୀଠରେ ଭିଡ ଲାଗିଛି। ମଣିବାବାଙ୍କ ମନ୍ଦିରରେ ମଧ୍ୟ କାର୍ତ୍ତିକମାସରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଘରେ ସଶସ୍ତ୍ର ଡକାୟତି

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବାମରାରେ ବନ୍ଧୁକ ମୁନରେ ଡକାୟତି । ଅବସପ୍ରାପ୍ତ ସେନା କର୍ମଚାରୀଙ୍କ ଘରୁ ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଥିବା ସୂଚନା ମିଳିଛି । ବନ୍ଧୁକ ଦେଖାଇ ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଜାରି ରଖିଛି। ମୁଖା ପିନ୍ଧି ବନ୍ଧୁକ ଧରି ୪ରୁ ୫ଜଣ ଘରେ ପଶି ଡକାୟତି କରି ଫେରାର ମାରିଛନ୍ତି ।

ମନ୍ଦିର ଭିତରୁ ସୁନା ଚେନ୍ ଛିଣ୍ଡାଇ ନେଲେ ଲୁଟେରା

ଭୁବନେଶ୍ୱର: ମନ୍ଦିର ଭିତରୁ ଚେନ୍ ଛିଣ୍ଡାଇ ନେଲେ ଲୁଟେରା। ୬୮ ବର୍ଷିୟ ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ଚେନ୍। ନୟାପଲ୍ଲୀ ବେହେରା ସାହି ଶିବମନ୍ଦିରରେ ମାତିଲେ ଲୁଟେରା। ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା N5 ଅଞ୍ଚଳର ଲକ୍ଷ୍ମୀପ୍ରିୟା ପତିଙ୍କ ବେକରୁ ଚେନ ଛିଣ୍ଡାଇ ନେଇଥିବା ନେଇ ଅଭିଯୋଗ ହୋଇଛି । ଭୋର୍ ସମୟରେ ଡଙ୍ଗା ଭସାଇ ଠାକୁରଙ୍କୁ ଦର୍ଶନ ପାଇଁ ଲାଇନରେ ଛିଡା ହୋଇଥିବା ବେଳେ ସୁନା ଚେନ୍ ଛିଣ୍ଡାଇ ନେଇଥିବା ଅଭିଯୋଗ ହୋଇଛି ।

ଏଲପିଜି ସିଲିଣ୍ଡର ଫାଟି ୩ ଜଣ ଗୁରୁତର

ରାୟଗଡା: ଏଲପିଜି ସିଲିଣ୍ଡର ଫାଟି ୩ ଜଣ ଗୁରୁତର। ଗୁରୁତରଙ୍କୁ ପ୍ରଥମେ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏବଂ ଜଣଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଇଛି। ଆହତମାନେ ହେଲେ ଡି. ଶିବା, ଧର୍ମା ମିଣିଆକା ଓ ଦିନ ମିଣିଆକା। ସେମାନେ ହତିପଥର ରୋଡ଼ ରାଣୀଗୁଡାଫାର୍ମ ନିକଟରେ ଗୋଟିଏ ଭଡାଘରେ ରହୁଥିଲେ । ଗ୍ୟାସ ଲିକେଜ ଥିବାରୁ ଗ୍ୟାସ ଅନ୍ କରିବା ପରେ ହଠାତ ଟାଙ୍କିରେ ନିଆଁ ଲାଗି ଥିଲା ଓ ବିସ୍ଫୋରଣ ହୋଇଥିଲା। ଏଥିରେ ୩ ଜଣ ଗୁରୁତର ହୋଇଥିଲେ। ଘର କବାଟ ବନ୍ଦ ଥିଲା ଏବଂ ଦୁଇ ଜଣ ଶୋଇଥିବାରୁ ସେମାନେ ବାହାରକୁ ଜଲଦି ବାହାରି ପାରିନିଥିଲେ।

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ବିନ୍ଦୁସାଗର, ଡଙ୍ଗା ଭସାଇବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ୱର: ବର୍ଷକ ବାର ମାସ ମଧ୍ୟରୁ ଧର୍ମ ମାସ କାର୍ତ୍ତିକ ମାସ ହେଉଛି ଅନ୍ୟତ୍ତମ ।ଏହି ଦିନର ରହିଛି ସ୍ବତନ୍ତ୍ରତା । ପୁରପଲ୍ଲୀରେ ଲୋକ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବା ସହ ବୋଇତ ବନ୍ଦାଇ ନଦୀରେ ମେଲାଣି ଦେଇଥାନ୍ତି। ଅଅଁଳା ନବମୀ ଠାରୁ ପଞ୍ଚୁକ କରିଥିବା ଧର୍ମ ପରାୟଣ ମହିଳା ମାନଙ୍କ ଆଜି ପଞ୍ଚୁକର ଶେଷ ଦିନ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମା । ଭୋରୁ ଶହ ଶହ ଶ୍ରଦ୍ଧାଳୁମାନେ ବିଭିନ୍ନ ନଦୀ, ପୋଖରୀରେ ପାନ ଗୁଆ ଥୋଇ ଗୀତ ଗାଈ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ବୁଡ଼ ପକାଇ ମନ୍ଦିରରେ ଦର୍ଶନ ସାରି ଉପବାସ ରହିବାର ବିଧି ରହିଛି ।

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭୁବନେଶ୍ଵର ବିନ୍ଦୁସାଗରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନେ ଭୋରରୁ ଆସି ଏଠାରେ ଡଙ୍ଗା ଭସାଇଛନ୍ତି।

ଦିଲ୍ଲୀରେ ବାୟୁ ପ୍ରଦୂଷଣ ବୃଦ୍ଧି, ଲାଗିଲା GRAP-୩ କଟକଣା

ନୂଆଦିଲ୍ଲୀ: ଦିଲ୍ଲୀରେ ସାଂଘାତିକ ରୂପ ନେଲାଣି ପ୍ରଦୂଷଣ। ନିଶ୍ବାସ ନେବା ମୁସ୍କିଲ ହୋଇପଡିଛି। ଜାତୀୟ ରାଜଧାନୀରେ ଆଜିଠାରୁ ଲାଗିଲା GRAP-୩ କଟକଣା। ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଥିବାରୁ ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ୍ GRAP ସ୍ତରର ୩ ନମ୍ବର କଟକଣା ଜାରି କରାଯାଇଛି। ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଗମ୍ଭୀର ସ୍ଥିତିରେ ରହିଛି। ଆନନ୍ଦବିହାରରେ ସବୁଠାରୁ ପ୍ରଦୂଷଣର ମାତ୍ରା ଅଧିକ ରହିଛି। ସେହିପରି ଦ୍ଵାରକା, ଆରକେ ପୁରମ, ମୁଣ୍ଡକା, ଚାନ୍ଦନୀ ଚୌକରେ ମଧ୍ୟ ଅଧିକ ପ୍ରଦୂଷଣ ରହିଛି। ଗ୍ରେଡ-୩ କଟକଣା ମଧ୍ୟରେ ଦିଲ୍ଲୀରେ ବିଏସ-୩ ଓ ବିଏସ-୪ ଡିଜେଲ ଚାରି ଟକିଆ ଗାଡି ଚଳାଚଳ ଉପରେ କଟକଣା ରହିବ। ଦିଲ୍ଲୀରେ ହାଲୁକା ବ୍ୟବସାୟିକ ଯାନ, ଡିଜେଲ ଟ୍ରକର ପ୍ରବେଶ ଉପରେ କଟକଣା ରହିଛି। ଅନାବଶ୍ୟକ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ। ଉଚ୍ଛେଦ କାର୍ଯ୍ୟ ମଧ୍ୟ ବନ୍ଦ ରହିବ। ହୋଟେଲ, ରେସ୍ତୋରାଁରେ ତନ୍ଦୁର ଚୁଲିରେ କୋଇଲା ଏବଂ କାଠ ଜାଳିବା ଉପରେ କଟକଣା ରହିଛି। କେବଳ ଜରୁରୀକାଳୀନ କାର୍ଯ୍ୟ ପାଇଁ ଡିଜେଲ ଜେନେରେଟରର ବ୍ୟବହାର ହୋଇପାରିବ। ଶିଳ୍ପରେ ଅଣସ୍ଵୀକୃତି ଇନ୍ଧନର ବ୍ୟବହାରରେ କଟକଣା ଲାଗିଛି। ଧୂଳିକୁ କମ କରିବାକୁ ରାସ୍ତାରେ ପାଣି ସିଂଚନ ଉପରେ ଗୁରୁତ୍ଵ ଦିଆଯିବ। ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀଙ୍କ କେବଳ ଅନଲାଇନ୍ କ୍ଲାସ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ। ଦିଲ୍ଲୀ ଆଖପାଖ ରାଜ୍ୟରେ ନଡ଼ା ଜାଳିବା କାରଣକୁ ଦିଲ୍ଲୀର ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି।

ତେବେ ପୂର୍ବ ବର୍ଷ ତୁଳନାରେ ଏବର୍ଷ କମ ନଡ଼଼ା ଜାଳିବା ଘଟଣା ସାମନାକୁ ଆସିଛି। ଏହାସହ ଦୀପାବଳି ପରେ ହୋଇଥିବା ଆତସବାସୀ ଏବଂ ଗାଡିରୁ ବାହାରୁଥିବା ଧୂଆଁରୁ ମଧ୍ୟ ପ୍ରଦୂଷଣମାତ୍ରା ବୃଦ୍ଧିପାଇବାର ମୁଖ୍ୟ କାରଣ।

ଆଜିଠୁ ରାଜ୍ୟରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଢ଼ିବ ଶୀତ । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବର୍ତ୍ତମାନ ରାଜ୍ୟକୁ ଉତ୍ତର-ପୂର୍ବ ଦିଗରୁ ପବନ ପ୍ରବାହତି ହେଉଥିବାରୁ ଉପକୂଳ ଓଡ଼ିଶାରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଦ୍ରତା ରହୁଛି। ପ୍ରଭାବରେ ତାପମାତ୍ରା ସ୍ବାଭାବିକ କିମ୍ବା ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି । ଏହାସହ ଆର୍ଦ୍ରତା ପାଇଁ ରାତି ତାପମାତ୍ରା ମଧ୍ୟ କମୁନାହିଁ । ବାତ୍ୟା ଦାନା ପ୍ରଭାବରେ ଏବେ ବି ଉପକୂଳ ଓଡ଼ିଶାରେ ରାତିରେ ଗରମ ଅନୁଭୂତ ହେଉଛି । ଆଜିଠାରୁ ପବନର ଦିଗ ପରିବର୍ତ୍ତନ ହେବ । ବିଶେଷ କରି ଉତ୍ତର ଦିଗରୁ ରାଜ୍ୟକୁ ଥଣ୍ଡା ପବନ ପ୍ରବାହ ବଢିବ। ଫଳରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ଆକଳନ କରାଯାଇଛି । ବିଶେଷ କରି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, ବୌଦ୍ଧ, ସୋନପୁର, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ଜାଡ ବଢିବ । ୧୫ ତାରିଖରୁ ୨୧ ତାରିଖ ମଧ୍ୟରେ ପଶ୍ଚିମ ଓଡ଼ିଶାର ଜିଲ୍ଲା ମାନଙ୍କରେ ସର୍ବନିମ୍ନ ତାପମାତ୍ରା ୧୨ ରୁ ୧୪ ଡିଗ୍ରୀକୁ ଖସିଆସିବ। ଏହାସହ ସଂଲଗ୍ନ ଜିଲ୍ଲାମାନଙ୍କରେ ସର୍ବନିମ୍ନ ତାପମାତ୍ରା ୧୪ ରୁ ୧୮ ଡିଗ୍ରୀ ମଧ୍ୟରେ ରହିବ । ପରବର୍ତ୍ତୀ ସପ୍ତାହ ୨୨ ରୁ ୨୮ନଭେମ୍ବର ମଧ୍ୟରେ ପଶ୍ଚିମ ଜିଲ୍ଲା ମାନଙ୍କରେ ତାପମାତ୍ରା ଆହୁରି ଖସିବ। ପରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କରେ ଶୀତ ବଢିବ। ଉପକୂଳ ଓଡ଼ିଶାରେ ଦୁଇ ସପ୍ତାହ ପରେ ତାପମାତ୍ରା କମିବା ସହ ଜାଡ ବଢିବ ବୋଲି ଆକଳନ କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୩.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ, ପାହାଡିଆ ଅଞ୍ଚଳ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୩.୪ ଡିଗ୍ରୀ ରେକର୍ଡ କରାଯାଇଛି।

ଗତକାଲି ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୨୧.୯ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ, କଟକରେ ୨୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର।

ଆଜିଠୁ ଐତିହାସିକ କଟକ ବାଲିଯାତ୍ରା

କଟକ: କଟକ ଐତିହାସିକ ବାଲିଯାତ୍ରା ପାଇଁ ଉଠୁଛି ପଡୁଛି ମହାନଦୀ କୂଳ ଉପର ଓ ତଳ ବାଲିଯାତ୍ରା ପଡିଆ। ଆଜି ସଂଧ୍ଯାରେ ପୂର୍ବ ଭାରତର ସବୁଠୁ ବଡ  ଐତିହାସିକ ବାଣିଜ୍ଯ ମେଳା ଉଦଘାଟିତ ହେବ। ମୁଖ୍ୟମନ୍ତ୍ରୀ ଏହି ମେଳାକୁ ସଂଧ୍ଯା ୫ ଟାରେ ଉଦଘାଟନ କରିବେ। ଏଥର ଏହି ମେଳାକୁ ଅନ୍ତର୍ଜାତୀୟ ରୂପ ଦେବା ପାଇଁ ୧୩ ଟି ଦେଶର ରାଷ୍ଟ୍ରଦୂତଙ୍କୁ ଅତିଥି ଭାବେ ପ୍ରଶାସନ ଆମନ୍ତ୍ରଣ କରିଛି। ସେମାନେ ସମସ୍ତେ ମହାନଦୀ ସିଲଭର ସିଟି ବୋଟ କ୍ଲବରୁ ଚାରୋଟି ସୁସଜ୍ଜିତ ବୋଟରେ ଆସି ଗଡଗଡିଆରେ ଓହ୍ଲାଇବେ। ସେଠାରୁ ଉପର ଓ ତଳ ପଡିଆ ବାଲିଯାତ୍ରା ବୁଲି ଦେଖିବେ। ଏଥି ସହିତ ବାଲିଯାତ୍ରାରେ ଦକ୍ଷିଣ ପୂର୍ବ ଆଠଟି ଦେଶର ଷ୍ଟଲକୁ ନେଇ ଏକ ନୂଆ ପାଭିଲିୟନ ପ୍ରତିଷ୍ଠା ହେବ। ଏହା ଛଡା ୮ ଟି ଦେଶର କଳାକାରମାନେ ପ୍ରତିଦିନ ସଂଧ୍ଯାରେ ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ସେମାନଙ୍କର ନୃତ୍ଯ ଗୀତ ପରିବେଷଣ କରିବେ।

ଏଥର ବାଲିଯାତ୍ରା ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥି ପାଇଁ ଉପର ଓ ତଳ ପଡିଆ ରେ ୨୫୦୦ ଛୋଟ ବଡ ଷ୍ଟଲ ହୋଇଛି। ଓରମାସ ଓ ଜାତୀୟ ଗାନ୍ଧୀ ଶିଳ୍ପ ବଜାରରେ ବିଭିନ୍ନ ରାଜ୍ୟର ଗ୍ରାମିଣ ତଥା ଘରକରଣା ସାମଗ୍ରୀ ମିଳିବ। ସୁସ୍ବାଦୁ ଖାଦ୍ଯ ଲୋକଙ୍କୁ ପରସିବା ପାଇଁ ବିଭିନ୍ନ ରାଜ୍ୟର ଷ୍ଟଲ ହୋଇଛି। ଅନ୍ଯ ପକ୍ଷରେ ନଦୀକୂଳରେ ଏଥର ଲେଜର ସୋ, ଡ୍ରୋନ ସୋ, ୱାଟର ସ୍ପୋର୍ଟସ, କାଇଟ ଫେଷ୍ଟିଭାଲ ହେବ। ଏଥର ଡ୍ରୋନ ସୋ ରେ ୪୦୦ ଡ୍ରୋନ ଭାଗ ନେବେ। ଅନ୍ଯ ପକ୍ଷରେ ବିଭିନ୍ନ ପ୍ରକାର ଦୋଳି ଓ ଅନନ୍ତ ଦୁନିଆ ଭଳି ଖେଳ ଓ କାଳ୍ପନିକ ଦୁନିଆ ବୁଲିବା ପାଇଁ ଦର୍ଶକ ସୁଯୋଗ ପାଇବେ।

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ଦୁର୍ଲଭ ରାଜରାଜେଶ୍ଵର ବେଶ

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ଦୁର୍ଲଭ ରାଜରାଜେଶ୍ଵର ବେଶ ବା ସୁନାବେଶ । କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ବିରାଜିତ ତିନି ଠାକୁରଙ୍କୁ ରାଜରାଜେଶ୍ୱର ବେଶରେ ସଜିତ କରାଯାଇଥାଏ । ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସୁସଜ୍ଜିତ କରାଇବେ। ଏହି ବେଶରେ ଠାକୁରମାନେ ଶ୍ରୀଭୁଜ, କିରୀଟ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କୁଣ୍ଡଳ, ଚିତା, ଚନ୍ଦ୍ରିକା, ଶଙ୍ଖ, ଚକ୍ର, ହଳ, ମୂଷଳ, ତ୍ରିଶାଖା, ଅଳକା, ତଡ଼ଗି, ଶ୍ରୀମୁଖ ପଦ୍ମ, ଘାଗଡ଼ା ମାଳି, କଦମ୍ବ ମାଳି, ହରିଡ଼ା କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ବାଘନଖି ମାଳି ଓ ସେବତୀମାଳି ଆଦି ରତ୍ନ ଅଳଙ୍କାର ଧାରଣ କରିବେ । ଏହି ଦୁର୍ଲଭ ସୁବର୍ଣ୍ଣ ବେଶ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି ସହ ଟ୍ରାଫିକ ବ୍ୟବସ୍ତାକୁ ସୁ ବ୍ୟବସ୍ଥିତ କରାଯାଇଛି । ଅନ୍ୟପଟେ ଆଜି ମହାଧାର୍ମିକ କାର୍ତ୍ତିକ ମାସର ଶେଷ ଦିନ ଥିବାରୁ ଶ୍ରୀକ୍ଷେତ୍ରର ମହୋଦାଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ଓ ବୁଡ଼ ପକାଇବା ପାଇଁ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମେତ ବ୍ରତଧାରୀ ଓ ହବିଷ୍ୟାଳିଙ୍କ ସମାଗମ ହୋଇଛି । ଭକ୍ତଙ୍କ ସାମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ୩୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶ୍ରୀମନ୍ଦିର ବାହାରେ, ସମୁଦ୍ରକୁଳ, ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଛି ।

ନବୀନ ପଟ୍ଟନାୟଙ୍କୁ ଭେଟିଲେ ବଡିବିଲ୍ଡର ଜଗନ୍ନାଥ ଖୁଣ୍ଟିଆ

ନନ୍ଦିଘୋଷ ବ୍ୟୁରୋ: ପଂଚଦଶ ବିଶ୍ବ ବଡିବିଲ୍ଡିଂ ଓ ଫିଜିକ୍ ଚାମ୍ପିଆନସିପରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଓଡିଶା ଯୁବ ବଡି ବିଲଡର ଜଗନ୍ନାଥ ଖୁଣ୍ଟିଆଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ୭୫ କିଲୋ ବର୍ଗରେ ଜଗନ୍ନାଥ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେ ଏହି ଚାମ୍ପିଅନସିପରେ ଯିବା ପୂର୍ବରୁ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଥିଲେ। ପଦକ ଜିତିବା ପରେ ସେ ନବୀନ ନିବାସ ଯାଇ ନବୀନଙ୍କୁ ଭେଟି ତାଙ୍କ ପଦକ ଦେଖାଇଥିଲେ। ନବୀନ ଜଗନ୍ନାଥଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ଦେଶ ଓ ରାଜ୍ୟ ପାଇଁ ସୁନାମ ଆଣିବାକୁ ଶୁଭେଚ୍ଛା ଜଣାଇଛନ୍ତି। ବ୍ରୋଞ୍ଜ ପଦକ ଜିତିବା ପରେ ଜଗନ୍ନାଥ ଖୁଣ୍ଟିଆଙ୍କୁ ବିଜେଡି ସାଂସଦ ମାନସ ମଙ୍ଗରାଜ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।