spot_img
Home Blog Page 1382

କାର୍ଯ୍ୟକ୍ରମ କାର୍ଯ୍ୟକାରୀ କମିଟି ବୈଠକରେ ବିଜେଡିର ଆଗାମୀ ରଣନୀତି ନେଇ ଆଲୋଚନା

ଭୁବନେଶ୍ବର: ଶେଷ ହୋଇଛି ବିଜେଡିର କାର୍ଯ୍ୟକ୍ରମ କାର୍ଯ୍ୟକାରୀ କମିଟି ବୈଠକ । ଏଥିରେ ଦଳର ଆଗାମୀ ରଣନୀତି ନେଇ ହୋଇଛି ଆଲୋଚନା । ଶଙ୍ଖ ଭବନରେ ବସିଥିବା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କମିଟି ବୈଠକରେ ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ବିଜେଡି କିଭଳି ଲୋକଙ୍କ ପାଖରେ ପହଞ୍ଚାଇବ ସେନେଇ ହୋଇଛି ଆଲୋଚନା ।

ଦଳର ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନର ଅଗ୍ରଗତି ନେଇ ମଧ୍ୟ ଆଲୋଚନା ହୋଇଛି । ଜନସମ୍ପର୍କ ପଦଯାଦ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନରେ ଦଳ ଲୋକଙ୍କ ପାଖରେ ପହଁଚିବାରେ କେତେ ସଫଳତା ପାଇଛି ସେନେଇ ବରିଷ୍ଠ ନେତାମାନେ ଆଲୋଚନା କରିଛନ୍ତି । ଆଗକୁ ଏହିସବୁ ଅଭିଯାନକୁ ଅଧିକ ପ୍ରଭାବୀ କରିବା ଦିଗରେ ମଧ୍ୟ ବରିଷ୍ଠ ନେତାମାନେ ସେମାନଙ୍କ ମତ ରଖିଛନ୍ତି ।

ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ସାନନ୍ଦ ମାରାଣ୍ଡି, ଲେଖାଶ୍ରୀ ସାମନ୍ତସିଂହାର, ଭୃଗୁ ବକ୍ସିପାତ୍ର, ପ୍ରତାପ ଜେନା, ପ୍ରଣବ ବଳବନ୍ତରାୟ, ବିକ୍ରମ ପଣ୍ଡାଙ୍କ ଭଳି ବରିଷ୍ଠ ନେତାମାନେ ଆଲୋଚନାରେ ଭାଗ ନେଇ ଆଗାମୀ ଦିନରେ ଦଳକୁ ଅଧିକ ଶକ୍ତିଶାଳୀ କରିବା ନେଇ ନିଜ ନିଜ ପ୍ରସ୍ତାବ ଦେଇଥିଲେ । ବୈଠକରେ ରାଜ୍ୟବାସୀଙ୍କ ଆବଶ୍ୟକତାକୁ ଗୁରୁତ୍ବ ଦେଇ ଦଳ କେମିତି କାମ କରିବ ସେଦିଗରେ ମଧ୍ୟ ଆଲୋଚନା ହୋଇଛି ।

କେନ୍ଦ୍ରକୁ ବ୍ୟବସାୟୀଙ୍କ ଚରମବାଣୀ: ଖୁଚୁରା ବ୍ୟବସାୟରେ ଏଫଡିଆଇ ବନ୍ଦ ନକଲେ…

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ କର୍ପୋରେଟ୍ ପ୍ରୀତିକୁ ଘୋର ବିରୋଧ । ସିଧା ସିଧା ଚେତାବନୀ ଦେଇଛି ସର୍ବଭାରତୀୟ ବ୍ୟବସାୟୀ ସଂଘ । ଯଦି ଖୁଚୁରା ବ୍ୟବସାୟରେ ଏଫଡିଆକୁ ବନ୍ଦ କରା ନଯାଏ ଆଗାମୀ ଦିନରେ ୯ କୋଟି ବ୍ୟବସାୟୀ ସେମାନଙ୍କ ଲାଇସେନ୍ସ ସରେଣ୍ଡର କରି ଦେବେ । ୟୁପିଏ ସରକାର ସମୟରେ ଯେଉଁ ବିଜେପି ରିଟେଲ୍ ଏଫଡିଆଇକୁ ବିରୋଧ କରିଥିଲା ଶାସନକୁ ଆସିବା ପରେ ଏହାକୁ ଅନୁମତି ଦେଇ ୭୦ କୋଟି ଲୋକଙ୍କ ପେଟରେ ଲାତ ମାରିଛି । ବିଶେଷଜ୍ଞଙ୍କ ଅଭିଯୋଗ, ଏଫଡିଆଇ ଭିତ୍ତିଭୂମି ବିକାଶ ପାଇଁ ବିନିଯୋଗ ନକରି ରିଟେଲ ବ୍ୟବସାୟରେ ଅନୁମତି ଦେବା ଅର୍ଥ ଦେଶରେ ବେରୋଜଗାରୀ ବୃଦ୍ଧିକୁ ସିଧା ଆମନ୍ତ୍ରଣ କରିବା ।

୧୦ ବର୍ଷ ସମ୍ଭାଳିଲୁ, ଆଉ ବରଦାସ୍ତ କରିହେବନି । ଏଣିକି ଆରପାର ଲଢେଇ । କେନ୍ଦ୍ର ସରକାରଙ୍କୁ ଏପରି ଚରମବାଣୀ ଶୁଣାଇଛି ସର୍ବଭାରତୀୟ ବ୍ୟବସାୟୀ ସଂଘ କେଟ୍ । ଖୁଚୁରା ବ୍ୟବସାୟରେ କେନ୍ଦ୍ର ସରକାର ଏଫଡିଆଇକୁ ଅନୁମତି ଦେଇ ବ୍ୟବସାୟୀଙ୍କ ଦାନାପାଣି ବନ୍ଦ କଲେଣି । ବନ୍ଦ ହେଲାଣି ୧ କୋଟି ବ୍ୟବସାୟୀଙ୍କ ବେପାର । ରିଟେଲ୍ କାରବାରରେ ଏଫଡିଆଇ ବନ୍ଦ ନକଲେ ୯ କୋଟି ଖୁଚୁରା ବ୍ୟବସାୟୀ ସେମାନଙ୍କ ଲାଇସେନ୍ସ ସରେଣ୍ଡର କରିବାକୁ ବାଧ୍ୟ ହେବେ ।

୨୦୧୩ରେ ୟୁପିଏ କ୍ଷମତାରେ ଥିବାବେଳେ ରିଟେଲ୍ ଏଫଡିଆଇ ବିଲ୍ ଆସିଥିଲା । ସେତେବେଳେ ବିରୋଧୀ ଦଳରେ ଥିବା ବିଜେପି ବ୍ୟବସାୟୀଙ୍କ ସ୍ବାର୍ଥକୁ ସମର୍ଥନ କରି ସଂସଦରେ ବିଲ୍କୁ ଘୋର ବିରୋଧ କରିଥିଲା । କିନ୍ତୁ ୨୦୧୪ରେ ଏନଡିଏ ସରକାର କ୍ଷମତାକୁ ଆସିବାର ମାତ୍ର ୨ ମାସ ଭିତରେ ବିଶ୍ବ ବାଣିଜ୍ୟ ଚୁକ୍ତିନାମାର ଦ୍ବାହି ଦେଇ ଏଫଡିଆଇକୁ ଅନୁମତି ଦେଲେ । ଫଳରେ ଆଜି ବଡ଼ ବଡ଼ କର୍ପୋରେଟଙ୍କ ନିୟନ୍ତ୍ରଣକୁ ଚାଲିଯାଇଛି ଅତ୍ୟାବଶ୍ୟକ ସାମଗ୍ରୀ ବଜାର । ସେମାନେ ବିଦେଶରୁ ଡଲାର ଆକାରରେ ଋଣ କରି ୧ରୁ ୨ ପ୍ରତିଶତ ସୁଧରେ ସାମ୍ରାଜ୍ୟ ଠିଆ କରୁଛନ୍ତି । ଅଥଚ ସାଧାରଣ ଖୁଚୁରା ବ୍ୟବସାୟୀଟି ବ୍ୟାଙ୍କରୁ ଅନ୍ଯୁନ ୧୦ ପ୍ରତିଶତ ସୁଧରେ ଋଣ ନେଇ ତଳିତଳାନ୍ତ ହେଉଛି । କେନ୍ଦ୍ର ସରକାର ଖୁଚୁରା ବ୍ୟବସାୟୀଙ୍କ ସାମାଜିକ ସୁରକ୍ଷା ଦିଗଟିକୁ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି । କେଟକୁ ବାରମ୍ବାର ପ୍ରତିଶ୍ରୁତି ଦେଇ କେନ୍ଦ୍ର ସରକାର କେବଳ ପ୍ରତାରଣା କରିଛି ବୋଲି ଅଭିଯୋଗ ହୋଇଛି ।

ଦେଶର ଖୁଚୁରା ବ୍ୟବସାୟରେ ଗୋଟିଏ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଖୁଚୁରା ବେପାରରେ ଏଫଡିଆଇକୁ ଆଦୌ ଅନୁମତି ଦେବା କଥା ନୁହେଁ । ଏହା ବଦଳରେ ଭିତ୍ତିଭୂମି ନିର୍ମାଣରେ ଏଫଡିଆଇ ବିନିଯୋଗ କଲେ ଜନତାଙ୍କ କଲ୍ୟାଣ ହୁଅନ୍ତା । କିନ୍ତୁ ଏବେର କେନ୍ଦ୍ର ସରକାର ତାହା ନକରି ଖୁଚୁରା ବ୍ୟବସାୟୀଙ୍କ ପେଟରେ ଲାତ ମାରିବା ଭଳି କାମ କରୁଛନ୍ତି । ଯଦି ଖୁଚୁରା ବ୍ୟବସାୟୀମାନେ ସେମାନଙ୍କ ଲାଇସେନ୍ସ ସରେଣ୍ଡର କରନ୍ତି ତା’ହେଲେ ଅରାଜକତା ସ୍ଥିତି ସୃଷ୍ଟି ହେବ । ବେରୋଜଗାରୀ ଆହୁରି ବଢିଯିବ । ବାସ୍ତବରେ ଖୁଚୁରା ବ୍ୟବସାୟୀ ୫୫ ପ୍ରତିଶତ ରୋଜଗାର ଦେଇଥାନ୍ତି । ଏତେ ମାତ୍ରାରେ ରୋଜଗାର ସୁଯୋଗ ସୃଷ୍ଟି କରିବା କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାରଙ୍କ ପକ୍ଷରେ ଆଦୌ ସମ୍ଭବ ନୁହେଁ । ଖାଲି ସେତିକି ନୁହେଁ, ବଡ଼ ବଡ଼ କର୍ପୋରେଟ୍ ଜଗତ ଅତ୍ୟାବଶ୍ୟକ ସାମଗ୍ରୀ ବଜାରକୁ ନିଜ କବଜାକୁ ନେଲେ ସାଧାରଣ ଲୋକେ ମଧ୍ୟ ଦରଦାମ ଶୋଷଣର ଶିକାର ହେବେ ବୋଲି ଚେତାଇ ଦେଇଛନ୍ତି ବିଶେଷଜ୍ଞ ।

ବିରୋଧୀ ଭୂମିକାରେ ଥିବାବେଳେ ବ୍ୟବସାୟୀଙ୍କ ସ୍ବାର୍ଥ ଦିଶୁଥିଲା । ଏବେ କ୍ଷମତାରେ ଥାଇ ବ୍ୟବସାୟୀଙ୍କ ଦୁଃଖ ଆଖିକୁ ଦିଶୁନି ବୋଲି ଅଭିଯୋଗ ହୋଇଛି । ଆଗାମୀ ଦିନରେ ବିଶେଷ କାର୍ଯ୍ୟକ୍ରମ କରି ଦେଶର ବ୍ୟବସାୟୀଙ୍କୁ କେନ୍ଦ୍ରର ମାରଣ ନୀତି ବିରୋଧରେ ଏକାଠି କରିବାକୁ ଯୋଜନା କରୁଛି ସର୍ବଭାରତୀୟ ବ୍ୟବସାୟୀ ସଂଘ ।

ଓଡ଼ିଶା ପ୍ରସଙ୍ଗରେ କମ୍ପୁଛି ଝାଡ଼ଖଣ୍ଡର ନିର୍ବାଚନୀ ମୈଦାନ, ଆମ୍ବ ଟାକୁଆ ମୃତ୍ୟୁ କଥା ଉଠାଇ ରାଜ୍ୟବାସୀଙ୍କୁ ଚେତାଇଲା କଂଗ୍ରେସ

ଭୁବନେଶ୍ବର: ୨୪ ବର୍ଷ ଧରି ଯାହା ହୋଇ ନଥିଲା, ଏବେ ହେଲା । ଓଡ଼ିଶାରେ ବିଜେପି ସରକାରକୁ ଆସୁ ଆସୁ ଆମ୍ଵ ଟାକୁଆ ଖାଇ ଆଦିବାସୀଙ୍କ ମୃତ୍ୟୁ ହୋଇଛି । ଝାଡ଼ଖଣ୍ଡରେ ବି ଯଦି ବିଜେପି ସରକାରକୁ ଆସେ, ତେବେ ଏପରି ଅବସ୍ଥା ହେବ । କାରଣ ବିଜେପି ହେଉଛି ଆଦିବାସୀ ବିରୋଧୀ । ଝାଡ଼ଖଣ୍ଡବାସୀଙ୍କୁ ଏହା ଚେତାଇ ଦେଇଛି କଂଗ୍ରେସ । ତେଣୁ ବିଧାନସଭା ନିର୍ବାଚନରେ ବିଜେପିକୁ ଭୋଟ ଦେବାର ଭୁଲ ନକରି ଇଣ୍ଡିଆ ମେଣ୍ଟକୁ ଭୋଟ ଦେବାକୁ ଆହ୍ଵାନ ଦେଇଛି କଂଗ୍ରେସ ।

ଝାଡ଼ଖଣ୍ଡ ନିର୍ବାଚନରେ ଏପରି ପ୍ରଚାର କରୁଛି କଂଗ୍ରେସ । ଝାଡ଼ଖଣ୍ଡର ୧୮ ପ୍ରତିଶତ ଓଡ଼ିଆ ଭୋଟରଙ୍କୁ ନିଜ ପଟକୁ ଆଣିବାକୁ କଂଗ୍ରେସ ଆପଣାଇଛି ଏହି ରଣନୀତି । ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା କଥା ବି ଉଠାଇଛି କଂଗ୍ରେସ । ଆଉ ଝାଡ଼ଖଣ୍ଡକୁ ଯାଇ ଓଡ଼ିଶାର ବହୁ କଂଗ୍ରେସ ନେତା ପ୍ରଚାର କରିବା ସହ ବିଜେପି ଆସିଲେ ସ୍ଥିତି କ’ଣ ହେବ ତାହା ଚେତାଉଛନ୍ତି ।

ଦାରିଙ୍ଗବାଡିରେ ଆମ୍ଵ ଟାକୁଆ ମୃତ୍ୟୁକୁ ନେଇ କମ୍ପୁଛି ଝାଡ଼ଖଣ୍ଡ ରାଜନୀତି । ସେଠାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହାକୁ ପ୍ରମୁଖ ପ୍ରସଙ୍ଗ କରି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ହେବା ପରେ ଆଦିବାସୀମାନେ କିପରି ଖାଇବାକୁ ନ ପାଇ ଆମ୍ଵ ଟାକୁଆ ଖାଇବାରୁ ମୃତ୍ୟୁ ହୋଇଛି, ତାହା ଝାଡ଼ଖଣ୍ଡବାସୀଙ୍କୁ ବୁଝାଉଛନ୍ତି କଂଗ୍ରେସ ନେତାମାନେ । ସେମାନେ କହୁଛନ୍ତି, ବିଜେପି ହେଉଛି ଆଦିବାସୀ ବିରୋଧୀ, ବିଜେପି ଶାସନରେ ଓଡ଼ିଶାର ଆଦିବାସୀ ବହୁତ ହଇରାଣ ଓ ଅବହେଳିତ ହେଉଛନ୍ତି । ଝାଡ଼ଖଣ୍ଡରେ ବିଜେପି କ୍ଷମତାକୁ ଆସିଲେ, ସେମାନେ ବି ଏପରି ହଇରାଣ ହେବେ ବୋଲି ଭୋଟରଙ୍କୁ ବୁଝାଉଛନ୍ତି ଓଡ଼ିଶାର କଂଗ୍ରେସ ନେତାମାନେ । ଏପରି ସମରସଜ୍ଜା ଇଣ୍ଡିଆ ମେଣ୍ଟକୁ ଜିତାଇବ ବୋଲି ଦଳ ଆଶା କରିଛି । କେବଳ ସେତିକି ନୁହେଁ, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରି କିପରି ଲହୁଲୁହାଣ କରିଛନ୍ତି, ତାହା ବି  ଭୋଟରଙ୍କୁ ବୁଝାଉଛି କଂଗ୍ରେସ ।

ଝାଡ଼ଖଣ୍ଡର ୧୮ ପ୍ରତିଶତ ଭୋଟର ହେଉଛନ୍ତି ଓଡ଼ିଆ । ଶାସନ କ୍ଷମତାକୁ କିଏ ଆସିବ, ଏହି ନିଷ୍ପତ୍ତିରେ ଓଡ଼ିଆ ଭୋଟରଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ତେଣୁ ସେମାନଙ୍କୁ ନିଜ ପଟକୁ ଆଣିବାକୁ ଭିନ୍ନ ପ୍ରକାରର ସମରସଜ୍ଜା କରିଛି କଂଗ୍ରେସ । ମହମ୍ମନ ମୋକିମ, ଜୟଦେବ ଜେନା, ସନ୍ତୋଷ ସିଂ ସାଲୁଜା, ବିଶ୍ଵରଞ୍ଜନ ମହାନ୍ତିଙ୍କ ପରି ଓଡ଼ିଆ ନେତା ଝାଡ଼ଖଣ୍ଡରେ ପ୍ରଚାର କରିଛନ୍ତି । ଏହି ଭୋଟ ବ୍ୟାଙ୍କର ଫାଇଦା ଉଠାଇବାକୁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନ୍ୟ ବିଜେପି ନେତା । ଯୋଗାଣମନ୍ତ୍ରୀ କୃଷ୍ଣପାତ୍ର କହିଛନ୍ତି, ଆମ୍ଵ ଟାକୁଆ ମୃତ୍ୟୁର ପ୍ରଭାବ ଝାଡ଼ଖଣ୍ଡରେ ପଡ଼ିବ ନାହିଁ ।

ଝାଡ଼ଖଣ୍ଡ ନିର୍ବାଚନରେ କେଉଁ ଓଡ଼ିଆ ନେତାଙ୍କ ରଣନୀତି ଅଧିକ ପ୍ରଭାବ ପକାଇବ, କଂଗ୍ରେସର ନା ବିଜେପିର । ଫାଇଦା କିଏ ପାଇବ, ତାହା ତ ସମୟ କହିବ। କିନ୍ତୁ ଓଡ଼ିଶାର ପ୍ରସଙ୍ଗ ଝାଡ଼ଖଣ୍ଡ ରାଜନୀତିକୁ ଆଚ୍ଛାଦିତ କରିବା, ନିଶ୍ଚିତ ଭାବେ ଏକ ନୂଆ ଟ୍ରେଣ୍ଡ କରିଛି । ଝାଡ଼ଖଣ୍ଡବାସୀଙ୍କୁ ପ୍ରଭାବିତ କରିବାକୁ ଜୋରସୋରରେ ପ୍ରଚାର କରୁଛନ୍ତି ଓଡ଼ିଶାର ବିଜେପି ଓ କଂଗ୍ରେସ ନେତା ।

ବିଜେପି ସରକାର ଆସୁ ଆସୁ ରାଜ୍ୟକୁ ଫେରିଲା ଅନାହାର ମୃତ୍ୟୁ: ନବୀନ

ଭୁବନେଶ୍ବର: ନବୀନଙ୍କୁ କଷ୍ଟ ଦେଇଛି ଆମ୍ବ ଟାକୁଆ ଖାଇ ନିରୀହ ଲୋକଙ୍କ ମୃତ୍ୟୁ ଘଟଣା । କାରଣ ତାଙ୍କ ଶାସନ କାଳର ୨୪ ବର୍ଷରେ କେବେ ବି କେହି ଭୋକରେ ମରି ନଥିଲେ । ହେଲେ ବିଜେପି ସରକାର ଆସୁ ଆସୁ ଆରମ୍ଭ ହୋଇଗଲା ଅନାହାର ମୃତ୍ୟୁ । ଏପରି କହି ରାଜ୍ୟର ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଠିକ୍ ସମୟରେ ମିଳିଲାନି ଚାଉଳ। ଯେଉଁଥି ପାଇଁ ଗରିବ ଆଦିବାସୀ ବାଧ୍ୟ ହୋଇ ଆମ୍ବ ଟାକୁଆ ଖାଇବାରୁ ଚାଲିଗଲା ୨ ଜଣଙ୍କ ଜୀବନ । ଲୋକଙ୍କ ଖାଦ୍ୟ ସୁରକ୍ଷା ସହ ସାଲିସ୍ ନ କରିବାକୁ ବିଜେପି ସରକାରକୁ ଚେତାବନୀ ଦେଇଛନ୍ତି ନବୀନ ।

ବିଜେପି ଆସିଲା, ଫେରିଲା ଭୋକର ଭୂଗୋଳ । ପ୍ରମାଣିତ କଲା ଦାରିଙ୍ଗବାଡ଼ି ମାଣ୍ଡିପଙ୍କା ଆମ୍ବ ଟାକୁଆ ଟ୍ରାଜେଡି । ସାରା ବିଶ୍ବରେ ନିନ୍ଦିତ ହେଲା ଓଡ଼ିଶା । ଦିନ ଥିଲା, ଭୋକର ଭୂଗୋଳରୁ ଓଡ଼ିଶାକୁ ବାହାର କରି ବିକାଶର ପ୍ରୟୋଗଶାଳାରେ ପରିଣତ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଦ୍ୟ ଅଭାବରୁ ଚାଉଳ ବଳକା ରାଜ୍ୟରେ ପରିଣତ ହୋଇଥିଲା ଓଡ଼ିଶା । ଆଦିବାସୀଙ୍କ ପାଖରେ ପହଞ୍ଚୁଥିଲା ଚାଉଳ । ହେଲେ ଏବେ ଚାଉଳ ପାଉନାହାନ୍ତି ଗରିବ ଆଦିବାସୀ । ଭୋକ ମିଟାଇବାକୁ ଖାଉଛନ୍ତି ଆମ୍ବ ଟାକୁଆ । ଯାହାର ଫଳ ସ୍ବରୂପ ଅକାଳେ ଗଲା ୨ ଜଣଙ୍କ ଜୀବନ । ମୃତ୍ୟ ସହ ଲଢ଼େଇ କରୁଛନ୍ତି ଆଉ ୨ ଜଣ । ଏହି ଘଟଣାକୁ ନେଇ ଗଭୀର ମର୍ମାହତ ହୋଇଛନ୍ତି ନବୀନ ପଟ୍ଟନାୟକ । ଯାହାକୁ ନେଇ ରାଜ୍ୟର ବିଜେପି ସରକାରକୁ କରିଛନ୍ତି କଡ଼ା ସମାଲୋଚନା । ଗରିବ ଲୋକଙ୍କ ଚାଉଳ ବିନା କାରଣରେ ବନ୍ଦ କଲେ ସରକାର । ଯେଉଁଥିପାଇଁ ସେମାନଙ୍କୁ ଆମ୍ବ ଟାକୁଆ ଖାଇବାକୁ ପଡ଼ିଲା । ରାଜ୍ୟରେ ଯେପରି କେହି ଭୋକିଲା ନରୁହନ୍ତି, ସେଥିପାଇଁ ଅନାହାର ବିରୋଧରେ ସଂଗ୍ରାମ କରିଥିଲେ ନବୀନ । ହେଲେ ୧୨ ବର୍ଷର ତପସ୍ୟାକୁ ଶୁଖୁଆ ପୋଡ଼ାରେ ସାରି ଦେଲେ ବିଜେପି ସରକାର । ଖାଲି ସେତିକି ନୁହେଁ, ଦୁଇଟି ଜୀବନ ଗଲା ପରେ ବି ନିଜ ଦୋଷ ଘୋଡ଼ାଇବାକୁ ବିଜେପି ପ୍ରୟାସ ଚଳାଇଛି ବୋଲି କହିଛନ୍ତି ନବୀନ ।

ବିକାଶ ଓ ଜନକଲ୍ୟାଣ ନବୀନଙ୍କ ମୂଳ ଲକ୍ଷ୍ୟ । ଆଜି ବିରୋଧୀ ଦଳରେ ଥାଇ ବି ରାଜ୍ୟର ସ୍ବାର୍ଥ ପାଇଁ କାମ କରି ଚାଲିଛନ୍ତି । ନବୀନ ସରକାର ସମୟରେ ଆରମ୍ଭ ହୋଇଥିବା ବିକାଶ ଓ ଜନ କଲ୍ୟାଣ ଯୋଜନା ଲୋକଙ୍କୁ ସ୍ବାଭିମାନ ସହ ବଞ୍ଚିବାକୁ ଶକ୍ତି ଦେଇଥିଲା । ଜାତୀୟ ଖାଦ୍ୟ ସୁରକ୍ଷାରୁ ବାଦ୍ ପଡ଼ିଥିବା ଗରିବ ଲୋକଙ୍କ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଥିଲେ ନବୀନ ପଟ୍ଟନାୟକ । ତେଣୁ ବିଜେପି ସରକାର ଲୋକଙ୍କୁ ଅବହେଳା ନ କରି ଏହାକୁ ଚାଲୁ ରଖିବାକୁ ସେ ଆହ୍ବାନ ଦେଇଛନ୍ତି । ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତା ସହ କୌଣସି ସାଲିସ କରାଯାଇପାରିବ ନାହିଁ କହି ବୋଲି ବିଜେପି ସରକାରକୁ ରୋକଠୋକ୍ ଶୁଣାଇଛନ୍ତି ବିରୋଧୀ ଦଳ ନେତା ।

ଦିନେ ଯେଉଁ ଓଡ଼ିଶାର ଦାରିଦ୍ର୍ୟ ହାର ଦେଶରେ ସର୍ବାଧିକ ଥିଲା, ତାହା ନବୀନ ସରକାର ସମୟରେ ବହୁ ତଳକୁ ଖସିଥିଲା । ଯାହା ଥିଲା ନବୀନ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ପ୍ରତିଫଳନ । ନବୀନ କରିଥିବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିଲେ ୨୫ ଲକ୍ଷ ଗରିବ । ହେଲେ ଏବେ ରାଜ୍ୟରେ ଚାଉଳ ପାଇନାହାନ୍ତି ୪୦ ଲକ୍ଷ ପରିବାର । ଏଭଳି ସ୍ଥିତିରେ ଓଡ଼ିଶା ପୁଣି ଥରେ ଭୋକର ଭୂଗୋଳର କଳଙ୍କ ଆଡ଼କୁ ଠେଲି ହୋଇଯାଉଛି ।

ମାତିଛନ୍ତି ହାତୀ, ମଞ୍ଚାରେ କଟୁଛି ଲୋକଙ୍କ ରାତି

ଉଦଳା: ଶିମିଳିପାଳ ପାଦଦେଶରେ ଥିବା ଗାଁରେ ଲୋକଙ୍କ ନିଦ ହଜାଇଛନ୍ତି ହାତୀ । କରୁଛନ୍ତି ଫସଲ ନଷ୍ଟ । ଗରିବ ଲୋକେ ନିଜର ଫସଲ ରକ୍ଷା ପାଇଁ କରୁଛନ୍ତି ସଂଘର୍ଷ । ଦିନରାତି ହାତୀ-ମଣିଷ ମଧ୍ୟରେ ଚାଲିଛି ଛକାପଞ୍ଝା । ସ୍ଥିତି ଏମିତି ହୋଇଛି ଯେ, ନିଜ ଫସଲକୁ ବଞ୍ଚାଇବାକୁ ଘର ଛାଡି ମଞ୍ଚାରେ ରାତି ବିତାଉଛନ୍ତି ଲୋକେ ।

ଶିମିଳିପାଳ ପାଦଦେଶରେ ଥିବା ପୋଡାଡିହା ରେଞ୍ଜ ନଛିପୁର ଗାଁରେ ଏମିତି ସ୍ଥିତି । ମଞ୍ଚା ଉପରେ ରାତି କାଟୁଛନ୍ତି ଲୋକେ । ରାତିରେ ବିଲ ମଧ୍ଯରେ ଜଳୁଛି ନିଆଁ । ସମସ୍ତେ ହାତରେ ଟର୍ଚ୍ଚ ଧରି ଦୌଡୁଛନ୍ତି ବିଲ ଭିତରକୁ । କାହିଁକି ନା ଚାଷୀଙ୍କୁ ଘାରିଛି ହାତୀ ଭୟ । ଟିକେ ଅବହେଳା କଲେ ରାତିକ ମଧ୍ଯରେ ଧାନ ଫସଲକୁ ନଷ୍ଟ କରି ଦେଉଛନ୍ତି ହାତୀପଲ । ଏଠାକାର ଲୋକଙ୍କ ପାଇଁ ଏବେ ହାତୀ ମୁହଁରୁ ନିଜ ଫସଲ ବଞ୍ଚାଇବା କାଠିକର ପାଠ ହୋଇଯାଇଛି । ଗାଁର ଏକର ଏକର ଚାଷ ଜମି ଏବେ ହାତୀଙ୍କ ପାଦ ତଳେ ନଷ୍ଟ ହେଉଛି । ଫଳରେ ସନ୍ଧ୍ୟା ହେଲେ ଘରୁ ହାତରେ ଟର୍ଚ୍ଚ, ରାତି ପାଇଁ ଖାଦ୍ୟ, ଚାଦର ଧରିକି ବୃଦ୍ଧା କି ଯୁବକ ସମସ୍ତେ ଯାଇ ପହଞ୍ଚୁଛନ୍ତି ଚାଷ ଜମି ପାଖରେ । ବିଲ ପାଖରେ ନିଆଁ ଲଗାଇ ଦେଇ ଚାଷୀ ଉଠି ଯାଉଛନ୍ତି ଗଛ ଉପରେ ତିଆରି କରିଥିବା ମଞ୍ଚା ଉପରକୁ । ରାତି ତମାମ ସେହି ମଞ୍ଚାରେ ଉପରେ ଶୋଇ ହାତୀ ଆସିଲେ ଘଉଡାଛନ୍ତି ।

ଦିନେ କି ଦୁଇ ଦିନ ନୁହେଁ, ଧାନ ଫସଲ ଆରମ୍ଭ ହେଲା ଦିନରୁ ଅର୍ଥାତ ୩ ମାସ ହେବ ପ୍ରତିଦିନ ଗ୍ରାମବାସୀ ଓ ଚାଷୀମାନେ ଏଭଳି ହଇରାଣ ହେଉଛନ୍ତି । ଦିନରେ ପେଟ ପୋଷିବା ପାଇଁ ସଂଘର୍ଷ ଆଉ ରାତି ହେଲେ ଫସଲ ବଞ୍ଚାଇବାକୁ ଆଖିର ନିଦ ହଜାଇବାକୁ ପଡୁଛି । ହେଲେ ବନ ବିଭାଗ ହାତୀ ଘଉଡାଇବା ପାଇଁ କୌଣସି ସାହାଯ୍ୟ କରୁ ନଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି ।

ଗ୍ରାମବାସୀ ରାତି ରାତି ଉଜାଗର ରହି ହାତୀଙ୍କ ସହ ମୁହାଁମୁହିଁ ହେଉଥିଲେ ବି ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଭଅିଯୋଗ ହେଉଛି । ବନ ବିଭାଗର ନିଷ୍କ୍ରିୟତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।  ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

ରାତି ଅଧିଆ ମାଟି ପକାଇ ଚାଷୀଙ୍କ ଜମି ହଡପ କରୁଛନ୍ତି ମାଫିଆ

ବରଗଡ଼: ବରଗଡ଼ ଜିଲ୍ଲାରେ ଦିନକୁ ଦିନ ଜମି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ନିରୀହ ଚାଷୀଙ୍କ ଜମି ଉପରେ ଏବେ ପଡ଼ିଛି ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି । କିଛି ଦିନ ତଳେ ଏସସି ଜମିକୁ ସାଧାରଣ ବର୍ଗକୁ ବିକ୍ରି କରାଯାଇଥିଲା l ତାହା ପୁଣି ପୂର୍ବତନ ଉପ ଜିଲ୍ଲାପାଳଙ୍କ ଜାଲ ଦସ୍ତଖତରେ l ଏହି ଘଟଣା ଲୋକଙ୍କ ମନରୁ ନଯାଉଣୁ ଏବେ ଖେଦାପାଲିରେ ଚାଷୀଙ୍କ ଜମିରେ ରାତିଅଧିଆ ମାଟି ପକାଇ ତାକୁ ମାଫିଆ କବଜା କରୁଥିବା ହୋଇଛି ଅଭିଯୋଗ । ଆଉ ପ୍ରତିବାଦ କଲେ ଚାଷୀଙ୍କୁ ଦିଆଯାଉଛି ଧମକଚମକ ।

ଖେଦାପାଲି ଗାଁର ଚାଷୀ ଆନନ୍ଦ ପ୍ରଧାନ ଏମିତି ଅଭିଯୋଗ ଆଣିଛନ୍ତି । ତାଙ୍କର ୧୧ ଏକର ୮୧ ଡିସିମିଲ ଜମିରୁ ୮ ଏକର ୬ ଡିସିମିଲ ଜମି ବିନା ସହମତି ଓ ବିନା ଦସ୍ତଖତରେ ବିକ୍ରି କରାଯାଇଥିବା ଅଭିଯୋଗ କରିଛନ୍ତି । ଏହାରି ଭିତରେ ପ୍ରାୟ ୧ ଏକର ଫଳନ୍ତି ଧାନ ଚାଷ ଉପରେ ମାଟି ପୋତି ଦେଇଥିଲେ ମାଫିଆ । ଯାହାର ପ୍ରତିବାଦ କରି ରାସ୍ତା ଅବରୋଧ କରିଥିଲେ ଚାଷୀ ଓ ଗ୍ରାମବାସୀ ।

ବରଗଡରେ ବେଧଡକ ଭାବେ ଜମି କବଜା କରୁଛନ୍ତି ମାଫିଆ । ଏନେଇ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ ପରେ ବି କୌଣସି ସୁଫଳ ମିଳୁ ନଥିବା ଅଭିଯୋଗ କରିଛନ୍ତି ଚାଷୀ । ଫଳରେ ଗତ ଦୁଇ ଦିନ ତଳେ ବରଗଡ ଭଟଲି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଚାଷୀ । ଫଳରେ ଦୀର୍ଘ ଘଣ୍ଟା ଧରି ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଥିଲା ଶତାଧିକ ଗାଡି । ପୋଲିସ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାଶୁଝା କଲା ପରେ ହଟିଥିଲା ରାସ୍ତା ରୋକ । ଏପଟେ ଜମି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବରଗଡ଼ ଜିଲ୍ଲା ଓକିଲ ସଂଘ ସଭାପତି । ଦୋଷୀ ବିରୋଧରେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ବରଗଡ ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ତେ କହିଛନ୍ତି ।

ଜଣେ ଜମି ମାଫିଆଙ୍କୁ ବରଗଡ଼ ଟାଉନ୍ ପୋଲିସ ଢେଙ୍କାନାଳରୁ ଗିରଫ କରିଛି । ତେବେ ବରଗଡ ଜିଲ୍ଲାରେ ନିରୀହ ବ୍ଯକ୍ତିଙ୍କ ଜମିକୁ ବେଧଡକ ବିକ୍ରି କରୁଥିବା ଅନ୍ୟ ଜମି ମାଫିଙ୍କ ଉପରେ କେବେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଲା ।

ତାରାତାରିଣୀ ମନ୍ଦିରରୁ ଚୋରି ଘଟଣା: ଏଯାଏଁ ଚୋରଙ୍କ ଟେର ପାଇଲାନି ପୋଲିସ

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ମନ୍ଦିରରୁ ଚୋରି ଘଟଣା । ବର୍ତ୍ତମାନ ସୁଦ୍ଧା ଚୋରକୁ ଧରିବା ଛାଡନ୍ତୁ, ଚୋରି ସମ୍ପର୍କରେ ସୁରାକ ପାଇବାକୁ ବି ସଫଳ ହୋଇନାହିଁ ପୁରୁଷୋତ୍ତମପୁର ଥାନା ପୋଲିସ । ତଦନ୍ତ କାଲି ଯେଉଁଠି ଥିଲା ଆଜି ସେଇଠି ଅଟକିଛି । ହେଲେ ପୋଲିସ ହାତ ଖାଲି ।

ଜିଲ୍ଲା ପ୍ରଶାସନ ଓ ପୋଲିସ ଅତ୍ୟନ୍ତ ବେପାରୁଆ ଢଙ୍ଗରେ ତଦନ୍ତ କରୁଥିବା ସେବାୟତମାନେ ଅଭିଯୋଗ କରିଛନ୍ତି । ମନ୍ଦିରର ବାହାର ପାର୍ଶ୍ଵ ଓ ମନ୍ଦିର ଭିତରେ ଲାଗିଥିବା ସିସିଟିଭି କ୍ୟାମେରା ଗତ କିଛି ମାସ ହେଲା ଅଚଳ ରହିଛି । ଗତକାଲି ସେହି ସମସ୍ତ କ୍ୟାମେରାକୁ କାଢ଼ି ନିଆଯାଇଛି । ମନ୍ଦିରର ଉନ୍ନୟନ କାର୍ଯ୍ୟ ନିମନ୍ତେ ସିସିଟିଭି କ୍ୟାମେରାକୁ ବାହାର କରିଦିଆଯାଇଥିବା ପ୍ରଶାସନ କହୁଥିବା ବେଳେ ସେଗୁଡିକ କୁଆଡ଼େ ଗଲା ମନ୍ଦିର ପ୍ରଶାସନ ପାଖରେ ଖବର ନାହିଁ । ମନ୍ଦିରର ଆଲୋକିକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଫେଲ୍ ମାରିଛି । ସନ୍ଧ୍ୟା ହୋଇଗଲେ ମନ୍ଦିର ପରିସର ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଉଛି । ସେହିପରି ମନ୍ଦିରରେ ଆବଶ୍ୟକ ସଂଖ୍ୟକ ସୁରକ୍ଷାକର୍ମୀ ନାହାନ୍ତି । ଗତକାଲି ରୀତିନୀତିରେ ୧ ଘଣ୍ଟା ବିଳମ୍ବ ହୋଇଥିବା ବେଳେ ଆଜି ରୀତିନୀତି ଠିକ୍‌ ଭାବେ ଚାଲିଥିବା କହିଛନ୍ତି ମନ୍ଦିରର ପୂଜକ ।

ପୋକରା ପିଡିଏସ ଚାଉଳ ନେବାକୁ ହିତାଧିକାରୀଙ୍କୁ ବାଧ୍ୟ କରାଯାଉଥିବା ଅଭିଯୋଗ

ରୟଗଡ଼ା: କାଶୀପୁର ବ୍ଲକ ହାଡ଼ିଗୁଡ଼ା ପଞ୍ଚାୟତରେ ହିତାଧିକାରୀଙ୍କୁ ୩ ମାସର ପିଡିଏସ ଚାଉଳ ଦିଆଯାଇଛି । ହେଲେ ଏହା ନିମ୍ନମାନର ହୋଇଥିବା ବେଳେ ଏଥିରେ ପୋକ ସାଲୁବାଲୁ ହେଉଛନ୍ତି । ହିତାଧିକାରୀ ଚାଉଳ ନେବାକୁ ଅମଙ୍ଗ ହେଲେ ସାମନଙ୍କୁ ବାଧ୍ୟ କରି ଦିଆଯାଉଥିବା ଅଭିଯୋଗ ହେଉଛି । ଗତ ତିନି ଦିନ ହେବ ପଞ୍ଚାୟତରେ ଏମିତି ଚାଲିଥିଲେ ବି ପ୍ରଶାସନିକ ଅଧିକାରୀଙ୍କ ନୀରବତାକୁ ନେଇ ହିତାଧିକାରୀ ଉଠାଇଛନ୍ତି ପ୍ରଶ୍ନ ।

ଅଭିଯୋଗ ଅନୁସାରେ, ହିତାଧିକାରୀଙ୍କୁ ଦିଆଯାଉଥିବା ଚାଉଳରେ ପୋକ ସାଲୁବାଲୁ ହେଉଛି । ଏହାସହ ଚାଉଳରୁ ଦୁର୍ଗନ୍ଧ ମଧ୍ୟ ବାହାରୁଛି । ଚାଉଳ ଦେଖିଲେ ଡର ଲାଗୁଛି, ଖାଇବୁ କେମିତି ବୋଲି ହିତାଧିକାରୀ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ହାଡିଗୁଡା ପଞ୍ଚାୟତରେ ୧୭ ଖଣ୍ଡ ଗାଁ ରହିଛି । ଗାଁରେ ମୋଟ ୧ ହଜାର ୯୨୬ ଜଣ ହିତାଧିକାରୀ ରହିଛନ୍ତି । ଚଳିତବର୍ଷ ଅକ୍ଟୋବର, ନଭେମ୍ବର ଓ ଡ଼ିସେମ୍ବର ତିନି ମାସ ପାଇଁ ୪୦୦ ବସ୍ତା ପୋକରା ଚାଉଳ ଗତ ୫ ଦିନ ତଳେ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଛି । ହିତାଧିକାରୀଙ୍କୁ ନିମ୍ନମାନର ଚାଉଳ ନେବା ପାଇଁ ବାଧ୍ଯ କରୁଛନ୍ତି ଡିଲର । ହେଲେ ଖରାପ ଚାଉଳ ନେବାକୁ ଆଦୌ ରାଜି ହେଉ ନାହାଁନ୍ତି ହିତାଧିକାରୀ । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସେପଟେ ଭଲ ଚାଉଲ ଆସିଲେ ଲୋକଙ୍କୁ ଦିଆଯିବା ବୋଲି କହିଛନ୍ତି ଯୋଗାଣ ନୀରିକ୍ଷକ ।

ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଲୋକଙ୍କୁ ଯୋଗାଇ ଦିଆଯାଉଛି ପୋକ ସାଲୁବାଲୁ ପିଡିଏସ ଚାଉଳ । ଲୋକଙ୍କୁ ଏହି ନିମ୍ନମାନର ଚାଉଳ ନେବା ପାଇଁ ବାଧ୍ଯ ମଧ୍ଯ କରାଯାଉଛି । ଏନେଇ ଲୋକ ବିରୋଧ କଲେ ବି ସେମାନଙ୍କ କଥାକୁ ଗୁରୁତ୍ବ ଦିଆଯାଉନି ।

ମହିଳାଙ୍କ ଭିଡିଓ ଭାଇରାଲ କରି ପୁରୀରେ ଲୁଚିଥିବା ଅଭିଯୁକ୍ତକୁ ମାଡ଼ି ବସିଲା ପୋଲିସ

ସମ୍ବଲପୁର: ରେଢ଼ାଖୋଲ ଅଞ୍ଚଳର ଭିଡିଓ ଭାଇରାଲ ଘଟଣା । ଅଭିଯୁକ୍ତ ଯୁବକଙ୍କୁ ପୁରୀରୁ ଗିରଫ କଲା ପୋଲିସ । ଅଭିଯୁକ୍ତ ଯୁବକ ଚାରମାଳ ଥାନା ରାଶିବେଡ଼ା ଗାଁର ଅଜିତ ପ୍ରଧାନ । ପୁରୀରୁ ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ୨ ବର୍ଷ ଜରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ ଅଭିଯୁକ୍ତ । କୌଣସି କଥାକୁ ନେଇ ମହିଳା ଓ ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଅଭିଯୁକ୍ତ ମହିଳାଙ୍କ ସହିତ ଅନ୍ତରଙ୍ଗ ସମୟର ଭିଡିଓ ଉତ୍ତୋଳନ କରି ଭାଇରାଲ୍ କରି ଫେରାର୍ ହୋଇଯାଇଥିଲେ । ଏନେଇ ଗତ ୨୯ ତାରିଖରେ ମହିଳା ଜଣଙ୍କ ରେଢ଼ାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଥିଲା ।

ଅଭିଯୁକ୍ତ ଜଣଙ୍କ ପୁରୀରେ ଥିବା ଜାଣିବା ପରେ ରେଢ଼ାଖୋଲ ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଛି । ତେବେ ମିଥ୍ୟା ଅଭିଯୋଗରେ ଫସାଇ ଦିଆଯାଇଥିବା  ଅଭିଯୁକ୍ତ ଯୁବକ କହିଛି ।

ଶାନ୍ତି ମିଶ୍ର ହତ୍ୟା ଘଟଣାରେ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଗଞ୍ଜାମ:  ବ୍ରହ୍ମପୁର ସହରର ବହୁ ଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ମାମଲାରେ ଆସିଲା ଗୁରୁତ୍ବପୂର୍ଣ୍ଣ ରାୟ । ରାୟ ଶୁଣାଇଲେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ । ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୧୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ କରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ତେଷ ମାମଲାର ବିଚାର ସରିଥିବା ବେଳେ ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ମଉଜ ମିଶ୍ର ଫେରାର ଅଛି । ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ବି ଏପର୍ଯ୍ୟନ୍ତ ମଉଜଙ୍କୁ ଧରିବାକୁ ସକ୍ଷମ ହୋଇନାହିଁ ।