spot_img
Home Blog Page 1383

ରୋଗୀଙ୍କ ପ୍ରେସକ୍ରିପସନ ଚିରି ଦେବା ସହ ମାଡ଼ କାରିବାକୁ ଡାକ୍ତରଙ୍କ ଧମକ !

ବୌଦ୍ଧ: ଚିକିତ୍ସା ପାଇଁ ରୋଗୀ ଡାକ୍ତରଖାନା ଆସିଥିଲେ । ଡାକ୍ତର ଚିକିତ୍ସା କରିବେ କ’ଣ ରୋଗୀଙ୍କ ପ୍ରେସକ୍ରିପସନ ଚିରି ଦେବା ସହ ତାଙ୍କୁ ମାଡ଼ ମାରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଡାକ୍ତରଖାନାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ଘଟିଛି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ।

ଅଭିଯୋଗ ଅନୁସାରେ, ୩ ଦିନ ତଳେ ବଗିଚା ସାହିର ୬୦ ବର୍ଷ ବୟସ୍କ ସନ୍ତୋଷ ପଟ୍ଟନାୟକଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ରେ ସେ ଡିସଚାର୍ଜ ହୋଇ ଘରକୁ ଯାଇଥିଲେ । ଗତ ୫ ତାରିଖ ରାତିରେ ପୁଣି ଥରେ ତାଙ୍କ ଦେହ ହଠାତ ଅସୁସ୍ଥ ହୋଇଯାଇଥିଲା । ତେଣୁ ପରିବାର ଲୋକେ ତାଙ୍କୁ ପୁଣି ଥରେ ଡାକ୍ତରଖାନା ନେଇଥିଲେ । ସେଠାରେ ପରିବାର ଲୋକେ ଡାକ୍ତରଙ୍କୁ ବ୍ଲଡ ପ୍ରେସର ଚେକ୍ କରି ଚିକିତ୍ସା କରିବାକୁ ଅନୁରୋଧ କରିଥିଲେ । ଯାହାକୁ ନେଇ ଡାକ୍ତରଙ୍କ ରାଗ ପଞ୍ଚମ ହୋଟାଇଥିଲା ଓ ସେ ପ୍ରେସକ୍ରିପସନ ଚିରି ଦେଇ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ବାଡ଼େଇବାକୁ ଧମକ ଦେଇଥିଲେ । ଏତିକିରେ ଡାକ୍ତର ମହାଶୟ ଅଟକି ନଥିଲେ ।  ସିକ୍ୟୁରିଟିଙ୍କୁ ଡାକି ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ସେଠାରୁ ବାହାରି କରିଦେଇଥିଲେ ।

ଘଟଣାକୁ ନେଇ ହସ୍ପିଟାଲ ପରିସରରେ ଚାପା ଉତ୍ତେଜନା ଦେଖାଦେଇଥିଲା । ପରେ ଡାକ୍ତରଖାନାର ଅନ୍ୟ ଜଣେ ବରିଷ୍ଠ ଡାକ୍ତର ରୋଗୀଙ୍କ ଚିକିତ୍ସା କରିବାରୁ ସ୍ଥିତି ଶାନ୍ତ ପଡିଥିଲା । ତେବେ ବିଭାଗୀୟ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରୋଗୀଙ୍କ ସମ୍ପର୍କୀୟ ଦାବି କରିଛନ୍ତି ।

୧୦ ଘଣ୍ଟାର ପରିଶ୍ରମ ପରେ ବାରହା ଫାଶରେ ପଡିଥିବା ବାଘ ଉଦ୍ଧାର

ଢେଙ୍କାନାଳ: ଅପରେସନ ଟାଇଗର ରେସ୍କ୍ୟୁ । ୧୦ ଘଣ୍ଟାର ପରିଶ୍ରମ । ୪ ରେସ୍କ୍ୟୁ ସେଣ୍ଟରର ଶହେରୁ ଅଧିକ ବନ କର୍ମଚାରୀଙ୍କ ଝାଳବୁହା ପରିଶ୍ରମ ପରେ ବାରହା ଫାଶରେ ପଡ଼ିଥିବା ବାଘ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ଅସନବାହାଳି ରିଜର୍ଭ ଫରେଷ୍ଟ ମହାବିରୋଡ଼ ରେଞ୍ଜରେ ଏହି ଘଟଣା ଘଟିଥିଲା ।

ସୂଚନାଯୋଗ୍ୟ, ଅସନବାହାଳି ରିଜର୍ଭ ଫରେଷ୍ଟ ମହାବିରୋଡ଼ ରେଞ୍ଜ ଅଞ୍ଚଳରେ ବାରହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ଏକ ବାଘ ପଡି ଯାଇଥିଲା । ଏହା ଜଣାପଡ଼ିବା ପରେ ତାକୁ ଉଦ୍ଧାର କରିବାକୁ ଭୁବନେଶ୍ଵର, କେନ୍ଦୁଝର, ଢେଙ୍କାନାଳ ଓ କପିଳାସ ରେସକ୍ୟୁ ସେଣ୍ଟରରୁ ସ୍ଵତନ୍ତ୍ର ଟିମ୍ ଆସିଥିଲେ । ମିଶନରେ ସାମିଲ ହୋଇଥିଲେ ଶହେରୁ ଅଧିକ ବନ କର୍ମଚାରୀ । ପ୍ରାୟ ୧୦ ଘଣ୍ଟାର ପରିଶ୍ରମ ପରେ ବାଘଟିକୁ ବାରହା ଫାଶରୁ ଉଦ୍ଧାର କରାଯାଇଛି ।

ଫାଶରୁ ଉଦ୍ଧାର ହେବା ପରେ ବାଘଟି ଅଚେତ ହୋଇଯାଇଛି । ବନ ବିଭାଗ ପକ୍ଷରୁ ଏବେ ବାଘଟିର ଚିକିତ୍ସା ଚାଲିଛି । ଏହାକୁ ନେଇ ଢେଙ୍କାନାଳ ଓ କେନ୍ଦୁଝର ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି ।

‘ସବୁ ବ୍ଲକରେ ଆରମ୍ଭ ହେବ ଗ୍ରାମ୍ୟ ନ୍ୟାୟାଳୟ’

ଭୁବନେଶ୍ବର: ଲୋକଙ୍କୁ ମିଳିବ ତ୍ବରିତ ନ୍ଯାୟ । ଏଥିପାଇଁ ରାଜ୍ଯ ସରକାର ସବୁ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ ହେବ । ଏମିତି ଘୋଷଣା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଲୋକଙ୍କ ଦୁଆର ମୁହଁରେ ନ୍ଯାୟ ପହଞ୍ଚାଇବା ଲକ୍ଷ୍ଯ ନେଇ ସରକାର ଏହି ଯୋଜନା କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।

ପ୍ରଥମ ପର୍ଯ୍ୟାୟରେ ୬ଟି ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ ପାଇଁ ଅନୁମତି ଦିଆଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ସବୁ ବ୍ଲକରେ ଖୋଲିବ । ଗ୍ରାମ୍ୟ ନ୍ୟାୟାଳୟ ଖୋଲିଲେ ମାମଲା ସଂଖ୍ୟା କମିବ । ଆଇନ ବ୍ୟବସ୍ଥା ଉପରେ ଚାପ କମିବ । ଯାହାଦ୍ୱାରା ସାଧାରଣ ଲୋକ ତ୍ୱରିତ ନ୍ୟାୟ ପାଇ ପାରିବେ ବୋଲି ଆଶା ଥିବା କହିଛନ୍ତି ପୃଥ୍ବୀରାଜ ।

ସୋସିଆଲ ମିଡିଆରେ ବିରୋଧୀଙ୍କ ଅପପ୍ରଚାରକୁ ଜବାବ ଦେବାକୁ ଯୁବ ଓ ଛାତ୍ର ବିଜେଡିକୁ ନବୀନଙ୍କ ଆହ୍ବାନ

ଭୁବନେଶ୍ବର: ବିଜେଡି ସଭ୍ୟ ସଂଗ୍ରହ ଅଭିଯାନକୁ ନେଇ ଖୁସି ପ୍ରକଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କହିଛନ୍ତି, ବିଜେଡିର ସଭ୍ଯ ସଂଗ୍ରହ ଅଭିଯାନ ବହୁତ ଭଲ ଚାଲିଛି । ନିଜ ଆଡୁ ବହୁତ ଲୋକ ବିଜେଡିରେ ସାମିଲ ହେଉଛନ୍ତି । ସେମାନଙ୍କୁ ଦଳ ସ୍ୱାଗତ କରୁଛି । ଯୁବ ଓ ଛାତ୍ରମାନେ ବିଜେଡିର ଭବିଷ୍ୟତ । ସୋସିଆଲ ମିଡିଆରେ ସକ୍ରିୟ ରହି ବିରୋଧୀଙ୍କ ଅପପ୍ରଚାରର କଡା ଜବାବ ଦେବାକୁ ସେ ଯୁବ ଓ ଛାତ୍ର ବିଜେଡିକୁ ଆହ୍ବାନ ଦେଇଛନ୍ତି ।

ଛାତ୍ର ବିଜେଡିର ଦୁଇ ଦିନିଆ ଡିଜିଟାଲ କର୍ମଶାଳାକୁ ଉଦଘାଟନ କରି ଏପିର ଆହ୍ବାନ ଦେଇଛନ୍ତି ସଭାପତି । କହିଛନ୍ତି, ଅକ୍ଟୋବରରୁ ଆରମ୍ଭ ହୋଇଥିବା ମେମ୍ବରସିପ ଡ୍ରାଇଭ ଭଲ ଚାଲିଛି । ସଭ୍ୟ ସଂଗ୍ରହ ଗୋଟେ ରାଜନୈତିକ ଦଳର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ବିଜେଡି ସରକାର ବହୁତ ଭଲ କାମ କରିଛି । ଆମ ଯୋଜନା ଅନ୍ୟମାନଙ୍କ ପାଇଁ ମଡେଲ ସାଜିଛି । କେନ୍ଦ୍ର ସରକାର ଏହାକୁ ଅନୁକରଣ କରିଛନ୍ତି । ଭୋଟ ରାଜନୀତି ଦଳର ଲକ୍ଷ୍ୟ ନୁହେଁ ।

ଆଗକୁ ସେ କହିଛନ୍ତି, ବିଜେଡି ସରକାରର ବହୁତ ଯୋଜନା ବିଜେପି ସରକାର ବନ୍ଦ କରି ଦେଇଛନ୍ତି । ବିକାଶ ଓ କଲ୍ୟାଣ ଦଳର ଫୋକସ । ବିଜେଡି ଓଡ଼ିଶାର ଏକ ନମ୍ବର ଦଳ । ଗତ ନିର୍ବାଚନରେ ଦଳ ଅଧିକ ଭୋଟ ପାଇଛି । ଭୋଟ ପ୍ରତିଶତ ବି ବଢିଛି । ବିଜେଡି ଓଡ଼ିଶାବାସୀଙ୍କ ହୃଦୟରେ ଅଛି । ଓଡ଼ିଆ ସ୍ୱାଭିମାନର ସୁରକ୍ଷା ପାଇଁ ସମସ୍ତେ କାମ ଜାରି ରଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କୁ ହତ୍ଯା ଧମକ

ନୂଆଦିଲ୍ଲୀ : ବଲିଉଡର ସୁପରଷ୍ଟାର ଶାହାରୁଖ ଖାନଙ୍କୁ ହତ୍ୟା ଧମକ । ସଲମାନ ଖାନଙ୍କ ପରେ ବର୍ତ୍ତମାନ ବଲିଉଡର କିଙ୍ଗ ଖାନ ଅର୍ଥାତ୍ ଶାହାରୁଖ ଖାନଙ୍କୁ ହତ୍ୟା ଧମକ ମିଳିଛି । ଯାହାକୁ ନେଇ ବର୍ତ୍ତମାନ ବାନ୍ଦ୍ରା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୁମ୍ବାଇ ପୋଲିସର ସୂଚନାନୁସାରେ, ଶାହାରୁଖ ଖାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଜଣକ ଛତିଶଗଡର ରାୟପୁରର ବୋଲି ଜଣାପଡିଛି । ଆଇପିସି ଧାରା 308(4), 351(3)(4) ଅନୁଯାୟୀ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ, ଛତିଶଗଡର ରାୟପୁରରୁ ଏହି ଧମକ ଶାହାରୁଖ ଖାନଙ୍କୁ ମିଳିଥିବା କୁହାଯାଉଛି । ରାୟପୁରର ଫୈଜାନ୍ ନାମକ ଜଣେ ବ୍ୟକ୍ତି ଏହି ଧମକ ଦେଇଥିବା କୁହାଯାଉଛି । ତେବେ କିଙ୍ଗ ଖାନଙ୍କୁ ହତ୍ୟା କରିବା ପାଇଁ ଧମକପୂର୍ଣ୍ଣ କଲ୍ ଗ୍ରହଣ କରିବା ପରେ ତୁରନ୍ତ ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲା । ମୁମ୍ବାଇ ପୋଲିସ ଟିମ ସଙ୍ଗେସଙ୍ଗେ ଛତିଶଗଡ଼ ଅଭିମୁଖେ ଯାତ୍ରା କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଛାତ୍ର ବିଜେଡିର ସଭ୍ୟ ସଂଗ୍ରହ କର୍ମଶାଳା : ଅପପ୍ରଚାର ବିରୋଧରେ ଏକ ହେବାକୁ ଆହ୍ବାନ ଦେଲେ ନବୀନ

ଭୁବନେଶ୍ୱର : ବିଜେଡିର ସଭ୍ଯ ସଂଗ୍ରହ ଅଭିଯାନ ବହୁତ ଭଲ ଚାଲିଛି । ନିଜ ଆଡୁ ବହୁତ ଲୋକ ବିଜେଡିରେ ସାମିଲ ହେଉଛନ୍ତି । ସେମାନଙ୍କୁ ଦଳ ସ୍ୱାଗତ କରୁଛି । ଯୁବ ଓ ଛାତ୍ର ମାନେ ବିଜେଡିର ଭବିଷ୍ୟତ । ସୋସିଆଲ ମିଡିଆରେ ସକ୍ରିୟ ରହି ବିରୋଧୀଙ୍କ ଅପପ୍ରଚାରର କଡା ଜବାବ ଦିଅନ୍ତୁ । ଛାତ୍ର ବିଜେଡିର ଦୁଇ ଦିନିଆ ଡିଜିଟାଲ କର୍ମଶାଳାକୁ ଉଦଘାଟନ କରି ଏପିର ଆହ୍ବାନ ଦେଇଛନ୍ତି ସଭାପତି ନବୀନ ପଟ୍ଟନାୟକ । ସେ କହିଛନ୍ତି, ଅକ୍ଟୋବରରୁ ଆରମ୍ଭ ହୋଇଥିବା ମେମ୍ବରସିପ ଡ୍ରାଇଭ ଭଲ ଚାଲିଛି । ସଭ୍ୟ ସଂଗ୍ରହ ଗୋଟେ ରାଜନୈତିକ ଦଳର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ବିଜେଡି ସରକାର ବହୁତ ଭଲ କାମ କରିଛି । ଆମ ଯୋଜନା ଅନ୍ୟ ମାନଙ୍କ ପାଇଁ ମଡେଲ ସାଜିଛି । କେନ୍ଦ୍ର ସରକାର ଏହାକୁ ଅନୁକରଣ କରିଛନ୍ତି । ଭୋଟ ରାଜନୀତି ଦଳର ଲକ୍ଷ୍ୟ ନୁହେଁ । ବିଜେଡି ସରକାରର ବହୁତ ଯୋଜନା ବିଜେପି ସରକାର ବନ୍ଦ କରି ଦେଇଛନ୍ତି । ବିକାଶ ଓ କଲ୍ୟାଣ ଦଳର ଫୋକସ । ବିଜେଡି ଓଡ଼ିଶାର ଏକ ନମ୍ବର ଦଳ । ଗତ ନିର୍ବାଚନରେ ଦଳ ଅଧିକ ଭୋଟ ପାଇଛି । ଭୋଟ ପ୍ରତିଶତ ବି ବଢିଛି । ବିଜେଡି ଓଡ଼ିଶାବାସୀଙ୍କ ହୃଦୟରେ ଅଛି । ଓଡ଼ିଆ ସ୍ୱାଭିମାନର ସୁରକ୍ଷା କରିବା ପାଇଁ ସମସ୍ତେ କାମ ଜାରି ରଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ଆମ୍ବ ଟାକୁଆ ମୃତ୍ୟୁ ପ୍ରସଙ୍ଗ : ବିଜେପି ସରକାରଙ୍କୁ ନବୀନଙ୍କ ଟାର୍ଗେଟ

ଭୁବନେଶ୍ୱର : ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁବରଣ ପ୍ରସଙ୍ଗରେ ରାଜ୍ଯ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବ ସରକାରଙ୍କ ବାର ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡ଼ାରେ ସାରି ଦେଲେ ବୋଲି କହି କଟାକ୍ଷ କରିଛନ୍ତି । ବିଜେଡି ସରକାର ଆରମ୍ଭ କରିଥିବା ବିକାଶ ମୂଳକ ଯୋଜନା ଲୋକଙ୍କୁ ବଞ୍ଚିବାକୁ ଶକ୍ତି ଦେଇଥିଲା । ଏବେ ବିନା କାରଣରେ ଗରିବ ଆଦିବାସୀ ଭାଇ ଭଉଣୀଙ୍କ ଚାଉଳକୁ ବନ୍ଦ କରିଛନ୍ତି । ସେମାନେ ଆମ୍ବ ଟାକୁଆ ଖାଉଛନ୍ତି । ଏହା ବହୁତ ଦୁଃଖର କଥା । ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି । ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି । ଏହା ଅତି ଗମ୍ଭୀର ପ୍ରସଙ୍ଗ କହି ନବୀନ କ୍ଷୋଭ ପ୍ରକାଶ କରିଛନ୍ତି ।

ଆଜି ବି ଖସିଲା ଭାରତର ମାର୍କେଟ : ନିବେଶକଙ୍କ ୪ ଲକ୍ଷ କୋଟି ଟଙ୍କା ଗୋଲ୍ !

ନୂଆଦିଲ୍ଲୀ : ଆଜି ଦିନକରେ ନିବେଶକଙ୍କ ୪ ଲକ୍ଷ କୋଟି ଟଙ୍କା ଗୋଲ୍। ମାର୍କେଟରୁ ଉଡ଼ି ଯାଇଛି ୪ ଲକ୍ଷ କୋଟି ଟଙ୍କା। କାରଣ ଆଜି ବି ଖସିଛି ମାର୍କେଟ। ବମ୍ଵେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ୮୫୦ ପଏଣ୍ଟରୁ ଅଧିକ ହ୍ରାସ ପାଇଥିବା ବେଳେ ନିଫଟି ଖସିଛି ପ୍ରାୟ ୩୦୦ ପଏଣ୍ଟ। ଅଟୋ, ଫାର୍ମା, ଆଇଟି, ମେଟାଲ ପ୍ରମୁଖ କ୍ଷେତ୍ରରେ ରେଡ୍ ଜୋନକୁ ଖସିଛି। ଏହି ସବୁ ସେକ୍ଟର ୧ ରୁ ୨ ପ୍ରତିଶତ ଖସିଛି।

ଟ୍ରମ୍ପଙ୍କ ବିଜୟ ପରେ ଭାରତୀୟ ମାର୍କେଟରେ କିଛି ସମୟ ଉତ୍ସାହ ଦେଖା ଦେଇଥିଲା । କିନ୍ତୁ ଆଜି ପୁଣି ଖସିଛି। ବିଦେଶୀ ନିବେଶକମାନେ ମାର୍କେଟରୁ ପୁଂଜି ପ୍ରତ୍ୟାହାର କରି ନେଉଥିବାରୁ ମାର୍କେଟରେ ଏପରି ସ୍ଥିତି ଦେଖିବାକୁ ମିଳିଛି। କେବେ ନିବେଶକମାନେ ଆମେରିକାର ଫେଡେରାଲ ରିଜର୍ଭର ପଲିସିକୁ ଅପେକ୍ଷା କରିଛନ୍ତି। ଯଦି ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସ କରେ, ତେବେ ଭାରତୀୟ ମାର୍କେଟରୁ ଆହୁରି ପୁଂଜି ପ୍ରତ୍ୟାହାର କରିପାରନ୍ତି ନିବେଶକ।

ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ୱର : ମେଡିକାଲ କୋଚିଂ ସେଣ୍ଟର ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ମୃତଦେହ। ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଭୁବନେଶ୍ବର ପଟିଆ ସ୍ଥିତ ଏକ ହଷ୍ଟେଲରୁ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ଛାତ୍ରୀଙ୍କ ନାଁ କଲ୍ୟାଣୀ ସାହୁ। ଘର କଟକ ଜିଲ୍ଲା ସାଲେପୁର। ଯୁକ୍ତ ୨ ବିଜ୍ଞାନ ରେ ପଢିବା ସହ ମେଡିକାଲ ପାଇଁ କୋଚିଂ ନେଉଥିଲେ ଛାତ୍ରୀ ଜଣକ। ତେବେ ମୃତ୍ୟୁର କାରଣ ଏଯାଏଁ ଜଣାପଡ଼ିନାହିଁ।

ଘଟଣାସ୍ଥଳରେ ଛାନଭିନ ଚଳାଇଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସେପଟେ ସମ୍ପୃକ୍ତ କୋଚିଂ ସେଣ୍ଟର ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ପରିବାର ଲୋକେ। ମାତ୍ରାଧିକ ଚାପ ପାଇଁ ଝିଅ ଡିପ୍ରେସନରେ ଥିବା ଅଭିଯୋଗ ଆଣିଛନ୍ତି। ଏନେଇ ପୋଲିସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଦାବି କିଛନ୍ତି ପରିବାର।

ଭୁବନେଶ୍ୱର ବିମାନବନ୍ଦରରେ ଅପ୍ରୀତିକର ପରିସ୍ଥିତି ; ଧାରଣାରେ ବସିଲେ ଯାତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରେ ଅପ୍ରୀତିକର ପରିସ୍ଥିତି । ବାରମ୍ବାର ବିମାନ ବାତିଲ ପରେ ଧାରଣାରେ ବସିଲେ ଯାତ୍ରୀ । ଭୁବନେଶ୍ବରରୁ ହାଇଦ୍ରାବାଦ ଯିବାକୁ ଥିବା ବିମାନ IX 2932 ବିମାନ ଗତକାଲି ସକାଳ ୯ ଟା ୫୫ରେ ଥିବା ବେଳେ କୌଣସି କାରଣ ପାଇଁ ବାତିଲ ହୋଇ ଆଜି ସକାଳ ୮ ଟା ୪୫କୁ ଧାର୍ଯ୍ୟ କରାଯାଇଥିଲା । ହେଲେ ଆଜି ବି ସେହି ବିମାନ ବାତିଲ କରାଯାଇଛି । ବାରମ୍ବାର ବାତିଲ ପରେ ଧାରଣାରେ ବସିଲେ ଯାତ୍ରୀ । ଭୁବନେଶ୍ୱର ବିମାନବନ୍ଦର ଭିତରେ ଉତ୍ତେଜନା ଦେଖା ଦେଇଛି ।