spot_img
Home Blog Page 1384

ଆମେରିକାରେ କିଏ କାହାକୁ ଦେଇଛି ଭୋଟ୍ ?

ନନ୍ଦିଘୋଷ ବ୍ୟୁରୋ : ପୁଣି ଆମେରିକାରେ କ୍ଷମତାକୁ ଫେରିଛନ୍ତି ଡୋନାଲ୍ଡ  ଟ୍ରମ୍ପ । ଭୋଟ୍ ଗଣନାରେ ୨୯୫ ଭୋଟ୍ ପାଇଥିବା ବେଳେ କମଳା ହାରିସ୍ ୨୨୬ଟି ଭୋଟ ହାସଲ କରିଥିଲେ । ରାଷ୍ଟ୍ରପତି ନିର୍ବାଚନାରେ ବଡ଼ ଭୂମିକା ତୁଲାଉଥିବା ସ୍ୱିଙ୍ଗ୍ ରାଜ୍ୟଗୁଡିକରେ ମଧ୍ୟ ଟ୍ରମ୍ପଙ୍କୁ କ୍ଲିନ୍ ସ୍ୱିପ୍ ମିଳିଛି । ବହୁ ବିବାଦରେ ଫସିଥିବା ଟ୍ରମ୍ପଙ୍କ ଉପରେ ପୁଣି ଥରେ ଭରସା କରିଛନ୍ତି ଦେଶବାସୀ ।

କାହାକୁ କେତେ ଭୋଟ 

କମଳା ହାରିସଙ୍କୁ ୪୩ ପ୍ରତିଶତ ଶ୍ୱେତାଙ୍ଗ ଲୋକ ମାନେ ଭୋଟ ଦେଇଥିବା ବେଳେ ଟ୍ରମ୍ପଙ୍କୁ ଭୋଟ ଦେଇଥିବା ଶ୍ୱେତାଙ୍ଗଙ୍କ ସଂଖ୍ୟା ୫୫ । ସେହିପରି  ୮୬ ପ୍ରତିଶତ ଅଶ୍ୱେତ ଲୋକ କମଳା ହାରିସଙ୍କୁ ଭୋଟ ଦେଇଥିବା ବେଳେ ୧୨ ପ୍ରତିଶତ ଅଶ୍ୱେତ ଲୋକ ଟ୍ରମ୍ପଙ୍କୁ ନିଜ ଭୋଟ ଦେଇଛନ୍ତି । ଅନ୍ୟପଟେ ୫୬ ପ୍ରତିଶତ ଏସୀୟ ଲୋକ ଟ୍ରମ୍ପଙ୍କୁ  ଏବଂ ୩୮ ପ୍ରତିଶତ କମଳାଙ୍କୁ ଭୋଟ ଦେଇଛନ୍ତି ।  ସେହିପରି ୫୩ ପ୍ରତିଶତ ଲାଟିନ୍ ଭୋଟର ହାରିସଙ୍କ ସପକ୍ଷରେ ମତଦାନ ଦେଇଥିବା ବେଳେ  ଟ୍ରମ୍ପଙ୍କୁ ୪୫ ପ୍ରତିଶତ ଭୋଟ ଦେଇଥିଲେ । ୪୩ ପ୍ରତିଶତ ଅନ୍ୟାନ୍ୟ ଲୋକଙ୍କ ଭୋଟ ହାରିସଙ୍କୁ ଏବଂ ୫୩ ପ୍ରତିଶତ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି ।

ଯୁବପୀଢୀଙ୍କ ପ୍ରଥମ ପସନ୍ଦ ଥିଲେ ହାରିସ

ସୂଚନା ମୁତାବକ, ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ୧୮ରୁ ୨୯ ବର୍ଷୀୟ ଭୋଟରଙ୍କ ପସନ୍ଦ କମଳା ହାରିସ ବୋଲି ଜଣାପଡିଛି । ୫୫ ପ୍ରତିଶତ ଯୁବଗୋଷ୍ଠୀ ହାରିସଙ୍କୁ ଭୋଟ କରିଥିବା ବେଳେ ୪୨ ପ୍ରତିଶତ ଭୋଟ ଟ୍ରମ୍ପଙ୍କୁ ମିଳିଛି ।  ସେହିପରି ୩୦ରୁ ୪୪ ବର୍ଷୀୟ ଭୋଟର ୫୧ ପ୍ରତିଶତ ଭୋଟ କମଳାଙ୍କୁ ଏବଂ ୪୬ ପ୍ରତିଶତ ଭୋଟ୍ ଟ୍ରମ୍ପଙ୍କୁ ଦେଇଛନ୍ତି । କେବଳ ୪୫ରୁ ୬୪ ଏବଂ ୬୫ରୁ ଅଧିକ ବର୍ଷୀୟ ଭୋଟର ହିଁ  କମଳାଙ୍କ ତୁଳନାରେ ଟ୍ରମ୍ପଙ୍କୁ ଅଧିକ ଭୋଟ ଦେଇଛନ୍ତି ।

ଅନ୍ୟପକ୍ଷେ , କମଳା ହାରିସଙ୍କୁ ସବୁଠୁ ଅଧିକ ୫୪ ପ୍ରତିଶତ ମହିଳା ଭୋଟର ଭୋଟ ଦେଇଛନ୍ତି । ଯାହା ତୁଳନାରେ ୪୪ ପ୍ରତିଶତ ପୁରଷ ଭୋଟର ବି କମଳାଙ୍କୁ ଚୟନ କରିଥିଲେ  ।  ସେହିପରି ଟ୍ରମ୍ପଙ୍କୁ ୫୪ ପ୍ରତିଶତ ପୁରୁଷ ବାଛିଥିବା ବେଳେ ୪୪ ପ୍ରତିଶତ ମହିଳା ଭୋଟ ଦେଇଛନ୍ତି ।

ଯଦି ଶିକ୍ଷା ଅନୁଯାୟୀ ଭୋଟଙ୍କ ତାଲିକା ଦେଖାଯାଏ ତେବେ, କଲେଜ ଡିଗ୍ରୀ ନଥିବା ଲେକଙ୍କ ମଧ୍ୟରେ ହାରିସଙ୍କୁ ୫୭ ପ୍ରତିଶତ ଏବଂ ଟ୍ରମ୍ପଙ୍କୁ ୪୪ ପ୍ରତିଶତ ଲୋକ ଭୋଟ ଦେଇଛନ୍ତି ।

ସୁନ୍ଦରଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା : ଝିଅକୁ ସ୍କୁଲକୁ ଛାଡ଼ିବାକୁ ଯାଉଥିବାବେଳେ ଚଢିଗଲା ଟ୍ରେଲର

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ମର୍ମନ୍ତୁଦ ଦୁର୍ଘଟଣା। ଝିଅକୁ ସ୍କୁଲକୁ ଛାଡ଼ିବାକୁ ଯାଉଥିବାବେଳେ ଚଢିଗଲା ଟ୍ରେଲର । ପତ୍ନୀ ଓ ଝିଅ ଆଖି ଆଗରେ ଚାଲିଗଲା ବାପାର ଜୀବନ। ସୁନ୍ଦରଗଡ଼ ଟାଉନ ଥାନା ପାରିଜାତ ପାର୍କ ନିକଟ ଛକରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକରେ ବାପା ମାଆ ଝିଅକୁ ସ୍କୁଲକୁ ଛାଡ଼ିବାକୁ ଯାଉଥିବା ବେଳେ ଚଢ଼ିଗଲା ଟ୍ରେଲର । ମୃତକ ମହିପାନି ଗାଁର ଯୋଗେଶ୍ବର କାଲୋ ବୋଲି ସୂଚନା ମିଳିଛି। ସୁନ୍ଦରଗଡ଼ ସହରର ଏକ ଘରୋଇ ସ୍କୁଲକୁ ଝିଅ ଛାଡ଼ିବା ପାଇଁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।

ଧାରା ୩୭୦କୁ ନେଇ ଜମ୍ମୁ ଓ କାଶ୍ମୀର ବିଧାନସଭାରେ ହାତାହାତି

ଶ୍ରୀନଗର :  ଧାରା ୩୭୦କୁ ନେଇ ଜମ୍ମୁ ଓ କାଶ୍ମୀର ବିଧାନସଭାରେ ହାତାହାତି। ସରକାରୀ ଦଳ ଓ ବିରୋଧୀ ଦଳ ବିଧାୟକଙ୍କ ମଧ୍ଯରେ ତୁମୁଳ ହଟ୍ଟଗୋଳ। ଅଧିକାଂଶ ବିଧାୟକ ନିଜ ଆସନରୁ ଉଠିଆସି ଗୃହର ମଧ୍ଯଭାଗରେ ହାତାହାତି ହେବା ସହ ପରସ୍ପରକୁ ଗାଳି କରିବା ଦେଖାଯାଇଛି। ଜମ୍ମୁ ଓ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ଯତା ଦେବା ସଂକ୍ରାନ୍ତରେ ନିର୍ବାଚିତ ପ୍ରତିନିଧିଙ୍କ ସହ କେନ୍ଦ୍ର ସରକାର ଆଲୋଚନା କରନ୍ତୁ ବୋଲି ଗତ ୬ ତାରିଖରେ ବିଧାନସଭାରେ ପ୍ରସ୍ତାବ ଗୃହୀତ ହେବା ପରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏହି ପ୍ରସ୍ତାବ ପ୍ରତ୍ଯାହାର ନହେବା ଯାଏ ଗୃହ କାର୍ଯ୍ୟ ଚଳାଇଦିଆଯିବ ନାହିଁ ବୋଲି ଦାବି କରିଛନ୍ତି ବିଜେପି ବିଧାୟକ। ଏହାକୁ ନେଇ ଦୁଇ ଦିନ ଧରି ଚାଲିଛି ହଟ୍ଟଗୋଳ। ବିଗତ ୨୦୧୯ରେ ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହୋଇଥିଲା। ଏହି ଧାରାକୁ ପୁନଃଲାଗୁ ନିମନ୍ତେ ନ୍ଯାସନାଲ କନଫରେନ୍ସ ଦାବି କରିବା ସହ ମୁଖ୍ଯ ନିର୍ବାଚନ ପ୍ରସଙ୍ଗ କରିଥିଲା।

ଆସନ୍ତା ୧୪ ଓ ୧୫ ଦୁଇଦିନ ଧରି ଢେଙ୍କାନାଳରେ ହେବ ହାତୀ ଗଣନା

ଢେଙ୍କାନାଳ : ପୂର୍ଣ୍ଣିମା ଆଲୋକରେ ହେବ ହାତୀ ଗଣନା। ବନବିଭାଗ ନିଷ୍ପତ୍ତି କ୍ରମେ ଆସନ୍ତା ୧୪ ଓ ୧୫ ଦୁଇଦିନ ଧରି ଢେଙ୍କାନାଳ ଜିଲ୍ଲାରେ ହେବ ହାତୀ ଗଣନା । ଏଥିପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ହାତୀ ସଂଖ୍ୟାରେ ଶିମିଳିପାଳ ଏକ ନମ୍ୱର୍ ହୋଇଥିବା ବେଳେ ଦ୍ଵିତୀୟ ରେ ରହିଛି ଢେଙ୍କାନାଳ। ହାତୀ ଗଣନା ପାଇଁ ଜିଲାରେ ସମସ୍ତ ୮ଟି ରେଞ୍ଜରେ ରେଞ୍ଜର, ଫରେଷ୍ଟ ଗାର୍ଡ, ଡେପୁଟୀ ରେଞ୍ଜର ଓ ଫରେଷ୍ଟର ଏବଂ ହାତୀ ସ୍କ୍ୱାଡ କର୍ମଚାରୀ, ଟ୍ରାକର ଆଦିଙ୍କୁ ନେଇ ୪୦୦ରୁ ଉଦ୍ଧ୍ୱର୍ ଲୋକଙ୍କୁ ନିୟୋଜିତ କରାଯାଇଛି ।

ସେହିପରି ଗଣନା ସମୟରେ ଫଟୋଗ୍ରାଫର, ବନ୍ୟପ୍ରାଣୀ ଉପରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହିବେ। ଏଥିପାଇଁ ୪ଟି ନାଇଟି ଭିଜନ ଡ୍ରୋନ ଲଗାଯିବ । ସେହିପରି ବାଇନାକୁଲାର ସହିତ ଲାଇଟ୍ ଏବଂ ଲାଇଟ୍ ଲାଗିଥିବା ସ୍ୱତନ୍ତ୍ର ଗାଡି ମଧ୍ୟ ବ୍ୟବସ୍ଥା ରହିଛି । ଜିଲ୍ଲାରେ ୩୦୦ରୁ ଅଧିକ ହାତୀ ରହିଥିବା ବେଳେ କେବଳ ହିନ୍ଦୋଳ ରେଞ୍ଜ ୨୦୦ ହାତୀ ଥିବା ଜଣାପଡିଛି। ଢେ଼ଙ୍କାନାଳ dfo ଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ୍ ପ୍ରତିନିଧି ସତ୍ୟ ସ୍ୱରୂପ ଦାସ।

ହାରିଗଲେ କମଳା ହାରିସ କିନ୍ତୁ ଆମେରିକା ନିର୍ବାଚନରେ ଚମକିଲେ ୬ ଭାରତୀୟ

ୱାଶିଂଟନ: ଆମେରିକାରେ ଆରମ୍ଭ ହୋଇଛି ଟ୍ରମ୍ପ ଯୁଗ  । ଭାରତୀୟ ବଂଶୋଦ୍ଭବ କମଳା ହାରିସଙ୍କୁ ଧୂଳି ଚଟାଇଛନ୍ତି ଟ୍ରମ୍ପ  । କିନ୍ତୁ ନିର୍ବାଚନରେ ଭାରତୀୟଙ୍କ ଦବ୍‌ଦବା ଦେଖିବାକୁ ମିଳିଛି  । ଚମକିଛନ୍ତି ୬ ଭାରତୀୟ  । ଆମେରିକା ନିର୍ବାଚନରେ ଭାରତୀୟ ବଂଶୋଦ୍ଭବଙ୍କ ପତିଆରା ଦେଖିବାକୁ ମିଳିଛି  । ୬ ଭାରତୀୟ ପ୍ରାର୍ଥୀ ନିର୍ବାଚନ ଜିତି ସିନେଟ ଯିବେ  । ମିଶିଗନରୁ ଶ୍ରୀ ଥାନେଦାର ଏହି ନିର୍ବାଚନରେ ବମ୍ପର ବିଜୟ ଲାଭ କରିଛନ୍ତି  । ପେସାରେ ଶ୍ରୀ ଥାନେଦାର କମଳା ହାରିସଙ୍କ ଡେମୋକ୍ରାଟିକ ପାର୍ଟିରୁ ନିର୍ବାଚନ ଜିତିଛନ୍ତି  । କିଏ ଏହି ଶ୍ରୀ ଥାନେଦାର ?

କର୍ଣ୍ଣାଟକ ବେଲଗାମର ଶ୍ରୀ ଥାନେଦାର ପିଏଚଡି ପାଇଁ ଆମେରିକା ଯାଇଥିବାବଳେ ସେଠାକାର ବାସିନ୍ଦା ହୋଇଯାଇଥିଲେ  । ଆଶ୍ଚର୍ଯ୍ୟର କଥା ହେଉଛି ଯେ ଆମେରିକା ନର୍ବାଚନରେ ଜିତିଥିବା ସମସ୍ତ ଭାରତୀୟ-ଆମେରିକୀୟ ସଦସ୍ୟ ଡେମୋକ୍ରାଟିକ ପାର୍ଟିର ଅଟନ୍ତି  । ଶ୍ରୀ ଥାନେଦାରଙ୍କ ବ୍ୟତୀତ କାର୍ଲିଫର୍ଣ୍ଣିଆରୁ ଅମି ବେରା, ରୋ ଖାନ୍ନା, ଇଲିନୋଇସରୁ ରାଜା କୃଷ୍ଣାମୂର୍ତ୍ତି ଓ ୱାଶିଂଟନର ପ୍ରମିଳା ଜୟପାଳ ନିର୍ବାଚନରେ ବିଜୟ ହାସଲ କରିଛନ୍ତି  । ଏହା ସହ ଭର୍ଜିନିଆରୁ ହାସ ସୁବ୍ରମଣ୍ୟମ ବି ବିଜୟ ହାସଲ କରିଛନ୍ତି  । ରାଜା କୃଷ୍ଣମୂର୍ତ୍ତି ଆମେରିକା ସଂସଦରେ ଚୀନ ସହ ରିପବ୍ଲିକାନ ସଦସ୍ୟଙ୍କ ଚୟନ ସମିତିରେ ରାଙ୍କିଂ ସଦସ୍ୟ ଥିଲେ  । ସେହିପରି ଅମି ବେରା ସଦନର ବିଦେଶୀ ମାମଲାରେ ସମିତିର ଇଣ୍ଡୋ ପେସିଫିକ ଉପସମିତିର ସଦସ୍ୟ ରହିଛନ୍ତି  । ନିକଟରେ ସେ ଷ୍ଟୁଡିଓ ଡିଭିଜନାଲ କକସ୍‌ର ସହ ଅଧ୍ୟକ୍ଷ ରହିଛନ୍ତି  ।

କୁହାଯାଉଛି ଶ୍ରୀ ଥାନେଦାର ଆମେରିକୀୟ କଂଗ୍ରେସରେ ହିନ୍ଦୁ, ବୌଦ୍ଧ, ଶିଖ ଓ ଜୈନ କକ୍‌ସର ସ୍ଥାପନା କରିଥିଲେ  । ଜୟପାଲ ଲଡ୍‌ସର ପ୍ରଗତିଶୀଳ କକ୍‌ସର ସେ ଅଧ୍ୟକ୍ଷ ରହିଆସିଛନ୍ତି  । ଏହା ଡେମୋକ୍ରାଟିକ ମେଣ୍ଟ ମଧ୍ୟରେ ସବୁଠାରୁ ଦୁର୍ବଳ ବ୍ଲକରେ ଗୋଟିଏ ଅଟେ । ସେପଟେ ଆଇନ ଓ ଟେକ୍‌ନିକ୍‌ ବ୍ୟାକଗ୍ରାଉଣ୍ଡରୁ ଆସିଥିବା ସୁବ୍ରମଣ୍ୟମ ଓବାମା ପ୍ରଶାସନର ଟେକନିକାଲ ନୀତିର ପରାମର୍ଶଦାତା ରୂପେ କାମ କରିସାରିଛନ୍ତି  ।

 

ଆହତ ହାତୀକୁ ଟ୍ରାଙ୍କୁଲାଇଜ ପାଇଁ ଖୋଜୁଛି ବନ ବିଭାଗ

ଢେଙ୍କାନାଳ : ଢେଙ୍କାନାଳରେ ଟ୍ରେନ୍ ଦୁର୍ଘଟଣାରେ ଆହତ ହୋଇଥିବା ହାତୀକୁ ଟ୍ରାଙ୍କୁଲାଇଜ ପାଇଁ ଖୋଜୁଛି ବନ ବିଭାଗ। ତିନିଦିନ ଧରି ମେରା ମଣ୍ଡଳୀ ଜଙ୍ଗଲରେ ଆହତ ଅବସ୍ଥାରେ ବୁଲୁଛି ହାତୀ। ହାତୀଟି ଆହତ ହେବାର ଜାଣିବା ପରେ ବି ଆହତ ହାତୀର ଟେର ପାଉନି ବନ ବିଭାଗ। ଦୁଇ ଦୁଇ ଥର ଟ୍ରାଙ୍କୁଲାଇଜ କରିବାକୁ ଯାଇ ବିଫଳ ହୋଇଛି ବନ ବିଭାଗର ରାପିଡ ରେସପନ୍ସ ଟିମ୍।

ହାତୀର ଗୋଡରେ କ୍ଷତ ଥିବାରୁ ଚିକିତ୍ସା ପାଇଁ ଆହତ ହାତୀକୁ ଜଙ୍ଗଲରେ ଖୋଜି ବୁଲୁଛୁ ବନ ବିଭାଗ। ତୁରନ୍ତ ଚିକିତ୍ସା ନକଲେ ହାତୀର ଜୀବନ ପ୍ରତି ବିପଦ ଥିବା କହିଛନ୍ତି ବନ କର୍ମଚାରୀ। ଯାହାକୁ ନେଇ ବନ ବିଭାଗର ଚିନ୍ତା ବଢ଼ି ଯାଇଛି। ଖୁବ୍ ଶୀଘ୍ର ହାତୀକୁ ଖୋଜି ଚିକିତ୍ସା କରାଯିବ ବୋଲି DFO କହିଛନ୍ତି ।ହାତୀକୁ ଖୋଜିବା ପାଇଁ ଡ୍ରୋନ କ୍ୟାମେରାର ସାହାଯ୍ୟ ନିଆଯାଇଛି। ଜଙ୍ଗଲ ଭିତରେ ଚାରିଟି ଟିମ୍ ଆହତ ହାତୀକୁ ଖୋଜିବାରେ ଲାଗିଛି।

କଟକରେ ଡ୍ରଗ୍ସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ, ବିପୁଳ କଫ ସିରପ ଜବତ, ୨ ଗିରଫ

କଟକ : ବେଆଇନ ମେଡ଼ିସିନ ଗଚ୍ଛିତ ରଖିବା ଓ ବିକ୍ରି କରିବା ଅଭିଯୋଗରେ ଡ୍ରଗ୍ସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ। ବିପୁଳ ପରିମାଣର କଫ ସିରପ ଜବତ। ଦୁଇଜଣଙ୍କୁ ବାନ୍ଧିଲା ଅବକାରୀ ପୋଲିସ। ବୁଧବାର କଟକ ସଦରଅଞ୍ଚଳ ଶଙ୍ଖତ୍ରାଶ ସୁମାଣ୍ଡିରେ ଲାଇସେନ୍ସପ୍ରାପ୍ତ କୃଷ୍ଣା ମେଡ଼ିସିନ ଷ୍ଟୋର ଉପରେ ଚଢ଼ାଉ କରି ୯୨ବୋତଲ କୋଡେନ ଯୁକ୍ତ ସିରପ ଜବତ ହୋଇଛି। ପ୍ରଫୁଲ୍ଲ କୁମାର ଜେନା ନାମକ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରି ୬୭୬ ବୋତଲ କଫ ସିରପ ଓ ଗଚ୍ଛିତ ମେଡ଼ିସିନ ଜବତ କରାଯାଇଛି। ଅବକାରୀ ବିଭାଗ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହାସହ ତଦନ୍ତ ଜାରି ରହିଥିବା ଡ୍ରଗ ଆସିଷ୍ଟାଣ୍ଟ କଣ୍ଟ୍ରୋଲର ଓ ଜିଲ୍ଲା ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି।

ମାଲ୍‌ ପରିବହନକାରୀ ଗାଡ଼ି ଚଳାଇପାରିବେ ଏଲ୍‌ଏମ୍‌ଭି ଲାଇସେନ୍ସଧାରୀ

ନୂଆଦିଲ୍ଲୀ : ବ୍ୟବସାୟିକ ଯାନର ଡ୍ରାଇଭରମାନଙ୍କ ପାଇଁ  ବଡ଼ ଆଶ୍ୱସ୍ତି । ହାଲୁକା ମୋଟରଯାନ (ଏଲ୍‌ଏମ୍‌ଭି) ଡ୍ରାଇଭିଂ ଲାଇସେନ୍ସଧାରୀମାନେ ବିନା ଲୋଡିଂରେ ପରିବହନ ଯାନ ଚଳାଇପାରିବେ ବୋଲି ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ତେବେ ମାଲ୍‌ ପରିବହନକାରୀ ଯାନର ଓଜନ ୭,୫୦୦ କେ.ଜି. ମଧ୍ୟରେ ସୀମିତ ରହିବ। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସାମ୍ବିଧାନିକ ପୀଠ ଦେଇଥିବା  ଏହି ରାୟ ବୀମା କମ୍ପାନୀଗୁଡ଼ିକ ପାଇଁ ଶକ୍ତ ଧକ୍କା ଦେଇଛି । ପରିବହନ ଯାନ ଚଳାଉଥିବା ଏଲ୍‌ଏମ୍‌ଭି ଡ୍ରାଇଭିଂ ଲାଇସେନ୍ସଧାରୀ ଡ୍ରାଇଭର ଦୁର୍ଘଟଣା ଘଟାଇଲେ ସେମାନଙ୍କୁ ବୀମା ସୁବିଧା ମିଳୁ ନ ଥିଲା। ସେମାନଙ୍କୁ ପରିବହନ ଯାନ ଚଳାଇବା ଅନୁମତି ଦିଆଯାଇ ନାହିଁ କହି ବୀମା କମ୍ପାନୀ ସେମାନଙ୍କ ଦାବିକୁ ଖାରଜ କରିଆସୁଥିଲେ। ଏବେ ଏ ସମସ୍ତ ପ୍ରକାର ଜିନିଷ ପାଇଁ ଡ୍ରାଇଭରଙ୍କୁ ମିଳିଛି ସର୍ବୋଚ୍ଚ ଅଦାଲତଙ୍କ ଅନୁମତି ।

ଏଲ୍‌ଏମ୍‌ଭି ଡ୍ରାଇଭିଂ ଲାଇସେନ୍ସଧାରୀଙ୍କ ପାଇଁ ରାସ୍ତା ଦୁର୍ଘଟଣା ବଢ଼ୁଥିବାର କୌଣସି ପ୍ରାୟୋଗିକ ତଥ୍ୟ ନ ଥିବା ଜଷ୍ଟିସ୍‌ ହୃଷୀକେଶ ରାୟ କହିଛନ୍ତି। ସର୍ବାଧିକ ସମୟ ଗାଡ଼ିରେ ସମୟ କାଟୁଥିବା ଏଲ୍‌ଏମ୍‌ଭି ଲାଇସେନ୍ସଧାରୀ ଅଦାଲତରୁ ଜବାବ ଚାହାନ୍ତି। ପ୍ରଯୁକ୍ତିଗତ ଦିଗରୁ ଦେଖିଲେ ସେମାନଙ୍କ ଆପତ୍ତି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରାଯାଇପାରିବ ନାହିଁ ବୋଲି ଜଷ୍ଟିସ୍‌ ରାୟ କହିଛନ୍ତି। ସାମ୍ବିଧାନିକ ପୀଠରେ ସିଜେଆଇ ଏବଂ ଜଷ୍ଟିସ୍‌ ରାୟଙ୍କ ବ୍ୟତୀତ ଜଷ୍ଟିସ୍‌ ପି.ଏସ୍‌. ନରସିଂହା, ପଙ୍କଜ ମିଥଲ ଏବଂ ମନୋଜ ମିଶ୍ରା ରହିଛନ୍ତି। ଅଗଷ୍ଟ ୨୧ରେ ପିଟିଶନଗୁଡ଼ିକର ଶୁଣାଣି ଶେଷ ହୋଇଥିବାବେଳେ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ।

ଶିମିଳିପାଳ ଅଭୟାରଣ୍ୟକୁ ଆସିବ ଆଉ ଏକ ବାଘୁଣୀ

କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟକୁ ଆସିବ ଆଉ ଏକ ବାଘୁଣୀ। ସେଥିପାଇଁ ମହାରାଷ୍ଟ୍ରର ତଡବା ବ୍ୟାଘ୍ର ପ୍ରକଳ୍ପରେ ପହଂଚିଲେ ମୟୂରଭଞ୍ଜ ଜିଲ୍ଲାର ଦଶ ଜଣିଆ ଟିମ। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ସହକାରୀ ବନ ସଂରକ୍ଷକ ପ୍ରଦୀପ ଦେଙ୍କ ନେତୃତ୍ବରେ ଏକ ଦଶ ଜଣିଆ ଟିମ ମହାରାଷ୍ଟ୍ର ଗସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାଣୀ ଚିକିତ୍ସକ ଅଭିଳାଷ ଆଚାର୍ଯ୍ୟ ଏଵଂ ଡେପୁଟି ରେଞ୍ଜର ଦୀପ୍ତିମାନ ପଣ୍ଡା ଅନ୍ତର୍ଭୁକ୍ତ। ଏହି ଟିମ ତଡବା ବ୍ୟାଘ୍ର ପ୍ରକଳ୍ପରେ ଅନ୍ୟ ଏକ ବାଘୁଣୀକୁ ଧରିବାକୁ ଯୋଜନା କରୁଛନ୍ତି ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।

ମହାରାଷ୍ଟ୍ର ନିର୍ବାଚନକୁ ଆଉ ମାତ୍ର କିଛିଦିନ, ଏମଭିଏ ଜାରି କଲା ୫ ନିର୍ବାଚନୀ ଗାରେଣ୍ଟି

ପୁଣେ : ମହାରାଷ୍ଟ୍ର ନିର୍ବାଚନକୁ ଆଉ ମାତ୍ର କିଛିଦିନ । ଏହାରି ଭିତରେ ଏମଭିଏ ଜାରି କରିଛି ନିଜର ୫ ନିର୍ବାଚନୀ ଗାରେଣ୍ଟି । ମହିଳା ମାନଙ୍କ ପାଇଁ ଘୋଷଣା ହୋଇଛି ମହାଲକ୍ଷ୍ମୀ ଯୋଜନା ଅଧିନରେ ସହାୟତା । ସରକାରକୁ ଆସିଲେ ଦଳ ପକ୍ଷରୁ ଯୋଜନା ଅଧିନରେ ମାସକୁ ମହିଳାଙ୍କୁ ୩ ହଜାର ଟଙ୍କା ପ୍ରଦାନ କରାଯିବ । ଏହା ସହ ରାଜ୍ୟବାସୀଙ୍କ ପାଇଁ 25 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା, ଲୋକଙ୍କ ପାଇଁ ମାଗଣା ଔଷଧ, ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଓ କୃଷକଙ୍କ ଋଣ କ୍ଷମା କରାଯିବ ବୋଲି ଘୋଷଣା କରିଛି ଏମଭିଏ ମେଣ୍ଟ । କଂଗ୍ରେସ ନେତା ଏହା ମଧ୍ୟ କହିଛନ୍ତି ଯେ ବେକାର ଯୁବକମାନେ ମଧ୍ୟ ମାସକୁ 4000 ଟଙ୍କା ଭତ୍ତା ପାଇବେ। କଂଗ୍ରେସ ଶାସିତ କର୍ଣ୍ଣାଟକ ଏବଂ ତେଲେଙ୍ଗାନା ଭଳି ରାଜ୍ୟରେ ଜାତିସଂଘ ଜନଗଣନାକୁ ମଧ୍ୟ ପ୍ରତିଶୃତି ଦେଇଛି । ମହାରାଷ୍ଟ୍ରରେ ମଧ୍ୟ ଦିଆଯିବ ବୋଲି କହିଛି କଂଗ୍ରେସ ।