spot_img
Home Blog Page 1412

ଇଂଲଣ୍ଡ ବିପକ୍ଷ T-20 ପାଇଁ ଭାରତୀୟ ଦଳ ଘୋଷଣା: ୧୪ ମାସ ପରେ ପ୍ରତ୍ୟାବର୍ତ୍ତନ କଲେ ମହମ୍ମଦ ଶାମୀ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଇଂଲଣ୍ଡ ବିପକ୍ଷରେ ଭାରତ ୫ଟି T-20 ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ଟି-୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକ ଦାୟିତ୍ବ ସମ୍ଭାଳିବେ । ଅନ୍ୟପକ୍ଷରେ ଅକ୍ଷର ପଟେଲଙ୍କୁ ଏହି ସିରିଜ ପାଇଁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି । ଟିମରେ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମୀଙ୍କୁ ସାମିଲ କରାଯାଇଛି । ଦୀର୍ଘ ୧୪ ମାସ ପରେ ଦଳକୁ ଫେରିଛନ୍ତି ମହମ୍ମଦ ଶାମୀ । ଶେଷ ଥର ପାଇଁ ଶାମୀ ୨୦୨୩ ଦିନିକିଆ ବିଶ୍ବକପରେ ଖେଳିଥିଲେ । ଆହତ ଜନିତ ସମସ୍ୟା କାରଣରୁ ଶାମୀ ଅଷ୍ଟ୍ରଲିଆ ଗସ୍ତରୁ ମଧ୍ୟ ବାଦ୍ ପଡ଼ିଥିଲେ । ପ୍ରଥମ ଟି-୨୦ ଜାନୁଆରୀ ୨୨ରେ କୋଲକତାରେ ଖେଳାଯିବ ଓ ପ୍ରଥମ ଦିନିକିଆ ଫେବୃଆରୀ ୬ରେ ନାଗପୁର ଠାରେ ଖେଳାଯିବ ।

ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ

ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ (ଓ୍ବିକେଟ କିପର), ଅଭିଷେକ ବର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ (ଉପ-ଅଧିନାୟକ), ହର୍ଷିତ ରାଣା, ଅର୍ଶଦୀପ ସିଂହ, ମହମ୍ମଦ ଶାମୀ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଈ, ଓ୍ବାଶିଂଟନ ସୁନ୍ଦର, ଧ୍ରୁବ ଜୁରେଲ (ଓ୍ବିକେଟ କିପର) ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କରିଛି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଏହି ଲିଷ୍ଟରେ ଦଳ ପକ୍ଷରୁ ୨୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଆମ ଆଦମୀ ପାର୍ଟି (ଆପ) ଛାଡ଼ି ବିଜେପିରେ ସାମିଲ ହୋଇଥିବା କପିଲ ମିଶ୍ରାଙ୍କୁ ଦଳ କରାବଲ ନଗର ଆସନରୁ ଟିକେଟ ଦେଇଛି । ସେହିପରି ହରୀଶ ଖୁରାନାଙ୍କୁ ମୋତୀ ନଗର ବିଧାନସଭା ଆସନରୁ ଟିକେଟ ଦିଆଯାଇଛି । ଏହି ଲିଷ୍ଟରେ ୫ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗ ୭ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଥିଲା । ନିର୍ବାଚନ କମିଶନ ପ୍ରେସମିଟ ମାଧ୍ୟମରେ ଏନେଇ ଘୋଷଣା କରିଥିଲେ । ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ କହିଥିଲେ । ଜାନୁଆରୀ ୧୦ରେ ବିଜ୍ଞପ୍ତି ପାଇଥିଲା । ଜାନୁଆରୀ ୧୭ରେ ନାମାଙ୍କନର ଶେଷ ତାରିଖ ରହିଛି । ଜାନୁଆରୀ ୧୮ରେ ନାମାଙ୍କନପତ୍ର ଯାଞ୍ଚ ହେବ ଓ ଜାନୁଆରୀ ୨୦ରେ ନାମାଙ୍କନପତ୍ର ପ୍ରତ୍ୟାହାର କରାଯିବ । ଫେବୃଆରୀ ୫ରେ ମତଦାନ ଗ୍ରହଣ କରାଯିବ ଓ ଫେବୃଆରୀ ୮ରେ ଗଣତି କରାଯିବ ।

ସହକାରୀ ପ୍ରାଧ୍ୟାପକ ନିଯୁକ୍ତିରେ ବଡ଼ ଧରଣର ଅନିୟମିତତା: ଓପିଏସସି ଭାଙ୍ଗିଛି ସବୁ ନିୟମ

ଭୁବନେଶ୍ବର: ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ପକ୍ରିୟାରେ ସାମ୍ନାକୁ ଆସିଲା ବଡ଼ ଧରଣ ଅନିୟମିତତା । ସରକାରୀ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ତଥା ବିଏଡ କଲେଜରେ ହୋଇଥିବା ଏହି ନିଯୁକ୍ତିରେ ଓପିଏସସି ଭାଙ୍ଗିଛି ସବୁ ନିୟମ । ପଦବୀ ପାଇଁ ଏମଏଡ ଡିଗ୍ରୀ ବାଧ୍ୟତାମୂଳକ ଥିବା ବେଳେ ବିଏଡ ଧାରୀଙ୍କୁ ଦିଆଯାଇଛି ନିଯୁକ୍ତି । ଏନେଇ ଓପିଏସସି କର୍ତ୍ତୃପକ୍ଷ ମୁହଁ ଖୋଲି ନଥିବା ବେଳେ ବିଶେଷଜ୍ଞ ଉଦବେଗ ପ୍ରକାଶ କରିଛନ୍ତି । ଆଇନ ଦୃଷ୍ଟିରୁ ନିଯୁକ୍ତି ପକ୍ରିୟା ପାଇଁ ଥିବା ନିର୍ଦ୍ଧାରିତ ନିୟମ ଯଦି ପାଳନ ନହୁଏ ତେବେ ନିଯୁକ୍ତି ପରେ ମଧ୍ୟ ଏହାକୁ ନାକଚ କରିଦିଆଯାଇ ପାରିବ ବୋଲି ସେମାନେ କହିଛନ୍ତି ।

ବିଏଡ୍ କଲେଜ ନିଯୁକ୍ତି ପକ୍ରିୟା ସାଂଘାତିକ ଅନିୟମିତତା । ସାମ୍ନାକୁ ଆସିଲା ଓପିଏସସି କର୍ତ୍ତୃପକ୍ଷଙ୍କ ଅନିୟମିତତା । ଯୋଗ୍ୟତା ନଥାଇ ଆଶାୟୀଙ୍କୁ ମିଳିଛି ନିଯୁକ୍ତି । ପ୍ରଶ୍ନ ଉଠାଇଲେ ଆଶାୟୀ ଓ ବୁଦ୍ଧିଜୀବୀ । ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ପାଇଁ ନିୟମ ମୁତାବକ ଏମଏଡ୍ ଯୋଗ୍ୟତା ଥିବା ବେଳେ ବିଏଡ୍ ଆବେଦନକାରୀଙ୍କୁ ଦିଆଯାଇଛି ଚାକିରି । ଯାହାକୁ ନେଇ ଏବେ ଶତାଧିକ ଆବେଦନକାରୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଓପିଏସସି ଏଥିରେ ଓଇଏସ ରୁଲ୍ ୨୦୨୦ ଓ ଏନସିଟିଇ ନିୟମ ୨୦୧୪ କୁ ଉଲ୍ଲଂଘନ କରିଥିବା ସେମାନେ ଅଭିଯୋଗ କରିଛନ୍ତି।

ଆସନ୍ତୁ ଜାଣିବା ଏହି ଗୁରୁତ୍ୱ ନିଯୁକ୍ତିରେ ପୂର୍ଣ୍ଣ କେଉଁଠି ହୋଇଛି ଅନିୟମିତତା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସରକାରୀ ବିଏଡ୍ କଲେଜ ପାଇଁ ଓପିଏସସି ୨୦୨୧ ଜୁଲାଇ ୭ ରେ ୩୮୫ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହି ପଦବୀ ପାଇଁ ସ୍ନାତକୋତ୍ତର ଡିଗ୍ରୀ ସହିତ ଏମଏଡ୍ ଡିଗ୍ରୀ ବାଧ୍ୟତାମୂଳକ ଥିଲା । ତେବେ ଚୟନ ସମୟରେ କର୍ତ୍ତୃପକ୍ଷ ଏହାର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଏମଏଡଧାରୀ ଙ୍କୁ ବାଦ ଦିଆଯାଇ ବିଏଡ୍ ଆବେଦନକାରୀଙ୍କୁ ନିଆଯାଇଛି ନିଯୁକ୍ତି । ତେବେ ଏହା ବେଆଇନ ବୋଲି କହିଛନ୍ତି ବିଶେଷଜ୍ଞ । ସେପଟେ ଆଇନ ଅନୁଯାୟୀ ଯଦି କୌଣସି ନିଯୁକ୍ତି ପକ୍ରିୟାରେ ସେଥିପାଇଁ ଥିବା ନିୟମକୁ କର୍ତ୍ତୃପକ୍ଷ ଭାଙ୍ଗି ନିଯୁକ୍ତି ଦିଅନ୍ତି ତେବେ ଅଭିଯୋଗ ପରେ ଏହା ନାକଚ କରାଯିବ ବୋଲି କହିଛନ୍ତି ଆଇନଜୀବୀ ।

ଖୁବ୍‌ଶୀଘ୍ର ଭଙ୍ଗାହେବ ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ: ହାଇକୋର୍ଟଙ୍କ ରହିତାଦେଶ ହଟିବା ପରେ ହେଲା ସ୍ପଷ୍ଟ

ଭୁବନେଶ୍ବର: ଖୁବ୍‌ଶୀଘ୍ର ଭଙ୍ଗାହୋଇପାରେ ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମ । ଗତ କାଲି ହାଇକୋର୍ଟ ରହିତାଦେଶ ହଟାଇବା ପରେ ଏବେ ଯେ କୌଣସି ସମୟରେ ବିଡିଏ ବୁଲାଇପାରେ ବୁଲଡୋଜର । ସାଧାରଣ ପ୍ରଶାସନ ବିଭାଗର ସତ୍ୟପାଠ ପରେ ହାଇକୋର୍ଟ ବୈକୁଣ୍ଠଧାମ ଆଶ୍ରମ ଭଙ୍ଗାଯିବା ଉପରେ ଜାରି ରହିତାଦେଶକୁ ଶୁକ୍ରବାର ହଟାଇ ଦେଇଛନ୍ତି । ରହିତାଦେଶ ହଟିଯିବା ଫଳରେ ବୈକୁଣ୍ଠନାଥ ଆଶ୍ରମ ଭାଙ୍ଗିବା ଏକରକମ ସ୍ପଷ୍ଟ ହୋଇଯାଇଛି। ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବି.ପି. ରାଉତରାୟ ରହିତାଦେଶ ଉଠାଇ ଦେଇଥିବାବେଳେ ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀ ବୈକୁଣ୍ଠନାଥ ସେବାଶ୍ରମ କର୍ତ୍ତୃପକ୍ଷଙ୍କୁ ମହଲତ ଦେଇଛନ୍ତି।

ସାଧାରଣ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସତ୍ୟପାଠର ପ୍ରତିଜବାବ ରଖିବା ଲାଗି ବୈକୁଣ୍ଠଧାମ ସେବାଶ୍ରମ ଟ୍ରଷ୍ଟ ପକ୍ଷରୁ ଅଦାଲତଙ୍କଠାରୁ ସମୟ ଲୋଡ଼ାଯାଇଥିଲା । ଅଦାଲତ ଏଥିପାଇଁ ଅନୁମତି ପ୍ରଦାନ କରିବା ସହ ମାମଲାର ଶୁଣାଣି ଫେବ୍ରୁଆରୀ ୩ ତାରିଖକୁ ଧାର୍ଯ୍ୟ କରିଛନ୍ତି । ଘାଟିକିଆ ମୌଜାରେ ବେଆଇନ ଭାବେ ତିଆରି ହୋଇଥିବା ବୈକୁଣ୍ଠଧାମ ଆଶ୍ରମକୁ ଭାଙ୍ଗିବାକୁ ବିଡିଏ କର୍ତ୍ତୃପକ୍ଷ ଗତବର୍ଷ ନଭେମ୍ବର ୨୦ ତାରିଖରେ ନିଷ୍ପତ୍ତି ନେଇଥିଲେ । ବିଡିଏର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବୈକୁଣ୍ଠଧାମ ସେବାଶ୍ରମ ଟ୍ରଷ୍ଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ୍‌ କରିଥିଲେ । ଏଥିସହ ଉକ୍ତ ବିବାଦୀୟ ଜମି ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଅନ୍ତରୀଣ ଆଦେଶ ଦେଇଥିଲେ ।

ମାମଲାର ଶୁଣାଣି ଅବସରରେ ଏହି ଟ୍ରଷ୍ଟ ପକ୍ଷରୁ ହାଇକୋର୍ଟରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଲେଖାଯାଇଥିବା ଏକ ଚିଠିକୁ ଦାଖଲ କରାଯାଇଥିଲା । ଉକ୍ତ ଚିଠିରେ ଗଣଶିକ୍ଷା ବିଭାଗ ଏହି ଜମିକୁ ଟ୍ରଷ୍ଟ ନାମରେ କରିବା ଲାଗି ସୁପାରିସ୍‌ କରିଛି ବୋଲି କୁହାଯାଇଥିଲା । ହାଇକୋର୍ଟ ଏହି ଚିଠି ଆଧାରରେ ଆଶ୍ରମ ଭଙ୍ଗାଯିବା ଉପରେ ରୋକ୍‌ ଲଗାଇଥିଲେ । କିନ୍ତୁ ଏହା ଉପରେ ହାଇକୋର୍ଟ ସାଧାରଣ ପ୍ରଶାସନ ବିଭାଗକୁ ଜବାବ ମାଗିବା ପରେ ବୈକୁଣ୍ଠନାଥ ଆଶ୍ରମର ଜାଲିଆତି ଜଣାପଡ଼ିଯାଇଥିଲା । ସାଧାରଣ ପ୍ରଶାସନ ଜବାବରେ ଦର୍ଶାଇଥିଲା ଯେ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି କୌଣସି ଚିଠି ଲେଖାଯାଇନାହିଁ । ଏହା ଏକ ଜାଲ୍‌ ଚିଠି । ଏନେଇ ଅବଗତ ହେବା ପରେ ହାଇକୋର୍ଟ ଶୁକ୍ରବାର ରହିତାଦେଶ ଉଠାଇ ଦେଇଛନ୍ତି ।

ବସ୍ତି ଉଚ୍ଛେଦ ବେଳେ କାନ୍ଦିଲେ ଲୋକେ: ସରକାର ଦୁଃଖ ଶୁଣୁ ନଥିବା କଲେ ଅଭିଯୋଗ

ବାଲେଶ୍ଵର: ବସ୍ତି ଉଚ୍ଛେଦ ବେଳେ ବାଲେଶ୍ଵରରେ ପ୍ରବଳ ଉତ୍ତେଜନା। ଲୋକଙ୍କ ଘର ଉପରେ ବୁଲଡୋଜର ଚଢ଼ିବା ଦେଖି ଲୋକେ କାନ୍ଦି ପକାଇଲେ। କିଛି ମହିଳା ବୁଲଡୋଜର ଆଗରେ ଠିଆ ହୋଇ ଯାଇଥିଲେ। ସେମାନେ ଦାବି କରିଛନ୍ତି, ଆମକୁ କିଛି ସମୟ ଦିଆଯାଉ। ନିଜ ଜିନିଷ ପତ୍ର ନେବେ। ସମୟ ନ ଦେଇ ଘର ଭଙ୍ଗା ଯାଉଥିବାରୁ କୁଆଡ଼େ ଯିବେ ବୋଲି ସେମାନେ ପ୍ରଶ୍ନ କରିଥିଲେ। ସେଠାରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଏପରିକି କିଛି ମହିଳା ଜେସିବିକୁ ଆକ୍ରମଣ କରିବାକୁ ମଧ୍ୟ ଉଦ୍ୟତ ହୋଇଥିଲେ। ଏହା ପରେ ସେଠାରେ ପୋଲିସ ପ୍ରଶାସନ ପହଞ୍ଚିିଥିଲା। ଲୋକଙ୍କ ସହିତ ଆଲୋଚନା ପରେ ଜେସିବି ଓ ବୁଲଡୋଜର ଫେରି ଯାଇଛି। ରେଳ ଲାଇନ ସଂପ୍ରସାରଣ ପାଇଁ ବସ୍ତି ଉଚ୍ଛେଦ କରାଯାଉଛି। ଏଥିପାଇଁ ବାଲେଶ୍ଵର ଅରଡବଜାର ଠାରୁ ପରିବା ମାର୍କେଟ ଅଞ୍ଚଳରେ ଜାରି କରାଯାଇଛି କର୍ଫ୍ୟୁ । ଲୋକେ ଅଭିଯୋଗ କରିଛନ୍ତି, ଏବର ବିଜେପି ସରକାର ସେମାନଙ୍କ ଦୁଃଖ ଶୁଣୁ ନାହାନ୍ତି। ସେଠାକାର ସ୍ଥାନୀୟ କାଉନସିଲର ମଧ୍ୟ ବିଜେପିର । ତଥାପି କେହି କିଛି ବୁଝୁ ନାହାନ୍ତି। ନବୀନ ସରକାର ବେଳେ ଏପରି ହେଉନଥିଲା ବୋଲି ବସ୍ତି ବାସିନ୍ଦା କହିଛନ୍ତି।

ଅର୍ଦ୍ଧ ନିର୍ମିତ ଘରୁ ବୋମା ଜବତ ଘଟଣା: ଜଣେ ଅଭିଯୁକ୍ତ ଅଟକ

ବ୍ରହ୍ମପୁର: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳ ଖଜୁରିଆ ନିକଟ ଏକ ଅର୍ଦ୍ଧ ନିର୍ମିତ ଘରୁ ବୋମା ଜବତ ଘଟଣା। ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଧରି ପଚରାଉଚରା କରୁଛି ବ୍ରହ୍ମପୁର ପୋଲିସ। କେତେ ଦିନ ଧରି ସେହି ଅର୍ଦ୍ଧ ନିର୍ମିତ ଘରେ କଣ ଯୋଜନା ଚାଲିଥିଲା ଏହାର ତନାଘନା କରୁଛି ପୋଲିସ। ଘଟଣାରେ ମୋଟ ୪ ଅଭିଯୁକ୍ତ ସାମିଲ ଥିବା ଜଣାପଡିଛି। କିଛି ଅପରାଧ ଘଟାଇବା ନେଇ ଯୋଜନା କରୁଥିବା ସନ୍ଦେହ କରୁଛି ପୋଲିସ। ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବ ବୋଲି କହିଛି ପୋଲିସ। ସେପଟେ ଉଦ୍ଧାର ବୋମା ଗୁଡିକୁ ନିଷ୍କ୍ରିୟ କରିଛି ବ୍ରହ୍ମପୁର ପୋଲିସ। ପ୍ରଥମେ ବୋମା ନିଷ୍କ୍ରିୟ କରିବାକୁ ଫୁଲବାଣୀରୁ ସ୍ଵତନ୍ତ୍ର ଟିମ ଡକାଯାଇଥିଲା। ତେବେ ନିଷ୍କ୍ରିୟ କରିବାରେ ବିଫଳ ହେବାରୁ ବ୍ରହ୍ମପୁର ବୋମା ନିଷ୍କ୍ରିୟକାରୀ ଟିମ ବୋମାଗୁଡିକୁ ନିଷ୍କ୍ରିୟ କରିଥିଲେ। ବ୍ରହ୍ମପୁର ପୋଲିସର ପାଟ୍ରୋଲିଂ ଚାଲିଥିବାବେଳେ ଘଟଣାସ୍ଥଳରୁ ଫେରାର ମାରିଥିଲେ କିଛି ଅଭିଯୁକ୍ତ। ଏହାପରେ ସେଠାରୁ ୭ ବୋମା ଉଦ୍ଧାର କରାଯାଇଥିଲା ।

୫ ହଜାର ଲାଞ୍ଚ ମାଗୁଥିଲେ ପୋଲିସ ASI: ଭାଇରାଲ୍ ହେଲା ଭିଡିଓ

ଆରଡି: ପୋଲିସ ASI ୫ହଜାର ଲାଞ୍ଚ ମାଗୁଥିବା ଭିଡିଓ ଭାଇରାଲ୍ । କେସ କ୍ଲୋଜ କରିଦେବି, କୋର୍ଟ କଚେରୀ ଯିବାକୁ ପଡ଼ିବ ନାହିଁ, ହେଲେ ମୋତେ ପାଞ୍ଚ ହଜାର ଦେବାକୁ ପଡିବ ବୋଲି କହୁଛନ୍ତି ASI । ଧାମନଗର ଥାନାର ASI ଏଲ.କେ ପଟ୍ଟନାୟକଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇଆରାଲ ହେବାରେ ଲାଗିଛି । ଧାମନଗର ଥାନା ଅନ୍ତର୍ଗତ ବାଘୁଆରି ଗ୍ରାମର ଭବାନୀ ଦାସ ଓ ପ୍ରସାନ୍ତ ବେହେରାଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା। ଏନେଇ ଉଭୟଙ୍କୁ ପକ୍ଷରୁ ଥାନାରେ ଏତଲା ହୋଇଥିଲା। ପରେ ଉଭୟଙ୍କ ଭିତରେ ବୁଝା ମଣା ହୋଇ ସମାଧାନ ପରେ ୩ ତାରିଖ ଥାନାରେ ଏକ ବୁଝାମାଣା ପତ୍ର ଦିଆଯାଇଥିଲା। କେସ ନେଇଥିବା ଧାମନଗର ଥାନାର ASI- ଏଲ.କେ ପଟ୍ଟନାୟକ ଏହାର ଫାଇଦା ନେବା ପାଇଁ ପରଦିନ ଗ୍ରାମରକ୍ଷୀଙ୍କୁ ସାଥିରେ ନେଇ ବାଘୁଆରୀ ଗାଁରେ ପହଞ୍ଚିଥିଲେ। ଗୋଟେ ଡାଏରି ଧରି ଗାଁର ଘର ଓ ଜମିବାଡ଼ି କାହାର ଓ କେଉଁ ପଟେ କିଏ ରହୁଛି ପଚାରି ବୁଝିଥିଲେ। ଶେଷରେ ପ୍ରସାନ୍ତ ବେହେରାଙ୍କୁ ୫ହଜାର ଟଙ୍କା ଦେଲେ ତାଙ୍କ ନାମରେ କୌଣସି କେସ ହେବ ନାହିଁ କି ତାଙ୍କୁ କୋର୍ଟ କଚେରୀ ଯିବାକୁ ପଡ଼ିବ ନାହିଁ ବୋଲି ASI କହିଥିବା ଅଭିଯୋଗ ହୋଇଛି, ଯାହାର ଭିଡିଓ ଏବେ ଭାଇରାଲ ହେଉଛି। ଘଟଣାର ତଦନ୍ତ ସହ ସରକାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

କଟକ-ବାଙ୍କୀରେ ଗୋଷ୍ଠୀ ସଂଘର୍ଷ: ପଥର ମାଡ଼ରେ ୪ ଜଣ ଆହତ

କଟକ ବାଙ୍କୀ: କଟକ ବାଙ୍କୀ ଭଗିପୁରରେ ଗୋଷ୍ଠୀ ସଂଘର୍ଷ। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଅଭିଯୋଗ ଅନୁସାରେ ଗତକାଲି ରାତିରେ କଟକ ବାଙ୍କୀ ରାସ୍ତାରେ ଯାଉଥିବା ସମସ୍ତ ଗାଡିକୁ ଢେଲା ପଥରରେ ମାଡ଼ କରିଥିଲେ ଭଗିପୁରର କିଛି ଯୁବକ। ଆଜି ଗାଁ ଲୋକେ ସେଠାକୁ ଯାଇ ଏ ସଂପର୍କରେ ପଚାରିବାକୁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ପୁଣି ପଥର ମାଡ଼ କରାଯାଇଛି। କଟକ – ବାଙ୍କୀ ରାସ୍ତାରେ ପଥର ମାଡ଼ ହୋଇଛି। ଏଥିପାଇଁ ଏହି ରାସ୍ତାରେ ଯିବା ଆସିବା ବନ୍ଦ ଥିଲା। ସେଠାରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ ନେବା ସହ ଲୋକଙ୍କୁ ବୁଝା ସୁଝା କରିଥିବା ଜଣାପଡ଼ିଛି ।

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଦୀପାଳି ଦାସ: ନିଜ ପରିବାର ସହ ଠିଆ ହୋଇଥିବାରୁ ଧନ୍ୟବାଦ ଜଣାଇଲେ ପୂର୍ବତନ ବିଧାୟିକା

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ। ନବୀନଙ୍କୁ ଭେଟିବା ପରେ ସେ କହିଛନ୍ତି, ନବୀନ ପଟ୍ଟନାୟକ ଆମ ପରିବାର ସହ ଠିଆ ହୋଇଥିବାରୁ ତାଙ୍କୁ ଧନ୍ୟବାଦ। ନବୀନ କହିଲେ, ଷ୍ଟ୍ରଙ୍ଗ ରୁହ । ଦୀପାଳି ଆହୁରି କହିଛନ୍ତି, dirty politics ରୁ ଆଗକୁ ଯିବାକୁ ବାଟ ଦେଖାଇଲେ ନବୀନ। ଆଗାମୀ ଦିନରେ ତାଙ୍କ ମାର୍ଗଦର୍ଶନରେ କାମ କରିବୁ।

କେଜ୍ରିଓ୍ବାଲଙ୍କୁ ଟକ୍କର ଦେବେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ

ନନ୍ଦିଘୋଷ ବ୍ୟୁରୋ: ଏଥରେ ନୂଆଦିଲ୍ଲୀ ଆସନରେ ସବୁଠାରୁ ବଡ଼ ଲଢ଼େଇ।  ଜଣେ ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କୁ ଟକ୍କର ଦେଉଛନ୍ତି ଦୁଇଜଣ ପୂର୍ବତନ ମୁଖ୍ଯମନ୍ତ୍ରୀଙ୍କ ଦୁଇ ପୁଅ। ପୂର୍ବତନ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆପରୁ ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ। ତେଣେ ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ବିଜେପି ମୁଖ୍ଯମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପରବେଶ ବର୍ମା। ନୂଆଦିଲ୍ଲୀ ବିଧାନସଭା ଆସନ କଂଗ୍ରେସ ଗଡ଼ ଥିଲା। ୧୯୯୮ରୁ ୨୦୧୩ ଯାଏ ଶୀଲା ଦୀକ୍ଷିତ ଥିଲେ ମୁଖ୍ଯମନ୍ତ୍ରୀ। ତେବେ ୨୦୧୩ରୁ ବିଜୟୀ ହୋଇଆସୁଛନ୍ତି କେଜରିଓ୍ବାଲ। ପୂର୍ବ ଦିଲ୍ଲୀରୁ ୨ ଥର ସାଂସଦ ହୋଇଛନ୍ତି ସନ୍ଦୀପ ଦୀକ୍ଷିତ। ସାମାଜିକ ବିକାଶ କାର୍ଯ୍ୟକ୍ରମରେ ଜଡ଼ିତ ଅଛନ୍ତି ସନ୍ଦୀପ। ଶୀଲା ଦୀକ୍ଷିତଙ୍କ ଲିଗାସୀ ନେଇ ସନ୍ଦୀପଙ୍କ ଉପରେ ଆଶା ରଖିଛି ଦଳ। ସେପଟେ ପୂର୍ବତନ ମୁଖ୍ଯମନ୍ତ୍ରୀ ସାହେବ ସିଂ ବର୍ମାଙ୍କ ପୁଅ ପରବେଶ ବର୍ମା। ସେ ପଶ୍ଚିମ ଦିଲ୍ଲୀରୁ ୨ ଥର ସାଂସଦ ହୋଇଛନ୍ତି। ଗତ ଲୋକସଭା ନିର୍ବାଚନରେ ପରବେଶଙ୍କୁ ମିଳି ନଥିଲା ଟିକେଟ। ତେଣେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି ସନ୍ଦୀପ ଦୀକ୍ଷିତ।