ବିଗିଡ଼ିଲା ଦିଲ୍ଲୀ ବାୟୁ ଗୁଣବତ୍ତା। ଅଧିକାଂଶ ସ୍ଥାନରେ AQI ପ୍ରାୟ ୪୦୦ ରହିଛି। ଏକ୍ଯୁଆଇ ସିଭିୟର କାଟେଗୋରୀ ସ୍ଥରରେ ପହଞ୍ଚିଥିବା ଯୋଗୁ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି। ଏହା ସହ ଦୃଶ୍ୟମାନ ଦୂରତା ବି ହ୍ରାସ ପାଇଛି। ଗତ ମଙ୍ଗଳବାରପରଠାରୁ ସ୍ଥିତି କ୍ରମାଗତ ଭାବେ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଗତ ମଙ୍ଗଳବାର ଏକ୍ଯୁଆଇ ୨୮୨ ଥିବାବେଳେ ବୁଧବାର ୨୫୯, ଗୁରୁବାର ୩୦୭ ଓ ଶୁକ୍ରବାର ୩୪୯ ଥିଲା। ଆଜି ଦିଲ୍ଲୀର ଅଧିକାଂଶ ସ୍ଥାନରେ ଏକ୍ୟୁଆଇ ୪୦୦ ପାଖାପାଖି ରହିଥିବାରୁ ଆସନ୍ତାଦିନରେ ଯେ ଅଧିକ ସମସ୍ୟା ସୃଷ୍ଟି ହେବାକୁ ଯାଉଛି ଏହା ସ୍ପଷ୍ଟ ହୋଇଛି। ୱାଜିରପୁରରେ ୪୪୩, ଜାହାଙ୍ଗିରପୁରୀରେ ୪୩୯, ବିବେକ ବିହାରରେ ୪୩୭, ରୋହିଣୀରେ ୪୩୪, ଆନନ୍ଦ ବିହାରରେ ୪୩୪, ଅଶୋକ ବିହାରରେ ୪୩୧, ସୋନିଆ ବିହାରରେ ୪୨୭ ଥିବା ସୂଚନା ମିଳିଛି
ଉଦ୍ଧାର ହେବ ସବୁଠାରୁ ବଡ ଓ ପୁରାତନ ହାତୀ ରାମୁର କଙ୍କାଳ
ଉଦ୍ଧାର ହେବ ରାମୁର କଂକାଳ । ଚନ୍ଦକା ଜଙ୍ଗଲର ସବୁଠାରୁ ବଡ ଓ ପୁରାତନ ହାତୀ ହେଉଛି ରାମୁ । ଗତ ବର୍ଷ ବିଦ୍ୟୁତ ଆଘାତରେ ରାମୁର ମୃତ୍ୟୁ ଘଟିଥିଲା। ଆଜି ଉଦ୍ଧାର ଟିମରେ ବନବିଭାଗ, ଏମ୍ସର ଫରେନସିକ ଟିମ, ସ୍ନେକ ହେଲ୍ପ ଲାଇନ ସଦସ୍ୟ ଓ ଡାକ୍ତରୀ ଟିମ ରହିଛନ୍ତି।
ନବମ ଶ୍ରେଣୀ ଛାତ୍ରର ପକେଟରୁ ବାହାରିଲା ବନ୍ଧୁକ
ନବମ ଶ୍ରେଣୀ ଛାତ୍ରର ପକେଟରୁ ବାହାରିଲା ବନ୍ଧୁକ । କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରି ଥାନା କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସ୍କୁଲରେ ଗଣିତ କ୍ଲାସ ଚାଲିଥିବା ସମୟରେ ଶ୍ରେଣୀ ଗୃହରେ ଛାତ୍ରର ପକେଟ ଉଚା ଦେଖାଯିବାରୁ ଗଣିତ ସାର ନୃସିଂହ ସ୍ବାଇ ଚେକିଂ କରିଥିଲେ । ଚେକିଂ ସମୟରେ ଛାତ୍ର ପକେଟରୁ ଏକ ବନ୍ଧୁକ ବାହାରିଥିଲା । ପ୍ରଧାନ ଶିକ୍ଷକ ଥାନାରେ ଅଭିଯୋଗ କରିବା ପରେ ବନ୍ଧୁକ ଜବତ ସହ ଛାତ୍ରକୁ କୋରୁଆ ସ୍ବଧାର ଗୃହରେ ରଖି ଅଧିକ ତଦନ୍ତ କରୁଛି ପୋଲିସ ।
ପୁଣି ମନ୍ଦିରକୁ ଟାର୍ଗେଟ କଲେ ଲୁଟେରା
କିଛି ଦିନ ବ୍ୟବଧାନ ପରେ ପୁଣି ମନ୍ଦିରକୁ ଟାର୍ଗେଟ କଲେ ଲୁଟେରା । ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଗାଁ ରାଧାକାହ୍ନୁ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଲୁଟ ହୋଇଛି । ରାଧାକାହ୍ନୁଙ୍କ ରୂପାସୁନା ଅଳଙ୍କାର ସମତେ ହୁଣ୍ଡି ବାକ୍ସ ଲୁଟି ନେଇଛନ୍ତି ଲୁଟେରା । ଲୁଟ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଆଜି ମଇତାପୁର ମହୋତ୍ସବ ଧୁମଧାମରେ ହେବାକୁ ଥିବା ବେଳେ ପାର୍ଶ୍ଵରେ ଥିବା ମନ୍ଦିରରେ କଳାକନା ବୁଲାଇଛନ୍ତି ଲୁଟେରା । ସିମୁଳିଆ ବ୍ଲକରେ ଚୋରି ଲାଗି ରହିଥିବା ବେଳେ ପୋଲିସର ନିଷ୍କ୍ରିୟତା ସମସ୍ତଙ୍କୁ ଚକିତ କରିଛି l

