spot_img
Home Blog Page 1433

ବାରମ୍ବାର ଦିଗ ବଦଳାଉଛି ବାତ୍ୟା ‘ଦାନା’, ଚାନ୍ଦବାଲିରେ କରିବ ଲ୍ୟାଣ୍ଡଫଲ୍‌

ଭୁବନେଶ୍ବର: ବାତ୍ୟା ଦାନା ଆସିବା ପୂର୍ବରୁ ଓଡିଶାର କେନ୍ଦ୍ରାପଡା ସମୁଦ୍ର ମୁହାଣରେ ଉଠିଲାଣି ବଡ ବଡ ଢେଉ  । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ଖବର ଲେଖାଯିବା ସୁଦ୍ଧା ବାତ୍ୟା ଦାନା କେନ୍ଦ୍ରାପଡାର ତାଳଚୁଆ ଠାରେ ଲ୍ୟାଣ୍ଡଫଲ କରିବାର ସୂଚନା ରହିଛି  । ଆଜି ରାତି ସୁଦ୍ଧା ଭିତରକନିକା ଜାତୀୟ ଉଦ୍ୟାନ ଓ ଧାମରା ବନ୍ଦର ମଝିରେ ପହଞ୍ଚିବାର ସମ୍ଭାବନା ରହିଛି  । ଏହି ସମୟରେ ପବନର ଘଣ୍ଟା ପ୍ରତି ବେଗ ୧୨୦ ରୁ ୧୨୫ କିଲୋମିଟର ରହିବ  ।

IMD ସୂଚନା ଅନୁସାରେ ବାତ୍ୟା ଦାନା ସ୍ଥଳଭାଗ ମୁହାଁ ହେଉଥିବାରୁ ଓଡିଶା ଓ ପଶ୍ଚିମବଙ୍ଗର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ସମୀକ୍ଷା କରିଛନ୍ତି  । ବାତ୍ୟା ଦାନାର ପ୍ରଭାବ ଓଡିଶା, ପଶ୍ଚିମବଙ୍ଗ ସମେତ ବିହାର, ଝାଡଖଣ୍ଡ ପର୍ଯ୍ୟନ୍ତ ଦେଖିବାକୁ ମିଳିବ  ।

ଟାପୁରେ ଫସିଲେ ମତ୍ସ୍ୟଜୀବୀ

ମୟୂରଭଞ୍ଜ କପ୍ତିପଦା ବ୍ଲକ କାଳ ଡ୍ୟାମ ଭିତରେ ଟାପୁରେ ଫସିଲେ ମତ୍ସ୍ୟଜୀବୀ। ମାଛ ମାରିବାକୁ ଯାଇଥିବା ବେଳେ ପବନ ଓ ବର୍ଷା କାରଣରୁ କାଳ ଡ୍ୟାମ ଟାପୁରେ ଫସି ରହିଲେ ଯୁବକ। ଉଦ୍ଧାର କରିବାକୁ ଟାପୁରେ ପହଁଚିଲା ଓଡ୍ରାଫ ଟିମ ।

ଲ୍ୟାଣ୍ଡଫଲ ପରେ ଦୁର୍ବଳ ହେବ ବାତ୍ୟା ଦାନା

ଆଜି ମଧ୍ୟ ରାତ୍ରିରୁ କାଲି ସକାଳ ଭିତରେ ଲ୍ୟାଣ୍ଡଫଲ୍।ଉପକୂଳ ପାଖରେ ବା ନିକଟରେ ଜୁଆର ୨ ମିଟର ପର୍ଯ୍ୟନ୍ତ ଆସିବ। ଆଜି ରାତିରୁ କାଲି ସକାଳ ୯ ପର୍ଯ୍ୟନ୍ତ ସମୟ ଗୁରୁତ୍ୱପୂର୍ଣ୍ଣ। ଏହାର ପ୍ରଭାବରେ କେଉଁଝର , ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ବୌଦ୍ଧ,ନୟାଗଡ଼ରେ ବର୍ଷା ହୋଇପାରେ। ଏବେ ପାଇଁ ବାତ୍ୟା ଦୁର୍ବଳ ହେବାର କୌଣସି ସଂକେତ ନାହିଁ। ଭୀଷଣ ବାତ୍ୟା ରୂପରେ କରିବ ଲ୍ୟାଣ୍ଡଫଲ୍ ବା ଉପକୂଳ ଅତିକ୍ରମ କରିବ।

କମିଶନରେଟ ପୋଲିସ ଯୋଗାଇବ ଶୁଖିଲା ଖାଦ୍ୟ

ବାତ୍ୟା ‘ ଦାନା ‘ କୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିଜେ ପୋଲିସ କମିଶନର ବାତ୍ୟାର ତଦାରଖ କରୁଛନ୍ତି। କୌଣସି ପ୍ରକାର ବିପଦକୁ ଏଡ଼ାଇବା ପାଇଁ ଥାନାରେ ଥାନାରେ ଆବଶ୍ୟକତା ଠୁ ଅଧିକ ଫୋର୍ସ ମୁତୟନ କରାଯାଇଛି । ଏହାସହ ଗଛ କାଟିବା ପାଇଁ ଆବଶ୍ୟକୀୟ ମେସିନ, ଶୁଖିଲା ଖାଦ୍ୟ , ବିସ୍କୁଟ ଆଦି ମହଜୁଦ ରଖାଯାଇଛି । ତଳିଆ ଅଞ୍ଚଳ କିମ୍ବା ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଉପରେ ନଜର ରଖାଯାଇଛି । ପକ୍କା ଘର ନଥିଲେ ସେମାନଙ୍କୁ ନିକଟସ୍ଥ ଛାତ ଘର, କଲ୍ୟାଣମଣ୍ଡପ , ବାତ୍ୟା ଆଶ୍ରୟସ୍ଥଳୀ , କମ୍ୟୁନିଟି ସେଣ୍ଟରକୁ ସ୍ଥାନାନ୍ତର କରାଯିବା ପାଇଁ ବ୍ୟବସ୍ଥା ହୋଇଛି ।

ଆଜି ସନ୍ଧ୍ୟାରୁ କାଲି ଯାଏଁ ବିମାନ ଚଳାଚଳ ବନ୍ଦ

ଭୁବନେଶ୍ୱରରେ ପବନ ବେଗ 35-40 MPH ରୁ ଅଧିକ ରହିବା ନେଇ ପାଣିପାଗ ସୂଚନା ରହିଛି । ଯାହା ବିମାନ ଉଡିବା ପାଇଁ ସୁରକ୍ଷିତ ନୁହେଁ । ଗତକାଲି ରାତିରେ ଏ ନେଇ ଜରୁରୀକାଳୀନ ବୈଠକ ବସିଥିଲା । ତେଣୁ ସବୁ ଅଂଶୀଦାର ନିଷ୍ପତ୍ତି ନେଲୁ ଯେ ଆଜି ସନ୍ଧ୍ୟା ୫ ଟାରୁ ଆସନ୍ତାକାଲି ସକାଳ ୯ଟା ଯାଏଁ ବିମାନ ସେବା ବନ୍ଦ ରହିବ । କାଲି ସକାଳେ ପୁଣି ସମୀକ୍ଷା ହେବା ପରେ  ବିମାନ ଚଳାଚଳ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଲେ ବିମାନ ବନ୍ଦର କର୍ତ୍ତୃପକ୍ଷ  ।

କଳାବଜାରୀ ରୋକିବାକୁ ଚଢାଉ

ବ୍ୟତ୍ୟା ସମୟର କଳାବଜାରୀ ରୋକିବା ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଥିବା ଗ୍ୟାସ ଡିପୋ, ଆଳୁ ଗୋଦାମ, ଗ୍ରସରୀ ଦୋକାନ ଉପରେ ତହସିଲ ଓ ଯୋଗାଣ ବିଭାଗ ପକ୍ଷରୁ ଚଢାଉ।

ମୟୂରଭଞ୍ଜରେ ୨୫ ହଜାରରୁ ଉର୍ଦ୍ଧ୍ବ ସ୍ଥାନାନ୍ତରଣ

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ବର୍ତ୍ତମାନ ସୁଦ୍ଧା ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ଅଂଚଳରେ ୪୦୦ରୁ ଉର୍ଦ୍ଧ୍ବ ବାତ୍ୟା ଆଶ୍ରୟସ୍ଥଳୀ କରାଯାଇଛି। ସମଗ୍ର ଜିଲ୍ଲାରେ ଥିବା ୧୦ ଗୋଟି ସ୍ଥାୟୀ ଆଶ୍ରୟସ୍ଥଳୀ ସମେତ ବିଭିନ୍ନ ଅଂଚଳରେ ହୋଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳୀ କରାଯାଇଛି  । ମଧ୍ୟାହ୍ନ ସୁଦ୍ଧା ୨୫ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣଙ୍କୁ ସ୍ଥାନାନ୍ତରୀକରଣ କରାଯାଇଛି।

ସ୍ଥାନାନ୍ତର ହେବେ ୬୦ ହଜାର ପଶୁ 

ପ୍ରାଣୀ ସମ୍ପଦର ସୁରକ୍ଷା ଗୁରୁତ୍ୱପୂର୍ଣ  । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକରେ ୬୦ ହଜାର ପଶୁଙ୍କୁ ଆଶ୍ରୟ ସ୍ଥଳୀକୁ ଅଣାଯିବାପାଇଁ ବ୍ୟବସ୍ଥା ହୋଇଛି  । ୧ ହଜାର ଟନ ଗାଈ ଗୋରୁ ଆଶ୍ରୟ ସ୍ଥଳୀ ହୋଇଛି  । ୧ ହଜାର କୁଣ୍ଡା ଓ ଡ୍ରାଏ ଫୁଡ ବ୍ୟବସ୍ଥା ହୋଇଛି  । ପଶୁ ଅସୁସ୍ଥ ବା ଆଘାତ ହେଲେ ୧୯୬୨ କୁ ଯୋଗାଯୋଗ କରିବାକୁ ନିବେଦନ କରିଛି ପ୍ରଶାସନ  ।

ଚାନ୍ଦବାଲିରେ କରିବ ଲ୍ୟାଣ୍ଡଫଲ୍‌

ବାରମ୍ବାର ଦିଗ ବଦଳାଉଛି ବାତ୍ୟା ଦାନା  । ଦାନା ଏକଜାଟ୍‌ କେଉଁଠି ଲ୍ୟାଣ୍ଡଫଲ କରିବ ଏପର୍ଯ୍ୟନ୍ତ ସଠିକ ସୂଚନା ଦେଇନାହିଁ ଆଇଏମଡି  । ଖବର ଲେଖାଯିବା ସୁଦ୍ଧା ବାତ୍ୟା ଦାନା ଚାନ୍ଦବାଲିରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଆଇଏମଡି ସୂଚନା ଦେଇଛି  ।

ଦଶ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତରଣ

ଖବର ଲେଖାଯିବା ସୁଦ୍ଧା ପାଖାପାଖି ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଗଲାଣି  । ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ ରୁ ୧୨୫ କିଲୋମିଟର ରହିବ  ।

ରାତି ସୁଦ୍ଧା ଓଡିଶା ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା

ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା  । ଆଜି ମଧ୍ୟରାତ୍ରିରୁ ଅକ୍ଟୋବର ୨୫ ସକାଳ ସୁଦ୍ଧା ସ୍ଥଳଭାଗ ଛୁଇଁବ ବାତ୍ୟା  । ପବନର ବେଗ ଧୀରେ ଧୀରେ ବଢିବା ସହ ରାତିରେ ବେଗ ଅଧିକ ରହିବ  ।

ଭଦ୍ରକ, କେନ୍ଦ୍ରାପଡାରେ ଉଦ୍ଧାରକାର୍ଯ୍ୟ ଜାରି

ବାତ୍ୟା ଦାନା ଆସିବା ପୂର୍ବରୁ ଲୋକଙ୍କୁ ଆଶ୍ରୟସ୍ଥଳରେ ପହଞ୍ଚାଉଛି ପ୍ରଶାସନ  । କିଛି ଲୋକେ ବାତ୍ୟା ଆଶ୍ରୟସ୍ଥଳକୁ ନିଜେ ଆସୁଥିବା ବେଳେ ଆଉ କିଛି ଲୋକଙ୍କୁ ଘରୁ ଆଣିବା ପାଇଁ ପ୍ରୟାସ ଚଳାଇଛି ପୋଲିସ  ।

ଦାନା ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, କେଉଁ ଜିଲ୍ଲାରେ ହୋଇଛି କେତେ ପରିମାଣର ବର୍ଷା ଜାଣନ୍ତୁ

ନନ୍ଦିଘୋଷ ବ୍ୟୁରୋ: ବାତ୍ୟା ଦାନା ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ପାରାଦୀପରେ ସର୍ବାଧିକ ୬୨.୯ ମିମି ବର୍ଷା ରେକର୍ଡ କରାଯାଇଛି । ଚାନ୍ଦବାଲି ୪୬.୨ ମିମି , କୁଜଙ୍ଗ  ୨୭ ମିମି  ଏବଂ ରାଜକନିକାରେ ୨୭ ମିମି ବର୍ଷା ରେକର୍ଡ ହୋଇଛି  । ସେହିପରି ନୀଳଗିରି ୨୩ ମିମି , ପଟ୍ଟାମୁଣ୍ଡାଇ ୨୨.୫ମିମି , ଆଳି ୨୧ ମିମି , ସୋର ୧୯ ମିମି , ବେତନଟୀ ୧୯ ମିମି , ଔପଦା ୧୮ ମିମି , ଧାମନଗର ୧୬ ମିମି , ସାରସକଣା ୧୬ ମିମି ,ବାଙ୍ଗିରିପୋଷି ୧୨.୬ ମିମି ଏବଂ ଭଦ୍ରକରେ ୧୨.୩ ମିମି ବର୍ଷା ହୋଇଛି । ତେବେ ସୂଚନା ଅନୁସାରେ , ଭୀଷଣ ବାତ୍ୟା ଦାନା ଲ୍ୟାଣ୍ଡଫଲ୍ ସମୟରେ ଗତିପଥ ବଦଳାଇବା ସହ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବ  ।

ବାତ୍ୟା ଦାନା ପ୍ରଭାବରେ ଅଶାନ୍ତ ହେଉଛି ସମୁଦ୍ର

କେନ୍ଦ୍ରାପଡା : ରାଜନଗର ପେଣ୍ଠରେ ଧୀରେ ଧୀରେ ଅଶାନ୍ତ ସମୁଦ୍ରରୁ ଉଠୁଛି ବଡ଼ ବଡ଼ ଢେଉ । ବହୁଛି ପବନ, ଲାଗି ରହିଛି ତୁହାକୁ ତୁହା ବର୍ଷା  । ସମୁଦ୍ରରେ ବଡ ବଡ ଢେଉକୁ ଦେଖି ଲୋକେ ଛାନିଆ । ଯଦି ପାଣି ମାଡିଆସିବ ତେବେ ଏକର ଏକର ଚାଷ ଜମି ନଷ୍ଟ ହୋଇଯିବ ଭାବି ଚିନ୍ତାରେ ଚାଷୀ। ଧୀରେ ଧୀରେ ଅଶାନ୍ତ ସମୁଦ୍ରରୁ ଉଠୁଛି ବଡ଼ ବଡ଼ ଢେଉ । ବହୁଛି ପବନ ବଢୁଛି ବର୍ଷା । ତୁହାକୁ ତୁହା ବର୍ଷା ପବନ ସକାଳୁ ଲାଗି ରହିଛି । ସେପଟେ ସମୁଦ୍ରରେ ଉଠୁଛି ବଡ଼ ବଡ଼ ଢେଉ ଯାହାକୁ ଦେଖି ଲୋକେ ଛାନିଆ। ଯଦି ପାଣି ମାଡ଼ି ଗଲା ଶହ ଶହ ଏକର ଚାଷ ଜମି ନଷ୍ଟ ହୋଇଯିବ। ଆଶା ଆଶଙ୍କାରେ ରାଜନଗର ପେଣ୍ଠ  ଆଉ ଆଖ ପାଖ ଅଞ୍ଚଳରେ ଗ୍ରାମବାସୀ।

ଭାରତ ହେବ AI ହବ୍, ରିଲାଏନ୍ସ ଏବଂ Nvidia ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବେ

ନୂଆଦିଲ୍ଲୀ : ଭାରତ ପୁଣିଥରେ ପୁରା ବିଶ୍ବରେ ନିଜର ପ୍ରାଧାନତ୍ବ  ବିସ୍ତାର କରିବାକୁ ଯାଉଛି  । ନୂଆ ଟେକ୍ନୋଲୋଜି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ବା AI ମାଧ୍ୟମରେ ଭାରତ ସାରା ବିଶ୍ବରେ ରେକର୍ଡ ସୃଷ୍ଟି କରିବାକୁ ଯାଉଛି  । ଭାରତକୁ ଏହି ଟେକ୍ନୋଲୋଜିରେ ଏକ୍ସପର୍ଟସ୍ ହେବା ପାଇଁ ରିଲାଏନସ୍ କମ୍ପାନୀ ଏବଂ ବିଶ୍ବର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ NVIDIA ଏନଭିଡିଆର ପ୍ରତିଷ୍ଠାତା ଜେଏନସନ୍ ହୁଆଙ୍ଗ୍ AIର ଏକ ସମ୍ମିଳନୀରେ ମିଳିତ ଭାବରେ ଅଧ୍ୟକ୍ଷତା କରିବେ  ।

ମୁମ୍ବାଇର ଜିଓ କନଭେକ୍ସନ ହଲରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଟେକ୍ନୋଲୋଜି ଜଗତର ବଡ ବଡ କମ୍ପାନୀ ମାନେ ମଧ୍ୟ ଭାଗ ନେବେ  । ଏହି ସମ୍ମିଳନୀରେ ପରିବର୍ତ୍ତନ ଶିଳ୍ପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ବା AIର ଭୂମିକା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବ  । ଏହା ସହିତ କିଭଳି ଭାରତ ପୁରା ବିଶ୍ବରେ ଏକ ରୋଲ୍ ମଡେଲ୍ ଭାବରେ ଉଭା ହୋଇଛି ସେ ବିଷୟରେ ମଧ୍ୟ ଆଲୋଚନା କରାଯିବ  । ସୂଚନା ଅନୁସାରେ , ଅଗଷ୍ଟରେ ରିଲାଏନ୍ସ ର ବାର୍ଷିକ ବୈଠକରେ ମୁକେଶ ଅମ୍ବାନୀ ଦେଶରେ  AI ଭିତ୍ତିଭୂମିର ବିକାଶ କରିବାକୁ ଅଧିକ ଗୁରୁତ୍ବ ଦିଆଯାଉ ବୋଲି କହିଥିଲେ  । ଏହା ସହିତ ଗୁଜୁରାଟର ଜାମନଗରରେ AI ଦ୍ବାରା ପ୍ରସ୍ତୁତ ଏକ ଡାଟା ସେଣ୍ଟର ନିର୍ମାଣ କରିବାକୁ ଘୋଷଣା କରିଥିଲେ  ।

ବଦଳିଲା ଭୀଷଣ ବାତ୍ୟା ଦାନାର ଗତିପଥ

ଭୁବନେଶ୍ବର : ଦିଗ ବଦଳାଇଲା ଭୀଷଣ ବାତ୍ୟା ଦାନା । ବଦଳିଲା ବାତ୍ଯା ଦାନାର ଗତିପଥ । ସାଗର ଦ୍ଵୀପରୁ ଦୂରେଇ ଓଡ଼ିଶା ଭିତରକୁ ପଶୁଛି ବାତ୍ୟା । ଆଭ୍ୟନ୍ତରୀଣ ଓଡ଼ିଶା ମୁହାଁଇବ ବାତ୍ଯା ଦାନା । ଲ୍ଯାଣ୍ଡଫଲ ପରେ ଆଭ୍ୟନ୍ତରୀଣ ଓଡ଼ିଶା ଦେଇ ଗତି କରିବ ବାତ୍ୟା  । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲା ପ୍ରଭାବିତ ହେବ । ଢେଙ୍କାନାଳ, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ଼ ପ୍ରଭାବିତ ସମ୍ଭାବନା । କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସମ୍ବଲପୁର ଜିଲ୍ଲା ପ୍ରଭାବିତ ସମ୍ଭାବନା । ଅନ୍ୟ କିଛି ଜିଲ୍ଲା ମଧ୍ୟ ପ୍ରଭାବିତ ହେବା ସମ୍ଭାବନା  । ତେବେ ସୂଚନା ଅନୁସାରେ ସବୁଠାରୁ ଅଧିକ ବର୍ଷା ପାରାଦୀପରେ ରେକର୍ଡ କରାଯାଇଛି । ସ୍ଥଳ ଭାଗକୁ ଲୁଣି ପାଣି ମାଡ ଯିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।

ଭୀଷଣ ବାତ୍ୟା ଦାନାର ବଡ ଅପଡେଟ
ଲ୍ୟାଣ୍ଡଫଲ ପରେ ରିକର୍ଭ କରିବ ଭୀଷଣ ବାତ୍ୟା
ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇବ ଦାନା
ଉତ୍ତର ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ହେବ ବର୍ଷା
ଭୀଷଣ ବାତ୍ୟା ଏବେ ପାରାଦୀପ ଠାରୁ ୨୬୦ କିମି ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ
ଧାମରା ବନ୍ଦର ଠାରୁ ୨୯୦ କିମି ଦକ୍ଷିଣ ପୂର୍ବରେ ରହିଛି ବାତ୍ୟା
ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୧୨ କିମି ବେଗରେ ଗତି କରୁଛି ଦାନା
ଆଜି ମଧ୍ୟରାତ୍ରରେ ଭିତରକନିକା ଏବଂ ଧାମରା ମଧ୍ୟରେ କରିବ ଲ୍ୟାଣ୍ଡଫଲ
ଲ୍ୟାଣ୍ଡଫଲ ପରେ ଭଦ୍ରକରୁ ରିକର୍ଭ କରି ପଶ୍ଚିମ ଓଡିଶା କୁ ମୁହିଁଇବ
କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଦେଇ ଅତିକ୍ରମ କରିବ ସିଷ୍ଟମ
ଆଜି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର,ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା ରେ ଭୀଷଣ ବର୍ଷା
କାଲିଠୁ ଆଭ୍ୟନ୍ତରୀଣ ଓଡିଶା ର ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ନୟାଗଡ଼ ଦେଇ ଅତିକ୍ରମ କରିବ ବାତ୍ୟାର ଅଂଶ
୨୬ ତାରିଖରେ ଅବପାତ କିମ୍ବା ଲଘୁଚାପ ଭାବରେ ଦକ୍ଷିଣ ଓଡ଼ିଶାରେ ପହଞ୍ଚିବ
ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ ରେ ବି ବର୍ଷା ହେବ

ଶ୍ରୀମନ୍ଦିରରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ, ଦୁଇଦିନ ପାଇଁ ହବିଷ୍ୟାଳୀଙ୍କ ଦର୍ଶନ ବନ୍ଦ

ପୁରୀ : ବାତ୍ୟା ଦାନାକୁ ନେଇ ହବିଷ୍ୟାଳୀ ରହଣୀ କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଓ ଆସନ୍ତାକାଲି ହବିଷ୍ୟାଳୀଙ୍କ ଦର୍ଶନ ବନ୍ଦ ରହିବ। ପ୍ରବଳ ବର୍ଷା ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ନ ଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯିବ। ଠାକୁରଙ୍କ ନୀତି କାନ୍ତିରେ ଯେଭଳି କୌଣସି ପ୍ରଭାବ ନପଡେ ସେନେଇ ସେବାୟତଙ୍କ ସହ ଆଲୋଚନା କରାଯାଇଥିବା ବେଳେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ହବିଷ୍ୟାଳି ମା ମାନେ ତୀର୍ଥ ପୁଷ୍କରିଣୀ, ମହାପ୍ରଭୁଙ୍କ ଦର୍ଶନ ପାଇଁ ବାରଣ କରାଯାଇଛି  ।

ଅସ୍ତରଙ୍ଗରେ ବାତ୍ୟା ଦାନାର ପ୍ରଭାବ , ବିଭିନ୍ନ ସ୍ଥାନରେ ଭାଙ୍ଗିପଡିଛି ଗଛ

ଅସ୍ତରଙ୍ଗ : ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ଦାନା ଅବପାତ ରୂପ ନେବା ପରେ ଏହାର ପ୍ରଭାବ ପୁରୀ ଜିଲ୍ଲା କୋଣାର୍କ,କାକଟପୁର ଓ ଅସ୍ତରଙ୍ଗରେ ଦେଖିବାକୁ ମିଳିଛି । ବିଳମ୍ବିତ ରାତିରୁ ବର୍ଷା ସାଙ୍ଗକୁ ପବନ ଆରମ୍ଭ ହୋଇଯାଇଛି । ଅନେକ ସ୍ଥାନରେ ବିରାଟକାୟ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ବେଳେ ଯାତାୟତ ମଧ୍ୟ ବାଧା ପ୍ରାପ୍ତ ହୋଇଛି । ବାତ୍ୟା ଦାନାକୁ ମୁକାବିଲା କରିବା ପାଇଁ ତଳିଆ ଅଂଚଳର ଲୋକଙ୍କୁ ସତର୍କ କରିବା ସହିତ ଅସ୍ତରଙ୍ଗ ଅଞ୍ଚଳର ଅନେକ ବାତ୍ୟା ଆଶ୍ରୟ ସ୍ଥଳୀରେ ଆନୁସଙ୍ଗିକ ସରଞ୍ଜାମ ମଧ୍ୟ ନାହିଁ । ଏ ନେଇ ଅନେକ ସ୍ଥାନରେ ଲୋକ ଅଭିଯୋଗ କରିଛନ୍ତି । ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ ପୁରୀ ଏସପି ପରିଦର୍ଶନ କରୁଥିବା ବେଳେ ବାତ୍ୟା ଆଶ୍ରୟ ସ୍ଥଳୀରେ ଆଲୋକୀକରଣ ନଥିବା ଦେଖିଥିଲେ । ଅସ୍ତରଙ୍ଗ ବ୍ଲକରେ ଓଡ୍ରାଫ ଟିମ ପହଁଚି ଥିବା ବେଳେ ବର୍ଷା ପବନ ଆରମ୍ଭ ହୋଇଯାଇଛି ।

ମାଡି ଆସୁଛି ଭୀଷଣ ବାତ୍ୟା ଦାନା , ପ୍ରଭାବରେ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଜାରି

ଭୁବନେଶ୍ବର : ଉପକୂଳ ମୁହାଁ ବାତ୍ଯା ଦାନା । ଭୀଷଣ ବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ଼ ଦାନା। ଏହା ଆହୁରି ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଭାବେ ଆଜି ରାତିରେ ଛୁଇଁବ ସ୍ଥଳଭାଗ । ମଧ୍ଯରାତ୍ରୀରୁ ଆସନ୍ତାକାଲି ପୂର୍ବାହ୍ନ ଭିତରେ ବାତ୍ଯା ଲ୍ଯାଣ୍ଡଫଲ କରିବ। ପୁରୀରୁ ସାଗରଦୀପ ମଝିସ୍ଥଳ ଅର୍ଥାତ ଭିତରକନିକା ଓ ଧାମରା ନିକଟରେ ହିଁ ସ୍ଥଳଭାଗ ପାର୍ କରିବ ବାତ୍ୟା । ଲ୍ଯାଣ୍ଡଫଲ ସମୟରେ ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବ । ପ୍ରାୟ ୫ ଘଣ୍ଟା ଧରି ବାତ୍ୟା ଲ୍ଯାଣ୍ଡଫଲ କରିବ। ପାରାଦୀପ ଠାରୁ ବର୍ତ୍ତମାନ ଏହି ବାତ୍ଯା ୩୩୦ କିଲୋମିଟର ଦୂରରେ ରହିଛି। ଧାମରା ଠାରୁ ୩୬୦ କିମି ଦୂରରେ ରହିଛି। ବାତ୍ଯା ପ୍ରଭାବରେ ଗତକାଲିଠାରୁ କିଛି ସ୍ଥାନରେ ବର୍ଷା ଲାଗି ରହିଛି। ଆଜିଠୁ ବର୍ଷାର ପରିମାଣ ବଢିବ।

ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଆଜି ସକାଳୁ ବର୍ଷା ଅନୁଭୂତ ହେଉଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକରେ ସାଇକ୍ଲୋନର ପ୍ରଭାବ ଅଧିକ ରହିବ । ଏସବୁ ଜିଲ୍ଲାରେ ଅତିପ୍ରବଳ ବର୍ଷା ସହ ପବନ ବହିବ । ପାର୍ଶ୍ୱବର୍ତ୍ତୀ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ମୟୂରଭଂଜ, କେନ୍ଦୁଝର ଓ ଢେଙ୍କାନାଳରେ ବି ପ୍ରବଳ ବର୍ଷାହେବ ବୋଲି ପାଣିପାଗ ବିଭାଗ ସୂଚନାନ ଦେଇଛି । କିଛି ସ୍ଥାନରେ ୨୦ରୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଗଛ ଭାଙ୍ଗିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡ଼ିପାରେ । କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକ ସମୁଦ୍ରରେ ୧ରୁ ୨ ମିଟର ଯାଏଁ ଜୁଆର ଆସିବ । ବାତ୍ୟା ପାଇଁ ପୁରୀ, ପାରାଦୀପ, ଗୋପାଳପୁର ଓ ଧାମରା ବନ୍ଦରରେ ବିପଦ ସଙ୍କେତ ଜାରି କରାଯାଇଛି । ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ, ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍ ପ୍ରସ୍ତୁତ ରହିଛି । ୧୩ ଜିଲ୍ଲାରେ ୧୮୨ଟି ଅଗ୍ନିଶମ ବାହିନୀ ଟିମ୍ ମୁତୟନ ହୋଇଥିବାବେଳେ ୫୧ ଓଡ୍ରାଫ୍ ଓ ୧୯ ଏନଡିଆରଏଫ୍ ଟିମ୍ ସାଜ ସରଞ୍ଜାମ ଧରି ସଜାଗ ଅଛନ୍ତି ।

ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ ଦାନା

ଭୁବନେଶ୍ବର : ଓଡ଼ିଶା ମୁହାଁ ବାତ୍ୟା ଦାନା ଭିତରକନିକାଧାମରା ମଧ୍ୟରେ କରିବ ଲ୍ୟାଣ୍ଡଫଲ ଭୟଙ୍କର ରୂପ ନେଉଛି ସାମୁଦ୍ରକ ଝଡ କେନ୍ଦ୍ରାପଡା ଭଦ୍ରକରେ ପଶିଗଲା ବାତ୍ୟାର ବାହ୍ୟ ବଳୟ ଦିନରେ ହୋଇଗଲା ରାତିର ଭ୍ରମ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଦାନା ଏବେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ଆଡକୁ ଗତି କରୁଛି  ଆସନ୍ତା କାଲି ସକାଳ ସୁଦ୍ଧା ଏକ ଭୀଷଣ ବାତ୍ୟାରେ ପରିଣତ ହେବ ଦାନା ଗତ ଘଣ୍ଟା ହେବ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ଦାନା କେତେବେଳେ ମାଡି ଆସୁଛି ପୁଣି କେତେବେଳେ ଧିମେଇ ଯାଉଛି ଫଳରେ ସମୁଦ୍ରରେ ବଳ ଗୋଟାଇ ଶକ୍ତିଶାଳୀ ହେଉଛି ବର୍ତ୍ତମାନ ପାରାଦୀପ ଠାରୁ ୪୬୦ କିଲୋମିଟର ଦକ୍ଷିଣ ପୂର୍ବ ଦିଗରେ ରହିଥିବା ବେଳେ ଧାମରା ଠାରୁ ୪୯୦ କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବରେ ରହିଛି ସେହିଭଳି ସାଗର ଦୀପରୁ ୫୪୦ କିଲୋମିଟର ଦୂରରେ ରହିଛି ବାତ୍ୟା ବର୍ତ୍ତମାନ ପାରାଦୀପ ଡପଲର ରାଡାରରେ ବାତ୍ୟାକୁ ନିରୀକ୍ଷଣ କରୁଛି ଆଇଏମଡି  ଆସନ୍ତା କାଲି ସୁଦ୍ଧା ବାତ୍ୟା ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ଲ୍ୟାଣ୍ଡଫଲ ସମୟରେ ଘଣ୍ଟାପ୍ରତି ୧୦୦ ରୁ ୧୧୦ କିଲୋମିଟର ବେଗରେ ବହିବ ପବନ ଝଟକା ପବନ ୧୨୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ

ବାତ୍ୟା ପ୍ରଭାବରେ ଆଜିଠାରୁ ରାଜ୍ୟରେ ବଦଳିଛି ପାଗ କାଲି ଭୀଷଣ ବର୍ଷା ନେଇ ୭ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ ଏବଂ ଯାଜପୁରରେ ୨୦୦ ରୁ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ପୁରୀ, ଖୋର୍ଦ୍ଧା, ନୟାଗଡ, ଢେଙ୍କାନାଳ ଏବଂ କେନ୍ଦୁଝରରେ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ପ୍ରବଳ ବର୍ଷା ନେଇ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ୨୫ ତାରିଖରେ ଭୀଷଣ ବର୍ଷା ନେଇ ୪ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି ହୋଇଛି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକରେ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ସେହିଭଳି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ସମୁଦ୍ରରେ ସ୍ବାଭାବିକ ଠାରୁ ମିଟରରୁ ଅଧିକ ଉଚ୍ଚର ଜୁଆର ଉଠିବ ଫଳରେ ସମୁଦ୍ର କୂଳ ଲଙ୍ଘିବା ସହ ମାଡିଆସିବ ଏଥିପାଇଁ ପୁରୀ, ପାରାଦୀପ, ଧାମରା ପୋର୍ଟକୁ ଗ୍ରେଟ୍ ଡେଞ୍ଜର ସିଗ୍ନାଲ ନମ୍ବର୧୦ ଜାରି କରାଯାଇଛି । 

 

ବାତ୍ୟା ଆଶ୍ରୟସ୍ଥଳୀ ପାଲଟିଛି ଅସାମାଜିକ ବ୍ଯକ୍ତିଙ୍କ ଆଡ୍ଡାସ୍ଥଳୀ

ଭଦ୍ରକ : ବାତ୍ୟା ଓ ବନ୍ଯା ସମୟରେ ପ୍ରଭାବିତ ଲୋକଙ୍କ ଆଶ୍ରୟ ପାଇଁ ଭଦ୍ରକ ଜିଲାର ସମସ୍ତ ତଳିଆ ଅଞ୍ଚଳରେ ବାତ୍ଯା ଆଶ୍ରୟସ୍ଥଳ ନିର୍ମାଣ ହୋଇଛି। ହେଲେ ଉକ୍ତ ଆଶ୍ରୟସ୍ଥଳର ରକ୍ଷଣାବେକ୍ଷଣା ଅଭାବ ଯୋଗୁ ଅସାମାଜିକ ବ୍ଯକ୍ତିବିଶେଷଙ୍କ ଆଡ୍ଡାସ୍ଥଳ ପାଲଟିଛି। ଏବେ ସମ୍ଭାବ୍ଯ ବାତ୍ଯା ଦାନା ପାଇଁ ସମସ୍ତ ବାତ୍ଯା ଆଶ୍ରୟସ୍ଥଳୀ ପ୍ରସ୍ତୁତ ଥିବା ଜିଲ୍ଲା  ପ୍ରଶାସନ କହୁଥିବା ବେଳେ ଗ୍ରାଉଣ୍ଡରେ ତାହା ବିପରୀତ ଦେଖା ଦେଇଛି। ଧାମରା ମୁହାଣ ନିକଟବର୍ତ୍ତି ତଳିଆ ଅଞ୍ଚଳ ଭାବେ ପରିଚିତ ନାନ୍ଦପୁର କୋଇଲିଖା ଠାରେ ଥିବା ବାତ୍ଯା ଆଶ୍ରୟସ୍ଥଳୀ ଜରାଜିର୍ଣ୍ଣ ଅବସ୍ଥାରେ ରହିଛି। ଆଗରେ ତାଲା ଝୁଲୁଥିଲେ ମଧ୍ଯ କବାଟ ଝରକା ଭାଙ୍ଗି ଯାଇଥିବାରୁ ଅସାମାଜିକ ବ୍ଯକ୍ତିଙ୍କ ଆଡାସ୍ଥଳ ପାଲଟିଛି। ଏଥିରେ ବୃହତ ଜେନେରଟର ଅଚଳ ହୋଇପଡିଥିବା ବେଳେ ଲାଇଟ ଫ୍ଯାନ ଭାଙ୍ଗି ଝୁଲି ରହିଛି। ଆଶ୍ରୟସ୍ଥଳର ଚାରିପାଖରେ ଅନାବନା ଗଛ ଥିବାରୁ ସରୀସୃପ ଭୟରେ ଲୋକ ଯାଉନଥିବା କହିଛନ୍ତି । ଏପଟେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରରେ ବାତ୍ଯା ପାଇଁ ସର୍ତକତା କରାଯିବା ସହ ବାତ୍ଯା ଆଶ୍ରୟସ୍ଥଳକୁ ଯିବା ପାଇଁ କୁହାଯାଉଛି । ହେଲେ ଆଜି ସକାଳ ୧୦ଟା ସୁଧା ଆଶ୍ରୟସ୍ଥଳରେ ଚାବି ଝୁଲୁଛି  ।