spot_img
Home Blog Page 1433

ଗନ୍ଧମାର୍ଦ୍ଦନ ପାହାଡ଼କୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ପ୍ରସନ୍ନ ଆଚାର୍ଯ୍ୟ

ଭୁବେନଶ୍ବର : ଗନ୍ଧମାର୍ଦ୍ଦନ ପାହାଡ଼କୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ଯେତେବେଳେ ପୂର୍ବେ ବକ୍ସାଇଟ ଖନନ ପାଇଁ  ଅନୁମତି  ଦିଆଯାଇଥିଲା ସେତେବେଳେ ଜନ ଆନ୍ଦୋଳନ ହୋଇଥିଲା।ଯାହା ପାଇଁ ବିଜୁ ପଟ୍ଟନାୟକଙ୍କ ସରକାର ସେ ନିର୍ଦ୍ଦେଶକୁ ବାତିଲ କରିଥିଲେ। ପୁଣି ଏ ସରକାର ଜଣେ ଆଦାନୀ କମ୍ପାନୀକୁ ଟେକି ଦେବାକୁ ଯାଉଛନ୍ତି। ଯିଏ କି ଭାରତ ବର୍ଷାକୁ ବିଶ୍ୱରେ ନିନ୍ଦିତ କରୁଥିବା ବ୍ୟକ୍ତିଙ୍କୁ ଟେକି ଦେବାକୁ ଯାଉଛନ୍ତି।ଯେଉଁଠି ଜଙ୍ଗଲ ସୃଷ୍ଟି କରିବା କଥା ନ କରି ଯେଉଁଠି ଜଙ୍ଗଲମୟ ପରିବେଶ ଅଛି ତାହାକୁ ନଷ୍ଟ୍ କରିବାକୁ ଯାଉଛନ୍ତି।ଯାହା ପାଇଁ ଜନ ଆନ୍ଦୋଳନ ହେଲାଣି ଗାଁ ଗାଁ ରେ। ସରକାରଙ୍କ ଠାରୁ ଅନୁମତି ଦିଆ ଯାଇଛି କି ? ଏସବୁର ସ୍ପଷ୍ଟୀକରଣ ଦାବ ହୋଇଛି। ସେପଟେ ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ।  ଗନ୍ଧମାର୍ଦ୍ଦନ ପାହାଡ଼କୁ କୌଣସି ମତେ ମୋହନ ସରକାର କାହା ହାତକୁ ଟେକି ଦେବେନାହିଁ। ଯଦି କିଛି ହୁଏ ମୁଁ ମଧ୍ୟ ଆପଣମାନଙ୍କ ସହ ଆନ୍ଦୋଳନରେ ସାମିଲ ହେବି l ଗନ୍ଧମାର୍ଦ୍ଦନ ପାହାଡ଼ରେ କିଛି କରିବାକୁ ଆଦାନୀ ହେଉ କି ଆଉ କୌଣସି କମ୍ପାନୀକୁ ଆମ ସରକାର ଦେବେ ନାହିଁ । ଏ ଗୃହକୁ ଓ ମୁଁ ରାଜ୍ୟବାସୀଙ୍କୁ ଅବଗତ କରୁଛି। ଗନ୍ଧମାର୍ଦ୍ଦନକୁ ନଷ୍ଟ କରିବାକୁ କାହାକୁ ଦିଆ ଯିବନାହିଁ। ଯଦି କିଛି ହୁଏ ତେବେ ଆମେ ବି ସେହି ଆନ୍ଦୋଳନରେ ଯୋଡ଼ି ହେବୁ ।

ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ଵିତୀୟ ଦିନ, ଗୃହରେ ମୁଲତବୀ ପ୍ରସ୍ତାବ ଆଗତ କରିଛି ବିଜେଡି

ଭୁବେନଶ୍ବର : ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ। ବିଭିନ୍ନ ବିଭାଗ ଉପରେ ହୋଇଛି ଆଲୋଚନା। ଆବଶ୍ୟକତା ଅନୁସାରେ ପିପିପି ମୋଡ଼ରେ ହାଇବ୍ରିଡ଼ ଶୀତଳ ଭଣ୍ଡାର ନିର୍ମାଣ କରାଯିବ। କେତେ ପନିପରିବା ଅଛି, କେତେ ଉତ୍ପାଦନ ହେଉଛି, ସେ ସବୁକୁ ଦେଖି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ମୟୂରଭଞ୍ଜ ଜିଲ୍ଲାରେ ଥିବା ଶୀତଳ ଭଣ୍ଡାରକୁ ପଶ୍ଚିମ ବଙ୍ଗ ବ୍ଯବସାୟୀ  ବ୍ୟବହାର କରୁଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର। ଏନେଇ ପଦକ୍ଷେପ ନିଆଯିବ ବୋଲି ଗୃହରେ ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ ସିଂହଦେଓ। ସେହିପରି ଆର୍ଥିକ ଦିଗରେ ଓରେଡା ସେତେଟା ଭଲ ନଥିଲା। ଏଥିରେ ୨୦୦ କର୍ମଚାରୀ କାମ କରିବାର ନିୟମ ଅଛି। ହେଲେ ମାତ୍ର ୪୫ଜଣ କାମ କରୁଛନ୍ତି। ଅବଶିଷ୍ଟ ୧୫୫ ପଦବୀ ଅତି ଶୀଘ୍ର ପୂରଣ ହେବ ବୋଲି କହିଛନ୍ତି କନକ। ତେଣେ ରାଜ୍ଯରେ ଖାଦ୍ଯ ସୁରକ୍ଷା ଯୋଜନାରେ ଗତି କେଉଁଆଡକୁ? ଖାଦ୍ୟାଭାବ ଯୋଗୁ କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କାରେ ଆମ୍ବଟାକୁଆ ଖାଇ ୩ ଜଣଙ୍କ ମୃତ୍ଯୁ ଘଟଣାରେ ମୁଲତବୀ ପ୍ରସ୍ତାବ ଆଗତ କରିଛି ବିଜେଡି।

୧୫୦ ମିଟର ଖାଲକୁ ଖସିଲା କାର, ୨ ମୃତ

ଶିମଲା : ହିମାଚଳ ପ୍ରଦେଶ ଶିମଲାରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।  ଦୁର୍ଘଟଣାର କାରଣ ଜଣା ପଡିନାହିଁ। ଶିମଲା ସହରଠାରୁ ୧୨୦ କିଲୋମିଟର ଦୂରରେ ଥିବା ଚିରଗାଓଁରେ ଏହି ଦୁର୍ଘଟଣା ଘଟିଛି। ଚିରଗାଓଁ ଥାନା ଅନ୍ତଃର୍ଗତ ଟିକ୍ରି-ଶିଲାଡେଶ ରାସ୍ତାର ଗାଡସାରି ନିକଟରେ ଏକ ଆଲ୍ଟୋ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। କାରରେ ଥିବା ଉଭୟ ଯୁବକ ପ୍ରାଣ ହରାଇଛନ୍ତି । ସୂଚନାନୁସାରେ, ଉଭୟ ଯୁବକ ସନ୍ଧ୍ୟାରେ ଘରକୁ ଫେରୁଥିଲେ  । ଏହି ସମୟରେ କାରଟି ନିୟନ୍ତ୍ରଣ ହରାଇ ପ୍ରାୟ ୧୫୦ ମିଟର ଏକ ଖାଲରେ ଖସିପଡିଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ପହଞ୍ଚି ମୃତହେଦ ଜବତ କରିଛି । ଦୁର୍ଘଟଣାର କାରଣ ଜଣା ପଡିନାହିଁ। ବହୁ ଚେଷ୍ଟା ପରେ ମୃତଦେହ ଉଦ୍ଧାର କରାଯାଇଥିଲା ।  ତେବେ କାରକୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇନାହିଁ  । ପୋଲିସର କହିବାନୁଯାୟୀ, ଦୁଇ ଜଣ ବ୍ୟକ୍ତି କାରରେ ଥିଲେ ଉଭୟଙ୍କ ମୃତ୍ୟୁ ହୋଇଛି ।

ପ୍ରେମିକାକୁ ଛୁରୀ ଭୁସି ମାରିବା ପରେ ଶବ ସହ ଗୋଟେ ଦିନ ରହିଲା ପ୍ରେମିକ !

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହରେ ପୁଣି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ପ୍ରେମିକ ନିଜ ପ୍ରେମିକାକୁ ଛୁରୀ ଭୁସି ମାରିବା ପରେ ଶବ ସହ ଗୋଟେ ଦିନ ରହିଲା ! ମଙ୍ଗଳବାର ଦିନ ବେଙ୍ଗାଲୁରୁର ଇନ୍ଦିରାନଗର ଅଞ୍ଚଳରେ ଥିବା ଏକ ସର୍ଭିସ ଆପାର୍ଟମେଣ୍ଟରୁ ଆସାମର ଜଣେ ଯୁବତୀଙ୍କ ମୃତଦେହ ମିଳିଥିବା ସୂଚନା ଦେଇଛି ପୋଲିସ । ଯେଉଁ ରୁମକୁ ନଭେମ୍ବର ୨୩ରେ ତାଙ୍କ ପ୍ରେମିକ ଅରବ ହାନୋଇଙ୍କ ବୁକ୍ କରିଥିଲେ। ମୃତ ଯୁବତୀଙ୍କ ନାମ ହେଉଛି ମାୟା ଗୋଗୋଇ ଡେକା |

ପୋଲିସ କହିଛି ଯେ ଅଭିଯୁକ୍ତ ଜଣକ ଏଚଏସଆର ଲେଆଉଟରେ ଷ୍ଟୁଡେଣ୍ଟ କାଉନସଲର ଭାବରେ କାର୍ଯ୍ୟ କରୁଥିବାବେଳେ ପୀଡିତା ଜଣକ ୟୁଟ୍ୟୁବ୍ କଣ୍ଟେଟ କ୍ରିଏଟର  । ଜୟନଗରର ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରିଥିଲେ। ଦୁହେଁ ତିନି ଦିନ ଧରି ଏହି ସର୍ଭିସ ଆପାର୍ଟମେଣ୍ଟକୁ ବୁକ୍ କରି ରହୁଥିଲେ । ଯେଉଁଠାରେ ଯୁବତୀଙ୍କୁ ହତ୍ୟା କରାଯାଇଛି ।

ପୋଲିସର କହିବାନୁସାରେ, ମାୟା ୨୩ ନଭେମ୍ବରରେ ତାଙ୍କ ପ୍ରେମିକଙ୍କୁ ଭେଟିବା ପାଇଁ ଏହି ସର୍ଭିସ ଆପାର୍ଟମେଣ୍ଟକୁ ଆସିଥିଲେ। ପୋଲିସ ସନ୍ଦେହ କରୁଛି ଯେ ଏହି ହତ୍ୟା ୨୪ ନଭେମ୍ବର ରାତିରେ ଘଟିଥିଲା ​​ଏବଂ ଆରବ ହାନୋଇ ପରଦିନ ପର୍ଯ୍ୟନ୍ତ ଶବ ସହିତ ସମୟ ବିତାଇଥିଲେ। ମଙ୍ଗଳବାର ସକାଳ ୮.୨୦ ରେ ସେ ଆପାର୍ଟମେଣ୍ଟ ଛାଡି ଏକ କ୍ୟାବରେ ଚାଲି ଯାଇଥିଲେ । ଏବଂ ନଜିର ଫୋନ୍ ବନ୍ଦ କରିଦେଲେ  । ପ୍ରେମିକ ଚାଲିଯିବା ପରେ ଯେତେବେଳେ ଗୃହରକ୍ଷୀ କର୍ମଚାରୀ ରୁମ ସଫା କରିବାକୁ ଆସିଥିଲେ, ଗେଟ୍ ବନ୍ଦ ହୋଇଯାଇଥିଲା  । ଏଥିରୁ ଏକ ଦୁର୍ଗନ୍ଧ ଆସୁଥିଲା ।କର୍ମଚାରୀମାନେ ଗେଟ୍ ଖୋଲିବା ପରେ ଖଟ ଉପରେ ଯୁବତୀର ମୃତଦେହ ମିଳିଥିଲା ।

ପୋଲିସ ସୂଚନା ଅନୁସାରେ, ମାୟା ଗୋଗୋଇ ଡେକାଙ୍କ ଦେହରେ ଏକାଧିକ ଛୁରୀ କ୍ଷତ ଏବଂ ମୁଣ୍ଡରେ ଆଘାତ ଲାଗିଛି । କିନ୍ତୁ ମୃତ୍ୟୁର ମୁଖ୍ୟ କାରଣ ଛାତିରେ ଗଭୀର ଆଘାତ ଥିଲା। ଅଭିଯୁକ୍ତ ପାଖରେ ଏକ ପୁରୁଣା ଛୁରୀ ଥିଲା । ଯେଉଁଥିରେ ସେ ତାର ପ୍ରେମିକାକୁ ହତ୍ୟା କରିଥିଲା । ପୋଲିସ ତଦନ୍ତ ଜାରି ରଖିଛି ।

ଧରାହେଲା ଆଉ ଜଣେ କିଲର ଲୁଟେରା, ବଡ଼ବିଲରୁ ଅଭିଯୁକ୍ତକୁ ଧରିଲା ପୋଲିସ

ଭୁବନେଶ୍ବର : ଧରାହେଲା ଆଉ ଜଣେ କିଲର ଲୁଟେରା । ବଡ଼ବିଲରୁ ଅଭିଯୁକ୍ତକୁ ଧରିଲା ଏୟାରଫିଲଡ ଥାନା ପୋଲିସ । ଗତ ୧୧ ତାରିଖ ଦିନ ଏୟାରଫିଲଡ ଥାନା ଲବଣଗିରିଠାରେ ମନ୍ଦିର ଯାଉଥିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ କରିଥିଲେ । ଲୁଟ ବେଳେ ମହିଳା ଜଣକ ତଳେ ପଡିଯାଇଥିଲେ । ଚିକିତ୍ସା ବେଳେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଅଭିଯୁକ୍ତଙ୍କୁ ଧରିବା ପାଇଁ ୬ ଟି ସ୍ପେଶାଲ ଟିମ ଗଠନ ହୋଇଥିଲା । ୪ ଟି ଟିମ ଓଡ଼ିଶାରେ ରେଡ କରୁଥିବା ବେଳେ ଅନ୍ୟ ଦୁଇଟି ଟିମ ଝାଡ଼ଖଣ୍ଡରେ କରିଥିଲା ମାରାଥନ ରେଡ । ୨ ଦିନ ତଳେ ଅନ୍ୟ ଅଭିଯୁକ୍ତ ରାଜା ନାଇଡୁକୁ ମଧ୍ୟ ଗିରଫ କରିଥିଲା ପୋଲିସ । ତା’ ଠାରୁ ଲୁଟ ହୋଇଥିବା ସୁନା ଚେନ ଜବତ କରାଯାଇଥିଲା । ଖୁବଶୀଘ୍ର ୨ ଅଭିଯୁକ୍ତଙ୍କ ଟିଆଇ ପରେଡ କରାଯିବ ବୋଲି ସୂଚନା ମିଳିଛି ।

ଭିଜିଲାନ୍ସ ଜାଲରେ କେନ୍ଦୁଝର ଜୁନିଅର ଖଣି ଅଧିକାରୀ

କେନ୍ଦୁଝର : ଭିଜିଲାନ୍ସ ଜାଲରେ କେନ୍ଦୁଝର ଜୁନିଅର ଖଣି ଅଧିକାରୀ । ଜୁନିଅର ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ କରାଯାଇଛି ରେଡ । ଏକ କାଳୀନ ୭ଟି ଜାଗାରେ ଚଢାଉ କରିଛି ଭିଜିଲାନ୍ସ । କେନ୍ଦୁଝର, ଭୁବନେଶ୍ବର,ଯାଜପୁର, ଭବାନୀପାଟଣାରେ କରାଯାଇଛି ଚଢାଉ । କେନ୍ଦୁଝର ଜଗନ୍ନାଥପୁରରେ ଥିବା ୨ ମହଲା ଘର, ଭୁବନେଶ୍ୱରରେ ଥିବା ଘର, ଘସିପୁରା ତହସିଲ ମଦନପୁର ଠାରେ ଥିବା ଫାର୍ମ ହାଉସ୍, ଯାଜପୁର ଟମକା ନିକଟ ଯେମାଦେଇପୁର ଠାରେ ପୈତୃକ ଘର, କେନ୍ଦୁଝର ଅଫିସ୍, ଭବାନିପାଟଣାରେ ଥିବା ଭଡ଼ାଘର, ଯାଜପୁର ଧର୍ମଶାଳା ନିକଟରେ ସମ୍ପର୍କୀୟଙ୍କ ଘରେ ଆଜି ସକାଳୁ ଭିଜିଲାନସ୍ ଟିମ ଚଢ଼ାଉ ଜାରି ରଖିଛି। ରେଡରେ ୭ ଜଣ DSP,୫ ଜଣ ଇନ୍ସପେକ୍ଟର, ୭ ଜଣ ASI ସାମିଲ ଅଛନ୍ତି ।

ରେସଲର ବଜରଙ୍ଗ ପୁନିଆ ସସପେଣ୍ଡ, ୪ ବର୍ଷ ପାଇଁ ସସପେଣ୍ଡ କଲା ନାଡା

ନୂଆଦିଲ୍ଲୀ : ରେସଲର ବଜରଙ୍ଗ ପୁନିଆ ସସପେଣ୍ଡ। ପୁନିଆଙ୍କୁ ୪ ବର୍ଷ ପାଇଁ ସସପେଣ୍ଡ କଲା ଜାତୀୟ ଡୋପିଂ ନିରୋଧକ ଏଜେନ୍ସି- ନାଡା। ପୁନିଆଙ୍କ ବିରୋଧରେ ଆକ୍ସନ ନେଇଛି ଆଣ୍ଟି ଡୋପିଂ ଏଜେନ୍ସି । ଜାତୀୟ ଚୟନ ବେଳେ ଡୋପିଂ ଟେଷ୍ଟକୁ ମନା କରିଥିଲେ ପୁନିଆ। ଗତ ମାର୍ଚ୍ଚ ୧୦ରେ ହୋଇଥିଲା ଚୟନ ପ୍ରକ୍ରିୟା। ସେତେବେଳେ ସେ ଡୋପିଂ ଟେଷ୍ଟକୁ ମନା କରିଥିଲେ। ନିର୍ବାଚନ ପୂର୍ବରୁ ପୁନିଆ କଂଗ୍ରେସରେ ହୋଇଥିଲେ ସାମିଲ।  ନାଡାର କାର୍ଯ୍ୟାନୁଷ୍ଠାନ ଯୋଗୁ ବିଦେଶରେ ବି ଟ୍ରେନିଂ ନେଇପାରିବେନି ପୁନିଆ। ଗତ ଏପ୍ରିଲ ୨୩ରେ ଡୋପ ଟେଷ୍ଟ ଦେବାକୁ ବିଫଳ ହେବା ପରେ ପ୍ରଥମ ଥର ଲାଗି ପ୍ରାରମ୍ଭିକ ଭାବେ ତାଙ୍କୁ କରାଯାଇଥିଲା ସସପେଣ୍ଡ।

ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୫ ଡାକ୍ତରଙ୍କ ଜୀବନ

ଲକ୍ଷ୍ମୌ : ଉତ୍ତରପ୍ରଦେଶ କନୌଜର ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ପ୍ରାଣ ହରାଇଛନ୍ତି ୫ ଜଣ ଡାକ୍ତର। ଏକ କାରରେ ଡାକ୍ତରମାନେ ଦ୍ରୁତ ଗତିରେ ଯାଉଥିବାବେଳେ ରୋଡର ଏକ ଡିଭାଇଡରରେ ପିଟି ହୋଇଯାଇଥିଲା କାର। ପରେ ଏହା ଏକ ଟ୍ରକକୁ ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ କାରଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା। ଡାକ୍ତରମାନେ ସାଇଫାଇସ୍ଥିତ ମିନି ପିଜିଆଇ ହସ୍ପିଟାଲର ବୋଲି ସୂଚନା ମିଳିଛି। ସେମାନେ ଲକ୍ଷ୍ମୌରୁ ଏକ ବିବାହ ଉତ୍ସବ ସାରି ଫେରୁଥିବାବେଳେ ଏହି ଅଘଟଣ ଘଟିଥିଲା।

ରାଜଧାନୀ ଦିଲ୍ଲୀରୁ ୧୭୦୧୫୦୦ ଟଙ୍କା ମୂଲ୍ୟର ନକଲି ନୋଟ୍ ଜବତ

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସ ଏକ ବଡ଼ ସଫଳତା ମିଳିଛି। ନକଲି ନୋଟର ଏକ ବଡ ନେଟଓ୍ବାର୍କକୁ ଧରିବାରେ ସଫଳ ହୋଇଛି । ନକଲି ଭାରତୀୟ ନୋଟ୍ ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ନକଲି ନୋଟ୍ ମୁଦ୍ରଣ ନେଇ ସୂଚନା ପାଇବା ପରେ  ଦିଲ୍ଲୀ ପୋଲିସ ଘଟଣାସ୍ଥଳରେ ଚଢାଉ କରି ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନକଲି ନୋଟ୍ ଉଦ୍ଧାର କରିଛି। ପୋଲିସର ସୂଚନାନୁସାରେ, ଅଭିଯୁକ୍ତଙ୍କ ନିକଟରୁ ୧୭,୦୧,୫୦୦ ଟଙ୍କା ମୂଲ୍ୟର ନକଲି ଭାରତୀୟ ନୋଟ ଉଦ୍ଧାର କରାଯାଇଛି। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ ବିକାଶ ଭରଦ୍ୱାଜ, ସତ୍ୟମ ସିଂ, ସଚିନ ଏବଂ ଅନୁରାଗ ଶର୍ମା।

ପୋଲିସ କହିଛି ଯେ ଅଭିଯୁକ୍ତ ବିକାଶ ଭରଦ୍ୱାଜଙ୍କ ଠାରୁ ୩୯୯ ଟି ନକଲି ନୋଟ୍ ଉଦ୍ଧାର କରାଯାଇଛି, ସେଥିମଧ୍ୟରୁ ୧୦୬ ଟି ନୋଟରେ କ୍ରମିକ ନମ୍ବର ୯ଏମଏନ୬୮୯୦୦୧, ୧୦୩ ଟି ନୋଟରେ କ୍ରମିକ ନମ୍ବର ୯ଏମଏନ୬୮୯୦୦୨, ୧୦୫ ଟି ନୋଟରେ କ୍ରମିକ ନମ୍ବର ୯ଏମଏନ୬୮୯୦୦୩ ଏବଂ ୮୫ ଟି ନୋଟରେ କ୍ରମିକ ନମ୍ବର ୯ଏମଏନ ୬୮୯୦୦୪ ରହିଛି।

ଦିଲ୍ଲୀ ପୋଲିସର ସୂଚନାନୁସାରେ ଅଭିଯୁକ୍ତ ସତ୍ୟ ସିଂ ଏବଂ ସଚିନଙ୍କ ଠାରୁ ୨୦୦୦୦ ଟଙ୍କା ମୂଲ୍ୟର ନକଲି ନୋଟ ଉଦ୍ଧାର ହୋଇଥିବାବେଳେ ଅନୁରାଗ ଶର୍ମାଙ୍କ ଠାରୁ ୨.୪ ଲକ୍ଷ ଟଙ୍କା ମୂଲ୍ୟର ନକଲି ଜବତ କରାଯାଇଛି। ପୋଲିସ ଘଟଣାସ୍ଥଳରୁ ୨ ଟି ବଣ୍ଡଲ୍ A4 ସାଇଜ୍ ସିଟ୍, ୧ ଲାପଟପ୍, ୧ରଙ୍ଗ ପ୍ରିଣ୍ଟର୍, ୨ ଲାମିନେଟର, ୧ ପେପର କଟିଙ୍ଗ ମେସିନ୍ ଏବଂ ୯ ଟି ବଣ୍ଡଲ୍ A4 ସାଇଜ୍ କାଗଜପତ୍ର ଜବତ କରିଛି।

ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରୁଛି। ଏହି ଅଭିଯୁକ୍ତମାନେ କିପରି ନକଲି ନୋଟ୍ ଛାପିବା ଶିଖିଲେ ଏବଂ ସେମାନେ କୌଣସି ବଡ ଗ୍ୟାଙ୍ଗ କିମ୍ବା ନେଟୱାର୍କ ସହିତ ସଂଯୁକ୍ତ କି ନାହିଁ ତାହା ଜାଣିବାକୁ ପୋଲିସ ଚେଷ୍ଟା କରୁଛି।

ଭୀମସାରରୁ ନବଜାତ ଶିଶୁ ଚୋରି ଘଟଣା : ସାମ୍ନାକୁ ଆସିଲା ଦ୍ବିତୀୟ ସିସିଟିଭ ଫୁଟେଜ

ସମ୍ବଲପୁର : ବୁର୍ଲା ଭୀମସାରରୁ ନବଜାତ ଶିଶୁ ଚୋରି ଘଟଣା। ସାମ୍ନାକୁ ଆସିଲା ଦ୍ବିତୀୟ ସିସିଟିଭ ଫୁଟେଜ। ତେଣେ ଶିଶୁ ଚୋରର ଟେର୍ ପାଉନି ପୋଲିସ। ପ୍ରସୂତି ବିଭାଗରୁ ଶିଶୁ ଚୋରି କରି ନେଉଥିବାର ସିସିଟିଭି ଭିଜୁଆଲ ଅନୁିସାରେ ଚାରିଟି ଟିମ୍ ଗଠନ କରିଛି ପୋଲିସ। ୩ ଦିନର ନବଜାତ ଶିଶୁକୁ ଚୋରି କରି ନିଆଯାଇଥିବା  ଅଭିଯୋଗ ହୋଇଥିଲା । ଛତିଶଗଡରୁ ଆସି ଭୀମସାର ମହିଳା ଓ ଶିଶୁ ୱାର୍ଡରେ ଭର୍ତ୍ତି ହୋଇଥିଲେ ମହିଳା । ରବିବାର ଦିନ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ତେବେ ଭଉଣୀଙ୍କ ସହ ସମ୍ପର୍କ ବଢାଇ ଜଣେ ମହିଳା ତାଙ୍କ ନିକଟରୁ ବାରମ୍ବାର ଆସୁଥିଲେ । ସେହି ମହିଳା ହିଁ ତାଙ୍କ ଶିଶୁ ପୁତ୍ରକୁ ଚୋରି କରି ନେଇଥିବା ଶିଶୁର ମାଆ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ଭୀମସାର ଅଧିକାରୀ ଓ ପୋଲିସ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଥିଲେ । ସିସିଟିଭିରେ ମହିଳାଙ୍କୁ ଚିହ୍ନଟ କରିଥିଲେ ଶିଶୁର ମାଆ । ଅନ୍ୟପଟେ ଏହି ଘଟଣାରେ ୪ଟି ଟିମ୍ ଗଠନ କରିଛି ସମ୍ବଲପୁର ପୋଲିସ। ରାଜ୍ୟ ବାହାରକୁ ମଧ୍ୟ ଯିବ ଗୋଟିଏ ଟିମ୍। ଓଡ଼ିଶା, ଛତିଶଗଡ ସୀମା ସିଲ କରିଛି ପୋଲିସ।