spot_img
Home Blog Page 1446

ଅପରୂପ ସୌନ୍ଦର୍ଯ୍ୟରେ ଭରପୁର ଦଣ୍ଡାଧର ଡ୍ୟାମ

ନନ୍ଦିଘୋଷ ବ୍ୟୁରୋ: ପ୍ରକୃତିର କୋଳରେ ଅପରୂପ ସୌନ୍ଦର୍ଯ୍ୟରରେ ସଜାଇ ହୋଇଛି ଦଣ୍ଡାଧର ଡ୍ୟାମ । ପ୍ରାକୃତିକ ଶୋଭାରାଜି ମଧ୍ୟରେ ପରିବେଷ୍ଟିତ ପାହାଡ଼ ଜଙ୍ଗଲ ଘେରା ମନୋରମ ପର୍ଯ୍ୟଟନ ସ୍ଥଳୀ ହେଉଛି ଦଣ୍ଡାଧର । ପିକନିକ ଋତୁ ଆସିଲେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଛୁଟି ଆସିଥାନ୍ତି ଦୂର ଦୁରାନ୍ତରୁ ବହୁ ପର୍ଯ୍ୟଟକ ।

ଦୁଇ ପଟେ ସବୁଜ ବନାନୀ । ମଝିରେ ଶୀତଳ ଜଳରାଶି । ଚାରିଆଡେ ନଦୀର କୁଳୁକୁଳୁ ନାଦ । ପକ୍ଷୀଙ୍କ କିଚିରିମିଚିରି ରାବରେ କୋଳାହାଳ ପରିବେଶ । ଅପରୁବ ପ୍ରାକୃତିକ ପରିବେଶରେ ଭରପୁର ଦଣ୍ଡାଧର ଡ୍ୟାମ। କଙ୍କଡାହାଡ଼ ବ୍ଲକ ସଦର ମହକୁମା ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ରହିଥିବା ଏହି ପ୍ରାକୃତିକ ସ୍ଥାନ ପର୍ଯ୍ୟଟକଙ୍କୁ କରିଥାଏ ବିମୋହିତ । ସେଥିପାଇଁ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇ ଆସିଲେ ଏଠାକୁ ଛୁଟିଥାଏ ପର୍ୟ୍ୟଟକଙ୍କ ସୁଅ । ବଣଭୋଜିର ମଜା ସାଙ୍ଗକୁ ବଣ, ଜଙ୍ଗଲ ଘେରା ପରିବେଶର ଅପରୁବ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଛୁଟି ଆସନ୍ତି ପ୍ରକୃତିପ୍ରେମୀ  ଓ ପର୍ଯ୍ୟଟକ ।

ସରକାର ସମୟରେ ୨୦୨୦ ମସିହାରେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିଲା ଦଣ୍ଡାଧାର ପର୍ଯ୍ୟଟନ ସ୍ଥଳୀ  । ପର୍ୟ୍ୟଟକଙ୍କ ସୁବିଧା ନିମନ୍ତେ ସରକାରୀ ସହାୟତା ଓଡିଶା ପର୍ୟ୍ୟଟନ ନିଗମ ଆନୁକୂଲ୍ୟରେ ପିକନିକ ସ୍ଥାନରେ ପିଣ୍ଡି ନିର୍ମାଣ, ଶୌଚାଳୟ ନିର୍ମାଣ, ୮ଟି କଟେଜ, ଭୋଜନାଳୟ, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ,ଇତ୍ୟାଦି ନିର୍ମାଣ କରାଯାଇଛି । ହେଲେ ନିର୍ବାଚନ ପରେ ଏହି ବଣଭୋଜି ସ୍ଥଳକୁ ବ୍ଲକ କିମ୍ବା ପଞ୍ଚାୟତକୁ ହସ୍ତାନ୍ତର କରାଯାଇନାହିଁ । ଫଳରେ ଏହା ବ୍ୟବହାର ଉପଯୋଗୀ ହୋଇ ପାରୁନାହିଁ । ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରାଇବା ପାଇଁ ସ୍ଥାନୀୟ ସରପଞ୍ଚ ଓ ବାସିନ୍ଦା ସରକାରଙ୍କୁ ଦାବି ଜଣାଇଛନ୍ତି ।

 

ଇନଷ୍ଟାରେ ଫଲୋର୍ସ ୫୬ ଲକ୍ଷ, ଭୋଟ୍ ମିଳିଲା ୧୪୬..

ନନ୍ଦିଘୋଷ ବ୍ୟୁରୋ: ରାଜନୀତି ମଇଦାନରେ ଫେଲ୍ ମାରିଲେ ଅଭିନେତା । ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଯେଉଁ ଭଲ ପାଇବା ମିଳିଥିଲା ନିର୍ବାଚନୀ ମଇଦାନରେ କିନ୍ତୁ ଏହାର ପ୍ରଭାବ ଦେଖିବାକୁ ମିଳିନାହିଁ । ଶନିବାର ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଉଥିବାବେଳେ ଅଭିନେତା ଏଜାଜ ଖାନ ରାଜନୀତି ଗଣିତରେ ଫେଲ ମାରିଛନ୍ତି । ଶେଷ ଖବର ସୁଦ୍ଧା ୧୮ ରାଉଣ୍ଡରେ ସେ ମାତ୍ର ୧୪୬ ଖଣ୍ଡ ଭୋଟ୍ ପାଇଥିଲେ । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ଏଜାଜ୍ ଖାନଙ୍କର ଇନଷ୍ଟାଗ୍ରାମରେ ୫.୬ ମିଲିୟନ ଫଲୋୟର୍ସ ଥିବା ବେଳେ ଫେସବୁକରେ ଅଛନ୍ତି ୪.୧ ମିଲିୟନ ଫଲୋୟର୍ସ ।

ଭର୍ସୋଭା ଆସନରୁ ବିଗ୍ ବସର ଏକ୍ସ ପ୍ରତିଯୋଗୀ ଏଜାଜ ଖାନ ୧୮ ରାଉଣ୍ଡର ଗଣନା ପରେ ବି କେବଳ ୧୪୬ ଖଣ୍ଡ ଭୋଟ୍ ହାସଲ କରିପାରିଛନ୍ତି । ନୋଟାରୁ ବି ଏହି ସଂଖ୍ୟା ବହୁତ ପଛରେ ରହିଛି । ନୋଟାରେ ଏ ପର୍ଯ୍ୟନ୍ତ ୧୨୧୬ ଖଣ୍ଡ ଭୋଟ୍ ପଡ଼ିଛି । ନଭେମ୍ବର ୨୦ରେ ଏହି ଆସନରେ ୫୧.୨% ମତଦାନ ହୋଇଥିଲା ।

ତେବେ ଭୋଟ୍ ମାମଲାରେ ଏଜାଜ୍ ବହୁତ କଷ୍ଟରେ ମାତ୍ର ତିନି ଅଙ୍କ ଯାଏ ପହଞ୍ଚି ପାରିଛନ୍ତି । ଏହି ଆସନରେ ଶିବସେନା (ୟୁବିଟି) ପ୍ରାର୍ଥୀ ହାରୁନ ଖାନ ୬୧୯୫୮ ଭୋଟରେ ଆଗୁଆ ଥିବା ବେଳେ ବିଜେପିର ଭାରତୀ ଲଭେବର ୫୮୪୭୪ ଭୋଟ୍ ପାଇ ଦ୍ଵିତୀୟ ସ୍ଥାନରେ ଅଛନ୍ତି ।

 

ବାଂଲାଦେଶରୁ କଟକକୁ ନାବାଳିକା ଚାଲାଣ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରୁ କଟକକୁ ନାବାଳିକା ଚାଲାଣ ଅଭିଯୋଗ । ଚାକିରିର ଲୋଭ ଦେଖାଇ ଏଠାକୁ ଆଣିବା ପରେ ମସାଜ ପାର୍ଲର ଓ ବେଆଇନ କାରବାରରେ ଲଗାଯାଇଥିବାର ସଂପୃକ୍ତ ନାବାଳିକା ଜଣକ ଅଭିଯୋଗ କରିଛନ୍ତି। ସେହି ନାବାଳିକାକୁ ଲିଙ୍କ୍ ରୋଡ୍ ରୁ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରିଛି ପୋଲିସ।

ଗତ ଅକ୍ଟୋବରରେ ଚାକିରି ଖୋଜୁଥିବା ବେଳେ ଫେସବୁକରେ ଜଣକ ସହିତ ବନ୍ଧୁତା ହୋଇଥିଲା। ଚାକିରି ଦେବାକୁ କହି ପ୍ରଥମେ କୋଲକାତା, ସେଠାରୁ ଭୁବନେଶ୍ଵର ଓ ପରେ କଟକରେ ରଖାଯାଇଥିଲା। ସିଡବ୍ଲୁସି କହିଛି, ସେହି ନାବାଳିକା ଜଣକ ପ୍ରକୃତରେ ବାଂଲାଦେଶୀ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ତା ପାଖରେ କୌଣସି ପରିଚୟପତ୍ର ନାହିଁ । ସେ କେଉଁଠି ରହୁଥିଲା, କାହା ସହ ଆସିଥିଲା, ତାହା ବି କହିପାରୁନାହିଁ। ତାର ପରିଚୟ ସ୍ପଷ୍ଟ କରିବାକୁ ସରକାରୀ ସ୍ତରରେ ଚେଷ୍ଟା କରାଯାଉଛି। ବାଂଲାଦେଶ ଦୂତାବାସକୁ ଅବଗତ କରାଯାଇଛି।

ବଲାଙ୍ଗିର ଶିଶୁ ବିକ୍ରି ଘଟଣାରେ ୩ ଗିରଫ

ବଲାଙ୍ଗିର ଶିଶୁ ବିକ୍ରି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ANM ମମତା ଭୋଇ, ମଧ୍ୟସ୍ଥି ଆଲୋକ ଅଗ୍ରୱାଲ ଓ ଶିଶୁକୁ କିଣିଥିବା ରାଜକୁମାର ମିତ୍ତଲଙ୍କୁ ଗିରଫ କରାଯାଇଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ଆଶ୍ଚର୍ଯ୍ୟର କଥା ଉଲ୍ଲେଖନୀୟ ସେବା ପାଇଁ ANM ମମତା ୨୦୧୯ରେ ରାଷ୍ଟ୍ରପତିଙ୍କଠାରୁ ନାଇଟିଙ୍ଗଲ ପୁରସ୍କାର ପାଇଥିଲେ। ତଦନ୍ତରୁ ଜଣାପଡ଼ିଛି, ଗରିବ ହୋଇଥିବାରୁ ତାର ବାପା ମାଆ ରାଜକୁମାର ମିତ୍ତଲଙ୍କୁ ବିକ୍ରି କରିଦେଇଥିଲେ। ମାତ୍ର ୩ ଦିନର ଶିଶୁକୁ ବିକି ଦେଇଥିଲେ ମାଆ। ଆଗରୁ ତାଙ୍କର ୫ ପୁଅଝିଅ ଅଛନ୍ତି। ଆଉ ଏକ ଝିଅ ହେବା ପରେ ସେ ଲାଳନପାଳନକୁ ନେଇ ସେ ଚିନ୍ତିତ ହୋଇ ପଡ଼ିଥିଲେ। ଅଭିଯୋଗ ହୋଇ ANM ମମତା ଭୋଇ ସେହି ମହିଳାଙ୍କ ଅସହାୟତାର ଫାଇଦା ନେଇ ଶିଶୁକୁ ବିକ୍ରି କରିବାକୁ ଯୋଜନା କରିଥିଲେ। ଜଣେ ନିସନ୍ତାନ ଦମ୍ପତିକୁ ଠିକ୍ କରିବା ପାଇଁ ଲାଠୋରର ଔଷଧ ବ୍ୟବସାୟୀ ଆଲୋକ ଅଗ୍ରୱାଲକୁ ଯୋଗାଯୋଗ କରିଥିଲେ। ଆଲୋକ କଳାହାଣ୍ଡି ଜିଲ୍ଲା ମ.ରାମପୁରର ରାଜକୁମାର ମିତ୍ତଲକୁ ଯୋଗଯୋଗ କରିଥିଲେ I ଲକ୍ଷାଧିକ ଟଙ୍କାର ଡିଲ ହୋଇଥିଲା। ଘଟଣା ଜଣାପଡ଼ିବା ପରେ ଗତ ୧୩ ତାରିଖରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ତଦନ୍ତ ଆରମ୍ଭ କରିଥିଲା ।  .

୨୦ ବର୍ଷ ଅପେକ୍ଷାର ଘଟିଲା ଅନ୍ତ, ରେକର୍ଡ କଲେ ରାହୁଲ ଏବଂ ଜୟସ୍ବାଲ ଯୋଡ଼ି

ନନ୍ଦିଘୋଷ ବ୍ୟୁରୋ: ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ପାଳିରେ ଉଭୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ପରେ ଦ୍ବିତୀୟ ପାଳି ଆରମ୍ଭରୁ ଭାରତ ଭଲ ଆରମ୍ଭ କରିଛି । ୧୭୨ ରନର ଭାଗିଦାରୀ କରିଛନ୍ତି ଜୟସ୍ବାଲ ଏବଂ ରାହୁଲ । ରାହୁଲ ୬୨ ଏବଂ ଜୟସ୍ବାଲ ୯୦ ରନର ପାଳି ଖେଳି ଅପରାଜିତ ଅଛନ୍ତି । ସମସ୍ତଙ୍କ ନଜର ଓପନିଂ ଯୋଡ଼ି ଉପରେ ରହିଥିବାବେଳେ ଏହି ଯୋଡ଼ି ଧର୍ଯ୍ୟର ସହ ଖେଳିଥିଲେ । ଅର୍ଦ୍ଧଶତକୀୟ ପାଳି ପରେ ଆସନ୍ତାକାଲି ଶତକ କରିବେ ବୋଲି ମଧ୍ୟ ପ୍ରଂଶସକମାନେ ଆଶା ରଖିଛନ୍ତି । ତେବେ ଏହି ଯୋଡ଼ି ଅଷ୍ଟ୍ରେଲିଆ ମାଟିରେ ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି ।

ଓପନିଂ ଯୋଡି ଶତକୀୟ ପାଳି କରିବାର ରେକର୍ଡ କରିଛନ୍ତି । ଏହାପୂର୍ବରୁ ଅର୍ଥାତ ୨୦୦୪ ମସିହାରେ ବିରେନ୍ଦ୍ର ସେହଓ୍ବାଗ ଏବଂ ଆକାଶ ଚୋପ୍ରା ଯୋଡ଼ି ୧୪୧ ଏବଂ ୧୨୩ ରନର ପାଳି ଖେଳିଥିଲେ । ମେଲବର୍ଣ୍ଣ ଏବଂ ସିଡନୀ ଟେଷ୍ଟରେ ଏହି ରେକର୍ଡ କରିଥିଲେ । କିନ୍ତୁ ଏବେ ରାହୁଲ ଏବଂ ଜୟସ୍ବାଲ ଯୋଡ଼ି ବଡ଼ ରେକର୍ଡ କରିଛନ୍ତି । ତୃତୀୟ ସ୍କୋର ଭାବେ ରହିଛି ରୋହିତ ଏବଂ ଗିଲଙ୍କ ଭାଗିଦାରୀ ସ୍କୋର । ଗିଲ ଏବଂ ରୋହିତ ୭୧ ରନର ପାଳି ଖେଳିଥିଲେ ।

କହି ରଖୁଛୁ କି, ପ୍ରଥମ ଦିନରେ ଉଭୟ ଦଳ ଗୋଟିଏ ଦିନରେ ୧୭ ଓ୍ବିକେଟ ହରାଇଥିଲେ । ପେସର ବୋଲରଙ୍କୁ ଏହି ପିଚ୍ ସୁହାଇଥିଲା । ବ୍ୟାଟ୍ସମ୍ୟାନମାନେ ହାତ ବାନ୍ଧି ବସିଥିଲେ । କିନ୍ତୁ ଦ୍ବିତୀୟ ପାଳିରେ ଏବଂ ଦ୍ବିତୀୟ ଦିନରେ ବ୍ୟାଟ୍ସମ୍ୟାନ ଚମକିଥିଲେ । ଭାରତୀୟ ଓପନର ଜୟସ୍ବାଲ ଏବଂ ରାହୁଲ ଧର୍ଯ୍ୟର ସହ ବ୍ୟାଟିଂ କରି ଦଳକୁ ଏକ ସମ୍ମାନ ଜନକ ସ୍କୋର ଦେବାରେ ସକ୍ଷମ ହୋଇଛନ୍ତି । ଏବେ ଭାରତ ଦ୍ବିତୀୟ ଦିନ ଖେଳ ସୁଦ୍ଧା ୨୧୮ ରନର ଲିଡ୍ ଦେଇଛି ।

ଗଣ୍ଡଗୋଳ କରିବାକୁ ବିଧାୟକ ହିମାଂଶୁ ସାହୁ ଧର୍ମଶାଳାରୁ ଯାଜପୁର ଯାଇଥିଲେ : ପ୍ରମିଳା ମଲ୍ଲିକ

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ପ୍ରସଙ୍ଗରେ ବର୍ଷିଲେ ପ୍ରମିଳା ମଲ୍ଲିକ। ଗଣ୍ଡଗୋଳ କରିବାକୁ ବିଧାୟକ ହିମାଂଶୁ ସାହୁ ଧର୍ମଶାଳାରୁ ଯାଜପୁର ଯାଇଥିଲେ ବୋଲି କହିଛନ୍ତି। ପୋଲିସ ଏବେ ସରକାରୀ ଦଳର ବୋଲକରା ସାଜିଛି। ରାତିରେ ଜାଣିଶୁଣି ଗଣ୍ଡଗୋଳ କରିବାକୁ ଯାଇଥିଲେ ବିଧାୟକ। ୨୦୦ ଲୋକଙ୍କୁ ନେଇ ଗଣ୍ଡଗୋଳ କରିବାକୁ ଯାଇଥିଲେ ବିଧାୟକ। ବିଧାୟକ ଗାଡିରୁ ଓହ୍ଲାଇ ନାହାନ୍ତି ତେବେ ମାଡ ହେଲା କେମିତି ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା। ସେହିପରି ବିଧାୟକଙ୍କ ବେକରୁ ବାହାରି ନାହିଁ ଉତ୍ତରିୟ। ଖାଲି ସେତିକି ନୁହେଁ ରାତି ଅଧରେ କେଉଁ ଅଫିସକୁ ଯାଉଥିଲେ ବିଧାୟକ ? ଠେଙ୍ଗାବାଡିଧରି କାହିଁକି ଧର୍ମଶାଳାରୁ ଯାଜପୁର ଆସିଥିଲେ ଲୋକେ ? ଉଦ୍ଦେଶ୍ୟମୂଳକ ଭାବେ ବିଜେଡି କର୍ମୀ ଓ ନେତାଙ୍କୁ ଟାର୍ଗେଟ କରାଯାଉଛି । ପୂର୍ବରୁ ମଧ୍ଯ ତାଙ୍କ ଦଳର ମନ୍ତ୍ରୀ ଏଭଳି କହି ସାରିଛନ୍ତି କହିଛନ୍ତି ପ୍ରମିଳା।

ସ୍ୱାମୀ ପଛେଇଲେ ତ’ ବଦଳିଗଲା ସ୍ୱରାଙ୍କ ସ୍ୱର,EVMକୁ ନେଇ ଉଠାଇଲେ ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରା: ମହାରାଷ୍ଟ୍ର ରାଜନୀତି ତିବ୍ର ହେବାରେ ଲାଗିଛି । ଭୋଟ୍ ଗଣତି ମଧ୍ୟରେ ଏନଡିଏ ମେଣ୍ଟ ପୁଣିଥରେ ସରକାର ଗଠନ କରିବାକୁ ଯାଉଛି । ଏବେ ବିରୋଧୀ ଇଣ୍ଡିମେଣ୍ଟ ଇଭିଏମକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ଯେଉଁଥିରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କାର । ତାଙ୍କ ସ୍ବାମୀ ଅହମ୍ମଦ ଫହାଦ ଅହମ୍ମଦ ପଛରେ ପଡ଼ିଥିବାବେଳେ ସେ ଇଭିଏମକୁ ନେଇ ଉଠାଇଛନ୍ତି ପ୍ରଶ୍ନବାଚୀ । ଅଣୁଶକ୍ତି ଆସନରୁ ସେ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିପକ୍ଷରେ ଅଜିତ ପାଓ୍ବାରଙ୍କ ଏନସିପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ନବାବ ମଲ୍ଲିକଙ୍କ ଝିଅ ସନା । ସେ ସ୍ବରାଙ୍କ ସ୍ବାମୀଙ୍କୁ ପଛରେ ପକାଇ ଆଗରେ ରହିଛନ୍ତି ।

ଏହାସହ ସ୍ବରା କହିଛନ୍ତି କି, ୧୭ରୁ ୧୯ ରାଣଣ୍ଡ ପର୍ଯ୍ୟନ୍ତ ତାଙ୍କ ସ୍ବାମୀ ଆଗରେ ରହିଥିଲେ । ମାତ୍ର ପରେ ଏମିତି କଣ ହେଲା ଯେ ସେ ପଛେଇ ଗଲେ । ଇଭିଏମ ୯୯ ପ୍ରତିଶତ ଚାର୍ଜ ରହିଥିବାବେଳେ ଏହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଏହା ସେ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିବେ ବୋଲି ମଧ୍ୟ କହିଛନ୍ତି ।

କୁନ୍ଦରକି ଆସନରେ ୧୧ ମୁସଲିମ ଆଶାୟୀଙ୍କ ମଧ୍ୟରେ ଆଗୁଆ ହିନ୍ଦୁ ପ୍ରାର୍ଥୀ

କୁନ୍ଦରକି: ୟୁପି ଉପନିର୍ବାଚନରେ ସପାକୁ ବଡ ଝଟକା । ସପା ଗଡ ଭାବେ ଜଣାଶୁଣା କୁନ୍ଦରକି ଆସନ ଏଥର ହାତରୁ ଗଲା ଭଳି ଲାଗୁଛି । ମୁସଲିମ ବହୁଳ କୁନ୍ଦରକି ଆସନ ଏଥର ହିନ୍ଦୁ ଆଶୀୟୀଙ୍କ ପାଖକୁ ଚାଲିଯାଇଛି । ବିଜେପିର ରାମବୀର ଠାକୁର ୭୦ ହଜାରରୁ ଅଧିକ ଭୋଟରେ ଲିଡ୍ କରୁଛନ୍ତି । ସପା ନେତା ହାଜି ମହମ୍ମଦ ରିଜୱାନ ଦିନ ୧ଟା ସୁଦ୍ଧା ମାତ୍ର ୧୦ ହଜାର ଭୋଟ ହାତେଇଛନ୍ତି । ବିଜେପିର ରାମବୀର ଠାକୁରଙ୍କ ବିଜୟ ଏକପ୍ରକାର ନିଶ୍ଚିତ ହୋଇଛି ।

କୁନ୍ଦରକି ଉପନିର୍ବାଚନରେ ୧୧ ମୁସଲିମ ଆଶାୟୀଙ୍କ ମଧ୍ୟରେ ବିଜେପି ଜଣେ ମାତ୍ର ହିନ୍ଦୁ ଆଶାୟୀଙ୍କୁ ମଇଦାନକୁ ଓହ୍ଲାଇଛନ୍ତି । ସପା ପ୍ରାର୍ଥୀ ହାଜି ମହମ୍ମଦ ରାଜନୀତିରେ ଦୀର୍ଘ ୪୦ ବର୍ଷ ଧରି ସକ୍ରିୟ ଅଛନ୍ତି । ଗତ ୨୦୦୨, ୨୦୧୨ ଓ ୨୦୧୭ରେ ଏହି ଆସନରୁ ବିଜୟ ହାସଲ କରିଛନ୍ତି ।ଏହି ଆସନ ସପା ଗଡ ଭାବେ ପରିଚିତ ଥିବାରୁ ରାମବୀରଙ୍କ ଏଣ୍ଟ୍ରି ଅଖିଳେଶଙ୍କୁ ଝଟକା ଦେଇଛି ।

ଫଳାଫଳକୁ ଦେଖି ପ୍ରଶ୍ନ ଉଠୁଛି ଯେ କାହିଁକି କୁନ୍ଦରକୀରେ ମୁସଲିମ୍ ଭୋଟର ଭାଗବାଣ୍ଟରେ ବିଜେପିକୁ ଫାଇଦା ହୋଇଛି? ଏହା ସହ ସିଏମ ଯୋଗୀଙ୍କ ଲଗାତାର ନିର୍ବାଚନ ପ୍ରଚାର ପାର୍ଟିକୁ ଫାଇଦା ମିଳିଲା । ଖୋଦ ରାମବୀର ଠାକୁର ମୁସଲିମ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିଥିଲେ । ବିଜେପିର ମୁସଲିମ ୱିଙ୍ଗ ଓ ମୁସଲିମ ନେତା କୁନ୍ଦରକିରେ ଡେରା ପକାଇ ନିର୍ବାଚନ ପ୍ରଚାର କରିଥିଲେ ।

ମହାରାଷ୍ଟ୍ର ସିଏମ୍‌ ରେସ୍‌, ମହାୟୁତିରୁ ଆସିଲାଣି ଅଲଗା ଅଲଗା ବୟାନ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଭୋଟ ଗଣତିରେ ମହାୟୁତି ମେଣ୍ଟ ଏକତରଫା ଆଗକୁ ବଢି ଚାଲିଛି  । ଏବେ ବି ଗଣନା ଜାରି ରହିଛି  । କିନ୍ତୁ ଦ୍ବିପ୍ରହର ୧ଟା ସୁଦ୍ଧା ମହାୟୁତି ମେଣ୍ଟ ୨୨୦ରୁ ଅଧିକ ଆସନରେ ଆଗୁଆ ରହିଛି  । ମେଣ୍ଟ ମଧ୍ୟରେ ଏକାକୀ ବିଜେପି ୧୨୫ ଆସନରେ ଆଗୁଆ ଥିବାବେଳେ ୫୪ ଆସନ ସହ ଏକନାଥ ସିନ୍ଦେଙ୍କ ଶିବସେନା ଦ୍ବିତୀୟ ଓ ୩୮ ଆସନ ସହ ଅଜିତ ପାୱାରଙ୍କ ଏନସିପି ତୃତୀୟରେ ରହିଛି  ।

ମହାୟୁତିକୁ ବହୁମତ ମିଳିବା ପରେ ଏବେ ସିଏମ୍‌ ରେସ୍‌ ଆରମ୍ଭ ହୋଇଛି  ।ଗଣତି ଚାଲିଥିବାବେଳେ ଅଜିତ ପାୱାର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ୨୫ ମିନିଟ ଧରି ଆଲୋଚନା କରିଛନ୍ତି  । ଏହା ପୂର୍ବରୁ ପାୱାରଙ୍କ ପତ୍ନୀ ଓ ଏନସିପି ସାଂସଦ ସୁନେତ୍ରା ପାୱାରଙ୍କ ବୟାନ ସାମନାକୁ ଆସିଥିଲା  । ସୁନେତ୍ରା କହିଥିଲେ ‘‘ଏହା ଏନସିପି, ମହାରାଷ୍ଟ୍ର ଜନତା ଓ ବାରାମତି ପାଇଁ ସୌଭାଗ୍ୟର ଦିନ ଅଟେ  । ମହାରାଷ୍ଟ୍ର ଜନତା ଯାହା ଚାହେଁ ମୁଁ ତାହା ଚାହୁଁଛି ଯେ ଅଜିତ ପାୱାର ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଅନ୍ତୁ  ’’।

ସେପଟେ ଏକନାଥ ସିନ୍ଦେଙ୍କ ଶିବସେନାରୁ ବୟାନବାଜି ଆରମ୍ଭ ହୋଇଯାଇଛି  । ନିର୍ବାଚନ ପୂର୍ବରୁ ଏହା ନିଷ୍ପତ୍ତି ହୋଇଥିଲା ଯେ ଯାହାର ଅଧିକ ସିଟ୍‌ ମୁଖ୍ୟମନ୍ତ୍ରୀ ସେହି ଦଳରୁ ବଛା ହେବେ  । ଏହି ପ୍ରଶ୍ନର ଉତ୍ତରରେ ସିନ୍ଦେ କହିଛନ୍ତି ସେଭଳି କିଛି ନିଷ୍ପତ୍ତି ହୋଇନାହିଁ  । ଅନ୍ତିମ ଫଳାଫଳ ଆସିବା ପରେ ସିଏମଙ୍କ ନାମ ସ୍ପଷ୍ଟ ହେବ  । ଏକନାଥ ସିନ୍ଦେଙ୍କ ବୟାନ ପୂର୍ବରୁ ଶିବସେନା ସାଂସଦ ନରେଶ ମହସ୍କେ ଏକନାଥଙ୍କୁ ଆଉଥରେ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦାବି କରିଛନ୍ତି  ।

 

ମହାରାଷ୍ଟ୍ର ନିର୍ବାଚନ ଫଳାଫଳକୁ ନେଇ ପ୍ରଶ୍ନ ଉଠାଇଲେ ସଞ୍ଜୟ ରାୱତ

ମୁମ୍ବାଇ: ଆଜି ମହାରାଷ୍ଟ୍ର ନିର୍ବାଚନ ଫଳାଫଳ  । ଚାଲିଛି ଭୋଟ ଗଣତି  । ବିଜେପି ମେଣ୍ଟ ‘ମହାୟୁତି’କୁ ବହୁମତ ମିଳିବା ନେଇ ଏକପ୍ରକାର ସ୍ପଷ୍ଟ ହୋଇଗଲାଣି  । ବିରୋଧୀ ଶିବସେନା ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ନେତା ସଞ୍ଜୟ ରାୱତ ଫଳାଫଳକୁ ନେଇ ପ୍ରଶ୍ନ ଉଠାଇଛନ୍ତି  ।

ସେ କହିଛନ୍ତି ଯେ ‘‘ଏହା ମହାରାଷ୍ଟ୍ର ଲୋକଙ୍କ ମତ ନୁହେଁ  । ଆମେ ମହାରାଷ୍ଟ୍ର ଲୋକଙ୍କୁ ଜାଣିଛୁ  । ଏହା କେମିତି ସମ୍ଭବ ଯେ ସିନ୍ଦେଙ୍କ ସମସ୍ତ ପ୍ରାର୍ଥୀ ଜିତି ଯାଉଛନ୍ତି  । ପୂର୍ବରୁ ସିନ୍ଦେ କହିଥିଲେ ଯେ ତାଙ୍କର ଜଣେ ବି ପ୍ରାର୍ଥୀ ହାରିବେନି  । ଏବେ ତାହା ହେଉଛି ମଧ୍ୟ  । ଏହା କେମିତି ସମ୍ଭବ । ଏହି ନିଷ୍ପତ୍ତିକୁ ନା ଆମେ ମାନିବୁ ନା ଜନତା ଗ୍ରହଣ କରିବେ  । ’’

ଲୋକସଭା ନିର୍ବାଚନ ସମୟରେ ମଧ୍ୟ ଆମର ୪ ରୁ ୫ ସିଟ୍‌ ସେମାନେ ହାତେଇଥିଲେ  । ଏବେବି ସେମାନେ ସେଇଆ କରୁଥିବା ଅଭିଯୋଗ କରିଛନ୍ତି ସଞ୍ଜୟ ରାୱତ  । ବିଜେପି ଏଭଳି ରଣନୀତି କରୁଛି ଯେଭଳି ମହାରାଷ୍ଟ୍ର ବିଧାନସଭାରେ କେହି ବିରୋଧୀ ନେତା ନ ରୁହନ୍ତୁ  । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଆସନରେ ବହୁମତ ପାଇଁ ୧୪୫ ସିଟ୍‌ ହାତେଇବା ଆବଶ୍ୟକ  । କିନ୍ତୁ ମହାୟୁତି ମେଣ୍ଟ ୨୦୦ରୁ ଅଧିକ ଆସନରେ ଆଗୁଆ ରହିଛି  । ସେପଟେ ଏମଭିଏ ମେଣ୍ଟକୁ ମାତ୍ର ୫୦ ଆସନ ମିଳିଛି  ।