spot_img
Home Blog Page 1504

ବ୍ଲକ ଅଫିସରେ ରିଭ୍ୟୁ ମିଟିଂ କରୁଛନ୍ତି ବିଜେପିର ପରାଜିତ ପ୍ରାର୍ଥୀ: ବର୍ଷା

ପଦ୍ମପୁର: ସବୁ ନିୟମକୁ ଖୋଲା ଉଲ୍ଲଂଘନ । ବ୍ଲକ ଅଫିସରେ ରିଭ୍ୟୁ ମିଟଇଂ କରୁଛନ୍ତି ବିଜେପିର ପରାଜିତ ପ୍ରାର୍ଥୀ । ଏଭଳି ଅଭିଯୋଗ ଆଣିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା । ଷଷ୍ଠ ଜିଲ୍ଲା ପରିଷଦର ସ୍ବତନ୍ତ୍ର ବୈଠକରେ ଏଭଳି ପ୍ରଶ୍ନ ଉଠାଇଛନ୍ତି ବର୍ଷା ।

ସେ କହିଛନ୍ତି, ରିଭ୍ୟୁ ମିଟିଂ ସାଂସଦ କିମ୍ବା ବିଧାୟକମାନେ ନେଇଥାନ୍ତି । ହେଲେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକ ଅଫିସରେ ବିଜେପି ପରାଜିତ ପ୍ରାର୍ଥୀ ରିଭ୍ୟୁ ମିଟିଂ କରୁଛନ୍ତି ।

ଆଗକୁ ସେ କହିଛନ୍ତି, ଯଦି ବିଜେପିର ପରାଜିତ ପ୍ରାର୍ଥୀ ରିଭ୍ୟୁ ମିଟିଂ କରୁଛନ୍ତି ତେବେ ସମସ୍ତଙ୍କ ପାଇଁ ନିୟମ ସମାନ ହେଉ । ପରାଜିତ କଂଗ୍ରେସ, ବିଜେଡି ଓ ଆପ ଦଳର ପ୍ରାର୍ଥୀ ବି ରିଭ୍ୟୁ ମିଟିଂ ନିଅନ୍ତୁ ବୋଲି କଟାକ୍ଷ କରିଛନ୍ତି ବର୍ଷା ।

ଅନୁସୂଚିତ ଜାତି ଲୋକଙ୍କ କଲ୍ୟାଣ ପାଇଁ ବିଜେଡି ପ୍ରତିଶ୍ରୁତି ଦୋହରାଇଲେ ନବୀନ

ଭୁବନେଶ୍ବର: ବିଜୁ ଜନତା ଦଳର ଅନୁସୂଚିତ ଜାତି ସେଲ୍ ବୈଠକ । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ । ଅନୁସୂଚିତ ଜାତି ଲୋକଙ୍କ କଲ୍ୟାଣ ପାଇଁ ବିଜେଡିର ପ୍ରତିଶ୍ରୁତି ଦୋହରାଇଥିଲେ ନବୀନ ।

ଆଗାମୀ ଦିନରେ ବିଜେଡି ଅନୁସୂଚିତ ଜାତି ବର୍ଗର ଭାଇଭଉଣୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଲଢେଇ ଜାରି ରଖିବ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ଅନୁସୂଚିତ ଜାତି ବର୍ଗ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ବୈଠକରେ ବିଧାୟକ ଗଣେଶ୍ୱର ବେହେରା, ମହେଶ ସାହୁ, ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରମୁଖ ଉଦବୋଧନ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପୂର୍ବତନ ସାଂସଦ ଡା. ରାଜଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

ଭରତପୁର ମାମଲା: ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପୀଡ଼ିତାଙ୍କ ବାପା

ଭୁବନେଶ୍ବର:  ଭରତପୁର ଥାନାରେ ନିର୍ଯାତନା ମାମଲା । ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପୀଡିତାଙ୍କ ବାପା ବ୍ରିଗେଡିୟର ଅନ୍ତର୍ଯାମୀ ପ୍ରଧାନ । ଡ୍ଯୁଟି ଠିକ୍ କରି ନଥିବାରୁ ସେମାନଙ୍କୁ କାର୍ଯ୍ୟାନ୍ତର କରିବା ସହ ଗିରଫ କରିବାକୁ ଦାବି କରିଛନ୍ତି ଅନ୍ତର୍ଯାମୀ ।

ସେ କହିଛନ୍ତି, କାର୍ଯ୍ୟାନ୍ତର କଲେ ହିଁ ପୋଲିସ ଉପରେ ଲୋକଙ୍କ ଭରସା ରହିବ । ଥାନାରେ ଯୌନ ନିର୍ଯାତନା ଜଘନ୍ଯ ଅପରାଧ । ଭାଇରାଲ ଭିଡିଓ ସମ୍ପର୍କରେ ସେ କହିଛନ୍ତି- ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଯୁଗ । ଦୋଷୀ ନିଜେ ରକ୍ଷା ପାଇବା ପାଇ ଜାଲ୍ ଉପାୟ ଅବଲମ୍ବନ କରିଥାନ୍ତି । ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥାନ୍ତି । କ୍ରାଇମବ୍ରାଞ୍ଚ ଠିକ୍ ତଦନ୍ତ ନକଲେ ବିଚାର ବିଭାଗୀୟ କିମ୍ବା ସିବିଆଇ ତଦନ୍ତ ଲାଗି ଦାବି କରିବି ।

ପୋଲିସକୁ ଝିଅ ମାଡ ମାରିବା ଅଭିଯୋଗ ସମ୍ପର୍କରେ ସେ କହିଛନ୍ତି ଏହି ମିଛ । ଝିଅର ଦାନ୍ତ ଭାଙ୍ଗିଛି, ଦେହସାରା ମାଡ଼ ହୋଇଛି । ସେ କିପରି ପୋଲିସକୁ ପିଟିଲା ବୋଲି ପ୍ରଶ୍ନ କରିଛନ୍ତି ଅନ୍ତର୍ଯାମୀ ।

ରାଜ୍ୟରେ ଆଇନ ଶୃଙ୍ଖଳା ଥିବା ପରି ଅନୁଭବ ହେଉନାହିଁ: ନବୀନ

ଭୁବନେଶ୍ବର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ପୁଣି ଉଦବେଗ ପ୍ରକାଶ କଲେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲାର ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀଙ୍କ ସହ ଆୟୋଜିତ ବୈଠକରେ ବିସ୍ତୃତ ଆଲୋଚନା କରି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ନବୀନ । କହିଛନ୍ତି, ଏବେ ଥାନାରେ ମହିଳା ଅସୁରକ୍ଷିତ । ରାଜଭବନ କର୍ମଚାରୀ ମାଡ ଖାଉଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ଥିବା ପରି ଅନୁଭବ ହେଉନାହିଁ ।

ଆଗକୁ ସେ କହିଛନ୍ତି, ବିଜେଡି ସରକାରରେ ଥିବାବେଳେ ଲୋକଙ୍କ ପାଇଁ ଅନେକ ଭଲ କାମ କରିଥିଲା । ୨୪ ବର୍ଷ ଶାସନରେ ରାଜ୍ୟରେ ଗରିବୀ ୭୦ ପ୍ରତିଶତରୁ ୧୦ ପ୍ରତିଶତକୁ କମିଛି । ଲୋକଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି ବୋଲି ଖୋଦ ଭାରତ ସରକାରଙ୍କ ରିପୋର୍ଟ କହୁଛି । ଏଥର ଯଦି ବିଜେଡି କ୍ଷମତାକୁ ଆସିଥାନ୍ତା ତେବେ ଓଡିଶାରୁ ଗରିବୀ ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଥାନ୍ତା ।

ନବୀନ ଆହୁରି କହିଛନ୍ତି, କେନ୍ଦ୍ରାପଡ଼ା ସବୁବେଳେ ମୋ ପାଇଁ ଓ ବିଜୁ ବାବୁଙ୍କ ପାଇଁ ସ୍ୱତନ୍ତ୍ର ହୋଇ ରହି ଆସିଛି । ଗଜପତି ଜିଲ୍ଲା ସହ ବିଜୁ ବାବୁଙ୍କ ପରିବାରର ସମ୍ପର୍କ ବହୁତ ପୁରୁଣା । ବିଜେପି ସରକାର ଓଡ଼ିଶାବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଇଛି । ସୁଭଦ୍ରା ଯୋଜନାରେ ୨ ବର୍ଷରେ ୫୦ ହଜାର ଟଙ୍କା, ମାଗଣା ବିଜୁଳି, ଭତ୍ତାକୁ ନେଇ ଲୋକଙ୍କୁ ଧୋକା ଦେଇଛି । ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ନବୀନ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି । ଲୋକଙ୍କ ଭଲ ପାଇବା ଏବେ ବି ବିଜେଡି ପ୍ରତି ଅତୁଟ ରହିଛି । ତେଣୁ ଲୋକଙ୍କ ସେବା ଜାରି ରଖିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମାର୍ଲେନା ସିଂ

ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିଓ୍ବାଲଙ୍କ ଇସ୍ତଫା ପରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆପ୍ ନେତ୍ରୀ ଆତିଶୀ ମାର୍ଲେନା ସିଂ । ଦିଲ୍ଲୀ ରାଜନିଓ୍ବାସରେ ଆତିଶୀ ଶପଥ ନେଇଛନ୍ତି । ତାଙ୍କ ସହ ୫ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ଏହାସହ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ । ତାଙ୍କ ପୂର୍ବରୁ ସୁଷମା ଓ୍ବରାଜ ଏବଂ ସିଲା ଦିକ୍ଷିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । କେବଳ ସେତିକି ନୁହେଁ, ଦିଲ୍ଲୀର ସବୁଠାରୁ କମ ବୟସ ମୁଖ୍ୟମନ୍ତ୍ରୀ ଭେବାର ସେ ଗୌରବ ଅର୍ଜନ କରିଛନ୍ତି ।

ଆତିଶୀ ଶପଥ ନେବା ପରେ ଦିଲ୍ଲୀ ଆମ୍ ଆଦମୀ ପାର୍ଟିରୁ ଦ୍ବିତୀୟ ମୁଖ୍ୟମନ୍ତ୍ରୀ ପାଇଛି । ଆପ ଗଠନ ପରଠାରୁ ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ । ସେହିପରି ଦେଶ ଆପର ତୃତୀୟ ମୁଖ୍ୟମନ୍ତ୍ରୀ ପାଇଛି । ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଆପ୍ ନେତା ଭଗଓ୍ବନ୍ତ ମନ୍ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅଛନ୍ତି । ଆତିଶୀଙ୍କ ସହ ୫ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ସୌରଭ ଭରଦ୍ବାଜ, ଗୋପାଳ ରାୟ ଏବଂ କୈଳାସ ଗେହଲଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀ ମଦ ନୀତି ମାମଲାରେ ଇଡି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା । ଏହାପରେ ସିବିଆଇ ମଧ୍ୟ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା । ଇଡି ମାମଲାରେ କେଜ୍ରିଓ୍ବାଲଙ୍କୁ ଜାମିନ ମିଳିଥିଲେ ବି ସିବିଆଇ ମାମଲାରେ ତାଙ୍କୁ ଜେଲରେ ରହିବାକୁ ପଡ଼ିଥିଲା । ନିଜ ଗିରଫଦାରୀ ପ୍ରତିବାଦରେ କେଜ୍ରିଓ୍ବାଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଯାହାର ଶୁଣାଣି କରି କୋର୍ଟ ସିବିଆଇକୁ ଭର୍ସନା କରିବା ସହ କୋର୍ଟଙ୍କ ଅନୁମତି ନନେଇ କାହିଁକି କେଜ୍ରିଓ୍ବାଲଙ୍କୁ ଗିରଫ କରିଥିଲା ବୋଲି ପ୍ରଶ୍ନ କରିଥିଲେ । ଏହାସହ କେଜ୍ରିଓ୍ବାଲଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିଲେ ।

ଜେଲରୁ ଫେରିବା ପରେ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ପରେ ଆତିଶୀ ମୁଖ୍ୟମନ୍ତ୍ରୀ ହେବା ନେଇ ଦଳରେ ସ୍ଥିର ହୋଇଥିଲା । ଅତିଶୀଙ୍କ ନାଁ ଘୋଷଣା ପରେ ସେ କେଜ୍ରିଓ୍ବାଲଙ୍କୁ କୃତଜ୍ଞତା ଜଣାଇଥିଲେ । ଜଣେ ବିଧାୟିକା, ମନ୍ତ୍ରୀ ଭାବେ ସୁଯୋଗ ଦେବା ଓ ମୁଖ୍ୟମନ୍ତ୍ରୀ ହୋଇ ଦିଲ୍ଲୀବାସୀଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ସେ କେଜ୍ରିଓ୍ବାଲଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଭରତପୁର ଥାନା ମାମଲା: ଗିରଫ ୭ ରୋଡ ରୋମିଓ କୋର୍ଟ ଚାଲାଣ

ଭୁବନେଶ୍ବର: ଭରତପୁର ଥନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିବା ୭ ରୋଡ ରୋମିଓ କୋର୍ଟ ଚାଲାଣ ।

ମେଜରଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ୭ ଜଣ ଯୁବକଙ୍କୁ ଗିରଫ କରାଯାଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ରାକେଶ ନାୟକ, ଅଭିଳାଷ ସାମନ୍ତ, ଅମନ କୁମାର, ଆଦିତ୍ଯ ରଞ୍ଜନ ବେହେରା, ଆକାଶ ପଢିଆରୀ, ହରିଶ ମହାନ୍ତ ଏବଂ ଆଶିଷ ସ୍ଵାଇଁ । ସେମାନଙ୍କ ପାଖରୁ ୧୧ଟି ମୋବାଇଲ ଓ କାର ଜବତ କରାଯାଇଛି ।

କବାଡ଼ିଆ ଗୋଦାମରେ ଲାଗିଲା ନିଆଁ

ପୁରୀ: ପୁରୀରେ ଥିବା କବାଡିଆ ଗୋଦାମରେ ଅଗ୍ନିକାଣ୍ଡ । ମଧୁବନ ତୃତୀୟ ଲେନରେ ଥିବା କବାଡିଆ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଗୋଦାମରେ ଥିବା ବିଭିନ୍ନ ସାମଗ୍ରୀ ପୋଡି ଯାଇଥିବା ସୂଚନା ମିଳିଛି ।

ଖବର ପାଇଁ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । କବାଡ଼ିଆ ଗୋଦାମ ପାଖରେ ଏକ ଅଳିଆ ଗଦା ରହିଛି । ସେହି ଅଳିଆ ଗଦାରୁ ନିଆଁ ଲାଗି କବାଡ଼ିଆ ଗୋଦାମକୁ ନିଆଁ ବ୍ୟାପିଥିବା ଅନୁମାନ କରାଯାଉଛି ।

ଅମରପ୍ରୀତ ସିଂ ନୂଆ ବାୟୁସେନା ମୁଖ୍ଯ

ନୂଆଦିଲ୍ଲୀ: ଅମରପ୍ରୀତ ସିଂ ନୂଆ ବାୟୁସେନା ମୁଖ୍ଯ। ଏୟାର ମାର୍ଶାଲ ଭି.ଆର. ଚୌଧୁରୀଙ୍କ ସ୍ଥାନରେ ତାଙ୍କୁ ମିଳିବ ନିଯୁକ୍ତି। ଆସନ୍ତା ୩୦ରେ ବିବେକରାମ ଚୌଧୁରୀ ଅବସର ନେବା ପରେ ଦାୟିତ୍ବ ନେବେ ଅମରପ୍ରୀତ। ବର୍ତ୍ତମାନ ବାୟୁସେନା ଉପମୁଖ୍ଯ ଭାବେ କାର୍ଯ୍ୟରତ ଅଛନ୍ତି ଅମରପ୍ରୀତ।

ଭାରତୀୟ ବାୟୁସେନାରେ ୧୯୮୪ ଡିସେମ୍ବର ୨୧ରୁ ଆରମ୍ଭ ହୋଇଥିଲା ଏୟାର ମାର୍ଶାଲ ଅମରପ୍ରୀତ ସିଂଙ୍କ କ୍ଯାରିୟର। ନ୍ଯାସନାଲ ଡିଫେନ୍ସ ଏକାଡେମୀ, ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜ ଓ ନ୍ଯାସନାଲ ଡିଫେନ୍ସ କଲେଜରୁ ଶିକ୍ଷାଲାଭ କରିଥିଲେ ଅମରପ୍ରୀତ। ସେ ଫ୍ଲାଇଟ କମାଣ୍ଡର ଓ ମିଗ-୨୭ ସ୍କ୍ବାଡ୍ରନର କମାଣ୍ଡିଂ ଅଫିସର ଥିଲେ।

ତିରୁପତି ମନ୍ଦିରରେ ଲଡୁ ଲାଗି ବ୍ଯବହୃତ ଘିଅରେ ଗୋଚର୍ବି ପ୍ରସଙ୍ଗ: ଟେଣ୍ଡର ପ୍ରକ୍ରିୟାର ଧାରା ଉଲ୍ଲଂଘନ ହୋଇଥିବା ଆଶଙ୍କା

ନନ୍ଦିଘୋଷ ବ୍ୟୁରୋ: ତିରୁପତି ମନ୍ଦିରରେ ଲଡୁ ପ୍ରସ୍ତୁତି ଲାଗି ବ୍ଯବହୃତ ଘିଅରେ ଗୋଚର୍ବି ମିଶ୍ରଣ ପ୍ରସଙ୍ଗ। ଘିଅ ଯୋଗାଣ ପ୍ରକ୍ରିୟାରେ ହୋଇଥିବା ଟେଣ୍ଡର ପ୍ରକ୍ରିୟାକୁ ନେଉ ଉଠିଲା ପ୍ରଶ୍ନ। ଆନ୍ଧ୍ରପ୍ରଦେଶରେ ୱାଇଏସଆର ସରକାର ଥିବା ସମୟରେ ଅଗଷ୍ଟ ୨୦୨୩ରୁ ଜୁଲାଇ ୨୦୨୪ ମଧ୍ଯରେ ତିରୁମାଲା ତିରୁପତି ଦେବସ୍ଥାନମ ବା ଟିଟିଡି ପକ୍ଷରୁ ଘିଅ ଅଣାଯାଇଥିବା ଜଣାଯାଇଛି। ଟେଣ୍ଡର ପ୍ରକ୍ରିୟାର ଧାରା ୮୦ ଅନୁଯାୟୀ, ଏନଏବିଏଲ ଦ୍ବାରା ମାନ୍ଯତାପ୍ରାପ୍ତ ଓ ଏଫଏସଏସଏଆଇ ସ୍ବୀକୃତିପ୍ରାପ୍ତ ଲାବରେଟୋରୀରୁ ଏକ କ୍ଲିୟରାନ୍ସ ସାର୍ଟିଫିକେଟ ଯୋଗାଣକାରୀ ସଂସ୍ଥା ଦାଖଲ କରିବାର ନିୟମ ରହିଛି।

ସେହିପରି ଧାରା ୮୧ ଅନୁସାରେ, ଲ୍ଯାବ ଟେଷ୍ଟିଂ ସକାଶେ ଟିଟିଡି ଘିଅର ନମୁନା ପଠାଇବା ଲାଗି ବ୍ଯବସ୍ଥା ରହିଛି। ଏସବୁ ସତ୍ତ୍ବେ ମନ୍ଦିରକୁ କିପରି ଅପମିଶ୍ରିତ ଘିଅ ଆସିଲା ତାହାକୁ ନେଇ ସସପେନ୍ସ ସୃଷ୍ଟି ହୋଇଛି। ଟିଟିଡି କାର୍ଯ୍ୟନିର୍ବାହୀ ଅଧିକାରୀ ଜେ.ଶ୍ଯାମଳା ରାଓ କହିଛନ୍ତି ଘିଅ ଯୋଗାଉଥିବା ଏଆର ଡାଏରୀ ଫୁଡ ପ୍ରାଇଭେଟ ଲିମିଟେଡକୁ କଳା ତାଲିକାଭୁକ୍ତ କରାଯାଇଛି। ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛି କମ୍ପାନୀ। ଗତ ଜୁଲାଇ ୨୦୨୩ରେ କର୍ଣ୍ଣାଟକ ମିଲ୍କ ଫେଡେରେସନ ବା କେଏମଏଫ ନନ୍ଦିନୀ ଘିଅର ଦର ବୃଦ୍ଧିକରିଥିଲା। ସେହି ମାସରେ ତିରୁପତି ମନ୍ଦିରକୁ ଘିଅ ଯୋଗାଣ ବନ୍ଦ ନେଇ ନନ୍ଦିନୀ ଘୋଷଣା କରିଥିଲା। ଶସ୍ତାରେ ଘିଅ ଯୋଗାଉଥିବା ତାମିଲନାଡୁର ଏକ କମ୍ପାନୀ ଏଆର ଡାଏରୀ ଫୁଡକୁ ଘିଅ ଯୋଗାଇବା ଲାଗି ଅନୁମତି ଦେଇଥିଲା ଟିଟିଡି। ଏହି କମ୍ପାନୀ କେଜି ପିଛା ୩୨୦ ଟଙ୍କା ଦରରେ ଘିଅ ଯୋଗାଇଆସୁଥିଲା। ଜୁନ ୨୦୨୪ରେ ଚନ୍ଦ୍ରବାବୁ ନାଇଡୁ ସରକାର ଟିଟିଡିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଜେ.ଏସ. ରାଓଙ୍କୁ ନିଯୁକ୍ତି ଦେଇଥିଲା। ଗତ ଜୁଲାଇରେ ଏନଡିଡିବି କାଫ ଦାଖଲ କରିଥିବା ରିପୋର୍ଟରେ ଘିଅରେ ଗୋଚର୍ବି ଓ ମାଛ ତେଲ ମିଶିଥିବା ନେଇ ଅଭିଯୋଗ ଆଣିଥିଲା। ଗତ ଅଗଷ୍ଟରେ ନନ୍ଦିନୀ କମ୍ପାନୀ କେଜି ପିଛି ୪୭୦ ଟଙ୍କା ଦରରେ ଘିଅ ଯୋଗାଇବା ଲାଗି ଅର୍ଡର ପାଇଥିଲା। ସେପଟେ ଏଆର ଡାଏରୀକୁ ଜାରି କରାଯାଇଛି କାରଣ ଦର୍ଶାଅ ନୋଟିସ। ଅଯୋଧ୍ଯାରେ ରାମ ମନ୍ଦିର ପ୍ରତିଷ୍ଠା ବେଳେ ତିରୁପତି ଲଡୁ ବଣ୍ଟାଯାଇଥିଲା।