spot_img
Home Blog Page 1510

ପଦାରେ ପଡୁଛି ଭରତପୁର ଥାନାର କାରନାମା, ପାଟ୍ରୋଲିଂ ପାଇଁ ଲୋକଙ୍କ ଠୁ ପଇସା ନେଉଥିଲେ

ଭୁବନେଶ୍ବର: ଭରତପୁର ଥାନା ବିରୋଧରେ ପୁଣି ଆସିଲା ସାଙ୍ଘାତିକ ଅଭିଯୋଗ । ଏତଲାକାରୀଙ୍କ ଠାରୁ ଟଙ୍କା ମାଗୁଥିଲେ ତତ୍କାଳୀନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ର। ଗାଡି ଚୋରି ଅଭିଯୋଗ ନେଇ ଭରତପୁର ଥାନାକୁ ଯାଇଥିବା ଅଭିଯୋଗକାରୀଙ୍କୁ ପାଟ୍ରୋଲିଂ ପାଇଁ ତେଲ ନଥିବା କହିଥିଲେ ଥାନାଧିକାରୀ ।

ଏପରିକି ଅଭିଯୋଗକାରୀଙ୍କ ଠୁ ୧ ହଜାର ଟଙ୍କାର ତେଲ ପକାଇବା ପରେ ପୋଲିସ ପାଟ୍ରୋଲିଂ କରି ଘଟଣାସ୍ଥଳରେ ପହଞ୍ଚିଥିଲା । ସିସିଟିଭି, ଭିଜୁଆଲ ସବୁକିଛି ପ୍ରମାଣ ଦେବା ପରେ ମଧ୍ୟ ଠିକ ସମୟରେ ଏତଲା ରୁଜୁ କରିନଥିଲା ପୋଲିସ । ଓଲଟା ଚୋର ନେଇ ବୋଟରେ ଇଞ୍ଜିନ ଭାବେ ବ୍ୟବହାର କରିସାରିଥିବା ହାଲୁକା ଭାବେ କହି ଅଭିଯୋଗକାରୀଙ୍କୁ ଥାନାରୁ ଫେରାଇ ଦେଇଥିଲା ପୋଲିସ ।

 

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସଙ୍ଗୀନ ଅଭିଯୋଗ, ତିରୁପତି ଲଡୁରେ ବ୍ୟବହାର ହେଉଥିଲା ଚର୍ବି

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ YSRCP ସରକାର ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସେ କହିଛନ୍ତି ଯେ ପୂର୍ବ ସରକାରରେ ତିରୁପତି ମନ୍ଦିରର ପ୍ରସାଦରେ ପଶୁ ଚର୍ବି ବ୍ୟବହାର କରାଯାଉଥିଲା। ତାଙ୍କ ଅଭିଯୋଗ ପରେ ରାଜ୍ୟରେ ରାଜନୈତିକ ଆକ୍ରମଣ ଆରମ୍ଭ ହୋଇଛି।

 

ଏନଡିଏ ବିଧାୟକ ଦଳ ବୈଠକକୁ ସମ୍ବୋଧିତ କରି ସିଏମ ନାଇଡୁ କହିଛନ୍ତି ଯେ ବିଶ୍ୱ ପ୍ରସିଦ୍ଧ ତିରୁପତି ମନ୍ଦିରରେ ଲଡୁ ତିଆରି କରିବାରେ YSRCP ସରକାର ଅବୈ ଧ ଉପାଦାନ ବ୍ୟବହାର କରିଛନ୍ତି। ଶୁଦ୍ଧ ଘିଅ ବଦଳରେ ପଶୁ ଚର୍ବି ବ୍ୟବହାର କରାଯାଉଥିଲା  । ବର୍ତ୍ତମାନ ପ୍ରସାଦରେ ଶୁଦ୍ଧ ଘିଅ ବ୍ୟବହାର କରାଯାଉଛି  । ତେବେ ନାଇଡୁଙ୍କ ଅଭିଯୋଗକୁ YSRCP ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି।

 

ଏଥି ସହିତ ଆନ୍ଧ୍ରପ୍ରଦେଶର ଆଇଟି ମନ୍ତ୍ରୀ ନାରା ଲୋକେଶ ଏହି ପ୍ରସଙ୍ଗରେ ଜଗନ୍ ମୋହନ ରେଡ୍ଡୀ ପ୍ରଶାସନକୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ ‘ତିରୁମାଲାର ପ୍ରଭୁ ଭେଙ୍କଟେଶ୍ବର ସ୍ୱାମୀ ମନ୍ଦିର ଆମର ସବୁଠାରୁ ପବିତ୍ର ମନ୍ଦିର। ମୁଁ ଜାଣି ଆଶ୍ଚର୍ଯ୍ୟ ହୋଇଗଲି ଯେ ଜଗନ୍ ମୋହନ ପ୍ରଶାସନ ତିରୁପତି ପ୍ରସାଦରେ ଘିଅ ବଦଳରେ ପଶୁ ଚର୍ବି ବ୍ୟବହାର କରିଥିଲେ’

ଲୋକେଶ ଅଭିଯୋଗ କରିଛନ୍ତି ଯେ YSRCP କୋଟି କୋଟି ଭକ୍ତଙ୍କ ଧାର୍ମିକ ଭାବନାକୁ ସମ୍ମାନ ଦେଇପାରି ନାହିଁ। ତିରୁପତିଙ୍କ ଭେଙ୍କଟେଶ୍ୱର ମନ୍ଦିରରେ ତିରୁପତି ଲଡୁ ଅର୍ପଣ କରାଯାଏ  । ଏହି ମନ୍ଦିର ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଦ୍ୱାରା ପରିଚାଳିତ  ।

 

ମେଜର ପୋଲିସ ବିବାଦ ଘଟଣାରେ ସାମ୍ନାକୁ ଆସିଲା ମେଜରଙ୍କ ବାନ୍ଧବୀ ଅଙ୍କିତାଙ୍କ ଭିଡିଓ

ଭୁବନେଶ୍ବର: ମେଜର ପୋଲିସ ବିବାଦ ଘଟଣା । ସାମ୍ନାକୁ ଆସିଲା ମେଜରଙ୍କ ବାନ୍ଧବୀ ଅଙ୍କିତାଙ୍କ ଭିଡିଓ । ତାଙ୍କ ଦେହରେ ଅନେକ କ୍ଷତ ଚିହ୍ନ ଥିବା ସ୍ପଷ୍ଟ ହୋଇଛି । ହାତ ମଧ୍ୟ ଭାଙ୍ଗିଯାଇଥିବା ଜଣାପଡ଼ିଛି । ଜାମିନ ମଞ୍ଜୁର ହେବା ପରେ ଆଉ କିଛି ସମୟ ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହେବେ। ସେପଟେ ଘଟଣାରେ ଓଡିଶା ପୋଲିସକୁ ରିପୋର୍ଟ ମାଗିଛି NCW ।

ଓଡିଶା ଅବସରପ୍ରାପ୍ତ ସେନା ସଂଘର ଅଭିଯୋଗ ଅନୁସାରେ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଗୁରବନ୍ତ ସିଂ ଓ ତାଙ୍କ ବାନ୍ଧବୀ । ମେଜର ଗୁରୁବନ୍ତ ଓ ତାଙ୍କ ବାନ୍ଧବୀ ଅଙ୍କିତା ପଟିଆର ଏକ ରେସ୍ତେରାଁରୁ ଆସୁଥିବା ବେଳେ ରାସ୍ତାରେ ଏକ କାରକୁ ଓଭରଟେକ କରିବାପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ ।

ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ତାଙ୍କ ନିକଟକୁ ଆସିଥିଲେ । ଅଭିଯୋଗ ରଖିବାକୁ ତାଙ୍କୁ କହିବାପରେ ସେ ଶୁଣିନଥିଲେ । ଏନେଇ ଉଭୟଙ୍କ ମଧ୍ଯରେ ଯୁକ୍ତିତର୍କ ହେବା ପରେ ଗୁରୁବନ୍ତଙ୍କୁ ପ୍ଯାଣ୍ଟ ସାର୍ଟ ଖୋଲି ଥାନାରେ ବସାଇ ଦେଇଥିଲେ ।

ରାଜସ୍ଥାନ ବୋରୱେଲ ଟ୍ରାଜେଡି: ଉଦ୍ଧାର ହେଲା ଅଢେଇ ବର୍ଷର ଶିଶୁକନ୍ଯା

ନନ୍ଦିଘୋଷ ବ୍ୟୁରୋ: ଜିତିଲା ଜୀବନ । ବୋରୱେଲରୁ ଉଦ୍ଧାର ହେଲା ଅଢେଇ ବର୍ଷର ଶିଶୁକନ୍ଯା । ଦୀର୍ଘ ୧୮ ଘଣ୍ଟାର ଅପରେସନ ପରେ ଶିଶୁକନ୍ଯା ନିରୁକୁ ୩୫ ଫୁଟ ଗଭୀର ବୋରୱେଲରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ବୁଧବାର ରାଜସ୍ଥାନ ଦୌସା ଅଂଚଳରେ ଖେଳୁଥିବାବଳେ ବୋରୱେଲ ମଧ୍ୟକୁ ଖସିପଡ଼ିଥିଲା ଶିଶୁକନ୍ଯା ନିରୁ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ଯ ମିଳିନଥିଲା । ଶେଷରେ ନିରୁ ବୋରଓ୍ୱେଲରେ ଖସିପଡିଥିବା ଜାଣିବାକୁ ପାଇଥିଲେ ପରିବାର। ଏହାପରେ SDRF ଓ NDRF ଟିମ୍ ନେଇ ରେସ୍କ୍ଯୁ ଅପରେସନ ଆରମ୍ଭ କରିଥିଲା ପ୍ରଶାସନ। ଯୁଦ୍ଧକାଳୀନଭିତ୍ତିରେ ରେସ୍କ୍ଯୁ ଅପରେସନ ଆରମ୍ଭ କରାଯାଇଥିଲା । ବୋରୱେଲ ନିକଟରେ ୩୧ ଫୁଟ ଗଭୀର ସମାନ୍ତରାଳ ଗାତ ଓ ୧୨ ଫୁଟର ସମାନ୍ତରାଳ ଟନେଲ ଖୋଳି ନିରୁକୁ ଉଦ୍ଧାର କରାଯାଇଥିଲା ।

ରେସ୍କ୍ଯୁ ଅପରେସନରେ ଗୋଟିଏ ଏଲଏନଟି, ୪ଟି ଜେସିବି ଓ ଦୁଇଟି ଟ୍ରାକ୍ଟରର ସାହାଯ୍ୟ ନିଆଯାଇଥିଲା । ଏଥିସହ ଶିଶୁଟିର ଗତିବିଧି ଦେଖିବା ପାଇଁ ଏକ କ୍ୟାମେରା ମଧ୍ୟ ଭିତରକୁ ଛଡା ଯାଇଥିଲା। ଶେଷରେ ନିରୁକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିସ୍ଫୋରଣରେ ପୁଣି ଥରିଲା ଲେବାନନ, ପେଜର ପରେ ଏବେ ୱାକି-ଟକି ବ୍ଲାଷ୍ଟ୍

ନନ୍ଦିଘୋଷ ବ୍ୟୁରୋ: ବିସ୍ଫୋରଣରେ ପୁଣି ଥରିଲା ଲେବାନନ। ପେଜର୍ ପରେ ୱାକି ଟକିରେ ହୋଇଛି ବିସ୍ଫୋରଣ। ଆଇକମ ଡିଭାଇସରେ ଏହି ବିସ୍ଫୋରଣ ହୋଇଛି। ଏହା ଆଗରୁ ପେଜରରେ ହୋଇଥିଲା ବିସ୍ଫୋରଣ। ଏହି ଦୁଇ ନୂଆ ଆକ୍ରମଣରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିରେ ହେଜବୁଲ୍ଲାର ଅନେକ ସଦସ୍ୟ ଅଛନ୍ତି। ପ୍ରାୟ ଶହେ ଜଣ ଆହତ ହୋଇଥିବାର ସୂଚନା ମିଳିଛି।

ଲେବାନନରେ ସକ୍ରିୟ ଆତଙ୍କୀ ସଂଗଠନ ହେଜବୁଲ୍ଲାକୁ ଟାର୍ଗେଟ କରି ପକେଟ୍ ବୋମା ଦ୍ଵାରା ବିସ୍ଫୋରଣ କରାଯାଇଛି। ଗୋଟି ଗୋଟି କରି ଏକାଧିକ ୱାକିଟକି ବ୍ଲାଷ୍ଟ ହୋଇଥିଲା। ବିସ୍ଫୋରଣରେ ଲହୁଲୁହାଣ ହୋଇଛି ଲେବାନନ।

ବୁଧବାର ଲେବାନନରେ ପେଜର ବିସ୍ଫୋରଣ ଘଟିଥିଲା। ଏଥିରେ ହଜାରରୁ ଅଧିକ ଆହତ ହୋଇଥିଲେ। ବିସ୍ଫୋରଣକୁ ନେଇ ଇସ୍ରାଏଲକୁ ଟାର୍ଗେଟ କରିଛି ଲେବାନନରେ ସକ୍ରିୟ ଆତଙ୍କୀ ସଂଗଠନ ହେଜବୁଲ୍ଲା ।

ବରଗଡ଼, ବୌଦ୍ଧ ଜିଲ୍ଲାର ଦଳୀୟ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର: ବରଗଡ଼ ଓ ବୌଦ୍ଧ ଜିଲ୍ଲାର ବିଜେଡି ନେତା ଓ କର୍ମୀଙ୍କୁ ନବୀନ ପଟ୍ଟନାୟକଙ୍କ ଗୁରୁମନ୍ତ୍ର। ଜିଲ୍ଲାର ସଂଗଠନକୁ ଆହୁରି ସକ୍ରିୟ ରଖିବାକୁ ଟିପ୍ସ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଲୋକଙ୍କ ସହିତ କିପରି ଯୋଡ଼ି ହୋଇ ରହିବେ, ଜନତାଙ୍କ ସେବା କରିବେ କର୍ମୀମାନେ ସେନେଇ ପରାମର୍ଶ ଦେଇଛନ୍ତି ନବୀନ। ଶଙ୍ଖ ଭବନରେ ବରଗଡ଼ ଓ ବୌଦ୍ଧ ଜିଲ୍ଲାର ଦଳୀୟ ସଂଗଠନ ନେଇ ଆଲୋଚନା ହୋଇଛି। ଏହା ସହିତ ରାଜ୍ୟ ସରକାରଙ୍କ କାମ ଉପରେ ମଧ୍ୟ ନଜର ରଖିବାକୁ, ସରକାର ତ୍ରୁଟି ଲୋକଙ୍କ ସାମ୍ନାକୁ ଆଣିବାକୁ ଓ ସରକାରଙ୍କ ଉପରେ ଚାପ ପକାଇବାକୁ ନବୀନ ପରାମର୍ଶ ଦେଇଛନ୍ତି। କିପରି ରାଜ୍ୟ ସରକାରଙ୍କ ବିରୋଧରେ ଜନମତ ସୃଷ୍ଟି କରାଯିବ, ସେ ସଂପର୍କରେ ମଧ୍ୟ ରଣନୀତି ପ୍ରସ୍ତୁତ ହୋଇଛି।

ସ୍ନେହାଙ୍ଗୀନି ଛୁରିଆ କହିଛନ୍ତି, ବରଗଡ଼ରେ ବିଜେପି ବିଧାୟକ, ମନ୍ତ୍ରୀଙ୍କୁ ବିରୋଧ କରାଯିବ। କାରଣ ସେମାନେ ନିଜ ପ୍ରତିଶୃତି ପୂରଣ କରି ନାହାନ୍ତି। ସେହିପରି ବୌଦ୍ଧ ବିଜେଡି ନିଷ୍ପତ୍ତି ନେଇଛି-ବିଜେପିର ଦୁର୍ନୀତି ବିରୋଧରେ ସଂଗ୍ରାମ ଜାରି ରହିବ।

ସମ୍ବଲପୁରୀ ଗାୟିକା ରୁକ୍ସନା ବାନୋଙ୍କ ସନ୍ଦେହ ଜନକ ମୃତ୍ୟୁ

କଳାହାଣ୍ଡି:  ଭବାନୀପାଟଣାର ସମ୍ବଲପୁରୀ ଗାୟିକା ରୁକ୍ସନା ବାନୋଙ୍କ ସନ୍ଦେହ ଜନକ ମୃତ୍ୟୁ। ସ୍ଲୋ ପଏଜନ୍ ଦେଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର। ସ୍କ୍ରବ୍ ଟାଇଫସ୍ ନୁହେଁ, ବରଂ ବିଷ ଦେଇ ତାଙ୍କୁ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ଜଣେ ଗାୟକଙ୍କ ଆଡ଼କୁ ପରିବାର ଲୋକ ଇଙ୍ଗିତ କରିଛନ୍ତି। ପ୍ରାୟ ୧୫ ଦିନ ତଳେ ବଲାଙ୍ଗିରରେ ସୁଟିଂ ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ ରୁକ୍ସାନା। ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି । ଏନେଇ ପୋଲିସ ଘଟଣାର ତଦନ୍ତ କରୁଛି ।

ବନ୍ଧା ହେବେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ହଇରାଣ କରିଥିବା ରୋମିଓ

ଭୁବନେଶ୍ୱର: ମେଜର ଗୁରୁବଂଶ ଓ ତାଙ୍କ ବାନ୍ଧବୀଙ୍କୁ ହଇରାଣ କରିଥିବା ରୋଡ଼ ରୋମିଓଙ୍କୁ ବାନ୍ଧିବ ପୋଲିସ । ଏନେଇ ଏକ ମାମଲା ରୁଜୁ କରିବା ସହ ତୁରନ୍ତ ତଦନ୍ତ କରିବାକୁ ଡିଜିପିଙ୍କ ନିର୍ଦ୍ଦେଶ । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିଜିପି । ଗତ ୧୪ ତାରିଖ ରାତିରେ ମେଜର ଓ ତାଙ୍କ ବାନ୍ଧବୀ ଘରକୁ ଫେରୁଥିବା ବେଳେ ପଥରଗାଡ଼ିଆ ଓ ଭରତପୁର ରାସ୍ତାରେ ଦୁଇ ଯୁବକ ଏକ କାରରେ ଆସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ନିଶାସକ୍ତ ଅବସ୍ଥାରେ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିବାକୁ ମଧ୍ୟ ଧମକ ଦେଇଥିଲେ । ଏ ନେଇ ମେଜର ଓ ତାଙ୍କ ବାନ୍ଧବୀ ଥାନାକୁ ଯିବାପରେ ପୋଲିସ ତାଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିବା ଭଳି ଆସିଥିଲା ସାଙ୍ଘାତିକ ଅଭିଯୋଗ । ସେପଟେ ତତ୍କାଳୀନ ଥାନାଧିକାରୀଙ୍କ ସହ ଅନ୍ୟ ପୋଲିସ ଷ୍ଟାଫ ମାନଙ୍କର ବୟାନ ରେକର୍ଡ କରାଯାଇଛି । ଆଗାମୀ ଦିନରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି ଡିଜିପି ।

ସରକାର ବଦଳିବା ପରେ ମିଳିନୁ ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ରାଶି, ଅସନ୍ତୋଷ ପ୍ରକାଶ କଲେ ସରପଞ୍ଚ

ଯାଜପୁର: ସରକାର ବଦଳିବା ପରେ ମିଳିନୁ ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ରାଶି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଭିନ୍ନ ପଞ୍ଚାୟତର ସରପଞ୍ଚ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକରେ।

ଅଭିଯୋଗ ଅନୁଯାୟୀ, ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ପଞ୍ଚାୟତରେ ରିଭୋଲଭିଙ୍ଗ ଫଣ୍ଡରେ ପନ୍ଦର ହଜାର ଟଙ୍କା ରହିବା କଥା ଯେଉଁଥିରୁ ସରପଞ୍ଚମାନେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ଅର୍ଥ ପ୍ରଦାନ କରିପାରିବେ। କିନ୍ତୁ ବିଜେଡି ଶାସନ ଯିବାପରେ ଟଙ୍କା ମିଳୁନଥିବା ଅଭିଯୋଗ କରିଛନ୍ତି ସରପଞ୍ଚ। ଆବେଦନ କରିବାର ତିନି ମାସରୁ ଉର୍ଦ୍ଧ୍ୱ ସମୟ ବିତିଥିଲେ ସୁଦ୍ଧା ମିଳିପାରୁନି ଟଙ୍କା। କେତେକ ସ୍ଥାନରେ ସରପଞ୍ଚ ନିଜ ହାତରୁ ପଇସା ଦେଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପଇସା ପାଇପାରୁ ନାହାଁନ୍ତି । ତେଣୁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସରପଞ୍ଚମାନେ ଦାବି କରିଛନ୍ତି ।

ଚଣ୍ଡିଖୋଲ ଅଂଚଳରେ ଜଳିଗଲା ଦୁଇ ମହଲା କୋଠା, ଜଣେ ଗୁରୁତର

ଯାଜପୁର: ଚଣ୍ଡିଖୋଲ ଅଂଚଳରେ ଭୟଙ୍କର ଅଗ୍ନିକାଣ୍ଡ। NH 53 ଚଣ୍ଡିଖୋଲ -ପାରାଦ୍ୱୀପ ଜାତୀୟ ରାଜପଥର କଉଡ଼କୋଲ ଛକ ନିକଟରେ ଘଟିଛି ଏହି ଅଗ୍ନିକାଣ୍ଡ। କଉଡ଼କୋଲ ଗାଁର ଅକ୍ଷୟ ବଳଙ୍କ ଦୁଇ ମହଲା ଘରେ ଲାଗିଛି ନିଆଁ। ଘରେ ରଖାଯାଇଥିବା ଡିଜେଲ ଓ ମୋବିଲରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଯାହା ଫଳରେ ଘରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ଜଣଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ମେଡିକାଲରେ ଚିକିତ୍ସା ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଟିମ ପହଂଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଘରର ସମସ୍ତ ଆସବାବପତ୍ର ଜଳି ପୋଡି ପାଉଁଶ ହୋଇ ଯାଇଛି। ନିଆଁର ପ୍ରକୋପ ଏତେ ପରିମାଣର ଥିଲା ଯେ ଦୁଇ ମହଲା ଘର ସମ୍ପୂର୍ଣ୍ଣ ଜଳି ଯାଇଛି ।