spot_img
Home Blog Page 1515

ତାତିଲେ ଅବସରପ୍ରାପ୍ତ ସେନା କର୍ମଚାରୀ,  ଭୁବନେଶ୍ବର ପୋଲିସ ସେବା ଭବନ ସମ୍ମୁଖରେ ବିକ୍ଷୋଭ

0

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ଵରରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା। ତାତିଲେ ଅବସରପ୍ରାପ୍ତ ସେନା କର୍ମଚାରୀ। ଭୁବନେଶ୍ବର ପୋଲିସ ସେବା ଭବନ ସମ୍ମୁଖରେ ସେମାନେ କରିଛନ୍ତି ବିକ୍ଷୋଭ। କଡ଼ା କାର୍ଯ୍ୟାନୁଷ୍ଠାନ ସହ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ।

କହି ରଖୁଛୁ କି, ଭରତପୁର ଥାନାରେ ଏଭଳି ଘଟଣା ଘଟିଥିବାବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।  ଭରତପୁର ଥାନା ଅଧିକାରୀଙ୍କ ସମେତ ୫ ଜଣ ସସପେଣ୍ଡ। ସେମାନେ ହେଲେ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳମୟୀ ସାହୁ, ଏଏସଆଇ ସାଗରିକା ରଥ ଓ କନଷ୍ଟେବଳ ବଳରାମ ହାଁସଦା ସସପେଣ୍ଡ I ଗତକାଲି ଭାରତପୁର ଥାନାରୁ ତଦନ୍ତ ସାରିବା ପରେ, ରିପୋର୍ଟ ପ୍ରଦାନ କରିଥିଲେ ଡ଼ିଏସପି ନରେନ୍ଦ୍ର ବେହେରା। ଓଡିଶା ଅବସରପ୍ରାପ୍ତ ସେନା ସଂଘର ଅଭିଯୋଗ ଅନୁସାରେ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଗୁରବନ୍ତ ସିଂ ଓ ତାଙ୍କ ବାନ୍ଧବୀ । ମେଜର ଗୁରୁବନ୍ତ ଓ ତାଙ୍କ ବାନ୍ଧବୀ ଅଙ୍କିତା ପଟିଆର ଏକ ରେସ୍ତେରାଁରୁ ଆସୁଥିବା ବେଳେ ରାସ୍ତାରେ ଏକ କାରକୁ ଓଭରଟେକ କରିବାପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ । ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ତାଙ୍କ ନିକଟକୁ ଆସିଥିଲେ । ଅଭିଯୋଗ ରଖିବାକୁ ତାଙ୍କୁ କହିବାପରେ ସେ ଶୁଣିନଥିଲେ । ଏନେଇ ଉଭୟଙ୍କ ମଧ୍ଯରେ ଯୁକ୍ତିତର୍କ ହେବା ପରେ ଗୁରୁବନ୍ତଙ୍କୁ ପ୍ଯାଣ୍ଟ ସାର୍ଟ ଖୋଲି ଥାନାରେ ବସାଇଦେଇଥିଲେ ।

ଗଣେଷ ପୂଜା ଭସାଣ ବେଳେ ଡିଜେ ବାଜିବାକୁ ନେଇ ଗଣ୍ଡଗୋଳ, ପୋଡ଼ିଦେଲେ ବାଇକ୍

ନନ୍ଦିଘୋଷ ବ୍ୟୁରୋ: ଗଣେଷ ପୂଜା ଭସାଣ ବେଳେ ଡିଜେ ବାଜିବାକୁ ନେଇ ଗଣ୍ଡଗୋଳ। ଗଣ୍ଡଗୋଳ ପରେ ବାଇକ୍ ପୋଡ଼ି। ଗାଁ ରେ ଉତ୍ତେଜନା। ଜଟଣୀ ଥାନା ଅନ୍ତର୍ଗତ କନ୍ତିଆ ଗ୍ରାମରେ ଗତ ରାତିରେ ଏଭଳି ଘଟଣା ଦେଖିବାକୁ ମିଳିଛି ।  ଗଣେଶ ଭସାଣ ବେଳେ ଦୁଇ ସାହି ବଡ଼ଜେନା ସାହି ଓ ଦାଣ୍ଡି ସାହି ଯୁବକ ମାନଙ୍କ ଭିତରେ ଡିଜେ ବଜାଇବାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ଦେଖିବାକୁ ମିଳିଛି।  ଗଣ୍ଡଗୋଳ ପରେ ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଆସି ଡିଜେ ଜବତ କରି ଥାନାକୁ ନେଇଯାଇଥିଲା। ପରେ ଗାଁର ପ୍ରଶାନ୍ତ ପାଇକେରାଙ୍କ ବାଇ କେହି ପୋଡି ଦେଇଥିବା ଦେଖିବାକୁ ମିଳିଛି। ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ଘଟଣାର ତଦନ୍ତ କରୁଛି। ପୋଲିସ ଏହି ଘଟଣାରେ ଦୁଇଜଣ ଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ମୁତୟନ କରାଯାଇଛି।

ସରକାରୀ କ୍ବାଟର ଛାଡ଼ିବେ କେଜ୍ରିଓ୍ବାଲ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ କ୍ବାଟର ଛାଡ଼ିବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କୁ ଯେଉଁ ସରକାରୀ ସୁବିଧା ମିଳୁଥିଲା ଏବେ ସବୁକୁ ଛାଡ଼ିବାକୁ ଯାଉଛନ୍ତି । କ୍ବାଟର ଛାଡ଼ିବା ପରେ କେଉଁଠି ରହିବେ କେଜ୍ରିଓ୍ବାଲ । ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ସୃଷ୍ଟି ହୋଇଥିବାବେଳେ ଆପ ନେତା ସଞ୍ଜୟ ସିଂ କହିଛନ୍ତି କି, ତାଙ୍କୁ ସୁରକ୍ଷା ଦିଆଯାଉ । ତାଙ୍କ ଜୀବନ ପ୍ରତି ବିପଦ ରହିଛି । ଅନ୍ୟପଟେ କେଜ୍ରିଓ୍ବାଲ କହିଛନ୍ତି ମୋତେ କେବଳ ଭଗବାନ ରକ୍ଷା କରିବେ । ଏତେଦିନ ଜେଲରେ ରହିଲି । ବହୁ ଗୁଣ୍ଡା ଶ୍ରେଣୀର ଲୋକଙ୍କ ସହ ରହିଛି ଏଣୁ ମୋର କାହାକୁ ଭୟ କରିବାର ନାହିଁ । ମୋତେ କେବଳ ଭଗବାନ ରକ୍ଷା କରିବେ ।

ବିଜେପି ଲଗାତାର ଭାବେ କେଜ୍ରିଓ୍ବାଲଙ୍କୁ ବଦନାମ କରିବା ପାଇଁ ବିଭିନ୍ନ ଯୋଜନାମାନ କରୁଥିବାବେଳେ ତାଙ୍କୁ ଜେଲରେ ଭର୍ତ୍ତି କରିଥିଲା । ଯାହାକୁ ନେଇ ଆପ ନେତାମାନେ ନିନ୍ଦା କରିଛନ୍ତି । ଅନ୍ୟପଟେ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଦିଲ୍ଲୀବାସୀ ବେଶ ଦୁଃଖ ପ୍ରକାଶ କରିଛନ୍ତି । ଯିଏ ସେମାନଙ୍କ ପାଇଁ ଏତେ କାମ କଲେ ଆଉ ଶେଷରେ ଜେଲ ମଧ୍ୟ ଗଲେ ଏମିତିକି ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଛାଡ଼ିବାକୁ ପଡ଼ିଲା । ମାଗଣା ଶିକ୍ଷା, ବିଜୁଳି ପ୍ରଦାନ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ସହ ଏଭଳି ଆକ୍ରମଣାତ୍ମକ ରାଜନୀତି କରୁଥିବା ବିଜେପିକୁ ନିନ୍ଦା କରୁଛନ୍ତି ଜନତା । ଏଭଳି କହିଛନ୍ତି ଆପ ନେତା ।

କୋହଲି-ଗମ୍ଭୀର ସାକ୍ଷାତକାର, ଭାଇରାଲ ହେଉଛି ଟ୍ରେଲର

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଏବଂ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅନେକ ଥର ପଡ଼ିଆରେ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ଝଗଡ଼ାକୁ ନେଇ ବହୁ ଚର୍ଚ୍ଚା ମଧ୍ୟ ହୋଇଥାଏ । ଦିଲ୍ଲୀର ଏହି ଦୁଇ ଖେଳାଳି ଅନେକଥର ଖବରର ଶିରୋନାମା ପାଲଟିଛନ୍ତି । ଏବେ ଗମ୍ଭୀର ଗୁରୁ ଦାୟିତ୍ବ ରହିଥିବାବେଳେ ବିସିସିଆଇ ଉଭୟଙ୍କ କଳିରେ ପୂର୍ଣ୍ଣଚ୍ଛେଦ ପକାଇଛି । ଉଭୟଙ୍କ ମଧ୍ୟରେ ଏକ ସାକ୍ଷାତକାର ଭିଡିଓ ବିସିସିଆଇ ପକ୍ଷରୁ ପୋଷ୍ଟ କରାଯାଇଛି । ଏହାର ଟ୍ରେଲର କେବଳ ପୋଷ୍ଟ କରାଯାଇଛି । ତେବେ ଏହି ଭିଡିଓକୁ ୟୁଜର୍ସମାନେ ବେଶ ପସନ୍ଦ କରୁଥିବାବେଳେ ସେୟାର ମଧ୍ୟ କରୁଛନ୍ତି । ସେପଟେ ଉଭୟଙ୍କ ମଧ୍ୟରେ ପ୍ରଶ୍ନ ଉତ୍ତର ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ ହେବେ ।

https://twitter.com/PathakRidhima/status/1836248010516234371?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1836248010516234371%7Ctwgr%5E0171311dbda80a6b03c0b5eef8fd6d0228663b7b%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Fsports%2Fcricket-news%2Fvirat-kohli-gautam-gambhir-interview-question-on-fight-between-them-in-bcci-share-video-kohli-gambhir-chat-2836710.html

କେନାଲରେ ଭାସିଗଲେ ମହିଳା

ନନ୍ଦିଘୋଷ ବ୍ୟୁରୋ:  ଗାଧୋଇବା ବେଳେ କେନାଲରେ ଭାସିଗଲେ ମହିଳା । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତର କେନାଲରେ ଗାଧୋଇଲା ବେଳେ ଭାସିଗଲେ ମହିଳା। ମହିଳା ଜଣକ ହେଲେ ବୁଢ଼ାପଙ୍କ ଗ୍ରାମର ଗଡ଼ସାହି ବାସିନ୍ଦା ଅଶୋକ ସାମଲଙ୍କ ୨୨ ବର୍ଷୀୟ ସ୍ତ୍ରୀ ପୂର୍ଣ୍ଣିମା ସାମଲ। ପରିବାରର ୫ ଜଣ ସଦସ୍ୟ ସକାଳେ ଗାଧୋଇବା ବେଳେ ସେ ଭାରସାମ୍ଯ ହରାଇ ପାଣି ସ୍ରୋତରେ ଭାସି ଯାଇଥିଲେ। ସମ୍ପର୍କୀୟମାନେ ଲୁଗା ପକାଇ ଉଦ୍ଧାର ପାଇଁ ଚେଷ୍ଟା କରିବା ବେଳେ ସଫଳ ହୋଇ ପାରିନଥିଲେ । ଗ୍ରାମବାସୀ ଦମକଳବାହିନୀକୁ ଖବର ଦେବା ପରେ ଦମକଳବାହିନୀ ଆସି ଉଦ୍ଧାର  କାର୍ଯ୍ୟ ଜାରି ରଖିଥିବାବେଳେ ବଅଁରପାଳ ପୋଲିସ, ତହସିଲଦାର, ଆର ଆଇ, ଓ ଜିଲ୍ଲା ଦମକଳବାହିନୀ ଅଧିକାରୀ ପହଞ୍ଚିଛନ୍ତି।

ଦିନେଶ କାର୍ତ୍ତିକ କହିଲେ କାହିଁକି ରାଗନ୍ତି ଗମ୍ଭୀର

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ରାଗ ମୁଡ ଆପଣ ପୂର୍ବରୁ ଅନେକଥର ଦେଖିଥିବେ ନିଶ୍ଚୟ । ସେ ପାକିସ୍ତାନ ବିପକ୍ଷ ମ୍ୟାଚ ହେଉ ବା ବିରାଟଙ୍କ ସହ ଯୁକ୍ତି । ତେବେ ଗମ୍ଭୀର ନିଜର ଆଙ୍ଗ୍ରି ମୁଡ ପାଇଁ ଅନେକଥର ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ ହୋଇଛନ୍ତି । ତେବେ ସେ ଏମିତି କାହିଁକି ହୁଅନ୍ତି । ଏହାର କାରଣ କହିଛନ୍ତି ପୂର୍ବତନ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ । ଲିଜେଣ୍ଡସ ଲିଗ କ୍ରିକେଟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ତ୍ତକ କହିଛନ୍ତି କି, ବିନା କିଛି କାରଣରେ ଗମ୍ଭୀର କେବେ ମଧ୍ୟ ରାଗନ୍ତି ନାହିଁ । ସେ ରାଗିବା ପଛରେ କିଛି କାରଣ ରହିଥାଏ ।

ତେବେ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହୋଇଥିବାବେଳେ ସେ ରାଗ ମୁଡରେ ନଜର ଆସିନାହାନ୍ତି । ଶ୍ରୀଲଙ୍କା ବିପକ୍ଷ ସିରିଜରେ ନିଜର ପ୍ରଥମ କୋଚିଂ କ୍ୟାରିୟର ଆରମ୍ଭ କରିଛନ୍ତି । ଟି-୨୦ରେ ଦଳ ବିଜୟୀ ହୋଇଥିବାବେଳେ ଦିନିକିଆରେ ପରାଜୟ ବରଣ କରିଥିଲା । ଆଉ ଏବେ ବାଂଲାଦେଶ ବିପକ୍ଷରେ ନିଜର ପ୍ରଥମ ଟେଷ୍ଟ ସିରିଜ ଆରମ୍ଭ କରିବେ ।

ସ୍କୁଲ ନିକଟରୁ ଉଦ୍ଧାର ହେଲା ନାବାଳିକାର ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ସଦର ପଂଚାୟତ ସରକାରୀ ଉଚ୍ଚବିଦ୍ୟାଳୟ ନିକଟସ୍ଥ ଏକ ଟାୱାର ପାଚେରି ପାର୍ଶ୍ୱରୁ ୧୦ ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର।  ନାବାଳିକା ଜଣଙ୍କ ଗତକାଲି  ଦିନ ପ୍ରାୟ ଗୋଟାଏ ସମୟରେ ଶୌଚ ପାଇଁ ଯାଉଛି କହି ଘରୁ ବାହାରିଥିଲେ । ବହୁ ସମୟ ଧରି ଝିଅ ଘରକୁ ଫେରିନଥିବାରୁ ଘର ଲୋକ ଚିନ୍ତାରେ ପଡ଼ିଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ଝିଅର ସନ୍ଧାନ ପାଇ ନଥିଲେ।  ପରେ ରାତିରେ  ଗ୍ରାମର ଟାୱାର ପାଚେରି ପାର୍ଶ୍ୱରୁ ଝିଅର ମୃତ ଶରୀର ପଡିଥିବା ଦେଖିବାକୁ ପାଇଥିଲେ ।  ପାରିପାର୍ଶ୍ଵିକ ସ୍ଥିତିରୁ ଏହା ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି  ।  ତେନ୍ତୁଳିଖୁଣ୍ଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ଏବଂ ଡ଼ଗ ସ୍କ୍ୱାଡକୁ ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି । ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଏହାକୁ ନେଇ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି।

ଆଜିଠୁ ଆରମ୍ଭ ହେଲା ପିତୃପକ୍ଷ

ନନ୍ଦିଘୋଷ ବ୍ୟୁରୋ: ଆରମ୍ଭ ହେଲା ପିତୃପକ୍ଷ । ଭାଦ୍ରବ ମାସ ପୂର୍ଣ୍ଣିମାରୁ ପିତୃପକ୍ଷ । ଆଶ୍ୱିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ପାଳନ ହୋଇଥାଏ ଅପରପକ୍ଷ । ୧୫ ଦିନ ପର୍ଯ୍ୟନ୍ତ ପିତୃପକ୍ଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରୟାସ କରାଯାଇଥାଏ । ବିଶ୍ୱାସ ରହିଅଛି ଏହି ସମୟରେ ସମସ୍ତ ପିତୃପୁରୁଷ ଶ୍ରାଦ୍ଧ, ପିଣ୍ଡଦାନକୁ ଅପେକ୍ଷା କରିଥାନ୍ତି । ଏଣୁ ଶ୍ରଦ୍ଧାର ସହ ଏହି ସମୟରେ ରୀତିନୀତି ଅନୁସାରେ କରାଯାଇଥାଏ ଶ୍ରାଦ୍ଧ । ପିତୃ ପୁରୁଷମାନେ ସେମାନଙ୍କ ବଂଶଧର ମାନଙ୍କ ଦ୍ୱାରା କରାଯାଇଥିବା ତର୍ପଣ, ଶ୍ରାଦ୍ଧ ଏବଂ ପିଣ୍ଡ ଦାନ ଇତ୍ୟାଦିରେ ସନ୍ତୁଷ୍ଟ ହୋଇ ସେମାନେ ବଂଶ ବୃଦ୍ଧି, ସୁଖ ଏବଂ ସମୃଦ୍ଧତା ପାଇଁ ଆଶୀର୍ବାଦ କରିଥାନ୍ତି ।

ଭାଦ୍ରବ ମାସ ପୂର୍ଣ୍ଣିମାରୁ ପିତୃପକ୍ଷ । ଆଶ୍ୱିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ପାଳନ ହେବ ଅପରପକ୍ଷ । ୧୫ ଦିନ ପର୍ଯ୍ୟନ୍ତ ପିତୃପକ୍ଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରୟାସ କରାଯାଇଥାଏ । ବିଶ୍ୱାସ ରହିଅଛି ଏହି ସମୟରେ ସମସ୍ତ ପିତୃପୁରୁଷ ଶ୍ରାଦ୍ଧ, ପିଣ୍ଡଦାନକୁ ଅପେକ୍ଷା କରିଥାନ୍ତି । ଏଣୁ ଶ୍ରଦ୍ଧାର ସହ ଏହି ସମୟରେ ରୀତିନୀତି ଅନୁସାରେ କରାଯାଇଥାଏ ଶ୍ରାଦ୍ଧ । ପିତୃ ପୁରୁଷମାନେ ସେମାନଙ୍କ ବଂଶଧର ମାନଙ୍କ ଦ୍ୱାରା କରାଯାଇଥିବା ତର୍ପଣ, ଶ୍ରାଦ୍ଧ ଏବଂ ପିଣ୍ଡ ଦାନ ଇତ୍ୟାଦିରେ ସନ୍ତୁଷ୍ଟ ହୋଇ ସେମାନେ ବଂଶ ବୃଦ୍ଧି, ସୁଖ ଏବଂ ସମୃଦ୍ଧତା ପାଇଁ ଆଶୀର୍ବାଦ କରିଥାନ୍ତି ।

ଏହି ଅପରପକ୍ଷ ବା ପିତୃ ପକ୍ଷ ସମୟରେ ଅନେକ ନିୟମ ନିଷ୍ଠା ରହିଛି । ପିତୃପକ୍ଷ ସମୟରେ ଖିଅର ହେବା ସମ୍ପୂର୍ଣ୍ଣ ନିଷିଦ୍ଧ ରହିଥିବା ବେଳେ ଏହି ସମୟରେ ନଖ ମଧ୍ୟ କଟାଯିବା ବାରଣ ରହିଛି । ଏପରିକି ଅପର ପାଗରେ ଅର୍ଥାତ ବାହାରେ ଭୋଜନ କରିବା ସମ୍ପୂର୍ଣ ନିଷିଦ୍ଧ ଅଟେ।ସେହିପରି ତିଳ ତର୍ପଣ ,ଶ୍ରାଦ୍ଧ ଓ ପିଣ୍ଡଦାନ କରିବା ସମୟରେ ସମ୍ପୂର୍ଣ୍ଣ ଶୁଦ୍ଧପୂତ ଭାବେ ରହିବାର ବିଧି ମଧ୍ୟ ରହିଛି ।

ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର

ନନ୍ଦିଘୋଷ ବ୍ୟୁରୋ: ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର l ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା – ଏ.ଏସ.ଆଇ  ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରାଯିବ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଞ୍ଚ କରାଯିବ  । ଏ.ଏସ୍.ଆଇର  ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ନିରୀକ୍ଷଣ କାର୍ଯ୍ୟ କରାଯିବ l ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା  ଅନୁସାରେ ଏହା ଅନୁଷ୍ଠିତ ହେବ। ଏନେଇ ରାତ୍ର ୨ ଟାରେ ଶ୍ରୀ ମନ୍ଦିର ଦ୍ୱାର ଫିଟା ନୀତି ଅନୁଷ୍ଠିତ ହେବ। ଏହାପରେ ଅନାନ୍ୟ ନୀତି କାନ୍ତି ଅନୁଷ୍ଠିତ ହୋଇ ଦୂତୀୟ ଭୋଗ ମଣ୍ଡପ ପରେ ରତ୍ନଭଣ୍ଡାର ନିରୀକ୍ଷଣ କାର୍ଯ୍ୟ କରାଯିବ l ଦିନ ଗୋଟାଏ ଠାରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କିଣିବାକୁ ଥିବା ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ଉତ୍ତର ଦ୍ୱାର ପଟେ ପ୍ରସ୍ଥାନ କରିପାରିବେ ।

ବଦଳିଲେ ଭରତପୁର ଥାନା ଆଇଆଇସି  ସମେତ ମହିଳା ASI ଓ ଜଣେ କନଷ୍ଟେବଳ

ନନ୍ଦିଘୋଷ ବ୍ୟୁରୋ: ବଦଳିଲେ ଭରତପୁର ଥାନା ଆଇଆଇସି  ସମେତ ମହିଳା ASI ଓ ଜଣେ କନଷ୍ଟେବଳ। ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ଡିସିପି  ହେଡକ୍ୱାର୍ଟର୍ସକୁ ବଦଳି କଲେ ପୋଲିସ କମିଶନର । ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣାର ନିରପେକ୍ଷ କ୍ରାଇମବ୍ରାଞ୍ଚ୍ ତଦନ୍ତ ପାଇଁ କରାଗଲା ବଦଳି । ସେହିପରି ଭରତପୁର ଥାନାରେ କାର୍ଯ୍ୟରତ ASI ସଲିଲମୟୀ ସାହୁଙ୍କୁ ମଧ୍ୟ ଡିସିପି ହେଡ  କ୍ୱାର୍ଟର୍ସକୁ କରାଯାଇଛି ବଦଳି । ତା ସହିତ କନଷ୍ଟେବଳ ବଳରାମ ହାଂସଦାଙ୍କୁ ମଧ୍ୟ କରାଯାଇଛି ବଦଳି । ଓଡିଶା ଅବସରପ୍ରାପ୍ତ ସେନା ସଂଘର ଅଭିଯୋଗ ଅନୁସାରେ ଶନିବାର ବିଳମ୍ବିତ ରାତି ୧୨ଟା ୩୦ରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ମେଜର ଗୁରବନ୍ତ ସିଂ ଓ ତାଙ୍କ ବାନ୍ଧବୀ । ମେଜର ଗୁରୁବନ୍ତ ଓ ତାଙ୍କ ବାନ୍ଧବୀ ଅଙ୍କିତା ପଟିଆର ଏକ ରେସ୍ତେରାଁରୁ ଆସୁଥିବା ବେଳେ ରାସ୍ତାରେ ଏକ କାରକୁ ଓଭରଟେକ କରିବାପରେ ପଛରୁ ଆସୁଥିବା ଗାଡ଼ିରୁ କିଛି ଯୁବକ ସେମାନଙ୍କୁ ଅଟକାଇ ଧକ୍କା ମାରିବା ସହ ଧମକ ଦେଇଥିଲେ । ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ତାଙ୍କ ନିକଟକୁ ଆସିଥିଲେ । ଅଭିଯୋଗ ରଖିବାକୁ ତାଙ୍କୁ କହିବାପରେ ସେ ଶୁଣିନଥିଲେ । ଏନେଇ ଉଭୟଙ୍କ ମଧ୍ଯରେ ଯୁକ୍ତିତର୍କ ହେବା ପରେ ଗୁରୁବନ୍ତଙ୍କୁ ପ୍ଯାଣ୍ଟ ସାର୍ଟ ଖୋଲି ଥାନାରେ ବସାଇଦେଇଥିଲେ ।