spot_img
Home Blog Page 1535

ବଢୁଛି ନବୀନଙ୍କ କ୍ରେଜ୍‌: ଭସାଣିରେ ବାଜିଲା ‘ହେ… ନବୀନ ବାବୁ, ଆମେ ତୁମ ଫ୍ୟାନ୍‌’

ନନ୍ଦିଘୋଷ ବ୍ୟୁରୋ : ଦିନକୁ ଦିନ ବଢିବାରେ ଲାଗିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରେଜ୍‌ । ଗଣେଶ ପୂଜାର ମେଢ ବୁଲିବା ବେଳେ ଲୋକଙ୍କ ଭିଡ ହେଉ କି ବିଭିନ୍ନ ଜନହିତକାର ଯୋଜନା ଭିଡ଼ଓ ସାମ୍ନାକୁ ଆସୁଛି। ପ୍ରତିଟି କ୍ଷେତ୍ରରେ ନବୀନଙ୍କୁ ଲୋକ ମନେ ପାଉଥିବା ସ୍ପଷ୍ଟ ଅନୁମେୟ ହେଉଛି । ମଙ୍ଗଳବାର ବାଲେଶ୍ବର ଅଞ୍ଚଳରେ ଗଣେଶ ପୂଜା ଭଷାଣିବେଳେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। ଭସାଣରେ ଡ଼ିଜେ ଗୀତ ବଦଳରେ ବାଜୁଥିଲା ‘ହେ… ନବୀନ ବାବୁ, ଆମେ ତୁମ ଫ୍ୟାନ୍‌’ । ଭସାଣି ଶୋଭାଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଶୁଭୁଥିଲା ଏହି ଗୀତ। ଯୁବକମାନେ ହାତକୁ ଟେକି ନାଚି ନାଚି ଗଜାନନଙ୍କୁ ବିଦାୟ ଦେଉଥିବାର ଦୃଶ୍ୟ ନିଆରା ଭାବ ସୃଷ୍ଟି କରିଥିଲା।

‘ଆସନ୍ତା  ମାର୍ଚ୍ଚ ୨୫ ସୁଦ୍ଧା ସବୁ ରାଜସ୍ବ ଗାଁକୁ ବିଜୁଳି ସଂଯୋଗ କରାଯିବ’

ଭୁବନେଶ୍ୱର: ବିଧାନସଭା ପ୍ରଶ୍ନକାଳରେ ରାଜ୍ୟରେ ବିଜୁଳି ସଂକଟ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ସମସ୍ତ ରାଜସ୍ଵ ଗାଁକୁ କେବେ ବିଜୁଳି ସଂଯୋଗ ନେଇ କରିଥିଲେ ପ୍ରଶ୍ନ। ତେବେ ଆସନ୍ତା  ମାର୍ଚ୍ଚ ୨୫ ସୁଦ୍ଧା ସବୁ ରାଜସ୍ବ ଗାଁକୁ ବିଜୁଳି ସଂଯୋଗ କରାଯିବ। ବିଧାନସଭାରେ ଏହି ଘୋଷଣା କଲେ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ପ୍ରଶ୍ନକାଳରେ ବିଜୁଳି ସଂଯୋଗ ନେଇ ଜୋରଦାର ଆଲୋଚନା ହୋଇଥିଲା। ଅପହଞ୍ଚ ଅଂଚଳରେ କିପରି ବିଜୁଳି ସଂଯୋଗ ଦିଆଯିବ ତାହା ଉପରେ ଶାସକ ଓ ବିରୋଧୀ ବିଧାୟକ ଶକ୍ତି ମନ୍ତ୍ରୀକୁ ବାରମ୍ବାର ପ୍ରଶ୍ନ କରିଥିଲେ। ସ୍ମାର୍ଟ ମିଟର ଅବ୍ୟବସ୍ଥା ନେଇ କଂଗ୍ରେସ ବିଧାୟକ ଅଶୋକ ଦାସଙ୍କ ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ ଉତ୍ତର ରଖିଥିଲେ ଶକ୍ତିମନ୍ତ୍ରୀ। କହିଲେ, ଶକ୍ତି ସଂରକ୍ଷଣ ଶିଖ, ମାଗଣାରେ ବିଜୁଳି ପାଇବା ଆଶା ରଖନାହିଁ। କୌଣସି ସେବା ମାଗଣାରେ ମିଳିବ ଆଶା ରଖନାହିଁ। ଉପଭୋକ୍ତାଙ୍କୁ ସଚେତନତା ପାଇଁ ଭିଡିଓ ଏବଂ ମେସେଜ ଦିଆଯାଉଛି। ଅନେକ ସମୟରେ ସ୍ଵିଚ୍ ଅଫ୍ କେହି କରୁନାହାଁନ୍ତି।

ଗୃହରେ ଶକ୍ତିମନ୍ତ୍ରୀ ଉଦାହରଣ ଦେଇ କହିଥିଲେ ମୋବାଇଲ ଚାର୍ଜର ସ୍ଵିଚ୍ କେହି ବନ୍ଦ କରୁନାହାଁନ୍ତି। ଏହାଦ୍ୱାରା ଅଧିକ ବିଲ୍ ଆସିଥାଏ। ସବୁ ବିଧାୟକ ଉପଭୋକ୍ତାମାନଙ୍କୁ ସଚେତନ କରନ୍ତୁ ବୋଲି ନିବେଦନ କଲେ। ମିଟର ଅସୁବିଧା ଥିଲେ କମ୍ପାନୀ କର୍ତ୍ତୃପକ୍ଷ ପହଞ୍ଚି ସମସ୍ୟା ଦୂର କରିବେ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନାରେ ଆବେଦନ କଲେ ୩୦୦ ୟୁନିଟ୍ ମାଗଣା ମିଳିବ ବୋଲି କହିଛନ୍ତି କନକ ବର୍ଦ୍ଧନ ସିଂହଦେଓ ।

ଛାତରୁ ଡେଇଁ ଆତ୍ମହତ୍ୟା କଲେ ମଲାଇକା ଅରୋରାଙ୍କ ବାପା

ମୁମ୍ୱାଇ: ଆତ୍ମହତ୍ୟା କରିଛନ୍ତି ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବାପା ଅନିଲ ଅରୋରା। ବୁଧବାର ଦିନ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଅନିଲ। ସକାଳ ୯ଟାରେ ଏହି ଘଟଣା ଘଟିଛି। ଏହି ଘଟଣାଟି ମଲାଇକାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କୁ ସ୍ତମ୍ଭୀଭୁତ କରିଛି । ଘଟଣାସ୍ଥଳରେ ମୁମ୍ୱାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ।

ମଲାଇକା ଏବଂ ତାଙ୍କ ପରିବାର ପାଇଁ ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ କଷ୍ଟକର ସମୟ । ଏହି ଦୁଃଖ ସମୟରେ ପ୍ରଥମେ ଅରବାଜ ଖାନ ତାଙ୍କ ଘରେ ପହଞ୍ଚିଛନ୍ତି। ଅରବାଜ ଖାନ ମଲାଇକାଙ୍କ ଘର ବାହାରେ ପୋଲିସ ଏବଂ ଅନ୍ୟ ଲୋକଙ୍କ ସହ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି । କେବେଳ ସେତିକି ନୁହେଁ ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ସମବେଦନା ଜଣାଉଛନ୍ତି ।

ହିଟ୍ ଆଣ୍ଡ ରନ ମାମଲା: ବନ୍ଧା ହେଲା କାର ମାଲିକ ସୁଶୀଲ ସାହୁ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଅଞ୍ଚଳରେ ହିଟ୍ ଆଣ୍ଡ ରନ ମାମଲା। ବନ୍ଧା ହେଲା କାର ମାଲିକ ସୁଶୀଲ ସାହୁ। କାର ମାଲିକ ସୁଶୀଲ ସାହୁକୁ ଗିରଫ କଲା ବେଲପଡା ପୋଲିସ । ଗିରଫ ସୁଶୀଲ ଜଣେ ଢାବା ମାଲିକ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ମଙ୍ଗବାଳ ସନ୍ଧ୍ୟାରେ ଅତ୍ୟଧିକ ମଦ୍ୟପାନ କରି ତିନି ଯୁବତୀ ଉପରେ କାର ଚଢାଇ ଦେଇଥିଲା ସୁଶୀଲ। ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇ ଚିକିତ୍ସାଧିନ ଅଛନ୍ତି। ନୁନହାଡ ଗାଁ ବସଷ୍ଟାଣ୍ଡ ନିକଟରେ ତିନି ଯୁବତୀ ଠିଆ ହୋଇଥିବାବେଳେ ସେମାନଙ୍କ ଉପରେ କାର୍ ଚଢିଯାଇଥିଲା । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣାଗଡ଼ ଓ ପରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଜଣଙ୍କୁ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକ ହେଲେ ଭୋଲେଶ୍ବରୀ ମାଝୀ । ପ୍ରତିମା ଧରୁଆ ଓ ଜେମନ୍ତୀ ମାଝୀଙ୍କ ଚିିକିତ୍ସା ଚାଲିଛି।

ଗଣେଶ ଭସାଣି ବେଳେ ଛୁରାମାଡ଼, ଜଣେ ମୃତ

ଆଠଗଡ଼: ଗଣେଶ ମୂର୍ତ୍ତି ଭସାଣି ବେଳେ ଅଘଟଣ । ଛୁରାମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି। ଆଠଗଡ଼ ଖୁଣ୍ଟୁଣି ଥାନା ଅନ୍ତର୍ଗତ ଧୁରୁସିଆ ଗାଁର ଘଟଣା। ଗତକାଲି ରାତିରେ ଗଣେଶ ମୂର୍ତ୍ତି ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଛୁରାମାଡ ହୋଇଥିବା ଜଣାପଡିଛି। ଛୁରାମାଡ଼ରେ ଉଭୟ ପକ୍ଷରୁ ପାଞ୍ଚ ଜଣ ଆହତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ୩ ଜଣ ଗୁରୁତରଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ କଟକରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଗୁରୁତରଙ୍କ ଚିକିତ୍ସା ଚାଲିଛି। ଘଟଣାସ୍ଥଳରେ ଏବେବି ଲାଗି ରହିଛି ଉତ୍ତେଜନା। ଗାଁରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ବିନା ଅନୁମତିରେ ଚାଲିଥିଲା ଭସାଣି। ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

 

ପ୍ରେମିକଙ୍କୁ ହାଣିଲା ପ୍ରେମିକାର ବାପା, ଆକ୍ରମଣରେ ପ୍ରେମିକ ମୃତ ପ୍ରେମିକା ଗୁରୁତର

ରାୟଗଡା: ପ୍ରେମିକଙ୍କୁ ହାଣିଲା ପ୍ରେମିକାର ବାପା। ଆକ୍ରମଣରେ ପ୍ରେମିକ ମୃତ ପ୍ରେମିକା ଗୁରୁତର। ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁରଥାନା ଅନ୍ତର୍ଗତ ଅଡାଯୋର ଗାଁରେ। ମୃତ ଯୁବକ ହେଲେ ମଙ୍ଗଲ ସିଂ ମାଝୀ।

ସୂଚନା ଅନୁଯାୟୀ, ପଡୋଶୀ ଅଡାଟାକିରି ଗାଁର ମଙ୍ଗଲ ସିଂ ମାଝୀ ଅଡାଯୋର୍ ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଯୁବତୀଙ୍କ ବାପା ଏହା ଜାଣିବା ପରେ ରାଗିଯାଇ ମଙ୍ଗଲ ସିଂଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଆକ୍ରମଣରେ ମଙ୍ଗଲଙ୍କ ମୃତ୍ଯୁ ଘଟିଛି। ନିଜ ଝିଅକୁ ମଧ୍ୟ ଟାଙ୍ଗିଆରେ ଆକ୍ରମଣ କରିଥିଲେ ଅଭିଯୁକ୍ତ ବିଜୟ ମାଝୀ। ଆକ୍ରମଣରେ ଝିଅର ଅବସ୍ଥାର ଗୁରୁତର। ସୂଚନା ପାଇ କାଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଝିଅକୁ ଉଦ୍ଧାର କରି କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସ୍ଵାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଯୁବତୀ ଜଣଙ୍କୁ ପ୍ରାଥମିକ ଚିକିତ୍ସାପରେ ରାୟଗଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଆଇଛି।

ଅପହରଣ ନୁହେଁ ହରିଦ୍ବାର ପଳାଇଥିଲେ ଲୋକୋ ପାଇଲଟ ରଙ୍ଗ ବାହାଦୁର

ଟିଟିଲାଗଡ : ଲୋକୋ ପାଇଲଟ ରଙ୍ଗ ବାହାଦୁର ସିଂଙ୍କ ମିଳିଲା ପତ୍ତା। ଅପହରଣ ହୋଇନଥିଲେ ରଙ୍ଗ ବାହାଦୁର। ମାନସିକ ଚାପ ଯୋଗୁଁ କାର୍ଯ୍ୟରେ ଯୋଗ ନଦେଇ ଚାଲିଯାଇଥିଲେ ହରିଦ୍ବାର । ଗତ ୪ ତାରିଖରେ କାର୍ଯ୍ୟରେ ଯୋଗ ଦେବାପାଇଁ ଟିଟିଲାଗଡ ରେଳ ଷ୍ଟେସନରୁ ଟ୍ରେନ ଯୋଗେ କଣ୍ଟାବାଞ୍ଜି ଯାଇଥିଲେ। ହେଲେ କାର୍ଯ୍ୟରେ ଯୋଗ ଦେଇନଥିଲେ। ବହୁ ଖୋଜାଖୋଜି ପରେ ପରିବାର ପକ୍ଷରୁ ଲୋକୋ ପାଇଲଟ ଅପହରଣ ନେଇ GRP ଥାନାରେ ଅଭିଯୋଗ ହୋଇଥିଲା। ଟିଟିଲାଗଡ GRP ୨ଟି ଟିମ ଗଠନ କରି ରଙ୍ଗ ବାହାଦୁରଙ୍କୁ ଖୋଜ ଖୋଜି କରିଥିଲେ । ତାଙ୍କ ଲାଷ୍ଟ ଲୋକେଶନ ହରିଦ୍ଵାର ଦେଖାଇବାରୁ ଏକ ଟିମ ହରିଦ୍ଵାରକୁ ଯାଇଥିଲେ। ପରେ ରଙ୍ଗ ବାହାଦୁର ନିଜ ଘରକୁ ଫେରିଆସିଛନ୍ତି। ପୋଲିସ ରଙ୍ଗ ବାହାଦୁରକୁ ନେଇ ତଦନ୍ତ ଜାରି ରଖିଥିବା ବେଳେ ପାରିବାରିକ ସମସ୍ଯା ଯୋଗୁଁ ଚାଲିଯାଇଥିବା ଓ ପରେ ନିଜେ ଫେରି ଆସିଥିବା ପୋଲିସ କହିଛି।

ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ

ଭଞ୍ଜନଗର  : ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ। ଭଞ୍ଜନଗର ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ବାଗଦେବୀ ରୋଡ଼ରେ ଥିବା ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ। ପ୍ରସନ୍ନ ସ୍ୱାଇଁ ଭଞ୍ଜନଗର ଜଳ ସମ୍ପଦ ବିଭାଗରେ ସହକାରୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରିବା ସହ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଅତିରିକ୍ତ ଦାୟିତ୍ୱ ତୁଲାଇ ଆସିଛନ୍ତି  । ତେଣୁ ତାଙ୍କ ନାମରେ ଦୀର୍ଘ ଦିନ ଧରି ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ହୋଇ ଆସୁଥିଲା  । ଆଜି ଭୋରରୁ ବ୍ରହ୍ମପୁର ଏବଂ ଫୁଲବାଣୀର ଭିଜିଲାନ୍ସ ଅଧିକାରୀ ବାଗଦେବୀ ରୋଡ ସ୍ଥିତ ବାସଭବନରେ ପହଂଚି ରେଡ କରୁଛନ୍ତି। ଏହାସହ ଅଫିସରେ ମଧ୍ୟ ଯାଞ୍ଚ କରିଛି ଭିଜିଲାନ୍ସ ଟିମ। କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଯାଞ୍ଚ କରୁଛନ୍ତି  ।

ହରିୟାଣା ବିଧାନସଭା ନିର୍ବାଚନ : ଆମ ଆଦମୀ ପାର୍ଟି ପକ୍ଷରୁ ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଚଣ୍ଡିଗଡ଼ : ହରିୟାଣା ବିଧାନସଭା ନିର୍ବାଚନ। ଆମ ଆଦମୀ ପାର୍ଟି ପକ୍ଷରୁ ଜାରି ହେଲା ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ତୃତୀୟ ପ୍ରାର୍ଥୀ ତାଲିକାରେ ମୋଟ ୧୧ ଜଣଙ୍କ ନାଁ ସ୍ଥାନ ପାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ଏହି ତାଲିକା ପ୍ରକାଶ କରିଥିଲା ଆମ ଆଦମୀ ପାର୍ଟି। ସେମାନଙ୍କ ମଧ୍ୟରେ ରହିଛନ୍ତି ପ୍ରବୀଣ ଗୁସାଖାନୀ। ଗଢି ସାମ୍ପଲା କିଲୋଇ ଆସନରୁ ପ୍ରାର୍ଥୀ ହୋଇଛନ୍ତି ପ୍ରବୀଣ। ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡାଙ୍କ ବିରୋଧରେ ପ୍ରବୀଣ ଘୁସକାନୀଙ୍କୁ ଟିକେଟ ଦେଇଛି ଆପ। ଭୂପେନ୍ଦ୍ର ସିଂ ହୁଡ୍ଡା ରୋହତକ ଜିଲ୍ଲାର ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି। ପୂର୍ବରୁ ଆପ ଦୁଇଟି ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଛି। ପ୍ରଥମ ପ୍ରାର୍ଥୀ ତାଲିକାରେ ୨୦ ଜଣଙ୍କ ନାଁ ପ୍ରକାଶ ପାଇଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୯ ଜଣଙ୍କ ନାଁ ପ୍ରକାଶ ପାଇଥିଲା।

୯/୧୧ ଆତଙ୍କବାଦୀ ଆକ୍ରମଣକୁ ୨୩ ବର୍ଷ ; ଥରିଥିଲା ପୁରା ବିଶ୍ବ

ନନ୍ଦିଘୋଷ ବ୍ୟୁରୋ : ୯/୧୧ ଆତଙ୍କବାଦୀ ଆକ୍ରମଣକୁ ୨୩ ବର୍ଷ । ୧୧ ସେପ୍ଟେମ୍ବର ୨୦୦୧ରେ ଘାତକ ହମଲା କରିଥିଲା ଅଲକାଏଦା । ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ଥରିଥିଲା ପୁରା ବିଶ୍ବ । ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଉପରେ ଟେରର ଆଟାକ୍ ଯୋଗୁ ପ୍ରାୟ ୩ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଥିଲେ । ସେଦିନ ସକାଳୁ ସକାଳୁ ଆମେରିକାର ୪ଟି ବିମାନ ହାଇଜାକ୍ କରିନେଇଥିଲେ ଅଲକାଏଦା ଆତଙ୍କବାଦୀ । ନ୍ୟୁୟର୍କ ସିଟିରେ ଥିବା ଓ୍ବାଲଡ ଟ୍ରେଡ ସେଣ୍ଟର ବିଲ୍ଡିଂରେ ଧକ୍କା ହୋଇ ବ୍ଲାଷ୍ଟ କରିଥିଲା ଆମେରିକାନ ଏୟାରଲାଇନର ଫ୍ଲାଇଟ-୧୧ । ଏହାର ମାତ୍ର ୧୭ ମିନିଟ ପରେ ୟୁନାଇଟେଡ ଏୟାରଲାଇନ୍ସ -୧୭୫ ଓ୍ବାର୍ଲଡ୍ ଟ୍ରେଡ ସେଣ୍ଟରର ଦକ୍ଷିଣ ଟାଓ୍ବାରକୁ ଧକ୍କା ଦେଇଥିଲା ।

ଏହାପରେ ଆମେରିକାନ ଏୟାରଲାଇନ୍ସର ଆଉ ଏକ ବିମାନ ଓ୍ବାସିଂଟନସ୍ଥିତ ପେଣ୍ଟାଗନ ବିଲ୍ଡିଂକୁ ଧକ୍କା ଦେଇ କ୍ରାସ୍ ହୋଇଥିଲା । ଶେଷରେ ୟୁଏସ୍ କ୍ୟାପିଟାଲ ବିଲ୍ଡିଂରେ ବିମାନ ଧକ୍କା କରିବାକୁ ପ୍ଲାନ ଥିବା ବେଳେ ଆତଙ୍କବାଦୀଙ୍କ ହାତରୁ ବିମାନର ନିୟନ୍ତ୍ରଣ ଖସିଯାଇଥିଲା । ଫଳରେ ପେନସିଲଭିନିଆର ଏକ ଖାଲି ପଡ଼ିଆରେ ବିମାନଟି ଖସି ପଡ଼ିଥିଲା । ଆକ୍ରମଣରେ ମୋଟ ୨ ହଜାର ୯୭୭ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୯ ଜଣ ଆତଙ୍କବାଦୀ ସାମିଲ ଥିଲେ । ୨୦୧୧ରେ ଆମେରିକାର ଅପରେସନ ନେପଚୁନ ସ୍ପିୟରରେ ପ୍ରାଣ ହରାଇଥିଲା ଟେରର ଆଟାକର ମାଷ୍ଟରମାଉଣ୍ଡ ଓସାମା ବିନ ଲାଡେନ । ଓ୍ବାଲଡ ଟ୍ରେଡ ସେଣ୍ଟର ଉପରେ ହମଲାର କିଛି ଦିନ ପରେ ସମାନ ଧରଣର ଆଉ ଏକ ଆଟାକ ପାଇଁ ଷଡ଼ଯନ୍ତ୍ର ରଚିଥିଲା ମାଷ୍ଟର ମାଇଣ୍ଡ ଓସାମା ବିନ୍ ଲାଡେନ । ଲାଡେନ ମୃତ୍ୟୁ ପରେ ତା’ ପାଖରୁ ମିଳିଥିବା ସିକ୍ରେଟ ଦସ୍ତାବିଜରୁ ଏହି ତଥ୍ୟ ମିଳିଥିଲା ।