spot_img
Home Blog Page 1559

ବିଜେପି ନେତାଙ୍କ ମିଛ ପ୍ରଚାରର ମୁଖା ଖୋଲିଲେ ନିଜ ଦଳର ସଂସଦୀୟ ମନ୍ତ୍ରୀ

ଭୁବନେଶ୍ବର: ଧରାପଡ଼ିଲା ବିଜେପି ନେତାଙ୍କ ମିଛ ପ୍ରଚାର । ଆଉ ବିଜେପି ନେତାଙ୍କ ଏହି ମିଛର ପର୍ଦ୍ଦାଫାସ କରିଛନ୍ତି ନିଜ ଦଳର ସଂସଦୀୟ ମନ୍ତ୍ରୀ । ପୂର୍ବ ସରକାର ସମୟରେ ରାଜ୍ଯର ବିଭିନ୍ନ ଅଞ୍ଚଳକୁ ସେତେବେଳର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗସ୍ତ ନେଇ ବିଜେପିର ମିଛ ପ୍ରଚାର ସାମ୍ନାକୁ ଆସିଛି । ଖୋଦ ସଂସଦୀୟ ମନ୍ତ୍ରୀ ହିଁ ବିଜେପି ନେତାଙ୍କ ମିଛ ପ୍ରଚାରର ମୁଖା ଖୋଲିଛନ୍ତି ।

ବିଧାନସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ସଂସଦୀୟ ମନ୍ତ୍ରୀ କହିଛନ୍ତି, ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସେତେବେଳର ଫାଇଭ-ଟି ଅଧ୍ଯକ୍ଷଙ୍କ ଗସ୍ତ ସରକାରୀ କାର୍ଯ୍ଯକ୍ରମ ଥିଲା । ଏଥିପାଇଁ ହେଉଥିବା ଖର୍ଚ୍ଚ ଓଡ଼ିଶା ରାଜକୋଷରୁ କରାଯାଇଥିଲା ।

ପୂର୍ବରୁ ଏହା ଦଳୀୟ କାର୍ଯ୍ଯକ୍ରମ ବୋଲି କହି ବୁଲୁଥିଲା ବିଜେପି । ବିଜେପି ନେତାମାନେ ନବୀନ ଓ ପାଣ୍ଡିଆନଙ୍କ କାର୍ଯ୍ଯକ୍ରମକୁ ଦଳୀୟ କାର୍ଯ୍ଯକ୍ରମ ବୋଲି କହି ବୁଲୁଥିଲେ । ହେଲେ ବିଧାୟକ ନୀଳମାଧବ ହିକକାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସତ ଖୋଲିବା ସହ ବିଜେପି ନେତାଙ୍କ ମୁହଁରେ କଳା ବୋଲି ଦେଛନ୍ତି ସଂସଦୀୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଯାହାକୁ ନେଇ ବିଜେପିକୁ ସମାଲୋଚନା କରିଛି ବିଜେଡି ।

ପୁଅ ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର: ୫ ବର୍ଷ ପରେ ପୁଅ ହତ୍ୟାକରୀ ବାପାକୁ ମିଳିଲା ଦଣ୍ଡ । ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ୱର ଏଡିଜେ ୨ କୋର୍ଟ । ଅଭିଯୁକ୍ତ ଦାଶରଥୀ ଟୁଡୁ ନିଜ ପୁଅକୁ ହତ୍ୟା କରିଥିଲା । ୧୧ ମାର୍ଚ୍ଚ ୨୦୧୯ରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମୁଣ୍ଡାସାହିରେ ଘଟିଥିଲା ହତ୍ୟାକାଣ୍ଡ ।

ସୂଚନା ଅନୁସାରେ, ଅଭିଯୁକ୍ତ ଦାଶରଥୀ ନିଜ ସାବତ ପୁଅକୁ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲା । ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ପୋଲିସ । ତେବେ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିବା ପରେ ହତ୍ୟା ମାମଲା ରୁଜୁ ହୋଇଥିଲା । ଏହାପରେ ପୋଲିସ ଅଭିଯୁକ୍ତ ଦାଶରଥୀଙ୍କୁ ଗିରଫ କରିଥିଲା । ଏହାର ବିଚାର କରି ଆଜି କୋର୍ଟ ଅଭିଯୁକ୍ତ ଦାଶରଥୀଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ବିଜେପି ‘ସୁଭଦ୍ରା’ ନାଁରେ ମାଆମାନଙ୍କୁ ପ୍ରତାରିତ କରିଛି: ବିଜେଡି

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବିଜେପିକୁ ଆଇନା ଦେଖାଇଲା ବିଜେଡି । ନିର୍ବାଚନ ସମୟରେ ବିଜେପି ଯାହା କହିଥିଲା, ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ବିଜେପିକୁ ମନେ ପକାଇ ଦେଇଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ନିର୍ବାଚନ ବେଳେ ସଂକଳ୍ପ ପତ୍ରରେ ବିଜେପି ସ୍ପଷ୍ଟ ଭାବେ କହିଥିଲା ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବୁ । ଏହାର ଅବଧି ରହିବ ୨ ବର୍ଷ । ହେଲେ ବର୍ତ୍ତମାନ ଓଲଟା କଥା କହୁଛନ୍ତି । ଏମିତି ଗାଇଡଲାଇନ୍ କରାଯାଇଛି ଯେ, ବହୁ ମହିଳା ବାଦ୍ ପଡୁଛନ୍ତି । ଏହାସହ ୫ ବର୍ଷରେ ଯାଇ ୫୦ ହଜାର ଟଙ୍କା ମିଳିବ । ଏହା ବିଜେପିର ପ୍ରତାରଣା ।

ସେ ଆଗକୁ କହିଛନ୍ତି, ମାଆମାନଙ୍କୁ ଆଶା ଦେଲେ, ଏବେ ଠକୁଛନ୍ତି । ପ୍ରତିଶ୍ରୁତି ସହିତ ବାସ୍ତବତାର କିଛି ସମ୍ପର୍କ ନାହିଁ । ଏଇଟା କ’ଣ, ନିର୍ବାଚନୀ ଚଞ୍ଚକତା ନା ବିଜେପିର ଆଉ ଏକ ଜୁମଲା ?

ମହିଳାହେଉଛନ୍ତି ଦୁର୍ଗା, କାଳି, ସରସ୍ଵତୀଙ୍କ ରୂପ । ସେମାନଙ୍କୁ ଠକିଥିବାରୁ ମାଆମାନେ ଉଚିତ ଜବାବ ଦେବେ । ସେଥିରେ ପୁଣି ୨୧ ବର୍ଷ ବା ତା’ଠାରୁ ଅଧିକ ବୟସର ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯାଉଛି । କିନ୍ତୁ ଦେଖିବାକୁ ଗଲେ ୧୮ରୁ ୨୧ ବର୍ଷ ହେଉଛି ମହିଳାଙ୍କ ଗୁରୁତ୍ଵପୂର୍ଣ୍ଣ ସମୟ । ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କ ବାର୍ତ୍ତା ମଧ୍ୟରେ କୌଣସି ତାଳମେଳ ରହୁନାହିଁ । ୬୦ରୁ ୮୦  ବର୍ଷର ମହିଳାଙ୍କୁ ସାମିଲ କରାଯାଇନାହିଁ । ସେମାନେ କ’ଣ ବିଜେପିକୁ ଭୋଟ ଦେଇ ନଥିଲେ କି ? କାହିଁକି ସେମାନଙ୍କୁ ସାମିଲ କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି ସ୍ନେହାଙ୍ଗିନୀ ।

ଏହାସହ ସ୍ନେହାଙ୍ଗିନୀ ଦାବି କରିଛନ୍ତି, ତୁରନ୍ତ ସୁଭଦ୍ରା ଗାଇଡଲାଇନ୍ ବଦଳାଅ, ତା’ପରେ ଶୁଭାରମ୍ଭ କରିବ । ନ ହେଲେ ଆନ୍ଦୋଳନକୁ ଓହ୍ଲାଇବୁ ।

ରାଜ୍ୟରେ ପ୍ରତିଷ୍ଠା ହେବନି ହାଇକୋର୍ଟ ବେଞ୍ଚ, ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ହେବନି ହାଇକୋର୍ଟ ବେଞ୍ଚ। ଏ ନେଇ ଆଜି ଗୃହରେ ଲିଖିତ ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ  । ବିଜେଡି ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଲିଖିତ ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଓଡିଶାର କୌଣସି ସ୍ଥାନରେ ବେଞ୍ଚ ପ୍ରତିଷ୍ଠା ହେବାର କୌଣସି ଯଥାର୍ଥତା ନାହିଁ  ।

ସେପଟେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ବଳବତ୍ତର ରହିଛି। ଲୋକସଂଖ୍ଯା ବଢୁଛି। କେସ୍‌ ବି ବଢୁଛି। ଉତ୍ତରପ୍ରଦେଶରେ ୩ଟି ବେଞ୍ଚ ଥିବାବେଳେ ଓଡ଼ିଶାରେ କାହିଁକି ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବନି ବୋଲି ସେ ପ୍ରଶ୍ନ କରିଛନ୍ତି।

ଆପ୍‌ ବିଧାୟକ ଅମାନତୁଲ୍ଲା ଖାନ ଗିରଫ, ୬ ଘଣ୍ଟା ଜେରା କରିଥିଲା ଇଡି

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଦିଲ୍ଲୀର ବିଧାୟକ ଅମାନତୁଲ୍ଲା ଖାନ ଗିରଫ। ଆଜି ଗିରଫ କରିଛି ଇଡି। ତାଙ୍କ ଘରେ ରେଡ୍ କରି ୬ ଘଣ୍ଟା ଜେରା କରିବା ପରେ ଅମାନତୁଲ୍ଲାଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ୱାକଫ ବୋର୍ଡରେ ନିଯୁକ୍ତି ଜାଲିଆତି ଓ ଏହାର ସଂପତ୍ତିକୁ ଲିଜ୍ ଦେବାରେ ଅନିୟମିତତା ତଥା ମନିଂ ଲଣ୍ଡରିଂ ହୋଇଥିବା ଅଭିଯୋଗ କରି ଇଡି ତାଙ୍କୁ ଗିରଫ କରିଛି।

ସେପଟେ ଆପ୍ ଅଭିଯୋଗ କରିଛି, ଇଡି ସିବିଆଇ ପରି କେନ୍ଦ୍ରୀୟ ଏଜେନ୍ସରି ଦୂରୁପଯୋଗ କରୁଛନ୍ତି କେନ୍ଦ୍ର ସରକାର। କୌଣସି ପ୍ରମାଣ ନ ଥାଇ କେବଳ ହଇରାଣ କରିବାକୁ ଆପ୍ ର ନେତାଙ୍କୁ ଟାର୍ଗେଟ କରାଯାଉଛି।

ଏହା ରାଜନୈତିକ ପ୍ରତିଶୋଧପରାୟଣତା ଛଡ଼ା କିିଛି ନୁହେଁ ବୋଲି କହିଛନ୍ତି ଆପ୍ ନେତା ସୌରଭ ଭରଦ୍ଵାଜ। ଅମାନତୁଲ୍ଲା ଦିଲ୍ଲୀ ୱାକଫ ବୋର୍ଡର ମୁଖ୍ୟ ଥିବା ବେଳେ ଜାଲିଆତି ହୋଇଥିବାର ଅଭିଯୋଗ ହୋଇଛି। ଆଜି ତାଙ୍କ ଘରେ ରେଡ୍ କରିବାକୁ ଯିବା ବେଳେ ଦିଲ୍ଲୀ ପୋଲିସ ଓ ପାରାମିଲିଟାରି ଫୋର୍ସ ପହରା ଦେଇଥିଲେ। ଅମାନତୁଲ୍ଲାଙ୍କ ଘରେ ରେଡ୍ ଓ ଗିରଫକୁ ଆପ୍ ନେତା ମନୀଷ ସିସୋସିଆ, ସଂଜୟ ସିଂହ ପ୍ରମୁଖ କଡ଼ା ନିନ୍ଦା କରିଛନ୍ତି।

ଡାହାଣୀ ସନ୍ଦେହରେ ମହିଳାଙ୍କୁ ଘରୁ ଘୋଷାଡି ନେଇ ହତ୍ୟା

କେନ୍ଦୁଝର: ଆନନ୍ଦପୁର ଘଷିପୁରା ଥାନା ନିଆଳିଝରଣ ଗାଁରେ ଡାଆଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ଅଭିଯୋଗ। ରାତିରେ ଘରୁ ଘୋଷାଡି ନେଇ ଘର ସାମ୍ନାରେ ମହିଳାଙ୍କୁ ହାଣି ବିଭତ୍ସ ହତ୍ୟା। ମୃତ ମହିଳା ଜଣକ ହେଉଛନ୍ତି ସାଲକେ ହେମ୍ବ୍ରମ। ଗତ ସନ୍ଧ୍ୟାରେ ଗାଁରେ ଯାତ୍ରା ପାଇଁ ଭୋଜି ହୋଇଥିଲା। ଭୋଜି ଖାଇବାକୁ ସ୍ବାମୀ ମୋହନ ସମେତ ଘରର ଅନ୍ଯ ସଦସ୍ଯ ମାନ ଯାଇଥିଲେ।

ସାଲକେ ଓ ଶାଶୁ ସୁମି ଘରେ ରହିଥିଲେ। ଏହି ସମୟରେ ଏକ ଅଚିହ୍ନା ବ୍ଯକ୍ତି ଘରକୁ ଆସି ସାଲକେକୁ ହାଣ୍ଡିଆ କିଣି ଆଣିଦେବାକୁ କହିଥିଲେ। ହେଲେ ସାଲକେ ମନା କରିବାରୁ ତାଙ୍କୁ ଘରୁ ପଦାକୁ ଘୋଷାଡି ନେଇ ଘର ସାମ୍ନାରେ ହତ୍ଯା କରିଥିବା କହିଛନ୍ତି ଶାଶୁ ସୁମି।

ଆନନ୍ଦପୁର ଏସଡିପିଓଙ୍କ ନେତୃତ୍ବରେ ପୋଲିସ୍ ଟିମ୍ ଗାଁ ରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଂଟିଫିକ୍ ଟିମ୍ ମଧ୍ଯ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଚଳାଇଛି। ତେବେ ଗାଁ ରେ କେହି ଘଟଣା ସମ୍ପର୍କରେ ମୁହଁ ଖୋଲୁନଥିବାରୁ ଡାହାଣୀ ସନ୍ଦେହରେ ହତ୍ଯାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।

ପାରାଦ୍ବୀପରେ ଇଞ୍ଜିନରୁ ଛିଡି ରହିଗଲା ୧୭ ବଗି, ରେଳ ଚଳାଚଳ ବାଧାପ୍ରାପ୍ତ

ପାରାଦ୍ଵୀପ: ପାରାଦ୍ବୀପ- ବାଉରିଆପାଳନ୍ଦାରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଇଞ୍ଜିନରୁ ଛିଡି ରହି ଗଲା ୧୭ ଟି ବଗି । ଗୋଟିଏ ବଗି ଓଲଟି ପଡିଥିବା ବେଳେ ଗୋଟିଏ ଅଧା ଅଣେଇ ହୋଇ ରହିଛି। ଟ୍ରାକ୍ରୁ ବାହାରି ଲାଇନଚ୍ୟୁତ ହୋଇଛି ୪ଟି ବଗି। ପାରାଦ୍ଵୀପ ବନ୍ଦର ଭିତରକୁ ଏହି ବଗି ଗୁଡିକୁ ନେଇ ଯାଉଥିଲା ମାଲବାହୀ ଟ୍ରେନ।

ତେବେ ଏହି ୩୭ ଟି ବଗି ରିଜେକ୍ଟ ବଗି ହୋଇଥିବା ସୂଚନା ମିଳିଛି। ଏହି ବଗି ଗୁଡିକୁ ବନ୍ଦର ଭିତରେ ରଖାଯାଇଥାନ୍ତା। ପୁରୁଣା ବଗି ତିନିରୁ ଚାରିଟି ବଗି ନେବା କଥା ମାତ୍ର ରେଳ କର୍ତ୍ତୃପକ୍ଷ ୩୭ ଟି ବଗି ଏକକାଳୀନ କାହିଁକି ଯାଉଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଲାଇନଚ୍ୟୁତ ଯୋଗୁ ରେଲୱେ ଟ୍ରାକ ରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ରେଲୱେ କର୍ତ୍ତୃପକ୍ଷ ଓ ବନ୍ଦର ଅଧିକାରୀ ପହଞ୍ଚି ଟ୍ରେନ ଲାଇନ କୁ ଠିକ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

ଜେଲ ଭିତରେ ଭାଇଗିରି, ତଦନ୍ତ ପାଇଁ ଜେଲରେ ପହଞ୍ଚିଛନ୍ତି ଡିଆଇଜି

0

ଭୁବନେଶ୍ବର: ଝାରପଡା ଜେଲରେ କଏଦୀଙ୍କୁ ମାଡ଼ ଘଟଣା। ତଦନ୍ତ ନିର୍ଦ୍ଦେଶ ଦେଲେ ଜେଲ ବିଭାଗ ଏଡିଜି ଅମିତାଭ ଠାକୁର। ଡିଆଇଜି ଅନୁସୟା ଜେନାଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଜେଲର ଚାରି କାନ୍ଥ ଭିତରେ ଜଣେ ବିଚାରାଧୀନ କଏଦୀଙ୍କ ମୁଣ୍ଡ କିଭଳି ଫାଟିଲା ସେ ନେଇ ତଦନ୍ତ କରି ରିପୋର୍ଟ ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଜି । ତଦନ୍ତ ପାଇଁ ଜେଲରେ ପହଞ୍ଚିଛନ୍ତି ଡିଆଇଜି ଅନୁସୟା ଜେନା।

ସୂଚନା ମୁତାବକ ଗତକାଲି ଜେଲ ଭିତରେ ଗ୍ୟାଙ୍ଗଷ୍ଟାର ପୁଅର ଦାଦାଗିରି ଦେଖିବାକୁ ମିଳିଥିଲା । ଜେଲରେ ଭିତିରି କଥା DLSA କୁ ସୂଚନା ଦେବା ପରେ ବିଚାରାଧୀନ କଏଦୀଙ୍କୁ ନିର୍ଦ୍ଧୁମ ଛେଚିଥିଲେ ଗ୍ୟାଙ୍ଗଷ୍ଟାର ହାଇଦର ର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ । ବିଚାରାଧୀନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କ ମୁଣ୍ଡ ଫାଟିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର ଜେଲରୁ ମୋବାଇଲ ମିଳିଥିଲା । ଟଙ୍କା ଦେଲେ ମୋବାଇଲ ସହ ନିଶା ଜେଲ ଭିତରୁ ମିଳୁଥିବା କଥା ପ୍ରଘଟ ହେବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିଲା ବିବାଦ ।

ଘରେ ଶୋଇଥିବାବେଳେ ଦମ୍ପତିଙ୍କୁ ଦଳିଦେଲା ଦନ୍ତା

ବଲାଙ୍ଗୀର: ଦନ୍ତା ହାତୀ ଆକ୍ରମଣରେ ଦମ୍ପତି ମୃତ। ବଲାଙ୍ଗୀର ଜିଲ୍ଲା ଭାନପୁର ପଞ୍ଚାୟତ ଚାବ୍ରିପାଲି ଗାଁରେ ଘଟିଛି ଏ ଅଭାବନୀୟ ଘଟଣା। ରାତି ଅଧିରେ ଦମ୍ପତି ଘରେ ଶୋଇଥିବା ସମୟରେ ଦନ୍ତା ହାତୀ ଆକ୍ରମଣ କରିଥିଲା।

ଘର ନିକଟରେ ଥିବା ବିଲରେ ହାତୀ ବୁଲୁଥିବା ସମୟରେ ଶବ୍ଦ ଶୁଣି ଘର ବାହାରକୁ ବାହାରିଥିଲେ ଦମ୍ପଚି। ଏହାପରେ ହାତୀ ଉଭୟଙ୍କୁ ଗୋଡ଼ରେ ଦଳି ଦେଇଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ନୀଳାମ୍ବର ବରିହା ଓ ଯଶୋବନ୍ତୀ ବରିହା।

ଘଟଣାସ୍ଥଳରେ ବନବିଭାଗର ଏକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି। ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଆପ୍‌ ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଇଡି ଚଢାଉ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଓଖଲା ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଇଡି ଚଢାଉ । ଅମାନତୁଲ୍ଲା ଖାନ ଏହି ସୂଚନା ଦେଇ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଲେଖିଛନ୍ତି, “ଇଡି ମୋତେ ଗିରଫ କରିବା ପାଇଁ ମୋ ଘରେ ପହଞ୍ଚିଛନ୍ତି।

ଇଡି ଦଳ ସକାଳେ ପହଞ୍ଚିବା ପରେ ତାଙ୍କୁ ବାହାରେ ଅଟକାଇବାକୁ ଚେଷ୍ଟା କରାଯାଇଥିଲା। ଏହା ପରେ ଦିଲ୍ଲୀ ପୋଲିସର ଅଧିକ ଫୋର୍ସ ଡକାଯାଇଥିଲା। ବହୁତ ସମୟ ପରେ ଇଡି ଦଳ ଫ୍ଲାଟ ଭିତରେ ପହଞ୍ଚିବାରେ ସକ୍ଷମ ହୋଇଥିଲା । ବହୁ ସଂଖ୍ୟାରେ ଦିଲ୍ଲୀ ପୋଲିସ ଏବଂ ପାରା ମିଲିଟାରୀ କର୍ମଚାରୀ ବାହାରେ ନିୟୋଜିତ ହୋଇଛନ୍ତି।

ଅମାନାତୁଲ୍ଲା ଖାନ କହିଛନ୍ତି, ସକାଳ ୭ଟା ଏବଂ ଇଡି ଲୋକମାନେ ମୋତେ ଗିରଫ କରିବାପାଇଁ ସର୍ଚ୍ଚ ୱାରେଣ୍ଟ ନାମରେ ମୋ ଘରକୁ ଆସିଛନ୍ତି, ଚାରି ଦିନ ପୂର୍ବରୁ ମୋ ଶାଶୁଙ୍କର କର୍କଟ ରୋଗରେ ଅସ୍ତ୍ରୋପଚାର ହୋଇଛି । ସେ ମୋ ଘରେ ଅଛନ୍ତି ଏବଂ ମୁଁ ସେମାନଙ୍କ ବିଷୟରେ ମଧ୍ୟ ଇଡିକୁ ଅବଗତ କରାଇଥିଲି |

ସେ କହିଛନ୍ତି, ମୁଁ ସେମାନଙ୍କୁ ଦିଆଯାଇଥିବା ପ୍ରତ୍ୟେକ ବିଜ୍ଞପ୍ତିର ଉତ୍ତର ଦେଇଛି । ସର୍ଚ୍ଚ ୱାରେଣ୍ଟ ନାମରେ ସେମାନଙ୍କର ଲକ୍ଷ୍ୟ କେବଳ ମୋତେ ଗିରଫ କରିବା ଏବଂ ଆମର କାମ ବନ୍ଦ କରିବା  ।

 

ଅମାନତୁଲ୍ଲା ଖାନ ଆହୁରି କହିଛନ୍ତି, ଗତ କିଛି ବର୍ଷ ଧରି ଏହି ଲୋକମାନେ ମୋତେ ନିରନ୍ତର ହଇରାଣ କରୁଛନ୍ତି, ନକଲି ମାମଲା ଦାଖଲ କରୁଛନ୍ତି, ପ୍ରତିଦିନ ସମସ୍ୟା ସୃଷ୍ଟି କରୁଛନ୍ତି | ସେ କହିଛନ୍ତି, ଏହା କେବଳ ମୋତେ ନୁହେଁ ସମଗ୍ର ଦଳକୁ କଷ୍ଟ ଦେଉଛି, ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଜେଲରେ ଅଛନ୍ତି, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜେଲରୁ ଆସିଛନ୍ତି ଏବଂ ସତ୍ୟେନ୍ଦ୍ର ଜେନା ଜେଲରେ ଅଛନ୍ତି ।  ବର୍ତ୍ତମାନ ସେମାନେ ମୋତେ ଗିରଫ କରିବାକୁ ଚାହୁଁଛନ୍ତି। ସେମାନଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ଆମକୁ ଭାଙ୍ଗିବା ଏବଂ ଆମ ଦଳ ଭାଙ୍ଗିବା  ।