spot_img
Home Blog Page 1570

ଗୁଜୁରାଟରେ ପ୍ରକୃତିର ତାଣ୍ଡବ, ଜଳ ପ୍ରଳୟରେ ଗଲାଣି ୨୮ ଜୀବନ

ନନ୍ଦିଘୋଷ ବ୍ୟୁରୋ: ପାଣି ପାଣି ଗୁଜୁରାଟ । ରାଜ୍ୟରେ ପ୍ରବଳ ବର୍ଷା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ପ୍ରକୃତିର ଏହି ତାଣ୍ଡବରେ ଶେଷ ଖବର ସୁଦ୍ଧା ୨୮ ଜଣଙ୍କ ଜୀବନ ଯାଇଛି । ୩ ଦିନର ଲଗାଣ ବର୍ଷାରେ ବେହାଲ ହୋଇଛି ଗାଁଠୁ ସହର । ରାଜରାସ୍ତାଠାରୁ ଆରମ୍ଭ କରି କାର୍ଯ୍ୟାଳୟ ସବୁଆଡ଼େ ଜଳ ପଳୟର ଭୟଙ୍କର ସ୍ଥିତି ଉପୁଜିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଆଗାମୀ ୫ ଦିନ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାହାକୁ ନେଇ ଏବେ ଚିନ୍ତା ବଢ଼ିଛି । ପ୍ରଶାସନ ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବାବେଳେ ଏବେ ମଧ୍ୟ ଅନେକ ଲୋକ ଜଳବନ୍ଦୀରେ ରହିଛନ୍ତି ।

ସୌରାଷ୍ଟ୍ର ଅଞ୍ଚଳର ବହୁ ଜିଲ୍ଲାରେ ସ୍ଥିତି ସାଂଘାତିକ। ରିଲିଫ ଓ ଉଦ୍ଧାର କାମରେ ନିୟୋଜିତ ହୋଇଛନ୍ତି ଆର୍ମି ଓ ଏନଡିଆରଏଫ୍। ତେବେ ଆଜିଠାରୁ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବାରୁ ଆଶ୍ଵସ୍ତି ପ୍ରକାଶ ପାଇଛି। ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଫୋନ କରି ପ୍ରତିଶୃତି ଦେଇଛନ୍ତି। ଦ୍ଵାରକା, ଆନନ୍ଦ, ବଡ଼ୋଦରା, ଖେଦା, ମୋରବି, ରାଜକୋଟ ଜିଲ୍ଲାରେ ମୁତୟନ ପାଇଁ ଆହୁରି ଅଧିକ ୬ କଲମ୍ ସେନା ମାଗିଛନ୍ତି ଗୁଜରାଟ ସରକାର। ୧୪ ପ୍ଲାଟୁନ ଏନଡିଆରଏଫ୍ ଓ ୨୨ ପ୍ଲାଟୁନ ଏସଡିଆରଏଫ୍ ରିଲିଫ ଓ ଉଦ୍ଧାର କାମରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି।

CPLରୁ ନାମ ପ୍ରତ୍ୟାହାର କଲେ କ୍ଲାସେନ

ନନ୍ଦିଘୋଷ ବ୍ୟୁରୋ: ଚଳିତ ସିପିଏଲ ସିଜିନରେ ଖେଳିବେନି ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ ହେନରି କ୍ଲାସନ । ପରିବାରର ଜରୁରୀ କାଳିନ ପରିସ୍ଥିତି ପାଇଁ ନିଜ ନାମକୁ ପ୍ରତ୍ୟାର କରିଛନ୍ତି । ତେବେ କଣ ହୋଇଛି ତାହା ସେ ସ୍ପଷ୍ଠ କରିନାହାନ୍ତି । ସେଣ୍ଟ ଲୁସିଆ କିଙ୍ଗ୍ସ ପକ୍ଷରୁ ଖେଳୁଥିବାବେଳେ ଏହି ଦଳ ବଡ଼ କ୍ଷତି ସହିବ । ବ୍ୟାକଫୁଟରେ ସ୍ପିନରକୁ ଧୂଲେଇ କରିବାରେ ମାଷ୍ଟର କ୍ଲାସେନ । ଏଣୁ ତାଙ୍କ ଅନୁପସ୍ଥିତି ଦଳ ବଡ଼ କ୍ଷତି ସହିବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ସିପିଏଲ ୨୦୨୨ ସିଜିନରେ ସେମିତି ଆଖି ଦୃଷ୍ଟିଆ ଖେଳ ପ୍ରଦର୍ଶନ କରିନଥିଲେ କ୍ଲାସେନ । ସେ ୫ ମ୍ୟାଚରେ ମାତ୍ର ୧୧୮ ରନ କରିଥିଲେ ।

କହି ରଖୁଛୁ କି, ୨୦୨୪ ଆଇପିଏଲ ସିଜିନରେ କ୍ଲାସନ ଦମଦାର ପ୍ରଦର୍ଶନ କରିଥିଲେ । ଏହାସହ ୨୦୨୪ ଟି-୨୦ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିଲେ । ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯାଇଥିବାବେଳେ ଭାରତ ସପକ୍ଷରେ ପ୍ରଥମେ ମ୍ୟାଚ ରହିଥିଲା । ମାତ୍ର କ୍ଲାସେନ ଯେତେବେଳେ ଆସିଥିଲେ ସେ ମ୍ୟାଚକୁ ଦକ୍ଷିଣଆଫ୍ରିକା ସପକ୍ଷରେ ନେଇଥିଲେ । ମାତ୍ର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ସେ କ୍ୟାଚ ଆଉଟ ହୋଇ ପାଭିଲିୟନ ଫେରିଥିଲେ । ଏବେ ଭଲ ଫର୍ମରେ ରହିଥିବାବେଳେ ନିଜର ନାମ ପ୍ରତ୍ୟାହାରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ବ୍ରହ୍ମପୁର ମୁକୁଳା ଡ୍ରେନରେ ଭାସିଯାଇ ଶିଶୁ ମୃତ୍ୟୁ ମାମଲା: ସହକାରୀ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ବ୍ରହ୍ମପୁର ମୁକୁଳା ଡ୍ରେନରେ ଭାସିଯାଇ ଶିଶୁ ମୃତ୍ୟୁ ମାମଲା । ସହକାରୀ ଯନ୍ତ୍ରୀ ମିଥିଲେଶ ରଥଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରିକଲା ବ୍ରହ୍ମପୁର ମହାନଗର ନିଗମ। ମୁକୁଳା ଡ୍ରେନ ଚାରିପାଖରେ ବ୍ୟାରିକେଡ ନିର୍ମାଣ, ସତର୍କ ସୂଚନା ଫଳକ ଲଗାଇବା ପାଇଁ ଜୁନ୍‌ ୨୪ ତାରିଖରେ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ନିର୍ଦେଶ କାର୍ଯ୍ୟକାରୀ କରାଯାଇନଥିଲା । ଯାହା ଫଳରେ ଜଣେ ଶିଶୁଙ୍କ ଜୀବନ ଚାଲିଗଲା। ଏଣୁ ୪୮ ଘଣ୍ଟା ଭିତରେ କାରଣ ଦର୍ଶାଅ ନୋଟିସ୍‌ର ଜବାବ ଦେବାକୁ ନିର୍ଦେଶ ଦିଆଯାଇଛି। ଅଘଟଣରେ ପାଣହରାଇଥିବା ଶିଶୁ ଜଣକ ହେଲେ  ବଡ଼ ବଜାର ଥାନା ଲକ୍ଷ୍ମୀ ନୃସିଂହ ସାହିର ସାଇରାମ ପାତ୍ର।  ସଂଧ୍ଯାରେ ସେ ସାଇକଲରେ ଆସୁଥିବା ବେଳେ ରାସ୍ତା କଡ଼ ନାଳରେ ପଡ଼ି ଯାଇ ଭାସି ଯାଇଥଇଲେ । ବହୁ ସମୟ ପରେ ପାଣିରୁ ମୃତଦେହ ଉଦ୍ଧାର କରାଯାଇଥିଲା ।

ସାଲିଆ ସାହିରେ ମଦ ବେପାରୀଙ୍କ ଘର ଉପରେ ବୁଲିଲା ବୁଲଡୋଜର

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ଵର ସାଲିଆ ସାହିରେ ବୁଲିଲା ବୁଲଡୋଜର। ଚୋରା ଦେଶୀ ମଦ ବେପାର କରୁଥିବା ମାଫିଆର ଘର ଉପରେ ବୁଲଡୋଜର ଚାଲିଲା। ଅବକାରୀ ବିଭାଗ ଓ ଇଡକୋର ମିଳିତ ଟିମ୍ ଏହି କାର୍ଯ୍ଯାନୁଷ୍ଠାନ ନେଇଛି। କିଛି ଦିନ ତଳେ ଏଠାରୁ ହଜାର ହଜାର ଦେଶୀ ମଦ , ପୋଚ ଜବତ କରିଥିଲା ଅବକାରୀ ବିଭାଗ। ଏହା ପରେ ଆଜି କଡ଼ା କାର୍ଯ୍ଯାନୁଷ୍ଠାନ ନିଆଯାଇଛି। ଚୋରା ଦେଶୀ ମଦ ବେପାର କଲେ ଛଡ଼ାଯିବ ନାହିଁ ବୋଲି ଏକ ପ୍ରକାର ସଂକେତ ଦେଇଛି ଦିଆଯାଇଛି।

 

 

ଗାଁରେ ଗଧିଆ ଆତଙ୍କ, ପିଲାଙ୍କୁ ମାରି ଦେଉଛି..

ନନ୍ଦିଘୋଷ ବ୍ୟୁରୋ: ଘରେ ଶୋଇ ହେଉନି, ବାହାରେ ଶୋଇଲେ ଗଧିଆ ଭୟ । ୮ ଜଣଙ୍କୁ ଶିକାର କଲାଣି । ଆତଙ୍କିତ ଲୋକେ ଶାନ୍ତିରେ ଶୋଇ ପାରୁନାହାନ୍ତି । ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାର ମହସି ତହସିଲ ଅଞ୍ଚଳରେ ଏବେ ଏମିତି ଭୟର ବାର୍ତ୍ତା ବରଣ ଖେଳିଯାଇଛି । ୮ ଜଣଙ୍କୁ ଆକ୍ରମଣ କରିଥିବାବେଳେ ଏଥିରେ କେବଳ ୭ ଜଣ ଶିଶୁ ରହିଛନ୍ତି । ଯେଉଁ କାରଣରୁ ପିଲାଙ୍କୁ ଧରି ଲୋକେ କେମିତି ଚଳିବେ ତାକୁ ନେଇ ଚିନ୍ତାରେ ରହିଛନ୍ତି । ବାସ୍ତବରେ କହିବାକୁ ଗଲେ ଏଠାକାର ଲୋକେ ବହୁତ ଗରିବ । ଗାଁରେ ମାତ୍ର ହାତ ଗଣତି ଗୋଟିଏ କିମ୍ବା ୨ଟି ପକ୍କାଘର ରହିଛି । ବାକି ଲୋକେ କଚାଘରେ ରହିଥାନ୍ତି । ଏପରିକି ଅନେକ ଲୋକଙ୍କ ଘରର କବାଟ ନାହିଁ । ଘରେ ଲୋକେ ଗରମ କାରଣରୁ ମଧ୍ୟ ଶୋଇ ପାରୁନାହାନ୍ତି । ଯଦି ବି କେହି ଘରେ ଶୁଅନ୍ତି ତାହେଲେ କବାଟ ନଥିବାରୁ ଲୁଚି ରହିଥିବା ଗଧିଆ ପ୍ରଥମେ ପିଲାଙ୍କୁ ଟାର୍ଗେଟ କରିଥାଏ । ଆଉ ପରେ ଆକ୍ରମଣ କରିଥାଏ । ଯେଉଁ କାରଣରୁ ଲୋକେ ରାତିରେ ଶୋଇ ନଥାନ୍ତି । ଅନିଦ୍ରା ହୋଇ ଜଗି ରହିଥାନ୍ତି ।

ରାତି କଥା ଛାଡ଼ନ୍ତୁ ଦିନରେ ମଧ୍ୟ ଗାଁରେ ପଶି ଆକ୍ରମଣ କରୁଥିବାରୁ ଏବେ ଲୋକଙ୍କ ନିଦ ଏକପ୍ରକାର ହଜି ଯାଇଛି କହିଲେ ଚଳେ । ବନ ବିଭାଗ ପକ୍ଷରୁଗଧିଆ ଉପରେ ନଜର ରଖିବା ପାଇଁ ସିସିଟିଭ ଲଗାଯାଇଛି । ଆଉ ଜଙ୍ଗଲ ମନ୍ତ୍ରୀ ଗାଁକୁ ଯାଇ ସ୍ଥିତି ପରଖିଛନ୍ତି । ମାତ୍ର ସ୍ଥାନୀୟ ବାସିନ୍ଦା କହିଛନ୍ତି କି, ପାଖାପାଖି ୨୫ରୁ ୩୦ ଗଧିଆ ଏବେ ଆତଙ୍କ ଖେଳାଇଛନ୍ତି । ଏଣୁ ସୂର୍ଯ୍ୟସ୍ତ ହେବା ପରେ ସେମାନେ ଶାନ୍ତିରେ ରହିପାରୁନାହାନ୍ତି । ଡ୍ରୋନ କ୍ୟାମେରା ସାହାର୍ଯ୍ୟ ଗଧିଆଙ୍କ ଉପରେ ନଜର ରଖାଯାଇଥିବାବେଳେ ଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ମନ୍ତ୍ରୀ କହିଛନ୍ତି । କିନ୍ତୁ ଲୋକେ ଏବେ ମଧ୍ୟ ଭୟରେ ରହୁଥିବା କହିଛନ୍ତି ।

 

 

କେଉଁ ସର୍ତ୍ତରେ ବିଜେପିରେ ଯୋଗଦେବେ ଚମ୍ପାଇ ସୋରେନ

ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଜେଏମଏମ ଛାଡ଼ି ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ସେ ବିଜେପିରେ ଯୋଗଦେବେ ବୋଲି ମଙ୍ଗଳବାର କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଦିଲ୍ଲୀରେ ଡେରା ପକାଇଥିଲେ ସୁଦ୍ଧା କୌଣସି ଗ୍ରୀନ ସିଗନାଲ ଦେଇନଥିଲା ବିଜେପି । ଯେଉଁ କାରଣରୁ ପରବର୍ତ୍ତୀ ସମୟରେ ସେ ନିଜେ ଏକ ନୂଆ ଦଳ ଗଠନ କରିବା ନେଇ ଘୋଷଣା କରିଥିଲେ । ମାତ୍ର ପୁଣିଥରେ ମତ ପରିବର୍ତ୍ତନ କରି ବିଜେପିରେ ଯୋଗ ଦେବେ ବୋଲି ସ୍ପଷ୍ଠ କରିଛନ୍ତି । ଯେଉଁ କାରଣରୁ ଏବେ ରାଜେନୖତିକ ମହଲରେ ଚର୍ଚ୍ଚା ହେଉଛି କି, କେଉଁ ସର୍ତ୍ତରେ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ଚମ୍ପାଇ ।

କୁହାଯାଉଛି କି, ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହୋଇ ପାରନ୍ତି ଚମ୍ପାଇ । କିନ୍ତୁ ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାରାଣ୍ଡି ଏହାକୁ ନେଇ କ୍ଷୋଭ ପ୍ରକାଶ କରିଥିବା ଜଣା ପଡ଼ିଛି । ସେ ଦଳର ହାଇକମାଣ୍ଡଙ୍କ ସହ ଏସମ୍ପର୍କରେ ଆଲୋଚନା ମଧ୍ୟ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସର୍ତ୍ତ ସମ୍ପର୍କରେ ଯଦି କହିବା ତାହେଲେ ଚମ୍ପାଇ ରାଜ୍ୟପାଳ ହେବାକୁ ମନ ବଳାଇଥିବା ଚର୍ଚ୍ଚା ହେଉଛି । ଯେଉଁ କାରଣରୁ ସେ ବିଜେପିରେ ଯୋଗ ଦେଇଛନ୍ତି । ଆଉ ଅନ୍ୟ ଏକ ସର୍ତ୍ତ ହେଉଛି କି, ତାଙ୍କ ପୁଅକୁ ବିଜେପି ଟିକେଟ ଦେବ । ଏଭଳି ସର୍ତ୍ତ ରଖି ସେ ବିଜେପିରେ ଯୋଗ ଦେଇଥିବା ଝାଡ଼ଖଣ୍ଡରେ ଚର୍ଚ୍ଚା ହୋଇଛି । ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିବା ପରେ ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ଚମ୍ପାଇ ସୋରେନ । ମାତ୍ର ଉଭୟ କୌଣସି ଆଭିମୁଖ୍ୟ ସମ୍ପର୍କରେ ଗଣମାଧ୍ୟମରେ ଜଣାଇ ନାହାନ୍ତି ।

ଯଦି ଆମେ ଚମ୍ପାଇ ସୋରେନଙ୍କ ରାଜନୈତିକ କ୍ୟାରିୟର ସମ୍ପର୍କରେ କହିବା ତାହେଲେ ସେ ୧୯୯୧ ମସିହାରେ ଉପନିର୍ବାଚନରେ ସଢ଼େଇକେଲାରୁ ବିଜୟୀ ହୋଇଥିଲେ । ପରେ ୨୦୦୯ ମସିହାରେ ପ୍ରଥମଥର ପାଇଁ ହେମନ୍ତ ସୋରେନଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ । ୭ ଥର ବିଧାୟକ ହୋଇଥିବା ଚମ୍ପାଇ ସୋରେନ ୨୦୧୯ ସାଧାରଣ ନିର୍ବାଚନରେ ଜାମସେଦପୁର ଲୋକସଭା ଆସନରେ ପ୍ରତିଦ୍ବନ୍ଦିତା କରି ପରାଜୟ ବରଣ କରିଥିଲେ । ମାତ୍ର ୨୦୨୪ ମସିହାରେ ହେମନ୍ତ ସୋରେନ ଯେତେବେଳେ ଜେଲ ଯାଇଥିଲେ ସେତେବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ଦଳ । ମାତ୍ର ହେମନ୍ତ ସୋରେନ ଜେଲରୁ ଫେରିବା ପରେ ପଦ ଛାଡ଼ିଥିଲେ ଚମ୍ପାଇ । ଏହାପରେ ତାଙ୍କ ପ୍ରତି ଧୋକା ହୋଇଥିବା ନେଇ ପ୍ରତିବାଦ ଆରମ୍ଭ କରିଥିଲେ ଚମ୍ପାଇ । ଶେଷରେ ବିଜେପିରେ ଯୋଗ ଦେବାକୁ ଯାଇ ନିଜର ଏକ ନୂଆ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ଚମ୍ପାଇ ।

କେରଳ ଓ୍ବାୟନାଡ ବିଭୀଷିକା ଘଟଣା; ବିପନ୍ନଙ୍କ ଥଇଥାନ ନେଇ ଆଜି ବସିବ ସର୍ବଦଳୀୟ ବୈଠକ

ନନ୍ଦିଘୋଷ ବ୍ୟୁରୋ: କେରଳ ଓ୍ବାୟନାଡ ବିଭୀଷିକାରେ କ୍ଷତିଗ୍ରସ୍ତ ୭୨୮ ପରିବାରଙ୍କୁ ରିଲିଫ ଶିବିରରୁ ଅସ୍ଥାୟୀ ଆବାସସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ବିପନ୍ନଙ୍କ ଥଇଥାନ ନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ଯମନ୍ତ୍ରୀ ପିନରୟୀ ବିଜୟନ । ଏହି ବୈଠକରେ ମୁଖ୍ଯଶାସନ ସଚିବଙ୍କ ସମେତ ରାଜସ୍ବ, ଗୃହନିର୍ମାଣ, ଜଙ୍ଗଲ, ବିଦ୍ଯୁତ, ପରିବହନ, ଅର୍ଥ, ପୂର୍ତ୍ତ ବିଭାଗ ମନ୍ତ୍ରୀ ଯୋଗଦେବେ । ଓ୍ବାୟନାଡର ମୋତ ୨ ହଜାର ୫୬୯ଲୋକଙ୍କୁ ବିଭିନ୍ନ ସରକାରୀ ବଙ୍ଗଳା ଓ ଭଡା ସୂତ୍ରରେ ନିଆଯାଇଥିବା ଆବାସସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ଜୁଲାଇ ୩୦ରେ ଘଟିଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ମୃତ୍ୟୁ ସଂଖ୍ଯା ୪୧୩ ହୋଇଥିବାବେଳେ ବର୍ତ୍ତମାନ ବି ନିଖୋଜ ଅଛନ୍ତି ୧୫୨ ଜଣ । ୧୧୯ ମୃତଦେହ ଚିହ୍ନଟ ହୋଇପାରିନାହିଁ ।  ଏହି ଭୂସ୍ଖଳନରେ ଓ୍ବାୟନାଡର ୩ଟି ଗ୍ରାମ ଅର୍ଥାତ ମୁନ୍ଦାକାଇ, ଚୁରଲମାଲା ଓ ପୁଞ୍ଚିରିମ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଥିଲା ।

ସ୍ତ୍ରୀକୁ ଶାବଳରେ ଭୁସି ହତ୍ୟାକଲା ସ୍ବାମୀ

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀକୁ ଶାବଳରେ ଭୁସି ହତ୍ୟାକଲା ସ୍ବାମୀ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସଦର ଥାନା ଅନ୍ତର୍ଗତ ରୋହିଗାଁରେ ଘଟିଛି ହତ୍ୟାକାଣ୍ଡ । ସ୍ତ୍ରୀ ଝୁନୁ ଜେନାଙ୍କ ମୃତ୍ୟୁ ଘଟିଛି। ସ୍ୱାମୀ ରାଜୁ ଜେନାକୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି । ଘରେ କୌଣସି କଥାକୁ ନେଇ ସ୍ତ୍ରୀ  ପେଟକୁ ଶାବଳ ଭୁଶି ଦେଇଥିଲା ରାଜୁ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ସାଇଣ୍ଟିଫିକ ଟିମ ଆଜି ତଦନ୍ତ କରିବା ପରେ ଶବ ବ୍ୟବଛେଦ କରାଯିବ ବୋଲି ସୂଚନା  ରହିଛି ।

ଆଜି ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ଅଷ୍ଟମ ଦିନ

ନନ୍ଦିଘୋଷ ବ୍ୟୁରୋ: ଆଜି ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ଅଷ୍ଟମ ଦିନ। ଗୃହରେ ଜଳ ସଂପଦ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଓ ଖଣି, ଯୋଜନା ଓ  ସଂଯୋଜନା, ବାଣିଜ୍ୟ, ସୂଚନା ଲୋକସମ୍ପର୍କ ଓ ପରିବହନ ବିଭାଗର ପ୍ରଶ୍ନକାଳ ରହିଛି। ଶୂନ୍ୟକାଳରେ ଜାତିଭିତ୍ତିକ ଗଣନା ଓ ସଂରକ୍ଷଣ ପରି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉଠାଇପାରନ୍ତି ବିରୋଧୀ। ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ମଧ୍ୟ ଆସିପାରେ। ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ରହିଛି।

ଡିଆଇଜି ରାଜେଶ ପଣ୍ଡିତଙ୍କ ବିରୋଧରେ ଚାର୍ଜଫ୍ରେମ୍ କଲା ଗୃହ ବିଭାଗ

ନନ୍ଦିଘୋଷ ବ୍ୟୁରୋ: ଡିଆଇଜି ରାଜେଶ ପଣ୍ଡିତଙ୍କ ବିରୋଧରେ ଚାର୍ଜଫ୍ରେମ୍ କଲା ଗୃହ ବିଭାଗ । ଜଣେ ମହିଳା ଆଇଆଇସିଙ୍କ ଘରେ ପଶି ନିଜ ପଦର ଅପବ୍ୟବହାର କରିବା ସହ ତାଙ୍କ ପ୍ରତି ଓ ତାଙ୍କ ପରିବାର ଲୋକଙ୍କ ପ୍ରତି ଅଶୋଭନୀୟ ଆଚରଣ ରାଜେଶ ପଣ୍ଡିତ କରିଥିବା ନେଇ ତଥ୍ୟ ପ୍ରମାଣ ଦର୍ଶାଇଲା ଗୃହ ବିଭାଗ । ଯାହାକୁ ନେଇ ରଜେଶ ପଣ୍ଡିତଙ୍କୁ ନିଲମ୍ବିତ କରାଯାଇଛି । ଗୃହ ବିଭାଗରେ ତଥ୍ୟ ପ୍ରମାଣ ସହ ନିଜର ପକ୍ଷ ରଖିବାକୁ ରାଜେଶ ପଣ୍ଡିତଙ୍କୁ ଦିଆଯାଇଛି ସୁଯୋଗ । ୩୦ ଦିନ ମଧ୍ୟରେ ନିଜର ପକ୍ଷ ରଖି ପାରିବେ ରାଜେଶ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଓ ପ୍ରମାଣ ନେଇ କୌଣସି ସନ୍ତୋଷ ଜନକ ଉତ୍ତର ରଖି ନପାରିଲେ ଭାରତୀୟ ପୋଲିସ ସେବା ନିୟମ ଅନୁସାରେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ଗତ ମାସ ୨୭ ତାରିଖରେ ଘଟିଥିବା ଘଟଣାକୁ ନେଇ ଚାର୍ଜଫ୍ରେମ ହୋଇଛି। ଭୁବନେଶ୍ୱର ୟୁନିଟ୍-୧ରେ ରାଜେଶ ପଣ୍ଡିତ କରିଥିଲେ ହଙ୍ଗାମା। ଜଣେ ମହିଳା ସବଇନ୍ସପେକ୍ଟରଙ୍କ ଘରେ ପଶି ହଙ୍ଗାମା କରିଥିଲେ। ପିସିଆର ଟିମ୍ ପହଞ୍ଚି ରାଜେଶ ପଣ୍ଡିତଙ୍କୁ କରିଥିଲା କ୍ଷାନ୍ତ। ଘଟଣା ପରେ ରାଜେଶ ପଣ୍ଡିତଙ୍କୁ ନିଲମ୍ବିତ କରାଯାଇଛି। ଅଗ୍ନିଶମ ଓ ହୋମଗାର୍ଡ ବିଭାଗ ଡିଆଇଜି ଥିଲେ ରାଜେଶ ପଣ୍ଡିତ।