spot_img
Home Blog Page 1578

ଶଙ୍ଖ ଭବନରେ ନବୀନ, ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ କରିବେ ଉଦଘାଟନ

ଭୁବନେଶ୍ବର: ଶଙ୍ଖ ଭବନରେ ପହଞ୍ଚିଲେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆଉ କିଛି ସମୟ ପରେ ବିଜେଡି ନବ ନିର୍ବାଚିତ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ କରିବେ ଉଦଘାଟନ । ବିଧାନସଭାର କାର୍ଯ୍ୟଶୈଳୀ ବାବଦରେ ଜ୍ଞାନ ଦେବେ ଦଳର ପୁରୁଖା ବିଧାୟକ ଓ ପୂର୍ବତନ ବିଧାୟକ ।

ନୂଆ ବିଧାୟକଙ୍କୁ ଗୃହର ଗରିମା, ଗୃହରେ ଆଲୋଚନା ଶୈଳୀ, କାର୍ଯ୍ୟପନ୍ଥା ବାବଦରେ ପ୍ରଶିକ୍ଷଣ ଦିଆଯିବ । ଗଠନମୂଳକ ବିରୋଧି ଦଳ ଭାବେ ସରକାରଙ୍କୁ ଶାଣିତ ସମାଲୋଚନାର କଳା କୌଶଳ ଶିଖାଯିବ । ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାୟକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ । ମ୍ଯାଟର ଅଫ ପବ୍ଲିକ ଇମ୍ପୋରଟାନ୍ସ ଉପରେ ପ୍ରଶିକ୍ଷଣ ଦେବେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର । ହାଉସ କମିଟି, ଷ୍ଟାଣ୍ଡିଂ କମିଟି, ସୋସିଆଲ ମିଡିଆ ସମ୍ପର୍କରେ ବି ତାଲିମ ପ୍ରଦାନ କରାଯିବ ।

ILS ବୈଜ୍ଞାନିକ ସନ୍ଦିପ ମିଶ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ବର: ଆଇଏଲଏସ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ଘରୁ ଉଦ୍ଧାର ହେଲା ମୃତଦେହ । ସ୍ତନ କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ଥିଲା ଉଲ୍ଲେଖନୀୟ ଅବଦାନ।

ଆଜି ସକାଳୁ ସନ୍ଦିପଙ୍କୁ ନିଜ ଘରୁ ଉଦ୍ଧାର କରାଯାଇଥିଲା । ଏହାପରେ ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବର୍ତ୍ତମାନ ସନ୍ଦିମଙ୍କ ମୃତଦେହ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି ।

ପୁଅ ଓ ଝିଅକୁ ଚାକିରି କରାଇ ଦେବାକୁ କହି ମହିଳାଙ୍କ ପାଖରୁ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୁକ୍ତ କୋର୍ଟ ଚାଲାଣ

ଟିଟିଲାଗଡ଼: ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ । ଠକକୁ ଗିରଫ କରି କୋର୍ଟ ଚାଲାଣ କଲା ଟିଟିଲାଗଡ ପୋଲିସ । ଘଟଣାଟି ଘଟିଛି ଟିଟିଲାଗଡ ବ୍ଲକ ପଡାରେ ।

ଅଭିଯୋଗ ଅନୁସାରେ ଟିଟିଲାଗଡ ବ୍ଲକ ପଡାର ଗୀତାଞ୍ଜଳି ମୁଣ୍ଡାଙ୍କ ଠାରୁ ସୁରଜ ପାଣ୍ଡେ ପୁଅ ଓ ଝିଅକୁ ଚାକିରି କରେଇ ଦେବା ନାଁରେ ୨୪ ଲକ୍ଷ ଟଙ୍କା ନେଇଥିଲା । ଏହାସହ ମୋବାଇଲ ଓ ଏକ ସ୍କୁଟି ମଧ୍ୟ ନେଇଥିଲା ।  ଝିଅକୁ ANM ନର୍ସିଂ ଓ ପୁଅକୁ ରେଲଓ୍ବେ ଲୋକ ପାଇଲଟରେ ଚାକିରି କରେଇ ଦେବାକୁ କହିଥିଲା । ତେବେ ଗୀତାଞ୍ଜଳିଙ୍କର ସୁରଜ ଉପରେ ସନ୍ଦେହ ହୋଇଥିଲା । ଏନେଇ ସେ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଠକେଇ ପ୍ରମାଣ ମିଳିବା ପରେ ପୋଲିସ ସୁରଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ନୟାଗଡ଼ର ୪ ଜେଲରେ ଚଢ଼ାଉ, ପ୍ରଚୁର ପରିମାଣରେ ନିଶାଦ୍ରବ୍ୟ ଜବତ

ନୟାଗଡ଼: ନୟାଗଡ଼ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ l ଜିଲ୍ଲାର ମୁଖ୍ୟ ଜେଲ ସମେତ ରଣପୁର, ଦଶପଲ୍ଲା, ଖଣ୍ଡପଡା ସବଜେଲରେ ହୋଇଛି ଚଢ଼ାଉ । ଜେଲ ଭିତରେ ବେଆଇନ କାର୍ଯ୍ୟ ଚାଲୁଥିବା ଅଭିଯୋଗ ମିଳିବା ପରେ ନୟାଗଡ଼ ଏସପି ରାହୁଲ ଜୈନ ନିର୍ଦ୍ଦେଶ ଦେଇଥିଲେ । ବରିଷ୍ଠ ପୋଲିସ ଅଧିକାରୀ, ସ୍ଥାନୀୟ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ନେଇ ଏହି ଚଢ଼ାଉ କରାଯାଇଛି ।

ଚଢ଼ାଉ ବେଳେ ନୟାଗଡ଼ ଜେଲ ଭିତରେ ପୁଳା ପୁଳା ଗୁଟଖା ପୋଲିସ ହାତରେ ଲାଗିଛି । ଏହାସହ ଅନ୍ତେବାସୀଙ୍କଠାରୁ ପ୍ରାୟ ୧୫ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ସେହିପରି ବିଡି, ସିଗାରେଟ, ଖଇନି ଓ ଦିଆସିଲି ମଧ୍ୟ ଜବତ କରାଯାଇଛି ।

ଜେଲ ଭିତର ଏ ସବୁ ଦ୍ରବ୍ୟ ନେବାକୁ ଅନୁମତି ନାହିଁ । ତେବେ ଜେଲ୍ ଭିତରକୁ ଏହା କେମିତି ଆସିଲା ତାହାର ତନାଘନା ଆରମ୍ଭ କରିଛି ପୋଲିସ । ଅଭିଯୁକ୍ତମାନଙ୍କ ସହ ଜେଲର କେଉଁ କେଉଁ କର୍ମଚାରୀ ସମ୍ପୃକ୍ତ ଅଛନ୍ତି ତାହାର ଯାଞ୍ଚ କରାଯାଉଛି ।

ସ୍କୁଲ ବସ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୫୦ ଛାତ୍ରଛାତ୍ରୀ

କେନ୍ଦ୍ରାପଡ଼ା: ସେଣ୍ଟ ଜାଭିୟର ସ୍କୁଲ ବସ ଦୁର୍ଘଟଣା ଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ।  ପାଟକୁରା ଡେରାବିଶ ବ୍ଲକ ଅସୁରେଶ୍ୱର ରାସ୍ତା କେନାଲ ନଦୀ ବନ୍ଧରେ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ସେଣ୍ଟ ଜାଭିୟର ସ୍କୁଲ ବସଟି ୫୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯିବା ସମୟରେ ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଥିଲା । ବସ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।

ମଦ ପାଇଁ ଟଙ୍କା ନଦେବାରୁ ସ୍ତ୍ରୀକୁ ଗୁଳି ମାରିଲା ସ୍ବାମୀ

ବଲାଙ୍ଗୀର: ମଦ ନିଶା କଲା ବେକାବୁ । ମଦ ଆଗରେ ତୁଛ ହୋଇଗଲା ସମ୍ପର୍କରେ । ମଦ ପିଇବାକୁ ଟଙ୍କା ନଦେବାରୁ ସ୍ତ୍ରୀକୁ ଗୁଳି ମାରିଲା ସ୍ବାମୀ । ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଟେଙ୍ଗରା ଗାଁରେ ।

ମିଳିଥିବା ସୂଚନା ଅନୁସାରେ, ଟେଙ୍ଗରା ଗାଁର ଅଭିଯୁକ୍ତ ମଦ ପିଇବା ପାଇଁ ସ୍ତ୍ରୀକୁ ଟଙ୍କା ମାଗିଥଇଲା । ହେଲେ ମହିଳା ଜଣଙ୍କ ଟଙ୍କା ଦେବାକୁ ରୋକଠୋକ ମନା କରିଦେଇଥିଲେ । ଏଥିରେ ଉତ୍ତେଜିତ ହୋଇ ଅଭିଯୁକ୍ତ ମହିଳାଙ୍କୁ ଉପରକୁ ଗୁଳିମାଡ଼ କରିଛି ।

ମହିଳାଙ୍କ ଜଙ୍ଘରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ମୁରିବାହାଲ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଥାନାରେ ଏତଲା ପରେ ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଆଜି ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ତିନିଦିନ ଅତିପ୍ରବଳ ବର୍ଷା

ଭୁବନେଶ୍ବର:  ଆଜି ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ନେବ ଲଘୁଚାପର ରୂପ । ପ୍ରଭାବରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କେନ୍ଦୁଝର ଏବଂ ମୟୂରଭଞ୍ଜକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ନେଇ ୧୨ ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ ଏବଂ ମାକାଲକାନଗିରିକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

୨୬ ତାରିଖରେ କେନ୍ଦୁଝର ଏବଂ ମୟୂରଭଞ୍ଜାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ୨୭ ଓ ୨୮ ତାରିଖରେ ବର୍ଷା କମିବା ସହ ୨୯ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ପୁଣି ନିର୍ଧୁମ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ସେପଟେ ଜୁନ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକଠାରୁ ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା, ଆଜି ଅଭିଯୁକ୍ତ ସଞ୍ଜୟର ପଲିଗ୍ରାଫ ଟେଷ୍ଟ

କୋଲକାତା: ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲା । ମୁଖ୍ଯ ଅଭିଯୁକ୍ତ ସଞ୍ଜୟ ରୟର ଆଜି ହେବ ପଲିଗ୍ରାଫ ଟେଷ୍ଟ । ଗତକାଲି ପୂର୍ବତନ ପ୍ରିନସିପାଲ ସନ୍ଦୀପ ଘୋଷଙ୍କ ସମେତ ୬ ଜଣଙ୍କ ହୋଇଛି ଟେଷ୍ଟ ।  ଦିଲ୍ଲୀରୁ ଆସିଥିବା ସେଣ୍ଟ୍ରାଲ ଫରେନସିକ ସାଇନ୍ସ ଲାବରେଟୋରୀର ଏକ ମେଡିକାଲ ଟିମ କରିଛନ୍ତି ପଲିଗ୍ରାଫ ଟେଷ୍ଟ ।

ସେମିନାର ହଲରୁ ମିଳିଥିବା ଫିଙ୍ଗରପ୍ରିଣ୍ଟ ଅନୁସାରେ ୨ ଜଣ ପ୍ରଥମ ବାର୍ଷିକ ପିଜି ଟ୍ରେନି ଛାତ୍ରଙ୍କର ହୋଇଛି ଟେଷ୍ଟ । ସେପଟେ କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସମସ୍ତ ତଦନ୍ତ ଯୋଗ୍ଯ ନଥିକୁ ସିବିଆଇକୁ ହସ୍ତାନ୍ତର କରିଛି ଏସଆଇଟି ।  ଆର୍ଥିକ ଅନିୟମିତତାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ କୋଲକାତା ହାଇକୋର୍ଟ ।

ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କ କାର୍ଯ୍ୟକାଳରେ ହୋଇଥିବା ଅନିୟମିତତାର ତଦନ୍ତ କରିବ ସିବିଆଇ । ସେପଟେ ସଞ୍ଜୟର ବାଇକକୁ ଜବତ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରୟ ଅଗଷ୍ଟ ୯ ତାରିଖ ରାତିରେ ମେଡିକାଲ ଭିତରକୁ ପ୍ରବେଶ କରୁଥିବାର ସିସିଟିଭି ଭିଜୁଆଲ ସିବିଆଇ ପାଇଥିଲା ।

ଆଜି ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର: ନବ ନିର୍ବାଚିତ ବିଜେଡି ବିଧାୟକଙ୍କୁ ଦିଆଯିବ ପ୍ରଶିକ୍ଷଣ । ଆଜି ବିଜେଡି ବିଧାୟକମାନେ ନେବେ ଗୁରୁମନ୍ତ୍ର । ପୂର୍ବାହ୍ନ ୧୦ଟାରେ ଆରମ୍ଭ ହେବ କର୍ମଶାଳା । ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କର୍ମଶାଳାର କରିବେ ଉଦଘାଟନ । ବିଧାନସଭାର କାର୍ଯ୍ୟଶୈଳୀ ବାବଦରେ ଜ୍ଞାନ ଦେବେ ଦଳର ପୁରୁଖା ବିଧାୟକ ଓ ପୂର୍ବତନ ବିଧାୟକ ।

ନୂଆ ବିଧାୟକଙ୍କୁ ଗୃହର ଗରିମା, ଗୃହରେ ଆଲୋଚନା ଶୈଳୀ, କାର୍ଯ୍ୟପନ୍ଥା ବାବଦରେ ପ୍ରଶିକ୍ଷଣ ଦିଆଯିବ । ଗଠନମୂଳକ ବିରୋଧି ଦଳ ଭାବେ ସରକାରଙ୍କୁ ଶାଣିତ ସମାଲୋଚନାର କଳା କୌଶଳ ଶିଖାଯିବ । ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାୟକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ । ମ୍ଯାଟର ଅଫ ପବ୍ଲିକ ଇମ୍ପୋରଟାନ୍ସ ଉପରେ ପ୍ରଶିକ୍ଷଣ ଦେବେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର । ହାଉସ କମିଟି, ଷ୍ଟାଣ୍ଡିଂ କମିଟି, ସୋସିଆଲ ମିଡିଆ ସମ୍ପର୍କରେ ବି ତାଲିମ ପ୍ରଦାନ କରାଯିବ ।

ବିଜେଡିର ୫୧ ବିଧାୟକଙ୍କ ମଧ୍ୟରୁ ପ୍ରଥମ ଥର ପାଇଁ ୧୯ ଜଣ ବିଧାନସଭାକୁ ଆସିଥିବା ବେଳେ ୧୪ ବିଧାୟକ ଦ୍ବିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ଏମାନେ ଶାସକ ଦଳରେ ଥିବା ବେଳେ ଏଥର ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ବିରୋଧୀ ଦଳ ଭାବେ ସରକାରଙ୍କୁ ଗଠନମୂଳକ ସମାଲୋଚନା ପାଇଁ ବିଜେଡି ସୁପ୍ରିମୋ ଆହ୍ବାନ ଦେଇଛନ୍ତି ।

ବିଧାନସଭା ପକ୍ଷରୁ ଆୟୋଜିତ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ ବିଜେପି ଦଳୀୟ କାର୍ଯ୍ଯକ୍ରମ ଭଳି ଆୟୋଜନ କରିବା ଓ ରାଜନୈତିକ ସ୍ୱାର୍ଥ ଥିବା ଅଭିଯୋଗ କରି ବିଜେଡି ଏହାକୁ ବର୍ଜନ କରିଥିଲା ।

ସାମ୍ନାକୁ ଆସିଲା ଚିକିଟି ମଦମୃତ୍ଯୁର ସାଂଘାତିକ ସତ

ନନ୍ଦିଘୋଷ ବ୍ୟୁରୋ: କେମିତି ଦେଶୀମଦ ହେଉଥିଲା ବିଶାକ୍ତ । ସାମ୍ନାକୁ ଆସିଲା ଚିକିଟି ମଦମୃତ୍ଯୁର ସାଂଘାତିକ ସତ । ଦେଶୀ ମଦରେ ମିଶିଥିଲା ସମୁଦିମୂଳର ଚେର । ସମୁଦିମୂଳର ଚେର ଦେଶୀ ମଦରେ ମିଶାଇବା ଦ୍ବାରା ମଦ ଅଧିକ ନିଶାଯୁକ୍ତ ହୋଇଥାଏ । ଏହି ସମୁଦିମୂଳ ଚେର ଘଞ୍ଚ ଜଙ୍ଗଲରେ ମିଳିଥାଏ । ବିଷାକ୍ତ ମଦ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ପବନା ସାହୁକୁ କେ.ନୂଆଗାଁ ଥାନା ପୋଲିସ ଗିରଫ କରିବା ପରେ ଏବେ ଏହି ସତ ସାମ୍ନାକୁ ଆସିଛି । ଦିଗପହଣ୍ଡିରୁ ପବନା ସାହୁକୁ ଗିରଫ କରିଛି କେ.ନୂଆଗାଁ ଥାନା ପୋଲିସ । ଦିଗପହଣ୍ଡିର ସୁରେନ୍ଦ୍ର ମଲ୍ଲିକଙ୍କଠାରୁ ସମୁଦିମୂଳ ଚେର ମିଶିଥିବା ଦେଶୀ ମଦ ଆଣି ମାଉନ୍ଦପୁର ନିକଟରେ ବିକ୍ରି କରିଥିଲା ପବନା । ଗତ ୧୯ ତାରିଖରେ ପବନା ୨୦ ଲିଟର ଦେଶୀ ମଦ ଆଣି ମାଉନ୍ଦପୁର ନିକଟରେ ଥିବା ବିଷୋୟୀ ବନ୍ଧ ହୁଡ଼ା ନିକଟରେ ବିକ୍ରି କରିଥିଲା । ବିଷାକ୍ତ ମଦ ବିକ୍ରି ଘଟଣାରେ କେ.ନୂଆଗାଁ ଥାନା ପୋଲିସ ପୂର୍ବରୁ ସୁରେନ୍ଦ୍ରକୁ ଗିରଫ କରିସାରିଥିଲା । ମଦମୃତ୍ଯୁ ଘଟଣାରେ ପବନାର ବାପା ବାୟା ସାହୁ ଓ ଭାଇ ବିପିନ ସାହୁ ସମେତ ଏଯାଏଁ ୯ ଜଣ ଗିରଫ ହୋଇଛନ୍ତି ।