spot_img
Home Blog Page 1587

ନକ୍ସଲ ମୁକାବିଲା ପାଇଁ ଓଡ଼ିଶାର ଚୂଡାନ୍ତ ରଣନୀତି

ଭୁବନେଶ୍ବର: ଆସନ୍ତା ୨୪ ତାରିଖରେ ରାୟପୁରରେ ହେବାକୁ ଯାଉଛି ମାଓବାଦୀ ମୁକାବିଲା ରଣନୀତି ବୈଠକ । ଏଥିପାଇଁ ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ କରିଛି ଓଡ଼ିଶା । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୋଲିସ ଡିଜି, ଗୃହ ବିଭାଗ ସଚିବ, ଏଡିଜି ଅପରେସନ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

ଓଡ଼ିଶା ନକ୍ସଲ ମୁକାବିଲାରେ ବିଶେଷ ସଫଳତା ଲାଭ କରି ଦେଶ ପାଇଁ ଉଦାହରଣ ସାଜିଛି । ସ୍ୱାଭିମାନ ଅଞ୍ଚଳ ମାଓବାଦୀ ମୁକ୍ତ ହେବା ପରେ ଓଡିଶାକୁ ପାଇଲଟ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯାଉଛି । ଓଡ଼ିଶାରେ ଏବେ ୭ଟି ନକ୍ସଲ ଅଧ୍ୟୁଷିତ ଜିଲ୍ଲା ରହିଛି । ସେଗୁଡିକ ହେଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ ରାୟଗଡା । ୨୦୧୩ରେ ୧୦ଟି ରାଜ୍ୟର ୧୨୬ ଜିଲ୍ଲା ନକ୍ସଲ ଅଧ୍ୟୁଷିତ ଥିବା ବେଳେ ୨୦୨୩ ଏପ୍ରିଲ ସୁଦ୍ଧା ଏହା ଖସି ୩୮ରେ ପହଞ୍ଚିଛି । ୨୪ ତାରିଖରେ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଓଡିଶା, ଛତିଶଗଡ଼, ଆନ୍ଧ୍ର, ଝାଡଖଣ୍ଡ, କେରଳ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ତେଲେଙ୍ଗାନା ଯୋଗଦେବେ ।

ରାଇଘର ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିର ବାଜିମାତ

ନବରଙ୍ଗପୁର: ରାଇଘର ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବାଜି ମାରିଲା ବିଜେଡି । ପଞ୍ଚାୟତ ସମିତି ସଭ୍ୟ ଗୁପ୍ତ ପ୍ରସାଦ ଝାଙ୍କର ରାଇଘର ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେପି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ତୃପ୍ତିରଞ୍ଜନ ମାଝୀଙ୍କୁ ସେ ପରାସ୍ତ କରିଛନ୍ତି ।

ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ଲାଭ କରିବା ପରେ ରାଇଘର ବ୍ଲକ ବିଜେଡି ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ ରହିଛନ୍ତି । ନିଜ ନିର୍ବାଚନ ମଣ୍ଡଳିରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବିଜୟ ବିଜେପିକୁ ଶକ୍ତ ଝଟକା ଦେଇଛି ।

ଆଜି ମଧ୍ୟାହ୍ନ ୧୨ଟା ୩୦ରୁ ଭୋଟିଂ ଆରମ୍ଭ ହୋଇ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା ।

କାଲି ପୁଣି ଖୋଲିବ ରତ୍ନଭଣ୍ଡାର; ସ୍ଥାନାନ୍ତର ହେବ ଖାଲି ଆଲମିରା ଓ ସିନ୍ଦୁକ, ଦିନ ଗୋଟାଏ ପରେ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ପୁଣି ଥରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏହା ମଧ୍ଯରେ ଥିବା ଖାଲି ସିନ୍ଦୁକ ଓ ଆଲମିରାକୁ କରାଯିବ ସ୍ଥାନାନ୍ତରଣ । ଏଥିପାଇଁ ଦିନ ଗୋଟାଏ ପରଠୁ ସର୍ବସାଧାରଣ ପାଇଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ ।

ଏହି ସମୟରେ ମହାପ୍ରସାଦ ପାଇଁ ଭକ୍ତମାନେ ସିଂହଦ୍ୱାର ଦେଇ ଆନନ୍ଦ ବଜାରକୁ ଯାଇପାରିବେ । ଭିତର ବେଢାରେ ଥିବା ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିର ଖୋଲା ରହିବା ସହ କେବଳ ପାଳିଆ ସେବକ ସେବାକାର୍ଯ୍ୟ ପାଇଁ ନିୟୋଜିତ ରହିବେ ।

ସେହିପରି ସ୍ଥାନାନ୍ତରଣ ପକ୍ରିୟାରେ ନିୟୋଜିତ ପାଧିକୃତ ବ୍ୟକ୍ତିମାନଙ୍କ ବ୍ୟତୀତ ଅନ୍ୟ କାହାରିକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯିବା ସହ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି ।

ମଦ ମୃତ୍ୟୁ ଘଟଣାର ଆରଡିସି ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ ବିଷାକ୍ତ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ଘଟଣାର ହେବ ଆରଡିସି ତଦନ୍ତ । ଏନେଇ ରାଜ୍ୟ ସରକାର ଦେଲେ ନିର୍ଦ୍ଦେଶ । ଆରଡିସି ତଦନ୍ତ ନେଇ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି, ୨ ମାସ ଭିତରେ ତଦନ୍ତ ରିପୋର୍ଟ ଆସିବ ।

ଆଗକୁ ସେ କହିଛନ୍ତି,  ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ମଦ ଭାଟି ଉପରେ ଚଢ଼ାଉ ଜାରି ରହିଛି । ରାଜ୍ୟବ୍ୟାପୀ ବର୍ତ୍ତମାନ ସୁଦ୍ଧା ୧୧୭ ଜଣଙ୍କୁ ଗିରଫ କରାଯାଇଛି । ଚୋରା ମଦ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ।

ସୂଚନାଯୋଗ୍ୟ, ମଦ ମୃତ୍ଯୁକୁ ନେଇ ଆଜି ବିଧାନସଭା ତୁମ୍ବିତୋଫାନ  ହୋଇଥିଲା । ବାରମ୍ବାର ହଙ୍ଗାମା ହେବାରୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁତଲବି କରିଦେଇଥିଲେ ବାଚସ୍ପତି । ଆରମ୍ଭରୁ ଗୃହରେ ଗଞ୍ଜାମ ଚିକିଟି ମଦମୃତ୍ଯୁ ନେଇ ହଟ୍ଟଗୋଳ ହୋଇଥିଲା । ଅବକାରୀ ମନ୍ତ୍ରୀ ତୁରନ୍ତ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲା ବିଜେଡି । କାହିଁକି ସରକାର ବିଷାକ୍ତ ମଦମୃତ୍ଯୁକୁ ନେଇ ଘଣ୍ଟ ଘୋଡାଇବାକୁ ଚାହୁଁଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି ।

ଗହଣା ଦୋକାନରେ ଜିଏସଟି ଚଢ଼ାଉ

ମୟୂରଭଞ୍ଜ: ଗହଣା ଦୋକାନରେ ବଡ ଧରଣର ଜିଏସଟି ଚଢାଉ । ଉଦଳା ବଜାରରେ ଥିବା କର୍ମକାର ଜୁଏଲାରୀ ସପରେ ହୋଇଛି ଏହି ଚଢାଉ । ଜିଏସଟି ଫାଙ୍କିଥିବା ଅଭିଯୋଗରେ ବିଭାଗର ୫ ଜଣିଆ ଟିମ ଦୋକାନରେ ଚଢ଼ାଉ କରିଛନ୍ତି ।

ଚଢ଼ାଉ ସମୟରେ ଜିଏସଟି ବିଭାଗ ଅଧିକାରୀଙ୍କ ସହିତ ପୋଲିସ ମଧ୍ୟ ଉପସ୍ଥିତ ଅଛି । ଦୋକାନରେ ମହଜୁଦ ଥିବା ସୁନା ଅଳଙ୍କାରର ଯାଞ୍ଚ କରିବା ସହ ସୁନା କିଣା, ବିକା ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ଯାଞ୍ଚ କରୁଛି ଜିଏସଟି ବିଭାଗ । ସମୂଦାୟ କେତେ ଟଙ୍କାର ସୁନା ଅଳଙ୍କାର ରହିଛି ଓ ସେ ବାବଦରେ କେତେ ଟିକସ ଦିଆଯାଇଛି, ଏହାସହ ବିକ୍ରି ଗହଣାର ଜିଏସଟିର ହିସାବ କରୁଛନ୍ତି ଯାଞ୍ଚ ଟିମ୍ ।

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବାଜିମାତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନରେ ବିଜେଡିର ବାଜିମାତ । ବିଜେଡି ତରଫରୁ ପାଞ୍ଚ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଲିଲିତା ଦାସ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେ ଏକପାଖିଆ ଭାବେ ଜିତିଛନ୍ତି । ତାଙ୍କୁ ୩୦ ଜିଲ୍ଲା ପରିଷଦ ସଦସ୍ଯଙ୍କ ସମର୍ଥନ ମିଳିଛି । ଏହି ନିର୍ବାଚନ ପାଇଁ ବିଜେପି କିମ୍ବା କଂଗ୍ରେସ ପ୍ରାର୍ଥୀ ଦେଇ ନଥିଲେ । ବିଜୟ ପାଇଁ ଲିଲିତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ମୋଟ ୩୨ ଆସନ ମଧ୍ୟରୁ ବିଜେଡି ପ୍ରାର୍ଥୀ ୩୧ଟି ଆସନରେ ଓ ବିଜେପି ପ୍ରାର୍ଥୀ ଗୋଟିଏ ଆସନରେ ବିଜୟୀ ହୋଇଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ଗୀତାଞ୍ଜଳୀ ସେଠୀ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସାଧାରଣ ନିର୍ବାଚନ ସମୟରେ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ଏବଂ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ତାଙ୍କ ଇସ୍ତଫା ପରେ ଅଧ୍ୟକ୍ଷ ପଦବୀ ଖାଲି ଥିଲା । ଏହି ଆସନ ପାଇଁ ଆଜି ନିର୍ବାଚନ କରାଯାଇଥିଲା ।

ଉପନିର୍ବାଚନରେ ଭାପୁର ବ୍ଲକରେ ବିଜେଡିର ବାଜିମାତ

ନନ୍ଦିଘୋଷ ବ୍ୟୁରୋ: ଉପନିର୍ବାଚନରେ ଭାପୁର ବ୍ଲକରେ ବିଜେଡିର ବାଜିମାତ । ପୁଣି ଥରେ ଅଧ୍ୟକ୍ଷା ପଦ ହାତେଇଲେ ସାବିତ୍ରୀ ପ୍ରଧାନ l ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧ୍ୟକ୍ଷା ଭାବେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ସାବିତ୍ରୀ ପ୍ରଧାନ । ସାବିତ୍ରୀଙ୍କୁ ମୋଟ ୨୦ ଜଣରୁ ୧୬ ଜଣ ସମିତି ସଭ୍ୟଙ୍କ ସମର୍ଥନ ରହିଛି । ଅନ୍ୟ ୪ ଜଣ ସମିତିସଭ୍ୟ ଅନୁପସ୍ଥିତ ଥିଲେ । ଗତ ନିର୍ବାଚନରେ ସାବିତ୍ରୀ ପ୍ରଧାନ ବିଜେଡ଼ି ପକ୍ଷରୁ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଥିଲେ l  ଭାପୁର ବ୍ଲକ ଅଧ୍ୟକ୍ଷ ସାବିତ୍ରୀ ପ୍ରଧାନ ଗତ ବିଧାନ ସଭା ନିର୍ବାଚନରେ ବିଜେଡ଼ି ଟିକେଟରେ ପ୍ରାର୍ଥୀ ହେବା ପରେ ସେ ବିଧିବଦ୍ଧ ଭାବେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।

ଅଯୋଧ୍ଯା ଗଣଦୁଷ୍କର୍ମ ମାମଲା, ଅଭିଯୁକ୍ତର ସପିଂ କମ୍ପ୍ଲେକ୍ସରେ ବୁଲିଲା ବୁଲଡୋଜର

ନନ୍ଦିଘୋଷ ବ୍ୟୁରୋ: ଅଯୋଧ୍ଯା ଗଣଦୁଷ୍କର୍ମ ମାମଲା। ଅଭିଯୁକ୍ତର ସପିଂ କମ୍ପ୍ଲେକ୍ସରେ ବୁଲିଲା ବୁଲଡୋଜର। ବେଆଇନ ଭାବେ ନିର୍ମାଣ କରାଯାଇଥିବା ଅଭିଯୋଗ କ୍ରମେ କାରଖାନାକୁ ଭାଙ୍ଗିଦିଆଯାଇଛି। ଗଣଦୁଷ୍କର୍ମ ଅଭିଯୋଗରେ ସମାଜବାଦୀ ପାର୍ଟି ନେତା ତଥା ଅଭିଯୁକ୍ତ ମୋଇଦ ଖାଁଙ୍କ ବିରୋଧରେ ପଦକ୍ଷେପ ନେଇଛି ପ୍ରଶାସନ। ସେଠାରେ ବେଆଇନ ଭାବେ ମୋଇଦ ଖାଁ ଏକ ସପିଂ କମ୍ପ୍ଲେକ୍ସ ନିର୍ମାଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ସେପଟେ ଅଯୋଧ୍ଯା ଗଣଦୁଷ୍କର୍ମ ପୀଡିତାଙ୍କ ଘରେ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଛି। ଲକ୍ଷ୍ମୌ କେଜିଏମୟୁରେ ପୀଡିତାଙ୍କ ଗର୍ଭ ପରୀକ୍ଷା ପରେ ତାଙ୍କୁ ଭାଦର୍ସା ସହରକୁ ସ୍ଥାନାନ୍ତର କରାଯାଇଛି। ପୀଡିତାଙ୍କୁ ସରକ୍ଷା ଦେବା ଲାଗି ୩୦ ଜଣ ପୋଲିସ, ମହିଳା କନଷ୍ଟେବଳଙ୍କୁ ମୁତୟନ କରାଯାଇଛି। ଦୁଷ୍କର୍ମ ମାମଲାରେ ଗତ ଜୁଲାଇ ୩୦ରେ ଅଭିଯୁକ୍ତ ମୋଇଦ ଖାଁଙ୍କୁ ଗିରଫ କରିଥିଲା ପୋଲିସ। ପୂର୍ବରୁ ମୋଇଦଙ୍କ ପାଉଁରୁଟି କାରଖାନାଙ୍କୁ ପ୍ରଶାସନ ଭାଙ୍ଗି ଦେଇଥିଲା।

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଭାରତୀୟ ହକି ଦଳ

ନନ୍ଦିଘୋଷ ବ୍ୟୁରୋ: ନବୀନ ନିବାସରେ ଅଲିମ୍ପିକ୍ସ ବିଜୟୀ ଭାରତୀୟ ହକିଦଳ। ଅଲିମ୍ପିକରେ ବ୍ରୋଂଜ଼ ପଦକ ବିଜୟୀ ଭାରତୀୟ ହକି ଦଳ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କ ନେତୃତ୍ୱରେ ବିରୋଧୀ ଦଳ  ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ଏହି ଅବସରରେ ନବୀନ ଖେଳାଳୀମାନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦେଶର ଗୌରବକୁ ଆହୁରି ଉଚ୍ଚସ୍ତରକୁ ନେବାକୁ କାମ ଜାରି ରଖିବା ପାଇଁ ଖେଳାଳୀମାନଙ୍କୁ ପରାମର୍ଶ ଦେଇଥିଲେ। ଆଗାମୀ ଅଲମ୍ପିକରେ ଓଡିଶା ତଥା ଭାରତ ହକିରେ ସୁନା ପଦକ ଆଶା ରଖିଛନ୍ତି ବୋଲି କହିଛନ୍ତି ନବୀନ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଖେଳାଳିମାନଙ୍କୁ ଉପାୟନ ଓ ରୁପା ତାରାକସିର କୋଣାର୍କ ଚକ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଖେଳାଳୀମାନେ ସେମାନଙ୍କ ସ୍ଵାକ୍ଷର ସମ୍ବଳିତ ଜର୍ସି ନବୀନଙ୍କୁ ପ୍ରଦାନ କରିଥିଲେ। ଭାରତୀୟ ହକି ଦଳ ସବୁବେଳେ ଓଡିଶା ତଥା ଓଡିଶାବାସୀଙ୍କ ନିକଟରେ ସେମାନଙ୍କ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞ ରହିବ ବୋଲି କହିଥିଲେ ହକି ଦଳ ଖେଳାଳି। ଯେତେବେଳେ ହକି ପାଇଁ କେହି ପ୍ରାୟୋଜକ ଆଗେଇ ଆସି ନଥିଲେ ସେତେବେଳେ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ। ଓଡିଶା ଭାରତୀୟ ହକି ଦଳର ସ୍ପନସର ଦାୟିତ୍ୱ ନେଇଥିଲା। ଯାହାର ଫଳଶୃତି ସ୍ୱରୂପ ଆଜି ଅଲମ୍ପିକରେ ଭାରତୀୟ ହକି ଲଗାତାର ଦୁଇଥର ପଦକ ଜିତିବାରେ ସଫଳ ହୋଇପାରିଛି। ଓଡିଶାବାସୀଙ୍କ ସମର୍ଥନ ଯୋଗୁଁ ଭାରତୀୟ ହକି ତାର ଗୌରବ ଫେରି ପାଇଛି ବୋଲି ଖେଳାଲିମାନେ ପ୍ରକାଶ କରିବା ସହ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ।

ହିଣ୍ଡେନବର୍ଗ-ଆଦାନୀ ବିବାଦ ମାମଲାରେ କଂଗ୍ରେସର ଜୋରଦାର ବିକ୍ଷୋଭ

ନନ୍ଦିଘୋଷ ବ୍ୟୁରୋ: ସିକ୍ଯୁରିଟିସ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ବା ସେବି ମୁଖ୍ଯ ମାଧବୀ ପୁରି ବୁଚଙ୍କ ଇସ୍ତଫା ଦାବିରେ ତାତିଲା କଂଗ୍ରେସ। ଦେଶବ୍ଯାପୀ ଆନ୍ଦୋଳନ କରିଛି ଦଳ। ହିଣ୍ଡେନବର୍ଗ-ଆଦାନୀ ବିବାଦ ମାମଲାରେ ଯୁଗ୍ମ ସଂସଦୀୟ କମିଟି ତଦନ୍ତ ଲାଗି ଦାବି କରିଛି କଂଗ୍ରେସ। ହାଇଦ୍ରାବାଦ ସମେତ ଦେଶର ବିଭିନ୍ନ ଭାଗରେ କଂଗ୍ରେସ କରିଛି ବିକ୍ଷୋଭ। ଦଳ ପକ୍ଷରୁ କୁହାଯାଇଛି ଦେଶରେ ଆଦାନିଙ୍କୁ ଧନୀ କରିବା ଲାଗି ସମସ୍ତ କ୍ଷେତ୍ର ପ୍ରସ୍ତୁତ ହୋଇଛି। ଜଣେ ବ୍ଯକ୍ତିଙ୍କ ଲାଗି ଇଡି, ସିବିଆଇ, ଆୟକର ବିଭାଗକୁ ବ୍ଯବହାର କରାଯାଇଛି। ସେବି ଅଧ୍ଯକ୍ଷ ମାଧବୀ ତୁରନ୍ତ ଇସ୍ତଫା ଦେବାଗୁ ଦଳ ଦାବି କରିଛି। ମାଧବୀଙ୍କ ଇସ୍ତଫା ଏବଂ ଏକ ଜେପିସି ଗଠନ ଲାଗି ଦାବି କରିଆସୁଛନ୍ତି ଇଣ୍ଡିଆ ବ୍ଲକ ସଦସ୍ଯ।

ଓଡିଶା ପ୍ରଦେଶର କଂଗ୍ରେସର ଗଣତନ୍ତ୍ର ବଞ୍ଚାଓ, ସମ୍ବିଧାନ ବଞ୍ଚାଓ ଅଭିଯାନ। ଇଡି ଅଫିସ ସମ୍ମୁଖରେ ରାଜ୍ୟ କଂଗ୍ରେସର ଗଣ ବିକ୍ଷୋଭ। ଷ୍ଟିରିଙ୍ଗ କମିଟି ସଦସ୍ୟ ତଥା କଂଗ୍ରେସ ନେତା ମହମ୍ମଦ ମୋକିମ ନେତୃତ୍ୱରେ ଏହି ବିରୋଧ ପ୍ରଦର୍ଶନ। ରାହୁଲ ଗାନ୍ଧୀଙ୍କ ନିର୍ଦେଶ କ୍ରମରେ ଆଜି ସାରା ଭାରତବର୍ଷରେ ସମସ୍ତ ଇଡି ଅଫିସ ସମ୍ମୁଖରେ ପ୍ରତିବାଦ କରାଯାଉଛି। ଏହି ବିରୋଧ ପଦର୍ଶନ କାଯ୍ୟକ୍ରମରେ କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ସହ ଅନ୍ୟ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ସାମିଲ ହୋଇଛନ୍ତି।