spot_img
Home Blog Page 1589

ରାଜ୍ଯସଭା ଉପନିର୍ବାଚନ, ଆଜି କରାଯିବ ପ୍ରାର୍ଥିପତ୍ର ଯାଞ୍ଚ

ନନ୍ଦିଘୋଷ ବ୍ୟୁରୋ: ରାଜ୍ଯସଭା ଉପନିର୍ବାଚନ ପାଇଁ ରାଜ୍ଯରାଜନୀତି ଚଳଚଞ୍ଚଳ । ବିଜେପି ଦଳରୁ ଦୁଇ ଜଣ ପ୍ରାର୍ଥୀ ନାମାଙ୍କନ ଭରିବା ପରେ ରାଜନୀତି ଆହୁରି ଉଷ୍ମ ହୋଇଛି । ଆଜି ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ଏହାପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ତେବେ ରାଜ୍ୟସଭା ପ୍ରାର୍ଥିତ୍ବକୁ ନେଇ ରାଜ୍ଯ ବିଜେପି ଦୁଇ ଫାଳ ହୋଇଥିବା ଆଲୋଚନା ହେଉଛି । ଦଳୀୟ ପ୍ରାର୍ଥୀ ମମତା ମହାନ୍ତ ପ୍ରାର୍ଥିପତ୍ର ଭରିଥିବାବେଳେ ଶେଷ ସମୟରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ଜଗନ୍ନାଥଙ୍କ ପାଇଁ ବିଜେପିର ୧୦ ଜଣ ବିଧାୟକ ପ୍ରସ୍ତାବକ ରହିଛନ୍ତି । ସ୍ବାଧୀନ ଭାବେ ନାମାଙ୍କନ ଭରିଥିବା ଜଗନ୍ନାଥ ଗଣମାଧ୍ଯମକୁ ସୂଚନା ଦେଇଛନ୍ତି । କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଅନୁଗୁଳ ବିଧାୟକ ଅଗସ୍ତୀ ବେହେରା, ମହାକାଳପଡ଼ା ବିଧାୟକ ଦୁର୍ଗା ନାଏକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ଯାନସାମନ୍ତରାୟ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ବଡ଼ଚଣା ବିଧାୟକ ଅମର ନାୟକ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଳା, ପିପିଲି ବିଧାୟକ ଆଶ୍ରୀତ ପଟ୍ଟନାୟକଙ୍କ ସହ ୧୦ ଜଣ ଜଗନ୍ନାଥଙ୍କର ପ୍ରସ୍ତାବକ ରହିଛନ୍ତି । ପ୍ରଶ୍ନ ଉଠୁଛି, ମମତା ମହାନ୍ତ ବିଜେପି ପ୍ରାର୍ଥୀ ହୋଇଥିବାବେଳେ କାହିଁକି ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କଲେ ଜଗନ୍ନାଥ ? ଜଗନ୍ନାଥ ବିଜେପିର ବିଦ୍ରୋହୀ ପ୍ରାର୍ଥୀ ଭାବେ ଛିଡ଼ା ହେଲେ କି ? ମମତା ବିଜେପି ପ୍ରାର୍ଥୀ ହୋଇଥିବାବେଳେ ଜଗନ୍ନାଥଙ୍କ ସପକ୍ଷରେ ୧୦ ବିଜେପି ବିଧାୟକ ପ୍ରସ୍ତାବକ ରହିଲେ କେମିତି ? ଜଗନ୍ନାଥଙ୍କୁ ମିଳିବ କି ବିଜେଡି ଓ କଂଗ୍ରେସର ସମର୍ଥନ ? ରାଜନୈତିକ ସମୀକ୍ଷକଙ୍କ ମତରେ ଯଦି କଂଗ୍ରେସ ଓ ବିଜେଡି ଜଗନ୍ନାଥଙ୍କୁ ସମର୍ଥନ କରନ୍ତି ତେବେ ବିଜେପି ପ୍ରାର୍ଥୀ ମମତାଙ୍କ ବିଜୟ ସମ୍ଭାବନା ସଂକଟରେ ପଡ଼ିଯିବ ।

ଯୁବକଙ୍କ ହାତକୁ ହାଣିଦେଲେ ଦୁର୍ବୃତ୍ତ

କଟକ: କଟକ ପୋତାପୋଖରୀ ଅଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଚାଉଳିଆଗଞ୍ଜ ଅଞ୍ଚଳର ଜଣେ ଯୁବକଙ୍କୁ କିଛି ଯୁବକଙ୍କ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ଯୁବକଙ୍କ ହାତକୁ ଏକ ମାରଣାସ୍ତ୍ରରେ ହାଣିଥିଲେ ଦୁର୍ବୃତ୍ତ। ଆହତ ଯୁବକଙ୍କ ନା ଶୋମନାଥ ପୃଷ୍ଟି । ଗୁରୁତର ଅବସ୍ଥାରେ ତାଙ୍କୁ SCBରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର। ତାଙ୍କର ଢେ଼ଙ୍କାନାଳ ବାସ ଭବନରେ ଭିଜିଲାନ୍ସ ରେଡ କରୁଛି। କଟକର ସ୍ବତନ୍ତ୍ର ଟିମ୍ ଏକ ସାଙ୍ଗରେ ଆଠଟି ଜାଗାରେ ରେଡ୍ କରାଯାଉଛି। ଢେ଼ଙ୍କାନାଳର କାଲଟାକ୍ସ ଘରେ ଓ ତାଙ୍କ ଭାଇଙ୍କ ଘରେ ଚାଲିଛି  ରେଡ।

ବସ୍- ଟ୍ୟାଙ୍କର ଧକ୍କା, ୫ ମୃତ

ନନ୍ଦିଘୋଷ ବ୍ୟୁରୋ: ବସ ଓ ଟ୍ୟାଙ୍କର ମଧ୍ୟରେ ଧକ୍କା। ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ । ଗଞ୍ଜାମ ହିଞ୍ଜିଳି ଥାନା ଅନ୍ତର୍ଗତ ସମରଝୋଳ  ଛକରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ଅନେକ ବସ ଯାତ୍ରୀ ଗୁରୁତର ରହିଛନ୍ତି। ଘରୋଇ ବସଟି ଭଞ୍ଜନଗର ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଛି ।

ରାଜ୍ଯରେ ବରିଷ୍ଠ ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ

ନନ୍ଦିଘୋଷ ବ୍ୟୁରୋ: ରାଜ୍ଯରେ ବରିଷ୍ଠ ଆଇଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ । ୧୮ ଆଇଏଏସଙ୍କ ବଦଳି କରିଛନ୍ତି ରାଜ୍ଯ ସରକାର। ୧୯୯୧ ବ୍ୟାଚର  ବରିଷ୍ଠ ଆଇଏଏସ ସତ୍ଯବ୍ରତ ସାହୁ ହୋଇଛନ୍ତି ଗୃହ ବିଭାଗ ଅତିରିକ୍ତ ମୁଖ୍ଯ ସଚିବ । ବଦଳିଛନ୍ତି ଏସଆରସି ସତ୍ଯବ୍ରତ ସାହୁ । ଓଏମସି ଚେୟାରମ୍ୟାନ ତଥା ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବା ଦେଓରଞ୍ଜନ ସିଂଙ୍କୁ ଏସଆରସି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ଯ ସରକାର । ଏହାସହିତ ସେ ଓସଡମା ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଇବେ । ସୁରେନ୍ଦ୍ର କୁମାରଙ୍କୁ ପର୍ଯ୍ୟଟନ ବିଭାଗ ସହ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି। ସେ ସାଧାରଣ ପ୍ରଶାସନ, ସଂସଦୀୟ ବ୍ଯାପାର ଓ ଓଏମସି ଅଧ୍ଯକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଥିବା ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ମୁଖ୍ୟ ସଚିବ ଭାବେ ବଦଳି କରାଯାଇଛି ।

ବିଷ୍ଣୁପଦ ସେଠୀ ଓଡ଼ିଆ ଭାଷା, ସାହିତ୍ଯ ଏବଂ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ଉଷା ପାଢୀ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି ।  ସେ ବାଣିଜ୍ୟ ଓ ପରିବହନ ବିଭାଗର ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ବିଶାଲ ଗଗନ ନୂଆଦିଲ୍ଲୀରେ ରେସିଡେଣ୍ଟ କମିଶନର ଭାବେ ନିଯୁକ୍ତ ହୋଇଥିବାବେଳେ ଏନବିଏସ ରାଜପୁତ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ସେହିପରି  ଶାଳିନ ପଣ୍ଡିତ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ବଦଳି ହୋଇଛନ୍ତି । ଅଶ୍ବଥି ଏସ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗର ସଚିବ ହୋଇଛନ୍ତି । ଅନୁସୂଚିତ ଜାତି-ଜନଜାତି ବିଭାଗର କମିଶନର ଥିବା ରୁପା ରୋଶନ ସାହୁଙ୍କୁ ଦକ୍ଷିଣାଂଚଳ ଆରଡିସି ଭାବେ ବଦଳି କରାଯାଇଛି । ସଚିନ ରାମଚନ୍ଦ୍ର ଯାଦବ ଉତ୍ତରାଞ୍ଚଳ ଆରଡିସି ଭାବେ ନିଯୁକ୍ତି ପାଇଛନ୍ତି ।

ବଳବନ୍ତ ସିଂହଙ୍କୁ ପର୍ଯ୍ୟଟନ ବିଭାଗର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ୟାମିନି ଷଡ଼ଙ୍ଗୀଙ୍କୁ ସିଟି ଜିଏସଟି କମିଶନର ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।  ବି ପରମେଶ୍ୱରନଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଏନ ଥିରୁମାଲା ନାୟକଙ୍କୁ ବିଡିଏର ଭାଇସ ଚେୟାରମ୍ୟାନ ଭାବେ ବଦଳି କରାଯାଇଛି । ସମର୍ଥ ବର୍ମାଙ୍କୁ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ, ଅନନ୍ୟା ଦାସଙ୍କୁ ଓସେପାର ନିର୍ଦ୍ଦେଶିକା ଭାବେ ବଦଳି କରାଯାଇଛି ।

ଚିକିଟି ମଦ ମୃତ୍ୟୁ ମାମଲା: ବ୍ରହ୍ମପୁରର ଅବକାରୀ ସୁପରିଟେଣ୍ଡେଣ୍ଟ ନିଲମ୍ବିତ

ନନ୍ଦିଘୋଷ ବ୍ୟୁରୋ: ବେଆଇନ ମଦ କାରବାର ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଘଟଣାରେ ବ୍ରହ୍ମପୁରର ଅବକାରୀ ସୁପରିଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମାମଲାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ । ଏଥି ସହିତ ବେଆଇନ ତଥା ଚୋରା ମଦ କାରବାରକୁ ସଂପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚିକିଟି ଘଟଣାରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଚିକିତ୍ସା ସହାୟତା ଯୋଗାଇ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବେଆଇନ ମଦ କାରବାର ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟପକ୍ଷରେ ଅବକାରୀ ବିଭାଗ ପକ୍ଷରୁ ଗତକାଲି ସନ୍ଧ୍ୟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୭ ହଜାର ୨୭୪ ଲିଟର ବେଆଇନ ମଦ ଜବତ କରାଯିବା ସହ ୭୨ ଜଣଙ୍କୁ ଗିରଫ କରାଯାଇଛି । ଏଥି ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୩୮୫ ଲିଟର ମଦ ଜବତ ହୋଇଛି ।

ପୁରୀ ଶଙ୍କରାନନ୍ଦ ମଠରେ ଛୁରାମାଡ଼

ନନ୍ଦିଘୋଷ ବ୍ୟୁରୋ: ପୁରୀ ଶଙ୍କରାନନ୍ଦ ମଠରେ ଛୁରାମାଡ଼ । ଛୁରାମାଡ଼ରେ ଶଙ୍କରାନନ୍ଦ ମଠ ଟ୍ରଷ୍ଟ ବୋର୍ଡର ସଭାପତି ଦୁର୍ଗାପ୍ରସାଦ ମିଶ୍ର ଆହତ ହୋଇଛନ୍ତି  । ଦୁର୍ଗା ପ୍ରସାଦ ମିଶ୍ରଙ୍କ ମୁଣ୍ଡରେ ଲାଗିଛି ଆଘାତ । ଶଙ୍କରାନନ୍ଦ ମଠରେ ଜବରଦଖଲ କରି ରହିଥିବା ଡେକୋରେଟର ଏହି ଛୁରାମାଡ଼ କରିଥିବା ଜଣାପଡିଛି। ଦୁର୍ଗା ପ୍ରସାଦଙ୍କୁ ଆହତ ଅବସ୍ଥାରେ ପୁରୀ ମେଡିକାଲରେ ଭ ଚିକିର୍ସିତ ହେଉଛନ୍ତି ଦୁର୍ଗାପ୍ରସାଦ ମିଶ୍ର ।

ଅନୁସୂଚିତ ଜାତି ଓ ଜନଜାତିଙ୍କ ସହ ସବୁବେଳେ ରହିଛି ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଅନୁସୂଚିତ ଜାତି ଓ ଜନଜାତିଙ୍କ ସହ ସବୁବେଳେ ରହିଛି ବିଜେଡି । ରାଜ୍ଯରେ ଏସସିଏସଟିଙ୍କ ବିକାଶ ପାଇଁ ବିଜେଡି ସରକାର ଅନେକ କାମ କରିଛି । ୯ ଜିଲ୍ଲାରେ ଗଠନ ହୋଇଥିବା ଏସଡିସିକୁ ୨୩ଜିଲ୍ଲାକୁ ସଂପ୍ରସାରିତ କରିଥିଲେ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ କହିଛନ୍ତି, ପଣ୍ଡିତ ରଘୁନାଥ ମୂର୍ମ, ସହିଦ ଲକ୍ଷ୍ମଣ ନାୟକ, ରେଣ୍ଡୋ ମାଝୀଙ୍କ ନାଁରେ ୩ଟି ମେଡିକାଲ କଲେଜର ନାମକରଣ କରାଯାଇଛି । ସେହିପରି ବିର୍ସାମୁଣ୍ଡାଙ୍କ ନାମରେ ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ନିର୍ମିତ ହୋଇଛି । ୫ଟି ବର୍ଗ କୁଇ, ମୁଣ୍ଡାରୀ, ଭୂମୀ, ସଉରାଙ୍କୁ ଜନଜାତିରେ ସାମିଲ କରିବାକୁ ବିଜେଡି ସବୁବେଳେ କାର୍ଯ୍ଯ କରିଆସିଛି । ୧୩୫ଟି ଉପବର୍ଗକୁ ଏସଟି ବର୍ଗରେ ସାମିଲ ପାଇଁ ବିଜେଡି କାର୍ଯ୍ଯ କରିଆସୁଛି। ଏବେ ସାରା ଦେଶରେ ଏସସିଏସଟି ଆନ୍ଦୋଳନ କରୁଛନ୍ତି । ଏସସିଏସଟିଙ୍କ ମଧ୍ଯରେ ବିଭାଜନକୁ ନେଇ ଅସନ୍ତୋଷ ଦେଖାଦେଇଛି । ମାତ୍ର କେନ୍ଦ୍ରର ବିଜେପି ସରକାର କୌଣସି ପ୍ରତିକ୍ରିୟା ନରଖି ନିରବ ରହିଛନ୍ତି । ୨୦୧୪ରୁ କେନ୍ଦ୍ରରେ ବିଜେପି ସରକାର ଥିବାବେଳେ ଆଦିବାସୀଙ୍କ ପାଇଁ କୌଣସି କାମ କରିନଥିବା ବିଜେଡି ଅଭିଯୋଗ କରିଛି ।

ଚାଷୀଙ୍କ ଅଜାଣତରେ ଆକାଉଣ୍ଟରେ କୋଟି କୋଟି ଟଙ୍କା ଟ୍ରାଞ୍ଜାକ୍ସନ

ନନ୍ଦିଘୋଷ ବ୍ୟୁରୋ: ନବରଙ୍ଗପୁର ଝରିଗାଁରେ ଉତ୍କର୍ଷ ବ୍ଯାଙ୍କ ଟଙ୍କା ଦେଣନେଣରେ ମହାଘୋଟାଲା । ଚାଷୀଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କାର ଟ୍ରାଞ୍ଜାକ୍ସନ । ଚାଷୀଙ୍କ ଅଜାଣତରେ ହୋଇଛି ଟଙ୍କା କାରବାର । ମାତ୍ର ୩ ମାସ ମଧ୍ଯରେ କୋଟି କୋଟି ଟଙ୍କା ଦେଣନେଣ ହୋଇଛି । ଏଠି ପ୍ରଶ୍ନ ଉଠୁଛି- ଚାଷୀଙ୍କ ଆକାଉଣ୍ଟରେ କିଏ କରିଛି କୋଟିକୋଟି ଟଙ୍କା ଟ୍ରାଞ୍ଜାକ୍ସନ ? ୧୨ ଜଣ ଚାଷୀଙ୍କ ଅଜାଣତରେ ଏଭଳି ବଡ଼ଧରଣର ଟଙ୍କା କାରବାର ହୋଇଥିବା ଅଭିଯୋଗ ହୋଇଛି ।

ଉତ୍କର୍ଷ ବ୍ଯାଙ୍କ ଟଙ୍କା ଦେଣନେଣରେ ମହାଘୋଟାଲା । ଚାଷୀଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଟ୍ରାଞ୍ଜାକ୍ସନ । ଅଜାଣତରେ ହୋଇଛି ଟଙ୍କା କାରବାର । ଏଭଳି ଆଶ୍ଚର୍ଯ୍ଯଜନକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ଯାଙ୍କ ଶାଖାରେ । ଋଣ ପାଇବା ଆଶାରେ ଚାଷୀ ଆକାଉଣ୍ଟ ଖୋଲିଥିବାବେଳେ ସେଥିରେ ମାତ୍ର ୩ ମାସରେ କୋଟି କୋଟି ଟଙ୍କା ଦେଣନେଣ ହୋଇଛି । ୧୨ ଜଣ ଚାଷୀଙ୍କ ଅଜାଣତରେ ଏଭଳି ବଡ଼ଧରଣର ଟଙ୍କା କାରବାର ହୋଇଥିବା ଅଭିଯୋଗ ହୋଇଛି । ଏଠି ପ୍ରଶ୍ନ ଉଠୁଛି- ଚାଷୀଙ୍କ ଆକାଉଣ୍ଟରେ କିଏ କରିଛି କୋଟିକୋଟି ଟଙ୍କା ଟ୍ରାଞ୍ଜାକ୍ସନ? ଟଙ୍କାକାରବାର ସମ୍ପର୍କରେ ବ୍ଯାଙ୍କ କର୍ତ୍ତୃପକ୍ଷ ଜାଣିପାରିଲେନି କେମିତି ?

ଇଏ ଝରିଗାଁ ବ୍ଲକ କୁଟୁରିଛାପର ଗାଁର ଜଳନ୍ଧର ହରିଜନ । ଉକ୍ତ ବ୍ୟାଙ୍କରେ ୩ ମାସ ତଳେ ସେ ୧୦ହଜାର ଟଙ୍କା ଡିପୋଜିଟ କରି ସେଭିଂ ଆକାଉଣ୍ଟ ଖୋଲିଥିଲେ । ପ୍ରାୟ ତିନି ମାସ ବିତିଯାଇଥିଲେ ତାଙ୍କୁ କୌଣସି ପାସବୁକ ମିଳିନଥିଲା । ପରବର୍ତ୍ତୀ ସମୟରେ ନିଜ ଆକାଉଣ୍ଟ ସମ୍ପର୍କରେ ଯାଞ୍ଚ ବେଳେ ତାଙ୍କ ନାଁରେ ବଡ଼ଧରଣର ଟ୍ରାଞ୍ଜାକ୍ସନ ହୋଇଥିବା ଜାଣିବାକୁ ପାଇଥିଲେ । ଜଳନ୍ଧରଙ୍କ ଅଜାଣତରେ ତିନି ମାସରେ ପ୍ରାୟ ୧୧ ଲକ୍ଷ ଟଙ୍କା କାରବାର ହୋଇଥିଲା । ଏନେଇ ବ୍ଯାଙ୍କ ମ୍ଯାନେଜର ମଧ୍ଯ କୌଣସି ଠୋସ କାରଣ ଦେଇପାରିନଥିବା ଅଭିଯୋଗ ହୋଇଛି । କେବଳ ଜଳନ୍ଧର ନୁହଁନ୍ତି, ତାଙ୍କ ଭଳି ୧୨ ଜଣଙ୍କ ଚାଷୀଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଟ୍ରାଞ୍ଜକ୍ସନ ହୋଇଥିବା ଜଣାପଡ଼ିଛି । ଏନେଇ ୮ ଜଣ ଝରିଗାଁ ଥାନାରେ ଅଭିଯୋଗ କରିଛନ୍ତି ।

ବ୍ଯାଙ୍କର ଦୁଇ କର୍ମଚାରୀଙ୍କ ସମେତ ଅନ୍ଯ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । କିଏ ଓ କାହିଁକି ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଟ୍ରାଞ୍ଜାକ୍ସନ କରିଛି ଏବଂ ବ୍ଯାଙ୍କ କର୍ତ୍ତୃପକ୍ଷଙ୍କର କଣ ଭୂମିକା ରହିଛି ସେନେଇ ଖୋଳତାଡ଼ ଜାରି ରହିଛି ।

ମଦ ପାଇଁ ପଇସା ନ ଦେବାରୁ ମା’କୁ ହତ୍ୟା କଲା ପୁଅ

ନନ୍ଦିଘୋଷ ବ୍ୟୁରୋ: ମଦ ପାଇଁ ପଇସା ନ ଦେବାରୁ ମା’କୁ ହତ୍ୟା କଲା ପୁଅ । ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ରାଇତଳା ଗାଁରେ ଘଟିଛି ଏଭଳି ଘଟଣା। ଗତକାଲି ଅପରାହ୍ନ ସାଢେ ୪ଟାରେ ଟିକିଲି ନାୟକ ନାମକ ଜଣେ ମହିଳାଙ୍କୁ ତାଙ୍କ ପୁଅ ଗଣେଶ ନାୟକ ଓରଫ୍ ଗିରି ଫାର୍ସାରେ ହାଣି ହତ୍ୟା କରିଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣେଶଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଫାର୍ସାକୁ ଜବତ କରିଛି । ଘଟଣାରୁ ଜଣାପଡିଛି ଯେ, ରାଇତଳା ଗ୍ରାମର ଟିକିଲି ନାୟକ ନିଜ ଘରେ ଥିବା ବେଳେ, ତାଙ୍କ ପୁଅ ଗଣେଶ ଘରେ ପହଞ୍ଚି ମଦ ପିଇବା ପାଇଁ ମା’କୁ ପଇସା ମାଗିଥିଲା । ଟିକିଲି ପଇସା ନଦେବାରୁ ଉଭୟ ମା ଓ ପୁଅଙ୍କ ମଧ୍ୟରେ କିଛି ସମୟ ଧରି ବଚସା ହୋଇଥିଲା । ପରେ ଉତକ୍ଷୀପ୍ତ ହୋଇ ଗଣେଶ ଏକ ଫାର୍ସାରେ ମା ଟିକିଲିକୁ ହତ୍ୟା କରିଥିଲା । ଗଁଦିଆ ପୋଲିସ ଘଟଣଶର ତଦ କରୁଛି।