spot_img
Home Blog Page 1597

ଫେକ୍ ସାର୍ଟିଫିକେଟ ଦେଇ ସିଆରପି ଚାକିରି କରିଥିବା ଅଭିଯୋଗ

କନ୍ଧମାଳ: ଫେକ୍ ସାର୍ଟିଫିକେଟ ଦେଇ ସିଆରପି ଚାକିରି କରିଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର ଆଇନ ବଳରେ ପ୍ରମାଣ ମିଳିଛି। କନ୍ଧମାଳ ରାଇକିଆ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି। ରାଇକିଆ ପେଟାମାହା ଗାଁର ପଦ୍ମିନୀ ନାୟକ ରାଇକିଆ ବ୍ଲକର ଓଏଲଏମ୍ ଓ ବିପିଏମ୍ ଜୟଦେବ ପ୍ରଧାନଙ୍କ ଅଧିନରେ ସିଆରପି ଭାବେ ପ୍ରାୟ ୩ ବର୍ଷ ହେବ ଚାକିରି କରୁଛନ୍ତି। କିନ୍ତୁ ପଦ୍ମିନୀ ଦଶମ ଶ୍ରେଣୀ ପାସ୍ ହୋଇନଥିବା ବେଳେ ତାଙ୍କୁ ସିଆରପି ଚାକିରି କିଭଳି ମିଳିଲା ବୋଲି ପ୍ରଶ୍ନ ଉଠିଛି।

ପଦ୍ମିନୀ ଜି.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସିର୍କି ହାଇସ୍କୁଲରେ ପାଠ ପଢିଥିବା ନେଇ ସାର୍ଟିଫିକେଟରେ ଦର୍ଶାଇଥିଲେ। ଉକ୍ତ ସାର୍ଟିଫିକେଟ୍ ଫେକ୍ ହୋଇଥିବା ଜଣାପଡ଼ିଛି । ଘଟଣାରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲୋକେ।

ବାରଙ୍ଗରେ ବୁଲୁଛି କଲରାପତରିଆ ବାଘ !

କଟକ: ବାରଙ୍ଗରେ କଲରା ପତରିଆ ବାଘ ଆତଙ୍କ । ଜୟପୁର ଓ ଗୋପପୁର ଗାଁ ନିକଟ ଜଙ୍ଗଲରେ ଏକ କଲରା ପତରିଆ ବାଘ ବୁଲୁଥିବା ଚର୍ଚ୍ଚା ହେଉଛି । ରବିବାର ରାତି ପ୍ରାୟ ୯ଟା ବେଳେ ଜୟପୁର ଗାଁର କିଛି ଲୋକ ପ୍ରଥମେ ବାଘଟିକୁ ଦେଖିଥିବା କହିଛନ୍ତି । ପରେ ଗୋଠପୁରରେ ମଧ୍ଯ ବାଘଟି ବୁଲୁଥିବା ଦେଖିବାକୁ ମିଳିଥିଲା। ଯାହାର ଏକ ଫଟୋ ସୋସିଆଲ ମଡିଆରେ ଭାଇରାଲ ହେଉଛି । ବାଘ ଥିବା ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ହଷ୍ଟେଲରେ ଭୂତ ଆତଙ୍କ: ଭୂତ ଭୟରେ ଖାଲି ହୋଇଗଲା ହଷ୍ଟେଲ

ବଲାଙ୍ଗୀର: ଲେଡିଜ୍ ହଷ୍ଟେଲରେ ଭୂତ ଆତଙ୍କ, ଖାଲିହୋଇଗଲା ହଷ୍ଟେଲ। ବଲାଙ୍ଗୀର ଜିଲ୍ଲା ଆଗଲପୁର ପଞ୍ଚାୟତ ମହାବିଦ୍ୟାଳୟର ରୋତ ଛାତ୍ରୀନିବାସରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଡାହାଣୀ ଓ ଭୂତ ସନ୍ଦେହରେ ୨୫ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ିଛନ୍ତି। ପୂର୍ବରୁ ମଧ୍ଯ ଭୂତ ଭୟରେ ଛାତ୍ରୀନିବାସରୁ ଅନ୍ଯ ଛାତ୍ରୀମାନେ ପଳାଇଯାଇଥିଲେ।

ଗତ ଶନିବାର ଯୁକ୍ତଦୁଇ ଛାତ୍ରୀଙ୍କ ନିକଟରେ ଅସ୍ବାଭାବିକ ଆଚରଣ ଦେଖିବାକୁ ମିଳିଥିଲା। ପରେ ହଷ୍ଟେଲକୁ ଗୁଣିଆକୁ ଡକାଇ ପୂଜାପାଠ କରାଯାଇଥିଲା। ପରେ ଅବଶିଷ୍ଟ ୨୫ ଛାତ୍ରୀ ଭୂତ ଭୟରେ ହଷ୍ଟେଲ ଛାଡ଼ି ଚାଲିଯାଇଛନ୍ତି। ଏସବୁ କଲେଜ ଅଧ୍ଯକ୍ଷ ଓ କର୍ତ୍ତୃପକ୍ଷଙ୍କ ଜାଣତରେ ହିଁ ହୋଇଥିଲା। ଗୁଣିଆକୁ ଡକାଇବା ଘଟଣାକୁ କଲେଜ ଅଧ୍ଯକ୍ଷ ମଧ୍ଯ ସ୍ବୀକାର କରିଛନ୍ତି।

ଏଠାରେ ବଡ଼ ପ୍ରଶ୍ନ ଉଠୁଛି, କେମିତି ଅନ୍ଧବିଶ୍ବାସକୁ ସ୍ବିକୃତୀ ଦେଲେ କଲେଜ ଅଧ୍ଯକ୍ଷ ? କାହିଁକି ହଷ୍ଟେଲ ପରିସରରେ ଗୁଣିଆକୁ ଡକାଇ କରାଗଲା ପୂଜାର୍ଚ୍ଚନା ? ଶିକ୍ଷିତ ହୋଇଥିଲେ ବି କେମିତି ଅନ୍ଧବିଶ୍ବାସକୁ ଭରସା କଲେ ଅଧ୍ଯକ୍ଷ ?

ଗଛକୁ ରାକ୍ଷୀ ବାନ୍ଧିଲେ ମହିଳା; ଗଛକୁ ସୁରକ୍ଷା ଦେବାକୁ ନିଆରା ପ୍ରୟାସ

ଗଛକୁ ରାକ୍ଷୀ ବାନ୍ଧିଲେ ମହିଳା। ଗଛ ନିକଟରେ ମହିଳାମାନେ ଏକତ୍ରିତ ହୋଇ ହୁଳହୁଳି ହାତରେ ବନ୍ଦାପନା ଥାଳି ଧରି ଗଛକୁ ରାକ୍ଷୀ ବାନ୍ଧିଛନ୍ତି। ପୁରୀ ଅସ୍ତରଙ୍ଗ ଗୁଣ୍ଡଳବା ଗାଁର ମହିଳା ବୃକ୍ଷ ସୁରକ୍ଷା ପାଇଁ ଶପଥ ନେଇଛନ୍ତି। ଗଛ ବଞ୍ଚିଲେ ଦୁନିଆ ବଞ୍ଚିବ ନାରା ଦେଇ ମହିଳା ମାନେ ଗଛ ହିଁ ଆମର ଭାଇ ବୋଲି କହି ରାକ୍ଷୀ ବାନ୍ଧିଛନ୍ତି।

ବୃକ୍ଷ ପୂଜା ଭାରତୀୟ ସଂସ୍କୃତିର ପ୍ରାଚୀନ ପରମ୍ପରା। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଗଛ ଆମର ସହଯୋଗ କରିଥାଏ ବୋଲି ମହିଳା କହିଛନ୍ତି। ଗଛ ବିନା ସଂସାରର କଳ୍ପନା କରାଯାଇ ପାରେନି, ତେଣୁ ଗଛ ସୁରକ୍ଷା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ କରାଯାଉଛି। ଗୁଣ୍ଡଳବା ଭିଏସଏସର ମହିଳା ମାନେ ଗଛରେ ରାକ୍ଷୀ ବାନ୍ଧି ପରିବେଶ ସଚେତନତାର ବାର୍ତ୍ତା ଦେଇଛନ୍ତି।

ଆଜି ଶ୍ରାବଣର ଶେଷ ସୋମବାର, ବାବା ଆଖଣ୍ଡଳମଣିଙ୍କ ପୀଠରେ କାଉଡିଆଙ୍କ ଭିଡ

ଭଦ୍ରକ: ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର। ଏହି ଦିନରେ ବାବା ଆଖଣ୍ଡଳମଣିଙ୍କୁ ଜଳାଲାଗି କରିବା ପାଇଁ ହଜାର ହଜାର କାଉଡିଆଙ୍କ ଭିଡ ଲାଗିଛି । ବହୁ ଦୂରଦୂରାନ୍ତରୁ ଆଖଣ୍ଡଳମଣି ପୀଠକୁ ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି। ଭଦ୍ରକ ଆରଡି ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ରାତ୍ର ଚାରିଟାରେ ମନ୍ଦିରର ଦ୍ଵାର ଫିଟାଯାଇ ସମସ୍ତ ରୀତିନୀତି ସମାପନ କରାଯାଇଥିଲା । ଏହାପରେ ସର୍ବସାଧାରଣଙ୍କ ଦର୍ଶନ ସହିତ କାଉଡ଼ିଆମାନେ ଜଳଲାଗି କରିଥିଲେ ।

ଆଜି ଶେଷ ସୋମବାର ଓ ପୂର୍ଣ୍ଣିମା ପଡିଥିବାରୁ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଛି। ସେହିପରି ପୀଠରେ ଥିବା ୩ଟି ନଦୀଘାଟରେ ଯେପରି ସୁରକ୍ଷିତ ଭାବେ କାଉଡିଆମାନେ ନଦୀ ପାର ହୋଇ ଆସିବେ ସେଥିପାଇଁ ନଦୀଘାଟର ଉଭୟ ପାର୍ଶ୍ବରେ ଓଡ୍ରାଫଟିମ ଓ ଅଗ୍ନିଶମ ବାହିନୀଙ୍କୁ ନିୟୋଜିତ କରାଯାଇଛି। ଡଙ୍ଗାରେ ଅଧିକ ସଂଖ୍ଯକ କାଉଡିଆ ପାରି ନକରିବାକୁ ୨ଜଣ ଅଧିକାରୀଙ୍କ ସହ ୬ପ୍ଲାଟୁନ ପୋଲି ଫୋର୍ସ ମୃତୟନ ହୋଇଛନ୍ତି।

କର୍ଣ୍ଣାଟକ ମହୀଶୂର ମୁଡା ସ୍କାମ ପ୍ରସଙ୍ଗ; ଆଜି ରାଜ୍ଯବ୍ଯାପୀ ଆନ୍ଦୋଳନ କରିବ କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ : କର୍ଣ୍ଣାଟକ ମହୀଶୂର ମୁଡା ସ୍କାମ ପ୍ରସଙ୍ଗ। ଆଜି ରାଜ୍ଯବ୍ଯାପୀ ଆନ୍ଦୋଳନ କରିବ କଂଗ୍ରେସ। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ମାମଲା ରୁଜୁ ଲାଗି ରାଜ୍ଯପାଳ ଥାଓ୍ବରଚାନ୍ଦ ଗେହଲଟ ନିର୍ଦ୍ଦେଶ ଦେବା ପରେ ତାତିଛି କଂଗ୍ରେସ । ରାଜ୍ଯବ୍ଯାପୀ ପ୍ରତିବାଦ ଆନ୍ଦୋଳନ କରାଯିବାକୁ ଦଳ ନିଷ୍ପତ୍ତି ନେଇଛି ବୋଲି କହିଥିଲେ ଉପମୁଖ୍ଯମନ୍ତ୍ରୀ ଡି.କେ. ଶିବକୁମାର । ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୭ ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ଧାରା ୨୧୮ ଅନୁସାରେ ମାମଲା ଦାୟର ଲାଗି ରାଜ୍ଯପାଳ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ ସିଦ୍ଦରମୈୟା ଆଇନଗତ ଭାବେ ଲଢିବେ ବୋଲି ଦଳ କହିଛି ।

ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟାଙ୍କ ବିରୋଧରେ ଉଭୟ ବିଜେପି ଓ ଜେଡିଏସ ଷଡ଼ଯନ୍ତ୍ର କରୁଛନ୍ତି ଏବଂ ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ ଓ ଦିଲ୍ଲୀ ପରେ ସେମାନେ କର୍ଣ୍ଣାଟକରେ ବି ଷଡଯନ୍ତ୍ର କରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି । ରାଜ୍ଯପାଳ ରାଜନୈତିକ ଷଡ଼ଯନ୍ତ୍ରରେ ସାମିଲ ହୋଇଛନ୍ତି ବୋଲି ଅଭିଯୋଗ କରିଥିଲେ କର୍ଣ୍ଣାଟକ ବ୍ଯାପାରରେ ଥିବା କଂଗ୍ରେସ ପ୍ରଭାରୀ ରଣଦୀପ ସୂର୍ଯେବାଲା । ସେପଟେ ମୁଡା ସ୍କାମକୁ ନେଇ ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟାଙ୍କ ଇସ୍ତଫା ଦାବିରେ ଅଟଳ ରହିଛନ୍ତି ବିଜେପି ଓ ଜେଡିଏସ ।

ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମୋତ୍ସବ, ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି

ପୁରୀ: ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ । ଭାଇ- ଭଉଣୀ ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୂପ ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ମହାପ୍ରଭୁଙ୍କୁ ସେବକମାନେ ଲାଗି କରାଇବେ।

ସେହିପରି ମାର୍କଣ୍ଡ ପୁଷ୍କରିଣୀରେ ବଳଭଦ୍ରଙ୍କ ଜନ୍ମନୀତି ହେବ । ଭୋଗମଣ୍ଡପ ପରେ ଦଇତାପତି ସେବାୟତମାନେ ସୁଦର୍ଶନଙ୍କୁ ଚଉଦଳରେ ବିଜେ କରାଇ ନୀତି ସମାପନ କରିବେ ।

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା; ଭାଇର ହାତରେ ସ୍ନେହର ଡୋରୀ ବାନ୍ଧିବ ଭଉଣୀ

ନନ୍ଦିଘୋଷ ବ୍ୟୁରୋ : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ହାତରେ ସ୍ନେହର ଡୋରୀ ବାନ୍ଧିଥାଏ ଭଉଣୀ । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ଭାଇ ପ୍ରତି ଥିବା ପ୍ରେମକୁ ଏବଂ ଶୁଭକାମନା କରିଥାଏ ଭଉଣୀ। ଭାଇ ମଧ୍ୟ ସାରା ଜୀବନ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିଥାଏ । ଏହି ବିଶେଷ ଅବସରରେ ଭାଇ ଓ ଭଉଣୀମାନେ ପରସ୍ପରକୁ ଉପହାର ଦେଇ ଖୁସି ମନାଇଥାନ୍ତି । ଭାଇ ହାତରେ ବନ୍ଧା ଯାଉଥିବା ସାଧାରଣ ସୂତାଟିଏ ଭଉଣୀ ପାଇଁ ସାରା ଜୀବନ ସାଜିଯାଏ ରକ୍ଷା କବଚ। ଏହି ସ୍ନେହ-ପ୍ରେମର ବନ୍ଧନରେ ବାନ୍ଧି ହୋଇ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ କଥା ଦେଇଥାଏ। ଏହି ପରମ୍ପରା ବହୁ ପ୍ରାଚୀନ କାଳରୁ ରହିଆସିଛି ।

ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକଙ୍କ ପରଲୋକ

ଚେନ୍ନାଇ : ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ରାକେଶ ପାଲଙ୍କ ହୃଦଘାତରେ ମୃତ୍ଯୁ । ଚେନ୍ନାଇରେ ଇହଲୀଳା ସମ୍ବରଣ କରିଛନ୍ତି ରାକେଶ ।  ଚେନ୍ନାଇରେ ଏକ ଇଭେଣ୍ଟରେ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ମାତ୍ର ସେ ଅସୁସ୍ଥତା ଅନୁଭବ କରିଥିଲେ। ତାଙ୍କୁ ତୁରନ୍ତ ରାଜୀବ ଗାନ୍ଧି ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ଯୁ ଘଟିଥିଲା । ରାକେଶଙ୍କୁ ଶେଷ ସମ୍ମାନ ଜଣାଇଥିଲେ ରାଜନାଥ। ଉତ୍ତରପ୍ରଦେଶରେ ଜନ୍ମିତ ରାକେଶ ଇଣ୍ଡିଆନ ନାଭାଲ ଏକାଡେମୀରୁ ଶିକ୍ଷାଲାଭ କରିଥିଲେ । ସେ ୧୯୮୯ରେ ତଟରକ୍ଷୀ ବାହିନୀରେ ଯୋଗ ଦେଇଥିଲେ। ଗତ ଜୁଲାଇ ୨୦୨୩ରେ ସେ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ପଦରେ ଅବସ୍ଥାପିତ ହୋଇଥିଲେ। ତାଙ୍କୁ ୨୦୧୩ରେ ତଟରକ୍ଷକ ମେଡାଲ ଏବଂ ୨୦୧୮ରେ ରାଷ୍ଟ୍ରପତି ତଟରକ୍ଷକ ମେଡାଲ ମିଳିଥିଲା । ସେ ଆଇସିଜିଏସ ସମର୍ଥ, ଆଇସିଜିଏସ ବିଜିତ, ଆଇସିଜିଏସ ସୁଚେତା କ୍ରିପାଳିନୀ, ଆଇସିଜିଏସ ଅହଲ୍ଯାବାଈ ଆଦି ଜାହାଜରେ କମାଣ୍ଡର ପଦ ସମ୍ଭାଳିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ତାମିଲନାଡୁ ମୁଖ୍ଯମନ୍ତ୍ରୀ ଏମକେ ଷ୍ଟାଲିନ ପରଲୋକଗତ ଆତ୍ମାର ସଦଗତି କାମନା ସହ ତାଙ୍କ ମରଶରୀରରେ ପୁଷ୍ପମାଲ୍ଯ ଦେଇଥିଲେ ।

ଉଦୟପୁରରେ ଥମୁନି ହିଂସା , ଇଣ୍ଟରନେଟ୍ ସେବା ବନ୍ଦ

ରାଜସ୍ଥାନ:  ଉଦୟପୁରରେ ପୁଣି ଉତ୍ତେଜନା । ଦୁଇ ସ୍କୁଲ ଛାତ୍ରଙ୍କ ମଧ୍ୟରେ ବଚସାରୁ ଛୁରୀ ଭୁସି ଜଣେ ଛାତ୍ର ଆହତ ପରେ ଥମୁନି ହିଂସା । ଆହତ ଛାତ୍ର ଚିକିତ୍ସିତ ହେଉଥିବା ମେଡିକାଲରେ ଭିଡ଼ ଲଗାଇଛନ୍ତି ଶତାଧିକ ସଂଖ୍ୟାରେ ଲୋକ । ଲୋକମାନେ ଆହତ ଛାତ୍ରଙ୍କୁ ଦେଖିବାକୁ ଜିଦ ଧରି ବସିଛନ୍ତି । ଏହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ୨୦ରୁ ଅଧିକ ମହିଳା ଆହତ ଛାତ୍ରଙ୍କୁ ଦେଖିବାକୁ ମେଡିକାଲ ଭିତରକୁ ପଶିବାବେଳେ ସେମାନଙ୍କୁ ଅଟକାଇଥିଲା ପୋଲିସ । ଦୁଇ ଗୋଷ୍ଠୀ ମଧ୍ୟ ସଂଘର୍ଷ ପରଠାରୁ ସହରରେ ଉତ୍ତେଜନା ଲାଗି ରହିଛି । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ୨୪ ଘଣ୍ଟା ପର୍ଯ୍ୟନ୍ତ ସହରରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଲେକ୍ ସିଟିରେ ମଧ୍ୟ ହିଂସାକାଣ୍ଡ ତେଜିବାରୁ ଆଲର୍ଟରେ ରହିଛି ଭଜନଲାଲ ସରକାର । ଲୋକେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଜନତାଙ୍କୁ ଅପିଲ କରିଛି ପ୍ରଶାସନ । ସେପଟେ ଉଦୟପୁରରେ ଅଭିଯୁକ୍ତର ଘର ଉପରେ ଗତକାଲି ହୋଇଥିଲା ବୁଲଡୋଜର ଆକ୍ସନ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସହରରେ ସମସ୍ତ ସ୍କୁଲ ବନ୍ଦ ରହିବ । ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ଵାରୋପ କରିଛି ଜିଲ୍ଲା ପ୍ରଶାସନ।