କଟକ ପଲିଥିନ ପ୍ରସ୍ତୁତ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ। ଜଗତପୁର ଗୁଜରପୁର ଅଞ୍ଚଳରେ ଜଗା କାଳିଆ ପଲିପ୍ୟାକ୍ ଏଣ୍ଟରପ୍ରାଇଜେସ୍ ନାମକ ପଲିଥିନ୍ ନିର୍ମାଣ ୟୁନଟରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ କଟକ ଓ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି । କଟକ ଜିଲ୍ଲା ଜଗତପୁର ଥାନା ବସନ୍ତବିହାର ଅଞ୍ଚଳରେ ଘଟିଛି ଏ ଅଗ୍ନକାଣ୍ଡ। ବସନ୍ତବିହାର ଅଂଚଳର ସୁଧୀର କୁମାର ନାଥ ନାମକ ବ୍ୟକ୍ତିଙ୍କ ପଲି ପ୍ୟାକିଂ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଥିଲା। କୋଟି କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଥିବାର ସୂଚନା ମିଳିଛି। ଆଜି ସକାଳୁ କମ୍ପାନୀରେ କାମ ଚାଲୁଥିବା ବେଳେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ନେଇ କମ୍ପାନୀ ମାଲିକ ସୂଚନା ଦେଇଛନ୍ତି। ଶ୍ରମିକଙ୍କ କୌଣସି କ୍ଷତି ହୋଇନଥିବା ଜଣାପଡିଛି। ଆମ୍ବୁଲାନ୍ସ ଓ ଅଗ୍ନିଶମବାହିନୀର ୫ ଟିମ ନିଆଁ ଲିଭାଇବା ପାଇଁ ଚେଷ୍ଟା ଚଳାଇଛନନ୍ତି।
କ୍ରିକେଟ ବ୍ୟାଟ ଭିତରେ ଗଞ୍ଜେଇ ଚାଲାଣ
କ୍ରିକେଟ ବ୍ୟାଟ ଭିତରେ ଗଞ୍ଜେଇ ଚାଲାଣ। ବ୍ୟାଟ ଭାଙ୍ଗି ଗଞ୍ଜେଇ ବାହାର କଲା ରେଲୱେ ପୋଲିସ। ବ୍ରହ୍ମପୁର ଷ୍ଟେସନରୁ ଧରାପଡ଼ିଲା ଗଞ୍ଜେଇ ବେପାରୀ। ଖୋର୍ଦ୍ଧା RPF ଓ ବ୍ରହ୍ମପୁର GRPର ଚେକିଂ ବେଳେୋ ଧରାପଡ଼ିଲା ଗଂଜଇ ବେପରୀ। ଗିରଫ ୨ ଅଭିଯୁକ୍ତ ପଶ୍ଚିମବଙ୍ଗ ମୁର୍ଶିଦାବାଦର ଅଂଚଳର। ବ୍ରହ୍ମପୁର ଜିଆରପିଏସ ଓ ଖୋର୍ଦ୍ଧା ଆରପିଏଫର ମିଳିତ ଟିମ ଚଢାଉ କରି ବ୍ରହ୍ମପୁର ଷ୍ଟେସନରେ ଗଞ୍ଜେଇ ଜବତ କରିଥିଲେ। ଗିରଫ ଦୁଇ ହେଲେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ଅଲ୍ଲୀ ହୁସେନ ଓ ରୋନି ଶେଖ। ବଡ଼ ବଡ଼ ବ୍ୟାଗ ଓ ପ୍ଲାଷ୍ଟିକ ବ୍ୟାଟ୍ ଭିତରେ ଗଂଜେଇ ଭର୍ତ୍ତି କରି ଚାଲାଣ କରୁଥିଲେ। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଏବଂ ସାକ୍ଷୀଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ଯାଞ୍ଚ ଏବଂ ୨୩ଟି ବ୍ୟାକପ୍ୟାକ୍ ଏବଂ ୧୦ଟି କ୍ରିକେଟ୍ ବ୍ୟାଟ୍ ଭିତରେ ଲୁଚାଇ ରଖାଯାଇଥିବା ଜଣାପଡିଥିଲା। ମୋଟ ସାଢେ ୧୭ କେଜି ଗଞ୍ଜେଇ ଜବତ କରାଯାଇଛି। ଉଭୟ ଅଭିଯୁକ୍ତଙ୍କୁ ଏନଡିପିଏସ ଆଇନ ଅନୁଯାୟୀ ଗିରଫ କରାଯାଇଛି। ସାଇଣ୍ଟିଫିକ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି। କେଉଁଠୁ ଗଂଜେଇ ଚାଲାଣ ହେଉଥିଲା ଏବଂ କାହା ନିକଟକୁ ଯାଉଥିଲା ଏସବୁର ତନାଘନା ଚାଲିଛି
୬୮ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ: ୨ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ମୁଣ୍ଡିଦେଉଳି ସାହିରେ ବ୍ରାଉନସୁଗାର କାରବାର ବେଳେ ଅବକାରୀ ବିଭାଗର ଚଢ଼ାଉ । ୬୮ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ । ୨ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ । ଗିରଫ ହୋଇଥିବା ଦୁଇ ଜଣ ମୁଣ୍ଡିଦେଉଳି ସାହିର ମାଆ ମମତା ସାହୁ ଓ ପୁଅ ଆକାଶ ସାହୁ ବୋଲି ଜଣାପଡିଛି । ବ୍ୟବସାୟରେ ସାମିଲ ଥିବା ଆଉ ଜଣେ ପୁଅ ଫେରାର ହୋଇଯାଇଛି । ଏହି ମା ଓ ପୁଅ ଗ୍ୟାଙ୍ଗ ଦୀର୍ଘ ଦିନ ଧରି କାମାକ୍ଷାନଗର ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ କରି ଆସୁଥିଲେ l ଖବର ପାଇ ଅବକାରୀ ବିଭାଗ ଆଜି ମା, ପୁଅ ଗ୍ୟାଙ୍ଗ ଉପରେ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିବା ସହିତ ଗିରଫ କରିବାରେ ସକ୍ଷମ ହୋଇଛି l ଢେଙ୍କାନାଳ ଜିଲ୍ଲାରେ ଏତେ ବଡ଼ ପରିମାଣରେ ବ୍ରାଉନସୁଗାର ଜବତ ହେବା ଏହା ପ୍ରଥମ ଘଟଣା । ଗିରଫ ମା ଓ ପୁଅଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ନେଇ ଅବକାରୀ ଉପ ଅଧିକ୍ଷକ ସାୱନ ଭୋଳ କହିଛନ୍ତି l
ନକ୍ସଲଙ୍କ ବର୍ବରକାଣ୍ଡ: ଠିକାଦାରଙ୍କୁ ଅପହରଣ ପରେ ହତ୍ୟା
ନକ୍ସଲଙ୍କ ବର୍ବରକାଣ୍ଡ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ପାମେଡ଼ ଅଞ୍ଚଳରେ ଜଣକୁ ହତ୍ୟା କରିଛନ୍ତି ସେମାନେ। ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଜଣେ ଠିକାଦାରଙ୍କୁ ଅପହରଣ କରିବା ପରେ ଗଳା କାଟି ହତ୍ୟା କରିଛନ୍ତି। ସେଠାରୁ ମୃତକଙ୍କ ସହଯୋଗୀ କୌଣସି ପ୍ରକାରରେ ଖସି ଆସି ଥିଲେ ଓ ପୋଲିସକୁ ଖବର ଦେଇଥିଲେ।
8 ଦଫା ଦାବି ନେଇ ୨୦ରୁ ଅଧିକ ଚାଷୀଙ୍କ ସାଇକେଲା ଯାତ୍ରା
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ୨୦ରୁ ଅଧିକ ଚାଷୀ ସାଇକେଲରେ ଯାତ୍ରା କରି ବିଧାନସଭାରେ ପହଞ୍ଚିବାକୁ ଉଦ୍ୟମ କରିଛନ୍ତି । ରବି ଋତୁରେ ମୁଗ ଚାଷୀ ମାନଙ୍କୁ ତୁରନ୍ତ ଇନସ୍ୟୁରାନ୍ସ ଦେବା ସହ ଚାଷୀଙ୍କ ଜମିରେ ପାଣି ଯୋଗାଇ ଦେବା ପରି ୮ ଦଫା ଦାବି ନେଇ ଚାଷୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଆସିଛନ୍ତି ରାଜଧାନୀ । ନଭେମ୍ବର ୩୦ ରୁ ଯାତ୍ରା ଆରମ୍ଭ କରିଥିଲେ ନିଜର ହକ ପାଇବାପା ପାଇଁ ।

