spot_img
Home Blog Page 1601

BMC ରିକେସନ କ୍ଲବ ପକ୍ଷରୁ ଆରମ୍ଭ ହେଲା ବାର୍ଷିକ କ୍ରୀଡା ଉତ୍ସବ

ନନ୍ଦିଘୋଷ ବ୍ୟୁରୋ: ଭୁବନେଶ୍ବର ମହାନଗର ନିଗମ ରିକେସନ କ୍ଲବ ପକ୍ଷରୁ ଆରମ୍ଭ ହୋଇଛି ବାର୍ଷିକ କ୍ରୀଡା ଉତ୍ସବ । ଆଜି ବିଏମ୍‌ସି ମୁଖ୍ୟାଳୟରେ ଇନଡୋର ଗେମ୍‌ସକୁ  ସୁଲୋଚନା ଦାସ ଉଦଘାଟନ କରିଛନ୍ତି । ସରକାର କ୍ରୀଡାକୁ ପ୍ରୋତ୍ସାହିତ କରୁଥିବା ବେଳେ ବିଏମ୍‌ସି ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ତାର ବାର୍ଷିକ କ୍ରୀଡା ଉତ୍ସବ ଆରମ୍ଭ କରିଛି । ଏହି ଉତ୍ସବ ବିଭିନ୍ନ ପର୍ଯ୍ୟାୟରେ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଚେସ୍, କ୍ୟାରମ, କ୍ରିକେଟ, ବ୍ୟାଡମିଣ୍ଟନ ଆଦି ବିଭିନ୍ନ ବିଭାଗରେ ଏବଂ ବିଭିନ୍ନ ବର୍ଗରେ ଅନୁଷ୍ଠିତ ହେବ । ଏଥିରେ କର୍ପୋରେଟର, କର୍ମଚାରୀ, ଅଧିକାରୀ, ଉଭୟ ମହିଳା ଓ ପୁରୁଷ ବିଭାଗରେ ଅଂଶଗ୍ରହଣ କରିବେ । ଆସନ୍ତାକାଲି ମେୟର ଏକାଦଶ ଓ କମିଶନର ଏକାଦଶ ମଧ୍ୟରେ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ । ଅଗଷ୍ଟ ୩୧ ତାରିଖ ସ୍ବାୟତ ଶାସନ ଦିବସ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।  ଉଦଘାଟନ ଅଵସରେ ଡେପୁଟି ମେୟର, ବିଏମସି କମିଶନର ତଥା ରିକ୍ରେସ ଚୁସନ କ୍ଳବର ସଭାପତି ରାଜେଶ ପ୍ରଭାକର ପାଟିଲ, ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ , କର୍ପୋରେଟର, ରିକ୍ରେସନ କ୍ଲବର ସଂପାଦକ  ଏବଂ ବିଏମ୍‌ସିର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ ନେଇ ବର୍ଷିଲେ ନରସିଂହ ମିଶ୍ର

ନନ୍ଦିଘୋଷ ବ୍ୟୁରୋ: ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ।  ବିଧାୟକ ପ୍ରଶିକ୍ଷଣ ଶିବିରକୁ ନେଇ ମୁଖ୍ୟମନ୍ତ୍ରୀ, ବିରୋଧିଦଳ ନେତାଙ୍କୁ ଅପମାନିତ କରାଯାଇଛି । ବିଧାନସଭା ପରମ୍ପରାକୁ ଭଙ୍ଗା ଯାଇଛି । ବିଧାନସଭା ଇତିହାସରେ ଯାହା ଘଟିନଥିଲା ତାହା ଘଟିଲା । ସେଥିପାଇଁ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଛି । ଆସନ୍ତାକାଲି ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ  ସାମିଲ ହେବିନାହିଁ ବୋଲି କହିଛନ୍ତି ନରସିଂହ । ଦୁଇଦିନ ଧରି କାର୍ଯ୍ୟକ୍ରମରେ ରୁଲ୍ ଓ ପ୍ରୋସିଡିଂ ବିଷୟରେ ନିଜ ଅଭିଜ୍ଞତା ବାଣ୍ଟିଥାନ୍ତେ ନରିସିଂହ ମିଶ୍ର ।

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ’ଦମନ’ ଚଳଚ୍ଚିତ୍ର ଟିମ୍  

ନନ୍ଦିଘୋଷ ବ୍ୟୁରୋ: ନବୀନ ନିବାସରେ ‘ଦମନ’ ଟିମ୍ । ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ଆଜି ନବୀନ ନିବାସଠାରେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ ।

ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ରଭାବରେ ଜାତୀୟ ପୁରସ୍କାର ଲାଭ କରିଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ନବୀନ । ଆଗାମୀ ଦିନରେ ସାମାଜିକ ସଚେତନତା ଉପରେ ଆଧାରିତ ଅଧିକରୁ ଅଧିକ ଓଡ଼ିଆ ଚଳଚିତ୍ର ନିର୍ମାଣ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ଦମନ ଚଳଚିତ୍ରର ମୁଖ୍ୟ କଳାକାର ବାବୁ ସାନଙ୍କ ସମେତ ନିର୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ପ୍ରମୁଖ ବିରୋଧି ଦଳ ନେତାଙ୍କୁ ସାକ୍ଷାତ କରିଥିଲେ ।

ନବୀନ ନିବାସ ଲୋକାରଣ୍ୟ, ନବୀନଙ୍କୁ ଭେଟିଲେ ଶତାଧିକ ଛାତ୍ର ଛାତ୍ରୀ, ଯୁବ ଓ ମହିଳା ନେତୃବୃନ୍ଦ

ନନ୍ଦିଘୋଷ ବ୍ୟୁରୋ: ନବୀନ ନିବାସ ଲୋକାରଣ୍ୟ । ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପାଲଲହଡା , ବୋଲଗଡ଼ ବେଗୁନିଆ ବିଧାନସଭା ନିବର୍ଚନମଣ୍ଡଳୀର ସରପଞ୍ଚ, ଜିଲ୍ଲାପରିଷଦ ସଭ୍ୟ, ପଞ୍ଚାୟତ ସଭ୍ୟ, ବ୍ଲକ ଅଧ୍ୟକ୍ଷଙ୍କ ସମେତ ଶହ ଶହ ଦଳୀୟ କର୍ମୀ ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ଯୁବ, ଛାତ୍ର ଛାତ୍ରୀ, ମହିଳା ନେତୃବୃନ୍ଦ । ସେମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଦଳର ସଂଗଠନକୁ ମଜଭୁତ କରିବା ପାଇଁ ସଂଙ୍କଳ୍ପବଦ୍ଧଭାବେ କାମ କରିବାକୁ ଘୋଷଣା କରିଛନ୍ତି । ଏହି ଅବସରରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି ଘୋଷଣା କରିଥିଲେ ନବୀନ । ଏହି ସାକ୍ଷାତ ସମୟରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରୟଣ ଜେନା, ବୋଲଗଡ଼ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଏବଂ ପାଲଲହଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ମୁକେଶ ପାଲ ପ୍ରମୁଖ ଉପସ୍ଥିତ ଥିଲେ ।

ସୋସିଆଲ ମିଡିଆରେ ଘୁରି ବୁଲୁଛି ଓଟିଇଟି ପ୍ରଶ୍ନ ପତ୍ର !

ନନ୍ଦିଘୋଷ ବ୍ୟୁରୋ: ଆଜି ହୋଇଛି ଓଟିଇଟି ପରୀକ୍ଷା। ସାରା ରାଜ୍ୟରେ ଶତାଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବା ବେଳେ, ସୋସିଆଲ ମିଡିଆରେ ସମ୍ଭାବ୍ୟ ହାତ ଲେଖା ପ୍ରଶ୍ନ ପତ୍ର ଘୁରି ବୁଲୁଛି। ସବୁଠାରୁ ବଡ଼ କଥା ହେଉଛି ଜଣେ ୟୁଟ୍ୟୁବର ଏହି ପ୍ରଶ୍ନପତ୍ରକୁ ଟିକି ନିଖି କରି ବୁଝାଉଛନ୍ତି। ୯୦ଟି ପ୍ରଶ୍ନ ପତ୍ର ଦଲାଲଙ୍କ ହାତରେ ଲାଗିଛି ବୋଲି ସେମାନେ ଦାବି କରିଛନ୍ତି। ସେପଟେ ହାତ ଲେଖା ଥିବା ଏହି ପ୍ରଶ୍ନପତ୍ରଟି ଇଂଲିଶ ଏବଂ ଓଡ଼ିଆରେ ରହିଛି। ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ତରଫରୁ ଏହି ପରୀକ୍ଷା କରାଯାଏ। ହେଲେ ପରୀକ୍ଷା ପୂର୍ବରୁ ୯୦ଟି ହାତ ଲେଖା ପ୍ରଶ୍ନ ପତ୍ର ଭାଇରାଲ ହୋଇଛି ବୋଲି ଦଲାଲ ମାନେ ସୋସିଆଲ ମିଡିଆରେ ଦାବି କରିଛନ୍ତି। ବିଗତ ଦିନ ମାନଙ୍କରେ ବିଭିନ୍ନ ସମୟରେ ପରୀକ୍ଷା ପୂର୍ବରୁ ପ୍ରଶ୍ନ ପତ୍ର ଲିକ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନର ଏକ ପରୀକ୍ଷା ପୂର୍ବରୁ ଦଲାଲଙ୍କ ହାତରେ ପ୍ରଶ୍ନ ପତ୍ର ଲଗାଥିବା ବେଳେ, ବାଲେଶ୍ବର ଦିଘାରେ ଶତାଧିକ ପିଲାଙ୍କୁ ପରୀକ୍ଷା ପୂର୍ବରୁ ଯୋଗାଇ ଦିଆଯାଉଥିବା ସମୟରେ ବାଲେଶ୍ଵର ପୋଲିସ କରିଥିଲା ରେଡ। କୁହାଯାଉଛି ଯଦି OTET ପରୀକ୍ଷା ପୂର୍ବରୁ ଭାଇରାଲ ହେଉଥିବା ପ୍ରଶ୍ନ ପତ୍ରରେ କିଛି ସତ୍ୟତା ଥାଏ ତେବେ ଏହା ଏକ ସାଙ୍ଘାତିକ ଘଟଣା।

ଛାତ୍ରଙ୍କୁ ଛୁରୀ ଭୁସିଲେ ଛାତ୍ର, ଅଶାନ୍ତ ଉଦୟପୁର

ନନ୍ଦିଘୋଷ ବ୍ୟୁରୋ: ଅଶାନ୍ତ ଉଦୟପୁର। ଦୁଇ ସ୍କୁଲ ଛାତ୍ରଙ୍କ ମଧ୍ୟରେ ବଚସାରୁ ଛୁରୀ ଭୁସି ଜଣେ ଛାତ୍ରଙ୍କ ମୃତ୍ଯୁ ପରେ ଅଶାନ୍ତ ହୋଇପଡ଼ିଛି ଉଦୟପୁର।ଦୁଇ ଗୋଷ୍ଠୀ ମଧ୍ୟ ସଂଘର୍ଷରୁ ଉତ୍ତେଜନା ଲାଗି ରହିଛି। ସହରରେ ପ୍ରତି କୋଣରେ ପୋଲିସ ଫୋର୍ସ ଜଗି ରହିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ୨୪ ଘଣ୍ଟା ପର୍ଯ୍ୟନ୍ତ ସହରରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ଲେକସିଟିରେ ମଧ୍ୟ ହିଂସାକାଣ୍ଡ ତେଜିବାରୁ ଆଲର୍ଟରେ ରହିଛି ଭଜନଲାଲ ସରକାର। ଲୋକେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଜନତାଙ୍କୁ ଅପିଲ କରିଛି ପ୍ରଶାସନ।ସେପଟେ ଉଦୟପୁରରେ ଅଭିଯୁକ୍ତର ଘର ଉପରେ ହେଲା  ବୁଲଡୋଜର ଆକ୍ସନ। ପୋଲିସ ପ୍ରଶାସନ ପ୍ରତି ମୁହୂର୍ତ୍ତର ଗତିବିଧି ଉପରେ ନଜର ରଖିଛି। ଛୁରୀ ମାଡ଼ ପରେ ଆହତ ଛାତ୍ରଙ୍କର ଏମବି ହସ୍ପିଟାଲରେ ଚାଲିଛି ଚିକିତ୍ସା। ଆହତ ଛାତ୍ରଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଚିକିତ୍ସା ଲାଗି ଜୟପୁରରୁ ୩ ଡାକ୍ତରଙ୍କୁ ନେଇ ଏକ ଟିମ ଆସି ପହଞ୍ଚିଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସହରରେ ସମସ୍ତ ସ୍କୁଲ ବନ୍ଦ ରହିବ। ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉପରେ ଗୁରୁତ୍ଵାରୋପ କରିଛି ଜିଲ୍ଲା ପ୍ରଶାସନ।

ପୁଣି ବଢ଼ିଯିବ ସୁନା ଦର

ନନ୍ଦିଘୋଷ ବ୍ୟୁରୋ: ଗ୍ଲୋବାଲ୍ ମାର୍କେଟରେ ସର୍ବକାଳୀନ ରେକର୍ଡ ଛୁଇଁଲା ସୁନାର ଦାମ୍ । ଅନ୍ତର୍ଜାତୀୟ ବଜାରରେ ଆଉନ୍ସ ପିଛା ୨୫୦୦ ଡଲାର ଅତିକ୍ରମ । ଏକ ଆଉନ୍ସ ପିଛା ୨୫୦୦.୧୬ ଡଲାରରେ ପହଞ୍ଚିଛି ସୁନାର ରେଟ୍ । ଭାରତରେ ଆଗକୁ ଦର ବୃଦ୍ଧିର ଯଥେଷ୍ଟ ସମ୍ଭାବନା ରହିଛି । ଆମେରିକାର ଫେଡେରାଲ୍ ରିଜର୍ଭ ରେଟ୍ କଟ୍ କରିବା ସମ୍ଭାବନା  । ମୁଦ୍ରାସ୍ଫିତୀରେ ହ୍ରାସ ପରେ ସେପ୍ଟେମ୍ବରରେ ସୁଧହାର ହ୍ରାସ କରିପାରନ୍ତି ଆମେରିକାର ଫେଡେରାଲ୍ ରିଜର୍ଭ । ଏବେ ବିଶ୍ବ ବଜାରରେ ରକେଟ୍ ହୋଇଛି ସୁନା ଦର । ଚଳିତବର୍ଷ ୨୦ ପ୍ରତିଶତରୁ ଅଧିକ ବଢ଼ିସାରିଲାଣି ସୁନା ଦର । ସୁଧହାର ହ୍ରାସ ହେଲେ ଲୋକେ ୟେଲୋ ମେଟାଲ୍ ବା ସୁନାରେ ନିବେଶ କରିଥାନ୍ତି । ବିଶ୍ବରେ ଯୁଦ୍ଧ ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ସୁନାକୁ ସୁରକ୍ଷିତ ସ୍ଥାନ ଭାବୁଛନ୍ତି ନିବେଶକ । ସୁନାରେ ନିବେଶ ବଢୁଥିବାରୁ ଏହାର ଡିମାଣ୍ଡ ଅଧିକ ରହୁଛି । ଭାରତରେ ଏବେ ୨୨ କ୍ୟାରେଟ୍ ସୁନାର ଦର ଗ୍ରାମ୍ ପ୍ରତି ୬୫୭୦ ଟଙ୍କା ରହିଛି । ରୂପା କିଲୋ ପ୍ରତି ୮୨ ହଜାର ଟଙ୍କା ରହିଛି ।

ଟନ୍ ଟନ୍ କଳାହୀରା ଖୋଳି ନେଉଛି କେନ୍ଦ୍ର, ଟିକସ ନାଁରେ ଓଡ଼ିଶାକୁ ପ୍ରତାରଣା କରୁଥିବା ନେଇ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: କୋଇଲା ନଗରୀ ତାଳଚେର। କୋଇଲା ପାଇଁ ବିଶ୍ଵ ମାନଚିତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଏ ସହର। ଏମସିଏଲ କୋଇଲା ଉତ୍ତୋଳନ କରି ଦେଶ ବିଦେଶକୁ ରପ୍ତାନୀ କରୁଛି। କିନ୍ତୁ ଓଡ଼ିଶା ଭଳି ରାଜ୍ୟ ଦୈନିକ କୋଟି କୋଟି ଟଙ୍କାର ରାଜସ୍ବ ଦେଇ ମଧ୍ୟ ପାଉଛି ସାମାନ୍ୟ। ପ୍ରତି ଟନ କୋଇଲାରୁ କେନ୍ଦ୍ର ୪ ଶହ ଟଙ୍କା ନେଉଥିବା ବେଳେ ରାଜ୍ୟ ପାଉଛି ୭ ଟଙ୍କା । ପୂର୍ବରୁ ବିଜେଡି ଏନେଇ ବାରମ୍ବାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଥିଲା।

କଳାହୀରା ସହର କୁହାଯାଉଥିବା ତାଳଚେର ଏବେ କେବଳ ନାଁରେ ସୀମିତ । କଳା ପାଉଛି ରାଜ୍ୟ କିନ୍ତୁ ହୀରା ନେଇଯାଉଛି କେନ୍ଦ୍ର । କୋଇଲା ଉତ୍ତୋଳନ ଏବଂ ପରିବହନ ପାଇଁ ତାଳଚେରବାସୀ ତଥା ଆଖପାଖ ଅଞ୍ଚଳର ଜନସାଧାରଣ ବେଶ୍ ହନ୍ତସନ୍ତ ହେଉଥିବା ବେଳେ ଟିକସ ପ୍ରଦାନରେ ରାଜ୍ୟକୁ ଉପେକ୍ଷା କାରଣରୁ ବଢୁଛି ଅସନ୍ତୋଷ । ଜାତୀୟ ରାଜପଥରେ ହଜାର ହଜାର ସଂଖ୍ୟକ କୋଇଲା ଟ୍ରକ୍ ଯାତାୟାତ ଦ୍ଵାରା ବିଗୁଡୁଛି ଜାତୀୟ ରାଜପଥର ଅବସ୍ଥା । ଦୈନିକ ଛୋଟ ବଡ ଦୁର୍ଘଟଣା ଘଟିବା ସହ ଗଡୁଛି ମୁଣ୍ଡ । ଏତେସବୁ ପରେ ବି ରାଜ୍ୟର ସ୍ବାର୍ଥ ତଥା ଉନ୍ନତି ପାଇଁ ସବୁ ଅସୁବିଧାକୁ ମୁଣ୍ଡ ପାତି ସହିଯାଉଛନ୍ତି ଅଞ୍ଚଳବାସୀ । କିନ୍ତୁ କେନ୍ଦ୍ର ସରକାର ଓଡ଼ିଶାକୁ କରୁଛି ପ୍ରତାରଣା କରୁଥିବା ନେଇ ଅଭିଯୋଗ ହୋଇଛି। କାରଣ ପ୍ରତି ଟନରେ କେନ୍ଦ୍ର ୪ ଶହ ଟଙ୍କା ନେଉଥିବା ବେଳେ ରାଜ୍ୟ ପାଉଛି ମାତ୍ର ୭ ଟଙ୍କା। ପୂର୍ବରୁ ବିଜେଡି ଏନେଇ ବାରମ୍ବାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛି।

ରାଜଭାଗ ବା ରୟାଲଟି ଟିକସ ନୁହେଁ । ରାଜ୍ୟ ସରକାର ଖଣିଜ ସମ୍ପଦ ଉପରେ ଟିକସ ଲାଗୁ କରିପାରିବେ । ସୁପ୍ରିମକୋର୍ଟଙ୍କ ଏହି ଐତିହାସିକ ରାୟ ଓଡ଼ିଶା ପରି ଖଣିଜ ସଂପଦ ସମୃଦ୍ଧ ରାଜ୍ୟଗୁଡ଼ିକ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ବଳରେ ଓଡ଼ିଶା ରାଜକୋଷକୁ ପ୍ରତିବର୍ଷ ଅନ୍ୟୂନ ୧୦ ହଜାର କୋଟି ଟଙ୍କା ଅଧିକ ରାଜସ୍ବ ଆସିବ ବୋଲି ଆକଳନ କରାଯାଉଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଝାଡ଼ଖଣ୍ଡ ସରକାର ତତକ୍ଷଣାତ୍ ଏ ସଂକ୍ରାନ୍ତରେ ପଦକ୍ଷେପ ନେଇଛନ୍ତି । କୋଇଲା ଏବଂ ଅନ୍ୟ ଖଣିଜ ସମ୍ପଦ ଉପରେ ଟିକସ ଲାଗୁ କରିଛନ୍ତି । ମାତ୍ର ନୂଆ ଡବଲ ଇଞ୍ଜିନ ସରକାର ଏ ଦିଗରେ ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ ନ କରିବା ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟି କରିଛି।

 

ସରୁନି ରାସ୍ତା କାମ, ହନ୍ତସନ୍ତ ହେଉଛନ୍ତି ଲୋକେ

ନନ୍ଦିଘୋଷ ବ୍ୟୁରୋ: କାଦୁଅ ପଚପଚ ରାସ୍ତାରେ ହେଉଛି ଅସୁରକ୍ଷିତ ଯାତାୟାତ। ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ଲୋକ।  କଳାହାଣ୍ଡି କୋକସରା ବ୍ଲକ ଡ଼ାଲଗୁମା ବାଙ୍କୀମୁଣ୍ଡା ରାସ୍ତାର ଶୋଚନୀୟ ଅବସ୍ଥା। ଡ଼ାଳଗୁମା, ବାଙ୍କୀ ମୁଣ୍ଡା, ବେହେରା, ମାଝୀ ଗୁଡା ସମେତ ୮ରୁ ଉର୍ଦ୍ଧ୍ବ ଗାଁର ଲୋକେ ଏହି ରାସ୍ତା ଦେଇ  ଯାତାୟାତ କରନ୍ତି। ରାସ୍ତା ନିର୍ମାଣରେ ଠିକା ସଂସ୍ଥାକୁ ନିୟୋଜିତ କରାଯାଇଥିଲେ ମଧ୍ଯ ସଧୁରୁନି ସ୍ଥିତି।

ସରୁନି ରାସ୍ତା କାମ। ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ଲୋକ। କାଦୁଅ ପଚପଚ ରାସ୍ତାରେ ଯିଏ ଗଲା ସେ ଭୟ କଲା। କଳାହାଣ୍ଡି କୋକସରା ବ୍ଲକ ଡ଼ାଲଗୁମା ବାଙ୍କୀମୁଣ୍ଡା ରାସ୍ତାର ଶୋଚନୀୟ ଅବସ୍ଥା। ଡ଼ାଳଗୁମା, ବାଙ୍କୀ ମୁଣ୍ଡା, ବେହେରା, ମାଝୀ ଗୁଡା ସମେତ ୮ରୁ ଉର୍ଦ୍ଧ୍ବ ଗାଁର ଲୋକେ ଏହି ରାସ୍ତା ଦେଇ ଯାତାୟାତ କରନ୍ତି। ଦୀର୍ଘ ଦିନ ହେବ ରାସ୍ତାର ଏଭଳି କଦର୍ଯ୍ୟ ଅବସ୍ଥା। ପୂର୍ବରୁ ଯିବା ଆସିବାରେ ଲୋକଙ୍କର ସମସ୍ୟାକୁ ଦେଖି ସରକାର ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଘୋଷଣା କରିବା ସହିତ ତୁରନ୍ତ ନିର୍ମାଣ ପାଇଁ ଏକ ଠିକା ସଂସ୍ଥାକୁ ଦାୟିତ୍ବ ଦେଇଥିଲେ ।

କୋକସରା ବ୍ଲକ ମାଝୀ ଗୁଡାରୁ ଡ଼ାଲଗୁମା ଦେଇ ଆସିଥିବା ଏହି ରାସ୍ତା ୬ କିଲୋମିଟର।  ବେହେରା ପିଡବଲୁଡିରେ ମିଶିଛି ଏହି ରାସ୍ତା l ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଚାଲିଥିଲା ରାସ୍ତା କାମ। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରାସ୍ତା ନିର୍ମାଣ ହେଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ କାମ ମନ୍ଥର ଗତିରେ ଚାଲିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେପଟେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l

 

ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟରେ ଖାଦ୍ୟ ଫିଙ୍ଗିବା ଘଟଣା, ଘଟଣାର ତଦନ୍ତ କରିଛନ୍ତି ଫୁଡ଼ କମିଶନ ଅଧ୍ୟକ୍ଷ ଅବନୀକାନ୍ତ ସାହୁ

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ସାରଗାଁ ବାଞ୍ଛାନିଧି ସରକାରୀ ଉଚ୍ଚ ବିଦ୍ୟାଳୟରେ ଖାଦ୍ୟ ଫିଙ୍ଗିବା ଘଟଣାର ଆଜି ତଦନ୍ତ କରିଛନ୍ତି ଫୁଡ଼ କମିଶନ ଅଧ୍ୟକ୍ଷ ଅବନୀକାନ୍ତ ସାହୁ । ଆଜି ଜିଲ୍ଲା ଶିକ୍ଷା ବିଭାଗ ଅଧିକାରୀ, ସମାଜ ମଙ୍ଗଳ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହିତ ସ୍କୁଲରେ ଘଟିଥିବା ଖାଦ୍ୟ ଫିଙ୍ଗା ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । କାହିଁକି ଏଭଳି ଘଟଣା ଘଟିଲା, ଏହି ଘଟଣା ପାଇଁ କିଏ ଦାୟୀ, ଏହାର ସମାଧାନ ସମ୍ପର୍କରେ ଆଲୋଚନା କରିଛନ୍ତି ଅଧ୍ୟକ୍ଷ ଅବନୀକାନ୍ତ ସାହୁ । ଗତକାଲି ମଧ୍ୟ ସ୍କୁଲକୁ ଯାଇ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟି ସଦସ୍ୟ, ଖାଦ୍ୟ ପ୍ରସ୍ତୁତ ଦାୟିତ୍ବରେ ଥିବା ଏସ୍‌ଏଚ୍‌ଜି ସଦସ୍ୟାଙ୍କ ସହିତ ଆଲୋଚନା କରିଥିଲେ । ତେବେ ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ପରିଚାଳନା କମିଟି ତରଫରୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା, ତରକାରୀରେ ଆଳୁର ପରିମାଣ କମ ଥିବା, ତରକାରୀ ମଧ୍ୟ କମ ଦିଆଯାଉଥିବା ଅଭିଯୋଗ କରାଯାଇଥିଲା । ସ୍ବୟଂ ସହାୟିକା ଗୋଷ୍ଠୀ ଖାଦ୍ୟ ଫିଙ୍ଗି ଥିବାରୁ ଦୁଃଖ ପ୍ରକାଶ କରିଥିଲେ ବ୍ଲକ ଶିକ୍ଷା ଅଧିକାରୀ । ସେହିପରି ବଜାର ଦର୍‌ ବୃଦ୍ଧି ହୋଇଥିବାରୁ ଆଳୁ ଓ  ତରକାରୀର ପରିମାଣ କମ୍‌ ଥିବା ମଧ୍ୟ ଏସ୍‌ଏଚ୍‌ଜି ତରଫରୁ କୁହାଯାଇଥିଲା । ଘଟଣାର ତଦନ୍ତକରି କାହିଁକି ଛାତ୍ରଛାତ୍ରୀଙ୍କୁ ଖାଇବାକୁ ନଦେଇ ଫିଙ୍ଗାଗଲା, ସେନେଇ ଖାଦ୍ୟ ପ୍ରସ୍ତୁତି ଦାୟିତ୍ବରେ ଥିବା ଏସ୍‌ଚ୍‌ଜିକୁ କାରଣ ଦର୍ଶାଅ ନୋଟିସ୍‌ ଜାରୀ କରିଥିଲେ ବ୍ଲକ୍‌ ଶିକ୍ଷା ଅଧିକାରୀ । ତଦନ୍ତ ରିପୋର୍ଟ ଆସିବା ପରେ ଏସ୍‌ଏଚ୍‌ଜି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।