ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବାଟାଲିୟନ ନିଯୁକ୍ତି କରାଯିବା ନେଇ ପ୍ରତିକ୍ରିୟା ରଖିଲେ ପୋଲିସ ଡିଜି ୱାଇ. ବି. ଖୁରାନିୟା l ଶ୍ରୀମନ୍ଦିରର ସୁରକ୍ଷା ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷା ସର୍ବାଧିକ ପ୍ରାଥମିକତା ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଆଜି ଶ୍ରୀ ମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ ଏକଥା କହିଛନ୍ତି ରାଜ୍ୟ ପୋଲିସ ମହାନିର୍ଦେଶକ ୱାଇ.ବି.ଖୁରାନିଆ l ନୂଆ କରି ଦାୟିତ୍ୱ ନେବା ପରେ ଆଜି ଶ୍ରୀ ମନ୍ଦିର ଆସି ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବା ସହ, ଲଷ୍ମୀ ମନ୍ଦିର, ବଟ ଗଣେଶ, ଅନାନ୍ୟ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରିଥିଲେ l ପୋଲିସ ଡ଼ିଜିଙ୍କ ସହ ତାଙ୍କ ଧର୍ମ ପତ୍ନୀ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଥିଲେ l ଦର୍ଶନ କରିସାରିବା ପରେ ପୁରୀ ପୋଲିସ ପକ୍ଷରୁ ମହାପ୍ରଭୁଙ୍କ ଖଣ୍ଡୁଆ ପ୍ରଦାନ କରାଯାଇଥିଲା ।
ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ୪୮ ଘଣ୍ଟିଆ କଣ୍ଟ ପରେ ବି ଶୁଣିଲେନି ସରକାର
ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମବଙ୍ଗ ବ୍ୟବସାୟୀଙ୍କ ୪୮ ଘଣ୍ଟିଆ କଣ୍ଟ ପରେ ବି ସେଠାକାର ସରକାର କିଛି ଶୁଣିଲେନି। ଆଜି ସନ୍ଧ୍ୟାରେ ପଶ୍ଚିମବଙ୍ଗ ବ୍ୟବସାୟୀ, ଚାଷୀ ଓ ଶୀତଳଭଣ୍ଡାର ମାଲିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଅଛି। ପଶ୍ଚିମବଙ୍ଗ ସରକାର ବ୍ୟବସାୟୀଙ୍କ କଥାକୁ ଗ୍ରହଣ କରି ନ ଥିବାରୁ ଏହି ବୈଠକ ପରେ ପଶ୍ଚିମବଙ୍ଗ ବ୍ୟବସାୟୀ ମାନେ ଆଳୁ ସମ୍ପୂର୍ଣ୍ଣ ବନ୍ଦ କରିବା ସମ୍ପର୍କରେ ନିଷ୍ପତ୍ତି ନେଇପାରନ୍ତି ବୋଲି କହିଛି ଓଡିଶା ବ୍ୟବସାୟୀ ମହାସଂଘ । ପଶ୍ଚିମବଙ୍ଗ ବ୍ୟବସାୟୀ କଣ ନିଷ୍ପତ୍ତି ନେଇଛନ୍ତି ଆଜି ରାତି ସୁଦ୍ଧା ଜଣାପଡିବ। ଆଳୁ ସମସ୍ୟା ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଯେଉଁ କଥା ହୋଇଥିଲେ ସେ କଥାର କିଛି ମୂଲ୍ୟ ରହିଲା ନାହିଁ। ମୁଖ୍ୟମନ୍ତ୍ରୀଙ୍କ କଥାକୁ ରେସପଣ୍ଡ କରି ପଶ୍ଚିମବଙ୍ଗ ସରକାର କିଛି କଲେ ନାହିଁ।
ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେବା ନିର୍ବାଚିତ ସରକାରର ଦାୟିତ୍ୱ ବୋଲି କହିଛନ୍ତି ଓଡିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା।ପଶ୍ଚିମବଙ୍ଗରୁ ଆଳୁ ସମ୍ପୂର୍ଣ୍ଣ ବନ୍ଦ ହେଲେ ୟୁପି, ବିହାର ଓ ପଞ୍ଜାବରୁ ଆଳୁ ଆଣିବାକୁ ବିକଳ୍ପ ଭାବେ ଚିନ୍ତା କରୁଛନ୍ତି ବ୍ୟବସାୟୀ। ବ୍ୟବସାୟୀ ମାନେ ପ୍ଲାନ ବି ରେଡି କରୁଛନ୍ତି। କିନ୍ତୁ ଏବେ ଆର୍ଥିକ ଦୃଷ୍ଟିକୋଣରୁ ନା ୟୁପିକୁ ଅଧିକ ଅର୍ଡର ଦେଇହେଉ ନାହିଁ କି ମନା କରି ହେଉନାହିଁ। ପଶ୍ଚିମବଙ୍ଗ ଆଳୁ ପୁରା ବନ୍ଦ କଲେ ଦୁଇ ତିନି ଦିନ ପାଇଁ ରାଜ୍ୟରେ ଥିବା ଆଳୁ ଆବଶ୍ୟକତା ପୂରଣ କରିପାରିବ। ଯେତିକି ଦରକାର ବ୍ୟବସାୟୀ ମାନେ ସେତିକି କରିବେ ବୋଲି କହିଛି ଓଡିଶା ବ୍ୟବସାୟୀ ମହାସଂଘ। ଏବେ ଚୋରା ବାଟରେ ପଶ୍ଚିମବଙ୍ଗରୁ ଆସୁଥିବା ଗାଡ଼ିରେ ବହୁ କ୍ଷତି ହେଉଛି। ତେଣୁ ସେହି ଚୋରା ଗାଡୀ ବି ବନ୍ଦ ହୋଇଗଲେ ବ୍ୟବସାୟୀ ମାନେ ବିକଳ୍ପ ବାଟକୁ ଯିବେ ବୋଲି କହିଛି ମହାସଂଘ।
ନଦୀ ବନ୍ଧକୁ ଡେଇଁଲେ ମହିଳା
ନନ୍ଦିଘୋଷ ବ୍ୟୁରୋ: ପାରିବାରିକ କଳହକୁ ନେଇ ନଦୀ ବନ୍ଧକୁ ଡେଇଁଲେ ମହିଳା। କେନ୍ଦୁଝର ଜିଲ୍ଲା ସଦର ଥାନା କାନଝରୀ ଡ୍ୟାମ୍ କୁ ଡେଇଁ ମହିଳା ନିଖୋଜ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଓଡ୍ରାଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନିଖୋଜ ମହିଳା ନିକଟସ୍ଥ ବାରଖଣ୍ଡା ଗାଁର ମିଶ୍ର ମହାନ୍ତଙ୍କର ପୁତ୍ରବଧୂ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ, ମହିଳା ଜଣକ ଅନ୍ୟ ଜଣେ ମହିଳାଙ୍କ ସହିତ ପାରିବାରିକ କଳହକୁ ନେଇ କାନଝରୀ ନଦୀବନ୍ଧ ମଧ୍ୟକୁ ଡେଇଁ ପଡ଼ିଥିଲେ। ଖବର ପାଇ ଓଡ୍ରାଫ୍ ଟିମ୍ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛିନ୍ତ । ହେଲେ ଏଯାଏ ମହିଳାଙ୍କୁ ଉଦ୍ଧାର କରାଯାଇ ପାରିନାହିଁ।
କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲାରେ ବନ୍ଦ ଡାକରା
ନନ୍ଦିଘୋଷ ବ୍ୟୁରୋ: କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣା। ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ୨୪ ଘଣ୍ଟିଆ ଦେଶବ୍ଯାପୀ ଧର୍ମଘଟ ଡାକରା ଦିଆଯାଇଛି। ଆନ୍ଦୋଳନ ଯୋଗୁ ଓପିଡି ଓ ଇଲେକ୍ଟିଭ ସର୍ଜରୀ ବନ୍ଦ ରହିଥିବାବେଳେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିଛି। ଦିଲ୍ଲୀ ସମତେ ଦେଶର ସମସ୍ତ ମେଡିକାଲରେ ସେବା ପ୍ରଭାବିତ ହୋଇଛି। ଆବାସିକ ଡାକ୍ତରଙ୍କ ସୁରକ୍ଷା ସମେତ ଅନ୍ଯାନ୍ଯ ଦାବିରେ ଅଟଳ ଅଛନ୍ତି ଡାକ୍ତର ସଂଘ। ଦେଶର ସର୍ବବୃହତ ଡାକ୍ତର ସଂଘ ଆଇଏମଏ ପକ୍ଷରୁ ଆବାସିକ ଡାକ୍ତରଙ୍କ ସୁରକ୍ଷା ସମେତ ୩୬ ଘଣ୍ଟିଆ ସିଫ୍ଟରେ ପରିବର୍ତ୍ତନ ଦାବି କରାଯାଇଛି। କର୍ମକ୍ଷେତ୍ରରେ ମେଡିକାଲ କର୍ମଚାରୀଙ୍କ ବିରୋଧରେ ହିଂସା ରୋକିବା ଲାଗି ଏକ କେନ୍ଦ୍ରୀୟ ଆଇନ ଦାବିରେ ଅଟଳ ରହିଛି ଆଇଏମଏ। ଏହା ସହ ଅଧିକ ସଂଖ୍ଯକ ନିରାପତ୍ତା କର୍ମଚାରୀ ମୁତୟନ କରିବା, ସିସିଟିଭି ଲଗାଇବା ଆଦି ଦାବି କରିଛି ଆଇଏମଏ। ଏହି ଦେଶବ୍ଯାପୀ ଧର୍ମଘଟରେ ବି ସାମିଲ ହୋଇଛି ଅଲ ଇଣ୍ଡିଆ ମେଡିକାଲ ଷ୍ଟୁଡେଣ୍ଟସ ଆସୋସିଏସନ ବା ଏଆଇଏମଏସଏ ଏବଂ ଫେଡେରେସନ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ ବା ଫୋର୍ଡା। ଏପଟେ ରାଉରକେଲା ସରକାରୀ ଡାକ୍ତରଖାନା ସମ୍ମୁଖରେ ଡାକ୍ତରମାନେ କଳାଵ୍ୟାଚ ପିନ୍ଧି ପ୍ରତିବାଦ କରିଵା ସହ ଡ଼ାକ୍ତରମାନଙ୍କ ସୁରକ୍ଷା ଦାବି କରିଛନ୍ତି ।
ଧାରଣାରେ ବସିଲେ ଦେବଗଡ ବିଧାୟକ
ଦେବଗଡ: ଧାରଣାରେ ଦେବଗଡ ବିଧାୟକ । ଦେବଗଡ଼ ବାରକୋଟ ବ୍ଲକ ବିଦେଇବଡ଼କୁଦର ଟୋଲ ପ୍ଲାଜାରେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ଧାରଣା। ସ୍ଥାନୀୟ ଯାନବାହନ ଉପରେ ଟୋଲ ଟ୍ୟାକ୍ସ ଛାଡ଼ ଓ ସ୍ଥାନୀୟ ଯୁବକଙ୍କୁ ୮୦ ପ୍ରତିଶତ ନିଯୁକ୍ତି ଦାବିରେ ଧାରଣା ଦେଇଛନ୍ତି ବିଧାୟକ। ବିଦେଇବଡ଼କୁଦର ଟୋଲ ପ୍ଲାଜାରେ ଦୀର୍ଘ ବର୍ଷ ଧରି ସ୍ଥାନୀୟ ଯାନବାହାନ ଉପରୁ ଟ୍ୟାକ୍ସ ଆଦାୟ କରାଯାଉ ନଥିଲା। ହେଲେ ନିର୍ବାଚନ ପରେ ସ୍ଥାନୀୟ ଜିଲ୍ଲାପାଳଙ୍କ ବଦଳି ପରେ ଗତ ପ୍ରାୟ ଏକ ସପ୍ତାହରୁ ଟୋଲ ପ୍ଲାଜାରୁ ପୁଣି ଥରେ ଲୋକାଲ ଗାଡି ଉପରୁ ଟ୍ୟାକ୍ସ ଆଦାୟ କରଯାଉଛି । କେବଳ ଏତିକି ନୁହେଁ ରାସ୍ତା ଦେଇ ଯାଉଥିବା ଶବ ବାହାକ ଗାଡି, କିମ୍ବା ଗରିବ ଚାଷୀଙ୍କ ଉତ୍ପାଦିତ ଫସଲ ବୋଝେଇ ଗାଡିରୁ ଟୋଲ ପ୍ଲାଜା କର୍ମଚାରୀ ମାନେ ବଳ ପୂର୍ବକ ଟ୍ୟାକ୍ସ ଅସୁଲି କରୁଥିବା ଅଭିଯୋଗ ହେଉଛି।
ଖବର ପାଇବା ପରେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ୪୯ ନମ୍ବର ଜାତୀୟ ରାଜପଥରେ ଧାରଣା ଦେଇଛନ୍ତି ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ଠାରୁ ଟୋଲ ଟ୍ୟାକ୍ସ ଅସୁଲି ବନ୍ଦ ପାଇଁ ଏନଏଚଏଆଇ କର୍ତ୍ତୃପକ୍ଷ ପଦକ୍ଷେପ ନ ନେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତାରେ ଧାରଣାରେ ବସିବେ ବୋଲି କହିଛନ୍ତି ।
ରାସନକାର୍ଡଧାରୀଙ୍କୁ ଗହମ ପ୍ରଦାନ ପ୍ରସଙ୍ଗ: ମୁହାଁମୁହିଁ ହୋଇଛନ୍ତି ଯୋଗାଣମନ୍ତ୍ରୀ ଓ ବିରୋଧୀ ଦଳ ଉପମୁଖ୍ଯ ସଚେତକ
ଭୁବନେଶ୍ୱର: ରାସନକାର୍ଡଧାରୀଙ୍କୁ ଗହମ ପ୍ରଦାନ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ବିରୋଧୀ ଦଳ ଉପମୁଖ୍ଯ ସଚେତକ ପ୍ରତାପ ଦେବ। ପୁଣି ଥରେ ରାସନକାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିବା ସେ କହିଛନ୍ତି। ରାଜ୍ଯବାସୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି କେନ୍ଦ୍ର ନିକଟରେ ଏହି ଦାବି କରାଯାଇଥିବା ସେ କହିଛନ୍ତି।
ସେପଟେ ବିରୋଧୀ ଦଳ ଉପମୁଖ୍ଯ ସଚେତକ ପ୍ରତାପ ଦେବ କହିଛନ୍ତି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଓ ଗହମର ବ୍ୟବସ୍ଥା ରହିଛି। ଯେହେତୁ ଓଡିଶା ଏକ ଚାଉଳ ଉତ୍ପାଦନ କାରୀ ରାଜ୍ୟ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗହମ ନାହିଁ। ରାଜ୍ଯରେ ଗହମ ଯୋଗାଣ ବନ୍ଦ ହୋଇନି। ଖାଦ୍ୟ ଅଭ୍ୟାସ ବଦଳାଇଲେ, ଚାଉଳ ବଦଳରେ ଗହମ ଖାଇବା ଅଭ୍ୟାସ ବଢ଼ିଗଲେ ଏହା ରାଜ୍ୟର ଚାଷ ଓ ଚାଷୀଙ୍କ ଉପରେ ପ୍ରଭାବ ପଡିବ। ଭବିଷ୍ୟତ ପାଇଁ ଏହା ଠିକ ନୁହେଁ। ବିଜେଡି ଏହାର ଆଗରୁ ପ୍ରତିବାଦ କରିଥିଲା। ପୂର୍ବ ସରକାର ଗହମ କାଟିଦେଇଥିବା ମନ୍ତବ୍ଯ ସମ୍ପୂର୍ଣ୍ଣ ଅଯୌକ୍ତିକ ବୋଲି ସେ କହିଛନ୍ତି।

