spot_img
Home Blog Page 1647

ଆଜି ସମ୍ବଲପୁରୀ ଦିବସ; ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା

ସମ୍ୱଲପୁର: ଆଜି ପଶ୍ଚିମ ଓଡିଶା ପାଳୁଛି ସମ୍ବଲପୁରୀ ଦିନ୍। ଦିନ ସାରା ପାଳନ ହୋଇଥାଏ ପଶ୍ଚିମ ଓଡିଶାର ଏହି ମହାନ୍ ପର୍ବ। ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସସ୍କୃତିର ଜନକ ଭାବେ ପରିଚିତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ପ୍ରତିବର୍ଷ ସମ୍ବଲପୁରୀ ଦିନ ଭାବରେ ପାଳନ କରାଯାଏ । ସମ୍ବଲପୁରୀ ଭାଷା ଓ ସଂସ୍କୃତିର ପ୍ରଚାର ହିଁ ଏହି ଦିନର ଏକମାତ୍ର ଲକ୍ଷ୍ୟ । ଆଜି ଦିନରେ ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ ଗୀତରେ ବିଭୋର ହୁଅନ୍ତି ସାରା ପଶ୍ଚିମ ଓଡ଼ିଶାବାସୀ ।

ପଶ୍ଚିମ ଓଡିଶାର ସବୁ ଜିଲ୍ଲାରେ ଆଜି ଏହି ଦିନକୁ ଧୁମଧାମରେ ପାଳନ କରାଯାଉଛି । ସମ୍ବଲପୁରୀ ପୋଷାକ ସହ ଜମୁଛି ନାଚ ଗୀତର ଆସର। ସରକାରୀ ଅନୁଷ୍ଠାନଠୁ ଆରମ୍ଭ କରି ବେସରକାରୀ ଅନୁଷ୍ଠାନ ପର୍ଯ୍ୟନ୍ତ ସମ୍ବଲପୁରୀ ପୋଷାକ ପିନ୍ଧି କାର୍ଯ୍ୟାଳୟକୁ ଆସିଥାଆନ୍ତି। ସେହିପରି ଆଜି ସମ୍ବଲପୁର ମଦନାବତୀ ପବ୍ଲିକ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ବଲପୁରୀ ପୋଷାକ ପିନ୍ଧି ସ୍କୁଲକୁ ଆସିଛନ୍ତି।

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି: ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ବର୍ଷା । ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। ଆଗାମୀ ତିନି ଚାରି ଦିନ ଯାଏଁ ବି ବନ୍ୟା ଆଶଙ୍କା ନାହିଁ। ହେଲେ ରାଜ୍ୟ ସରକାର ଏହା ଉପରେ ନଜର ରଖିଛନ୍ତି। ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇଛି। ଏଥିପାଇଁ ବୁଢ଼ାବଳଙ୍ଗର ଜଳସ୍ତର ବଢୁଛି। ଏବେ ୨ ଦଶମିକ ୧ ମିଟର ବର୍ଷା ଅଛି। ୱାର୍ଣ୍ଣିଂ ଲେଭଲ ୭.୨ ମିଟର ଓ ଡେଞ୍ଜର ଲେଭଲ ୮.୧୩ ମିଟର ରହିଛି । ଜଳକା ନଦୀ ବଢୁଥିଲା ବର୍ତ୍ତମାନ ଖସୁଛି। ହୀରାକୁଦ ଉପରମୁଣ୍ଡରେ ୨୦ ମିଲିମିଟର ବର୍ଷା ହୋଇଛି। ଯେଉଁଥି ପାଇଁ ୧.୫୦ ଲକ୍ଷ କ୍ଯୁସେକ ଜଳ ପ୍ରବେଶ କରୁଛି । ୧୪ ଗେଟ ଖୋଲା ଅଛି । ୨.୫ ଲକ୍ଷ କ୍ଯୁସେକ ଜଳ ନିଷ୍କାସନ ହେଉଛି।

ସେହିପରି ହୀରାକୁଦ ଜଳଭଣ୍ଡାରରେ ୬୦୯.୨ ଫୁଟ ପାଣି ଅଛି । ବିପଦ ସଙ୍କୁଳ ସ୍ଥିତି କିମ୍ୱା ଘାଇ ନେଇ କିଛି ଖବର ନାହିଁ । ମାଲକାନଗିରିରେ ଦୁଇଗୁଣା ବର୍ଷା ହେବାର ସୂଚନା ରହିଛି । ୬୨୦ ମିଲିମିଟର ସ୍ଥାନରେ ୧୦୩୦ ମିଲିମିଟର ବର୍ଷା ହୋଇଛି । ଏହା ଫ୍ଲାସ ଫ୍ଲଡ । ତେଣୁ ରାସ୍ତା ବୁଡିଥିଲା । ବୈତରଣୀ ଆଖୁଆପଦା ଠାରେ ୧୭.୧୦ ମିଟିର ଅଛି । ସେଠାରେ ୱାର୍ଣ୍ଣିଂ ଲେଭଲ ହେଉଛି ୧୭.୮୩ ମିଟର ଓ ଡେଞ୍ଜର ଲେଭଲ ୧୮.୩୩ ମିଟର । ସୁବର୍ଣ୍ଣରେଖାରେ ବନ୍ୟା ଜଳ ଅଛି । ରାଜଘାଟରେ ପାଣି ଖସୁଛି । କାରଣ ପାଣି ବୁଢାବଳଙ୍ଗ ବେସିନକୁ ପଳାଇଛି । ମୁଣ୍ଡୁଳୀରେ ବର୍ତ୍ତମାନ ୪ ଲକ୍ଷ ୨୦ ହଜାର କ୍ୟୁସେକ୍ ଜଳ ପ୍ରଭାହିତ ହେଉଛି । ମହାନଦୀରେ ବନ୍ୟା ପରିସ୍ଥିତି ନାହିଁ । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, SRC, ଜଳ ସମ୍ପଦ ବିଭାଗ ସବୁ ବେସିନ ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

ଦିଲ୍ଲୀରେ ଲଗାଣ ବର୍ଷା; ଡ୍ରେନରେ ଗଲା ମହିଳା ଓ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଛି। ଦିଲ୍ଲୀରେ ଏକ ଡ୍ରେନରେ ପଡିଯାଇ ୨ ଜଣଙ୍କର ମୃତ୍ୟୁ ହୋଇଛି । ବର୍ଷା ଯୋଗୁ ଦିଲ୍ଲୀରେ ଟ୍ରାଫିକ ସମସ୍ୟା ଦେଖାଦେଇଛି । ରାସ୍ତାରେ ଅଟକି ରହିଛି ଶହ ଶହ ଗାଡି। ବିଭିନ୍ନ ଘଟଣାରେ ଦିଲ୍ଲୀରେ ୨ ଜଣ ଓ ଗୁରୁଗ୍ରାମରେ ୩ ଜଣ ପ୍ରାଣ ହରାଇଛନ୍ତି। ବହୁ ରାସ୍ତାରେ ପାଣି ଜମିବା ଯୋଗୁ ଜୀବନ ଯାତ୍ରା ବ୍ଯାହତ ହୋଇଛି।

ଦିଲ୍ଲୀରେ ଏକ ଡ୍ରେନରେ ପଡିଯାଇ ଜଣେ ମହିଳା ଓ ଜଣେ ଶିଶୁଙ୍କ ପ୍ରାଣହାନି ଘଟିଛି। ଗୁରୁଗ୍ରାମରେ ବିଦ୍ଯୁତ ଆଘାତରେ ୩ ଜଣ ପ୍ରାଣ ହରାଇଛନ୍ତି। ବର୍ଷା ଯୋଗୁ ବିମାନ ଯାତ୍ରା ପ୍ରଭାବିତ ହୋଇଛି। କେତେକ ବିମାନକୁ ଜୟପୁର ଓ ଲକ୍ଷ୍ମୌ ଅଭିମୁଖେ ଗତିପଥ ପରିବର୍ତ୍ତନ କରାଯାଇଛି। ପ୍ରବଳ ବର୍ଷା ଯୋଗୁ ଆଜି ଦିଲ୍ଲୀର ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି। ସେପଟେ ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ଦିଲ୍ଲୀରେ ରେଡଆଲର୍ଟ ଜାରି କରାଯାଇଛି। ଅଗଷ୍ଟ ୫ ଯାଏ ରାଜଧାନୀରେ ବର୍ଷା ତାଣ୍ଡବ ଆଶଙ୍କା ଥିବା ସୂଚନା ମିଳିଛି।

ମହାନଦୀରେ ଖସିଲା ଦେଢଶହ ମିଟରରୁ ଊର୍ଦ୍ଧ୍ବ ଅତଡା, ଭାସିଗଲା ଫସଲ

ଜଗତସିଂହପୁର: ମହାନଦୀରେ ଖସିଲା ଦେଢଶହ ମିଟରରୁ ଊର୍ଦ୍ଧ୍ବ ଅତଡା। ହୀରାକୁଦ ପ୍ରଥମ ବନ୍ୟାଜଳ ଛାଡିବା ପରେ ରଘୁନାଥପୁର ନିକଟ କୂଳସାହି ଠାରେ ଦେଢଶହ ମିଟରରୁ ଊର୍ଦ୍ଧ୍ବ ଅତଡା ଖସିଛି। ଜଗତସିଂହପୁର-କଟକ ମଧ୍ଯ ଭାଗରେ ପ୍ରବାହିତ ମହାନଦୀରେ ବନ୍ୟାଜଳ ଯୋଗୁଁ ଭୟାନକ ସ୍ଥିତି ଉପୁଜିଛି। ନଦୀପଠାରେ ଚାଷ ହୋଇଥିବା ଶହଶହ ଏକର ପନି ପରିବା ବନ୍ୟା ପାଣିରେ ଭାସି ଯାଇଛି। ଯାହାକୁ ନେଇ ଚିନ୍ତାରେ ଶହଶହ ଚାଷୀ ।

ସେପଟେ ମହାନଦୀପଠାର ଅତଡ଼ା ଖାଇଯିବାରୁ ୧୨ ଖଣ୍ଡ ଗାଁର ୩୦ ହଜାରରୁ ଊର୍ଦ୍ଧ୍ବ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗାଁ ମୁଁହା ହୋଇଛି ମହାନଦୀ । ମହାନଦୀ ପଠାରେ ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ସ୍ଥାନୀୟ କୂଳସାହି ଅଞ୍ଚଳ ଲୋକଙ୍କ ଚିନ୍ତା ବଢ଼ିଛି। ବିଭାଗୀୟ ଯନ୍ତ୍ରୀଙ୍କ ଦେଖା ନଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ପୋଖରୀରେ ବୁଡ଼ି ନାବାଳକ ମୃତ

ନୟାଗଡ଼: ପୋଖରୀରେ ବୁଡ଼ି ନାବାଳକ ମୃତ। ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା କୁକୁଡ଼ା ଝରି ଗାଁରେ ଘଟିଛି ଅଭାବନୀୟ ଘଟଣା। ମୃତକ ନାବାଳକ ହେଲେ ସୂର୍ଯ୍ୟକାନ୍ତ ବେହେରା। ବୟସ ୮ ବର୍ଷ। ଗତକାଲି ଠାରୁ ଘରୁ ନିଖୋଜ ଥିଲେ ନାବାଳକ। ପରିବାର ଲୋକେ ବହୁ ଖୋଜା ଖୋଜି ପରେ ନାବାଳକର ପତ୍ତା ପାଇ ନଥିଲେ। ସକାଳୁ ଗାଁ ଲୋକେ ପୋଖରୀରୁ ମୃତଦେହ ଭାସୁଥିବାର ଦେଖିଥିଲେ । ଏହାପରେ ସୂର୍ଯ୍ୟକାନ୍ତଙ୍କ ମୃତଦେହକୁ ପାଣିରୁ ଉଦ୍ଧାର କରି ପରିବାରକୁ ଖବର ଦେଇଥିଲେ ଗାଁ ଲୋକ।

ଖବର ପାଇ ଚାନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶୌଚ ହେବା ପାଇଁ ପୋଖରୀକୁ ଯାଇଥିବା ବେଳେ ବର୍ଷା ଯୋଗୁଁ ଗୋଡ଼ ଖସି ଯାଇଥିବା ଅନୁମାନ କରାଯାଉଛି।

ଛତିଶଗଡ଼ରୁ ନଦୀ ପାଣିରେ ଭାସି ଆସିଲେ ମହିଳା; ଝାରସୁଗୁଡ଼ା ପଲସଦାରୁ ସୁରକ୍ଷିତ ଉଦ୍ଧାର

ଝାରସୁଗୁଡା: ଦଇବ ହେଲା ସାହା। ମହାନଦୀରେ ପ୍ରାୟ ପଚାଶ କିଲୋମିଟର ଭାସି ଆସିଲେ ମହିଳା। ଛତିଶଗଡ଼ ପୁରଥରୁ ମହାନଦୀ ପାଣିରେ ଭାସି ଆସି ସୁରକ୍ଷିତ ଅବସ୍ଥାରେ ଝାରସୁଗୁଡ଼ା ପଲସଦାରୁ ଉଦ୍ଧାର ହେଇଛନ୍ତି ଜଣେ ମହିଳା। ପଲସଦା ଠାରେ ମତ୍ସ୍ୟଜୀବୀମାନଙ୍କ ଦ୍ୱାରା ମହିଳାଙ୍କୁ ଉଦ୍ଧାର କରାଯାଇଛି। ତେବେ ମହିଳାଜଣକ କିଏ ଓ ସେ କିପରି ଏତେ ବାଟ ଭାସି ଆସିଲେ ତାହାକୁ ନେଇ ସସପେନ୍ସ ସୃଷ୍ଟି ହୋଇଛି। ମହିଳାଙ୍କ ଗୋଡରେ ବେଡି ପଡିଥିବା ଦେଖାଯାଇଛି। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି ।

ଶିମଲାରେ ବାଦଲଫଟା ବର୍ଷା: ୨ ମୃତ, ୩୨ ନିଖୋଜ

ନନ୍ଦିଘୋଷ ବ୍ୟୁରୋ: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା। ଶିମଲାର ରାମପୁରରେ ବାଦଲଫଟା ବର୍ଷାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୨ରୁ ଅଧିକ ଲୋକ ନିଖୋଜ ହୋଇଥିବା ସୂଚନା ମିଳିଛି। ବାଦଲଫଟା ବର୍ଷା ଯୋଗୁଁ ରାମପୁରରେ ବନ୍ୟା ପରିସ୍ଥିତି ଉପୁଜିଛି । ଗୁରୁବାର ସକାଳେ ଏହି ଘଟଣା ସାମ୍ନାକୁ ଆସିଛି। ଶିମଲା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଘଟଣାସ୍ଥଳରେ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ NDRF ଟିମ୍ ମୁତୟନ ହୋଇଛନ୍ତି। ସାମେଜ ଖାଦ ନିକଟସ୍ଥ ଏକ ଜଳବିଦ୍ଯୁତ ପ୍ରକଳ୍ପ ନିକଟରେ ଘଟିଛି ଅଘଟଣ। ବର୍ଷାରେ ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମଣ୍ଡିରେ ବି ବାଦଲ ଫଟା ବର୍ଷା ହୋଇଛି। ଫଳରେ କେତେକ କୋଠା ଭୁଶୁଡି ପଡିଥିବାବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କିଛି ମାସ ତଳେ ଭୟଙ୍କର ବାଦଲ ଫଟା ବର୍ଷା ଯୋଗୁ ହିମାଚଳରେ ନାହିଁ ନଥିବା କ୍ଷତି ଘଟିଥିଲା।

ବିପଦରେ ଦେବୀ ନଦୀ ନିକଟରେ ଥିବା ଗାଁ, ଲୋକେ ଭୟଭୀତ

ପୁରୀ: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଲଗାଣ ବର୍ଷା ଯୋଗୁଁ ଫୁଲୁଛି ଦେବୀ ନଦୀ । ବିଭିନ୍ନ ଜିଲ୍ଲାରେ ବନ୍ୟା ବିପଦ କଥା ଶୁଣି ଭୟରେ ପୁରୀ ଜିଲ୍ଲା କାକଟପୁର ବ୍ଲକ ବାଲିକୁଳ ଗାଁର ନଈକୂଳିଆ ଲୋକେ। ନଦୀ ବନ୍ଧ ଦୁର୍ବଳ ହୋଇଥିବା ବେଳେ ଦେବୀ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ଗାଁ ନିକଟରେ ପହଞ୍ଚିଲାଣି। ଦେଵୀ ନଦୀର ତଳ ମୁଣ୍ଡର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ନଦୀ ବନ୍ଧ ଅବସ୍ଥା ସମ୍ପୂର୍ଣ୍ଣ ଜଟିଳ। କେଉଁଠି ନଦୀବନ୍ଧ ଦବି ଯାଇଛି ତ କେଉଁଠି ବର୍ଷାରେ ଧୋଇ ହୋଇଗଲାଣି । ବାଲିକୁଳ ବନ୍ଧ ବିପଦ ସଂକୁଳ ଅବସ୍ଥାରେ ଥିବାରୁ ଏହାର ମରାମତି କରିବାକୁ ଲୋକେ ଦାବି କରିଛନ୍ତି ।

ଓଡିଶାର ଜୀବନ ରେଖା କୁହାଯାଉଥିବା ମହାନଦୀର ଏକ ପ୍ରମୁଖ ଶାଖା ନଦୀ ହେଉଛି ଦେବୀ ନଦୀ। ଜଗତସିଂହପୁର ଜିଲ୍ଲା ଦେଇ ପୁରୀ ଜିଲ୍ଲାକୁ ବହିଥିବା ଏହି ନଈ ଅସ୍ତରଙ୍ଗ ଠାରେ ବଙ୍ଗୋପସାଗରରେ ମିଶିଛି । ଯଦି ଜଳସ୍ତର ବୃଦ୍ଧି ପାଏ ଓ ବର୍ଷା ପରିମାଣ ବଢ଼େ ତେବେ ବନ୍ଧ ଧୋଇଯିବାର ଆଶଙ୍କା ରହିଛି ।

ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଗୋଟିଏ ପରିବାରର ୫ ଆହତ

ସୁବର୍ଣ୍ଣପୁର: ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଗୋଟିଏ ପରିବାରର ୫ ଆହତ। ଆହତଙ୍କ ମଧ୍ଯରେ ଅଛନ୍ତି ଦମ୍ପତି, ୨ ଶିଶୁପୁତ୍ର ଓ ଜଣେ ଝିଅ। ଆହତଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଡାହୁକବୁଡ଼ ଗାଁରେ ଘଟିଛି ଅଘଟଣ । ଗତକାଲି ବିଳମ୍ବିତ ରାତ୍ରିରେ ପରିବାର ଶୋଇଥିବା ବେଳେ ଘର କାନ୍ଥ ଭୁଶୁଡି ପଡିଥିଲା। ଆହତଙ୍କୁ ଗାଁ ଲୋକେ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଛନ୍ତି । ଆହତମାନେ ହେଲେ ସୁଶୀଲ ପଧାନ, ବାସ୍ତୁରୀ ପଧାନ, ରୀତିକା ପଧାନ, କ୍ରିଷ ପଧାନ ଓ କୌର ପ୍ରଧାନ।


                

ଘନେଇଲା ମଧ୍ଯପ୍ରାଚ୍ଯ ସଙ୍କଟ; ଇସ୍ରାଏଲ ଉପରେ ସିଧାସଳଖ ହମଲା ଲାଗି ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ: ଘନେଇଲା ମଧ୍ଯପ୍ରାଚ୍ଯ ସଙ୍କଟ। ଇସ୍ରାଏଲ ଉପରେ ସିଧାସଳଖ ହମଲା କରିବା ଲାଗି ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖୋମେନୀଙ୍କ ନିର୍ଦ୍ଦେଶ। ହମାସ ନେତା ଇସମାଇଲ ହାନିଏଙ୍କୁ ହତ୍ଯା ପ୍ରତିବାଦରେ ଇସ୍ରାଏଲ ଉପରେ ହମଲା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ଇସ୍ରାଏଲର ଆକ୍ରମଣରେ ପ୍ରାଣ ହରାଇଥିଲେ ଇସମାଇଲ ଓ ରିଭଲ୍ଯୁସନାରୀ ଗାର୍ଡର ୨ ସଦସ୍ଯ। ଇସମାଇଲଙ୍କ ମୃତ୍ଯୁ ଘଟଣା ପରେ ପରେ ଇରାନର ସୁପ୍ରିମ ନ୍ଯାସନାଲ ସିକ୍ଯୁରିଟି କାଉନସିଲର ଏକ ଜରୁରୀ ବୈଠକ ଡାକି ସେଠାରେ ଇସ୍ରାଏଲ ଉପରେ ଆକ୍ରମଣ ଲାଗି ଖୋମେନି ନିର୍ଦ୍ଦେଶ ଦେଇଥିଲେ।

ଇରାନର ନୂଆ ରାଷ୍ଟ୍ରପତିଙ୍କ ଉଦଘାଟନୀ ଉତ୍ସବରେ ଯୋଗଦେବା ଲାଗି ଇସମାଇଲ ତେହେରାନରେ ଥିବାବେଳେ ସେଠାରେ ତାଙ୍କୁ ହତ୍ଯା କରାଯାଇଥିଲା। ପୂର୍ବରୁ ଇରାନରେ କେତେକ ଆଣବିକ ବିଜ୍ଞାନୀ, ସାମରିକ କମାଣ୍ଡରଙ୍କୁ ଇସ୍ରାଏଲ ହତ୍ଯା କରିବାର ନଜିର ରହିଛି। ଇସ୍ରାଏଲ ଓ ହମାସ ମଧ୍ଯରେ ଯୁଦ୍ଧର ୧୦ ମାସ ପରେ ବି ସ୍ଥିତି ସୁଧୁରୁନାହିଁ ଏବଂ ଗାଜାର ବହୁ ଅଞ୍ଚଳରେ ଏବେ ବି ଇସ୍ରାଏଲର ହମଲା ଜାରି ରହିଛି।

ଗତ ଏପ୍ରିଲରେ ସିରିଆର ରାଜଧାନୀ ଡାମାସ୍କସ ଉପରେ ଇସ୍ରାଏଲର ଆକ୍ରମଣ ପ୍ରତିବାଦରେ ଇସ୍ରାଏଲ ଉପରେ ଜୋରଦାର ଆକ୍ରମଣ କରିଥିଲା ଇରାନ। ଇସ୍ରାଏଲ କିମ୍ବା ଆମେରିକାର ସମ୍ଭାବ୍ଯ ଆକ୍ରମଣର ମୁକାବିଲା ଲାଗି ପ୍ରସ୍ତୁତ ହେବାକୁ ରିଭଲ୍ଯୁସନାରୀ ଗାର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ଖୋମେନୀ। ସୁପ୍ରିମଲିଡରଙ୍କ ଆକ୍ରମଣ ଆହ୍ବାନକୁ ସମର୍ଥନ କରିଛନ୍ତି ରାଷ୍ଟ୍ରପତି ମାସୁଦ ପେଜେସକିଆନ।