spot_img
Home Blog Page 1659

ସାମ୍ବାଦିକା ଆତ୍ମହତ୍ୟା ଘଟଣା : କମିସନରେଟ ପୋଲିସଠାରୁ ତଥ୍ୟ ନେଲା ଏୟାରଫୋର୍ସ

ନନ୍ଦିଘୋଷ ବ୍ୟୁରୋ: ସାମ୍ବାଦିକା ମଧୁମିତା ପରିଡ଼ା ଆତ୍ମହତ୍ୟା ଘଟଣା । କମିସନରେଟ ପୋଲିସଠାରୁ ତଥ୍ୟନେଇଛି ଏୟାରଫୋର୍ସ ଅଧିକାରୀ । ଗିରଫ ଅଭିଯୁକ୍ତ ସ୍ବାମୀ ଶ୍ରୀଧର ଜେନାଙ୍କ ବିରୋଧରେ ମାମଲା ସମ୍ବନ୍ଧିୟ ତଥ୍ୟ ଏୟାରଫୋର୍ସ ନେଇଥିବା ସୂଚନା ମିଳିଛି ।  ଜବତ ଶ୍ରୀଧର ଓ ମଧୁମିତାଙ୍କ ମୋବାଇଲକୁ ଫରେନସିକ ଲାବକୁ ପଠାଯିବ । ଶ୍ରୀଧର କେତେଜଣଙ୍କ ସହ ପରକୀୟା ସମ୍ପର୍କ ରଖିଛି ସେନେଇ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ଭୁବନେଶ୍ବର ଡିସିପି ପ୍ରତୀପ ସିଂ କହିଛନ୍ତି ।

ସାମ୍ବାଦିକା ମଧୁମିତା ପରିଡ଼ା ଆତ୍ମହତ୍ୟା ଘଟଣା । କମିସନରେଟ ପୋଲିସଠାରୁ ତଥ୍ୟନେଲେ ଏୟାରଫୋର୍ସ ଅଧିକାରୀ । ଗିରଫ ଅଭିଯୁକ୍ତ ସ୍ବାମୀ ଶ୍ରୀଧର ଜେନାଙ୍କ ବିରୋଧରେ ମାମଲା ସମ୍ବନ୍ଧିୟ ସମସ୍ତ ତଥ୍ୟ ଏୟାରଫୋର୍ସ ନେଇଥିବା ସୂଚନା ମିଳିଛି । ସେପଟେ ଘଟଣାର ତଦନ୍ତ ଚାଲିଥିବା ବେଳେ ଶ୍ରୀଧର ଓ ମଧୁମିତାଙ୍କ ମୋବାଇଲକୁ ଫରେନସିକ ଲାବକୁ ପଠାଯିବ । ଶ୍ରୀଧର କେତେଜଣଙ୍କ ସହ ପରକୀୟା ସମ୍ପର୍କ ରଖିଛି ସେନେଇ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ଭୁବନେଶ୍ବର ଡିସିପି ପ୍ରତୀପ ସିଂ କହିଛନ୍ତି । ତଦନ୍ତରେ ଯେଉଁମାନଙ୍କ ସଂପୃକ୍ତି ରହିଛି ସେମାନଙ୍କୁ ପଚରାଉଚରା କରାଯିବ । ଆବଶ୍ୟକ ପଡିଲେ ମଧୁମିତାଙ୍କ ସାଙ୍ଗଙ୍କୁ ଡାକି ତଥ୍ୟ ସଂଗ୍ରହ କରିବ କମିଶନରେଟ ପୋଲିସି । ସେପଟେ ଆଜି ବାପୁଜି ନଗରରୁ ମିଳିଛି ମଧୁମିତାଙ୍କ ସ୍କୁଟି । ଏକ ଧଳା ରଙ୍ଗର ସ୍କୁଟି ଜବତ କରିଛି ଧଉଳି ଥାନା ପୋଲିସ । ମଧୁମିତା ଆତ୍ମହତ୍ୟା କରିବା ପରଠାରୁ ସ୍କୁଟିକୁ ନେଇ ଉଠିଥିଲା ଅନେକ ପ୍ରଶ୍ନ । ସ୍କୁଟି କିଏ ନେଲା ତାହାକୁ ନେଇ ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଆଜି ସକାଳୁ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ସ୍କୁଟିକୁ ଜବତ କରି ଥାନାକୁ ନେଇଛି । ଶେଷ ଥର ପାଇଁ ଆତ୍ମହତ୍ୟା କରିବାକୁ ଯିବା ସମୟରେ ମଧୁମିତା ସ୍କୁଟିରେ ଯାଉଥିବା ସିସିଟିଭିରେ ଜଣାପଡିଥିଲା । କିନ୍ତୁ ମୃତ୍ୟୁ ପରେ ସ୍କୁଟି ମିଳିନଥିଲା ।

ରାସ୍ତାରୁ ଖସିଲା କାର, ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମୁକାଶ୍ମୀର ଅନନ୍ତନାଗରେ ମର୍ମନ୍ତୁଦ ଦୁର୍ଘଟଣା। ରାସ୍ତାରୁ ଖାଲକୁ ଖସିଲା କାର। ୫ ଶିଶୁ ସମେତ ୮ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। କୋକେରନାଗ ଡୋକସୁମ ଅଂଚଳରେ ଘଟିଛି ଏ ଦୁର୍ଘଟଣା। ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ପୋଲିସ କର୍ମଚାରୀ। ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାରକାଯ୍ୟ ଜାରି ରହିଛି।

ତାଙ୍କୁ ଦିଆଯାଇଥିବା ସମୟ ପୁରା ହୋଇ ସାରିଥିଲା,ମମତାଙ୍କ ଅଭିଯୋଗ ଉପରେ ସରକାରଙ୍କ ଉତ୍ତର

ନନ୍ଦିଘୋଷ ବ୍ୟୁରୋ: ନୀତି ଆୟୋଗ ବୈଠକରେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀଙ୍କ ହଙ୍ଗମା। ବିଭିନ୍ନ ପ୍ରସଙ୍ଗରେ ବୈଠକ ବର୍ଜନ କରିଛନ୍ତି ମମତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ଯକ୍ଷତାରେ ବସିଥିବା ବୈଠକରେ ତାଙ୍କ ମାଇକକୁ ମ୍ଯୁଟ କରିଦିଆଯାଇଥିବା ଅଭିଯୋଗ କରି ବୈଠକ ବର୍ଜନ କରିଥିଲେ ମମତା। ପଶ୍ଚିମବଙ୍ଗକୁ ପାତରଅନ୍ତର କରାଯାଉଥିବା ସହ ପାଣ୍ଠି ପ୍ରଦାନ କରାଯାଉ ନଥିବା ଅଭିଯୋଗ କରି ମମତା ବୈଠକ ବର୍ଜନ କରିଥିଲେ। ସେ କହିଛନ୍ତି ତାଙ୍କୁ ମାତ୍ର ୫ ମିନଟ ସମୟ ଦିଆଯାଇଥିବାବେଳେ ଅନ୍ଯମାନଙ୍କୁ ୨୦ ମିନଟ ଲେଖାଏ ଦିଆଯାଇଥିଲା।  କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସହଭାଗିତା ଓ ସମନ୍ବୟ ବଜାର ରଖିବା ବୈଠକର ମୁଖ୍ୟ ଉଦ୍ଦେଶ୍ୟ। ବୈଠକରେ ବିକଶିତ ଭାରତ ୨୦୪୭ ଉପରେ ଥିବା ଦୃଷ୍ଟିକୋଣ ଦସ୍ତାବିଜ ଉପରେ ଚର୍ଚ୍ଚା କରାଯାଉଛି । ୨୦୪୭ ବିକଶିତ ଭାରତ ଲକ୍ଷ୍ୟ ହାସଲରେ ରାଜ୍ୟ ଗୁଡିକର ଭୂମିକା ଉପରେ ଚର୍ଚ୍ଚା ହେଉଛି । ବୈଠକରେ ଇଣ୍ଡିଆ ମେଣ୍ଟ ଶାସିତ ରାଜ୍ଯର ମୁଖ୍ଯମନ୍ତ୍ରୀ ଯୋଗଦେଇନାହାନ୍ତି। ବୈଠକରେ ତାମିଲନାଡୁ ମୁଖ୍ଯମନ୍ତ୍ରୀ ଏମକେ ଷ୍ଟାଲିନ, ପୁଡୁଚେରୀ ମୁଖ୍ଯମନ୍ତ୍ରୀ ଏନ. ରଙ୍ଗାସ୍ବାମୀ, କେରଳ ମୁଖ୍ଯମନ୍ତ୍ରୀ ପିନରୟି ବିଜୟନ, ପଞ୍ଜାବ ମୁଖ୍ଯମନ୍ତ୍ରୀ ଭଗବନ୍ତ ମାନ୍, କର୍ଣ୍ଣାଟକ ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟା, ତେଲଙ୍ଗାନା ମୁଖ୍ଯମନ୍ତ୍ରୀ ରେବନ୍ତ ରେଡ୍ଡୀ, ହିମାଚଳ ପ୍ରଦେଶ ମୁଖ୍ଯମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ସାମିଲ ହୋଇ ନଥିଲେ।

ମମତାଙ୍କ ଏହି ଅଭିଯୋଗକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ସରକାର କହିଛନ୍ତି ଯେ ମମତା ବାନାର୍ଜୀ ଦେଇଥିବା ସମସ୍ତ ଦାବି ଭୁଲ ଅଟେ। ସେ କହିଥିଲେ ଯେ ମମତା ବାନାର୍ଜୀଙ୍କ ମାଇକ୍ ସମୟ ଶେଷରେ ସୁଇଚ୍ ହୋଇଯାଇଥିଲା, ଏପରିକି ସମୟ ସୂଚାଇବା ପାଇଁ ଘଣ୍ଟି ମଧ୍ୟ ବଜାଯାଇ ନଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ନାମ ଆଧାରରେ ମମତା ବାନାର୍ଜୀଙ୍କ କହିବା ମଧ୍ୟାହ୍ନ ଭୋଜନ ପରେ ଆସିବ, କିନ୍ତୁ ପଶ୍ଚିମବଙ୍ଗ ସରକାରଙ୍କ ସରକାରୀ ଅନୁରୋଧ କ୍ରମେ ତାଙ୍କୁ ସପ୍ତମ ବକ୍ତାଙ୍କ ସ୍ଥାନରେ କହିବାକୁ ଅନୁମତି ଦିଆଯାଇଛି। ତାଙ୍କୁ ଶୀଘ୍ର ଫେରିବାକୁ ପଡୁଥିବାରୁ ପଶ୍ଚିମବଙ୍ଗ ସରକାର ଶୀଘ୍ର କଥା ହେବାକୁ ଅନୁରୋଧ କରିଥିଲେ।

ଦୁଷ୍କର୍ମ ଅଭିଯୋଗକାରୀଙ୍କୁ ଏସିଡରେ ଗାଧୋଇ ହତ୍ୟା କଲେ ପୀଡ଼ିତାଙ୍କ ପରିବାର

ନନ୍ଦିଘୋଷ ବ୍ୟୁରୋ: ବିହାରର ଭାଗଲପୁର ଅଞ୍ଚଳରୁ ଆସିଛି ଏକ ଅଭାବନୀୟ ଖବର । ଜଣେ ଦୁଷ୍କର୍ମ ଅଭିଯୋଗକାରୀଙ୍କୁ ଏସିଡରେ ଗାଧୋଇ ହତ୍ୟା କରିଛନ୍ତି ପିଡ଼ିତାଙ୍କ ପରିବାର । ଏହି ଖବର ଏବେ ବିହାରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଦୁଷ୍କର୍ମକାରୀର ଶବକୁ ପୋଡ଼ିବା ପରେ ବୁଦାମୂଳରେ ଫୋପାଡ଼ି ଦେଇଥିଲେ । ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ । ମୃତଦେହରୁ ଏତେ ଜୋରରେ ଗନ୍ଧ ବାହାରିଥିଲା କି, ରୁମସ୍ପ୍ରେ ମାରି ମୃତଦେହକୁ ଉଦ୍ଧାର କରାଯାଇଥିଲା । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ମୃତକଙ୍କ ମୃତ୍ୟୁ ପୂର୍ବର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ହାତଯୋଡ଼ି କାନ ଧରି କ୍ଷମା ମାଗୁଥିବା ଦେଖିବାକୁ ମିଳିଥିଲା । ତେବେ କୁହାଯାଉଛି କି, ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ଜଣକ ନିଜ ଭୁଲ ପାଇଁ ପିଡ଼ିତାଙ୍କ ପରିବାରକୁ ଆସି କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ ପିଡ଼ିତାଙ୍କ ପରିବାର ଦୋଷ କ୍ଷମା କରିବା ପରିବର୍ତ୍ତେ ଅଭିଯୁକ୍ତକୁ ଗଛରେ ବାନ୍ଧି ଏସିଡରେ ଗାଧୋଇ ଦେଇଥିଲେ । ଏବଂ ପରେ ପୋଡ଼ିବା ପରେ ପୋଫାଡ଼ି ଦେଇଥିଲେ । ପୋଲିସ ଅଭିଯୁକ୍ତଙ୍କୁ ଧରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ପାକିସ୍ତାନ ସେନା ମୁଖ୍ୟଙ୍କ ଅଡିଓ ଭାଇରାଲ, ସିଧା ଗୁଳି ମାର

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସିମ୍ ମୁନୀରଙ୍କ ଏକ ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି । ବନ୍ନୁ ଅଞ୍ଚଳରେ ସାଧାରଣ ଲୋକଙ୍କ ଉପରକୁ ଗୁଳି ଚାଳନା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିବାର ଏକ ଅଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । କମାଣ୍ଡଙ୍କୁ ଏଭଳି ଗୁଳି ଚଳାଇବା ପାଇଁ ଅସିମ୍ କହିଥିବାର ଅଡିଓ ଭାଇରାଲ ହେବାପରେ ଏବେ ପାକିସ୍ତାନରେ ହଙ୍ଗାମା ଆରମ୍ଭ ହୋଇଛି । ତେବେ ବନ୍ନୁ ଅଞ୍ଚଳରେ ଗୁଳି ଚାଳନା ହୋଇଥିବାବେଳେ ୨୦ ଜଣଙ୍କ ମୃତ୍ୟୁ ହୋଇଛି । କହି ରଖୁଛୁ କି, ଗତ ସପ୍ତାହରେ ପାକିସ୍ତାନର ବାନ୍ନୁ ଅଞ୍ଚଳରେ ଆତଙ୍କବାଦୀଙ୍କ ଦ୍ବାରା ଆତ୍ମଘାତୀ ଆକ୍ରମଣ ହୋଇଥିଲା । ଯେଉଁଥିରେ ୮ ଜଣ ପାକିସ୍ତାନୀ ସୈନୀକ ପ୍ରାଣ ହରାଇଥିଲେ । ବହୁ ଯବାନଙ୍କ ସହ ସ୍ଥାନୀୟ ଲୋକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ତେବେ ଏହାପରେ ସ୍ଥାନୀୟ ଲୋକେ ଶାନ୍ତି ପାଇଁ ଶୋଭାଯାତ୍ରା କରିଥିଲେ । ଯେଉଁଥିରେ ସେମାନେ ଅସ୍ତ୍ରଶସ୍ତ୍ର ଧରି ବାହାରିଥିଲେ । ତେବେ ସେନା ପକ୍ଷରୁ ଲୋକଙ୍କ ଉପରକୁ ଗୁଳି ଚଳାଯାଇଥିବା କୁହାଯାଇଛି । ତେବେ ସେନା ପକ୍ଷରୁ କୁହାଯାଇଛି କି, ଅଘଟଣକୁ ଦୃଷ୍ଟିରେ ରଖି ସେମାନେ ଉପରକୁ ଫାଙ୍କା ଗୁଳି ଚାଳନା କରିଥିଲେ । ଆଉ ଏବେ ଅଡିଓ ଭାଇରାଲ ହେବା ପରେ ସେନା ମୁଖ୍ୟ ଅକଳରେ ପଡ଼ିଯାଇଛନ୍ତି ।

ପାକିସ୍ତାନୀ ଆର୍ମି ଜେନେରାଲ ଅସୀମଙ୍କ ଏହି ଅଡିଓ ଟେପ୍ ଲିକ୍ ହେବା ମାତ୍ରେ ପାକିସ୍ତାନ ସେନା ଏବଂ ଗୁପ୍ତଚର ଏଜେନ୍ସି ସମେତ ପାକିସ୍ତାନ ସରକାର ସକ୍ରିୟ ହୋଇଗଲେ। ସଙ୍ଗେ ସଙ୍ଗେ କୁହାଯାଇଥିଲା ଯେ ଏହି ଅଡିଓକୁ ଆତଙ୍କବାଦୀ ସଂଗଠନ ଏଆଇ ଟେକ୍ନୋଲୋଜି ମାଧ୍ୟମରେ ତିଆରି କରିଛି। ଅର୍ଥାତ୍ ପାକିସ୍ତାନୀ ସେନା ଏଥିପାଇଁ ସମ୍ପୂର୍ଣ୍ଣ ଦୋଷ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଉପରେ ରଖିବାକୁ ଚେଷ୍ଟା କରିଥିଲା। କିନ୍ତୁ ସେ କହିପାରୁ ନାହାଁନ୍ତି ଯେ ସାଧାରଣ ଲୋକଙ୍କ ଉପରକୁ ଗୁଳି ଚଳାଇ ସିଧାସଳଖ ପାକିସ୍ତାନୀ ସେନା ଦ୍ୱାରା ଗୁଳି ଚଳାଇଥିଲା। ତେବେ ଏହି ଅଡିଓକୁ AI ଟେକ୍ନୋଲୋଜି ସହିତ କିପରି ପ୍ରସ୍ତୁତ କରାଯାଇପାରିବ? ପାକିସ୍ତାନୀ ସେନା ମଧ୍ୟ ସେହି ସମୟରେ AI ଟେକ୍ନୋଲୋଜି ମାଧ୍ୟମରେ ଗୁଳି ଚଳାଇଥିଲା କି? ବର୍ତ୍ତମାନ ଏହି ଅଡିଓ ଲିକ୍ ହେବା ପରେ ପାକିସ୍ତାନର ସେନା ବ୍ୟାକଫୁଟରେ ଅଛି ଏବଂ ଖାଇବର ପାଖ୍ଟନଖୱା ଏବଂ ଏହାର ଆଖପାଖ ଅଞ୍ଚଳରେ ସେନା ବିରୋଧରେ ବିରୋଧ ଜାରି ରହିଛି।

କମିଶନରେଟ ପୋଲିସ ହାତରେ ବାୱରିୟା ଗ୍ୟାଙ୍ଗ

ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ ବାୱରିୟା ଗ୍ୟାଙ୍ଗ। ବାଇକରେ ଆସି ରାସ୍ତାରୁ ଚେନ ଝାମ୍ପି ଫେରାର ହୋଇଯାଉଥିଲେ ଏହି ଗ୍ୟାଙ୍ଗ । ସାରା ଦେଶରେ ବୁଲି ବୁଲି ଏମାନେ ଲୁଟ କରୁଛନ୍ତି ଆଉ ଟ୍ରେନରେ ଫେରାର ହୋଇଯାଉଛନ୍ତି । ଯେଉଁ ସହରକୁ ଯାଉଥିଲେ ସେଠି ଆଗ ଏକ ବାଇକ୍ ଚୋରି କରୁଥିଲେ । ପରେ ଚୋରି ବାଇକରେ ଚେନ ଲୁଟୁଥିଲେ । କିଛି ଦିନ ଲୁଟପାଟ ପରେ ସେହି ସହରରୁ ଫେରାର ହୋଇ ଯାଉଥିଲେ ଏହି ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ମୁଖ୍ୟ କୁଖ୍ୟାତ ଲୁଟେରା ଉତ୍ତର ପ୍ରଦେଶ କାନପୁରର ରାମ କୁମାର । ଏହି କୁଖ୍ୟାତ ଲୁଟେରାକୁ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍ । ତା ନିକଟରୁ ୨ ଟି ସୁନା ଚେନ ସହ ଗୋଟିଏ ଚୋରା ବାଇକ ଜବତ ହୋଇଛି ।

ସେହିଭଳି ଆଉ ଦୁଇଜଣ କୁଖ୍ୟାତ ଲୁଟେରା କଟକ ସଦର ଅଞ୍ଚଳର ଆକାଶ ସାମଲ ଓ ବିଡାନାସୀ ଅଞ୍ଚଳର ସିତଲ ବେହେରାକୁ ସ୍ପେସାଲ ସ୍କ୍ୱାର୍ଡ ଗିରଫ କରିଛି । ଏମାନଙ୍କ ନିକଟରୁ ୨ଟି ସୁନା ଚେନ ଜବତ କରାଯାଇଛି । ଏମାନଙ୍କ ନାଁରେ କଟକ ଭୁବନେଶ୍ୱରର ବିଭିନ୍ନ ଥାନାରେ ୧୪ରୁ ଅଧିକ ମାମଲା ରହିଛି ।

ମଧ୍ୟାହ୍ନ ଭୋଜନ ଖାଇ ୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାର ପୁର ବାନିଶିଆ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ। ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍କୁଲର ଛାତ୍ରଛାତ୍ରୀ ମାନେ ଅଣ୍ଡା ଝୋଳ ଖାଇବା ପରେ ଗୁରୁତର ହୋଇପଡିଥିଲେ। ସ୍କୁଲରେ ୩୫ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇଥିଲେ।  ପରେ ୬ ଜଣ ଛାତ୍ରଛାତ୍ରୀ ମାନଙ୍କ ଠାରେ ପେଟ କାଟିବା, ବାନ୍ତି ହେବା, ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖା ଦେଇଥିଲା। ସେମାନଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ କିଛି ଅସୁସ୍ଥ ଛାତ୍ରଛାତ୍ରୀ ଘରେ ଥିବାରୁ ସୋର ବିଧାୟକ ମାଧବ ଧଡାଙ୍କ ନିର୍ଦ୍ଦେଶ କ୍ରମେ ସୋର ଡାକ୍ତରଖାନାର ଭାରପ୍ରାପ୍ତ ଚିକିତ୍ସାଧିକୀରୀଙ୍କୁ ତଦାରଖ ନିମନ୍ତେ ବାଣିଶିଆ ଗାଁକୁ ପଠାଇଛନ୍ତି।

‘ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ପୋଲାଭରମ ଓ ସ୍ଵତନ୍ତ୍ର ପ୍ୟାକେଜ ମାଗନ୍ତୁ’

ଭୁବନେଶ୍ୱର: ନୀତି ଆୟୋଗ ବୈଠକକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀ ପତି । ସେ କହିଛନ୍ତି ଯେ, ଓଡିଶାରୁ ବିଜେପିର ୨୦ ଜଣ ସାଂସଦ ଯାଇଛନ୍ତି।। ତେଣୁ ପ୍ରଥମେ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ପୋଲାଭରମ ଓ ସ୍ଵତନ୍ତ୍ର ପ୍ୟାକେଜ ମାଗନ୍ତୁ । ୫୦ ହଜାର କୋଟି ଓଡିଶାକୁ ଦେବାକୁ ଦାବି କରନ୍ତୁ। କେବିକେ ସମେତ ବିଜେପି ସରକାର ୮ଟି ଯୋଜନା କାଟିଛନ୍ତି। ତାହାକୁ ଦେବାକୁ ଦାବି କରିଛନ୍ତି ତାରା ବାହିନୀପତିି।

ସେହିପରି କୋଇଲା ରୟାଲଟି ବୃଦ୍ଧି କରିବା ଦାବି ଉଠାନ୍ତୁ ବୋଲି ତାରା ବାହିନୀ ପତି କହିଛନ୍ତି। ପ୍ରତ୍ୟେକ ପଞ୍ଚାୟତକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବା ଦାବି କରିଛନ୍ତି ତାରା।

ପୋଲାଭରମ ପାଇଁ ବର୍ତ୍ତମାନ ସରକାର କ’ଣ କରୁଛି ବୋଲି ପ୍ରଶ୍ନ କରିଛନ୍ତି ତାରା । ପୋଲାଭରମ ସମସ୍ୟାରେ ମୋଟୁ ପଡିଆ, ଆଦିବାସୀ ଅଞ୍ଚଳ ଜମି ବୁଡିବନି ଘର ବୁଡିବନି ବିଜେପି ପ୍ରତିଶୃତି ଦେଇକି ଜିତିଛି । ବର୍ତ୍ତମାନ ତ୍ରିପଲ ଇଞ୍ଜିନ ସରକାର ।  ଓଡ଼ିଶାର ମୁଖ୍ୟମନ୍ତ୍ରୀ ହସ୍ତକ୍ଷପ କରନ୍ତୁ, ପ୍ରଧାନମନ୍ତ୍ରୀ ସହ ଆଲୋଚନା କରନ୍ତୁ । ହକ ହଉଛି ମାଲକାନଗିରି ଜିଲ୍ଲାର ଆଦିବାସୀଙ୍କ ସମସ୍ୟା । ସବୁ ପରିବେଶ ନଷ୍ଟ ହେଇଯିବ । ରାଜ ରାସ୍ତାକୁ କଂଗ୍ରେସ ଓଲ୍ହାଇବା ପୂର୍ବରୁ ସରକାର ନିଷ୍ପତି ନିଅନ୍ତୁ ବୋଲି ତାରା ବାହିନୀ ପତି କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନାଁରେ କଂଗ୍ରେସ ଆଣିବ ସ୍ୱାଧିକାର ଭଙ୍ଗ ନୋଟିସ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନାଁରେ କଂଗ୍ରେସ ଆଣିବ ସ୍ୱାଧିକାର ଭଙ୍ଗ ନୋଟିସ୍। ବିଧାନସଭା ଅଧିବେଶନ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଅଗ୍ନି ବୀରଙ୍କ ପାଇଁ ୧୦ ପ୍ରତିଶତ ସରଂକ୍ଷଣ ଘୋଷଣା କେମିତି କଲେ। ଏହା ସମ୍ବିଧାନ ବିରୋଧୀ। ପୋଲିସ ବିଭାଗରେ ପ୍ରତିବର୍ଷ ୨ ରୁ ୩ ହଜାର କନଷ୍ଟେବଳ ପଦବୀ ପୂରଣ ହୁଏ। କିନ୍ତୁ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ କେମିତି କଲେ ବୋଲି ପ୍ରଶ୍ନ କରିଛନ୍ତି ତାରା ବାହିନୀପତି।

ଅନ୍ୟପଟେ ରାଜ୍ୟ ସରକାର କୌଣସି ବିଷୟ ଜାଣି ନାହାନ୍ତି କି ଜାଣିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ବିଧାନସଭା ଚାଲିବା ସମୟରେ ବାହାର ନିୟମକୁ  ଘୋଷଣା କରି ହେବ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ନା ବିଭାଗୀୟ ଅଧିକାରୀ, ନା ମନ୍ତ୍ରୀ ନା ମୁଖ୍ୟମନ୍ତ୍ରୀ, କେହି କୌଣସି ନୀତିଗତ ଘୋଷଣା କରି ପାରିବେ ନାହିଁ। କିନ୍ତୁ ମୁଖ୍ୟମନ୍ତ୍ରୀ ଯେଉଁ ଭଳି ଭାବେ ଗତକାଲି ଅଗ୍ନିବୀରଙ୍କ ନିଯୁକ୍ତି ନେଇ ଯେଉଁ ଘୋଷଣା କରିଛନ୍ତି, ତାହା ବିଧାନସଭାର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଛି। ଏ ସମ୍ପର୍କରେ ସୋମବାର ବିଧାନସଭାରେ ବିଜେଡି ଆପତ୍ତି ଉଠାଇବ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ।

ସେହିଭଳି ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ବିଧାନସଭା ବାହାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏନେଇ କ୍ଷମା ମାଗିବା ଉଚିତ ବୋଲି ଦାବି କରିଛନ୍ତି ନରସିଂହ।

ଝାଡ଼ଖଣ୍ଡ ଏବଂ ଉତ୍ତର ଓଡିଶାକୁ ମୁହାଁଇବ ଓ୍ବେଲମାର୍କ ଲୋପ୍ରେସର

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ତତ୍ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଥିବା ଚିହ୍ନିତ ଲଘୁଚାପ କ୍ଷେତ୍ର ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପରେ ରହିଛି। ଏହି କ୍ଷେତ୍ର ପଶ୍ଚିମ ଉତ୍ତର, ପଶ୍ଚିମ ଦିଗରେ ଅଗ୍ରସର ହୋଇ ଝାଡ଼ଖଣ୍ଡ ଆଡକୁ ଗତି କରିବ। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଅଞ୍ଚଳରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ନୟାଗଡ଼, କଟକ, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ପାଗ କେତେକାଂଶରେ ମେଘାଚ୍ଛନ୍ନ ରହିବା ସହ ସ୍ଥାନେ ସ୍ଥାନେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସେହିପରି ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ।