ନନ୍ଦିଘୋଷ ବ୍ୟୁରୋ: ବିଧାନସଭାରେ ଆଗତ ହୋଇଛି ୨୦୨୪-୨୫ ବଜେଟ। ବଜେଟରେ କୃଷି କ୍ଷେତ୍ରକୁ ଦିଆଯାଇଛି ଅଧିକ୍ ପ୍ରାଧାନ୍ୟ। କୃଷି ଓ ଅନ୍ଯାନ୍ଯ ଆନୁଷଙ୍ଗିକ କ୍ଷେତ୍ର ଲାଗି ୩୩ ହଜାର ୯୧୯ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ଗତ ବର୍ଷ ଠାରୁ ଏହି ପରିମାଣ ୩୬ ପ୍ରତିଶତ ଅଧିକ। ରାଜ୍ଯ ସରକାର ୧୦ଟି ସ୍ତମ୍ଭକୁ ଗୁରୁତ୍ବ ଦେଇଛନ୍ତି। ସେଗୁଡିକ ହେଲା ଅନ୍ନଦାତା, ନାରୀ ଶକ୍ତି, ସାମାଜିକ ନ୍ୟାୟ, ଉତ୍ତମ ସ୍ବାସ୍ଥ୍ୟ ଓ ଶିକ୍ଷା, ସାବଲୀଳ ଜୀବନ, ମୌଳିକ ନାଗରିକ ସୁବିଧା, ବିକଶିତ ଗାଁ, ଶିଳ୍ପ ଓ ରୋଜଗାର, ଓଡିଆ ଅସ୍ମିତା ଓ ଲୋକଙ୍କ ଲାଗି ସରକାର। ଚଳିତ ଆର୍ଥିକ ବର୍ଷରେ ରାଜ୍ଯର ସାମଗ୍ରିକ ଘରୋଇ ଉତ୍ପାଦ ୮ ପ୍ରତିଶତ ବୃଦ୍ଧି ଆଶା ରଖାଯାଇଛି। କୃଷି କ୍ଷେତ୍ର ରାଜ୍ଯର ମୋଟ ଶ୍ରମଶକ୍ତିର ୪୫ ପ୍ରତିଶତ। ରାଜ୍ଯ ସରକାର ବିକଶିତ ଓଡିଶା ଲାଗି ଆଣିବେ ସମୃଦ୍ଧ କୃଷକ ଯୋଜନା। ଚାଷୀଙ୍କ ଠାରୁ ଧାନ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କାରେ କିଣାଯିବ। ଯାହାକିଏମଏସପିର ଧାର୍ଯ୍ୟମୂଲ୍ଯଠାରୁ ୮ ଶହ ଟଙ୍କା ଅଧିକ। ଚାଷୀମାନେ ଡିବିଟି ଜରିଆରେ ୪୮ ଘଣ୍ଟାରେ ପ୍ରାପ୍ଯ ପାଇବେ। ସମୃଦ୍ଧ କୃଷକ ଯୋଜନା ଲାଗି ୫ ହଜାର କୋଟି ଟଙ୍କା ରଖାଯାଇଛି। ସିଏମ କିଷାନ ଯୋଜନାରେ ଅଧିକ ଟପଅପ ପ୍ରଦାନ କରାଯିବ। ବଜେଟରେ ଏଥିଲାଗି ୧ ହଜାର ୯୩୫ କୋଟି ଟଙ୍କା ରଖାଯାଇଛି। କୃଷକଙ୍କ ସମସ୍ଯାର ସମାଧାନ ଲାଗି ୱାନ ଷ୍ଟପ ସମାଧାନ ବ୍ଯବସ୍ଥା କାର୍ଯ୍ଯକାରୀ ହେବ। ଶ୍ରୀଅନ୍ନ ଅଭିଯାନ ଲାଗି ୬୪୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଲାଗି ୬ ଶହ କୋଟି ଟଙ୍କାର ବ୍ୟୟବରାଦ ରହିଛି। ଜୈବିକ ଚାଷ ଲାଗି ଓଡିଶା ଜୈବିକ ଚାଷ ମିଶନ ଆରମ୍ଭ ହୋଇଛି। ଅକ୍ଷୟ ଶକ୍ତି ଜରିଆରେ ଜଳସେଚନ ଲାଗି ପିଏମ କୁସୁମ ଯୋଜନା କାର୍ଯ୍ୟକାରୀ କରାଯିବ। ବିଭିନ୍ନ ଜିଲ୍ଲା ଜଳସେଚନ ପ୍ରକଳ୍ପ ଲାଗି ୩, ୩୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବନ୍ଯା ନିୟନ୍ତ୍ରଣ ଓ ପରିଚାଳନା ଲାଗି ୭୧୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ମୁଖ୍ଯମନ୍ତ୍ରୀ କେନାଲ ଲାଇନିଂ ଯୋଜନା ଲାଗି ଓ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ଲାଗି ୭୭୩ କୋଟି ଟଙ୍କା ରହିଛି।
ବଜେଟକୁ ନେଇ ଏମିତି କହିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ନନ୍ଦିଘୋଷ ବ୍ୟୁରୋ: ଆଗତ ହୋଇଛି ବଜେଟ୍ । ବିଭିନ୍ନ ଯୋଜନାର ନାମ ବଦଳାଯାଇଥିବାବେଳେ ବଜେଟକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି କି, ମୋ ସରକାରର ୪୦ଟି ଯୋଜନାର ନାମ ବଦଳାଯାଇଛି । କେଉଁ କେଉଁ ଯୋଜନାର ନାମ ବଦଳାଯାଇଛି ପରେ କହିବି ।
ବଢ଼ିଲା ଭତ୍ତା ଟଙ୍କା
ନନ୍ଦିଘୋଷ ବ୍ୟୁରୋ :
ସାମାଜିକ ସୁରକ୍ଷା ବ୍ଯବସ୍ଥା ପାଇଁ ବଡ଼ ଘୋଷଣା କରାଯାଇଛି । ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ଓ ୮୦ ପ୍ରତିଶତରୁ ଅଧିକ ଦିବ୍ଯାଙ୍ଗଙ୍କୁ ମିଳିବ ୩ ହଜାର ୫୦୦ ଟଙ୍କାର ଭତ୍ତା । ସମ୍ପୂର୍ଣ୍ଣ ନିଶାଦ୍ରବ୍ଯ ନିରାକରଣ ହେଲେ ବ୍ଲକକୁ ମିଳିବ ୧୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି । ସ୍ବାସ୍ଥ୍ଯ କ୍ଷେତ୍ର ପାଇଁ ୨୧ ହଜାର ୨୦୦ କୋଟି ଟଙ୍କାର ବ୍ଯୟବରାଦ କରାଯାଇଛି । ସ୍ବାସ୍ଥ୍ଯ ଭିତ୍ତିଭୂମିର ବିକାଶ ପାଇଁ ମୁଖ୍ଯମନ୍ତ୍ରୀ ସ୍ବାସ୍ଥ୍ଯ ସେବା ମିଶନ ଜରିଆରେ ୨ ହଜାର ୪୬୨ କୋଟି ଟଙ୍କା ଖର୍ଚ୍ଚ ହେବ ।
ସ୍ବାସ୍ଥ୍ଯ କେନ୍ଦ୍ର ଗୁଡ଼ିକର ଉନ୍ନତିକରଣ ପାଇଁ ଆମ ହସପିଟାଲ ଓ ନିର୍ମଳ ଯୋଜନା ଅଧିନରେ ସ୍ବାସ୍ଥ୍ଯ କେନ୍ଦ୍ରର ପରିମଳ ବ୍ଯବସ୍ଥାକୁ ସୁନିଶ୍ଚିତ କରାଯିବ । ଚଳିତ ଆର୍ଥିକ ବର୍ଷରେ କାର୍ଯ୍ୟକ୍ଷମ ହେବ ଯାଜପୁର ମେଡିକାଲ କଲେଜ । ୨୦୨୫-୨୬ ଆର୍ଥିକ ବର୍ଷରେ ଫୁଲବାଣୀ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ । ସାମଗ୍ରିକ ଶିକ୍ଷାର ବିକାଶ ପାଇଁ ୩୫ ହଜାର ୫୩୬ କୋଟିର ବ୍ଯୟବରାଦ କରାଯାଇଛି । ଚଳିତ ବର୍ଷରେ ରାଜ୍ଯରେ ଲାଗୁହେବ ପିଏମଶ୍ରୀ ଯୋଜନା । ଏହାସହିତ ଜାତୀୟ ଶିକ୍ଷାନୀତି-୨୦୨୦ ଲାଗୁ ହୋଇଛି ।
ବିଜୁ ସେତୁର ନାଁ ପରିବର୍ତ୍ତନ କରି ସେତୁ ବନ୍ଧନ ଯୋଜନା କରାଯାଇଛି । ଏଥିପାଇଁ ୧୯ଶହ ୯୦ କୋଟି ଟଙ୍କା ବ୍ଯୟବରାଦ କରାଯାଇଛି । ଓଡ଼ିଶା ସରକାର ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଯୋଜନା ଅଭିଯାନ ବା ପିଏମ-ଉଷା ଆପଣାଇଛନ୍ତି । ନୂଆ-ଓ ଯୋଜନାର ନାଁ ବଦଳାଇ ମୁଖ୍ଯମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆରମ୍ଭ ହେବ । ଏଥିପାଇଁ ୭୦୧ କୋଟି ଟଙ୍କାର ବ୍ଯୟବରାଦ କରାଯାଇଛି । ଗୋଦାବରିଶ ବିଦ୍ଯାର୍ଥୀ ପ୍ରୋତ୍ସାହନ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମିଳିବ ଲାପଟପ । ମିଲେଟ ମିଶନ ନାଁକୁ ପରିବର୍ତ୍ତନ କରି ଶ୍ରୀଅନ୍ନ ଅଭିଯାନ କରିଛନ୍ତି ମୋହନ ସରକାର ।
ଏଥିପାଇଁ ୬୪୯ କୋଟି ଟଙ୍କା ବ୍ଯୟବରାଦ ହୋଇଛି । ବିଜୁ ପକ୍କାଘର ନାଁ ପରିବର୍ତ୍ତନ କରି ଲାଗୁ ହୋଇଛି ଅନ୍ତ୍ଯୋଦୟ ଗୃହ ଯୋଜନା । ପିଏମ ଆବାସ ଓ ଅନ୍ଯ ଆବାସ ଯୋଜନାରେ ସାମିଲ ହୋଇନଥିବା ଲୋକଙ୍କୁ ଏହି ଯୋଜନାରେ ପକ୍କାଘର ମିଳିବ । ଏହି ଯୋଜନା ପାଇଁ ୧୦୫ କୋଟି ଟଙ୍କା ବ୍ଯୟବରାଦ ହୋଇଛି ।
ବଦଳିଲା ଏହିସବୁ ଯୋଜନାର ନାଁ
ନନ୍ଦିଘୋଷ ବ୍ୟୁରୋ: ଯୋଜନାର ନାଁ ବଦଳେଇଛନ୍ତି ସରକାର । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବ ସରକାରଙ୍କ ଦ୍ବାରା ପ୍ରଣୟନ ହୋଇଥିବା ବହୁ ଜନହିତକର ଯୋଜନାର ନାମକୁ ପରିବର୍ତ୍ତନ କରିବା ସହ ନୂଆ ଯୋଜନା ପାଇଁ ବ୍ୟୟବରାଦ କରିଛନ୍ତି ମୋହନ ସରକାର ।
ବଦଳିଗଲା ବିଏସକେୱାଇ ନାଁ
ନାଁ ବଦଳି ହେଲା ଗୋପବନ୍ଧୁ ଜନଆରୋଗ୍ଯ ଯୋଜନା
ଗୋପବନ୍ଧୁ ଜନଆରୋଗ୍ଯ ଯୋଜନା ପାଇଁ ୫୪୫୦ କୋଟି
ଲାଗୁହେଲା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ଯ ଯୋଜନା
ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ଯ ଯୋଜନା ପାଇଁ ୫୦୦ କୋଟି
ବଦଳିଗଲା କାଳିଆ ଯୋଜନାର ନାଁ
କାଳିଆ ହେଲା ସିଏମ କିଷାନ
ସିଏମ କିଷାନ ଯୋଜନା ପାଇଁ ୧୯୩୫ କୋଟି
ସମୃଦ୍ଧ କୃଷକ ଯୋଜନାରେ ୫୦୦୦ କୋଟି
ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି
ବଦଳିଲା ମୋ ସ୍କୁଲ ଯୋଜନାର ନାଁ
ନାଁ ବଦଳି ହେଲା ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ
ନୂଆ ଯୋଜନା ପାଇଁ ୩୨୨ କୋଟି ଟଙ୍କା
ଆମ ଓଡ଼ିଶା ନବୀନ ଓଡ଼ିଶାର ନାଁ ବଦଳିଲା
ନାଁ ବଦଳି ହେଲା ବିକଶିତ ଗାଁ ବିକଶିତ ଓଡ଼ିଶା
ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ବ୍ଯୟବରାଦ
ବଦଳିଲା ମିଲେଟ ମିଶନର ନାଁ
ମିଲେଟ ମିଶନ ଯୋଜନାର ନାଁ ବଦଳି ହେଲା ଶ୍ରୀଅନ୍ନ
ଏଣିକି BSKY ବଦଳରେ ମୁଖ୍ଯମନ୍ତ୍ରୀ ସ୍ବାସ୍ଥ୍ଯ ସେବା ମିଶନ
ନନ୍ଦିଘୋଷ ବ୍ୟୁରୋ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ BSKY ଯୋଜନାର ନାମ ବଦଳାଯାଇଛି । ଏହା ବଦଳରେ ଏଣିକି ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ଯୋଜନାରେ ଲୋକଙ୍କୁ ମିଳିବ ସେବା । ମୁଖ୍ଯମନ୍ତ୍ରୀ ସ୍ବାସ୍ଥ୍ଯ ସେବା ମିଶନ ପାଇଁ ୨୪୬୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଉପସ୍ଥାପିତ ହେଲା ଓଡ଼ିଶା ବଜେଟ୍, ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ: ମୋହନ ସରକାରଙ୍କ ପ୍ରଥମ ବଜେଟ୍ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ ।
୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍
ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ବ୍ୟୟବରାଦ
ଆୟୁଷ୍ମାନ ଭାରତ ଯୋଜନା ପାଇଁ ୫୦୦ କୋଟି
ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୩ ହଜାର ୫୬ କୋଟି
ପିଏମ କିଷାନ ଯୋଜନା ଢ଼ାଞ୍ଚାରେ ସିଏମ କିଷାନ ଯୋଜନା
ସିଏମ କିଷାନ ଯୋଜନା ପାଇଁ ୧ ହଜାର ୯ ୩୫ କୋଟି
ଶ୍ରୀଅନ୍ନ ଅଭିଯାନକୁ ୬୪୯ କୋଟି
ପିଏମ ପୋଷଣ ଯୋଜନାରେ ୯୯୭ କୋଟି
୨୦୨୩-୨୪ ବଜେଟ ତୁଳନାରେ ୧୫ ପ୍ରତିଶତ ଅଧିକ ବ୍ଯୟବରାଦ
ପ୍ରଶାସନିକ ଖର୍ଚ୍ଚ ପାଇଁ ୯୭,୭୨୫ କୋଟି ଟଙ୍କା
ବିଭିନ୍ନ ଯୋଜନା ବାବଦକୁ ୧ ଲକ୍ଷ ୫୫ ହଜାର କୋଟି
ସମୃଦ୍ଧ କୃଷକ ଯୋଜନାରେ ୫ ହଜାର କୋଟି ବ୍ଯୟବରାଦ
ଶ୍ରୀମନ୍ଦିର ପ୍ରଶାସନ ପାଇଁ ୫୦୦ କୋଟିର କର୍ପସ ଫଣ୍ଡ
ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟିର କର୍ପସ ପାଣ୍ଠି
୩୩ ହଜାର ୯୧୬ କୋଟି ଟଙ୍କାର କୃଷି ବଜେଟ
୨୦୨୩-୨୪ ଅପେକ୍ଷା କୃଷି ବଜେଟ ୩୬ ପ୍ରତିଶତ ବୃଦ୍ଧି
ଚାଷୀଙ୍କଠାରୁ ୩୧ଶହ ଟଙ୍କାରେ ଧାନ କିଣାଯିବ
ଝିଅକୁ ମାରିବା ପରେ ନିଜେ ଆତ୍ମହତ୍ୟା କଲେ ବାପା !
ନନ୍ଦିଘୋଷ ବ୍ୟୁରୋ: ନୟାଗଡ଼ରେ ଚାଞ୍ଚଲ୍ୟ। ବନ୍ଦ ଘରୁ ଉଦ୍ଧାର ହେଲା ବାପ ଝିଅଙ୍କ ମୃତ ଦେହ। ୫ ବର୍ଷର ଝିଅର ମୃତ ଦେହ ବେଡ୍ ଉପରେ ପଡ଼ିଥିବା ବେଳେ ବାପାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ଏହି ଘଟଣ ଘଟିଛି ଦେବୋତ୍ତର ଲେନ ୪ ରେ। ମୃତକ ହେଲେ ପୁଲକ ବିଶ୍ବାଳ ଓ ତାଙ୍କ ୫ ବର୍ଷର ଝିଅ ପଲକ ବିଶ୍ବାଳ। ୩ ମାସ ପୂର୍ବରୁ ଦ୍ବିତୀୟ ବିବାହ କରିଥିଲେ ପୁଲକ। ଆଗରୁ ତାଙ୍କର ପ୍ରଥମ ପତ୍ନୀଙ୍କ ମୃତ୍ଯୁ ହୋଇଥିଲା। ଗତ ସୋମବାର ବାପ ଘରକୁ ଯାଇଥିଲେ ପୁଲକଙ୍କ ପତ୍ନୀ। ଗତକାଲି ସେ ଫେରିବା ପରେ ଦେଖିଥିଲେ ଘର ଭିତର ପଟୁ ବନ୍ଦ ଅଛି। କବାଟ ବାଡ଼େଇବା ପରେ ମଧ୍ଯ ବହୁ ସମୟ ପର୍ଯ୍ଯନ୍ତ ନ ଖୋଲିବାରୁ ସନ୍ଦେହ ହୋଇଥିଲା। ପୋଲସକୁ ଡକାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ବିଳମ୍ବିତ ରାତିରେ ତାଲା ଭାଙ୍ଗି ଘରେ ପ୍ରବେଶ କରିଥିଲା। ଏହା ପରେ ବାପ ଝିଅଙ୍କ ମୃତ୍ଯୁ ହୋଇଥିବା ଜଣାପଡ଼ିଥିଲା। ସନ୍ଦେହ କରାଯାଉଛି ଝିଅକୁ ବିଷ ଦେଇ ମାରିବା ପରେ ବାପା ନିଜେ ଝୁଲି ପଡ଼ିଛି। ପୋଲିସ ଘଟଣାର ତଦନ୍ତ କରୁଛି।
ବଦଳିଲା ରାଷ୍ଟ୍ରପତି ଭବନର ଦୁଇ ହଲର ନାମ
ନନ୍ଦିଘୋଷ ବ୍ୟୁରୋ: ରାଷ୍ଟ୍ରପତି ଭବନର ଦରବାର ହଲ ଓ ଅଶୋକ ହଲର ନାମ ପରିବର୍ତ୍ତନ। ଦରବାର ହଲର ନାମ ବଦଳି ହେଲା ଗଣତନ୍ତ୍ର ମଣ୍ଡପ। ସେହିପରି ଅଶୋକ ହଲର ନାମ ବଦଳି ହୋଇଛି ଅଶୋକ ମଣ୍ଡପ। ଦଶନ୍ଧି ଦଶନ୍ଧି ଧରି ଏହି ଦୁଇ ହଲରେ ଅନେକ ଐତିହାସିକ କାର୍ଯ୍ୟକ୍ରମ ହୋଇଆସୁଥିଲା। ଦରବାର ହଲରେ ଜାତୀୟ ପୁରସ୍କାର ପ୍ରଦାନ କରାଯାଉଥିବାବେଳେ ଅଶୋକ ହଲ ବଲରୁମ ଭାବେ ବ୍ଯବହୃତ ହେଉଥିଲା। ବ୍ରିଟିଶ ଅମଳରୁ ଚାଲିଆସିଥିବା ଏହି ଦୁଇ ହଲର ନାମ ପରିବର୍ତ୍ତନ ନେଇ ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ଦୁଇ ହଲର ନାମ ପରିବର୍ତ୍ତନ କରାଯାଇଛି। ରାଷ୍ଟ୍ରପତି ଭବନରେ ଥିବା ଏହି ଦୁଇ ହଲର ଅନେକ ଗୁରୁତ୍ଵପୂର୍ଣ୍ଣ ମହତ୍ଵ ରହିଛି।
ଅଶୋକ ହଲର ବିଶେଷତ୍ଵ ହେଉଛି କଳାକୃତିରେ ପରିପୂର୍ଣ୍ଣ ଏହି ହଲରେ ସରକାରଙ୍କ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା। ଏହି କୋଠରୀର ଛାତ ଏବଂ ଚଟାଣର ଅନେକ ଆକର୍ଷଣ ରହିଛି। କୋଠରୀର ଚଟାଣ ସମ୍ପୂର୍ଣ୍ଣ କାଠରେ ନିର୍ମିତ ହୋଇଛି। ଏହି ଚଟାଣର ତଳେ ସ୍ପ୍ରିଙ୍ଗ ଲାଗିଛି। ଅଶୋକ ହଲର ଛାତ ଅଏଲ ପେଣ୍ଟିରେ ସୁସଜ୍ଜିତ ରହିଛି। ଛାତର ମଝିରେ ଚମଡ଼ାରେ ନିର୍ମିତ ଏକ ପେଣ୍ଟିଂ ରହିଛି। ହଲରେ ବେଲଜିୟମରୁ ଆସିଥିବା କାଚର ଝୁମର ଲାଗିଛି। ସେହିପରି ଦରବାର ହଲ ଯାହା ଏବେ ଗଣତନ୍ତ୍ର ହଲ ଭାବେ ପରିଚୟ ପାଇଛି ଏହାର ମଧ୍ୟ ଅନେକ ବିଶେଷତ୍ଵ ରହିଛି।
ଏହି ହଲ ପୂର୍ବରୁ ଥ୍ରୋନ୍ ରୁମ ଭାବେ ପରିଚିତ ଥିଲା। ଏହାର ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ନେତୃତ୍ଵ ସରକାର ଅଗଷ୍ଟ ୧୫ ୧୯୪୭ରେ ଶପଥଗ୍ରହଣ କରିଥିଲେ। ୧୯୪୮ରେ ସ୍ଵତନ୍ତ୍ର ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ଏଠାରେ ଶପଥଗ୍ରହଣ କରିଥିଲେ। ଦରବାର ହଲ ଛାତରେ ୩୩ ଉଚ୍ଚ ବିଶିଷ୍ଟ ଏକ କାଚର ଝୁମର ଏହାର ସୁନ୍ଦରତାକୁ ଦୁଇଗୁଣା କରୁଛି।
ରାଜ୍ୟପାଳଙ୍କ ପୁଅଙ୍କୁ ଗିରଫ ଦାବିରେ ସିପିଆଇଏମର ପ୍ରତିବାଦ
ନନ୍ଦିଘୋଷ ବ୍ୟୁରୋ: Aso ବୈକୁଣ୍ଠ ନାଥ ପ୍ରଧାନଙ୍କୁ ରାଜ୍ୟପାଳ ରଘୁବର ଦାଶଙ୍କ ପୁଅ ଲଳିତ କୁମାରଙ୍କ ମାଡ ମାରିବା ଘଟଣା । ବିଜେଡି, କଂଗ୍ରେସ ,ସିପିଆଇ ପରେ ରାଜରାସ୍ତାକୁ ଓହ୍ଲାଇଲା ସିପିଆଇଏମ । ଓଡ଼ିଆ ଅଫିସରଙ୍କୁ ଆକ୍ରମଣ ପ୍ରତିବାଦରେ ରାଜ୍ୟପାଳଙ୍କ ଗୁଣ୍ଡା ପୁଅଙ୍କୁ ଗିରଫ ଦାବିରେ ଦଳ ତରଫରୁ ପ୍ରତିବାଦ କରାଯାଇଛି । ଘଟଣାକୁ ତିନି ସପ୍ତାହ ବିତିଥିଲେ ମଧ୍ଯ କାର୍ଯ୍ୟାନୁଷ୍ଠାନ ନହେବା ନେଇ ପ୍ରଶ୍ନ ଉଠାଇଛନ୍ତି ନେତା । ସିପିଆଇଏମର ଅଭିଯୋଗ ଅନୁସାରେ, ବିଜେପି ଓଡ଼ିଆ ଅସ୍ମିତା ନାଁରେ କ୍ଷମତାକୁ ଆସିଛି ହେଲେ ଏଠି ଓଡ଼ିଆ ଅସ୍ମିତାକୁ ବଳି ପକାଇଛି ଦେଇଛି ।
ବିଜେପିର ଓଡ଼ିଆ ଅସ୍ମିତା ଏବେ କୁଆଡେ ଗଲା ବୋଲି ଦଳ ପ୍ରଶ୍ନ କରିଛି । ରାଜ୍ୟରେ ଆଇନ ଶୃଙ୍ଖଳା ବ୍ଯବସ୍ଥା ଭୁଶୁଡି ପଡିଛି । ବଡ଼ବଡ଼ିଆଙ୍କ ପାଇଁ ଗୋଟେ ଆଉ ସାଧାରଣ ଲୋକଙ୍କ ପାଇଁ ଆଉ ଗୋଟେ ଆଇନ । ଆଇନମନ୍ତ୍ରୀଙ୍କୁ ସମାଲୋଚନା କରିବା ସହ ରାଜ୍ୟସାରା ଯେଉଁଠି ଅପରାଧ ହେବ ସେଇଠି କଣ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଡିଏମ, ବିଡ଼ିଓ, ତହସିଲଦାର ତଦନ୍ତ କରିବେ କି ବୋଲି ପ୍ରଶ୍ନ କରିଛି ସିପିଆଇଏମ । ବିଧାନସଭା ସଭାରେ ରାଜ୍ୟପାଳଙ୍କ ଭାଷଣ ବର୍ଜନ କରି ବିରୋଧୀ କକ୍ଷ ତ୍ୟାଗ କରିଛନ୍ତି ।
ଅନ୍ଯପଟେ ବିରୋଧୀ ଦଳ ନେତାଙ୍କ ଗିରଫ ଦାବି କରିବାକୁ ନେଇ ସଂସଦୀୟ ମନ୍ତ୍ରୀଙ୍କ ମନ୍ତବ୍ଯକୁ ନିନ୍ଦା କରିଛନ୍ତି ସିପିଆଇଏମ । ତୁରନ୍ତ ରାଜ୍ଯପାଳଙ୍କ ପୁଅକୁ ଗିରଫ ନକଲେ ଆଗାମୀ ଦିନରେ ସାରା ରାଜ୍ଯରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସିପିଆଇଏମ ଚେତାବନୀ ଦେଇଛି ।
ଟିମ ଇଣ୍ଡିଆରେ ସୁନୀଲ ନାରାୟଣଙ୍କୁ ଖୋଜୁଛନ୍ତି ଗମ୍ଭୀର, ଏହି ଖେଳାଳି ଦେଇ ପାରନ୍ତି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ
ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ହୋଇଥିବା ଗୌତମ ଗମ୍ଭୀରଙ୍କ ପାଇଁ ପ୍ରଥମ ପରୀକ୍ଷା ରହିଛି ଶ୍ରୀଲଙ୍କା ବିପକ୍ଷ ସିରିଜ୍ । ତେବେ କୋଲକାତା ନାଇଟ ରାଇଡର୍ସରେ ଯେଭଳି ଗମ୍ଭୀର ଚମତ୍କାର ଆଇଡିଆ ଲଗାଇଥିଲେ ଟିମ ଇଣ୍ଡିଆରେ ମଧ୍ୟ ସମାନ ଚାଲାକ କରିବେ ବୋଲି କୁହାଯାଉଛି । ସୁନୀଲ ନାରାୟଣଙ୍କୁ ଯେଭିଳି ଆଇପିଏଲରେ କେକେଆର ପାଇଁ ବ୍ୟବହାର କରୁଥିଲେ ଟିମ ଇଣ୍ଡିଆର ସେଭଳି ଜଣେ ଖେଳାଳିଙ୍କ ଟି-୨୦ରେ ବ୍ୟବହାର କରିବେ ଗମ୍ଭୀର । ତେବେ ସେହି ଖେଳାଳି ଜଣକ ହେଉଛନ୍ତି ଓ୍ବଶିଂଟନ ସୁନ୍ଦର । ସ୍ପିନର ସାଙ୍ଗକୁ ବ୍ୟାଟିଂର ଯାଦୁ ଦେଖାଉଥିବା ଏହି ଯୁବ ଖେଳାଳିଙ୍କୁ ସେ ବ୍ୟାଟିଂରେ ଉପରେ ଛାଡ଼ିପାରନ୍ତି । ଅଭ୍ୟାସ ସମୟରେ ତାଙ୍କୁ ଉପରେ ବ୍ୟାଟିଂ କରିବା ପାଇଁ ମଧ୍ୟ ଛାଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ତିନୋଟିଯାକ ଫର୍ମାଟରେ ଭଲ ପ୍ରଦର୍ଶନ କରିବା ସହ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି ସୁନ୍ଦର । ଏଣୁ ତାଙ୍କୁ ଗମ୍ଭୀର କିଭଳି ଭାବେ ଖେଳାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

