spot_img
Home Blog Page 1666

ନୀତା ଅମ୍ବାନୀ ‘ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି’ର ସଦସ୍ୟା ଭାବରେ ନିର୍ବାଚିତ

ନନ୍ଦିଘୋଷ ବ୍ୟୁରୋ: ନୀତା ଅମ୍ବାନୀ ସର୍ବସମ୍ମତି କ୍ରମେ ‘ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି’ର ସଦସ୍ୟା ଭାବରେ ନିର୍ବାଚିତ। ପ୍ୟାରିସ୍‌, ୨୪ ଜୁଲାଇ ୨୦୨୪ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ପୁଣି ଥରେ ନୀତା ଅମ୍ବାନୀଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛି । ସମୁଦାୟ ୯୩ ଭୋଟର ସେମାନଙ୍କର ଭୋଟ୍ ଦେଇଛନ୍ତି । ସମସ୍ତ ୯୩ ଭୋଟ୍ ନୀତା ଅମ୍ବାନୀଙ୍କ ସପକ୍ଷରେ ରହିଛି, ଅର୍ଥାତ୍ ୧୦୦ ପ୍ରତିଶତ ସମର୍ଥନ ।

ସୂଚନା ଅନୁଯାୟୀ, ୨୦୧୬ରେ ରିଓ ଡି ଜେନେରିଓ ଅଲିମ୍ପିକ୍ ଗେମ୍ସରେ ପ୍ରଥମ ଥର ପାଇଁ ନୀତା ଅମ୍ବାନୀ ଆଇଓସି ସଦସ୍ୟା ଭାବରେ ନିର୍ବାଚିତ ହୋଇଥିଲେ । ସେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଅଟନ୍ତି । “ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଦସ୍ୟା ଭାବରେ ପୁନଃ ନିର୍ବାଚିତ ହୋଇଥିବାରୁ ମୁଁ ଅତ୍ୟନ୍ତ ସମ୍ମାନିତ ମନେକରୁଥିବା କହିଛନ୍ତି ନୀତା ଅମ୍ବାନୀ । ପୁନଃ ନିର୍ବାଚନ କେବଳ ମୋ ପାଇଁ ଏକ ବ୍ୟକ୍ତିଗତ ମାଇଲଖୁଣ୍ଟ ନୁହେଁ, ବରଂ ବିଶ୍ୱ କ୍ରୀଡ଼ା କ୍ଷେତ୍ରରେ ଭାରତର ବଢୁଥିବା ପ୍ରଭାବକୁ ମଧ୍ୟ ଦର୍ଶାଉଛି । ମୁଁ ପ୍ରତିଟି ଭାରତୀୟଙ୍କ ସହିତ ଏହି ଖୁସି ଓ ଗର୍ବର ମୁହୂର୍ତ୍ତ ବାଣ୍ଟିବା ସହ ଭାରତ ଏବଂ ସାରା ଦୁନିଆରେ ଅଲିମ୍ପିକ ଆନ୍ଦୋଳନକୁ ଆହୁରି ମଜଭୁତ କରିବା ପାଇଁ ତତ୍ପର ରହିଥିବା କହିଛନ୍ତି ନୀତା ।
ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଭାରତ ୪୦ ବର୍ଷ ଅପେକ୍ଷା ପରେ ଆଇଓସିର ବାର୍ଷିକ ବୈଠକ ଆୟୋଜନ କରିଥିଲା । ୨୦୨୩ ମସିହାରେ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଏହା ସଫଳତାର ସହିତ ଆୟୋଜିତ କରାଯାଇଥିଲା । ପ୍ରଥମ ଥର ପାଇଁ ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଅଲିମ୍ପିକ୍ସରେ ଇଣ୍ଡିଆ ହାଉସ୍ ନିର୍ମାଣ କରାଯାଇଛି । ଯାହା ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତୀୟ ଖେଳାଳି, ସମର୍ଥକ ଏବଂ ଦର୍ଶକଙ୍କ ପାଇଁ ଭାରତଠାରୁ ଦୂରରେ ଥିବା ଘର ପରି ହୋଇଛି ।

ଆଇସିସି ପକ୍ଷରୁ ଚଳିତ ବର୍ଷ ଜୁଲାଇରେ ଅନୁଷ୍ଠିତ ହେବାକୁ ଯାଉଛି ନିଯୁକ୍ତି ମେଳା

ଭୁବନେଶ୍ୱର: ଇଣ୍ଡିଆନ ଚ୍ୟାମ୍ବର ଅଫ୍ କର୍ମସ(ଆଇସିସି) ପକ୍ଷରୁ ଚଳିତ ବର୍ଷ ଜୁଲାଇ ୨୭ ଏବଂ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ନିଯୁକ୍ତି ମେଳା । ଚନ୍ଦ୍ରଶେଖରପୁରର ଲୁମ୍ବିନୀ ବିହାର ସ୍ଥିତ ଗ୍ରାଣ୍ଡ ଲୁମ୍ବିନି କନଭେନସନରେ ଅନୁଷ୍ଠିତ ହେବ ମେଳା । ଏ ନେଇ ଅନୁଷ୍ଠାନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ପ୍ରିମିୟର୍ ରୋଜଗାର ମେଳା ବିଭିନ୍ନ ଶିଳ୍ପରୁ ଅଗ୍ରଣୀ କମ୍ପାନୀଗୁଡିକ ସହିତ ଦକ୍ଷ ଚାକିରୀ ଖୋଜୁଥିବା ଲୋକଙ୍କୁ ସଂଯୋଗ କରିବାକୁ ଲକ୍ଷ୍ୟ ରଖିଛି | ଏହି ନିଯୁକ୍ତି ମେଳାରେ ୩୦ ରୁ ୩୫ ଅଗ୍ରଣୀ ସଂସ୍ଥା ଅଂଶଗ୍ରହଣ କରିବେ। ଯେଉଁଥିରେ ଆତିଥ୍ୟ, ସ୍ୱାସ୍ଥ୍ୟସେବା, ବ୍ୟାଙ୍କିଙ୍ଗ୍, ଆଇଟି, ଅଳଙ୍କାର, ଅଟୋମୋବାଇଲ୍, ଏଚଆର ଭଳି ନିଯୁକ୍ତି ରହିଛି। ସବୁଠୁ ବଡ କଥା ହେଉଛି ଯେ ସାକ୍ଷାତକାର ପ୍ରସ୍ତୁତି ଉପରେ ଧ୍ୟାନ ଦେଇ ଶିଳ୍ପପତିମାନଙ୍କ ନେତୃତ୍ୱରେ ଅଧିବେଶନ ମଧ୍ୟ ରଖାଯାଇଛି। ନେଟୱର୍କିଂ ଏବଂ ନିଯୁକ୍ତିଦାତାମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା ପାଇଁ ସୁଯୋଗ ମିଳିବ।

ଆଇସିସି ନିଯୁକ୍ତି ମେଳା ୨୦୨୪ ହେଉଛି ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ସମ୍ଭାବ୍ୟ ନିଯୁକ୍ତିଦାତାଙ୍କ ସହ ନେଟଓ୍ବର୍କ କରିବା, ଶିଳ୍ପ ଜ୍ଞାନ ଆହରଣ କରିବା ଏବଂ ବିଭିନ୍ନ ବୃତ୍ତି ସୁଯୋଗ ଅନ୍ୱେଷଣ କରିବା । ଏହି ଅନନ୍ୟ ସୁଯୋଗର ପଞ୍ଜିକରଣ ଏବଂ ଲାଭ ଉଠାଇବାକୁ ଆମେ ସମସ୍ତ ଚାକିରି ଆଶାୟୀ ଏବଂ ଆଗ୍ରହୀ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରୁ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଆଜି ୩ ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା; ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସକ୍ରିୟ ମୌସୁମୀ ଟ୍ରପଲାଇନ ସହ ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କଟକ, କେନ୍ଦ୍ରାପଡା ଏବଂ ଜଗତସିଂହପୁରକୁ ୟେଲୋ ଆଲର୍ଟ ଜାରି ହୋଇଛି । ସେହିଭଳି ପ୍ରବଳ ବର୍ଷା ନେଇ ୧୦ ଜିଲ୍ଲାକୁ ସତର୍କ କରିଛି ପାଣିପାଗ କେନ୍ଦ୍ର । କାଲି ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ସମେତ ୧୭ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଆକସ୍ମିକ ବନ୍ୟାର ପରିସ୍ଥିତି ସୃଷ୍ଟି ହେବା ସହ କଚ୍ଚା ରାସ୍ତା ଏବଂ କଚ୍ଚା ଘର ପ୍ରଭାବିତ ହୋଇପାରେ। ବର୍ଷା ସମୟରେ ଦୃଶ୍ୟମାନ ଦୂରତା କମିବା ସହ ଟ୍ରାଫିକ ସମସ୍ୟା ଉପୁଜିବ ।

ଚଳିତମାସ ଶେଷ ଓ ଅଗଷ୍ଟ ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା ଅଧିକ ଘନୀଭୁତ ନ ହେଲେ ବି ବର୍ଷା ଲାଗି ରହିବ । ଓଡ଼ିଶା ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଲେ ମଧ୍ୟ ତାହା ଘନୀଭୁତ ହେବା ବେଳକୁ ଛତିଶଗଡ, ପଶ୍ଚିମବଙ୍ଗ, ଦିଲ୍ଲୀ ଏବଂ ଗୁଜୁରାଟରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳୁଛି । ତେଣୁ ଓଡ଼ିଶାରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ଅଧିକ ବର୍ଷା ହେବ । ଅନ୍ଯପଟେ ଜୁନ୍ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ୧୨ ପ୍ରତିଶତ ନିଅଁଣ୍ଟିଆ ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲାରେ ସ୍ବାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୩ଟି ଜିଲ୍ଲାରେ ଅଧିକ ଏବଂ ୧୪ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ।

ରାୟଗଡ଼ା ମଝିଘରିଆଣୀ ହୁଣ୍ଡିରୁ ବାହାରିଲା କୋଟିଏ ଟଙ୍କା

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ମିଳିଲା ପ୍ରାୟ କୋଟିଏ ଟଙ୍କାର ଦାନ ଅର୍ଥ। ଗଣତି ପରେ ମୋଟ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା ମିଳିଥିବା ଜଣାପଡିଛି। ୩୨ ଟି ବିଦେଶୀ ନୋଟ ସମେତ ୫୩ ଗ୍ରାମ ସୁନା ଓ ୨ ହଜାର ୩୯୨ ଗ୍ରାମ ରୂପା ମିଳିଛି। ମନ୍ଦିରରେ ଥିବା ମୋଟ ୯ ଟି ଦାନହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ଏଥିରେ ଇଂଲଣ୍ଡର ପାଉଣ୍ଡ, କାନାଡା ଡଲାର, ଆମେରିକୀୟ ଡଲାର, ଥାଇଲାଣ୍ଡର ଥାଇବାତ୍ ନୋଟ ରହିଛି। ବିଦେଶରେ ରହୁଥିବା କୌଣସି ଭକ୍ତ ମା’ଙ୍କ ଦର୍ଶନ ପାଇଁ ଆସି ଏହି ବିଦେଶୀ ମୁଦ୍ରା ହୁଣ୍ଡିରେ ଦାନ କରିଥିବା ଅନୁମାନ କରାଯାଉଛି। ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ଦୀର୍ଘ ୧୦ ଘଣ୍ଟା ଧରି ଗଣତି ଚାଲିଥିଲା।

ଏହା ପୂର୍ବରୁ ଗତ ମାର୍ଚ୍ଚ ୧୮ ତାରିଖରେ ହୁଣ୍ଡିରୁ ନଗଦ ନଗଦ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା ସହିତ ୬୨ ଗ୍ରାମ ସୁନା ଓ ୨୩୦୦ ଗ୍ରାମ ରୁପା ବାହାରିଥିଲା। ଏଥିସହିତ ବିଭିନ୍ନ ପ୍ରକାର ୬୬ଟି ବିଦେଶୀ ନୋଟ ମଧ୍ଯ ବାହାରିଥିଲା। ବର୍ଷକୁ ୩ରୁ ୪ ଥର ହୁଣ୍ଡି ଖୋଲାଯାଇ ଦାନ ଅର୍ଥ ଗଣତି କରାଯାଉଛି । ବୁଧବାର ହୁଣ୍ଡିରୁ ବାହାରିଥିବା ଟଙ୍କା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ ଜମା କରାଯାଇଛି।

ଆଜି ବିଧାନସଭାରେ ଆଗତ ହେବ ଓଡ଼ିଶା ବଜେଟ୍

ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ। ଗତ ଫେବୃଆରୀ ମାସରେ ପୂର୍ବ ସରକାର ଆଣିଥିଲେ କାମଚଳା ବଜେଟ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସେ ସମୟରେ ମୋଟ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ପାଇଁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କା ପାଇଁ ବ୍ୟୟ ମଞ୍ଜୁରୀ ଅଣାଯାଇଥିଲା। ଏବେ ମୋହନ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବେ। ଏହା ମୋହନ ସରକାରର ପ୍ରଥମ ବଜେଟ। ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିବେ।

ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପୂର୍ବରୁ ରାଜ୍ୟ ସରକାର ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଶେଷଜ୍ଞଙ୍କ ପରାମର୍ଶ ନେଇଛନ୍ତି । ଏଥି ସହିତ ବଜେଟ୍କୁ ନେଇ ସାଧାରଣ ଲୋକଙ୍କଠାରୁ ୧୨ ହଜାର ମତ ମିଳିଥିଲା। ଶିଳ୍ପ, ଆରବିଆଇ, ଏନଜିଓ, ମଜଦୁର ସଂଘ, ଶିଳ୍ପ ସଂଘ, ବ୍ୟବସାୟୀ ମହାସଂଘର ପ୍ରାୟ ଦେଢ଼ ଶହ ପ୍ରତିନିଧି ମଧ୍ୟ ସେମାନଙ୍କ ମତାମତ ଦେଇଛନ୍ତି। ଫେବୃଆରୀରେ ହୋଇଥିବା ବଜେଟ ଆକଳନ ଠାରୁ ପୂର୍ଣ୍ଣାଙ୍ଗ ବଜେଟର ଆକାର ପ୍ରାୟ ୧୦ ପ୍ରତିଶତ ବଢିବ ବୋଲି ଅର୍ଥନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି।

ଲାଇଭ ଭିଡିଓ କରି ଜୀବନ ହାରିଲେ ସାମ୍ବାଦିକା

ନନ୍ଦିଘୋଷ ବ୍ୟୁରୋ: ଲାଇଭ ଭିଡିଓ କରି ଜୀବନ ହାରିଲେ ସାମ୍ବାଦିକା । ବାପୁଜୀନଗର ଟ୍ରେନ୍ ଲାଇନରୁ ଉଦ୍ଧାର ହେଲା ଖଣ୍ଡ ବିଖଣ୍ଡିତ ମୃତଦେହ । ମୃତ ସାମ୍ବାଦିକା ହେଲେ ମଧୁମିତା ପରିଡା । ସେ ଏକ ଓ୍ବେବ ଚ୍ୟାନେଲରେ କାମ କରୁଥିଲେ। ବିବାହ ପରେ ବାପୁଜୀନଗରରେ ଭଡ଼ାରେ ରହୁଥିଲେ । ତେବେ ମୃତ୍ୟୁ ପୂର୍ବରୁ ଏକ ଭିଡିଓରେ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି  । ତାଙ୍କ ସ୍ବାମୀଙ୍କର ପରକୀୟା ପ୍ରୀତି ଥିଲା ବୋଲି ଅଭିଯୋଗ କରିଛନ୍ତି ମଧୁମିତା । ସ୍ବାମୀ ତାଙ୍କୁ ଧୋକା ଦେବା ସହ  ଦୀର୍ଘଦିନ ହେଲା ନିର୍ଯାତନା ଦେଉଥିଲେ । ଶେଷରେ ସହିନପାରି ସେ ଜୀବନ ହାରିଥିବା ଅଭିଯୋଗ ହୋଇଛି । ଜୀବନ ହାରିବା ପୂର୍ବରୁ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ଭିଡିଓରେ କହିଛନ୍ତି ମଧୁମିତା । ଯାହାକି ଏବେ ଭାଇରାଲ ହେଉଛି । ଆତ୍ମହତ୍ଯା ପୂର୍ବରୁ ସେ ନିଜ ମା’ ଓ ପରିବାରକୁ କ୍ଷମା ମାଗିଛନ୍ତି । ଭିଡିଓ କରିବା ପରେ ଟ୍ରେନ ଆଗକୁ ଡେଇଁ ସାମ୍ବାଦିକା ଜଣଙ୍କ ଆତ୍ମହତ୍ଯା କରିଥିବା ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାରେ ମଧୁମିତାଙ୍କ ଘର ହୋଇଥିବା ବେଳେ, ଗଞ୍ଜାମ ଜିଲ୍ଲା ତରଡ଼ାରେ ସେ ବିବାହ କରିଥିଲେ । ତେବେ ମଧୁମିତାଙ୍କୁ ବିବାହ ପୂର୍ବରୁ ତାଙ୍କ ସ୍ବାମୀ ଅନ୍ୟ ଜଣେ ଯୁବତୀଙ୍କ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀକୁ ଛାଡପତ୍ର ଦେବା ପରେ ମଧଚମିତାଙ୍କୁ ଦ୍ବିତୀୟ ବିବାହ କରିଥିଲେ ତାଙ୍କ ସ୍ବାମୀ। କ୍ୟାପିଟାଲ ଥାନା ଓ ଜିଆରପି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

https://www.youtube.com/watch?v=93J0BWZ2dVM

ଆସନ୍ତାକାଲି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ

ନନ୍ଦିଘୋଷ ବ୍ୟୁରୋ: ଗୁରୁବାର ବିଧାନସଭାରେ ଉପସ୍ଥାପିତ ହେବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ଗତ ଫେବୃଆରୀ ମାସରେ ପୂର୍ବ ସରକାର ଆଣିଥିଲେ କାମଚଳା ବଜେଟ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସେ ସମୟରେ ମୋଟ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ସାଇଁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କା ପାଇଁ ବ୍ୟୟ ମଂଜୁରୀ ଅଣାଯାଇଥିଲା । ଏବେ ମୋହନ ସରକାର ପୂର୍ଣ୍ଣାଙ୍ଗ ବଜେଟ ଆଣିବେ । ଏହା ମୋହନ ସରକାରର ପ୍ରଥମ ବଜେଟ । ଆସନ୍ତାକାଲି ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ କରିବେ । ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପୂର୍ବରୁ ରାଜ୍ୟ ସରକାର ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଶେଷଜ୍ଞଙ୍କ ପରାମର୍ଶ ନେଇଛନ୍ତି । ଏଥିସହିତ ବଜେଟ୍କୁ ନେଇ ସାଧାରଣ ଲୋକଙ୍କ ଠାରୁ ୧୨ ହଜାର ମତ ମିଳିଥିଲା । ଶିଳ୍ପ, ଆରବିଆଇ, ଏନଜିଓ, ମଜଦୁର ସଂଘ, ଶିଳ୍ପ ସଂଘ, ବ୍ୟବସାୟୀ ମହାସଂଘର ପ୍ରାୟ ଦେଢ଼ ଶହ ପ୍ରତିନିଧି ମଧ୍ୟ ସେମାନଙ୍କ ମତାମତ ଦେଇଛନ୍ତି । ଫେବୃଆରୀରେ ହୋଇଥିବା ବଜେଟ ଆକଳନ ଠାରୁ ପୂର୍ଣ୍ଣାଙ୍ଗ ବଜେଟର ଆକାର ପ୍ରାୟ ୧୦ ପ୍ରତିଶତ ବଢିବ ବୋଲି ଅର୍ଥନୈତିକ ସମୀକ୍ଷକ ମାନେ ଆକଳନ କରୁଛନ୍ତି ।

ବିଧାନସଭାରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ

ନନ୍ଦିଘୋଷ ବ୍ୟୁରୋ: ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିର ସ୍ପଷ୍ଟ ଚିତ୍ର ବାରି ହେଉଛି । ଜାତୀୟ ହାରଠାରୁ ଓଡିଶାର ଅଭିବୃଦ୍ଧି ହାର ଅଧିକ ରହିଛି । ୨୦୨୩-୨୪ରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ୮.୫ ପ୍ରତିଶତ ରହିବ ବୋଲି ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଉଛି । ୨୦୨୨-୨୩ରେ ଅଭିବୃଦ୍ଧି ହାର ଥିଲା ୭.୯ ପ୍ରତିଶତ । ଶିଳ୍ପ ଏବଂ ସେବା କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ଯୋଗୁ ଏହା ସମ୍ଭବ ହୋଇଛି ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି । ସେହିଭଳି ଓଡିଶାରେ ମୁଣ୍ଡପିଛା ଆୟ ୧ଲକ୍ଷ ୬୧ ହଜାର ୪୩୭ରେ ପହଁଚିଛି ।

୨୦୧୫-୧୬ ପରଠାରୁ ଓଡିଶାର ମୁଣ୍ଡପିଛା ଆୟରେ ୧୨.୧ ପ୍ରତିଶତ ବୃଦ୍ଧି ହୋଇଛି । ଦାରିଦ୍ର୍ୟ ଦୂରୀକରଣରେ ମଧ୍ୟ ଓଡିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି । ୨୦୧୫-୧୬ରେ ରାଜ୍ୟରେ ଦାରିଦ୍ର୍ୟ ଅନୁପାତ ଥିଲା ୨୯.୩ ପ୍ରତିଶତ । ୨୦୧୯ରୁ ୨୧ ମଧ୍ୟରେ ରାଜ୍ୟର ଦାରିଦ୍ର୍ୟ ହାର ୧୫.୭ ପ୍ରତିଶତକୁ ହ୍ରାସ ପାଇଛି । ଏହି ସମୟ ମଧ୍ୟରେ ରାଜ୍ୟର ୬୨ ଲକ୍ଷରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି । ୨୦୨୩-୨୪ରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅଭିବୃଦ୍ଧି ୩.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଶିଳ୍ପର ବିକାଶ ପାଇଁ ନିରନ୍ତର ପ୍ରୟାସ ପାଇଁ ଏହି କ୍ଷେତ୍ରରେ ଅଭିବୃଦ୍ଧି ହାର ୮.୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଉଛି ।

୨୦୨୩-୨୪ରେ ସେବା କ୍ଷେତ୍ରର ଅଭିବୃଦ୍ଧି ହାର ୯.୨% ରହିବୁ ବୋଲି ଆକଳନ କରାଯାଇଛି । ୨୦୨୧-୨୨ରେ ଓଡ଼ିଶାରେ ଖାଦ୍ୟଶସ୍ୟ ଉତ୍ପାଦନ ୧୧୩.୮ ଲକ୍ଷ ମେଟ୍ରିକ୍ ଟନ୍ ଥିବା ବେଳେ ୨୦୨୨-୨୩ରେ ଏହା ୨୪.୨ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ସ୍ତର ୧୪୧.୪ ଲକ୍ଷ ମେଟ୍ରିକ୍ ଟନରେ ପହଞ୍ଚିଛି । ୨୦୨୧-୨୨ ରେ ଭାରତର ମୋଟ ଧାନ ଉତ୍ପାଦନରେ ଓଡ଼ିଶା ୭ ପ୍ରତିଶତ ଯୋଗଦାନ ସହ ଦେଶର ପଞ୍ଚମ ବୃହତ୍ତମ ଧାନ ଉତ୍ପାଦନକାରୀ ରାଜ୍ୟ ଅଟେ । ସରକାର ୨୦୧୭-୧୮ ମସିହାରୁ ଓଡ଼ିଶା ମିଲେଟ୍ ମିଶନ ଅଧୀନରେ ମାଣ୍ଡିଆ ଚାଷ ଓ ବ୍ୟବହାରକୁ ପ୍ରୋତ୍ସାହିତ କରୁଛନ୍ତି। ଓଡ଼ିଶା ମିଲେଟ୍ ମିଶନ କାର୍ଯ୍ୟକାରୀ ହେବା ପରଠାରୁ ୨୦୧୭-୧୮ରୁ ୨୦୨୨-୨୩ ମଧ୍ଯରେ ରାଜ୍ୟରେ ମାଣ୍ଡିଆ ଜାତୀୟ ଶସ୍ୟର ଉତ୍ପାଦନ ୧୨୧ ପ୍ରତିଶତ ବୃଦ୍ଧି ପାଇଛି ।

ଜଳସେଚନ ସୁବିଧା ସୃଷ୍ଟିରେ ମଧ୍ୟ ଆଖିଦୃଶିଆ ଅଭିବୃଦ୍ଧି ହୋଇଛି । ୨୦୧୩-୧୪ ମସିହା ସୁଦ୍ଧା ରାଜ୍ୟରେ ୫୦ ଲକ୍ଷ ହେକ୍ଟର ଜମିର ଜଳସେଚନ କ୍ଷମତା ସୃଷ୍ଟି ହୋଇଥିଲା । ତାହା ୨୦୨୨-୨୩ ବର୍ଷରେ ୬୯.୨ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ବୃଦ୍ଧି କରାଯାଇଛି । ଓଡ଼ିଶାରେ ପଶୁସମ୍ପଦ ଓ ମତ୍ସ୍ୟ ଉତ୍ପାଦନରେ ଯଥେଷ୍ଟ ଅଭିବୃଦ୍ଧି ଘଟିଛି, ଯାହା ଉଭୟ ଖାଦ୍ୟ ସୁରକ୍ଷା ଓ ଅର୍ଥନୈତିକ ବିକାଶରେ ସହାୟକ ହୋଇଛି । ରିପୋର୍ଟ ଅନୁଯାୟୀ ଏଯାଏଁ ୪୩୭୩ ଗ୍ରାମ ପଞ୍ଚାୟତରେ ଗୋଟିଏ ହେଲେ ସ୍ଥାୟୀ ବ୍ୟାଙ୍କ ସେବା କେନ୍ଦ୍ର ନାହିଁ । କ୍ରୀଡ଼ା ଭିତ୍ତିଭୂମି ବିକାଶ ଲକ୍ଷ୍ୟରେ ପୁରୀ, ବ୍ରହ୍ମପୁର, କେନ୍ଦୁଝର, ଜୟପୁର, ରାଉରକେଲା ଓ ସୁନ୍ଦରଗଡ଼ରେ ରାଜ୍ୟବ୍ୟାପୀ ସମନ୍ବିତ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିବା ବେଳେ ଝାରସୁଗୁଡ଼ା ଓ ଯାଜପୁରରେ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣାଧୀନ ରହିଛି। ରାଜ୍ୟରେ ଅଧିକ ଦକ୍ଷ ଖେଳାଳି ଗଢିବା ପାଇଁ ସାରା ରାଜ୍ୟରେ ଉଦ୍ୟମ କରିଆସୁଛନ୍ତି ।

ତେବେ ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ମିଳିଥିବା ଅଭିବୃଦ୍ଧି ପୂର୍ବ ସରକାର ଉପଲବ୍ଧୀ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ । ଏହି ସର୍ଭେ ରିପୋର୍ଟ ଓଡ଼ିଶା ଅର୍ଥନୀତିର ସଫଳତାର ରିପୋର୍ଟ, ଯାହା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ହୋଇଛି । ଏହା ଗତ ୨୪ ବର୍ଷ ସରକାରର ସଫଳତା । ପୂର୍ବ ସରକାରର ସଫଳ ଯୋଜନା ଓ ତାର କାର୍ଯ୍ୟକାରିତାର ଏହା ପରିଣତି । ବର୍ତମାନ ସରକାର ଯେଉଁ ଅର୍ଥନୈତିକ ସର୍ଭେ ରିପୋର୍ଟ, ଆଣିଛନ୍ତି, ତାହା ପୂର୍ବ ସରକାରର ସଫଳତାର କାହାଣୀ ବୋଲି ସେ କହିଛନ୍ତି। ସେହିଭଳି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସରକାର ଗତ ୨୪ ବର୍ଷ ଧରି ରାଜ୍ୟରେ ଜାରି ରଖିଥିବା ବିକାଶମୂଳକ ଯୋଜନାର ଏହା ପ୍ରତିଫଳନ ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ।

କିଏ ଏହି ବାବା? ଯାହାଙ୍କ ଧମକରେ ୟୁପି ସରକାର ଦୋକାନ ଆଗରେ ଲଗାଉଥିଲେ ନେମ୍ ପ୍ଲେଟ୍

ନନ୍ଦିଘୋଷ ବ୍ୟୁରୋ: ଦୋକାନ ସମାନରେ ନେମ ପ୍ଲେଟ ଲଗାଇବା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ତେବେ ଦୋକାନ ସମାନରେ ଭେଜ ନନଭେଜ ଲେଖିହେବ । ମାତ୍ର ନେମ ପ୍ଲେଟ ଲଗାଇବା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । ୟୁପି, ହିମାଞ୍ଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ୍ ଜାରି କରାଯାଇଛି । ତେବେ କହି ରଖୁଛୁ କି, କାଉଡ଼ିଆମାନେ ଯାତ୍ରା କରୁଥିବା ରାସ୍ତାରେ ଦୋକାନୀମାନେ ସେମାନଙ୍କ ନେମ ପ୍ଲେଟ ମାରିବା ପାଇଁ ୟୁପି ସରକାର ନିର୍ଦ୍ଦେଶ ଦେଇଥିଲେ । ପଶ୍ଚିମ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ପ୍ରଶାସନ ମଧ୍ୟ ଦୋକାନରେ ନେମ ପ୍ଲେଟ ଲଗାଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ରାଜେନୖତିକ ମହଲରେ ବେଶ ଚର୍ଚ୍ଚା ହୋଇଥିବାବେଳେ ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ତେବେ ଉତ୍ତରପ୍ରଦେଶ ସରକାରଙ୍କ ନେମ ପ୍ଲେଟ ଲଗାଇବା ଚିନ୍ତାଧାରା ମୁଜାଫରନଗରରେ ଆଶ୍ରମ ଚଳାଉଥିବା ବାବା ସ୍ବାମୀ ଯଶବୀର ମହାରାଜଙ୍କର ବୋଲି କୁହାଯାଉଛି । ତେବେ ସେ କିଏ ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ।

ମୁଜାଫରନଗରରୁ ୧୫ କିଲୋମିଟର ଦୂରେ ଥିବା ବାଗରା ଗ୍ରାମରେ ଏକ ଯୋଗ ଆଶ୍ରମ ଚଳାଉଛନ୍ତି ବାବା ଯଶବୀର । ତାଙ୍କ ଆଶ୍ରମରେ ପ୍ରବେଶ ପାଇଁ କଡ଼ା ଯାଞ୍ଚ ମଧ୍ୟ କରିବାକୁ ପଡ଼େ । ଯଦି ତାଙ୍କ ସମ୍ପର୍କରେ କହିବା ତାହେଲେ ସେ ଏକ ଜାଟ୍ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ଘର ଛାଡ଼ି ବାହାରେ ରହିଥିଲେ । ତାଙ୍କ ପିଲାଦିନ କଥା ପଚରାଯାଇଥିବାବେଳେ ସେ କହିଥିଲେ କି, କୌଣସି ସାଧୁଙ୍କ ବ୍ୟକ୍ତିଗତ କଥା ପଚରା ଯାଏନାହିଁ । ଘର ଛାଡ଼ି ଆସିବା ପରେ ସେ ପରିବାର ସହ ସମ୍ପର୍କ ରଖି ନଥିବାବେଳେ ହରିୟାଣାରେ ଯୋଗ ଶିକ୍ଷା ଲାଭ କରିଥିଲେ । ଏହାପରେ ସେ ବାଗରେ ଆସି ନିଜର ଆଶ୍ରମ କରିଥିଲେ । ଆଶ୍ରମରେ ସେ ଯୋଗ ଶିକ୍ଷା ଦେବା ସହ ବର୍ଷରେ ଏକ ବଡ଼ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରନ୍ତି । ୨୦୧୫ରେ ସମାଜବାଦୀ ସରକାର ସମୟରେ ତାଙ୍କୁ ଜେଲ ମଧ୍ୟ ଯିବାକୁ ପଡ଼ିଥିଲା । ଏକ ବିବାଦୀୟ ବୟାନ ପାଇଁ ସେ ଜେଲ ମଧ୍ୟ ଯାଇଥିଲେ । ୭ ମାସ ଜେଲରେ ରହିବା ପରେ ଫେରିଥିଲେ । ୨୦୨୨ ୟୁପି ନିର୍ବାଚନରେ ସେ ପ୍ରତିଦ୍ବିନ୍ଦିତା କରିବେ ବୋଲି ମଧ୍ୟ କୁହାଯାଉଥିଲା । ଏପରିକି ସେ ପ୍ରଚାର ମଧ୍ୟ କରିଥିଲେ । କିନ୍ତୁ ଟିକେଟ ମିଳିନଥିଲା । ଏହାକୁ ନେଇ ସେ କହିଥିଲେ କି, ଭଗବାନ ଚାହିଁଲେ ମୋର ରାଜନୈତିକ ଇଚ୍ଛା ମଧ୍ୟ ପୂରଣ ହେବ ।

 

ଜଗନ୍ନାଥଙ୍କ ନାମ ନେଇ ସରକାରକୁ ଆସିଲେ କିନ୍ତୁ ପ୍ରଥମ ବଜେଟରେ ଓଡ଼ିଶାକୁ କିଛି ବି ମିଳିଲା ନାହିଁ : ବିଜେଡି

ନନ୍ଦିଘୋଷ ବ୍ୟୁରୋ: ବିଜେପିକୁ ବିଜେଡି କଡ଼ା ସମାଲୋଚନା । ଶଙ୍ଖ ଭବନରେ ବିଜେଡିର ପ୍ରେସମିଟ୍ କରି ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି । ମଙ୍ଗଳବାର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ହୋଇଥିବାବେଳେ ଓଡ଼ିଶାକୁ ଠକି ଦେଇଥିବା ବିଜେଡି କହିଛି । ଯେଉଁ ବିଜେପି ଓଡ଼ିଶାରେ ଜଗନ୍ନାଥଙ୍କ ନାମକୁ ନେଇ ସରକାର ଗଠନ କଲା ଏବଂ ଓଡ଼ିଶାର ୨୦ ସାଂସଦଙ୍କ ପାଇଁ କେନ୍ଦ୍ରରେ ମଧ୍ୟ ସରକାର ଗଠନ କଲା ସେ ଓଡ଼ିଶାକୁ କିଛି ବି ଦେଇନଥିବା କୁହାଯାଇଛି ।