spot_img
Home Blog Page 1722

ଯେଉଁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛ ତାକୁ ପୂରଣ କର : ବିଜେଡି

ଭୁବନେଶ୍ୱର: ଲକ୍ଷ୍ମୀ ବସର ନାଁ ଏବଂ ରଙ୍ଗ ପରିବର୍ତ୍ତନ କରାଯାଉଥିବାରୁ ଏହାକୁ କଡ଼ା ସମାଲୋଚନା କରିଛି ବିିଜେଡି। ଏକ ସାମ୍ବାଦିକ ସମ୍ମିଳନୀ କରି ଦଳର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ଓ ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି, ବିଜେପି ସରକାର ରଙ୍ଗ ବଦଳାଇବା ନୀତି ଛାଡନ୍ତୁ। କମ୍ ଖର୍ଚ୍ଚରେ ଲୋକେ ଯିବା ଆସିବା କରିବେ ବୋଲି ଲକ୍ଷ୍ମୀ ବସ୍ ଯୋଜନା କରିଥିଲେ ନବୀନ ପଟ୍ଟନାୟକ ସରକାର। କିନ୍ତୁ କ୍ଷମତାକୁ ଆସିବା ପରେ ବିଜେପି ତାର ନାଁ ଓ ରଙ୍ଗ ପରିବର୍ତ୍ତନ କରୁଛି। ଏଥିରୁ ଜଣାପଡୁଛି, ଏହି ସରକାର ନୂଆ ଯୋଜନା କରିବେ ନାହିଁ। କିଛି ନୂଆ କରିବେ ନାହିଁ। ନବୀନ ସରକାର କରିଥିବା କାମରେ ରଙ୍ଗ ଦେଇ, ନାଁ ବଦଳାଇ ନିଜ ଫଟୋ ଛାପି କେବଳ ପ୍ରଚାର କରିବେ। କାହା ନିର୍ଦ୍ଦେଶରେ ଲକ୍ଷ୍ମୀ ବସର ନାଁ ଓ ରଙ୍ଗ ବଦଳା ଯାଉଛି, ଏହି ନିଷ୍ପତ୍ତି କିଏ ନେଇଛି, ତାହା ଜଣାପଡୁନି।କେବଳ ବିଜେଡି ସରକାର କରିଥିବା କାମର ରଙ୍ଗ ବଦଳାଇ, ନାଁ ବଦଳାଇ ଏପରି ୫ ବର୍ଷ ବିଜେପି ସରକାର ବିତେଇ ଦେବ କି ବୋଲି କଟାକ୍ଷ କରିଛନ୍ତି ପ୍ରମିଳା ମଲ୍ଲିକ। ଯଦି ଏପରି କରିବାର ଅଛି, ତେବେ ସିଧା ସିଧା ଲୋକଙ୍କୁ ସେହି କଥା କହି ଦିଅନ୍ତୁ। ନିର୍ବାଚନ ସମୟରେ ଲୋକଙ୍କୁ ବିଜେପି ଯେଉଁ ପ୍ରତିଶୃତି ଦେଇଥିଲା, ତାହା ପୂରଣ କରୁ ବିଜେପି। ବଜେଟର କଣ କରୁଛନ୍ତି ସରକାର, ତାହା ଦେଖିବୁ। ପ୍ରତିଶ୍ରୁତି ପୂରଣ ନ ହେଲେ ବିଜେଡି ରାଜରାସ୍ତାକୁ ଆସିବ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ।

ଏହା ସହିତ ସେ କହିଛନ୍ତି, ରତ୍ନଭଣ୍ଡାରକୁ ନେଇ, ଜଗନ୍ନାଥଙ୍କୁ ନେଇ  କାହିଁକି ରାଜନୀତି କରୁଛନ୍ତି ସରକାର । ଯଦି ରତ୍ନଭଣ୍ଡାର ଖୋଲିବାର ଅଛି, ଖୋଲନ୍ତୁ। କେହି ମନା କରୁନାହାନ୍ତି। କିନ୍ତୁ ଏହାକୁ ନେଇ ରାଜନୀତି କରନ୍ତୁ ନାହିଁ। ସେହିପରି ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି, ବିଜେପି ଶାସନକୁ ଆସିବାର ମାସେ ହେଲାଣି। କିନ୍ତୁ ଇସ୍ତାହାରର ଗୋଟିଏ ପ୍ରତିଶୃତି ପୂରଣ ପାଇଁ କାମ ଆରମ୍ଭ ହୋଇନି। କେବଳ ରଙ୍ଗ ଓ ନାଁ ପରିବର୍ତ୍ତନ କରାଗଲେ, ଜୋର ବିରୋଧ କରାଯିବ ବୋଲି କହିଛନ୍ତି ଲୋପାମୁଦ୍ରା ବକ୍ସିପାତ୍ର।

ଭୋଲେ ବାବା ଉପରେ ଜୋରଦାର ବର୍ଷିଲେ ବିଏସପି ମୁଖ୍ୟ ମାୟାବତୀ

ନନ୍ଦିଘୋଷ ବ୍ୟୁରୋ: ହାଥରସ ଦୁର୍ଘଟଣା ପରେ ଭୋଲେ ବାବା ଉପରେ ଜୋରଦାର ବର୍ଷିଛନ୍ତି ବିଏସପି ମୁଖ୍ୟ ମାୟାବତୀ । ସେ କହିଛନ୍ତି, ଲୋକମାନେ ଭଣ୍ଡ ବାବାଙ୍କ ମିଛ ପାଲରେ ପଡନ୍ତୁ ନାହିଁ।  ନିଜର ଭାଗ୍ୟ ନଜେ ପରିବର୍ତ୍ତନ କରନ୍ତୁ । ବାବା ସାହେବଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରନ୍ତୁ । ରାଜନୈତିକ ସ୍ୱାର୍ଥରେ ଦୁର୍ବଳ ପଡନ୍ତୁ ନାହିଁ । ଦେଶର ଗରିବ, ଦଳିତ ଲୋକଙ୍କ ଦାରିଦ୍ର୍ୟ ଦୂର କରିବାକୁ ହେଲେ ସେମାନେ ହାଥରସ ଭୋଲେ ବାବାଙ୍କ ପରି ଅନ୍ଧବିଶ୍ୱାସୀ ଏବଂ କପଟୀର ଶିକାର ହେଉଛନ୍ତି ।

ମାୟାବତୀ ଲୋକଙ୍କୁ ପରାମର୍ଶ ଦେଇ କହିଛନ୍ତି, ଭଣ୍ଡ ବାବାଙ୍କ କଥାରେ ଆସି ନିଜ ଦୁଃଖ ଏବଂ କଷ୍ଟକୁ ଆହୁରୀ ବଢାନ୍ତୁ ନାହିଁ । ହାଥରସ ଘଟଣାରେ ଭୋଲେ ବାବା ଏବଂ ଦୋଷୀ ଥିବା ଅନ୍ୟମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହିପରି, ଅନ୍ୟ ବାବାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ । ମାୟାବତୀ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଯାହା ଦ୍ୱାରା ଭବିଷ୍ୟତରେ ଲୋକଙ୍କୁ ଜୀବନ ହରାଇବାକୁ ପଡିବ ନାହିଁ। ମାୟାବତୀ ହେଉଛନ୍ତି ଏକମାତ୍ର ନେତ୍ରୀ ଯିଏ ବାବା ସୁରଜପାଲଙ୍କ ବିରୋଧରେ ଖୋଲାଖୋଲି ଭାବେ କହିଛନ୍ତି। ବାବା ସୁରଜପାଲଙ୍କ ବିବୃତ୍ତି ପରେ ମାୟାବତୀଙ୍କ ବିବୃତ୍ତି ଆସିଛି। ଦୁର୍ଘଟଣାର ଚାରି ଦିନ ପରେ ବାବା ସୁରଜପାଲ ବା ଭୋଲେ ବାବା ପ୍ରଥମ ଥର ପାଇଁ ଆସି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ।

ବାବା ସୁରଜପାଲ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଜୁଲାଇ ୨ରେ ଘଟିଥିବା ଘଟଣାକୁ ନେଇ ସେ ଅତ୍ୟନ୍ତ ଦୁଃଖିତ । ଲୋକମାନେ ସରକାର ଏବଂ ପ୍ରଶାସନ ଉପରେ ବିଶ୍ୱାସ ବଜାୟୀ ରଖନ୍ତୁ । କୌଣସି ଦୋଷୀଙ୍କୁ ଛଡାଯିବ ନାହିଁ । ଏଭଳି ଦୁଃଖ ସମୟରେ ଭଗବାନ ଆମକୁ ଏହି ଯନ୍ତ୍ରଣା ସହିବାକୁ ଶକ୍ତି ଦିଅନ୍ତୁ ।  ବାବା ଆହୁରୀ ମଧ୍ୟ କହିଛନ୍ତି ଶୋକସନ୍ତପ୍ତ ପରିବାର ଏବଂ ଆହାତମାନଙ୍କ ସହିତ ଜୀବନ ସାରା ରଖି ତାଙ୍କୁ ସାହାର୍ଯ୍ୟ କରିବି ବୋଲି ବାବା କହିଛନ୍ତି ।

ରତ୍ନଭଣ୍ଡାର ଖୋଲିବା ନେଇ ଶଙ୍କରାଚାର୍ଯ୍ୟଙ୍କ ବଡ଼ ବୟାନ

ପୁରୀ: ରତ୍ନଭଣ୍ଡାର ଖୋଲିବା ନେଇ ଶଙ୍କରାଚାର୍ଯ୍ୟଙ୍କ ବଡ଼ ବୟାନ। ରତ୍ନଭଣ୍ଡାର ବୈଠକ ବିଷୟରେ ତାଙ୍କୁ ଜଣାନାହିଁ, କି ତାଙ୍କ ଉପସ୍ଥିତିରେ ହେଉନି ବୈଠକ। ଏପରିକି ତାଙ୍କୁ କୌଣସି ସୂଚନା ଦିଆଯାଇନାହିଁ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ। ତେଣୁ ଏ ପ୍ରସଙ୍ଗରେ ମୁଁ କେମିତି ପ୍ରତିକ୍ରିୟା ଦେବି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ।

ତେବେ ଯେକୌଣସି ପଦକ୍ଷେପ ନେବା ପୂର୍ବରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ଦରକାର ବୋଲି ସୁପ୍ରିମକୋର୍ଟଙ୍କ ଆଦେଶ ରହିଛି। ହେଲେ ଏହି କମିଟି କାହିଁକି ଗଠନ ହୋଇଛି ସେ ବିଷୟରେ ମୋତେ କିଛି ଜଣା ନାହିଁ ବୋଲି କହିଛନ୍ତି ଶଙ୍କାରାଚାର୍ଯ୍ୟ।

ମିର୍ଜାପୁର-୩ର ନିର୍ମାତା ଦର୍ଶକଙ୍କୁ ଧୋକା ଦେବା ସହ ପ୍ରତିଶୃତି ପାଳନ କରିନାହାନ୍ତି

ନନ୍ଦିଘୋଷ ବ୍ୟୁରୋ: ଜୁଲାଇ ୫ରେ ୱେବ ସିରିଜରେ ମିର୍ଜାପୁର-୩ ପ୍ରାଇମ ଭିଡିଓ ରିଲିଜ ହୋଇଛି । ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଏହି କାହାଣୀକୁ ଲୋକେ ଆଜି ଯାଏଁ ମନେ ରଖିଛନ୍ତି । ଏବେ ଏହାର ତୃତୀୟ ସିଜନ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇଛି । ରିଲିଜ ପୂର୍ବରୁ ଏହି ସିରିଜକୁ ସିନେ ପ୍ରେମି ଖୁବ ଦିନରୁ ଅପେକ୍ଷା କରି ରହିଥିଲେ । ଦ୍ବିତୀୟ ସିଜନରେ ଦର୍ଶକେ ଦେଖିଥିବା କାହାଣୀ ପରେ କଣ ଘଟଣା ଘଟିବ ତାହା ଜାଣିବାକୁ ସମସ୍ତେ ଇଚ୍ଛା ରଖିଥିଲେ ।

ଜୁଲାଇ ୫ ତାରିଖରେ ପ୍ରାଇମ ଭିଡିଓରେ ରିଲିଜ ହୋଇଥିବା ଏହି ସିରିଜ କିନ୍ତୁ ଆଶାନୁସାରେ ଲୋକଙ୍କୁ ମନୋରଞ୍ଜନ କରିପାରିନାହିଁ  । କହିରଖୁଛୁ ଯେ, କିଛି ଦିନ ପୁର୍ବରୁ ମିର୍ଜାପୁରର ମୁଖ୍ୟ ଚରିତ୍ର ଅଲୀ ଫଜଲ ନିଜ ଏକ୍ସ ହ୍ୟାଣ୍ଡେଲରେ ପ୍ରକାଶ କରିଥିଲେ ଯେ ପଞ୍ଚାୟତ ସିରିଜ ସହିତ ମିର୍ଜାପୁରର କିଛି ଲିଙ୍କ ଜଡି ରହିଛି । ଯାହାକୁ ଶୁଣିବାପରେ ଫ୍ୟାନ୍ସ  ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ଦୁଇଗୁଣ ବଢିଯାଇଥିଲା ଏବଂ ଏହାକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲେ ପ୍ରସଂଶକ । ଅଲୀ ଏକ ସାକ୍ଷାତକାରରେ କହିଥିଲେ ଯେ, ମିର୍ଜାପୁରର ପ୍ରଥମ ଦୁଇଟି ଏପିସୋଡରେ ପଞ୍ଚାୟତର  ଜିତେନ୍ଦ୍ର କୁମାର ନଜର ଆସିବେ। କିନ୍ତୁ ମିର୍ଜାପୁର ରିଲିଜ ପରେ ଅଲୀ ଫଜଲଙ୍କ ଏହି କଥାର କିଛି ମୂଲ୍ୟ ରହିନଥିଲା । ମିର୍ଜାପୁର ସିରିଜରେ କୌଣସି ସ୍ଥାନରେ ପଞ୍ଚାୟତ ସିରିଜକୁ ନେଇ କିଛି ଦେଖାଯାଇନଥିବା ବେଳେ ଜିତେନ୍ଦ୍ର କୁମାର ମଧ୍ୟ ସିରିଜରେ ନଜର ଆସିନାହାନ୍ତି । ତେବେ ଅଲୀ ଫଜଲ ଫ୍ୟାନ୍ସଙ୍କୁ ମିଛ କହିଥିବା ସାଧାରଣରେ ଚର୍ଚ୍ଚା ଲାଗିରହିଛି ।

ଏହି ଖବର ଭାଇରାଲ ହେବାପରେ ଏହାକୁ ନେଇ ଖୋଦ ଜିତେନ୍ଦ୍ର କୁମାର ମତ ରଖି କହିଥିଲେ ଯେ, ତାଙ୍କୁ ଏ ବିଷୟରେ କୌଣସି ସୂଚନା ନାହିଁ ବା ସେ କିଛି ଜାଣିନାହାନ୍ତି । ବା ମିର୍ଜାପୁରରେ ଏପର୍ଯ୍ୟନ୍ତ କୌଣସି ତାଙ୍କର ଚରିତ୍ର ନାହିଁ । ତେବେ ଦର୍ଶକଙ୍କ କହିବା ଅନୁଯାୟୀ,  ମିର୍ଜାପୁର-୩ର ନିର୍ମାତା ଦର୍ଶକଙ୍କୁ ମିଛ କହି ଧୋକା ଦେବା ସହ ପ୍ରତିଶୃତି ପାଳନ କରିନାହାନ୍ତି ।

ପ୍ରେମ ବ୍ୟାପରକୁ ନେଇ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ

ଯାଜପୁର : ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଭଗବାନପୁର ଠାରେ ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ହେଲେ ଅରାବଳ ଗାଁର ପବିତ୍ର ସାମଲ। ମୃତଦେହ ନିକଟରେ ମୋବାଇଲ, ଆଧାର କାର୍ଡ, ଯୁବତୀଙ୍କ ଷ୍ଟଲ, ବୁଲେଟ ବାଇକ ଭଙ୍ଗା ଅବସ୍ଥାରେ ରାସ୍ତା କଡ଼ରେ ପଡିରହିଛି। ସ୍ଥାନୀୟ ଲୋକେ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଛନ୍ତି। ପ୍ରେମ ବ୍ୟାପରକୁ ନେଇ ପୁଅକୁ ହତ୍ୟା କରାଯାଇ ଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ନ୍ୟାୟ ଦାବିରେ ଉତ୍ୟକ୍ତ ଲୋକଙ୍କ ବରୁଆଁ ବାଲିଚନ୍ଦ୍ରପୁର ରାସ୍ତାର ଭଗବାନପୁର ଠାରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି।

ଆଜି ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନନ୍ଦିଘୋଷ ବ୍ୟୁରୋ: ଆଜି ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସନ୍ଧ୍ୟାରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ଜୟଦେବ ଭବନ ଯାଇ କାର୍ଯ୍ୟକ୍ରମରେ ଯୋଗଦେବା ପରେ ରାଜଭବନରେ ରାତ୍ରି ଯାପନ କରିବେ। କାଲି ସକାଳେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ପୁରୀ ଯିବେ। ପୁରୀରେ ରଥଯାତ୍ରାରେ ସମ୍ମାନୀତ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାସ୍ତା ସିଲ୍ କରାଯିବ। ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ସୁରକ୍ଷା ବାହିନୀ ସହ ରାଜ୍ୟ ପୋଲିସ ଟିମ୍ ସୁରକ୍ଷା ଦେବେ। ପୁରୀ ପାଇଁ ରହିଛି ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତ ଓ ରଥଯାତ୍ରାର ମନିଟରିଂ କରିଛନ୍ତି ପୋଲିସ ଡିଜି। ଭୁବନେଶ୍ବର ଡିସିପିଙ୍କ ନେତୃତ୍ୱରେ ୬ ଜଣ ଅତିରିକ୍ତ ଡିସିପି, ୧୫ ଜଣ ଏସିପି, ୨୫ ଜଣ ଇନିସପେକ୍ଟର, ଶହେ ଜଣ ଅଫିସର, ୪ଟି ଏସଟିଓ ଟିମ ସହ ବମ ସ୍କ୍ବାଡ ଓ ଡଗ ସ୍କ୍ବାଡ ନିୟୋଜିତ ରହିବେ। ସୁରକ୍ଷା ଦାୟିତ୍ବରେ ଅଛନ୍ତି ୨୫ ପ୍ଲାଟୁନ ଫୋର୍ସ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଗତକାଲି କାରକେଡ ରିହରସେଲ ହୋଇଥିଲା।

ହାଥରସ ଦୁର୍ଘଟଣା ପରେ ମୁହଁ ଖୋଲିଲେ ବାବା ସୁରଜପାଲ

ଲକ୍ଷ୍ମୌ: ହାଥରସ ସତସଙ୍ଗ ବେଳେ ଦୁର୍ଘଟଣା ସମ୍ପର୍କରେ ପ୍ରଥମ ଥର ପାଇଁ ବାବା ସୁରଜପାଲ ବା  ଭୋଲେ ବାବାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏକ ଭିଡିଓ ମାଧ୍ୟମରେ ସେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଜୁଲାଇ ୨ରେ ଘଟିଥିବା ଘଟଣାକୁ ନେଇ ସେ ଅତ୍ୟନ୍ତ ଦୁଃଖିତ। ଲୋକମାନେ ସରକାର ଏବଂ ପ୍ରଶାସନ ଉପରେ ବିଶ୍ୱାସ ବଜାୟୀ ରଖନ୍ତୁ। କୌଣସି ଦୋଷୀଙ୍କୁ ଛଡାଯିବ ନାହିଁ । ଏଭଳି ଦୁଃଖ ସମୟରେ ଭଗବାନ ଆମକୁ ଏହି ଯନ୍ତ୍ରଣା ସହିବାକୁ ଶକ୍ତି ଦିଅନ୍ତୁ । ବାବା ଆହୁରୀ ମଧ୍ୟ କହିଛନ୍ତି ଶୋକସନ୍ତପ୍ତ ପରିବାର ଏବଂ ଆହାତମାନଙ୍କ ସହିତ ଜୀବନ ସାରା ରଖି ତାଙ୍କୁ ସାହାର୍ଯ୍ୟ କରିବି ବୋଲି ବାବା କହିଛନ୍ତି।

ସୂଚନାଯୋଗ୍ୟ, ହାଥରସ ଦୁର୍ଘଟଣାରେ ୧୨୧ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦେବ ପ୍ରକାଶ ମାଧବକରଙ୍କୁ ୟୁପି ପୋଲିସ ଦିଲ୍ଲୀରୁ ଗିରଫ କରିଛି । ହାଥରସ ଦୁର୍ଘଟଣା ପରେ ଫେରାର ଥିଲେ ମଧୁକର । ପୋଲିସ ତାଙ୍କ ନାଁରେ ଲକ୍ଷ ଟଙ୍କା ପୁରପସ୍କାର ରାଶି ଘୋଷଣା କରିଥିଲା । ଆଜି ମୁଖ୍ୟ ଅଭିଯୁକ୍ତ ମଧୁକରଙ୍କୁ କୋର୍ଟରେ ହାଜର କରାଯିବ ।

 

ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଆଜି ପଟି ଦିଅଁଙ୍କ ଠାରୁ ରଥଖଳାକୁ ବିଜେ କରିବ ଆଜ୍ଞାମାଳ

ପୁରୀ: ରାତି ପାହିଲେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ସଜେଇ ହେଉଛି ଶ୍ରୀକ୍ଷେତ୍ର। ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି। ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ। ରଥ ଯାତ୍ରା ଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର।ବଡଦାଣ୍ଡରେ ଭକ୍ତଙ୍କ ଲାଗିଲାଣି ଗହଳିଚହଳି। ଆଜି ଶ୍ରୀ ମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ପଟି ଦିଅଁଙ୍କ ନିକଟରୁ ୩ଟି ଆଜ୍ଞା ମାଳ ରଥ ଖଳାକୁ ବିଜେ କରିବା ପରେ ୩ ରଥକୁ ସିଂହଦ୍ବାର ସମ୍ମୁଖ ଚକଡ଼ାକୁ ଟଣା ଯାଇ ନିଆଯିବ। ପୋଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ୩ ରଥକୁ ସିଂହଦ୍ବାର ଚକଡ଼ାକୁ ଟାଣି ନେଇ ଉତ୍ତର ମୋଡ଼ ଦେବେ। ଘୋଷଯାତ୍ରା ଲାଗି ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।

ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ବ୍ଲାଙ୍କେଟ ଓ ସିସିଟିଭି ସୁରକ୍ଷା ବଳୟରେ ରହିବ ଶ୍ରୀକ୍ଷେତ୍ର। ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ। ଜନଗହଳି ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡ ୬ଟି ଜୋନରେ ବିଭକ୍ତ ହୋଇଛି। ଚଳିତ ବର୍ଷ ରଥଯାତ୍ରାରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସହାୟତା ନିଆଯିବ। ଏହାସହ ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ସିସିଟିଭି କ୍ୟାମେରା ସହାୟତା ନିଆଯିବ। ୩ ଠାକୁରଙ୍କ କର୍ଡନ ଦାୟିତ୍ବରେ ୩ କମ୍ପାନୀ ରାପିଡ ଆକ୍ସନ ଫୋର୍ସ, ୨ କମ୍ପାନୀ ସିଆରପିଏଫ ଓ ୮ଟି ଏସଓଜି ଟିମ ମୁତୟନ ରହିବେ।

ଆଜିଠାରୁ ନିଟ ୟୁଜିର କାଉନସେଲିଂ: ଏମବିବିଏସ, ବିଡିଏସ ଓ ବିଏସସି ନର୍ସିଂ ଲାଗି କାଉନସେଲିଂ

ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ନିଟ-ୟୁଜିର କାଉନସେଲିଂ। ସ୍ଥଗିତ ହୋଇଥିବା ପରୀକ୍ଷାର ଫଳ ପ୍ରକାଶ ପରେ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ। ଏଥିଲାଗ ପ୍ରସ୍ତୁତ ହୋଇ ଆସିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି। ଗତ ୧ ତାରିଖରେ କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇଥିଲା। ନିଟ ୟୁଜିର କାଉନସେଲିଂ ଯୋଗୁ ଏମବିବି, ବିଡିଏସ ଓ ବିଏସସି ନର୍ସିଂ ଲାଗି ମେଡିକାଲ କାଉନସେଲିଂ କମିଟି ବା ଏମସିସି ପଦକ୍ଷେପ ନେବ।

ଗତ ମେ’ ୫ରେ ନିଟ ୟୁଜି ହୋଇଥିବାବେଳେ ଜୁନ ୨୩ରେ ହୋଇଥିଲା ନିଟ ୟୁଜି ରିଟେଷ୍ଟ। ନିଟ ୟୁଜିର କ୍ଷତିଗ୍ରସ୍ତ ୧୫୬୩ ଜଣ ଛାତ୍ରଛାତ୍ରୀଙ୍କ ମଧ୍ଯରୁ ୮୧୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଗତ ଜୁଲାଇ ୧ରେ ଫଳ ପାଇଥିଲା ପ୍ରକାଶ। ଏମସିସିର ୱେବସାଇଟ https://mcc.nic.in ରେ କାଉନସେଲିଂ ସମ୍ପର୍କରେ ମିଳିପାରିବ ସବିଶେଷ ତଥ୍ଯ। ଛାତ୍ରଛାତ୍ରୀମାନେ ଆଡମିଟ କାର୍ଡ, ସ୍କୋରକାର୍ଡ, ଦଶମ, ଦ୍ୱାଦଶ ମାର୍କସିଟ, ଚରିତ୍ରଗତ ପ୍ରମାଣପତ୍ର, ପରିଚୟ ପ୍ରମାଣପତ୍ର ଆଦି ଆଣିବା ଲାଗି ପରାମର୍ଶ ଦିଆଯାଇଛି। ପ୍ରାର୍ଥୀଙ୍କ ରାଙ୍କ, ଭରାଯାଇଥିବା ଚଏସ, କଲେଜରେ ଉପଲବ୍ଧ ସିଟ୍ ଅନୁସାରେ ପ୍ରାର୍ଥୀଙ୍କୁ ସିଟ ପ୍ରଦାନ କରିବ ଏମସିସି।

ମେଡିକାଲ ବୋର୍ଡ ସହ ପରାମର୍ଶ ପ୍ରସଙ୍ଗ, ଆଜି ଅରବିନ୍ଦ କେଜ୍ରିୱାଲଙ୍କ ଶୁଣାଣି

ନୂଆଦିଲ୍ଲୀ: ମେଡିକାଲ ବୋର୍ଡ ସହ ପରାମର୍ଶ ବେଳେ ପାଖରେ ପତ୍ନୀ ସୁନୀତା କେଜ୍ରିୱାଲଙ୍କୁ ରହିବା ଲାଗି ଅନୁରୋଧ ପ୍ରସଙ୍ଗ। ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଆଜି ଶୁଣାଣି କରିବେ ଦିଲ୍ଲୀ କୋର୍ଟ। ଗତ ବୁଧବାର ଏହି ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ କରିଥିଲେ କୋର୍ଟ। କେଜ୍ରିୱାଲ କହିଥିଲେ- ମାନବିକତା ଦୃଷ୍ଟିରୁ ମେଡିକାଲ ବୋର୍ଡ ସହ ପରାମର୍ଶ ବେଳେ ପତ୍ନୀ ସୁନୀତା ଉପସ୍ଥିତ ରୁହନ୍ତୁ।

ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେଜ୍ରିୱାଲଙ୍କ ସ୍ବାସ୍ଥ୍ୟର ଯାଞ୍ଚ ଲାଗି ଗଠନ କରାଯାଇଥିଲା ମେଡିକାଲ ବୋର୍ଡ। ତେବେ କେଜ୍ରିୱାଲଙ୍କ ଏହି ଅନୁରୋଧ ବିରୋଧରେ କୋର୍ଟରେ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି ଦର୍ଶାଇଥିଲା ଏଥିନିମନ୍ତେ ମେଡିକାଲ ସଂକ୍ରାନ୍ତ ତଥ୍ଯାବଳୀ ଦରକାର ଏବଂ ଏକ୍ଷେତ୍ରରେ କେତେକ ନିର୍ଦ୍ଦିଷ୍ଟ ପ୍ରୋଟକଲର ଆବଶ୍ଯକତା ରହିଛି। କେଜ୍ରିୱାଲଙ୍କ ଓକିଲ ଦର୍ଶାଇଥିଲେ ସ୍ବାସ୍ଥ୍ଯଗତ ଗୁରୁତ୍ବ ଦୃଷ୍ଟିରୁ ସୁନୀତାଙ୍କୁ ମେଡିକାଲ ବୋର୍ଡ ଯାଞ୍ଚ ବେଳେ ତାଙ୍କୁ ରହିବାକୁ ଅନୁମତି ଦିଆଯାଉ। ପୂର୍ବରୁ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହେପାଜତ ଅବଧି ଜୁଲାଇ ୧୨ ଯାଏ ରହିଛି।