spot_img
Home Blog Page 1732

ହାଥରସ ଅଘଟଣର ପୁରା କାହାଣୀ, ଜାଣନ୍ତୁ କେମିତି ଏବଂ କାହିଁକି ଘଟିଲା ଏତେ ବଡ଼ ବିଭ୍ରାଟ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶରେ ସତସଙ୍ଗବେଳେ ଅଘଟଣ ଘଟଣା ସାରା ଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସମୟକ୍ରମେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଶେଷ ଖବର ସୁଦ୍ଧା ୧୨୧ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ତେବେ ୧୫ ଜଣରୁ ଅଧିକ ଜଣ ଗୁରୁତରଭାବେ ଆହତ ମଧ୍ୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏଠାରେ ସତସଙ୍ଗ ପାଇଁ କିଏ ଅନୁମତି ଦେଲା ? ଏତେ ସଂଖ୍ୟକ ଲୋକଙ୍କ ସମାଗମ ହେଉଥିବାବେଳେ ପ୍ରଶାସନ ପକ୍ଷରୁ କାହିଁକି କୌଣସି ବ୍ୟବସ୍ଥା ହୋଇନଥିଲା ଏହାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ଅପରାଧିକ ମାମଲା ରୁଜୁ ହୋଇଥିବାବେଳେ ବାବା ଭାଲେଙ୍କ ନାମରେ କୌଣସି ମାମଲା ରୁଜୁ ହୋଇନାହିଁ । ଯାହାଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା ତାଙ୍କ ନାମରେ କୌଣସି ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି । ତେବେ ଆସନ୍ତୁ ଜାଣିବା ଘଟଣାର ସମ୍ପୂର୍ଣ୍ଣ କଥା ।

୨ ଜୁଲାଇରେ ହାଥରସରେ ଜଗତଗୁରୁ ସାକାର ବିଶ୍ବହରି ଭାଲେ ବାବାଙ୍କ ସତସଙ୍ଗ ଅନୁଷ୍ଠିତ ହେବା ପାଇଁ ପ୍ରସ୍ତାବ ରହିଥିଲା । ଏହି ସତସଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ୮୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି ଆୟୋଜକମାନେ କହିଥିଲେ । ଏହି ହିସାବରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ମାତ୍ର ରାଜ୍ୟର କୋଣ ଅନୁକୋଣରୁ ପାଖାପାଖି ଅଢ଼େଇ ଲକ୍ଷ ଲୋକଙ୍କ ଭିଡ଼ ଜମିଥିଲା । ବାବାଙ୍କ ପ୍ରବଚନ ପରେ ସେ କାରରେ ବସି ଚାଲିଯାଇଥିଲେ । ଏହାପରେ ଶ୍ରଦ୍ଧାଳୁମାନେ ସେ ଆସିଥିବା ରାସ୍ତାରୁ ଧୂଳି ଆଣି ମୁଣ୍ଡରେ ମାରିବାକୁ ଲାଗିଥିଲେ । ଏହାପରେ ଶ୍ରଦ୍ଧାଳୁମାନେ ଭିଡ଼ ଜମାଇ ଧୂଳି ମୁଣ୍ଡରେ ମାରୁଥିବାବେଳେ ଆୟୋଜକ ପ୍ରଶାସନ ପକ୍ଷରୁ ନିୟନ୍ତ୍ରଣ କରିଥିଲେ । ମାତ୍ର ଏତେ ମାତ୍ରାରେ ଷ୍ଟାମ୍ପେଡ ହୋଇଥିଲା କି ଲୋକେ କଷ୍ଟରେ ବାହାରିବାକୁ ଲାଗିଥିଲେ । କାଦୁଅଭରା ବିଲ ଦେଇ ଦେଇ ଲୋକେ ଯିବାକୁ ଲାଗିଥିଲେ । ନିଜ ନିଜର ଜୀବନ ବଞ୍ଚାଇ ଗହଳିରେ ଯିବାକୁ ଲାଗିଥିବାବେଳେ ଦଳ ଚକଟାରେ ଶିଶୁ ଏବଂ ମହିଳାଙ୍କ ଜୀବନ ଚାଲି ଯାଇଛି । ଜଣେ ଅନ୍ୟ ଜଣଙ୍କୁ ବଞ୍ଚାଇବାକୁ ଯାଇ ଦଳା ଚକଟା ମଧ୍ୟରେ ପ୍ରାଣ ହରାଇଥିବା ମଧ୍ୟ କୁହାଯାଉଛି । ତେବେ ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି ।

ରାଜ୍ୟରେ ଦରଦାମ ନିୟନ୍ତ୍ରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଅତିଷ୍ଠ କଲାଣି ଦରଦାମ। ଆକାଶଛୁଆଁ ହେଲାଣି ଅତ୍ୟାବଶ୍ୟକ ସାମଗ୍ରୀ ଦର। ଭାଙ୍ଗିଗଲାଣି ଗରିବ, ମଧ୍ୟବିତ୍ତ ଲୋକଙ୍କ ଅଣ୍ଟା। ଡାଲି, ଚାଉଳ, ପନିପରିବା ଦର ଆକାଶଛୁଆଁ। ହେଲେ ଦରଦାମ ନିୟନ୍ତ୍ରଣ ନେଇ ଦାୟିତ୍ୱହୀନ ମନ୍ତବ୍ୟ ଦେଉନ୍ତି ମନ୍ତ୍ରୀ। ଦରଦାମ ନିୟନ୍ତ୍ରଣରେ ଅସହାୟତା ପ୍ରକାଶ କରୁଛନ୍ତି ସରକାର। ଦରଦାମ ପ୍ରସଙ୍ଗରେ ପ୍ରେସମିଟ୍ କରି ବିଜେପିକୁ କଡ଼ା ସମାଲୋଚନା କରିଛି ବିଜେଡି। ଯଦି ସରକାର ଦର ନିୟନ୍ତ୍ରଣ ନକରନ୍ତି, ତେବେ ବିଜେଡି ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଦରବୃଦ୍ଧି ନିୟନ୍ତ୍ରଣ ନକଲେ ଆନ୍ଦୋଳନ କରିବ ବିଜେଡି। ଅସାଧୁ ବେପାରୀଙ୍କ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢ଼ିଚାଲିଛି। ବେଆଇନ ଭାବେ ସାମଗ୍ରୀ ଗଚ୍ଛିତ ରଖୁଥିବାରୁ ଦରଦାମ ବୃଦ୍ବଧି ପାଉଛି। ବଳକା ଚାଉଳ ରାଜ୍ୟରେ ଚାଉଳ ଦରକୁ ଆଖି ପାଉନି।
ଦରବୃଦ୍ଧି ପ୍ରଭାବ ପିଲାଙ୍କ ମଧ୍ୟାହ୍ନ ଭୋଜନ ଉପରେ ପଡ଼ୁଛି ବୋଲି କହିଛି ବିଜେଡି। ଏଭଳି ସ୍ଥିତିରେ ଦରଦାମ ନିୟନ୍ତ୍ରଣ ପାଇଁ କି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଛି ବିଜେଡି। ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି। ତେଣୁ ଛୋଟ ଇଞ୍ଜିନ ସରକାର ବଡ଼ ଇଞ୍ଜିନର ସହାୟତା ମାଗନ୍ତୁ ବୋଲି କହିଛି ବିଜେଡି। ଦରଦାମ ବୃଦ୍ଧିରୁ ଜଣାପଡ଼ୁଛି ଯେ ବିଜେପି କି ରାଜ୍ୟବାସୀଙ୍କୁ କି ସୁଶାସନ ଦେବ। ସରକାରଙ୍କୁ ପରାମର୍ଶ ସହ ଚେତାବନୀ ଦେଇଛି ବିଜେଡି।

ଗୁରୁକୂଳ ଆଶ୍ରମରେ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ଗୁରୁ ଶିଷ୍ୟ ପରମ୍ପରାରେ ଲାଗିଛି କଳଙ୍କ। ଗୁରୁକୂଳ ଆଶ୍ରମରେ ଛାତ୍ରଙ୍କୁ ଦିଆଯାଉଛି ଯୌନ ନିର୍ଯାତନା।ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ। ମଉନି ମଠ  ଛକ ନିକଟ ଯୁଗା ଜ୍ୟୋତି ଗୁରୁକୂଳ ବେଦ ପାଠଶାଳା ଆଶ୍ରମରେ ନାବାଳକ ଛାତ୍ରଙ୍କୁ ବେଦ ଜ୍ଞାନ ଶିକ୍ଷା ବଦଳରେ ଦିଆଯାଉଛି ଯୌନ ନିର୍ଯାତନା। ଗୁରୁକୂଳ  ଗୁରିଜୀ ଦୁର୍ଗା ପ୍ରସାଦ ତ୍ରୀପାଠିଙ୍କ ନାଁରେ ଅଭିଯୋଗ କରିଛନ୍ତି ଛାତ୍ର। ଗୁରୁଜୀଙ୍କ ଅତ୍ୟାଚାର ଶୀକାର  ହୋଇଛନ୍ତି ଗୁରୁକୂଳର ପ୍ରାୟ ସମସ୍ତ ଛାତ୍ର। ଛାତ୍ର ମାନଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରୁଥିଲେ ଗୁରୁଜୀ। ଛାତ୍ର  ମାନେ ବିରୋଧ କଲେ ପରୀକ୍ଷାରେ ଫେଲ କରିଦେବାର  ଦେଉଥିଲେ ଧମକ। ଗୁରିଜୀଙ୍କ ନାଁରେ ଡେଲାଙ୍ଗ ଥାନାରେ ଅଭିଯୋଗ କରିଛନ୍ତି ଅଭିଭାବକ। ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ଶିକ୍ଷକକୁ ଥାନା ରେ ଅଟକ ରଖି ପଚରା ଉଚରା ଜାରୀ ରଖିଛି।

ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ବାପାକୁ ମାରିଲା ପୁଅ

ଭୁବନେଶ୍ବର: ରାଜଧାନୀରେ ମର୍ଡର । ବାପାକୁ ମାରିଲା ପୁଅ । ମଞ୍ଚେଶ୍ୱର ଥାନା ଅଞ୍ଚଳରେ ହତ୍ୟା। ରଙ୍ଗମାଟିଆ DHPL ଆପାର୍ଟମେଣ୍ଟରେ ହତ୍ୟାକାଣ୍ଡ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକଙ୍କ ନାଁ ସୁନୀଲ ଚୌଧୁରୀ । ସେ ନାଲକୋର ଅବସରପ୍ରାପ୍ତ କର୍ମଚାରୀ । ଅଭିଯୁକ୍ତର ନାଁ ଅନିରୁଦ୍ଧ ଚୌଧୁରୀ । ସେ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବେ କାମ କରନ୍ତି । ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରିଛି ।

ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ତହସିଲଦାର ଧୋବେଇ ନାୟକ

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲ୍ଲା ଖଣ୍ଡପଡା ତହସିଲଦାର ଧୋବେଇ ନାୟକ । ବାଲିଗାଡି ଛାଡିବା ପାଇଁ ଦଲାଲ୍ ମାଧ୍ୟମରେ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦଲାଲ୍ ମୋହରି ପ୍ରସନ୍ନ ସାହୁଙ୍କୁ ଗିରଫ କରିଛି ନୟାଗଡ ଭିଜିଲାନ୍ସ ଟିମ୍ । ତହସିଲଦାର ଧୋବେଇଙ୍କ ଭାପୁର ଏବଂ ଭୁବନେଶ୍ୱର ଘରେ ଭିଜିଲାନ୍ସ ଚଢାଉ ଜାରୀ ରହିଛି । ନୟାଗଡ ଜିଲ୍ଲା ସିଦ୍ଧାମୁଳା ନିକଟ ମହାନଦୀରୁ ବାଲି ବୋଝେଇ କରି ହାଇୱା ଗାଡିରେ ବିଭିନ୍ନ ସ୍ଥାନକୁ ନିଆଯାଇଥାଏ । କୌଣସି କାରଣରୁ ଚନ୍ଦନ ଜେନାଙ୍କ ବାଲି ବୋଝେଇ ଗାଡିକୁ ଖଣ୍ଡପଡା ତହସିଲଦାର ଧୋବେଇ ନାୟକ ଅଟକ ରଖିଥିଲେ । ଗାଡି ଛାଡିବା ପାଇଁ ତହସିଲଦାର ଗାଡି ମାଲିକଙ୍କୁ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଗତକାଲି ବିଳମ୍ବିତ ରାତିରେ ଦଲାଲ୍ ପ୍ରସନ୍ନ ସାହୁଙ୍କ ମାଧ୍ୟମରେ ଗାଡି ମାଲିକଙ୍କ ଠାରୁ ଟଙ୍କା ନେଉଥିବା ବେଳେ ନୟାଗଡ ଭିଜିଲାନ୍ସ ଟିମ୍ ପ୍ରସନ୍ନଙ୍କୁ ଧରିଥିଲା । ପ୍ରସନ୍ନ ତହସିଲଦାରଙ୍କ ପାଇଁ ଟଙ୍କା ନେଉଥିବା ସ୍ବୀକାର କରିବା ପରେ ଭିଜିଲାନ୍ସ ଟିମ୍ ଧୋବେଇ ନାୟକଙ୍କ ଭାପୁର ଏବଂ ଭୂବନେଶ୍ବର ଘରେ ଚଢ଼ାଉ ଜାରି ରଖିଛି।

ମୁଁ ଅବସର ନେଇନି, ସୋସିଆଲ ମିଡିଆରେ ଏମିତି ପୋଷ୍ଟ କଲେ ଡେଭିଡ୍ ମିଲର

ନନ୍ଦିଘୋଷ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟରୁ ଡେଭିଡ ମିଲରଙ୍କ ଅବସର ଘୋଷଣା ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସମସ୍ତ କ୍ରିକେଟପ୍ରେମୀମାନେ ଡେଭିଡ ମିଲରଙ୍କ ଅବସରକୁ ନେଇ ପ୍ରଶ୍ନ ଉଠାଇଥିବାବେଳେ ସେ ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାଚକୁ ଡରି ସନ୍ୟାସ ଘୋଷଣା କରିଥିବା ନେଇ କିଛି ୟୁଜର୍ସ ପୋଷ୍ଟ କରିଥିଲେ । ଯାହାକି ବେଶ ଭାଇରାଲ ହେବାରେ ଲାଗିଥିଲା । ବାସ୍ତବରେ କିନ୍ତୁ ମିଲର କୌଣସି ଅବସର ଘୋଷଣା କରିନାହାନ୍ତି । କୌଣସି ଅଫିସିଆଲ ଭାବେ ସେ ଅବସର ଘୋଷଣା କରିନାହାନ୍ତି । ଏପରିକି ଦଳ ପକ୍ଷରୁ ମଧ୍ୟ ଏନେଇ କୌଣସି ସୂଚନା ଦିଆଯାଇନଥିଲା । ମାତ୍ର ସୋସିଆଲ ମିଡିଆରେ କିଛି ୟୁଜର୍ସ ଏଭଳି ଭାଇରାଲ କରୁଥିଲେ । ତେବେ ଏହାକୁ ନେଇ ସ୍ପଷ୍ଠ କରିଛନ୍ତି ମିଲର । ସେ ନିଜର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସ୍ପଷ୍ଠ କରିଛନ୍ତି । ସେ ଲେଖିଛନ୍ତି କି, ମୁଁ ଟି-୨୦ରେ ଖେଳ ଜାରି ରଖିଛି । ଆଗକୁ କିଛି ଭଲ ହେବାକୁ ଯାଉଛି ।

କହି ରଖୁଛୁ କି, ଟି-୨୦ ବିଶ୍ବକପରେ ଦକ୍ଷିଣ ଆଫ୍ରିକାକୁ ଭାରତ ହରାଇ ଚାମ୍ପିୟନ ହୋଇଛି । ଏହି ଟ୍ରଫି ଜିତିବା ପରେ ଭାରତର ଦକ୍ଷ ଖେଳାଳି ବିରାଟ କୋହଲି, ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜା ଅନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଛନ୍ତି । ଯାହାକୁ ସହଜରେ କ୍ରିକେଟ ପ୍ରେମୀମାନେ ବିଶ୍ବାସ କରିପାରୁନାହାନ୍ତି ।

ନିୟନ୍ତ୍ରଣ ବାହାରେ ଦରଦାମ, ବଜାର ଗଲେ ପୁରୁନି ବ୍ୟାଗ

ନନ୍ଦିଘୋଷ ବ୍ୟୁରୋ: ଲୋକଙ୍କୁ ବାଧୁଛି ଦରଦାମ ବୃଦ୍ଧି। ହୁ ହୁ ହୋଇ ବଢିଚାଲିଛି ଦୈନନ୍ଦିନ ବ୍ୟବହାର ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀର ଦାମ । ଡାଲି, ଚାଉଳ, ପରିବା ଏପରିକି ଆଳୁ ପିଆଜ ଭଳି ନିହାତି ଆବଶ୍ୟକ ଖାଉଟି ସାମଗ୍ରୀ ଦର ବୃଦ୍ଧିକୁ ନେଇ ଅତିଷ୍ଠ ହେଲେଣି ସାଧାରଣ ଲୋକେ। ବ୍ୟବସାୟୀ ମଧ୍ୟ ଦରବୃଦ୍ଧିକୁ ନେଇ ଅସନ୍ତୋଷ ଝାଡିଥିବା ବେଳେ, ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି ହୋଇଛି।

ଆଳୁ ୪୦ ଟଙ୍କାକୁ ପିଆଜ ୪୫। ୫୦ ଟଙ୍କା ତଳେ ନାହିଁ କୌଣସି ପରିବା ଦର। ଅଧିକାଂଶ ପରିବା ଦର ଶହେ ଉପରେ। ବଜାର ଗଲେ ପୁରୁନି ବ୍ୟାଗ। ଦାମ ଶୁଣି ଚମକି ପଡୁଛନ୍ତି ଗ୍ରାହକ। କଣ ଖାଇବେ, କଣ କିଣିବେ। ପ୍ରତିଦିନ ବଢ଼ି ଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର। ଯାହାକୁ ନେଇ ଛଟପଟ ହେଲେଣି ଗରିବ ଓ ମଧ୍ୟବିତ୍ତ ପରିବାର। ପରିବା ଦର ବଢ଼ୁଥିବା ବେଳେ, ଆଳୁ ପିଆଜରେ କାମ ଚଳାଇ ଦେଉଥିଲେ ଅନେକ ପରିବାର। ହେଲେ ସେତକ ବି କିଣିବା ସମ୍ଭବ ହେଉନି। ବେଶି ନୁହେଁ, ବରଂ ଆବଶ୍ୟକତା ଠାରୁ କମ କିଣି ପରିବାର ଚଳାଇବାକୁ ପଡୁଛି। ଦରଦାମ ଆକାଶଛୁଆଁ ହୋଇଥିବା ବେଳେ, ଅସନ୍ତୋଷ ଝାଡିଲେଣି ଖାଉଟି।

ସେପଟେ ଛୋଟ ଛୋଟ ବ୍ୟବସାୟୀ ମଧ୍ୟ ଏଭଳି ଦରବୃଦ୍ଧିକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି। ବ୍ୟବସାୟ ଉପରେ ସିଧାସଳଖ ପ୍ରଭାବ ପକାଇଛି ଦରଦାମ। ଛୋଟ ବ୍ୟବସାୟୀଙ୍କ କହିବା କଥା, ଆଗକୁ ଆହୁରି ବଢ଼ିପାରେ ଆଳୁ ପିଆଜ ରେଟ୍। ସେହିପରି ଦର ବୃଦ୍ଧିକୁ ଅପ୍ରତ୍ୟାଶିତ ବୋଲି କହିଛନ୍ତି ବ୍ୟବସାୟୀ ସଂଘ ନେତା। ସାଧାରଣତଃ ଅକ୍ଟୋବର ମାସରେ ଏଭଳି କିଛି ଦେଖିବାକୁ ମିଳେ। କିନ୍ତୁ ଏବେ ଏହି ଦର ବୃଦ୍ଧିକୁ ନାପସନ୍ଦ କରିଛି ବ୍ୟବସାୟୀ ସଂଘ । ତେଣୁ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।

ପେଟ୍ରୋଲ, ଡିଜେଲ ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ ଦର ବହୁ ଉଚ୍ଚା ଥିବା ବେଳେ, ପ୍ରତ୍ୟେକ ମୁହୂର୍ତ୍ତରେ ବଢି ବଢି ଚାଲିଛି ଖାଇବା ପାଇଁ ଆବଶ୍ୟକ ସାମଗ୍ରୀର ଦାମ । ଯାହାକି ଖାଉଟିଙ୍କୁ ଦେଉଛି ଝଟକା ପରେ ଝଟକା। ତେଣୁ ଏହି ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବାକୁ ନିବେଦନ କରିଛନ୍ତି ସାଧାରଣ ଲୋକେ।

 

ଆମ୍ବସଢ଼ାର ଅଭାବୀ ବିକ୍ରି, ଚିନ୍ତାରେ ରାୟଗଡ଼ା ଅଞ୍ଚଳର ଆଦିବାସୀ

ନନ୍ଦିଘୋଷ ବ୍ୟୁରୋ: ରାୟଗଡାରେ ଜଙ୍ଗଲଜାତ ଦ୍ରବ୍ଯ ଉପରେ ନିର୍ଭର କରନ୍ତି ୮୦ ପ୍ରତିଶତ ଆଦିବାସୀ । ହେଲେ ବର୍ତ୍ତମାନ ଆମ୍ବସଢାର ଅଭାବୀ ବିକ୍ରି ପାଇଁ ଚିନ୍ତାରେ ଆଦିବାସୀ । ଆଦିବାସୀଙ୍କ ଜୀବିକାର ସୁରକ୍ଷା ଲାଗି ପ୍ରତିଷ୍ଠା ହୋଇଥିବା ଓଡ଼ିଶା ଜୀବିକା ମିଶନ ଏ କ୍ଷେତ୍ରରେ ହସ୍ତକ୍ଷେପ କରିବା ଲାଗି ଦାବି ।

ପରିଶ୍ରମ ଅନୁସାରେ ମିଳୁନି ପ୍ରାପ୍ଯ। ଜୀବିକା ଲାଗି ଜଙ୍ଗଲଜାତ ସାମଗ୍ରୀ ଉପରେ ନିର୍ଭର କରି ବି ହତାଶ ରାୟଗଡା ଜିଲ୍ଲାବାସୀ। ଜିଲ୍ଲାର ୧୧ଟି ବ୍ଲକରେ ବସବାସ କରୁଥିବା ୮୦ ପ୍ରତିଶତ ଆଦିବାସୀ ଜୀବିକା ଅର୍ଜନ ପାଇଁ ଜଙ୍ଗଲ ଜାତ ଦ୍ରବ୍ଯ ଉପରେ ନିର୍ଭର କରନ୍ତି । ଏବେ ଆମ୍ବ ଋତୁ ଚାଲୁଥିବା ବେଳେ ଆଦିବାସୀମାନେ ବହୁ କଷ୍ଟରେ ଜଙ୍ଗଲରୁ ଆମ୍ବ ସଂଗ୍ରହ କରିବା ସହ ପ୍ରସ୍ତୁତ କରୁଛନ୍ତି ସୁସ୍ଵାଦୁ ଆମ୍ବସଡା । ଏଥିପାଇଁ ଦୀର୍ଘ ଏକ ମାସରୁ ଅଧିକ ସମୟ ଲାଗୁଛି । ହେଲେ ବିକ୍ରି ସମୟରେ ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ପାଉନାହାଁନ୍ତି ଲୋକ । ଏହାକୁ ନେଇ ଚିନ୍ତାରେ ଆଦିବାସୀ ।

ଆମ୍ବସଡାର ଚାହିଦା ଓଡିଶା ସମେତ ରାଜ୍ଯ ବାହାରେ ରହିଛି । ହେଲେ ଅଭାବୀ ବିକ୍ରି ପାଇଁ ଚିନ୍ତାରେ ଆଦିବାସୀ । ଆମ୍ବସଡାର ଉଚିତ ମୂଲ୍ୟ ପାଉ ନଥିବାରୁ ବାଧ୍ୟ ହୋଇ ଗାଁକୁ ଆସୁଥିବା ବେପାରୀଙ୍କ ହାତକୁ ଅଳ୍ପ ମୁଲ୍ୟରେ ଟେକି ଦେଉଛନ୍ତି ଆଦିବାସୀ । ସ୍ଵଳ୍ପ ମୂଲ୍ଯରେ ଆମ୍ବସଡା କିଣି ବଡ ବଡ ବ୍ଯବସାୟୀମାନେ ଆନ୍ଧ୍ରପ୍ରଦେଶ , ଛତିଶଗଡ ଭଳି ବାହାର ରାଜ୍ଯକୁ ପଠାଇ ଲାଭବାନ ହେଉଛନ୍ତି। ଆଦିବାସୀଙ୍କ ଜୀବିକାର ସୁରକ୍ଷା ଲାଗି ପ୍ରତିଷ୍ଠା ହୋଇଥିବା ଓଡ଼ିଶା ଜୀବିକା ମିଶନ ଏକ୍ଷେତ୍ରରେ ହସ୍ତକ୍ଷେପ କରିବା ଲାଗି ଦାବି ହୋଇଛି। ସେପଟେ ଓରମାସ ଅଧିକାରୀ କହିଛନ୍ତି- ଏସଂକ୍ରାନ୍ତରେ ମିଳିନାହିଁ କୌଣସି ଅଭିଯୋଗ।

 

 

ଆଜି ଶ୍ରୀଜିଉଙ୍କ ରାଜପ୍ରାସାଦ ବିଜେ ନୀତି

ନନ୍ଦିଘୋଷ ବ୍ୟୁରୋ: ଆଜି ଦ୍ଵାଦଶୀ ତିଥି । ଶ୍ରୀଜିଉମାନଙ୍କ ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି । ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ସରିବା ପରେ ଜୟବିଜୟ ଦ୍ଵାର ବନ୍ଦ କରାଯାଇ ବେହରଣ ଦ୍ଵାର ଫିଟାଯିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ । ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି କରାଯାଇଥିବା ବେଳେ ଶ୍ରୀଜୀଉଙ୍କୁ ଶ୍ରୀବୈଦ୍ୟଙ୍କ ଦ୍ୱାରା ଦଶମୂଳକ ଔଷଧ ଲାଗି କରାଯାଇଥିଲା । ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ଏହି ଖବର ଗଜପତି ମହାରାଜଙ୍କୁ ଦଇତାପତି ମାନେ ସୂଚିତ କରିବେ। ଏହି ଅବସରରେ ଶ୍ରୀନହରକୁ ଦଇତାପତି ମାନେ ଶ୍ରୀମନ୍ଦିର ଅନବସରରେ ପ୍ରସାଦ ରୂପେ ବାହାରିଥିବା କରାଳ, ଚନ୍ଦନ ,ପାଟବସ୍ତ୍ରକୁ ନେଇ ବିଜେ କରିବେ। ଗଜପତି ମହାରାଜା ପ୍ରଥମ ସେବକ ହୋଇଥିବାରୁ ଏହି ପ୍ରାସାଦକୁ ଗ୍ରହଣ କରିବେ।

ଥାନାରେ ପହଞ୍ଚିଲା ବିଜେପି-କଂଗ୍ରେସ କଳି

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ଭବନ ସମ୍ମୁଖରେ ବିଜେପି ଯୁବ ମୋର୍ଚ୍ଚା ଓ କଂଗ୍ରେସ କର୍ମୀ ମୁହଁମୁହିଁ। କଂଗ୍ରେସ ଭବନ ସମ୍ମୁଖରେ ରାହୁଲ ଗାନ୍ଧୀଙ୍କ ପୋଷ୍ଟର ଉପରେ ଗୋବର ମାଡ କରିଛି ବିଜେପି ଯୁବ ମୋର୍ଚ୍ଚା। ଏହାକୁ ବିରୋଧ କରି କଂଗ୍ରେସ ଯୁବ ସଂଗଠନ ତରଫରୁ ବି ପାଣି ଓ କାଦୁଅ ମାଡ଼ ହୋଇଛି । ଦୁଇ ପକ୍ଷ ମୁହାଁମୁହିଁ। ଦୁଇ ପକ୍ଷ ଭିତରେ ପଥର ମାଡ ହୋଇଛି। ପଥର ମାଡ଼ରେ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସଂଯୋଜକ ଶୁଭ୍ରାଂଶୁ ଶେଖର ପାତ୍ର ଆହତ ହୋଇଛନ୍ତି। ଶୁଭ୍ରାଂଶୁଙ୍କ ମୁଣ୍ଡରେ ଢେଲା ବାଜିବା ପରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସେ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାରେ କଂଗ୍ରେସ କର୍ମୀଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ଅନ୍ୟପଟେ ବିଜେପି ଯୁବ ମୋର୍ଚ୍ଚା ବିରୋଧରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛି ଛାତ୍ର କଂଗ୍ରେସ। ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଓ ଶରତ ରାଉତ ପହଞ୍ଚି ଏତଲା ଦେଇଛନ୍ତି।

ରାହୁଲ ଗାନ୍ଧୀଙ୍କ ପ୍ରତି ଓଡ଼ିଶା ବିଜେପି ଯୁବମୋର୍ଚ୍ଚାର ଏଭଳି ବ୍ୟବହାର ଓ  ହିଂସାକାଣ୍ଡକୁ ଓଡ଼ିଶା କଂଗ୍ରେସ ଦୃଢ଼ ଭାବେ ନିନ୍ଦା କରିଛି। ବିଜେପି କର୍ମୀ ଯେଉଁଭଳି ଭାବେ ହିଂସାକାଣ୍ଡ ଘଟାଇଲେ, ତାହାକୁ ଦୃଢ଼ ନିନ୍ଦା କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ତେଣୁ ଦୋଷୀଙ୍କ ବିରୋଧରେ ସେ କଡ଼ା କାର୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି। ବିଜେପିର ଗୁଣ୍ଡାଗର୍ଦି ଏହାର ଅସଲ ଚରିତ୍ରକୁ ପଦାରେ ପକାଇଛି ବୋଲି କହିଛନ୍ତି ଶରତ।