ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ଘଟଣା। ଜଷ୍ଟିସ ଅରିଜିତ ପଶାୟତଙ୍କ ଗସ୍ତ ସୂଚୀରୁ ଅନୁମାନ କରାଯାଉଛି। ଜୁଲାଇ ୮ରୁ ୨୭ ତାରିଖ ଯାଏ ଚାଲିବ ଗଣତି ମଣତି କାମ। ଭିତର ରତ୍ନଭଣ୍ଡାର ଖୋଲାଯାଇ ଗଣତି ମଣତି ହେବ। ଜଷ୍ଟିସ ଅରିଜିତ ପଶାୟତଙ୍କ ଗସ୍ତ ସୂଚୀରୁ ଅନୁମାନ କରାଯାଉଛି। ଜୁଲାଇ ୫ରେ ରତ୍ନଭଣ୍ଡାର କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ।
କିଏ ସେହି ନାରାୟଣ ସକର ହରି ଭୋଲେ ବାବା ଯାହାଙ୍କ ଉତ୍ସବରେ ଯୋଗଦେବାକୁ ଯାଇ ହାଥରସରେ ଘଟିଥିଲା ଅଘଟଣ
ନନ୍ଦିଘୋଷ ବ୍ୟୁରୋ: କିଏ ସେହି ନାରାୟଣ ସକର ହରି ଭୋଲେ ବାବା ଯାହାଙ୍କ ଉତ୍ସବରେ ହାଥରସରେ ଘଟିଥିଲା ଅଘଟଣ। ଉତ୍ତରପ୍ରଦେଶ ଇଟାହ ଜିଲ୍ଲାର ବାହାଦୂର ନଗରୀ ଗ୍ରାମର ବାବା ନାରାୟଣ। ସେ ଆଧ୍ଯାତ୍ମିକ ଜଗତରେ ପ୍ରବେଶ ପୂର୍ବରୁ ପୋଲିସର ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ଥିଲେ। ପରେ ସେ ପୋଲିସ ଚାକିରି ଛାଡି ଧର୍ମୀୟ କାର୍ଯ୍ୟରେ ଲିପ୍ତ ରହିଥିଲେ। ହାଥରସର ସିକନ୍ଦରାରାଓ ଅଞ୍ଚଳରେ ଏହି ଧର୍ମୀୟ ସଭାର ଆୟୋଜନ ହୋଇଥିଲା। ନାରାୟଣ ସକର ହରିଙ୍କୁ ବାବା ନାରାୟଣ ସକର ହରି ବା ଭୋଲେ ବାବା ବୋଲି ସମ୍ବୋଧନ କରାଯାଏ। ତାଙ୍କ ପତ୍ନୀ ମଧ୍ଯ ସତସଙ୍ଗ ସହ ସାମିଲ ଥିଲେ। ଆୟୋଜିତ ସତସଙ୍ଗ ଥିଲା ମାନବ ମଙ୍ଗଳ ମିଳନ ସଦଭାବନା ସଙ୍ଗମ। କୋଭିଡ ପୂର୍ବରୁ ଗତ ମେ ୨୦୨୨ରେ ଉତ୍ତରପ୍ରଦେଶର ଫାରୁକାବାଦରେ ପ୍ରଥମେ ଏକ ସତସଙ୍ଗ ଆୟୋଜନ କରିଥିଲେ ବାବା। ସେତେବେଳେ ମାତ୍ର ୫୦ ଲୋକଙ୍କୁ ଅନୁମତି ଦେଇଥିଲା ପ୍ରଶାସନ। ମାତ୍ର ସେତେବେଳେ ସଭାରେ ୫୦ ହଜାର ଲୋକଙ୍କ ସମାଗମ ହୋଇଥିଲା। ଏହାକୁ ନେଇ ଆୟୋଜକମାନଙ୍କ ବିରୋଧରେ ସେତେବେଳେ ଜିଲ୍ଲା ପ୍ରଶାସନ ମାମଲା ଦାୟର କରିଥିଲା। ବର୍ତ୍ତମାନ ବାବାଙ୍କ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହରିଆଣା, ରାଜସ୍ଥାନ ଓ ଦିଲ୍ଲୀରେ ଅଛନ୍ତି। ସେ ସୋସିଆଲ ମିଡିଆଠାରୁ ଦୂରରେ ରହନ୍ତି। କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ଆକାଉଣ୍ଟ ନାହିଁ। ଉତ୍ତରପ୍ରଦେଶ ଆଲିଗଡରେ ପ୍ରତି ମଙ୍ଗଳବାର ସତସଙ୍ଗ ହୋଇଥାଏ। ବାବାଙ୍କ ନାମରେ ରହିଛି ବହୁ ଅପରାଧିକ ମାମଲା।
ସତସଙ୍ଗ ପାଲଟିଲା ଶ୍ମଶାନ, ଉତ୍ତରପ୍ରଦେଶ ହାଥରସ ରତିଭାନପୁରରେ ମୃତ୍ଯୁର ତାଣ୍ଡବ,ଦଳାଚକଟାରେ ୧୦୦ ପାର କଲା ମୃତ୍ଯୁ ସଂଖ୍ୟା
ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶର ହାଥରସ ରତିଭାନପୁରରେ ମୃତ୍ୟୁର ତାଣ୍ଡବ। ସତସଙ୍ଗ ବେଳେ ଦଳାଚକଟା। ମୃତ୍ୟୁ ସଂଖ୍ୟା ୧୦୦ ପାର କରିଥିବା ସୂଚନା । ଆହତ ହୋଇଛନ୍ତି ଶତାଧିକ ଶ୍ରଦ୍ଧାଳୁ। ଏହି ଗଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଘଟଣାସ୍ଥଳକୁ ରାଜ୍ଯର ୨ ଜଣ ବରିଷ୍ଠ ମନ୍ତ୍ରୀ ଯାଇ ସ୍ଥିତି ଅନୁଧ୍ଯାନ କରିଛନ୍ତି। ମୃତକଙ୍କ ମଧ୍ଯରେ ରହିଛନ୍ତି କେତେକ ଶିଶୁ ଓ ମହିଳା। ସ୍ଥାନୀୟ ଜଣେ ଗୁରୁ ଭୋଲେ ବାବା ନାରାୟଣ ସାକର ହରିଙ୍କ ସ୍ମୃତିରେ ଏହି ଉତ୍ସବ ପାଳନ ହେଉଥିବାବେଳେ ଏହି ଅଘଟଣ ଘଟିଥିଲା। ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ହାଥରସ ଜିଲ୍ଲା ମାଜିଷ୍ଟ୍ରେଟ ଆଶିଷ କୁମାର ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ଯ କରୁଛନ୍ତି। ରତିଭାନପୁର ଅଞ୍ଚଳ ରହିଛି ସିକନ୍ଦ୍ରା ରାଓ ପୋଲିସ ଷ୍ଟେସନ ଅଧୀନରେ। ସେଠାରେ ସ୍ଥିତି ନିୟନ୍ତ୍ରଣ ଲାଗି ପୋଲିସ ସଜାଗ ରହିଛି। ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲରେ ଆହତମାନଙ୍କୁ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳକୁ ଯାଇଛନ୍ତି ଦୁଇ ମନ୍ତ୍ରୀ ସନ୍ଦୀପ ସିଂ ଓ ଲକ୍ଷ୍ମୀ ନାରାୟଣ ଚୌଧୁରୀ। ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥ ସ୍ଥିତି ସମୀକ୍ଷା କରିଛନ୍ତି। ମୃତବ୍ଯକ୍ତିଙ୍କ ପରିବାରକୁ ୨ ଲକ୍ଷ ଓ ଆହତ ବ୍ଯକ୍ତିଙ୍କ ପରିବାରକୁ ୫୦ ହଜାର ଲେଖାଏ ଟଙ୍କା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ନେଇ ଶୋକବ୍ଯକ୍ତ କରିଛନନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ବି ଏହି ଘଟଣାକୁ ନେଇ ଶୋକବ୍ଯକ୍ତ କରିଛନ୍ତି। ଏହି ଘଟଣା ପରେ ଶୋକପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରକୁ ସେ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ଯ କାମନା କରିଛନ୍ତି।
ବିଜେପି ଯୁବ ମୋର୍ଚ୍ଚା ଓ କଂଗ୍ରେସ କର୍ମୀ ମୁହାଁମୁହିଁ
ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ଭବନ ସମ୍ମୁଖରେ ବିଜେପି ଯୁବ ମୋର୍ଚ୍ଚା ଓ କଂଗ୍ରେସ କର୍ମୀ ମୁହଁ ମୁଁହି କଂଗ୍ରେସ ଭବନ ସମ୍ମୁଖରେ ରାହୁଲ ଗାନ୍ଧୀଙ୍କ ପୋଷ୍ଟର ଉପରେ ଗୋବର ମାଡ କରିଛି ବିଜେପି ଯୁବ ମୋର୍ଚ୍ଚା।ଏହାକୁ ବିରୋଧ କରି କଂଗ୍ରେସ ଯୁବ ସଂଘଠନ ତରଫରୁ ବି ପାଣି ଓ କାଦୁଅ ମାଡ଼।ଦୁଇ ପକ୍ଷ ମୁଂହା ମୁହିଁ।ଦୁଇ ପକ୍ଷ ଭିତରେ ପଥର ମାଡଟେକା ମାଡ଼ ରେ ବିଜେପି ଯୁବମୋର୍ଚ୍ଚା ତରଫରୁ ଟେକା ମାଡ଼ ରେ ସାମ୍ବାଦିକ ହେଲେ ଆହତ ହୋଇଥିବା ସୂଚନା ମିଳିଛି ।
ମୌସୁମୀ ବର୍ଷା ଆଣିଦେଲା ଚାଷୀଙ୍କ ମୁହଁରେ ହସ
ନନ୍ଦିଘୋଷ ବ୍ୟୁରୋ: କ୍ଷେତ ମୁହାଁ ଚଷା ପୁଅ । ମୌସୁମୀ ବର୍ଷା ଆଣିଦେଲା ଚାଷୀଙ୍କ ମୁହଁରେ ହସ । ବର୍ଷା କୁ ଦେଖି ଚଳଚଞ୍ଚଳ ହୋଇଛି ଚଷା ପୁଅ। ପୁରୀ ଜିଲ୍ଲା ଉପକୂଳ କାକଟପୁର, ଅସ୍ତରଙ୍ଗ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ଚାଷ କାମ। ମୌସୁମୀ ବର୍ଷାର ପ୍ରଥମ ଛୁଆଁରେ ହସୁଛି ଧରା । ପ୍ରଫୁଲିତ ଚଷା ପୁଅ । ଚାଷ କାର୍ଯ୍ଯ ପାଇଁ ଅଣ୍ଟା ଭିଡିଛନ୍ତି ଚାଷୀ । ବର୍ଷକର ଧାନ ଫସଲ ଅମଳ ପାଇଁ ଆରମ୍ଭ କରିଦେଇଛନ୍ତି ଜୋରଦାର ପ୍ରସ୍ତୁତି । ପୁରୀ ଜିଲ୍ଲା ଉପକୂଳ କାକଟପୁର , ଅସ୍ତରଙ୍ଗ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ଚାଷ କାର୍ଯ୍ଯ । କାକଟପୁର ଅସ୍ତରଙ୍ଗ ଅଞ୍ଚଳର ୭୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି । ଧାନ ଚାଷ ଏମାନଙ୍କ ମୁଖ୍ଯ ଫସଲ । ଅସ୍ତରଙ୍ଗ ବ୍ଲକରେ ୯ ହଜାର୮୧୫ ହେକ୍ଟର ଚାଷ ଜମି ଥିବାବେଳେ ୮ ହଜାର ୭୮୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଚଳିତ ଥର ମୌସୁମୀ ବିଳମ୍ବରେ ଆସିବା ହେତୁ ଚାଷ କାର୍ଯ୍ଯ ବିଳମ୍ବିତ ହୋଇଥିଲା । ହେଲେ ଏବେ ବର୍ଷା ପାଣି ପାଇଁ ଚାଷ କାର୍ଯ୍ଯ ଆରମ୍ଭ କରିଛନ୍ତି ଚାଷୀକୂଳ ।
ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ଲଗାତାର ୩ ଦିନ ବର୍ଷା ହେବା ପରେ ହେକ୍ଟର ହେକ୍ଟର ଜମିରେ ହଳ କରିବା ସହିତ ବିହନ ବୁଣା ବୁଣି ଆରମ୍ଭ କରିଦେଇଛନ୍ତି ଚାଷୀ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଶୀଘ୍ର ଚାଷ କାମ ସାରିବାକୁ ଲାଗି ପଡିଛନ୍ତି । ଆଗକୁ ମୌସୁମୀ ବର୍ଷା ଭଲ ରହିଲେ ଚାଷ କାର୍ଯ୍ଯ ଭଲ ହେବ ବୋଲି ଆଶା ରଖିଛନ୍ତି ଚାଷୀକୂଳ । ସେପଟେ ଚଳିତ ବର୍ଷ ଚାଷ କାର୍ଯ୍ଯ ବିଳମ୍ବ ହୋଇଥିଲେ ମଧ୍ଯ ଶୀଘ୍ର ଚାଷ କାର୍ଯ୍ଯ ସାରିବାକୁ ଚାଷୀ ଭାଇ ମାନଙ୍କୁ ପରାମର୍ଶ ଦେଇଛନ୍ତି କୃଷି ଅଧିକାରୀ ।
ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଏଠି କାମ ଆରମ୍ଭ କରିଥିବା IAS ପହଞ୍ଚିଥାନ୍ତି ଗୁରୁତ୍ବପୂର୍ଣ୍ଣ ପଦବୀରେ
ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ସରକାରଙ୍କ ଶାସନ ପକ୍ରିୟାରେ ଆଇଏଏସ ଅଧିକାରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଓଡିଶା କ୍ୟାଡରରେ ନିଯୁକ୍ତି ପାଇବା ପରେ ଆଇଏଏସ ଅଧିକାରୀ ମାନେ ପ୍ରାରମ୍ଭିକ ତାଲିମ ପାଇଁ ଉପଜିଲ୍ଲାପାଳ ଭାବରେ କାର୍ଯ୍ୟାରମ୍ଭ କରିଥାନ୍ତି । ଧର୍ମଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏ ଦିଗରେ ବହୁ ମାଇଲ ଖୁଣ୍ଟ ଅତିକ୍ରମ କରିଛି । ଏଠାରୁ ନିଜ ଚାକିରୀ ଜୀବନ ଆରମ୍ଭ କରିଥିବା ବହୁ ଆଇଏଏସ ଅଧିକାରୀ ପରବର୍ତ୍ତୀ ପର୍ଯ୍ୟାୟରେ ମୁଖ୍ୟ ଶାସନ ସଚିବ ସହ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ କରି ପ୍ରଶଂସା ସାଉଣ୍ଟିଛନ୍ତି ।
କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ରହିଛି ଧର୍ମଗଡ ଉପଖଣ୍ଡ । କଲମପୁର, କୋକସରା, ଜୟପାଟଣା, ଗୋଲାମୁଣ୍ଡା, ଜୁନାଗଡ ଓ ଧର୍ମଗଡ ଭଳି ୬ଗୋଟି ବ୍ଲକ । ଭୌଗଳିକ ଦୃଷ୍ଟିକୋଣରୁ ଦେଖିଲେ ରାଜ୍ୟର ସବୁଠାରୁ ବଡ ଉପଖଣ୍ଡ ହେଉଛି ଧର୍ମଗଡ । ୧୯୫୨ମସିହାରେ ଉପଖଣ୍ଡ ମାନ୍ୟତା ପାଇଥିବା ଧର୍ମଗଡ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ ଇତି ମଧରେ ୭୯ଜଣ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ସାରିଛନ୍ତି । ଇତି ମଧ୍ୟରେ ୨୧ଜଣ ଆଇଏଏସ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ଏଠାରୁ ତାଲିମ ପାଇବା ପରେ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ସରକାରଙ୍କ ବିଭିନ୍ନ ବିଭାଗର ସଚିବ,ପ୍ରମୁଖ ସଚିବ, ନିର୍ଦ୍ଦେଶକ,କମିଶନର ଓ ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟ କରିଛନ୍ତି । ସବୁଠାରୁ ଗୁରୁ୍ତ୍ବପୂର୍ଣ୍ଣ କଥା ହେଉଛି ଯିଏ ଏଠୁ ତାଲିମ ପାଇ ଯାଇଛନ୍ତି ସେ ସରକାରଙ୍କ ଅନେକ ଗୁରୁଦାୟିତ୍ଵ ତୁଲାଇଛନ୍ତି ।
ଧର୍ମଗଡ ହେଉଛି ପବିତ୍ର ଭଣ୍ଡାର ଘରଣୀ ମାଟି ଏହି ମାଟିରେ ଅନେକ ଗୁଡ଼ିଏ ଆଇଏଏସ୍ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଇ ଥିବା ବେଳେ ୪୨ନମ୍ବର ଉପ ଜିଲ୍ଲା ପାଳ ଭାବରେ ପ୍ରଦୀପ କୁମାର ଜେନା ୧୯୯୧ମସିହାରେ ଯୋଗଦେଇ ୧୯୯୨ମସିହା ଯାଏଁ ଥିଲେ । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟକରି ଅବସର ଗ୍ରହଣ କରିଛନ୍ତି । ସେହିପରି ୪୩ ନମ୍ବର ଉପ ଜିଲ୍ଲାପାଳ ପ୍ରଦୀପ ଜେନାଙ୍କ ପରେ ୧୯୯୧ ମସିହାରେ ମନୋଜ ଆହୁଜା ଉପ-ଜିଲ୍ଲାପାଳ ଭାବେ ଯୋଗଦେଇ ପ୍ରଦୀପ ଜେନାଙ୍କୁ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ ।
ଏବେ ନୂଆ ସରକାରଙ୍କ ମୁଖ୍ୟ ଶାସନ ସଚିବ ଭାବେ ଯୋଗ ଦେଇ ପୁଣି ପ୍ରଦୀପ ଜେନାଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ସେହିପରି ୨୦୦୨ ମସିହା ରେ ୫୭ ନମ୍ବର ଧର୍ମଗଡ ଉପଜିଲ୍ଲାପାଳ ଭାବେ କାର୍ତ୍ତିକ ପଣ୍ଡିଆନ ନିଜ କାର୍ଯ୍ୟାରମ୍ଭ କରି ସରକାରଙ୍କ ବହୁ ଗୁରୁଦାୟିତ୍ଵ ସମ୍ଭାଳିବା ସହ ଓଡ଼ିଶାର ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ବ୍ୟବସ୍ଥାକୁ ରୂପାନ୍ତରଣ କରିଥିଲେ । କେବେଳ ଏହି ତିନିଜଣ ନୁହଁନ୍ତି ବରଂ ଅନେକ ଆଇଏଏସ ଅଧିକାରୀ ଏଠାରୁ ଉପଜିଲ୍ଲାପାଳ ଭାବରେ ଦାୟୀତ୍ବ ଗ୍ରହଣ କରିବା ପରେ ରାଜ୍ୟ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତେଣୁ ଚର୍ଚ୍ଚାରେ ଧର୍ମଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ।
ସବୁଠାରୁ ବଡ ଉପଖଣ୍ଡ ହୋଇଥିବାରୁ ଏଠାରେ ଆଇଏଏସ ଅଧିକାରୀଙ୍କ ଉପଜିଲ୍ଲାପାଳ ଭାବରେ ତାଲିମ ନିଶ୍ଚିତ ଭାବରେ ସେମାନଙ୍କ କ୍ୟାରିୟରକୁ ସଠିକ୍ ଦିଗଦର୍ଶନ ଦେଇଥାଏ । ଲୋକଙ୍କ ଜନ ସମର୍ଥନ, ସ୍ନେହ ଭଲପାଇବା ଓ ପ୍ରେରଣା ଯୋଗୁଁ ଅନେକ ଆଏଏଏସ ଏଠାରୁ ସଫଳ ହୋଇ ଚର୍ଚ୍ଚାରେ ରହିଛି ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ।
ଅସରାଏ ବର୍ଷାରେ ବେହାଲ ହେଲା ଢୁଲୁଘାଟି ରାସ୍ତା
ନନ୍ଦିଘୋଷ ବ୍ୟୁରୋ: ଅସରାଏ ବର୍ଷାରେ ବେହାଲ ହେଲା ଢୁଲୁଘାଟି ରାସ୍ତା । ପାଣିରେ ଧୋଇଗଲା କୋଟି କୋଟି ଟଙ୍କାର ସମ୍ପତ୍ତି । କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ସଂଯୋଗ କରୁଥିବା ଢୁଲୁଘାଟି ରାସ୍ତା ଧୋଇଯିବା ନେଇ ଏବେ ଅସନ୍ତୋଷ ଦେଖାଦେଇଛି । କାର୍ଯ୍ୟ ଆରମ୍ଭରୁ ସ୍ଥାନୀୟ ଲୋକେ ପୂର୍ବ ଢାଞ୍ଚାକୁ ବଦଳାଇ ଆଧୁନିକ ଜ୍ଞାନ କୌଶଳରେ ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ । ହେଲେ ବିଭାଗୀୟ ଅଧିକାରୀ ପୂର୍ବ ଢାଞ୍ଚା ଅନୁସାରେ ରାସ୍ତା ନିର୍ମାଣ କରିଥିଲେ । ଯାହାଫଳରେ ଅଳ୍ପ ବର୍ଷାରେ ତିନି କିମି ଘାଟି ରାସ୍ତାର ଦୁଇ ପାର୍ଶ୍ଵରେ ଏକ ଫୁଟରୁ ଦୁଇ ଫୁଟ ଗାତ ହେବା ସହ ରାସ୍ତା ଧୋଇହେବାକୁ ବସିଲାଣି । ସରକାରୀ ଟଙ୍କାକୁ ଆତ୍ମସାତ କରି ଏଭଳି ଦାଇତ୍ବହୀନ କାମ କରାଯାଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏହାସହ ଏହାର ତଦନ୍ତ ପାଇଁ ଲୋକେ ଦାବି କରିଛନ୍ତି ।
ଉତ୍ତରପ୍ରଦେଶ ହାଥରସରେ ଅଘଟଣ, ଦଳାଚକଟାରେ ୨୭ଜଣଙ୍କ ମୃତ୍ଯୁ
ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶ ହାଥରସରେ ଅଘଟଣ। ଦଳାଚକଟାରେ ୨୭ଜଣଙ୍କ ମୃତ୍ଯୁ। ମୃତକଙ୍କ ମଧ୍ଯରେ ୨୫ ମହିଳା ଓ ୨ ଜଣ ପୁରୁଷ ଥିବା ସୂଚନା ମିଳିଛି। ଭଗବାନ ଶିବଙ୍କ ଧାର୍ମିକ ଉତ୍ସବବେଳେ ଘଟିଥିଲା ଅଘଟଣ। ହାଥରସ ଅନ୍ତର୍ଗତ ରତିଭାନପୁରରେ ଏହି ଅଘଟଣ ଘଟିଛି। ଆହତଙ୍କ ମଧ୍ଯରେ କିଛି ଶିଶୁ ଓ ମହିଳା ଥିବା ସୂଚନା ମିଳିଛି। ୧୫ରୁ ଅଧିକ ଆହତଙ୍କୁ ସ୍ଥାନୀୟ ଇଟାହ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛଇ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାରୁ ସ୍ଥିତି ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହୋଇଥିଲା। ସ୍ଥିତି ଉପରେ ସଜାଗ ଦୃଷ୍ଟି ରଖାଯାଇଛି ବୋଲି କହିଛନ୍ତି ମୁଖ୍ୟ ଚିକିତ୍ସାଧିକାରୀ ରାଜକୁମାର ଅଗ୍ରୱାଲ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଲାଗି ପଦସ୍ଥ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ଯନାଥ। ଆହତମାନଙ୍କ ଯେପରି ଉପଯୁକ୍ତ ଚିକିତ୍ସା ହୋଇପାରିବ ସେଥିଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି ।
ଜିମ୍ବାଓ୍ବେ ବିପକ୍ଷ ଟି-୨୦ ସିରିଜରେ ଏହି ୩ ଖେଳାଳିଙ୍କୁ ମିଳିଲା ସୁଯୋଗ
ନନ୍ଦିଘୋଷ ବ୍ୟୁରୋ: ଜିମ୍ବାଓ୍ବେ ଗସ୍ତରେ ଯିବ ଟିମ ଇଣ୍ଡିଆ । ଶୁଭମନ ଗିଲଙ୍କ ଅଧିନାୟକତ୍ବରେ ଏହି ଟିମ ଗସ୍ତ କରିବାକୁ ଥିବାବେଳେ ୧୫ ଜଣିଆ ଟିମ ଘୋଷଣା ହୋଇ ସାରିଛି । ତେବେ ଏହି ଟିମରେ ସ୍ଥାନ ପାଇଥିବା ଶିଭମ ଦୁବେ, ସଞ୍ଜୁ ସାମସନ ଏବଂ ଜୟସ୍ବୀ ଜୟସ୍ବାଲଙ୍କୁ ବିଶ୍ରାମ ଦେଇଛି ବିସିସିଆଇ । ଏହି ୩ ଖେଳାଳିଙ୍କ ସ୍ଥାନରେ ସାଇ ସୁଦର୍ଶନ, ଜିତେଶ ଶର୍ମା ଏବଂ ହର୍ଷିତ ରାଣାଙ୍କୁ ଦଳରେ ସ୍ଥାନ ମିଳିଛି । ଟି-୨୦ ବିଜୟୀ ହୋଇଥିବା ଭାରତୀୟ ଦଳର ୧୫ ଜଣିଆ ଟିମରେ ଏହି ଖେଳାଳି ରହିଥିବାବେଳେ ଏମାନଙ୍କୁ ବିଶ୍ରାମ ଦିଆଯାଇଛି । ଏବଂ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି ।
🚨 NEWS 🚨
Sai Sudharsan, Jitesh Sharma and Harshit Rana added to India’s squad for first two T20Is against Zimbabwe.
Full Details 🔽 #TeamIndia | #ZIMvINDhttps://t.co/ezEefD23D3
— BCCI (@BCCI) July 2, 2024
କେନ୍ଦ୍ର ସରକାରଙ୍କୁ ଲୋକସଭାରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ଶାଣିତ ଟାର୍ଗେଟ
ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ସରକାରଙ୍କୁ ଲୋକସଭାରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ଶାଣିତ ଟାର୍ଗେଟ। ସେ କହିଛନ୍ତି- ଜନତା କହୁଛନ୍ତି ଏହି ସରକାର ଚାଲିପାରିବ ନାହିଁ। ଖୁବ ଶୀଘ୍ର ଏହାର ପତନ ହେବ। ଏହାର ଭିତ୍ତି ଦୁର୍ବଳ। ସାରା ଭାରତ ବୁଝି ସାରିଛି ଇଣ୍ଡିଆ ମେଣ୍ଟର ନୈତିକ ବିଜୟ ହୋଇଛି। ଏହାର ସକାରାତ୍ମକ ରାଜନୀତି ରହିଛି। ସାମାଜିକ ନ୍ୟାୟ ନେଇ ଇଣ୍ଡିଆ ଗ୍ଯାରେଣ୍ଟି ଦେଇଛି। ସାମ୍ପ୍ରଦାୟିକ ରାଜନୀତିର ଅନ୍ତ ଘଟୁ ଏହା ଇଣ୍ଡିଆ ମେଣ୍ଟ ଚାହେଁ। ଏହି ଲୋକସଭା ନିର୍ବାଚନରେ ସାମ୍ପ୍ରଦାୟିକ ଶକ୍ତିର ପରାଜୟ ଘଟିଛି। ଦେଶରେ ମୁଣ୍ଡ ପିଛା ନିମ୍ନରେ ରହିଛି। ସରକାର ଦେଶବାସୀଙ୍କୁ ମିଛ କହୁଛନ୍ତି। ଦେଶର ଅର୍ଥନୀତି କୁଆଡେ ଗଲାଣି ତାହା ସରକାର ଜାଣିପାରିନାହାନ୍ତି। ହଙ୍ଗର ଇଣ୍ଡେକ୍ସରେ ଭାରତର ସ୍ଥିତି ଚିନ୍ତା ସୃଷ୍ଟି କରିଛି। ଏନଡିଏ ମେଣ୍ଟ ନିଜ ସ୍ବାର୍ଥରେ ରାଜନୀତି ପରିଚାଳନା କରୁଛି। ଲୋକସଭା ନିର୍ବାଚନରେ ନକାରାତ୍ମକ ରାଜନୀତି ହୋଇଛି। ସମ୍ବିଧାନକୁ ମର୍ଯ୍ୟାଦା ଦେଉଥିବା ଦଳର ବିଜୟ ହୋଇଛି ବୋଲି କହିଛନ୍ତି ଅଖିଳେଶ। ସେ କହିଛନ୍ତି- ଆଶାର ପ୍ରତୀକ ଯୁବକଯୁବତୀଙ୍କ ଭବିଷ୍ଯତ ନଷ୍ଟ କରିଛନ୍ତି ସରକାର। ପ୍ରଶ୍ନପତ୍ର ଲିକ୍ ନହେବାର ଗ୍ଯାରେଣ୍ଟି ସରକାର ଦେଇପାରିବେନାହିଁ। ଅସତ୍ଯ ଉପରେ ସତ୍ଯର ବିଜୟ ହୋଇଛି। ଇଭିଏମ ପ୍ରସଙ୍ଗରେ ସେ କହିଛନ୍ତି-ଇଭିଏମ ଉପରେ ତାଙ୍କର ଭରସା ନାହିଁ। ୮୦ରୁ ୮୦ ଆସନରେ ବିଜୟୀ ହେଲେ ବି ତାଙ୍କର ଇଭିଏମ ଉପରେ ଭରସା ରହିବ ନାହିଁ। ଇଭିଏମ ହଟାଇବା ଅଭିଯାନ ଲାଗି ସେ ସଂଗ୍ରାମ ଜାରି ରଖିବେ। ସେପଟେ ଇଡି, ସିବିଆଇ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ଗୌରବ ଗୋଗଇ।….

