ନନ୍ଦିଘୋଷ ବ୍ୟୁରୋ: ପବିତ୍ର ଦୁର୍ଗାପୂଜା ଓ ଦଶହରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅସତ୍ୟ ଉପରେ ସତ୍ୟର ବିଜୟ ହେଉଛି ଦଶହରାର ବାର୍ତ୍ତା । ଏହି ପବିତ୍ର ଅବସରରେ ଅନ୍ୟାୟ ଅନୀତି ଓ ଅତ୍ୟାଚାର ବିରୋଧରେ ଲଢ଼େଇକୁ ଆହୁରି ଜୋରଦାର କରିବା ପାଇଁ ମା’ଙ୍କ ଆଶୀର୍ବାଦ କାମନା କରିଛନ୍ତି ନବୀନ ।
ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ଶକ୍ତିପୀଠ, ଚାଲିଛି ମହାମାୟାଙ୍କ ପୂଜା
ନନ୍ଦିଘୋଷ ବ୍ୟୁରୋ: ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ଶକ୍ତିପୀଠ। ମହାଷ୍ଟମୀରେ ସୁବଠି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ମାଆଙ୍କ ଆରାଧନାରେ ନିଜକୁ ସମର୍ପି ଦେଇଛନ୍ତି ଶ୍ରଦ୍ଧାଳୁ। ମା’ ଶାରଳା, ତାରାତାରୀ ପୀଠରେ ହୋମଯଜ୍ଞ ସୃଷ୍ଟି କରିଛି ଅଧ୍ୟାତ୍ମିକ ମାହୋଲ। ମାଆଙ୍କ ବିଭିନ୍ନ ବେଶ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଭକ୍ତ ।
ମନ୍ତ୍ର ଧ୍ବନୀରେ ପ୍ରକମ୍ପିତ ହେଉଛି ଶକ୍ତିପୀଠ । ଗାଁ, ଗଣ୍ଡା, ସହର…ମହାଷ୍ଟମୀରେ ସୁବଠି ଭକ୍ତିମୟ ପରିବେଶ । ମାଆଙ୍କ ଆରାଧନାରେ ନିଜକୁ ସମର୍ପି ଦେଇଛନ୍ତି ଶ୍ରଦ୍ଧାଳୁ । ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା । ସେହିଭଳି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି । ମାଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇି। ସଂଧ୍ୟାରେ ମାଙ୍କ ନବଦିନାତ୍ମକ ରଥଯାତ୍ରାର ଅଷ୍ଟମ ଦିନରେ ରଥ ଚାଳନା କରାଯିବ। ଘଟଗାଁ ତାରିଣୀ ପିଠରେ ମଧ୍ୟ ଆରମ୍ଭ ହୋଇଯାଇଛି ସ୍ବତନ୍ତ୍ର ପୂଜା ବିଧ । ମାଙ୍କୁ ସୁନା ବେଶରେ ସଜିତ କରାଯିବା ପରେ ମା ବନ ଦୁର୍ଗା ରୁପରେ ସଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ଶକ୍ତି ପୀଠରେ ଆଜି ମହାଷ୍ଟମୀ ପୂଜା ପାଳିତ ହେଉଛି। ସକାଳ ଧୂପରେ ମାଙ୍କ ପାଖରେ ମାଣ୍ଡୁକ ଭୋଗ ଲାଗି କରାଯାଇଛି ।
କଟକ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠରେ ଭୋରରୁ ଧୂପ ନୀତି ସରିବା ପରେ ସୁନାବେଶ ରେ ଦର୍ଶନ ଦେଉଛନ୍ତି ମାଆ। ପରମ୍ପରା ଅନୁଯାୟୀ ଏହି ସମୟରେ ଦେବୀ ଭଟ୍ଟାରିକାଙ୍କୁ ପ୍ରତ୍ୟହ କିଶୋରୀ ଏବଂ ପୌଢା ଏହି ତିନି ମାତୃଶକ୍ତି ରୂପେ ଯଥାକ୍ରମେ ସକାଳେ, ମଧ୍ୟାହ୍ନରେ ଏବଂ ସଞ୍ଜରେ ସଜାଯାଇ ପୂଜାର୍ଚ୍ଚନା କରାଯାଏ । ସେହିଭଳି ଦକ୍ଷିଣ ଓଡିଶାର ଅରାଧ୍ୟ ଦେବୀ ମା’ ଖମ୍ବେଶ୍ୱରୀ ଠାକୁରାଣୀଙ୍କ ପୀଠ ନବରାତ୍ର ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି । ନବରାତ୍ର ସମୟରେ ମା’ଙ୍କ ଦର୍ଶନ ପାଇଁ କାହିଁ କେଉଁ ଦୂରଦୂରାନ୍ତରୁ ଭକ୍ତଙ୍କ ସୁଆ ଛୁଟିଛି। ଅନ୍ୟପଟେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ସହଧ୍ୟାରେ ମାଆ ମହାକାଳୀ ବେଶରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।
ଦୁର୍ଗାପୂଜା ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା, ଜଗିଛନ୍ତି ୬୧ ପ୍ଲାଟୁନ ଫୋର୍ସ
ନନ୍ଦିଘୋଷ ବ୍ୟୁରୋ: ଦୁର୍ଗାପୂଜା ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା । ପୁରା ସହରରେ ୧୯୩ ଟି ମଣ୍ଡପରେ ଦୁର୍ଗାପୂଜା ହେଉଥିବାବ ବେଳେ ସୁରକ୍ଷା ପ୍ରଦାନ କରିବେ ୬୧ ପ୍ଲାଟୁନ ଫୋର୍ସ । ଏହା ଭିତରେ ୩ ପ୍ଲାଟୁନ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ରହିଛନ୍ତି । ୩ ଜଣ ଡିସିପି ରାଙ୍କ ଅଫିସର ମନିଟର କରିବେ। ୨୪ ଟି ମଣ୍ଡପରେ ମା’ଙ୍କ ମୂର୍ତ୍ତିରେ ସୁନା ଓ ରୂପା ଅଳଙ୍କାର ବ୍ୟବହାର ହେଉଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି। Drone ଦ୍ୱାରା ମଧ୍ୟ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ହେବ । ୪ ଟି drone ର ବ୍ୟବସ୍ଥା ହୋଇଛି । ଏସବୁକୁ ସ୍ମାର୍ଟ ସିଟି କ୍ୟାମେରା ଦ୍ୱାରା ମନିଟର କରାଯିବ। କମିଶନରେଟ ପୋଲିସର ହର୍ ଟିମ ମହିଳାଙ୍କ ସୁରକ୍ଷା ଦିଗରେ ନିୟୋଜିତ ହୋଇଛନ୍ତି । ମୋବାଇଲ ପାଟ୍ରୋଲିଂ ବ୍ୟାପକ ହୋଇଛି। ଷ୍ଟ୍ରାଇକିଂ ଫୋର୍ସ, ସ୍ପେଶାଲ ଟାକ୍ଟିକାଲ ୟୁନିଟ, ବମ୍ ଡିସ୍ପୋଜାଲ ସ୍କ୍ୱାଡ ମଧ୍ୟ ମୁତୟନ ହୋଇଛନ୍ତି। ରାଜଧାନୀବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଯାଇ ଏଭଳି ବ୍ୟବସ୍ଥା ହୋଇଥିବା କହିଛନ୍ତି ପୋଲିସ କମିଶନର। ପୂଜାରେ ପ୍ରବଳ ଭିଡ଼ ହେଉଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକେ ବୁଲାବୁଲି କରୁଛନ୍ତି। ଭିଡ଼ ପରିଚାଳନା କରିବାକୁ ଫୋର୍ସ ମୁତୟନ ହୋଇଥିବା କହିଛନ୍ତି ପୋଲିସ କମିଶନର।

