ବାଲେଶ୍ୱର : ଦୀର୍ଘ ୮ ଘଣ୍ଟା ପରେ ଧରାପଡ଼ିଲା ବାଘ । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅଞ୍ଚଳରେ ଆତଙ୍କ ଖେଳାଇଥିବା କଲପତରିଆକୁ କାବୁ କରିଛି ବନ ବିଭାଗ। ବାରିପଦା ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍, ଔପଦା, ରେମୁଣା, କୁପାରୀ ସୋର ଓ ଶିମିଳିପାଳ ବନ ବିଭାଗ ବାଘକୁ ଧରିବାରେ ସଫଳ ହୋଇଛନ୍ତି । ବାଘଟି ସୁସ୍ଥ ଥିବା ବେଳେ, ତାକୁ ଶିମିଳିପାଳ ରେ ଛଡାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। କଲରାପତରିଆ ବାଘ ଆକ୍ରମଣରେ ୫ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ଶପଥଗ୍ରହଣ ଉତ୍ସବରେ ଯୋଗଦେବାକୁ ଲୋକୋପାଇଲଟ ଐଶ୍ବର୍ଯ୍ୟା ମେନନଙ୍କୁ ନିମନ୍ତ୍ରଣ
ନନ୍ଦିଘୋଷ ବ୍ୟୁରୋ: ଶପଥଗ୍ରହଣ ଉତ୍ସବକୁ ଦକ୍ଷିଣାଞ୍ଚଳ ରେଳବାଇର ଚେନ୍ନାଇ ଡିଭିଜନ ଲୋକୋପାଇଲଟ ଐଶ୍ବର୍ଯ୍ୟା ମେନନଙ୍କୁ ବି ନିମନ୍ତ୍ରଣ କରାଯାଇଛି । ବନ୍ଦେ ଭାରତ ଓ ଶତାବ୍ଦୀ ଏକ୍ସପ୍ରେସର ଲୋକୋ ପାଇଲଟ ଭାବେ ଖ୍ଯାତି ଅର୍ଜନ କରିଛନ୍ତି ଐଶ୍ବର୍ଯ୍ୟା । ସେ ୨ ଲକ୍ଷରୁ ଧିକ ଘଣ୍ଟା ଟ୍ରେନ ଚାଳନାର ଅଭିଜ୍ଞତା ହାସଲ କରିଛନ୍ତି । ସେହିପରି ଏସିଆର ପ୍ରଥମ ମହିଳା ଲୋକୋ ପାଇଲଟ ସୁରେଖା ଯାଦବ ବି ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ । ସେ ବର୍ତ୍ତମାନ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ସୋଲାପୁରରୁ ବାହାରୁ ଥିବା ବନ୍ଦେ ଭାରତ ଟ୍ରେନରେ ଲୋକୋ ପାଇଲଟିଂ କରୁଛନ୍ତି । ସୁରେଖା ୧୯୮୮ରେ ଭାରତର ପ୍ରଥମ ମହିଳା ଟ୍ରେନ ଚାଳକ ଭାବେ ଯୋଗଦେଇଥିଲେ । ସେ ମଧ୍ଯ ସେମି ହାଇସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସର ପ୍ରଥମ ମହିଳା ଲୋକୋ ପାଇଲଟ । ସେହିପରି ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟରେ କାର୍ଯ୍ୟରତ ପରିମଳ କର୍ମୀ, ତୃତୀୟ ଲିଙ୍ଗୀ, ଶ୍ରମିକ ବି ଉତ୍ସବରେ ସାମିଲ ହେବେ ।
ଶୀତଳଷଷ୍ଠୀ ପାଇଁ ଚଳଚଞ୍ଚଳ ସମ୍ବଲପୁର ସହର
ନନ୍ଦିଘୋଷ ବ୍ୟୁରୋ: ଦେବ ଦମ୍ପତିଙ୍କ ବିବାହ ପାଇଁ ଉସବମୁଖର ସମ୍ବଲପୁର l ନନ୍ଦପଡ଼ାର ବମ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ପରେ ଆରମ୍ଭ ହୋଇଛି ନୃସିଂହ ନିଉତା । ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବାହାଘର ନିମନ୍ତ୍ରଣ ନେଇ ବାହାରିଛନ୍ତି ଭଗବାନ ନୃସିଂହ । ବାବା ବାଲୁଙ୍କେଶ୍ବରଙ୍କ ପତରପେଣ୍ଡି ପରେ ଝାଡୁଆପଡା, ମୁଦିପଡ଼lର ଏବଂ ଅନ୍ୟ ସମସ୍ତ ଯାତ୍ରା କମିଟିର କନିଆ ଖୋଜା କରାଯାଇଛି ।
ଦେବ ଦମ୍ପତିଙ୍କ ବିବାହ ପାଇଁ ଉସବମୁଖର ସମ୍ବଲପୁର l ନନ୍ଦପଡ଼ାର ବମ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ପରେ ଆରମ୍ଭ ହୋଇଛି ନୃସିଂହ ନିଉତା । ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବାହାଘର ନିମନ୍ତ୍ରଣ ନେଇ ବାହାରିଛନ୍ତି ଭଗବାନ ନୃସିଂହ । ବାବା ବାଲୁଙ୍କେଶ୍ବରଙ୍କ ପତରପେଣ୍ଡି ପରେ ଝାଡୁଆପଡା, ମୁଦିପଡ଼lର ଏବଂ ଅନ୍ୟ ସମସ୍ତ ଯାତ୍ରା କମିଟିର କନିଆ ଖୋଜା କରାଯାଇଛି ।
ପାରମ୍ପରିକ ବାଦ୍ଯ ସାଙ୍ଗକୁ ବାଣ ରୋଷଣୀରେ କମ୍ପୁଛି ପରିବେଶ । ବିଶାଳ ପଟୁଆରେ ବାହାରିଛନ୍ତି ଭଗବାନ ନୃସିଂହ । ଶୀତଳଷଷ୍ଠୀରେ ଦେବୀ ପାର୍ବତୀଙ୍କୁ ବିବାହ କରିବେ ଦେବଦେବ ମହାଦେବ । ଲଗ୍ନ ନିର୍ଦ୍ଧାରଣ ହୋଇସାରିଛି । ସର୍ଗୀପତ୍ର ଦେଇ କନିଆ ଘରେ ବିବାହ ସ୍ଥିର କରିଛନ୍ତି ସପ୍ତଋଷି ।
ବମ ବରାଡ଼ ବାବା ବାଲୁଙ୍କେଶ୍ବରଙ୍କୁ ପତରପେଣ୍ଡି ପରେ ଆରମ୍ଭ ହୋଇଛି ବିବାହ ନିମନ୍ତ୍ରଣ । ଦେବ ବିବାହରେ ସାମିଲ ହେବେ ସମସ୍ତ ଦେବଦେବୀ । ତେଣୁ ଆରମ୍ଭ ହୋଇଛି ନୃସିଂହ ନିଉତା । ବିଶାଳ ପଟୁଆରରେ ସଜେଇ ହୋଇ ଦେବଦେବୀଙ୍କୁ ନିମନ୍ତ୍ରଣ କରିବାକୁ ବାହାରିଛନ୍ତି ଭଗବାନ ନୃସିଂହ । ଏଥିପାଇଁ ଉତ୍ସବମୁଖର ହୋଇଛି ପରିବେଶ ।
ନନ୍ଦପଡ଼ାରେ କାହି କୋଉ କାଳରୁ ଭୈରଭା ନିଉତା ଦେବାପାଇଁ ଯାଉଥିଲେ l ଦିନେ ନଈବଢି ସମୟରେ ନୃସିଂହ ଦେବ ପାଣିରେ ଭାସି ଆସି ନନ୍ଦପଡ଼ା ଘାଟରେ ଲାଗିଥିଲେ l ସେଠୁ ତାଙ୍କୁ ଅଣାଯାଇ ପ୍ରାଣ ପ୍ରତିଷ୍ଠା କରାଯାଇ ପୂଜା କରାଯାଉଛି । ମହାଦେବଙ୍କ ବଡଭାଇ ଶ୍ରୀବିଷ୍ଣୁଙ୍କ ଅବତାର ନୃସିଂହ । ତେଣୁ ବିବାହ ନିଉତା ଦେବାକୁ ଯାଇଛନ୍ତି ।
ତେବେ ଅନ୍ୟ କମିଟି ମାନଙ୍କରେ ହନୁମାନ ନିଉତା ଦେବାର ପରମ୍ପରା ରହିଛି l ବାବା ବାଲୁଙ୍କେଶ୍ବରଙ୍କ ପତରପେଣ୍ଡି ପରେ ଝାଡୁଆପଡା, ମୁଦିପଡ଼lର ଏବଂ ଅନ୍ୟ ସମସ୍ତ ଯାତ୍ରା କମିଟିର କନିଆ ଖୋଜା କରାଯାଇଛି ।

