spot_img
Home Blog Page 1776

ଅନୁଗୁଳରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ଗଲା ଜୀବନ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ଜୀବନ ଯାଇଛି । ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।  ଅନୁଗୁଳ ଜିଲ୍ଲା ହଣ୍ଡାପା ଥାନା ଅଁଳାବେରେଣି ଗାଁରେ ଘଟିଛି ଅଘଟଣ। ସକାଳେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଜଣେ ବୃଦ୍ଧା ହାତୀ ଆକ୍ରମଣର ଶିକାର ହୋଇଥିଲେ। ହାତୀ ହଠାତ ବୃଦ୍ଧାଙ୍କୁ ଆକ୍ରମଣ କରି ଦଳି ଦେଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ ଆଶା ଦେହୁରୀ । ହାତୀ ଆକ୍ରମଣ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି । ଖବରପାଇ ଘଟଣା ସ୍ଥଳରେ ବନ କର୍ମଚାରୀ ପହଞ୍ଚିଥିବା ବେଳେ ସେମାନଙ୍କୁ ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ । ସେପଟେ କରଞ୍ଜିଆ ବନଖଣ୍ଡ ଛାଡ଼ିଲେ ୨୭ ଟିକିଆ ହାତୀପଲ। କେନ୍ଦୁଝରରୁ ଆସିଥିଲେ ପୁଣି କେନ୍ଦୁଝରକୁ ଚାଲିଗଲେ। ଗୁରୁବାର ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନାଞ୍ଚଳରୁ ଆସିଥିଲେ l

ଦିନ ତମାମ ଉତ୍ପାତ କଲେ। ରାଜରାସ୍ତା ଉପରେ ଠିଆ ହୋଇ ରହିଲେ, ଯାତାୟାତରେ ବାଧା ସୃଷ୍ଟି କଲେ। ରାତି ପ୍ରାୟ ଏଗାରଟା ସମୟରେ ବୈତରଣୀ ପାର ହୋଇ ଚମ୍ପୁଆ ବନlଞ୍ଚଳକୁ ଫେରିଗଲେ ୨୭ ଟିକିଆ ହାତୀପଲ। ତେବେ କାହାର କିଛି କ୍ଷୟ କ୍ଷତି କରିନାହାନ୍ତି ଏହି ହାତୀପଲ । କରଞ୍ଜିଆବାସୀଙ୍କୁ ହାତୀ ଭୟରୁ ଅlଶ୍ଵସ୍ତି ମିଳିଥିବା ବେଳେ ଏବେ ଚମ୍ପୁଆ ବନlଞ୍ଚଳ ବୈତରଣୀ ନଦୀ କୁଳରେ ରବି ଫସଲରେ ହୋଇଥିବା ଧାନ ଫସଲ ଖାଇବା ସହିତ ନଷ୍ଟ କରିବାର ସମ୍ଭାବନା ଅଧିକ ରହିଛି।

ଦେବଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ଚଳଚଞ୍ଚଳ ବାବା ଆଖଣ୍ଡଳମଣିଙ୍କ ପୀଠ

ଆରଡ଼ି : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶିବ ବିବାହ ଉତ୍ସବ ଆସନ୍ତା ୧୧ରେ ମହା ଆଡମ୍ବର ସହ ପାଳିତ ହେବ।  ଦେବଦମ୍ପତିଙ୍କ  ବିବାହ ଉତ୍ସବ ଲୌକିକ ଓ ବୈଦିକ  ରୀତିନୀତିରେ ଅନୁଷ୍ଠିତ ହେବ।  ଚଳିତବର୍ଷ ମନୋନୀତ ହୋଇଥିବା  ବରପିତା କେଦାରନାଥ ପାଢୀ ଓ କନ୍ଯାପିତା ଗଦାଧର ପାଢୀଙ୍କ ଘରେ ସାଜ୍ଜସଜ୍ଜା ଚାଲିଥିବା ବେଳେ ବନ୍ଧୁ ପରିଜନଙ୍କୁ ନିମନ୍ତ୍ରଣପତ୍ର ଓ ମଙ୍ଗୁଳା  ଗୁଆ ବଣ୍ଟା ସରିଛି। ବିବାହ ଉତ୍ସବ ଯେପରି ଶାନ୍ତିଶୃଙ୍ଖଳାର ସହ ସମାପନ ହେବ ସେଥିପାଇଁ  ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପୀଠରେ ସମୀକ୍ଷା କରାଯାଇଛି। ଭଦ୍ରକ  ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଉପଜିଲାପାଳ ତଥା ମନ୍ଦିରଟ୍ରଷ୍ଟି ମନୋଜ ପାତ୍ର ପୀଠରେ ପହଁଚି ସମସ୍ତ ପ୍ରସ୍ତୁତି କାର୍ଯ୍ଯର ସମୀକ୍ଷା କରିଥିଲେ। ବିଶେଷକରି ବିବାହ ଉତ୍ସବ ଦିନ ବରଧରା ଶୋଭାଯାତ୍ରାରେ ଅଧିକ ସଂଖ୍ଯକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୀଠରେ ୨୪ଘଣ୍ଟିଆ ବିଜୁଳି ସେବା ସହ ପାନୀୟଜଳ, ସ୍ବାସ୍ଥ୍ଯ ସେବା ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଉପଜିଲ୍ଲାପାଳ ଶ୍ରୀ ପାତ୍ର ଆଲୋଚନା କରିଥିଲେ।

ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିବା ବସ ଓଲଟିଲା ୬ ଗୁରୁତର, ୧୫ ଆହତ

ମେଦିନିପୁର : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌। ଦୁର୍ଘଟଣାରେ ୬ ଯାତ୍ରୀ ଗୁରୁତର, ୧୫ ଆହତ । ବିଳମ୍ବିତ ରାତିରେ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିଲା ଘରୋଇ ବସ୍। ପଶ୍ଚିମବଙ୍ଗ ନାରାୟଣଗର ୧୬ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ବସ । ଦୁର୍ଘଟଣାରେ ଦୁଇଜଣ ଯାତ୍ରୀଙ୍କ ଗୋଡ କଟି ଯାଇଥିବା ବେଳେ  ସମସ୍ତ ୬ ଜଣ ଗୁରୁତରଙ୍କୁ‌ ପ୍ରଥମେ ସ୍ଥାନୀୟ ମକ୍ରମପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏବଂ ପରେ ସେମାନଙ୍କୁ ମେଦିନିପୁର ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ନାରାୟଣ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବସରେ ୫୦ ରୁ ଅଧିକ ଯାତ୍ରୀ ଥିଲେ ।

ବିଳମ୍ବିରେ ଉଠିବାର ଅଭ୍ୟାସ ଅଛି କି ? ତେବେ ଜାଣନ୍ତୁ ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କେତେ ପ୍ରଭାବ ପକାଏ

ନନ୍ଦିଘୋଷ ବ୍ୟୁରୋ : ସୁସ୍ଥ ରହିବା ପାଇଁ କେବଳ ଠିକ୍ ସମୟରେ ଶୋଇବା ଜରୁରୀ ନୁହେଁ ବରଂ ସକାଳେ ସଠିକ୍ ସମୟରେ ଉଠିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ | ଯଦି ଆପଣ ପ୍ରତିଦିନ ବିଳମ୍ବିରେ ଉଠିବାର ଅଭ୍ୟାସ ଅଛି, ତେବେ ଜାଣନ୍ତୁ ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କେତେ ପ୍ରଭାବ ପକାଇଥାଏ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାଗ୍ରତ ରହିବା ଆଜି କାଲି ଅଭ୍ୟାସରେ ପରିଣତ ହୋଇଛି । କିନ୍ତୁ ଏହି ଅଭ୍ୟାସ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଫଳରେ ଶରୀରରେ ଧୀରେ ଧୀରେ ଅସୁସ୍ଥ କରିଥାଏ | ସୁସ୍ଥ ରହିବାକୁ ଜଣେ ୭ ରୁ ୮ ଘଣ୍ଟା ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନିଦ ଆବଶ୍ୟକ କରେ | କେବଳ କମ୍ ଶୋଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ ନାହିଁ, ବରଂ ଏହାଠାରୁ ଅଧିକ ଶୋଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ହୋଇପାରେ | ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରେ ଅଛନ୍ତି ଯେଉଁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୋଇନଥାନ୍ତି, ତେବେ ଜାଣନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ’ଣ କ୍ଷତି ପହଞ୍ଚାଇପାରେ |

ସୁସ୍ଥ ରହିବା ପାଇଁ ୮ ଘଣ୍ଟା ଭଲ ନିଦ ଅାବଶ୍ୟକ । ଏହା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ ଯେ ଆପଣ ଠିକ୍ ସମୟରେ ଶୋଇବା ଏବଂ ଠିକ୍ ସମୟରେ ଉଠିବାକୁ ପଡ଼ିବ | ସକାଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୋଇବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ | ତେବେ ଆସନ୍ତୁ ଜାଣିବା ସକାଳେ ଅଧିକ ଶୋଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ’ଣ କ୍ଷତି ହୋଇପାରେ |

ମେଦବହୁଳତା ବଢ଼ିପାରେ

ଯେପରି ଦୀର୍ଘ ସମୟ ଶୋଇବା କାରଣରୁ ମେଟାବୋଲିଜିମ୍ ମନ୍ଥର ହୋଇଯାଏ, ସେହିଭଳି ପ୍ରତ୍ୟେକ ଦିନ ବିଳମ୍ବିତ ରାତିରେ ଶୋଇବାର ଅଭ୍ୟାସ ହେତୁ ମେଟାବୋଲିଜିମ୍ ମନ୍ଥର ହୋଇଯାଏ ଏବଂ ଆପଣଙ୍କ ଓଜନ ବଢିବାରେ ଲାଗେ | ଆପଣ ହୋଇପାରନ୍ତି ମେଦବହୁଳତାର ଶିକାର | ସକାଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୋଇବା ହେତୁ, ତୁମର ନିତ୍ୟକର୍ମ କରିବାରେ ସମୟ କମ ହୁଏ ଯେଉଁ କାରଣରୁ ବ୍ୟାୟାମ କରିବାରେ ସକ୍ଷମ ନହେବା, ଜଳଖିଆ ଛାଡିଦେବା ମଧ୍ୟ ମେଦବହୁଳତା ଏବଂ ଅନ୍ୟାନ୍ୟ ରୋଗର କାରଣ ହୋଇଯାଏ |

ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ

ସକାଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୋଇବା ହେତୁ ମାନ୍ଦା ପଣ ଦେଖାଦିଏ । ଯାହା ସିଧାସଳଖ ଆପଣଙ୍କ ମନୋବଳକୁ ପ୍ରଭାବିତ କରିଥାଏ । ଧୀରେ ଧୀରେ ଏହି ଉତ୍ତେଜନା ଚାପ ଚିନ୍ତାର କାରଣ ହୋଇପାରେ ଏବଂ ଏହା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ, ଯାହା ଆପଣଙ୍କ କାର୍ଯ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ |

ହଜମ ସମସ୍ୟା

ଯଦି ଆପଣ ସକାଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୋଇଥା’ନ୍ତି, ତେବେ ଆପଣଙ୍କର ହଜମ ପ୍ରକ୍ରିୟାରେ ସମସ୍ୟା ଦେଖିବାକୁମିଳେ । ଯେତେବେଳେ ଆପଣ ଦୀର୍ଘ ସମୟ ଶୋଇଥା’ନ୍ତି, ସେତେବେଳେ ଆପଣ ସୁସ୍ଥ ହୋଇପାରିବେ ନାହିଁ ଏବଂ ଏହି କାରଣରୁ ଫୁଲିବା, ଅମ୍ଳତା ଆରମ୍ଭ ହୋଇଯାଏ | ପରେ ଆପଣ କୋଷ୍ଠକାଠିନ୍ୟର ଶିକାର ହୋଇପାରନ୍ତି |

 

ମିଆଁମାରରେ ସାଧାରଣ ନାଗରିକଙ୍କ ହତ୍ୟାକୁ ନେଇ ଦୃଢ ନିନ୍ଦା କରିଛି ମିଳିତ ଜାତିସଂଘ

ନନ୍ଦିଘୋଷ ବ୍ୟୁରୋ : ମିଆଁମାରରେ ସାଧାରଣ ନାଗରିକଙ୍କ ହତ୍ୟାକୁ ନେଇ ମିଳିତ ଜାତିସଂଘ ମୁଖପାତ୍ର ଦୃଢ ନିନ୍ଦା କରିଛନ୍ତି। ମିଆଁମାର ସେନା ଦ୍ୱାରା ରାଖାଇନ୍ ରାଜ୍ୟ ଏବଂ ସାଗିଙ୍ଗ ଅଞ୍ଚଳରେ ଲୋକଙ୍କ ହତ୍ୟାକୁ ସେ ନିନ୍ଦା କରିଛନ୍ତି । ସାମରିକ ଆକ୍ରମଣ ପରେ ମିଆଁମାରର ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ କେବଳ ଏଥିପ୍ରତି ଉଦ୍ବେଗ ପ୍ରକାଶ କରିନାହାଁନ୍ତି ବରଂ ଯୋଜନାବଦ୍ଧ ଭାବରେ ଏହାର ସମାଧାନ ପାଇଁ ଆବେଦନ କରିଛନ୍ତି। ମିଆଁମାରର ରାଖାଇନ୍ ରାଜ୍ୟରେ ସେନା ଏବଂ ଆରାକାନ୍ ସେନା ମଧ୍ୟରେ ହିଂସା ହୋଇଥିଲା ଯେଉଁଥିରେ ହଜାର ହଜାର ଲୋକଙ୍କୁ ଭୂମିହୀନ କରାଯାଇଛି। ସାମ୍ପ୍ରତିକ ସମୟରେ ଏହି ହିଂସା ଯଥେଷ୍ଟ ବୃଦ୍ଧି ପାଇଛି | ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅଧିକାଂଶ ଆକ୍ରମଣ ସଂଖ୍ୟାଲଘୁ ରୋହିଙ୍ଗ୍ୟା ମୁସଲମାନମାନଙ୍କ ଉପରେ ହୋଇଛି। ରୋହିଙ୍ଗ୍ୟା ମୁସଲମାନ ମାନେ ଦୀର୍ଘ ଦିନ ଧରି ରାଖାଇନ୍ ରାଜ୍ୟରେ ରହିଆସୁଥିଲେ। ଏହା ସତ୍ତ୍ୱେ ସେ ନାଗରିକତ୍ୱ ପାଇପାରିନଥିଲେ। ୨୦୧୭ ପରେ ଲକ୍ଷ ଲକ୍ଷ ରୋହିଙ୍ଗ୍ୟା ମୁସଲମାନ ବାଂଲାଦେଶରେ ଆଶ୍ରୟ ନେଇଛନ୍ତି। ପଶ୍ଚିମ ମିଆଁମାରର ରାଖାଇନ୍ ରାଜ୍ୟରେ ଜାତିଗତ ଲୋକଙ୍କୁ ଟାର୍ଗେଟ କରିବା ଏବଂ ରୋହିଙ୍ଗ୍ୟା ମୁସଲମାନମାନଙ୍କ ଉପରେ ନିର୍ଯାତନା ଚନ୍ତାଜନକ।

ଜାତିସଂଘ ସମସ୍ତ ସମ୍ପ୍ରଦାୟର ଲୋକଙ୍କ ଉନ୍ନତି ପାଇଁ ପଦକ୍ଷେପ ନେବାକୁ ଆଲୋଚନା କରିଛି। ସମ୍ପ୍ରତି ଆକ୍ରମଣ ସମୟରେ ଏହି ସମ୍ପ୍ରଦାୟର କିଛି ଲୋକଙ୍କୁ ହତ୍ୟା କରିନଥିଲେ ବରଂ  ସେମାନଙ୍କ ଘର ମଧ୍ୟ ଜାଳି ଦେଇଥିଲେ । ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି ଅନୁଯାୟୀ, ଏପର୍ଯ୍ୟନ୍ତ ୨ ଲକ୍ଷ ୨୬ ହଜାର ରୋହିଙ୍ଗ୍ୟା ମୁସଲମାନଙ୍କୁ ବିସ୍ଥାପିତ ହେବାକୁ ପଡିବ। ମିଳିତ ଜାତିସଂଘ ପୂର୍ବରୁ ଏଭଳି ଘଟଣା ବିଷୟରେ ଜଣାଇଛି ଯେଉଁଠାରେ ମିଆଁମାରରେ କେବଳ ଲୋକେ ନିଖୋଜ ହୋଇ ନାହାଁନ୍ତି ବରଂ ଗାଁରେ ଅସ୍ତ୍ରଶସ୍ତ୍ର ଏଂ ଗୁଳି ଚଳାଇଥିଲା ସେନା । ମିଆଁମାରରେ ମଧ୍ୟ ବର୍ତ୍ତମାନ ଖାଦ୍ୟ ସଙ୍କଟ ଦେଖାଦେଇଛି । ମିଳିତ ଜାତିସଂଘ କହିଛି ଯେ ଆସନ୍ତା କିଛି ମାସ ମଧ୍ୟରେ ପରିସ୍ଥିତି ଆହୁରି ଭୟଙ୍କର ହୋଇପାରେ ।

 

ଓଡ଼ିଶାକୁ ଧୀରେ ଧୀରେ ଆସୁଛି ମୌସୁମୀ

ଭୁବନେଶ୍ୱର : ଓଡ଼ିଶାକୁ ଧୀରେ ଧୀରେ ଆସୁଛି ମୌସୁମୀ । ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଥମେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତକାଲିଠାରୁ ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେଉଛି । ବିଶେଷ କରି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡଘଡି ଏବଂ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହୁଛି । ଏଭଳି ବର୍ଷା ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜାରି ରହିବ । ଏହି କାଳବୈଶାଖୀ ବର୍ଷା ବା ପ୍ରାକ୍ ମୌସୁମୀ ବର୍ଷା ଓଡ଼ିଶାକୁ ମୌସୁମୀ ବାୟୁ ଆଣିବାରେ ସହାୟକ ହେବ। ଏପଟେ ଆଜିଠୁ ଜଳିବ ପଶ୍ଚିମ ଓଡ଼ିଶା। ପ୍ରବଳ ଗ୍ରୀଷ୍ମପ୍ରବାହ ନେଇ ବରଗଡ, ବଲାଙ୍ଗିର ଏବଂ ନୂଆପଡାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଏହି ଜିଲ୍ଲାରେ ତାପମାତ୍ରା ୪୦ ରୁ ୪୩ ଡିଗ୍ରୀ ରହିବ । ସମ୍ବଲପୁର, ସୋନପୁର, ବୌଦ୍ଧ, ଝାରସୁଗୁଡା, କଳାହାଣ୍ଡି ଜିଲ୍ଲାରେ ବି ତାତି ଲାଗି ରହିବ । ସେହିଭଳି ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ କେନ୍ଦ୍ର। ଏଭଳି ପାଗ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆକଳନ କରାଯାଇଛି ।

ଆଜି ବସିବ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ

ନନ୍ଦିଘୋଷ ବ୍ୟୁରୋ : ଲୋକସଭା ନିର୍ବାଚନ ପୋଷ୍ଟମର୍ଟମ। ଆଜି ବସିବ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ। ଲୋକସଭା ନିର୍ବାଚନରେ ସଫଳତା, ବିଫଳତା ସମେତ ଅନ୍ଯାନ୍ଯ ପ୍ରସଙ୍ଗରେ ହେବ ଆଲୋଚନା। ଏହି ବୈଠକରେ ଅଧ୍ଯକ୍ଷତା କରିବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ। କଂଗ୍ରେସ ମୁଖ୍ଯାଳୟରେ ହେବାକୁ ଥିବା ବୈଠକରେ କଂଗ୍ରେସର ବହୁ କର୍ମକର୍ତ୍ତା ଯୋଗଦେବେ। ଗତ ଲୋକସଭା ନିର୍ବାଚନରେ କଂଗ୍ରେସ ୯୯ଟି ଆସନ ଲାଭ କରିଛି। ଗତ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ହାସଲ କରିଥିଲା ୫୨ ଆସନ। ଏହି ଆଶାତୀତ ସଫଳତା ପରେ ଉତ୍ସାହିତ କଂଗ୍ରେସ ଶିବିର। ଏହି ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ସାମିଲ ହେବେ। ଗତ ୫ ତାରିଖରେ ଇଣ୍ଡିଆ ମେଣ୍ଟର ବୈଠକ ବସିଥିଲା ଏବଂ ଦେଶରେ ତାନାଶାହୀ ବିରୋଧରେ ଲଢେଇ ଲାଗି ନିଷ୍ପତ୍ତି ନିଆଯାଇଥିଲା।

ଯାଜପୁର ବଡ଼ଚଣା କଡ଼େଇ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୨ମୃତ, ୧୩ ଗୁରୁତର

ଯାଜପୁର : ବସ ଟ୍ରକ ଦୁର୍ଘଟଣାରେ ଦୁଇ ଜଣକ ର ମୃତ୍ୟୁ ହୋଇଥିବା ବେଳେ 30 ରୁ ଉର୍ଦ୍ଧ ଯାତ୍ରୀ  ଆହତ। NH 16 ଯାଜପୁର ବଡ଼ଚଣା ଥାନା ଅଧୀନ କଡେଇ ଛକ ନିକଟରେ ଘଟିଛି ଦୁର୍ଘଟଣା. କଲିକତାରୁ ଏକ ବସ  ପୁରୀ ଅଭିମୁଖେ ଆସୁଥିବା ବେଳେ କଡେଇ ଛକ ନିକଟରେ ବସ ସହ ଟ୍ରକ ଧକା ଦେଇଥିଲା. ଯାହା ଫଳରେ ବସ ରେ ଥିବା 50 ରୁ ଉର୍ଦ୍ଧ ଯାତ୍ରୀ ଙ୍କ ମଧ୍ୟରୁ ଘଟଣା ସ୍ଥଳରେ 2 ଜଣକ ର ମୃତ୍ୟୁ ହୋଇଥିବା ବେଳେ 30 ରୁ ଉର୍ଦ୍ଧ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି. ସମସ୍ତ ଗୁରୁତର ଆହତଙ୍କୁ ବଡ଼ଚଣା ମେଡିକାଲ ରେ ଭର୍ତି କରାଯାଇଛି.କିଛି ଗୁରୁତର ଯାତ୍ରୀଙ୍କୁ ମଧ୍ୟ କଟକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି.ଦେବେ ଦୁର୍ଘଟଣା ର କାରଣ ଜଣା ପଡି ନଥିବା ବେଳେ ବଡ଼ଚଣା ପୋଲିସ ଘଟଣା ର ତଦନ୍ତ ଚଳାଇଛି ।

ପରଲୋକରେ ରାମୋଜୀ ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜୀ ରାଓ

ନନ୍ଦିଘୋଷ ବ୍ୟୁରୋ : ରାମୋଜୀ ରାଓଙ୍କ ପରଲୋକ । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ହୋଇଛି ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ  ୮୭ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା ଯୋଗୁଁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଦୀର୍ଘଦିନ ଧରି ହେଉଥିଲେ ଚିକିତ୍ସିତ । ରାମୋଜୀ ଫିଲ୍ମ ସିଟି ଓ ଇଟିଭି ନେଟୱାର୍କର ପ୍ରତିଷ୍ଠାତା ଥିଲେ ରାମୋଜୀ ରାଓ । ଫିଲ୍ମ ସିଟିର ବାଦଶାହା କୁହାଯାଉଥିବା ତଥା ଦେଶର ସବୁଠୁ ବଡ ଫିଲ୍ମ ସିଟିର ମାଲିକ ହେଉଛନ୍ତି ରାମୋଜୀ ରାଓ । ରାମୋଜି ଗ୍ରୁପ୍ ଅଫ୍ କମ୍ପାନି ସହ ଦୀର୍ଘଦିନ ଧରି ଜଡ଼ିତ ଥିବା ରାମୋଜୀ ରାଓଙ୍କର ଶନିବାର ଭୋର ସମୟରେ ଦେହାନ୍ତ ହୋଇଛି। ତେଲୁଗୁ ଦେଶମ ପାର୍ଟି ନେତା ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟମାନେ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦୀର୍ଘ ଦିନ ଅସୁସ୍ଥତା କାରଣରୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ରାମୋଜି ଫିଲ୍ମ ସିଟିର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ୟ୍ୟ କରିଆସୁଥିବା ରାଓ ଙ୍କ ଅନ୍ତିମ ସଂସ୍କାର ରବିବାର ପୂର୍ବାହ୍ନ ୧୦ଟାରେ ଜୁବିଲି ହିଲ୍ସସ୍ଥିତ ମହାପ୍ରସ୍ଥାନମ୍ ଠାରେ ସମ୍ପନ୍ନ ହେବାର ସୂଚନା ରହିଛି ।

ନେତା ନିର୍ବାଚନ ଲାଗି ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ

ଭୁବନେଶ୍ୱର : ଓଡ଼ିଶାରେ ବିଜେପି ସରକାର ଗଠନ ଲାଗି ପ୍ରସ୍ତୁତି। ନେତା ନିର୍ବାଚନ ଲାଗି ଆଜି ବସିବ ବିଧାୟକ ଦଳ ବୈଠକ। ଜୁନ ୧୦ ତାରିଖରେ ଶପଥ ଗ୍ରହଣ ଉତ୍ସବ ଲାଗି ସଜେଇ ହେଲାଣି ଜନତା ମଇଦାନ । ଉପସ୍ଥିତ ରହିବେ ପ୍ରାୟ ୩୦ ହଜାର ଲୋକ। ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ। ହେଲେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ? କାହା ମୁଣ୍ଡରେ ବିଜେପି ଢାଳିବ ସୁନା କଳସ? କେଉଁ ଆଧାରରେ ହେବ ମୁଖ୍ୟମନ୍ତ୍ରୀ ଚୟନ? ଏସବୁ ପ୍ରଶ୍ନର ଉତ୍ତର ଓଡ଼ିଶାରେ ନୁହଁ ଦିଲ୍ଲୀରେ ସଂସଦୀୟ ବୋର୍ଡ଼ ବୈଠକରେ ସ୍ଥିର ହେବ। ରାଜ୍ଯରେ କିଏ ମୁଖ୍ଯମନ୍ତ୍ରୀ ହେବେ ସେହି ନିଷ୍ପତ୍ତି ନେବେ କେନ୍ଦ୍ରୀୟ ହାଇକମାଣ୍ତ। ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ହେଉ କି ତଦନ୍ତ କମିଶନ ରିପୋର୍ଟ ପ୍ରକାଶ। ଚିଟଫଣ୍ଡ ଅର୍ଥ ଫେରସ୍ତ ହେଉ କି ସାମ୍ବାଦିକଙ୍କୁ ସଚିବାଳୟ ପ୍ରବେଶ କଟକଣା ହଟିବା ପ୍ରସଙ୍ଗ। ଏଭଳି ଅନେକ ପ୍ରତିଶୃତି ଦେଇଛି ବିଜେପି। ଏହା ସହ ଚାଷୀ, ଯୁବ, ମହିଳା, ଶ୍ରମିକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଯେଉଁ ପ୍ରତିଶୃତି ବିଜେପି ଦେଇଥିଲା, ତାହା କେବେ ପୂରଣ ହେବ, ତା ଉପରେ ରହିଛି ରାଜ୍ୟବାସୀଙ୍କ ନଜର।