ନନ୍ଦିଘୋଷ ବ୍ୟୁରୋ: ବୁଥ୍ ବାହୁଡ଼ା ମତରେ ଓଡ଼ିଶାର ସ୍ପଷ୍ଟ ଚିତ୍ର ମିଳିଛି । ୨୦୨୪ରେ ବିଜେଡିର ହେବ ବିଶାଳ ବିଜୟ । ସକାଳ-ନନ୍ଦିଘୋଷ ଏକଜିଟ ପୋଲରେ ତଥ୍ଯରେ ବିଜେଡିକୁ ମିଳୁଛି ବିପୁଳ ଜନମତ । ୧୧୭ ବିଧାନସଭା ଆସନରେ ଜିତିବ ବିଜୁ ଜନତା ଦଳ । ବିଜେପିକୁ ମାତ୍ର ୧୧ଟି ବିଧାନସଭା ଆସନ ମିଳିବାକୁ ଥିବାବେଳେ କଂଗ୍ରେସ ଓ ଅନ୍ଯ ଦଳକୁ ମିଳିବ ମାତ୍ର ୩ଟି ବିଧାନସଭା ଆସନ । ତେବେ ୧୬ଟି ବିଧାନସଭା ଆସନରେ କଡ଼ା ଟକ୍କର ହେବା ନେଇ ଆଭାସ ମିଳୁଛି । ଲୋକସଭାରେ ମଧ୍ଯ ଓଡ଼ିଶାବାସୀଙ୍କ ଭରସା ଜିତିଛି ବିଜେଡି । ୨୧ ଲୋକସଭା ଆସନରୁ ବିଜେଡିକୁ ୧୧ଟି ଲୋକସଭା ଆସନ ମିଳିବା ନେଇ ସ୍ପଷ୍ଟ ଚିତ୍ର ଆସୁଛି । କୋରାପୁଟ, ବ୍ରହ୍ମପୁର, ଆସ୍କା, କନ୍ଧମାଳ ଲୋକସଭା ଆସନ ବିଜେଡି ଜତୁଥିବାବେଳେ ଢେଙ୍କାନାଳ, କଟକ, ମୟୂରଭଞ୍ଜ, ଭଦ୍ରକ ଲୋକସଭା ମଧ୍ଯ ନିଜ ପକେଟକୁ ଆଣିବାକୁ ସକ୍ଷମ ହେଉଛି । ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରେ ବିଜେଡି ଜିତିବ । ବିଜେପି କେବଳ ୬ଟି ଲୋକସଭା ଆସନରେ ପଦ୍ମ ଫୁଟାଇପାରିବ । ନବରଙ୍ଗପୁର, କଳାହାଣ୍ଡି, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ପୁରୀ ଲୋକସଭା ଆସନରେ ବାଜିମାତ କରୁଛି ବିଜେପି । କଂଗ୍ରେସ ଗୋଟିଏ ବି ଲୋକସଭା ଆସନ ଜିତୁନି । ତେବେ ୪ଟି ଲୋକସଭା ଆସନରେ କଡ଼ା ଟକ୍କର ହେଉଛି । ବଲାଙ୍ଗୀର, ସମ୍ବଲପୁର ଲୋକସଭାରେ ବିଜେପି-ବିଜେଡି କଡ଼ା ଟକ୍କର ହେଉଛି । ଭୁବନେଶ୍ବରରେ ବିଜେପି-ବିଜେଡି କାଣ୍ଟେ କା ଟକ୍କର ଦେଖିବାକୁ ମିଳିବ । କିନ୍ତୁ ଉତ୍ତରର ହାଇପ୍ରୋଫାଇଲ ସିଟ ବାଲେଶ୍ବରରେ ତ୍ରିମୁଖୀ ଲଢେଇ ସ୍ପଷ୍ଟ ।
ସକାଳ-ନନ୍ଦିଘୋଷ ଟିଭିର ମିଳିତ ସର୍ଭେ ରିପୋର୍ଟ, ଓଡ଼ିଶାରେ ବିଜେଡି ଜିତିବ ୧୧୭ ଆସନ
ନନ୍ଦିଘୋଷ ବ୍ୟୁରୋ: ଆସିଲା ସକାଳ-ନନ୍ଦିଘୋଷ ଟିଭିର ମିଳିତ ସର୍ଭେ ରିପୋର୍ଟ । ଓଡ଼ିଶାରେ ପୂର୍ଣ୍ଣ ବହୁମତ ପାଇବ ବିଜେଡି । ୧୪୭ ଆସନରୁ ବିଜେଡି ହାତେଇବ ୧୧୭ ଆସନ । ବିଜେପି-୧୧, କଂଗ୍ରେସ-୩, ୧୬ ଆସନରେ ହେବ କଡ଼ା ଟକ୍କର । ସେପଟେ ୨୧ ଲୋକସଭା ଆସନରୁ ବିଜେଡି-୧୧, ବିଜେପି- ୬ ଏବଂ ୪ ଆସନରେ ହେବ କଡ଼ା ଟକ୍କର ।
ସକାଳ-ନନ୍ଦିଘୋଷ ଟିଭିର ମିଳିତ ସର୍ଭେ ରିପୋର୍ଟ, ନଜର ପକାନ୍ତୁ ତୃତୀୟ ପର୍ଯ୍ୟାୟ ସୁଦ୍ଧା କେତେ ଆସନ ହାତେଇବ ବିଜେଡି
ନନ୍ଦିଘୋଷ ବ୍ୟୁରୋ: ମତଦାନ ସରିବା ପରେ ବୁଥ ବାହୁଡ଼ା ମତ ଉପରେ ରହିଛି ସମସ୍ତଙ୍କ ନଜର । ଶନିବାର ସରିଛି ନିର୍ବାଚନ । ତେବେ ରାଜ୍ୟରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିବାବେଳେ କିଏ ସରକାର ଗଢ଼ିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଦୈନିକ ଖବର କାଗଜ ସକାଳ ଏବଂ ନନ୍ଦିଘୋଷ ଟିଭି ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ ଅନୁସାରେ ଦ୍ବିତୀୟ ପର୍ଯ୍ୟାରେ ଅନୁଷ୍ଠିତ ହୋଇଥିବା ୫ ଲୋକସଭା ଆସନ ମଧ୍ୟରୁ ବିଜେପିକୁ ୨ ଏବଂ ବିଜେଡିକୁ ୨ ଆସନ ମିଳିବ । ଗୋଟିଏ ଆସନରେ କଡ଼ା ଟକ୍କର ଦେଖିବାକୁ ମିଳିବ । ସେପଟେ ତୃତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ୬ ଲୋକସଭା ଆସନରୁ ବିଜେଡି-୨, ବିଜେପି-୨ ଏବଂ ୨ଟି ଆସନରେ କଡ଼ା ଫାଇଟ୍ ଦେଖିବାକୁ ମିଳିବ । ସମ୍ବଲପୁର ଏବଂ ଦେବଗଡ଼ ଲୋକସଭା ଆସନରେ କଡ଼ା ଟକ୍କର ହେବ । ତୃତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା କ୍ଷେତ୍ର ମଧ୍ୟରୁ ବିଜେଡି ୩୩ ଆସନ, ବିଜେପି-୩ ଆସନ ହାତେଇବ । ତେବେ ତୃତୀୟ ପର୍ଯ୍ୟାୟ ସୁଦ୍ଧା ୧୦୫ ଆସନରୁ ବିଜେଡି ୮୩, ବିଜେପି- ୮, କଂଗ୍ରେସ-୩ ଏବଂ ୧୧ ଆସନରେ କଡ଼ା ଟକ୍କର ହେବ ।
ଆସିଲା ସକାଳ-ନନ୍ଦିଘୋଷ ଟିଭିର ମିଳିତ ସର୍ଭେ ରିପୋର୍ଟ
ଭୁବନେଶ୍ବର: ଆସିଲା ଦୈନିକ ଖବର କାଗଜ ସକାଳ ଏବଂ ନନ୍ଦିଘୋଷ ଟିଭିର ସର୍ଭେ ରିପୋର୍ଟ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ୪ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ୨ଟି ଏବଂ ବିଜେପି ୨ଟି ଆସନରେ ଜିତିବ । ସେପଟେ ୨୮ ବିଧାନସଭା ଆସନ ମଧ୍ୟରୁ ବିଜେଡି ୨୩, ବିଜେପି-୨, କଂଗ୍ରେସ ଗୋଟିଏ ଆସନ ଜିତିବ । ଅନ୍ୟପଟେ ୨ଟି ଆସନରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଦିଗପହଣ୍ଡିରେ ବିଜେପି ଏବଂ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବାକୁ ଥିବାବେଳେ ଲକ୍ଷ୍ମୀପୁରରେ ବିଜେଡି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ।
ବୁଥ୍ ଆଗରେ ସ୍ତ୍ରୀକୁ ହତ୍ୟାକଲା ସ୍ବାମୀ
ଭଦ୍ରକ: ବୁଥ ସାମ୍ନାରେ ସ୍ତ୍ରୀକୁ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ପାରିବାରିକ କଳହକୁ ନେଇ ହତ୍ୟା କରାଯାଇଥିବା ସୂଚନା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ କାଉପୁର ପଂଚାୟତ ମୁକ୍ତାଡ଼ିହି ଗାଁ ୪ ନମ୍ବର ବୁଥ ସାମ୍ନାରେ ଏମିତି ଅଭାବନୀୟ ଘଟଣା ଘଟିଛି । ମୃତ ମହିଳା ଜଣକ ହେଲେ ରଶ୍ମିରେଖା ବେହେରା । ଅଭିଯୁକ୍ତ ସ୍ବାମୀ ପ୍ରଭାକରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ । କହି ରଖୁଛୁ କି, ରଶ୍ମିରେଖା ଏବଂ ପ୍ରଭାକରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ରଶ୍ମିରେଖା ରାଗରେ ବାପଘରକୁ ଯାଇଥିଲେ ।
ରବିବାର ଭୋଟ ଦେବାକୁ ଦାଦାଙ୍କ ସହ ରଶ୍ମିରେଖା ଯାଇଥିବାବେଳେ ପ୍ରଭାକର ସେଠାରେ ପହଞ୍ଚିଥିଲେ । ଉଭୟଙ୍କ ମଧ୍ୟରେ ପ୍ରଥମେ ଝଗଡ଼ା ହୋଇଥିଲା । କେହି କିଛି ଭାବିବା ପୂର୍ବରୁ ସ୍ତ୍ରୀକୁ ହାଣି ଦେଇଥିଲେ ପ୍ରଭାକର । ବୁଥ ସାମ୍ନାରେ ଧାଡ଼ିରେ ରହିଥିବାବେଳେ ପ୍ରଭାକର ତାଙ୍କୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଏହି ଘଟଣା ପରେ ଚାପା ଉତ୍ତେଜନା ମଧ୍ୟ ଦେଖା ଦେଇଛି ।
ବିଷମକଟକ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ, ଜଳିଗଲା ୪ଟି ବସ୍
ନନ୍ଦିଘୋଷ ବ୍ୟୁରୋ: ରାୟଗଡା ଜିଲ୍ଲା ବିଷମକଟକ ବସଷ୍ଟାଣ୍ଡରେ ଜଳୁଛି ବସ। ହୁତୁ ହୁତୁ ହୋଇ ଜଳୁଛି ବସ। ଗୋଟିଏ ପରେ ଗୋଟିଏ ବସକୁ ନିଆଁ ମାଡି ୪ଟି ବସରେ ନିଆଁ ଲାଗିଥିବା ସୂଚନା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। କିଭଳି ନିଆଁ ଲାଗିଲା କାରଣ ଅସ୍ପଷ୍ଟ।
ମା’ ଭୋଟ୍ ଦେବାକୁ ଯାଇଥିବାବେଳେ ପୋଖରୀରେ ବୁଡ଼ି ଶିଶୁ କନ୍ୟାର ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: ମାଆ ଭୋଟ ଦେବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ୬ ବର୍ଷର ଶିଶୁକନ୍ୟାର ମୃତ୍ୟୁ। ରାଜନଗର ବ୍ଲକ ପ୍ରହରାଜପୁର ଗାଁର କାର୍ତ୍ତିକ ପ୍ରଧାନଙ୍କ ଝିଅ ସରସ୍ବତୀ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ମାଆ ରଞ୍ଜୁଲତା ପ୍ରଧାନ ଝିଅକୁ ଘରେ ଛାଡି ଭୋଟ ଦେବାପାଇଁ ଯାଇଥିବା ଏଭଳି ଅଘଟଣ ଘଟିଛି । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହାକୁ ନେଇ ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଗାଙ୍ଗୁଲି କହିଲେ ଟିମ୍ ଇଣ୍ଡିଆକୁ ଦରକାର କେମିତିକା କୋଚ୍
ନନ୍ଦିଘୋଷ ବ୍ୟୁରୋ: ଟି-୨୦ ବିଶ୍ବକପ ଖେଳିବା ପାଇଁ ଭାରତୀୟ ଦଳ ଏବେ ଆମେରିକାରେ ରହିଥିବାବେଳେ ପରବର୍ତ୍ତୀ କୋଚ କିଏ ହେବେ ତାକୁ ନେଇ ଚର୍ଚ୍ଚା ଜାରି ରହିଛି । ତେବେ ଗୌତମ ଗମ୍ଭୀରଙ୍କ ଅଧିକାଂଶ ପ୍ରଶଂସକଙ୍କ ପ୍ରିୟ ହୋଇଥିବାବେଳେ ତାଙ୍କୁ ଏହି ଗୁରୁ ଦାୟିତ୍ବ ଦିଆଯିବ ବୋଲି ଚର୍ଚ୍ଚା ହେଉଛି । ତେବେ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲଙ୍କୁ ଏକ ସାକ୍ଷାତକାର ବିଭିନ୍ନ ପ୍ରଶ୍ନ କରାଯାଇଥିଲା । ଟିମ ଇଣ୍ଡିଆର କୋଚ ଜଣେ ବିଦେଶୀ ହେଲେ ଭଲ ନାଁ ଭାରତୀୟ? ତେବେ ଆପଣଙ୍କ ପ୍ରଥମ ପସନ୍ଦ କିଏ?
ତେବେ ସୌରଭ ଗଙ୍ଗୁଲି କହିଛନ୍ତି କି, ଜଣେ ଭାରତୀୟ ପ୍ରଶିକ୍ଷକ ଟିମ ଇଣ୍ଡିଆର ପ୍ରଶିକ୍ଷଣ ଭାର ସମ୍ଭାଳିବା ଉଚିତ । ତେବେ ଗୌତମ ଗମ୍ଭୀର ତାଙ୍କର ପ୍ରଥମ ପସନ୍ଦ ବୋଲି ସେ କହିଛନ୍ତି । ଯଦିଓ ଗମ୍ଭୀର ଏଯାବତ କୌଣସି ଦଳର କୋଚିଂ ଦେଇ ନାହାନ୍ତି । ତଥାପି ଆଇପିଏଲରେ ମେଣ୍ଟରଭାବେ ଭଲ ଦାୟିତ୍ବ ତୁଲାଇଛନ୍ତି । ୨୦୨୨ ଏବଂ ୨୩ରେ ଲକ୍ଷ୍ନୌ ସୁପର ଜାଏଣ୍ଟର ମେଣ୍ଟରଭାବେ କାମ ଦାୟିତ୍ବ ତୁଲାଇଥିବାବେଳେ ଦଳ ପ୍ଲେଅଫରେ ସ୍ଥାନ ପକ୍କା କରିଥିଲା । ଚଳିତ ସିଜିନରେ କେକେଆରର ମେଣ୍ଟର ରହିଥିବାବାବେଳେ ଦଳ ଚାମ୍ପିୟନ ହୋଇଛି । ଏଣୁ ସେ ଭଲଭାବେ ଦଳକୁ କୋଚିଂ ଦେଇପାରିବେ ବୋଲି କୁହାଯାଉଛି । ସେପଟେ ଜୟ ଶାହା ମଧ୍ୟ ଗମ୍ଭୀରଙ୍କ ସହ ଆଲୋଚନା କରିଥିବା କୁହାଯାଉଛି ।
୮ମାସର ଗର୍ଭବତୀ ହୋଇ ମଧ୍ୟ କର୍ତ୍ତବ୍ୟ କରିଚାଲିଛନ୍ତି ଏସପି ନିବେଦିତା
ଭୋପାଳ: ଏସପି ନିବେଦିତା ନାଇଡୁ, ଯାହାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। କାରଣ ଆଠ ମାସର ଗର୍ଭବତୀ ହୋଇ ମଧ୍ୟ ସେ ନିଜ କର୍ତ୍ତବ୍ୟ ପାଳନ କରିବାକୁ ପଛଘୁଞ୍ଚା ଦେଇନାହାଁନ୍ତି।
ନିବେଦିତା ନାଇଡୁ ମା ହେବାକୁ ଯାଉଥିଲେ ମଧ୍ୟ ଦେଶ ପାଇଁ କର୍ତ୍ତବ୍ୟ କରିବାକୁ ଭୁଲି ନାହାଁନ୍ତି । ଆଠ ମାସର ଗର୍ଭବତୀ ଥିବା ସତ୍ବେ ନିବେଦିତା ନାଇଟ୍ ପାଟ୍ରୋଲିଂ ଠାରୁ ଆରମ୍ଭ କରି ଜିଲ୍ଲା ଚେକିଂ ପର୍ଯ୍ୟନ୍ତ ସବୁ କରୁଛନ୍ତି। ଖାଲି ଏତିକି ନୁହେଁ ତାଙ୍କ ସ୍ୱାମୀ ବାହାର ସହରରେ କାମ କରୁଥିବା ବେଳେ ସେ ନିଜକୁ ସମ୍ଭାଳିବା ସହ ଘରେ ତିନି ବର୍ଷର ଝିଅର ମଧ୍ୟ ଲାଳନପାଳନ ଏକାକୀ କରୁଛନ୍ତି । ଏହାସହିତ ସେ ଦେଶ ପ୍ରତି ଥିବା କର୍ତ୍ତବ୍ୟ ପାଳନ କରିବାରେ ଆଦୌ ଦ୍ୱିଧା କରିନାହାଁନ୍ତି। ଏହି କର୍ତ୍ତବ୍ୟନିଷ୍ଠ ଏସପିଙ୍କ ଏକ ଭିଡ଼ିଓ ଭାଇରାଲ୍ ହୋଇଛି, ଯାହା ପରେ ସବୁଠୁ ତାଙ୍କୁ ପ୍ରଶଂସା କରାଯାଉଛି ।

ଭିଡିଓରେ ସେ ଜଣେ ପୋଲିସ କର୍ମଚାରୀଙ୍କ ସହ ରାତିରେ କାହା ଘରେ ପହଞ୍ଚିଛନ୍ତି। ଭିଡିଓରେ ତାଙ୍କ ବେବି ବମ୍ପ୍ ମଧ୍ୟ ସ୍ପଷ୍ଟ ଦେଖାଯାଉଛି । ତେବେ ସାଧାରଣତଃ ଗର୍ଭବତୀ ସମୟରେ ମହିଳାମାନେ ଆରାମ କରିଥାନ୍ତି । ଏପରିକି ସମସ୍ତ କାର୍ଯ୍ୟରତ ମହିଳାଙ୍କ ପାଖରେ ମାଟରନିଟି ଛୁଟି ନେବା ଅଧିକାର ରହିଛି। କିନ୍ତୁ ମଧ୍ୟପ୍ରଦେଶ ଉମରିଆର ଏସପି ନିବେଦିତା ଜଣେ ମା’ର କର୍ତ୍ତବ୍ୟ ପାଳନ କରିବା ପୂର୍ବରୁ ଦେଶ ପ୍ରତି କର୍ତ୍ତବ୍ୟକୁ ଆଗ ପାଳନ କରିଚାଲିଛନ୍ତି।
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବାହାରକୁ ବାହାରିଲେ କ’ଣ କରିବେ, ସଚେତନ କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା
ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଯାହା ଫଳରେ ଅନେକ ସ୍ଥାନରେ ଅଂଶୁଘାତ ଭଳି ଖବର ସାମ୍ନାକୁ ଆସୁଛି।ଅଂଶୁଘାତ ଏଡ଼ାଇବା ପାଇଁ ଟାଣ ଖରାରେ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ଜରୁରୀ ହେଲେ ଛତା, ପାଣି ନେବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।

