spot_img
Home Blog Page 1883

ନିର୍ବାଚନୀ ଋତୁରେ ବଢୁଛି ବିବାଦୀୟ ମନ୍ତବ୍ଯ, ମୋଦିଙ୍କ ବିରୁଦ୍ଧରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ କଂଗ୍ରେସ

ନୂଆଦିଲ୍ଲୀ: ବଢିବାରେ ଲାଗିଛି ବିବାଦୀୟ ମନ୍ତବ୍ଯ ସଂଖ୍ଯା । ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି କଥା କଟାକଟି । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଶ୍ବଗୁରୁ ବଦଳରେ ବିଷଗୁରୁ ବୋଲି କହିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ ।

ମହିଳାଙ୍କ ମଙ୍ଗଳସୂତ୍ରକୁ ଛଡାଇ ନେଇଯିବାକୁ କଂଗ୍ରେସ ଯୋଜନା କରୁଛି ବୋଲି ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ଯକୁ ସମାଲୋଚନା କରି ଜୟରାମ କହିଛନ୍ତି ପ୍ରଧାନମନ୍ତ୍ରୀ ପବିତ୍ର ମଙ୍ଗଳସୂତ୍ରକୁ ସମ୍ମାନ ଦିଅନ୍ତି ନାହିଁ । ଏହାକୁ ନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି କଂଗ୍ରେସ । ରାଜସ୍ଥାନରେ ବାନସ୍ବରରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ କହିଥିଲେ- ଅନୁପ୍ରବେଶକାରୀ ଏବଂ ଯେଉଁମାନଙ୍କ ଅଧିକ ସନ୍ତାନ ରହିଛି ସେମାନଙ୍କ ହାତରେ ଲୋକଙ୍କ କଷ୍ଟ ଉପାର୍ଜିତ ଅର୍ଥ ଓ ସମ୍ପତ୍ତି ଟେକି ଦେବା ଲାଗି କଂଗ୍ରେସ ଯୋଜନା କରିଛି ।

ଅର୍ବାନ ନକ୍ସଲ ଯାହା ଚିନ୍ତା କରନ୍ତି କଂଗ୍ରେସ ତାହା ଚିନ୍ତା କରୁଛି । ମୋଦୀ କହିଥିଲେ- କ୍ଷମତାରେ ଥିବାବେଳେ କଂଗ୍ରେସ କହୁଥିଲା- ଦେଶର ସମ୍ବଳରେ ମୁସଲିମମାନଙ୍କ ପ୍ରଥମ ଅଧିକାର ରହିଛି । ଯଦି କଂଗ୍ରେସ ପୁଣି କ୍ଷମତାକୁ ଆସେ ତେବେ ସମସ୍ତଙ୍କ ସମ୍ପତ୍ତି ଏକାଠି କରିବା ସହ ଯେଉଁମାନଙ୍କ ଅଧିକ ସନ୍ତାନ ରହିଛି ସେମାନଙ୍କ ମଧ୍ୟରେ ବାଣ୍ଟିଦେବ । ତେଣେ ଜୟରାମ କହିଛନ୍ତି- ଅଯଥାରେ ଏହାକୁ ନେଇ ବିବାଦ ସୃଷ୍ଟି କରାଯାଉଛି ।

ନିଜର ନିର୍ବାଚନ ଇସ୍ତାହାରରେ ଦେଶରେ ଅର୍ଥନୈତିକ ଅସମାନତା ପ୍ରସଙ୍ଗ ଉଲ୍ଲେଖ କରାଯାଇଛି ବୋଲି କହିଛନ୍ତି ଜୟରାମ । ମୋଟାମୋଟି ଭାବେ ପ୍ରଧାନମନ୍ତ୍ରୀଙ୍କ ବିବୃତିକୁ ହେଟସ୍ପିଚ ବୋଲି ଦର୍ଶାଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ଏହି ମନ୍ତବ୍ଯ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘଭି । ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତିକୁ ବି ସମାଲୋଚନା କରିଛନ୍ତି AIMIM ନେତା ଅସଦୁଦ୍ଦିନ ଓବେସି । ସେପଟେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଏହି ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯୁଦ୍ଧ ସମୟରେ ତାଙ୍କ ଜେଜେ ମା ନିଜର ସୁନାଗହଣା ଦାନ ଦେଇଥିଲେ ।

ଏପରିକି ତାଙ୍କ ମାଙ୍କ ମଙ୍ଗଳସୂତ୍ର ଦେଶଲାଗି ଉତ୍ସର୍ଗୀକୃତ ହୋଇଛି । ଦେଶ ସ୍ବାଧୀନତା ପାଇବାର ୭୭ ବର୍ଷ ହେଲା । ଦେଶରେ କଂଗ୍ରେସ ପ୍ରାୟ ୫୫ ବର୍ଷ ଶାସନ କରିଛି । ଏହି ସମୟ କାଳ ମଧ୍ଯରେ କାହାଠାରୁ କଂଗ୍ରେସ ମଙ୍ଗଳସୂତ୍ର ଛଡାଇ ନେଇଛି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା । ଏହାରି ଭିତରେ ଆଉ ଏକ ବିବାଦ ଠିଆ କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଆମେଠିର ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ । ଆମେଠିବାସୀଙ୍କୁ ସେ କହିଛନ୍ତି- ଆପଣମାନେ ନିଜ ନିଜର ସମ୍ପତ୍ତିର କାଗଜପତ୍ର ଲୁଚାଇ ରଖନ୍ତୁ । ରାହୁଲ ଗାନ୍ଧୀ ଓ ତାଙ୍କ ଭିଣୋଇ ରବର୍ଟ ବାଦ୍ରା ଏହା ଯଦି ଜାଣନ୍ତି ତେବେ ତାହା ସେମାନେ ଛଡାଇ ନେଇ ବାଣ୍ଟିଦେବେ ।

ଆମେଥିରୁ ସ୍ମୃତି ଇରାନୀଙ୍କୁ ଚ୍ୟାଲେଞ୍ଜ୍ କରିବେ ରାହୁଲ !

ଅମେଥୀ: ଅମେଥୀରୁ ପୁଣି ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ  । ଶୁଣିବାକୁ ମିଳୁଛି ଯେ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି । ଆସନ୍ତାକାଲି ୱାଇନାଡ ଭୋଟିଂ ପରେ ରାହୁଲଙ୍କ ନାଁ ଅମେଥୀରୁ ଘୋଷଣା ହୋଇପାରେ ।

ଆଗାମୀ ସପ୍ତାହରେ ଅମେଥୀରେ ନାମାଙ୍କନ ଦାଖଲ କରିପାରନ୍ତି ରାହୁଲ  । ଅମେଥୀରୁ ରାହୁଲଙ୍କ ନାଁରେ ପାର୍ଟି କମାଣ୍ଡ ମୋହର ମାରିବା ପୂର୍ବରୁ କଂଗ୍ରେସ ଏଠାରେ ପ୍ରସ୍ତୁତି ଆରମ୍ଭ କରିଦେଇଛି  । ଶୁଣିବାକୁ ମିଳୁଛି ଯେ ୱାଇନାଡରୁ ଭାଗ୍ୟ ପରୀକ୍ଷା ପରେ ଅମେଥୀରୁ ରାହୁଲଙ୍କ ନାଁ ଘୋଷଣା ହୋଇପାରେ  ।

ଏଥର ପୁଣିଥରେ ସ୍ମୃତି ଇରାନୀଙ୍କ ବିରୁଦ୍ଧରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ  । ପ୍ରକୃତରେ କଂଗ୍ରେସର ଏକ ସର୍ଭେ ରିପୋର୍ଟ କହୁଛି ଯେ ଅମେଥୀରୁ ରାହୁଲ ପ୍ରତିଦ୍ବନ୍ଦିତା କଲେ ଜିତିବାର ଅନେକ ସୁଯୋଗ ରହିଛି  ।

 

କଣ୍ଟାମାଳରେ ଏନକାଉଣ୍ଟର, ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ମାଓବାଦୀ ମୁହାଁମୁହିଁ

ବୌଦ୍ଧ: କଣ୍ଟାମାଳରେ ମାଓ ଏନକାଉଣ୍ଟର। ୨ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପଢେଲ ଡ୍ୟାମ ନିକଟ ଜଙ୍ଗଲରେ ଘଟିଛି ଏହି ଏନକାଉଣ୍ଟର।

ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଚାଲିଥିବାବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଜଙ୍ଗଲରେ ମାଓବାଦୀ ସୁରକ୍ଷାକର୍ମୀ ମଧ୍ଯରେ ଗୁଳିବିନିମୟ ହୋଇଥିଲା। ଏଥିରେ ଦୁଇ ମାଓବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଛି।

ଆହୁରି ଅଧିକ ସଂଖ୍ୟକ ମାଓବାଦୀ ଲୁଚିଥିବା ସନ୍ଦେହରେ ଚାଲିଛି ଯବାନଙ୍କ ସର୍ଚ୍ଚ ଅପରେସନ। ଗତକାଲି ରାତିରୁ ଚାଲିଛି ଏ ଗୁଳିବିନିମୟ। ଏବେବି ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଛି କମ୍ବିଂ ଅପରେସନ ।

ପ୍ରକାଶ ପାଇଲା JEE Mains ସେସନ୍‌ ୨ ପରୀକ୍ଷା ଫଳ

ନୂଆଦିଲ୍ଲୀ: ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସୀ (NTA) ବୁଧବାର ଇଞ୍ଜିନିୟରିଂ ଆଡମିଶନ ପାଇଁ JEE-Mains ପରୀକ୍ଷାର ଫଳାଫଳ ପ୍ରକାଶ କରିଛି  । ୫୬ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ସ୍କୋର କରିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ତେଲେଙ୍ଗାନାର ବୋଲି କୁହାଯାଉଛି।  ପରୀକ୍ଷାର ଦ୍ୱିତୀୟ ସଂସ୍କରଣ ପାଇଁ ୧୦ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ଶତ ପ୍ରତିଶତ ସ୍କୋର କରିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୧୫ ଜଣ ତେଲେଙ୍ଗାନାର,  ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରରୁ ୭ ଜଣ ଏବଂ  ଦିଲ୍ଲୀରୁ ୬ ଜଣ ଅଛନ୍ତି ।

ପରୀକ୍ଷଣର ପ୍ରଥମ ସଂସ୍କରଣ ଜାନୁଆରୀ-ଫେବୃଆରୀରେ ହୋଇଥିବାବେଳେ ଦ୍ୱିତୀୟ ସଂସ୍କରଣ ଏପ୍ରିଲରେ କରାଯାଇଥିଲା। JEE- ମେନ୍‌ ପରୀକ୍ଷାର ଫଳାଫଳ ଆଧାରରେ JEE- ଆଡଭାନ୍ସଡ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ସର୍ଟଲିଷ୍ଟ ହୋଇଛନ୍ତି | ୨୩ଟି ଅଗ୍ରଣୀ ଭାରତୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରେ ଆଡମିଶନ ପାଇଁ JEE- ଆଡଭାନ୍ସଡ୍ ହେଉଛି ଏକ ପରୀକ୍ଷା  ।

ପରୀକ୍ଷା ସମୟରେ ଫର୍ଜି କରିତିବା କାରଣରୁ ୩୯ ଜଣ ପରୀକ୍ଷାର୍ଥୀଙ୍କୁ ତିନି ବର୍ଷ ଧରି JEE-Mains ପାଇଁ ବାରଣ କରାଯାଇଛି। ଏହି ପରୀକ୍ଷା ଆସାମୀ, ବଙ୍ଗାଳୀ, ଇଂରାଜୀ, ଗୁଜରାଟୀ, ହିନ୍ଦୀ, କନ୍ନଡ, ମାଲାୟାଲମ୍, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁ ଭାଷାରେ ଆୟୋଜିତ କରାଯାଇଥିଲା।

JEE Mains ପରୀକ୍ଷା ଫଳାଫଳ ପାଇଁ ଛାତ୍ରଛାତ୍ରୀମାନେ NTA ୱେବସାଇଟ୍ ପରିଦର୍ଶନ କରିପାରିବେ  । ଫଳାଫଳ ଦେଖିବା ଏବଂ ଡାଉନଲୋଡ୍ କରିବାକୁ ସେମାନଙ୍କର ଆବେଦନ ନମ୍ବର, ଜନ୍ମ ତାରିଖ ଏବଂ ସୁରକ୍ଷା ପିନ ଦେଇପାରିବେ  । ସେହିପରି ନିଜ ରୋଲ୍‌ ନମ୍ବର ମାଧ୍ୟମରେ ମଧ୍ୟ ଫଳାଫଳ ଦେଖିପାରିବେ  ।

ବିଜେପିର ମିଛ ଓ ମନ୍ଦ ଉଦ୍ଦେଶ୍ଯ ଆଧାରିତ ଚାର୍ଜସିଟ ରାଜ୍ ଖୋଲିଦେଲେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ବର: ଓଡ଼ିଶା ବିଜେପିର ଚାର୍ଜସିଟକୁ ଲେଖାଶ୍ରୀଙ୍କ ଚାର୍ଜ । ବିଜେପିର ମିଛ ଓ ମନ୍ଦ ଉଦ୍ଦେଶ୍ଯ ଆଧାରିତ ଚାର୍ଜସିଟ ରାଜ୍ ଖୋଲିଦେଲେ ବିଜେଡିର ବାଲେଶ୍ବର ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର। ବିଜେପିର ଶୀର୍ଷ ନେତୃତ୍ବଙ୍କୁ ଟାର୍ଗେଟ ସହ ନିର୍ବାଚନ ଆସିଲେ ଦଳ ଏମିତି ବିନା ପ୍ରମାଣ, ମନ୍ଦ ଉଦ୍ଦେଶ୍ଯ, ଭିତ୍ତିହୀନ ଚାର୍ଜସିଟ ତିଆରି କରେ ବୋଲି ଲେଖାଶ୍ରୀ କହିଛନ୍ତି।

ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶରେ ବିଜେଡି ବିରୋଧରେ ମିଛ କହି ଅପପ୍ରଚାର କରିବା ରାଜ୍ଯ ବିଜେପିର ଫଣ୍ଡା । ମିଛକୁ ଆଧାର କରି ଚାର୍ଜସିଟ ତିଆରି କରୁଥିବା ଓଡ଼ିଶାର ବିଜେପି ନେତାଙ୍କ ବିରୋଧରେ ଚାର୍ଜସିଟ କଲେ ତାହା ଏକ ଗ୍ରନ୍ଥ ହେବ । ଲେଖାଶ୍ରୀ କହିଛନ୍ତି, ଚାଷୀ ପ୍ରସଙ୍ଗରେ ଓଡ଼ିଶା ଏକମାତ୍ର ରାଜ୍ଯ ଯିଏ ଚାଷୀଙ୍କ ଆୟ ଦୁଇଗୁଣା କରିଛି । ଏଥିପାଇଁ କେନ୍ଦ୍ର ଓଡ଼ିଶାକୁ ସମ୍ମାନିତ କରିଛି । ହେଲେ କିଛି ନଜାଣି ଓଡ଼ିଶା ବିଜେପି ରାଜ୍ଯ ସରକାରଙ୍କୁ ଟାର୍ଗେଟ କରୁଛି ।

ଅନ୍ଯପଟେ ଓଡ଼ିଶାରେ ବେକାରୀ ହାର ସବୁଠୁ କମ୍ । କେନ୍ଦ୍ର ସରକାରଙ୍କ ଅନୁଷ୍ଠାନ ହିଁ ସାର୍ଟିଫିକେଟ ଦେଇଛି । ହେଲେ ଓଡ଼ିଶା ବିଜେପି କିନ୍ତୁ ଅଲଗା କଥା କହୁଛି । ମହିଳାଙ୍କ କ୍ଷେତ୍ରରେ ଓଡ଼ିଶା ବିଜେପି ଆଣିଥିବା ଅଭିଯୋଗ ଏକଦମ ଭିତ୍ତିହୀନ । ବିଜେପି ଶାସିତ ରାଜ୍ଯରେ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅତ୍ଯାଚାର ଓଡ଼ିଶା ବିଜେପି ସମ୍ପୂର୍ଣ୍ଣ ଭାବେ ଭୁଲିଯାଉଛି । ଓଡ଼ିଶା ବିଜେପିର ସଭାପତି ମନମୋହନ ସାମଲ ନିଜେ ମହିଳା ନିର୍ଯାତନା ମାମଲାରେ ଧରାପଡ଼ିଛନ୍ତି। ନୂଆଦିଲ୍ଲୀର ଓଡ଼ିଶା ନିବାସରେ ୨୦୦୮ ମସିହାରେ ଧରାପଡ଼ିଥିବା ପରେ ତାଙ୍କୁ ମନ୍ତ୍ରୀ ପଦରୁ ବାହାର କରାଯାଇଥିଲା।

ଏଭଳି ବ୍ଯକ୍ତିଙ୍କୁ ଓଡ଼ିଶା ବିଜେପିର ରାଜ୍ଯ ସଭାପତି କରାଯାଇଛି । ଏହାହିଁ ସୂଚାଉଛି ବିଜେପିରେ ମହିଳାଙ୍କ ସ୍ଥିତି କଣ । ଅନ୍ଯପଟେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ହୋଇଥିଲେ ବି ନିଜ ଗାଁରେ ସ୍ମାର୍ଟ ସ୍କୁଲଟିଏ କରିପାରିନାହାନ୍ତି । ହେଲେ ରାଜ୍ଯ ସରକାର ୭ ହଜାରରୁ ଅଧିକ ସ୍କୁଲକୁ ରୂପାନ୍ତରିତ କରିଛନ୍ତି । ଓଡ଼ିଶା ଦେଶରେ ରାଜସ୍ବ ବଳକା ରାଜ୍ଯ । ବିଜୁଳି କ୍ଷେତ୍ରରେ ମଧ୍ଯ ମିଛର ଆଶ୍ରୟ ନେଇଛନ୍ତି ବିଜେପି ।

ରାଜ୍ଯ-ରାଜ୍ଯ ମଧ୍ଯରେ ବିଜୁଳି ଆବଣ୍ଟନ ନେଇ କେନ୍ଦ୍ର ନିଷ୍ପତ୍ତି ନିଏ । ହେଲେ ଓଡ଼ିଶାକୁ ଟାର୍ଗେଟ କରିବା ଓଡ଼ିଶା ବିଜେପିର ନିର୍ବୋଦ୍ଧତା ଓ ହୀନ ରାଜନୀତି । ସମ୍ବେଦନଶୀଳ ମାମଲାରେ ଓଡ଼ିଶା ବିଜେପି ହୀନ ରାଜନୀତି କରିଥାଏ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବେଦନଶୀଳ ମାମଲାରେ ନିଜର ରାଜନୈତିକ ସ୍ବାର୍ଥ ଦେଖନ୍ତି । ଏଣୁ ମହିଳା ଓ ଶିଶୁଙ୍କ ଉପରେ କହିବାକୁ ତାଙ୍କର ନୈତିକ ଅଧିକାର ବି ନାହିଁ । ଅନ୍ଯପଟେ ବିଜେପି ମୁଖପାତ୍ରଙ୍କୁ କିପରି ଚାପ ପକାଇ ବିଜେଡି ବିରୋଧରେ କୁହାଯାଏ ସେକଥା ବି କହିଛନ୍ତି ଲେଖାଶ୍ରୀ । ଇଚ୍ଛା ନଥିଲେ ବି ବିଜେଡି ଓ ବିଜେଡିର ନେତାଙ୍କ ବିରୋଧରେ କହିବାକୁ ବିଜେପି ମୁଖପାତ୍ରଙ୍କୁ ବାଧ୍ଯ କରାଯାଏ । ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ହାରିବା ଭୟରେ ମିଛର ଚାର୍ଜସିଟ ତିଆରି କରି ବିଜେପି ନାଟକ କରୁଛି ବୋଲି ଲେଖାଶ୍ରୀ କହିଛନ୍ତି ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ, କାଲି ପ୍ରାର୍ଥୀପତ୍ର ଯାଞ୍ଚ

ଭୁବନେଶ୍ବର: ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ। ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶା, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡର ମୋଟ ୯୬ ଲୋକସଭା ଆସନରେ ହେବ ଭୋଟ । ଗତ ୧୮ ତାରିଖରୁ ନାମାଙ୍କନ ହେଉଥିବାବେଳେ ଆଜି ଶେଷ ସୁଯୋଗ ରହିଛି । କାଲି ପ୍ରାର୍ଥୀପତ୍ର ଯାଞ୍ଚ ସହ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏହାପରେ ୨୯ ଏପ୍ରିଲ ଯାଏଁ ପ୍ରାର୍ଥିପତ୍ର ପ୍ରତ୍ଯାହାର କରିହେବ । ୧୩ ମେରେ ଭୋଟଗ୍ରହଣ ହୋଇ ୪ ଜୁନରେ ଫଳାଫଳ ପ୍ରକାଶ ପାଇବ।

ଲୋକସଭା ସହ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ବିଧାନସଭା ପାଇଁ ନିର୍ବାଚନ ହେଉଛି । ଓଡ଼ିଶାର ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଲୋକସଭା ଆସନରେ ମତଦାନ ହେବାକୁ ଯାଉଛି। ୨୮ଟି ବିଧାନସଭା କ୍ଷେତ୍ରରେ ଭୋଟ୍ ଗ୍ରହଣ ହେବ ।

ନୂଆପଡ଼ା, ଖଡ଼ିଆଳ, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀ, ମାଲକାନଗିରି, ଚିତ୍ରକୋଣ୍ଡାରେ ଭୋଟ ଗ୍ରହଣ ହେବ।

ଆଜି ଦୁଇ ଜିଲ୍ଲାରେ ସିଭିଅର ହିଟ୍‌ୱେଭ, ୩୦ ସୁଦ୍ଧା ବଦଳିପାରେ ପାଗ

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ ପ୍ରବାହ । ରାଜ୍ୟକୁ ପଶ୍ଚିମ- ଉତ୍ତର-ପଶ୍ଚିମ ଦିଗରୁ ପ୍ରଚୁର ମାତ୍ରାରେ ପ୍ରବେଶ କରୁଥିବା ଗରମ ଶୁଷ୍କ ପବନ ପ୍ରଭାବରେ ଏଭଳି ସ୍ଥିତି ଲାଗି ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ହିଟ୍ଓ୍ବେଭ୍ ସ୍ଥିତି ଲାଗି ରହିବ । ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ।

ଆଜି ସିଭିୟର ହିଟ୍ଓ୍ବେଭ୍ ପାଇଁ ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସିଭିୟର ହିଟ୍ଓ୍ବେଭ ପାଇଁ ୨୩ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୩୦ ତାରିଖ ବେଳକୁ ରାଜ୍ୟରେ ସାମାନ୍ୟ କାଳବୈଶାଖୀ ବର୍ଷାର ପ୍ରଭାବ ଦେଖାଦେବ । ସିଭିୟର ହିଟ୍ଓ୍ବେଭ୍ ପାଇଁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରାଯାଇଛି । ଏହି ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ଶିକ୍ଷାନୁଷ୍ଠାନରେ ଗ୍ରୀଷ୍ମ ଛୁଟି

ଭୁବନେଶ୍ବର: ଆଜିଠୁ ରାଜ୍ଯରେ ସ୍କୁଲ ଛୁଟି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ଯ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଗ୍ରୀଷ୍ମ ଛୁଟି ଘୋଷଣା କରାଯାଇଛି ।

ଖରା ଛୁଟି ସମୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ଯ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ଯ ମାଧ୍ଯମିକ ଶିକ୍ଷା ନିର୍ଦ୍ଦେଶକ ଓ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ସହ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ବିଦ୍ଯାଳୟ ପରିଚାଳନା କରାଯିବ ।

ଏପ୍ରିଲ ୨୬ରେ ୧୩ ରାଜ୍ୟର ହେବ ମତଦାନ, ମଇଦାନରେ ହେଭିୱେଟ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ୧୩ ରାଜ୍ୟର ୮୯ ଆସନରେ ହେବ ମତଦାନ। ଆସାମର ୫ ଲୋକସଭା ଆସନ, ବିହାରର ୫, ଛତିଶଗଡ଼ ୩, କର୍ଣ୍ଣାଟକର ୧୪, କେରଳର ୨୦, ମଧ୍ୟପ୍ରଦେଶର ୭, ମହାରାଷ୍ଟ୍ରର ୮, ଉତ୍ତରପ୍ରଦେଶର ୮, ରାଜସ୍ଥାନର ୧୩, ପଶ୍ଚିମବଙ୍ଗର ୩ ସହ ତ୍ରିପୁରା, ମଣିପୁର ଓ ଜମ୍ମୁ କାଶ୍ମୀର ଗୋଟିଏ ଲେଖାଏ ଆସନରେ ଭୋଟ ଗ୍ରହଣ ହେବ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ, କେ.ସି. ଭେନୁଗୋପାଲ, ତାରିକ ଅନୱର, ଶଶୀ ଥରୁରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। କେରଳର ପୂର୍ବତନ ମୁଖ୍ଯମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି, ଅଶୋକ ଗେହଲଟଙ୍କ ପୁଅ ବୈଭବ ପଟେଲ, ବସୁନ୍ଧରା ରାଜେଙ୍କ ପୁଅ ଦୁଶ୍ଯନ୍ତ ସିଂ, ପୂର୍ବତନ ମୁଖ୍ଯମନ୍ତ୍ରୀ ଏଚ.ଡି.କୁମାରସ୍ବାମୀ, ଭୂପେଶ ବଘେଲ ବି ରହିଛନ୍ତି ମଇଦାନରେ।

ଅଭିନେତ୍ରୀ ହେମାମାଳିନୀ, ଅରୁଣ ଗୋଭିଲଙ୍କର ବି ହେବ ଭାଗ୍ଯ ପରୀକ୍ଷା। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ରାଜସ୍ଥାନ ଏବଂ କେରଳରେ ଭୋଟଗ୍ରହଣ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯିବ। ଏପ୍ରିଲ ୧୯ରେ ରାଜସ୍ଥାନର ୧୨ ଲୋକସଭା ଆସନ ଲାଗି ଭୋଟଗ୍ରହଣ ହୋଇଥିଲା। କେରଳର ୱାଏନାଡ ଆସନରୁ ଲଢୁଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି। ଦ୍ଵିତୀୟ ପର୍ଯ୍ୟାୟ ଭୋଟର ଚର୍ଚ୍ଚିତ ଆସନ ରହିଛି ରାହୁଲଙ୍କ ୱାଏନାଡ୍ ଆସନ।

BSKY ଦେଉଛି ନୂଆ ଜୀବନ

ନନ୍ଦିଘୋଷ ବ୍ୟୁରୋ: ପୁଣି ସାମ୍ନାକୁ ଆସିଛି BSKYର ସଫଳତାର କାହାଣୀ। ବ୍ଯୟବହୁଳ ବୋନ ମ୍ଯାରୋ ଟ୍ରାନ୍ସପ୍ଲାଣ୍ଟ ବି ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଯୋଜନାରେ ମାଗଣାରେ ହେଉଛି ଚିକିତ୍ସା। ଭୁବନେଶ୍ବର ସମ ହସପିଟାଲରେ ୭୦ ପ୍ରତିଶତ ରୋଗୀଙ୍କ ଏହାଦ୍ବାରା ଉପକୃତ ହୋଇଛନ୍ତି ବୋଲି କହିଛନ୍ତି କର୍ତ୍ତୃପକ୍ଷ। ସେପଟେ ହସ୍ପିଟାଲର ହେମାଟୋଲୋଜି ବିଭାଗ ପକ୍ଷରୁ ପୁଣି ଏକ ପ୍ରତିରୋପଣ ସଫଳତାର ସହ କରାଯାଇଛି। ଜଣେ ୫୧ ବର୍ଷ ମହିଳାଙ୍କ ପ୍ରତିରୋପଣର ୪୫ ଦିନ ପରେ ମଧ୍ଯ ରୋଗୀ ସୁସ୍ଥ ଅଛନ୍ତି।

ସଞ୍ଜୀବନୀ ସାଜିଛି ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ସ୍ମାର୍ଟ କାର୍ଡ। ସମ୍ପୂର୍ଣ୍ଣ ମାଗଣାରେ ମିଳୁଛି ବ୍ଯୟବହୁଳ ଚିକିତ୍ସା। ବୋନମ୍ଯାରୋ ଟ୍ରାନ୍ସପ୍ଲାଣ୍ଟ ବି ବିଏସକେୱାଇ ଦ୍ବାରା ହେଉଛି ସମ୍ଭବ। ଭୁବନେଶ୍ବର ସମ ହସପିଟାଲରେ ୭୦ ପ୍ରତିଶତ ରୋଗୀ ଏହାଦ୍ବାରା ହୋଇଛନ୍ତି ଉପକୃତ। ବିଏସକେୱାଇ ଯୋଗୁଁ ରୋଗୀଙ୍କ ମନୋବଳ ବଢିଥିବା କହିଛନ୍ତି ହସପିଟାଲ କର୍ତ୍ତୃପକ୍ଷ। ସେପଟେ ହସପିଟାଲରେ ଜଣେ  ଜଣେ ୫୧ ବର୍ଷୀୟ ମହିଳାଙ୍କ ଠାରେ ଏହି ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ ହୋଇଛି । ମହିଳା ଜଣକ ଦୀର୍ଘ ଦିନ ଧରି ବ୍ଲଡ କ୍ୟାନ୍ସରରେ ପିଡ଼ିତ ଥିଲେ। ଏଥିପାଇଁ ତାଙ୍କର ୨୧ ବର୍ଷ ଝିଅ ନିଜର ଷ୍ଟେମ ସେଲ ଡୋନେଟ କରିଥିଲେ। ଅଧା ମ୍ୟାଚ କରିବା ସତ୍ତ୍ଵେ ଡାକ୍ତର ମାନେ ଏହାକୁ ସଫଳ କରି ଦେଖାଇଛନ୍ତି । ପ୍ରତିରୋପଣର ୪୫ ଦିନ ବିତିଯାଇଥିଲେ ମଧ୍ୟ ରୋଗୀ ଥିବା କହିଛନ୍ତି ଡାକ୍ତର।

ସମ ହସ୍ପିଟାଲ ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ଉପଲବ୍ଧି ହାସଲ କରୁଥିବାବେଳେ ବିଏସକେୱାଇ ଯୋଗୁଁ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କ୍ଷେତ୍ରରେ ଅନେକ ରୋଗୀ ନିର୍ଭର କରୁଛନ୍ତି। ବିଗତ ୨ ବର୍ଷ ମଧ୍ୟ ରେ ୫୦ ଜଣ ରୋଗୀଙ୍କ ସଫଳତାର ସହ ହୋଇଛି ଅସ୍ତ୍ରୋପଚାର। ସେଥିମଧ୍ଯରୁ ୭୦ ପ୍ରତିଶତ ବିଏସକେୱାଇ ଦ୍ବାରା କରାଯାଇଛି। ଏଥିପାଇଁ ହ୍ସପିଟାଲରେ ଥିବା ଦକ୍ଷଯ ଡାକ୍ତରି ଟିମ ନର୍ସ ଟିମ, ଟୋକ୍ନିସିଆନ ଟିମଙ୍କ କଠିନ ପ୍ରୟାସରୁ ଏହା ସଫଳ ହୋଇ ପରିଥିବା ହସ୍ପିଟାଲ ଅଧିକ୍ଷକ କହିଛନ୍ତି। ପୂର୍ବରୁ ଅନେକ ରୋଗୀ ବୋନ ମ୍ୟାରୋ ପ୍ରତିରୋପଣ ପାଇଁ ବାହାରକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ। ଏବେ ଓଡ଼ିଶାରେ ଏହି ସୁବିଧା ମିଳୁଥିବାରୁ ଉପକୃତ ହେଉଛନ୍ତି ରୋଗୀ।